ଭୁବନେଶ୍ୱର: ଆଜି ସୂର୍ଯ୍ୟପରାଗ । ଏହି ସମୟରେ ପୃଥିବୀ ଓ ସୂର୍ଯ୍ୟମଧ୍ୟରେ ଚନ୍ଦ୍ର ଅବସ୍ଥାନ କରିଥାଏ । ସକାଳ ୮ଟା ୨୦ ମିନିଟରେ ସ୍ପର୍ଶ କରିବ ପରାଗ ଏବଂ ଦିନ ୧୧ଟା ୨୯ରେ ହେବ ସର୍ବମୋକ୍ଷ । ତେଣୁ ଅମାବାସ୍ୟା ଦିନ ହିଁ ସୂର୍ଯ୍ୟପରାଗ ହୋଇଥାଏ । ‘ସୂର୍ଯ୍ୟପରାଗ’ର ବିରଳ ଦୃଶ୍ୟ କେରଳର କୋଚିକୋଡ, ତାମିଲନାଡୁର କୋଏମ୍ବଟୁର , ମଦୁରାଇ , ଉଟି , ତିରୁଚିରାପଲ୍ଲୀରେ ଅଧିକ ଦୃଶ୍ୟମାନ ହେବ । ଓଡିଶାରେ ୫୧ ପ୍ରତିଶତ ପରାଗ ଦେଖିହେବ ।

ସୂର୍ଯ୍ୟପରାଗ ଦେଖିବା ପାଇଁ ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ପରାଗ ଖାଲିଆଖିରେ ନଦେଖିବା ପାଇଁ ବୈଜ୍ଞାନିକଙ୍କ ପରାମର୍ଶ । ସେପଟେ ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରର ପୂଜା ବିଧି ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ପରାଗ ସ୍ପର୍ଶ ହେବାର ୧୨ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ କରାଯାଇଛି । ଏଥିପାଇଁ ଶ୍ରୀମନ୍ଦିରରେ ଗତକାଲି ରାତି ୮ଟା ୨୦ ମିନିଟ ସୁଦ୍ଧା ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ନୀତି ସମାପନ ହୋଇଛି ।

ପରାଗ ସ୍ପର୍ଶ ହେବା ମାତ୍ରେ ଶ୍ରୀଜୀଉଙ୍କ ପରାଗ ମହାସ୍ନ।ନ ସହ ତଡପ ଲାଗି, ମଇଲମ ବେଶ, ମଙ୍ଗଳ ଆଳତୀ, ଅବକାଶ, ରୋଷ ହୋମ , ସୂର୍ଯ୍ୟ ଓ ଦ୍ଵାରପାଳ ପୂଜା, ପରାଗ ସାଦାବେଶ ଅନୁଷ୍ଠିତ ହେବ । ପରେ ଭୋଗ, ପୁନର୍ବାର ମଇଲମ ବେଶ ହୋଇ ଗୋପାଳ ବଲ୍ଲଭ ନୀତି ହେବ ।

ଏହାପରେ ଶ୍ରୀଜୀଉଙ୍କୁ ଦୁର୍ଲଭ ପହିଲି ଭୋଗ କରାଯାଇ ସକାଳ ଧୁପ ନୀତି ଅନୁଷ୍ଠିତ ହେବ । ଏହି ସୂର୍ଯ୍ୟପରାଗ ପରେ ୨୦୨୦ ଜୁନ ୧ ତାରିଖରେ ପୁଣି ଆଉ ଏକ ସୂର୍ଯ୍ୟପରାଗ ରହିଛି ।


ବିଜୁ ବାବୁଙ୍କ ନୀତି, ଆଦର୍ଶ ଓ ସ୍ୱପ୍ନକୁ ନେଇ ଗଠିତ ହୋଇଥିବା ବିଜେଡି ଆଜି ବି ସ୍ୱତନ୍ତ୍ରତା ବଜାୟ ରଖିଛି । ରାଜ୍ୟର ସ୍ୱାର୍ଥ ପାଇଁ ଦଳ ଜାତୀୟ ସ୍ତରରେ ସ୍ୱର ଉତ୍ତୋଳନ କରିଛି । ନବୀନଙ୍କ ଶାସନରେ ବଦଳିଛି ଓଡ଼ିଶାର କଳେବର ।
ଆଜି ରାଜ୍ୟ କାର୍ଯ୍ୟାଳୟ ସହିତ ଜିଲ୍ଲା ଓ ବ୍ଲକ ସ୍ତରରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରାଯିବ । ସୂର୍ଯ୍ୟ ପରାଗ ପାଇଁ କାର୍ଯ୍ୟକ୍ରମ ପୂର୍ବାହ୍ନ ପରିବର୍ତ୍ତେ ଅପରାହ୍ଣରୁ ଆରମ୍ଭ ହେବ ।
ଏହାଦ୍ୱାରା ଫୁସ୍ଫୁସ୍ରେ ଜମିଥିବା କଫ ତରଳି ବାହାରି ଯାଇଥାଏ । ଫଳରେ କାଶରୁ ମୁକ୍ତି ମିଳେ । ଆଜ୍ମା ରୋଗୀ ସକାଳୁ ଏପରି ନିୟମିତ କଲେ ଏଥିରୁ ମୁକ୍ତି ମିଳେ । ଉଷୁମ ପାଣି ସକାଳୁ ପିଇଲେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ । ଏହାଦ୍ୱାରା ହାର୍ଟ ଆଟାକ୍ର ଆଶଙ୍କା ଦୂର ହୁଏ । ଶୁଣ୍ଠି ବଦହଜମୀ, ଏସିଡିଟିରୁ ଦୂରେଇ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ନିୟମିତ ଏପରି କଲେ ମେଦବହୁଳତା ଆଶଙ୍କା ଦୂର ହୋଇଥାଏ । ସେହିପରି କିଡ୍ନୀ ସମସ୍ୟାରୁ ଏହା ଦୂରେଇ ରଖିଥାଏ ।




ଗାଁରେ ମଦ ଦୋକାନ ଥିବାରୁ ମହିଳାମାନେ ସବୁବେଳେ ପ୍ରତିବାଦ କରୁଥିଲେ । ଏଥିଯୋଗୁଁ ପ୍ରାୟତଃ ଗାଁରେ ଗଣ୍ଡଗୋଳ ହେଉଥିଲା । ମଦ ଦୋକାନ ଭଙ୍ଗାରୁଜା ପୋଡ଼ାଜଳା ପରେ ଏବେ ଗାଁରେ ସ୍ଥିତି ଗମ୍ଭୀର ରହିଛି ।