spot_img
Home Blog Page 7423

ଦେଶରେ କାୟା ବିସ୍ତାର କରିଚାଲିଛି କରୋନା, ୨୪ ଘଣ୍ଟାରେ ୨୦୦ରୁ ଅଧିକ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ ସଂଖ୍ୟା । କରୋନାରେ ୧୩ ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏଯାଏଁ କରୋନାରେ ୪୩ ଜଣଙ୍କର ଜୀବନ ଗଲାଣି । ଗତ ୨୪ ଘଣ୍ଟାରେ ୨ଶହରୁ ଅଧିକ ନୂଆ ମାମଲା ସାମନାକୁ ଆସିଛି । ମହାରାଷ୍ଟ୍ର ଓ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦ ଉପରେ ରହିଛି । ତେବେ ବର୍ତ୍ତମାନ ଦିଲ୍ଲୀ ସ୍ଥିତି ଉଦ୍‌ବେଗଜନକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୫ଟି ନୂଆ ମାମଲା ସାମନାକୁ ଆସିଛି ।

ଦିଲ୍ଲୀରେ ଏଯାଏଁ ୯୭ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ କରାଯାଇଛି । ଦେଶରେ କୋଭିଡ୍‌-19 ଏବେ ଲୋକାଲ୍‌ ଟ୍ରାନ୍‌ସମିସନ୍‌ ବା ସେକେଣ୍ଡ ଷ୍ଟେଜ୍‌ରେ ଥିବା ସରକାର କହିଛନ୍ତି । ଅଧିକାଂଶ ପଜିଟିଭ୍‌ କେସର ଏକ ଟ୍ରାଭେଲ୍‌ ହିଷ୍ଟ୍ରି ରହିଛି । ତେଣୁ କରୋନା ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ହିଁ ଅସ୍ତ୍ର । ଗୋଷ୍ଠୀ ସଂକ୍ରମଣ ନେଇ ପ୍ରମାଣ ମିଳିଲେ ଲୋକଙ୍କୁ ଅଧିକ ଆଲର୍ଟ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ର।ଳୟ ପକ୍ଷରୁ କୁହାଯାଇଛି।

କରୋନା ମୁକାବାଲା ନେଇ ସହାୟତାର ହାତ ବଢ଼ାଇଲେ ମୁକେଶ ଅମ୍ୱାନୀ: ୫୦୦ କୋଟି ସହାୟତା ନେଇ କଲେ ଘୋଷଣା

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ସହାୟତାର ହାତ ବଢ଼ାଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରି । ୫୦୦ କୋଟି ସହାୟତା ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ୱାନୀ । ପ୍ରଧାନମନ୍ତ୍ରୀଙ୍କ କୋଭିଡ-୧୯ ଫଣ୍ଡକୁ ପ୍ରଦାନ କରାଯିବ ସହାୟତା ରାଶି । ଏ ବାବଦର ଟଙ୍କାରେ କରୋନା ହସ୍ପିଟାଲ ନିର୍ମାଣ, ଅସହାୟଙ୍କୁ ଖାଦ୍ୟ ଯୋଗାଇବା ଏବଂ ଜରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ିରେ ଇନ୍ଦନ ଢ଼ାଲିବା ଖର୍ଚ୍ଚରେ ବ୍ୟବହାର କରାଯିବ । ଏଥିସହିତ ଅତିରିକ୍ତ ଭାବେ ମହାରାଷ୍ଟ୍ର, ଗୁଜୁରାଟ ସରକାରଙ୍କୁ କରୋନା ମୁକାବିଲା ୫ କୋଟି ଟଙ୍କା ଲେଖାଏଁ ସହାୟତା ଯୋଗାଇଦେବ ରିଲାଏନ୍ସ ଇଣ୍ଡଷ୍ଟ୍ରି ।

ସୂଚନା ଯୋଗ୍ୟଯେ, କରୋନା ମୁକାବିଲା ନେଇ ପିଏମ୍‌ କେୟାର ଫଣ୍ଡକୁ ସହୟତା ଦାନ କରିବା ନେଇ ଦେଶବାସୀଙ୍କୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ ।

କରୋନା ଭାଇରାସର ଆତଙ୍କରୁ ଦେଶ ଖୁବଶୀଘ୍ର ମୁକୁଳିବ । କରୋନା ବିରୋଧୀ ଯୁଦ୍ଧରେ ଦେଶବାସୀଙ୍କ ସହ ସମ୍ପୂର୍ଣ୍ଣ ରିଲାଏନ୍ସ ଇଣ୍ଡଷ୍ଟ୍ରି ଅଛି ବୋଲି କହିଛନ୍ତି ମୁକେଶ ଅମ୍ୱାନୀ । ଏବଂ ଆମେ କରୋନ ବିରୋଧରେ ଯୁଦ୍ଧ ଜିତିବୁ ବୋଲି କହିଛନ୍ତି ମୁକେଶ ।

କରୋନାକୁ ନେଇ ଭାରତ ଅଧିକ ଚିନ୍ତିତ ହେବାର ଆବଶ୍ୟକତା ନାହିଁ, କାହିଁକି ଏମିତି କହିଲେ ପଦ୍ମ ବିଭୂଷଣ ଡା.ନାଗେଶ୍ୱର ରେଡ୍ଡୀ

ନୂଆଦିଲ୍ଲୀ: କରୋନାକୁ ନେଇ ଦେଶବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ |  ପଦ୍ମ ବିଭୂଷଣ ଡ. ଡି ନାଗେଶ୍ୱର ରେଡ୍ଡୀ  ଏ ନେଇ ଅଭୟ ବାଣୀ ଶୁଣାଇଛନ୍ତି । କରୋନା ଭାଇରସ୍‌କୁ ନେଇ ତାଙ୍କ ଅଧ୍ୟୟନ ଅନୁସାରେ ଭାରତ କରୋନାକୁ ନେଇ ଅଧିକ ଚିନ୍ତିତ ହେବାର କୌଣସି କାରଣ ନାହିଁ । ଏହା ସହ ସେ ଏବେ ଚାଲିଥିବା ଲକ୍ ଡାଉନ୍ ୩ରୁ ୪ ସପ୍ତାହ ପର୍ଯ୍ୟନ୍ତ ହିଁ ଜାରି ରହିବା ଠିକ୍ ବୋଲି କହିଛନ୍ତି ।

ଏକ ଇଂରାଜୀ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ, ଭାରତକୁ ଚୀନରୁ ସିଧାସଳଖ ଏହି ଭାଇରସ ଆସିନଥିଲା । ଏହା ଅପ୍ରତ୍ୟକ୍ଷ ଭାବେ ଅନ୍ୟ ଦେଶ ଦେଇ ଭାରତକୁ ପ୍ରବେଶ କରିଛି । ଭାଇରସର ଜେନୋମ କ୍ରମ ଓ ଏହା ଉପରେ ଉତ୍ତାପର ପ୍ରଭାବକୁ ନେଇ ହୋଇଥିବା ଅଧ୍ୟୟନରୁ ଏହା ଜଣାପଡୁଛି ।

ତାଙ୍କ ଅନୁସାରେ  କରୋନା ଭାଇରସ ଆରଏନଏ ପ୍ରକାରର ଭାଇରସ । ଏହା ବାଦୁଡିଙ୍କଠାରେ ଥିବା ଅନୁମାନ କରାଯାଉଛି । ବାଦୁଡି ଡିଏନଏରେ ଅଳ୍ପ ପରିବର୍ତ୍ତନ କାରଣରୁ ମଣିଷକୁ ସଂକ୍ରମିତ ହୋଇଥିଲା । ତେବେ ଆମେରିକା ଓ ଇଟାଲୀରେ ସକ୍ରିୟ ଥିବା ଭାଇରସର ଜେନୋ ଟାଇପ୍ ଭାରତରେ ସକ୍ରିୟ ଥିବା ଜେନୋ ଟାଇପଠାରୁ ଅଲଗା । ଚାରିଟି ଦେଶରେ ଭାଇରସର ଜେନୋମର ସିକ୍ୱେନସିଂ କରାଯାଇଛି । ଚାରି ଦେଶରେ ସିକ୍ୱେନ୍ସ ଅଲଗା । ଇଟାଲୀ ଜେନୋ ସିକ୍ୱେନ୍ସଠାରୁ ଭାରତରେ ସକ୍ରିୟ ଥିବା ଭାଇରସ ଜେନୋଟାଇପ୍ ଅଲଗା ।

Corona: Caught in corona crossfire: How the current crisis has ...

ଇଟାଲୀ ତୁଳନାରେ ଭାରତରେ ଏହି ଭାଇରସ ଏକ ଭିନ୍ନ ଜିନୋମ କ୍ରମ ଅଛି | ଏହାର ବହୁତ ମହତ୍ତ୍ୱ ରହିଛି କାରଣ ଭାରତୀୟ ଭୂତାଣୁରେ, ଜେନୋମର ସ୍ପାଇକ୍ ପ୍ରୋଟିନରେ ଏକକ ପରିବର୍ତ୍ତନ ହୁଏ | ସ୍ପାଇକ୍ ପ୍ରୋଟିନ୍ ହେଉଛି ସେହି କ୍ଷେତ୍ର ଯାହା ମାନବ କୋଷ ସହିତ ସଂଲଗ୍ନ ହୁଏ | ଗୋଟିଏ ଛୋଟ ପରିବର୍ତ୍ତନ ଘଟି, ଯାହା ସେହି ସଂଲଗ୍ନକୁ ଦୁର୍ବଳ କରିଦିଏ |

ଇଟାଲୀ ଭାଇରସରେ ତିନୋଟି ପରିବର୍ତ୍ତନ ଘଟିଛି । ଯେଉଁଥିପାଇଁ ଏହା ଅଧିକ ମାରାତ୍ମକ ହୋଇ ପଡିଛି ।  କିନ୍ତୁ ଭାରତରେ ସକ୍ରିୟ ଥିବା ଭାଇରସରେ ଗୋଟିଏ ପରିବର୍ତ୍ତନ ଘଟିଛି । ତେଣୁ ଭାରତରେ ଏହା ଅଧିକ ବ୍ୟାପିବ ନାହିଁ କିମ୍ବା ଅଧିକ ମାରାତ୍ମକ ହେବ ନାହିଁ । ଏହାସହ ଇଟାଲୀରେ ଅନ୍ୟକେତକ କାରକ ମଧ୍ୟ ମୃତ୍ୟୁର କାରଣ ବନୁଛନ୍ତି । ଇଟାଲୀରେ ବୟସ୍କଙ୍କ ସଂଖ୍ୟା ଅଧିକ ଓ କରୋନା ଶିକାରଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ 70-80 ବର୍ଷରୁ ଅଧିକ । , ଧୂମପାନ, ମଦ୍ୟପାନ, ମଧୁମେହ, ଉଚ୍ଚ ରକ୍ତଚାପ ଆଦି ଜୀବନଶୈଳୀ ରୋଗ ମଧ୍ୟ ତା’ର କାମ ଦେଖାଉଛି ।

ତେବେ ଭାରତରେ ସକ୍ରିୟ ଥିବା ଭାଇରସର ଜିନ୍ କ୍ରମରେ ପାର୍ଥକ୍ୟ ରହିଛି । ତେଣୁ ଏହା କମ କ୍ଷତିକାରକ ହେବ କାରଣ କୋଷ ସହିତ ଏହାର ସଲଗ୍ନତା ସେତେ ସୁଦୃଢ ନୁହେଁ ।

ଡା. ଡି ନାଗେଶ୍ୱର ରେଡ୍ଡୀ ୨୦୦୨ରେ ପଦ୍ମଶ୍ରୀ ଓ ୨୦୧୬ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଅପିଲ୍: କହିଲେ, ମା’ ମାଉସୀଙ୍କ ଉପରେ ଲକ୍‌ଡାଉନ୍‌ର ବୋଝ ଲଦନ୍ତୁ ନାହିଁ

କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ହୋଇଥିବା ଲକଡାଉନରେ ପରିବାରର ମା, ମାଉସୀ, ଭାଉଜ ଓ ଭଉଣୀଙ୍କ ଉପରେ ସବୁ ବୋଝ ଲଦନ୍ତୁ ନାହିଁ । ଆଜି ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗଚୀଙ୍କ ଜରିଆରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାର୍ତ୍ତା ଦେଇଛନ୍ତି । ଏଥିସହିତ କରୋନା ରୋଗୀଙ୍କ ପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । କୋଭିଡ-୧୯ ହସ୍‌ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ମିଳିବ ମାଗଣା ଚିକିତ୍ସା ।

କରୋନା ଲକଡାଉନ ଏବେ ମହିଳାଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି … ସୋସିଆଲ ମିଡିଆରେ ଅସନ୍ତୋଷ ଜାହିର କରୁଛନ୍ତି ମହିଳା… ରୋଷେଇ ଠାରୁ ଆରମ୍ଭ କରି ବାସନ ମଜା ଓ ଲୁଗାସଫା ଯାଏଁ ସବୁ ଭାର ମହିଳାଙ୍କ ଉପରେ । ଏଭଳି ସ୍ଥିତି ବିବ୍ରତ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ମା, ମାଉସୀ, ଭାଉଜ ଓ ଭଉଣୀଙ୍କ ଉପରେ ଲକଡାଉନର ସମସ୍ତ ବୋଝ ଲଦିଦିଆନଯାଉ । ସେମାନେ ଭାଙ୍ଗିପଡ଼ିଲେ ଦେଶ ଭାଙ୍ଗିପଡିବ, ଆଜି ରାଜ୍ୟ ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗଚୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ବାର୍ତ୍ତା ଦେଇଛନ୍ତି । ସମସ୍ତେ ସଂଯମତା ରକ୍ଷା କରିବା ସହ ପୂଜା ଛୁଟି ପରି ମଉଜ ମଜଲିସ ନକରିବାକୁ ଆହ୍ଵାନ ଦେଇଛନ୍ତି ସରକାର ।

ଅନ୍ୟପଟେ ଲକଡାଉନରେ ୧୦ ପ୍ରତିଶତ ଲୋକ ଦାୟିତ୍ୱହୀନ ହେଉଥିବା ନଜରକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି । କ୍ୱରେଣ୍ଟାଇନ୍‌ ନିର୍ଦ୍ଦେଶକୁ ଉଲଂଘନ ଅଭିଯ଼ୋଗରେ ୬୧ଟି ମାମଲା ଦାଏର ହୋଇଥିବା ବେଳେ ଲକଡାଉନ ଉଲଂଘନ ଅଭିଯ଼ୋଗରେ ୧୫ଶହରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତେଣୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି ପୋଲିସ ଡିଜି । ଛାନିଆ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ନକିଣିବାକୁ ମଧ୍ୟ ପୋଲିସ ଡିଜି ପରାମର୍ଶ ଦେଇଛନ୍ତି ।

ରାଜ୍ୟ ବାହାରେ ପ୍ରାୟ ୧ ଲକ୍ଷ ୨୦ ହଜାର ଓଡିଆ ଫସିରହିଛନ୍ତି । ସେମାନଙ୍କ ଖାଇବା ପିଇବା ଓ ରହିବା ପାଇଁ ଅନ୍ୟ ରାଜ୍ୟ ସହ ଯ଼ୋଗାଯ଼ୋଗ କରାଯାଇ ପଦକ୍ଷେପ ନିଆଯାଇଛି । ସେହିଭଳି ଓଡିଶାରେ ପ୍ରାୟ ୨୦ ହଜାର ଅନ୍ୟରାଜ୍ୟ ଶ୍ରମିକ ରହିଛନ୍ତି । ସେମାନଙ୍କ ପାଇଁ ଗ୍ରାମାଞ୍ଚଳରେ ୨୫୦ଟି କ୍ୟାମ୍ପ ହୋଇଛି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଟୋଲ ଫ୍ରି ନମ୍ବର ଜାରି ହୋଇଛି । ଅନ୍ୟ ରାଜ୍ୟର ଶ୍ରମିକଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କ ଉତ୍ତରଦାୟିତ୍ୱ ବୋଲି କହିଛନ୍ତି ରାଜ୍ୟ ଶ୍ରମ ସଚିବ ।

ଗତ ୪୮ଘଣ୍ଟା ମଧ୍ୟରେ ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇନାହିଁ । ତେବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ରାଜ୍ୟରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୭୬ ଜଣ ଆଇସୋଲେସନରେ ଅଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ରନ୍ଧାଖାଦ୍ୟ ବଣ୍ଟନ: ଆଗୁଆ ମିଳିଛୁ ୩ ମାସର ପିଡିଏସ୍ ଚାଉଳ

ଭୁବନେଶ୍ୱର ବ୍ୟୁରୋ: ଲକଡାଉନ୍‌ କରିବନି ପେଟରେ ବ୍ରେକଡାଉନ୍‌ । ଭୋକରେ ରହିବେନି ଗରିବ ଦୁଃଖୀ । ମିଳୁଛି ୨ଓଳା ରନ୍ଧାଖାଦ୍ୟ । ଆଗୁଆ ୩ ମାସର ପିଡିଏସ୍‌ ଚାଉଳ । ହିତାଧୀକାରୀଙ୍କୁ ୪ ମାସରର ଭତ୍ତା ଟଙ୍କା । ମୁଖ୍ୟମନ୍ତ୍ରୀ ଘୋଷଣା ପରେ ପ୍ରଶାସନ ଦେଖାଇଛି ତତ୍ପରତା ।

ପଞ୍ଚାୟତସ୍ତରରେ ବଣ୍ଟାଯାଇଛି ରନ୍ଧାଖାଦ୍ୟ, ପିଡିଏସ ସାମଗ୍ରୀ ଓ ଭତ୍ତା ଟଙ୍କା । ଲକ୍‌ଡାଉନ ବେଳେ ଯେମିତି, ଜଣେ ବି ଭୋକରେ ନଶୋଉ, ସେନେଇ ସରକାର କଥା ଦେଇଥିଲେ । ଆଉ ଏବେ ଗରିବ ଗୁରୁବା ପାଇଁ ଖୋଲି ଦେଇଛନ୍ତି ଅନ୍ନଛତ୍ର । ଖାଲି ଅସହାୟ ବା ହିତାଧିକାରୀ ନୁହେଁ ବରଂ ବାହାର ରାଜ୍ୟର ଶ୍ରମିକଙ୍କ ପେଟ କଥା ବୁଝୁଛନ୍ତି ରାଜ୍ୟ ସରକାର ।

ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପହଞ୍ଚି ସାରିଛି ପିଡିଏସ୍‌ ଚାଉଳ । ମଙ୍ଗଳବାରଠାରୁ ହିତାଧିକାରୀଙ୍କୁ ୩ ମାସର ଆଗ୍ରୀମ ଚାଉଳ ବଣ୍ଟନ କରାଯିବ । ଅନ୍ୟପଟେ ସାମାଜିକ ନିରାପତ୍ତା ପାଇଁ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଏବଂ ବିଧବାଙ୍କୁ ୪ ମାସର ଭତ୍ତା ବଣ୍ଟନ କରାଯାଇଛି ।

ଜୟପୁରରେ ଗରିବ ଗୁରୁବାଙ୍କ ମୁହଁରେ ହସ ଫୁଟାଇଛି ପିଡିଏସ ଚାଉଳ ଏବଂ ଭତ୍ତା ଟଙ୍କା । କରଞ୍ଜିଆରେ ନିରାଶ୍ରୟ ଓ ଫସିଥିବା ଶ୍ରମିକଙ୍କୁ ବଣ୍ଟାଯାଇଛି ରନ୍ଧାଖାଦ୍ୟ । ଆସିକାରେ ମଧ୍ୟ ଭୋକର ଜ୍ୱଳାକୁ ଶାନ୍ତ କରିଛି ରନ୍ଧା ଖାଦ୍ୟ । ମାଲକାନଗିରିରେ ଲାଲବାହିନୀ ଭୟରେ ଘର ଛାଡିଥିବା ଶରଣାର୍ଥୀଙ୍କ ଜୀବନଯନ୍ତ୍ରଣାର  ଉପଶମ ଆଣିଦେଇଛି ପ୍ରଶାସନର ପ୍ରୟାସ ।

ଜଗତସିଂହପୁରରେ ଏସଏଚଜି ମହିଳା ସାଜିଛନ୍ତି କରୋନା ଯୋଦ୍ଧା । ଜନସାଧାରଣଙ୍କୁ ସୁରକ୍ଷିତ ରଖିବାକୁ ଗଳିକନ୍ଦିରେ ପନିପରିବା ବିକୁଛନ୍ତି ଏସଏଚଜି ମହିଳା ।

୯ ମାସ ପରେ ରଙ୍ଗ ଦେଖାଇବ ଲକ୍‌ଡାଉନ୍‌, ଜନ୍ମ ନେବେ ଅଧିକ ସନ୍ତାନ !

ନୂଆ ବର୍ଷ ମାନେ ୨୦୨୧ ଆରମ୍ଭରୁ ବିଶ୍ୱରେ ପିଲାମାନଙ୍କର ଜନ୍ମ ହାରରେ ବୃଦ୍ଦି ପାଇବ । କରୋନା ପାଇଁ ହୋଇଥିବା ଲଲକ୍‌ଡାଉନ୍‌ ହେତୁ ଆସନ୍ତା ବର୍ଷ ପାଇଁ ଏମିତି କଛି ସୂଚନା ରହିଛି । ଅର୍ଥାତ ଲକ୍‌ଡାଉନ୍‌ରେ ଥିବା ଯୁବକ ଦମ୍ପତିଙ୍କ ଯୋଗୁଁ ସାରା ବିଶ୍ୱରେ ଶିଶୁ ଜନ୍ମ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିବ ।

ହାର୍ଲି ଥେରାପିର କ୍ଲିନିକାଲ୍ ନିର୍ଦ୍ଦେଶକ ଡ. ଶେରି ଯାକବସନ୍ ଏହା ପ୍ରକାଶ କରିଛନ୍ତି । ଡ. ଶେରି କହିଛନ୍ତି ଯେ ଆମେ କେବଳ ବ୍ରିଟେନକୁ ଅଧ୍ୟୟନ କରିଛୁ ଯେ ଆସନ୍ତା ବର୍ଷ ଆରମ୍ଭରେ ଶିଶୁ ଜନ୍ମରେ ବୃଦ୍ଧି ଘଟିବ । କିନ୍ତୁ ଏହା ଲକ୍‌ଡାଉନ୍‌ ଥିବା ସମସ୍ତ ଦେଶ ପାଇଁ ପ୍ରଯୁଜ୍ୟ ।

ଡ. ଶେରି ଯାକବସନ୍ କହିଛନ୍ତି ଯେ ଯେତେବେଳେ ଲୋକମାନେ ଘରେ ଅଧିକ ସମୟ ବିତାଇବେ । ସେତେବେଳେ ସେମାନେ ବିରକ୍ତି ପ୍ରକାଶ କରିବେ । ଏଭଳି ପରିସ୍ଥିତିରେ ଯୁବକ ଦମ୍ପତିମାନେ ସେମାନଙ୍କ ପିଢ଼ିକୁ ଆଗକୁ ବଢ଼ାଇବାକୁ ଚିନ୍ତା କରିବେ । ତେଣୁ ଚଳିତ ବର୍ଷ ଶେଷରେ ଏବଂ ଆସନ୍ତା ବର୍ଷ ଆରମ୍ଭରେ ଶିଶୁ ବୃଦ୍ଧି ହେବାର ସମ୍ଭାବନା ରହିଛି । ଶେରି କହିଛନ୍ତି ଯେ ଲକ୍‌ଡାଉନ୍ କିମ୍ବା ବନ୍ଦ ଯୋଗୁଁ ଗର୍ଭନିରୋଧକ ଔଷଧ ତିଆରି କରୁଥିବା କମ୍ପାନୀଗୁଡିକ ବନ୍ଦ ରହିଛି । ବଜାର ଷ୍ଟକ୍‌ ଥିବା ଔଷଧ ଶେଷ ହୋଇଯାଇଛି । ଏପରି ପରିସ୍ଥିତିରେ ଶିଶୁର ବୃଦ୍ଧି ଘଟିବ ବୋଲି ସମସ୍ତ ଆଶା କରିଛନ୍ତି ଶେରି  । କାରଣ ଦମ୍ପତିମାନେ ଶାରୀରିକ ସମ୍ପର୍କରେ ଆସିବା ଦ୍ୱାରା ସେମାନଙ୍କ ଚାପ ମଧ୍ୟ ହ୍ରାସ ପାଇଥାଏ ।

ଭାରତରେ ମଧ୍ୟ ସମାନ ଅବସ୍ଥା । ଅନେକ ବିବାହିତ ଦମ୍ପତି ଏବଂ ପ୍ରେମିକ-ଗର୍ଲଫ୍ରେଣ୍ଡ ଏକାଠି ଅଛନ୍ତି  । ସେମାନେ ମେଡିକାଲ ଷ୍ଟୋରରୁ କଣ୍ଡୋମ କିଣୁଛନ୍ତି । କିମ୍ବା ଅନଲାଇନ୍ ସପିଂ ସାଇଟରୁ ଅର୍ଡର କରୁଛନ୍ତି । ସମସ୍ୟା ହେଉଛି ବର୍ତ୍ତମାନ ମେଡିକାଲ ଷ୍ଟୋରରେ କଣ୍ଡୋମର ଅଭାବ ଦେଖାଦେଇଛି  । ଗତ କିଛି ଦିନ ମଧ୍ୟରେ କଣ୍ଡୋମ ବିକ୍ରି ୨୫ ରୁ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି ।

କେତେକ ମେଡିକାଲ ଷ୍ଟୋରରେ ଲକ୍‌ଡାଉନ୍‌ ପାଇଁ କଣ୍ଡୋମ ଷ୍ଟକ୍ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହି ଲକଡାଉନ୍ ନବ ବିବାହିତ ଦମ୍ପତିମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । କିମ୍ବା ଯେଉଁମାନେ କାମ ହେତୁ ପରସ୍ପରକୁ ସମୟ ଦେଇପାରିନଥିଲେ ସେମାନଙ୍କ ପାଇଁ ଏହା ମଧ୍ୟ ଲାଭଦାୟକ ଅଟେ  ।

ଲାଠି ଚାର୍ଜ କରି ଥକିଲେ, ଅମାନିଆଙ୍କୁ ବୁଝାଇବା ପାଇଁ ଶେଷରେ ଗୀତ ଗାଇଲେ

ଦୂରହାଟକୁ ସଉଦା କିଣି ଗଲେ ଗାଡ଼ି ଉଠାଇ ନେବ ପୋଲିସ

ଭୁବନେଶ୍ୱର: ଏଥର ଅମାନିଆଙ୍କ ଗାଡ଼ି ଉଠାଇଲା ପୋଲିସ । କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌ ନିୟମ ନମାନି ଗାଡ଼ିରେ ବୁଲୁଥିବା ଲୋକଙ୍କ ଗାଡ଼ିକୁ ପୋଲିସ ଉଠାଇ ନେଉଛି । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରରେ ପୋଲିସ୍‌ ଏଭଳି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ମାର୍କେଟିଂ ବାହାନାରେ ବାହାରେ ଘେରାଏ ବୁଲି ଆସିବାକୁ ଚେଷ୍ଟା କରୁଥିବା ଲୋକ ହରଡ଼ଘଣାରେ ପଡ଼ିଛନ୍ତି ।

ଭୁବନେଶ୍ୱରରୁ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ୧ ନମ୍ବର ହାଟ ସମେତ ବିଭିନ୍ନ ଛକରେ ପୋଲିସ କ୍ରେନ୍‌ ଲଗାଇ ଶହେରୁ ଅଧିକ ବାଇକ୍‌ ଉଠାଇ ନେଇଛି । ବିରି ମାଡ ଦେଖି କୋଳଥ ଚେପା ଭଳି ଲୋକ ଛତ୍ରଭଙ୍ଗ ଦେଉଛନ୍ତି । ଦେଶରେ କରୋନା ସ୍ଥିତି ଭୟଙ୍କର ଆଡ଼କୁ ଗତି କରୁଛି ।

ସାମାଜିକ ଦୂରତା ରକ୍ଷା ଓ ସଂଗରୋଧ ପାଇଁ ପ୍ରଚାର ଚାଲିଛି । ଦିନରାତି ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରୁଛି ପୋଲିସ୍‌ । କିନ୍ତୁ ଜନତା ମାନିବାକୁ ପ୍ରସ୍ତୁତ ନୁହନ୍ତି । ଘର ପାଖରେ ଦୋକାନ ଥିଲେ ବି ଦୂରହାଟ ବୁଲିବାକୁ ଲୋକ ଯାଉଛନ୍ତି । ହାଟରେ ପ୍ରବଳ ଭିଡ଼ ହେଉଛି ।

ବ୍ରହ୍ମପୁର, ବାଲେଶ୍ୱର, ରାଉରକେଲା, କଟକ, ପୁରୀ, ଏମିତି ପ୍ରାୟ ସବୁ ସହରରେ ଭିଡ଼ ଚିନ୍ତାର କାରଣ ପାଲଟିଛି । ଆଉ ଆକ୍ସନ ମୋଡ୍‌କୁ ଆସିଛି ପୋଲିସ । ଲୋକଙ୍କୁ ଚେତାବନୀ ଦେବା ସହ ଘର ପାଖ ମାର୍କେଟରୁ ସାମଗ୍ରୀ କିଣିବାକୁ ପରାମର୍ଶ ଦେଇଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଶହେରୁ ଅଧିକ ବାଇକ ଜବତ କରି ଫାଇନ୍‌ କାଟିଛି ପୋଲିସ୍‌ । ଆଗକୁ ଲୋକ ଲକଡାଉନ୍‌ ନିୟମ ଉଲ୍ଲଂଘନ କଲେ ଏପ୍ରିଲ ୧୫ ପର୍ଯ୍ୟନ୍ତ ଗାଡ଼ି ଥାନାରେ ରହିବ । କେବଳ ରାଜଧାନୀ ନୁହେଁ, ଯେଉଁଠି ଭିଡ଼ ସେଇଠି ବାଇକ୍‌ ଜବତ କରିବ ପୋଲିସ୍‌ ।

ବିଶ୍ୱବ୍ୟାପୀ ୭ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କରୋନାରେ ଆକ୍ରାନ୍ତ: ୩୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ବିଶ୍ୱରେ କୋଭିଡ୍‌-୧୯ ପ୍ରକୋପ। ୧୯୯ଟି ଦେଶରେ ୭ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏଯାଏଁ ୩୪ ହଜାର ଜୀବନ ନେଲାଣି ଭୟଙ୍କର କରୋନା ଭାଇରସ୍‌।

ଆମେରିକାରେ ସ୍ଥିତି ସଂକଟାପନ୍ନ ରହିଛି। ଦୁଇ ଦିନ ଭିତରେ ମୃତ୍ୟୁ ସଂଖ୍ୟା ୨ଗୁଣା ହୋଇଛି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ନ୍ୟୁୟର୍କ । ଆମେରିକାରେ ୨୫ଶହରୁ ଅଧିକ କରୋନାରେ ପ୍ରାଣ ହରାଇଛନ୍ତି। ଆସନ୍ତା୨ ସପ୍ତାହରେ ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ସର୍ବାଧିକ ହେବା ନେଇ ଡୋନାଲ୍‌ଡ ଟ୍ରମ୍ପ ଆଶଙ୍କା କରିଛନ୍ତି।

ଏପରିକି ୨ ଲକ୍ଷ ଡେଇଁପାରେ ମୃତ୍ୟୁ ସଂଖ୍ୟା। ତେଣୁ ସଂକ୍ରମଣ ରୋକିବାକୁ ହୋଇଥିବା ସାମାଜିକ ଦୂରତା ସମୟସୀମା ଏପ୍ରିଲ ୩୦ ଯାଏଁ ବଢାଯାଇଛି। ସେପଟେ କରୋନା ସଂକ୍ରମଣରେ ସ୍ପେନ୍‌ ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ ହୋଇଛି।

କରୋନା କେନ୍ଦ୍ର ପାଲଟିଥିବା ଇଟାଲୀରେ ମୃତ୍ୟୁ ସଂଖ୍ୟା ୧୦ହଜାର ଟପିଛି। ଚିକିତ୍ସା କରୁଥିବା ୫୧ ଜଣ ଡାକ୍ତରଙ୍କ ଜୀବନ ଯାଇଛି। ଫ୍ରାନ୍‌ସରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୨ଜଣ ପ୍ରାଣ ହରାଇଛନ୍ତି। ଜାନୁଆରୀ ୧୯ରେ ସାରା ବିଶ୍ୱରେ ମାତ୍ର ଶହେ ଲୋକ ସଂକ୍ରମିତ ଥିବା ବେଳେ ଏବେ ଏସଂଖ୍ୟା ୭ଲକ୍ଷ ଟପିଛି।

ଟୋକିଓ ଅଲିମ୍ପିକ୍ ପାଇଁ ଘୋଷଣା ହେଲା ନୂଆ ତାରିଖ…

ଆସନ୍ତା ବର୍ଷ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ ଇଭେଣ୍ଟ ପାଇଁ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ନୂଆ ତାରିଖ ଘୋଷଣା କରିଛି । ଅଲିମ୍ପିକ୍ ଗେମ୍ସ ୨୦୨୧ ରେ ୨୩ ଜୁଲାଇରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହାପୂର୍ବରୁ ଅଲିମ୍ପିକ୍  ୨୦୨୦ ଜୁଲାଇ ୨୪ରୁ ୯ ଅଗଷ୍ଟ ମଧ୍ୟରେ ଅନୁଷ୍ଠିତ ହେବକୁ ଥିଲା । କିନ୍ତୁ କରୋନା ଭାଇରସ୍‌ ପାଇଁ ଅଲିମ୍ପିକ୍‌କୁ  ଏକ ବର୍ଷ ପାଇଁ ସ୍ଥଗିତ ରଖାଯାଇଛି । ପାରାଅଲିମ୍ପିକ୍ ଗେମ୍ସ ୨୪ ଅଗଷ୍ଟରୁ ୫ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଗତ ସପ୍ତାହରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଅଲିମ୍ପିକ୍ ଖେଳ ସ୍ଥଗିତ ରଖିବାକୁ ଘୋଷଣା କରିଥିଲା। ଅଲିମ୍ପିକ୍ ଖେଳକୁ ସ୍ଥଗିତ ରଖିବାକୁ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଅଲିମ୍ପିକ୍ କମିଟିକୁ ସୁପାରିଶ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସୁପାରିଶକୁ ଗ୍ରହଣ କରି ଅଲିମ୍ପିକ୍ କମିଟି ଖେଳକୁ ଏକ ବର୍ଷ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା ।

ଯୋଗୀ କହିଲେ ‘ବକୱାସ୍‌ ବନ୍ଦ କର’, ଜିଲ୍ଲାପାଳ ନେଲେ ଏହି ପଦକ୍ଷେପ

ନୋଏଡା: ଉତ୍ତର ପ୍ରଦେଶର କରୋନା ଭାଇରସ ଆତଙ୍କ ଖେଳାଇ ଥିବା ବେଳେ ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କ୍ରୋଧର ଶିକାର ହୋଇଛନ୍ତି ନୋଏଡା ଜିଲ୍ଲାପାଳ । ଉତ୍ତର ପ୍ରଦେଶରେ ନୋଏଡାରେ କରୋନାର ସର୍ବାଧିକ ମାମଲା ସାମ୍ନାକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଦିନ ଗୌତମବୁଦ୍ଧ ନଗର ଗସ୍ତରେ ଆସିଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ ଥିଲେ ଜିଲ୍ଲାଧିକାରୀ ।

ଜିଲ୍ଲାଧିକାରୀଙ୍କ ଉପରେ ସେ ବିରକ୍ତ ହୋଇଥିଲେ । ବୈଠକର ଗୋଟିଏ ଭିଡିଓ ସାମ୍ନାକୁ ଆସିଛି,ଯେଉଁଥିରେ ଯୋଗୀ ଜିଲ୍ଲାପାଳଙ୍କୁ ‘ବକୱାସ ବନ୍ଦ କରନ୍ତୁ । ଆପଣ ମାନଙ୍କ ବକୱାସ ପାଇଁ ପରିସ୍ଥିତି ଖରାପ ହୋଇଛି । ଉତ୍ତରଦାୟିତ୍ୱ ନେବା ବଦଳରେ ପରସ୍ପରକୁ ଦୋଷ ଦେଉଛ’ କହୁଥିବା ଶୁଣିବାକୁ ମିଳୁଛି ।

ଲାଠି ଚାର୍ଜ କରି ଥକିଲେ, ଅମାନିଆଙ୍କୁ ବୁଝାଇବା ପାଇଁ ଶେଷରେ ଗୀତ ଗାଇଲେ

ଏହି ଘଟଣା ପରେ ଜିଲ୍ଲାପାଳ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ତିନି ମାସ ଛୁଟି ମାଗିଛନ୍ତି । ଚିଠିରେ ସେ ଲେଖିଛନ୍ତି ଯେ, ବ୍ୟକ୍ତିଗତ କାରଣରୁ ମୁଁ ଏହି ପଦବୀରେ ରହିବାକୁ ଚାହୁଁନି । ମୋତେ ତିନି ମାସ ଛୁଟି ଦିଆଯାଉ । କୋଭିଡ୍-୧୯କୁ ଦୃଷ୍ଟିରେ ରଖି ,ଯେଭଳି କାମରେ ପ୍ରଶାସନିକ ଶିଥିଲତା  ନଆସେ ସେଥିପାଇଁ ଅନ୍ୟ କୌଣସି ଅଧିକାରୀଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଉ ।