ଓଡ଼ିଆ ଆଇପିଏସ୍ ଅଫିସର ହେଲେ ଆସାମର ମୁଖ୍ୟ ସୂଚନା କମିଶନର । ଆସାମ-ମେଘାଳୟ କ୍ୟାଡର୍ ଆଇପିଏସ୍ ଅଫିସର ତଥା ଓଡ଼ିଆ ପୁଅ ଏ. ପି. ରାଉତଙ୍କୁ ଆସମର ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ମିଳିଛି । ୧୯୮୫ ବ୍ୟାଚ୍ର ଆଇପିଏସ୍ ଅଫିସର ଏ. ପି. ରାଉତ ପୂର୍ବରୁ ଆସାମର ଫାୟାର ଆଣ୍ଡ ଏମର୍ଜେନ୍ସି ବିଭାଗର ଆଡିସନାଲ ଡିଜି ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ । ପରବର୍ତ୍ତେ ସମୟରେ ତାଙ୍କୁ ଆସାମର ସିଭିଲ ଡିଫେନ୍ସ ଏବଂ ହୋମଗାର୍ଡ ବିଭାଗର ଡାଇରେକଟ୍ର ଜେନେରାଲ ଥିଲେ ।
ମାଓବାଦୀ ଏବଂ କୋବ୍ରା କମାଣ୍ଡରଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ମାଓବାଦୀ ମୃତ
ମାଲକାନାଗିରି: ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ । ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି । ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲା ଇରାପାଲି ଗାଁ ପାଖରେ କୋବ୍ରା କମାଣ୍ଡୋ କମ୍ବିଂ ଅପରେସନ ଚଳାଇଥିବା ବେଳେ ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଥିଲା ।

ଏଥିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି । ଏହି ଘଟଣା ପରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।
ଇନଫୋସିଟି ଥାନା ଅଞ୍ଚଳରେ ଯୁବତୀଙ୍କୁ ଗୁଳି ମାରି ଦୁର୍ବୃତ୍ତ ଫେରାର
ଭୁବନେଶ୍ୱର: ରାଜଧାନୀରେ ବିଚ ରାସ୍ତା ଉପରେ ଫୁଟିଲା ଗୁଳି । ଏଥର ଯୁବକ ନୁହେଁ ଯୁବତୀଙ୍କୁ ହୋଇଛି ଗୁଳିମାଡ଼ । ଇନଫୋସିଟି ଥାନା ଅଞ୍ଚଳରେ ଯୁବତୀଙ୍କୁ ଗୁଳିମାଡ଼ ହୋଇଛି । ପୁରୁଷ ବନ୍ଧୁଙ୍କ ସହ କଥା ହେଉଥିଲା ବେଳେ ଗୁଳିମାଡ଼ ।
ଦୁଇଜଣ ଦୁର୍ବୃତ୍ତ ଗାଡ଼ିରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି । କଣ ପାଇଁ ଗୁଳିମାଡ଼ ହୋଇଛି ଏପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଛି । ଯୁବତୀ ଜଣଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯୁବତୀଙ୍କ ଜଙ୍ଘରେ ଗୁଳି ବାଜିଛି ।
ଫ୍ୟାସନ ଡିଜାଇନିଂ କଲେଜରେ ପାଠ ପଢୁଛନ୍ତି ଯୁବତୀ ଜଣକ । ସେପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ବ କରିଛି ।
ବିପର୍ଯ୍ୟୟ ଜନିତ ସାମ୍ଭାବ୍ୟ କ୍ଷୟକ୍ଷତି କମାଇବା ପାଇଁ ଦୁଇ ଦିନିଆ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ
ଭୁବନେଶ୍ୱର: ବିପର୍ଯ୍ୟୟ ଜନିତ ସାମ୍ଭାବ୍ୟ କ୍ଷୟକ୍ଷତି କମାଇବା ନେଇ ଭୁବନେଶ୍ୱରରେ ଦୁଇ ଦିନିଆ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ କର୍ମଶାଳା ଅନୁଷ୍ଠିତ ହୋଇଛି । ଏଥିରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବନ୍ୟା, ବାତ୍ୟା, ଭୂମିକମ୍ପ, ଜରୁରୀକାଳୀନ କ୍ଷୟକ୍ଷତି ପରିଚାଳନାରେ ଜିଓଗ୍ରାଫିକ ଇନଫର୍ମେସନ୍ ସିଷ୍ଟମ ବା ଜିଆଇଏସର ଭୂମିକା ନେଇ ଆଲୋଚନା ହେଉଛି । କର୍ମଶାଳାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସଦସ୍ୟ ଜି.ଭି.ଭି. ଶର୍ମା, କେନ୍ଦ୍ର ଜଳସଂପଦ ସଚିବ ୟୁପି ସିଂହ ଓ ଏସଆରସି ପ୍ରମୁଖ ଯୋଗ ଦେଇଛନ୍ତି ।
ମନ୍ଦିର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଗୋଡ଼ିବନ୍ଧ ନିକଟରେ ମନ୍ଦିର ଭିତରୁ ଏକ ଝୁଲନ୍ତା ମୃତଦେହ ଠାବ କରାଯାଇଛି । ଘଟଣା ଅନୁଯାୟୀ ଏକ ଶିବ ମନ୍ଦିର ଭିତରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଏକଡାଳ ଗାଁର କାଳିଆ ବେହେରା ବୋଲି ଜଣାପଡିଛି । ସକାଳେ ମନ୍ଦିରର ପୂଜକ ପୂଜା କରିବା ପାଇଁ କବାଟ ଖୋଲିଥିବା ବେଳେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ତେବେ କେହି ଦୁର୍ବୃତ୍ତ ତାଙ୍କୁ ମାରିକି ଝୁଲେଇଦେଇଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି ।
ଓସ୍କାର ଆୱାର୍ଡ-୨୦୨୦: ପ୍ରଥମଥର ଦକ୍ଷିଣ-କୋରିଆ ଖାତାରେ ଓସ୍କାର
ଓସ୍କାର ଆଓ୍ବାର୍ଡ ୨୦୨୦ । ବିଶ୍ୱର ସବୁଠୁ ଉଚ୍ଚକୋଟିର ଫିଲ୍ମକୁ ମିଳିଲା ସର୍ବଶ୍ରେଷ୍ଠ ପୁରସ୍କାର । ଏଥର ଓସ୍କାରରେ ସାଉଥ କୋରିଆ ଫିଲ୍ମକୁ ଜବରଦସ୍ତ ଏଣ୍ଟ୍ରି ମିଳିଛି । ଗୋଟିଏ ଫିଲ୍ମ ପାଇଁ ୪ଟି ଓସ୍କାର ହାତେଇଛି ସାଉଥ କୋରିଆ । ଫିଲ୍ମ ପାରାସାଇଟକୁ ସାରା ବିଶ୍ୱ ପସନ୍ଦ କରିଛି । ବେଷ୍ଟ ଫିଲ୍ମ, ବେଷ୍ଟ ଫିଚର ଫିଲ୍ମ, ସ୍କ୍ରିନ ପ୍ଲେ ଏବଂ ବେଷ୍ଟ ଡାଇରେକ୍ଟର ପାଇଁ ଫିଲ୍ମକୁ ୪ଟି ଓସ୍କାର ମିଳିଛି । ଜୋକିନ ଫୋନିକ୍ସଙ୍କୁ ଜୋକର ଫିଲ୍ମ ପାଇଁ ବେଷ୍ଟ ଆକ୍ଟର ଭାବେ ଓସ୍କାର ମିଳିଛି । ଜୋକର ଫିଲ୍ମରେ ଜୋକିନଙ୍କ ଶାନଦାର ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଏହି ଫିଲ୍ମକୁ ନେଇ ସାରା ବିଶ୍ୱରେ ଚର୍ଚା ହୋଇଥିଲା ।

ଆଜିର ପ୍ରଥମ ଆୱାର୍ଡ ଯାଇଥିଲା ହଲିଉଡ ସୁପରଷ୍ଟାର ବ୍ରାଡ୍ ପିଟ୍ଙ୍କୁ । ଫିଲ୍ମ ‘ୱାନସ ଅପନ ଏ ଟାଇମ୍ ଇନ ହଲିଉଡ୍’ ପାଇଁ ତାଙ୍କୁ ମିଳିଛି ଶ୍ରେଷ୍ଠ ସହ-ଅଭିନେତା ପୁରସ୍କାର । ଅନ୍ୟମାନଙ୍କ ମଧ୍ୟରେ ଲୌରା ଡେର୍ନଙ୍କୁ ମିଳିଛି ଶ୍ରେଷ୍ଠ ସହ-ଅଭିନେତ୍ରୀ ଆୱାର୍ଡ । ଜ୍ୟ।କଲିନ ଡୁରେନଙ୍କୁ ଫିଲ୍ମ ଲିଟିଲ୍ ବିମେନ ପାଇଁ ବେଷ୍ଟ କଷ୍ଟ୍ୟୁମ ଡିଜାଇନର, ‘ଟୟଷ୍ଟୋରୀ-୪’କୁ ଶ୍ରେଷ୍ଠ ଆନିମେଟେଡ ଫିଲ୍ମ ଓ ‘ହେୟାର ଲଭ’କୁ ମିଳିଛି ଶ୍ରେଷ୍ଠ ଆନିମେଟେଡ ସର୍ଟ ଡକ୍ୟୁମେଣ୍ଟାରୀର ପୁରସ୍କାର ।
ଭୁବନେଶ୍ୱର: ବ୍ରହ୍ମପୁର ବସ୍ ଟ୍ରାଜେଡିରେ ୧୦ ଜଣଙ୍କ ମୃତ୍ୟୁ ଘଟଣା । ବ୍ରହ୍ମପୁର ବିଦ୍ୟୁତ୍ ଡିଭିଜନ JE ଦେବାଶିଷ ନାୟକ, SDO ବିଶ୍ୱରଂଜନ ମହାପାତ୍ର, ଆରଡି JE ଓ SDO ନିଲମ୍ବିତ । ସୂଚନା ଦେଲେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।
ଭୁବନେଶ୍ୱର: ବ୍ରହ୍ମପୁର ବସ୍ ଟ୍ରାଜେଡିରେ ୧୦ ଜଣଙ୍କ ମୃତ୍ୟୁ ଘଟଣା । ବ୍ରହ୍ମପୁର ବିଦ୍ୟୁତ୍ ଡିଭିଜନ JE ଦେବାଶିଷ ନାୟକ, SDO ବିଶ୍ୱରଂଜନ ମହାପାତ୍ର, ଆରଡି JE ଓ SDO ନିଲମ୍ବିତ । ସୂଚନା ଦେଲେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।
କୋଇଡ଼ାରେ କାଉ ଓ କୁକୁଡ଼ା ମଡ଼କ, ବାର୍ଡ ଫ୍ଲୁ ଆଶଙ୍କା
ବଣାଇ: ରାଜଧାନୀ ପରେ ସୁନ୍ଦରଗଡ଼ରେ ବାର୍ଡ-ଫ୍ଲୁ ଭୟ । କୋଇଡ଼ାରେ କାଉ ଓ କୁକୁଡ଼ା ମଡ଼କ ପରେ ବଢ଼ିଲା ଚିନ୍ତା । ରବିବାର ସକାଳୁ କୋଇଡ଼ା ବ୍ଲକର ବିଭିନ୍ନ ସ୍ଥାନରେ କାଉ ଓ କୁକୁଡ଼ା ମଡ଼କ ଦେଖିବାକୁ ମିଳିଥିଲା । ତେବେ ଏହା ପଛରେ ବାର୍ଡ-ଫ୍ଲୁ ହିଁ କାରଣ ନା ନୁହେଁ, ତାହା ପରୀକ୍ଷା ପରେ ସ୍ପଷ୍ଟ ହେବ । କୋଇଡ଼ା ପ୍ରାଣୀ ଚିକିତ୍ସାଳୟର ଦୁଇ ଜଣିଆ ଟିମ ମୃତ ପକ୍ଷୀଙ୍କ ରକ୍ତ ନମୂନା ସଂଗ୍ରହ କରିଛି ।
କୋଇଡ଼ା ମୁଖ୍ୟ ବଜାରରେ ଥିବା କୁକୁଡ଼ା ବଜାରର ୫ଟି ଦୋକାନରୁ ରକ୍ତ ନମୂନା ସଂଗ୍ରହ କରାଯାଇଛି । ଯାହାକୁ ପରୀକ୍ଷା ପାଇଁ କଟକ ପଠାଯାଇଛି । କୋଇଡ଼ା ଥାନା, ନ୍ୟୁଗାର୍ଡେନ କଲୋନୀ ଓ ଧୁବଲାବେଢ଼ା ସହ ବିଭିନ୍ନ ଅଞ୍ଚଳରେ ଏଭଳି ମଢ଼କକୁ ନେଇ ଚର୍ଚ୍ଚା ଓ ଆତଙ୍କ । ଯାହାର ପ୍ରଭାବ କୁକୁଡ଼ା ବ୍ୟବସାୟ ଉପରେ ପଡ଼ିଛି ।
ବଣାଇ: କୋଇଡ଼ା ଅଞ୍ଚଳରେ ବାର୍ଡ ଫ୍ଲୁ ଆଶଙ୍କା । ମରି ପଡ଼ିଛନ୍ତି କାଉ ଓ କୁକୁଡ଼ା । ତତ୍ପରତା ପ୍ରକାଶ କଲା ପ୍ରାଣୀ ଚିକିତ୍ସା ବିଭାଗ । ମୃତ କୁକୁଡ଼ା ଓ କାଉକୁ ବ୍ୟବଚ୍ଛେଦ କରି ରକ୍ତ ନମୁନା ପରୀକ୍ଷା ପାଇଁ କଟକ ପଠାଗଲା ।
ବଣାଇ: କୋଇଡ଼ା ଅଞ୍ଚଳରେ ବାର୍ଡ ଫ୍ଲୁ ଆଶଙ୍କା । ମରି ପଡ଼ିଛନ୍ତି କାଉ ଓ କୁକୁଡ଼ା । ତତ୍ପରତା ପ୍ରକାଶ କଲା ପ୍ରାଣୀ ଚିକିତ୍ସା ବିଭାଗ । ମୃତ କୁକୁଡ଼ା ଓ କାଉକୁ ବ୍ୟବଚ୍ଛେଦ କରି ରକ୍ତ ନମୁନା ପରୀକ୍ଷା ପାଇଁ କଟକ ପଠାଗଲା ।
ଚଳନ୍ତା ବାଇକ୍ ଉପରେ ଛିଡ଼ିଲା ବିଦ୍ୟୁତ୍ ତାର
ଭଦ୍ରକ: ବ୍ରହ୍ମପୁର ପରେ ଭଦ୍ରକ । ପୁଣି ଗାଡ଼ିରେ ଲାଗିଲା ବିଦ୍ୟୁତ୍ ତାର । ବସ୍ ପରେ ବାଇକ୍ ଉପରେ ଛିଡ଼ି ପଡ଼ିଲା ତାର (L.T.) । ସାଉଥ୍ କୋ ପରେ ପୁଣି ସାମନାକୁ ଆସିଛି ନେସ୍କୋର ଖାମଖିଆଲି ମନୋଭାବ । ବିଦ୍ୟୁତ୍ ତାର ଛିଡ଼ି ଜଳିଯାଇଛି ବାଇକ୍ । ଅଳ୍ପକେ ବର୍ତ୍ତି ଯାଇଛି ୨ ଜୀବନ ।

ଘଟଣା ହେଉଛି ଚାନ୍ଦବାଲି- ଧାମରା ନିକଟ କଇଥଖୋଲା ବଜାରର । ଭୋରରୁ ୨ ଜଣ ବାଇକରେ ଯାଉଥିବା ବେଳେ ସେମାନଙ୍କ ଉପରେ ବିଦ୍ୟୁତ୍ ତାର ଛିଡ଼ି ପଡ଼ିଥିଲା । ଫଳରେ ୨ ଜଣ କରେଣ୍ଟ ଝଟକା ଖାଇ ତଳକୁ ଛିଟିକି ପଡ଼ିଥିଲେ । ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଆଳରୁ ବସ୍ ଧରିବା ପାଇଁ ସୁରେନ୍ଦ୍ର ଜେନା ଓ ଦୁର୍ଯ୍ୟୋଧନ ରାଉଳ କଇଥଖୋଲା ଆସୁଥିଲେ ।
୨ ଜଣଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାର ଲାଗି ବାଇକଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ଗାଁ ଦାଣ୍ଡରେ ବାଇକ୍ ହୁତହୁତ୍ ହୋଇ ଜଳିବା ଦେଖି ଲୋକ ଭୟଭୀତ ହୋଇ ପଡ଼ିଥିଲେ । ଏଥିପାଇଁ ସ୍ଥାନୀୟ ଲୋକ ନେସ୍କୋକୁ ଦାୟୀ କରିଛନ୍ତି । ୨ ଜଣଙ୍କ ଜୀବନ ଚାଲି ଯାଇଥିଲେ ନେସ୍କୋ ଉତ୍ତରଦାୟୀ ରହିଥାନ୍ତା କି ବୋଲି ଲୋକ ପ୍ରଶ୍ନ କରିଛନ୍ତି ।

