spot_img
Home Blog Page 7422

ଏହି ସବୁ ଖାଦ୍ୟ ଖାଇଲେ ମିଳିବ କରୋନା ସହ ଲଢ଼ିବାର ଶକ୍ତି

ଶିଶୁ ଏବଂ ବୃଦ୍ଧମାନଙ୍କ ପ୍ରତି କରୋନା ଭାଇରସ୍‌ର ବିପଦ ଅଧିକ ଥାଏ । କାରଣ ସେମାନଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ବହୁତ କମ୍‌ । କରୋନା ଭାଇରସ୍‌ରେ ସେଇମାନେ ମୃତ୍ୟୁ ବରଣ କରିଥାନ୍ତି ଯାହାଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ଥାଏ । ଯଦି ଆପଣଙ୍କ ଶିଶୁ ଏବଂ ବୃଦ୍ଧ ରୋଗ ପ୍ରତିରୋଧକ ଶକ୍ତି ଶକ୍ତିଶାଳୀ ନୁହଁନ୍ତି, ତେବେ ଲକ୍‌ଡାଉନ୍‌ ସମୟରେ ତାଙ୍କ ଖାଦ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ । ଏହା ଖାଇବା ଦ୍ୱାରା ତାଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ଏବଂ ରୋଗ ତାଙ୍କୁ ଶୀଘ୍ର ଶିକାର କରିବ ନାହିଁ ।

ଲାଲ କ୍ୟାପ୍ସିକମ୍‌-

ଏଥିରେ ଭିଟାମିନ୍ ସି ସାଧାରଣ ପରିବାଠାରୁ ଦୁଇଗୁଣ ଅଧିକ ଥାଏ । ଏଥିରେ ପ୍ରଚୁର ପରିମାଣର ବିଟା କାରୋଟିନ ମଧ୍ୟ ମିଳିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ବ୍ୟତୀତ ଭିଟାମିନ୍ ସି ଚର୍ମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ବିଟା କାରୋଟିନ୍ ମଧ୍ୟ ଆପଣଙ୍କ ଆଖି ପାଇଁ ଭଲ ।

ଦହି-

ଡାକ୍ତରମାନେ କହିଛନ୍ତି ଯେ ଦହି ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଦହି ମଧ୍ୟ ମାଂସପେଶୀର ପ୍ରସାରକୁ ଆରାମ ଦେଇଥାଏ । ଶରୀରକୁ ଅତି ଶୀଘ୍ର ଶକ୍ତି ଦେବା ପାଇଁ ଏହା କାମ କରେ । ଅନେକ ଲୋକ ବ୍ୟାୟାମ ପରେ ଏହାକୁ ନିୟମିତ ଖାଦ୍ୟରେ ମଧ୍ୟ ଗ୍ରହଣ କରନ୍ତି ।

ପନିପରିବା-

ପିଲାମାନଙ୍କର ଖାଦ୍ୟରେ ରାଜମା, ଚଣା, ଛୋଲେ ମଟର ଏବଂ ବିଭିନ୍ନ ପ୍ରକାରର ଡାଲି ଭଳି ପନିପରିବା ମଧ୍ୟ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ । ଏହି ଜିନିଷଗୁଡ଼ିକ ଶରୀରରେ ପ୍ରୋଟିନର ଅଭାବ ପୂରଣ କରିବା ସହିତ ରୋଗ ପ୍ରତିରୋଧକ ଶକ୍ତିରେ ମଧ୍ୟ ଉନ୍ନତି ଆଣେ ।

କେଫିର –

କେଫିର ହେଉଛି ବିଶ୍ୱର ସବୁଠାରୁ ଲାଭଦାୟକ ପ୍ରୋବାୟୋଟିକ୍ସ ଖାଦ୍ୟ । ଏହା ଏକ ପ୍ରୋବାୟୋଟିକ୍ ପାନୀୟ । କଦଳୀ ତୁଳନାରେ ଏଥିରେ ଅଧିକ ଭଲ ବ୍ୟାକ୍ଟେରିଆ ଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ |

ଖଟା ଫଳ-

ଅଧିକାଂଶ ରୋଗରେ ଡାକ୍ତର ରୋଗୀଙ୍କୁ ଖାଟା ଜାତୀୟ ଫଳ ଖାଇବାକୁ ପରାମର୍ଶ ଦିଅନ୍ତି । ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଶରୀରକୁ ଶୀତଳତା ସହିତ ଲଢ଼ିବା ପାଇଁ ଶକ୍ତିଶାଳୀ କରିଥାଏ । ଖଟା ଫଳଗୁଡ଼ିକରେ ଅଙ୍ଗୁର, କମଳା, ଟାଙ୍ଗରାଇନ୍, ଲେମ୍ବୁ ଅନ୍ତର୍ଭୁକ୍ତ । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ, ଆପଣ ଏହି ଫଳଗୁଡ଼ିକୁ ନିୟମିତ ଖାଇବା ଉଚିତ୍ ।

ବେରି-

ଅଙ୍ଗୁର, ନୀଳ ବେରି, କ୍ରାନବେରି, ଷ୍ଟ୍ରବେରି, କୋକୋ, ଡାର୍କ ଚକୋଲେଟ୍ କେବଳ ଅଲ୍ଟ୍ରା-ବାଇଗଣି ରଶ୍ମି ଏବଂ ଫଙ୍ଗଲ୍ ସଂକ୍ରମଣ କ୍ଷେତ୍ରରେ ପ୍ରଭାବଶାଳୀ ନୁହେଁ, ବରଂ ଶରୀରକୁ ସମସ୍ତ ପ୍ରକାର ଜୀବାଣୁରୁ ମଧ୍ୟ ରକ୍ଷା କରିଥାଏ  ।

ମାଂସ –

ସବୁଜ ପନିପରିବା ଖାଇବା ଦ୍ୱାରା ଆପଣଙ୍କ ପିଲା ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ପାଇଥାନ୍ତି ।  କିନ୍ତୁ ତାଙ୍କ ଶରୀର ପାଇଁ କିଛି ପୋଷକ ତତ୍ତ୍ୱ କେବଳ ମାଂସରେ ଥାଏ । ପ୍ରୋଟିନ୍, ଆଇରନ୍ ଏବଂ ଜିଙ୍କ ଅଭାବକୁ ପୂରଣ କରିବା ପାଇଁ ସେମାନଙ୍କ ଖାଦ୍ୟରେ ମାଂସ ଅନ୍ତର୍ଭୁକ୍ତ କରନ୍ତୁ ।

ଏଭୋକାଡୋ-

ଭିଟାମିନ୍-ଇ ଧାରଣ କରିଥିବା ଏଭୋକାଡୋ ଆପଣଙ୍କ ଶିଶୁର ଶାରୀରିକ ବିକାଶ ଏବଂ ପ୍ରତିରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । ଜଳଖିଆ ସମୟରେ ଆପଣ ସେମାନଙ୍କ ଖାଦ୍ୟରେ ସାଣ୍ଡୱିଚ୍ ସହିତ ଏଭୋକାଡୋ ଦେଇପରିବେ ।

ନଡ଼ିଆ ତେଲ-

ସୋରିଷ ତେଲ ବଦଳରେ ନଡିଆ ତେଲ ବ୍ୟବହାର କରିବା କିମ୍ବା ରାନ୍ଧିବା ସମୟରେ ବିଶୋଧନ କରିବା ଭଲ । ଏଥିରେ ଲରିକ୍ ଏସିଡ୍ ଏବଂ କ୍ୟାପ୍ରିଲିକ୍ ଏସିଡ୍ ଥାଏ ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଏହାକୁ ଭାଇରାଲ୍ ରୁ ରକ୍ଷା କରିଥାଏ ।

ବାଦାମ-

ଥଣ୍ଡାକୁ ରୋକିବା ପାଇଁ ଶରୀରରେ ଭିଟାମିନ୍ ଇ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭିଟାମିନ୍ ଇ ରୋଗ ପ୍ରତିରୋଧକ ଶକ୍ତିକୁ ସୁସ୍ଥ ରଖେ । ବାଦାମରେ ଭିଟାମିନ୍ ଇ ସହିତ ସୁସ୍ଥ ଚର୍ବି ମଧ୍ୟ ମିଳିଥାଏ । ଅଧା କପ୍ ବାଦାମ ଆପଣଙ୍କ ଆବଶ୍ୟକ ଭିଟାମିନ୍ ଗ୍ରହଣକୁ ପ୍ରତିଦିନ ପୂରଣ କରିବ ।

ସ୍ମସିତ ପାତ୍ରଙ୍କ ବଦାନ୍ୟତା : ୪ ମାସର ଦରମା କଲେ ଦାନ

ଭୁବନେଶ୍ୱର: କୋଭିଡ-୧୯ ମୁକାବିଲା ନେଇ ସହାୟତାର ହାତ ବଢ଼ାଇଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କରୋନା ମୁକାବିଲା ଦିଗରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ନିଜର ୪ ମାସର ଦରମା ଟଙ୍କା ସହିତ ଏମ୍‌ପିଲେଡରୁ ୨ କୋଟି ଟଙ୍କା ପ୍ରଦାନ କରିଛନ୍ତି ଶ୍ରୀ ପାତ୍ର । କରୋନା ମୁକାବିଲା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁପ୍ରାଣିତ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ମାର୍ଚ୍ଚ ୩୦ ତାରିଖରେ ନିଜ ଗୋଟିଏ ମାସର ଦରମାକୁ ପ୍ରଧାନମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଦାନ କରିଥିଲେ । ଏଥିସହିତ ଏମ୍‌ପିଲେଡ୍ ଫଣ୍ଡରୁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି ସସ୍ମିତ ପାତ୍ର ।

ଏହା ପୂର୍ବରୁ ୨୫ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ନିଜର ୩ ମାସର ଦରମା ଦାନ କରିଛନ୍ତି ଶ୍ରୀ ପାତ୍ର । ଏଥିସହିତ ଏମ୍‌ପିଲେଡ୍‌ରୁ ୧ କୋଟି ଟଙ୍କା ମୟୂରଜିଲ୍ଲା ପାଇଁ ପ୍ରଦାନ କରିଛନ୍ତି ।

 

କରୋନା ବିରୋଧରେ ନବୀନଙ୍କ ପଦକ୍ଷେପକୁ ଜାତୀୟ ଗଣମାଧ୍ୟମର ପ୍ରଶଂସା

କରୋନା ସଂଘର୍ଷ ପାଇଁ ଜାତୀୟ ଗଣମାଧ୍ୟମରେ ହିରୋ ବନିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ବୃଢ଼ ପଦକ୍ଷେପ ପାଇଁ ଆଜି ଓଡ଼ିଶାରେ ଏତେ କମ୍‌ କରୋନା ଆକ୍ରାନ୍ତ ହୋଇଛନ୍ତି । ଓଡ଼ିଶାରେ କରୋନା ମୁକାବିଲା ପଦକ୍ଷେପ ପାଇଁ  ଜାତୀୟ ଗଣମାଧ୍ୟମରେ ନବୀନଙ୍କ ଚର୍ଚ୍ଚା । ରାଜସ୍ଥାନରୁ ପ୍ରକାଶ ପାଇଥିବା ଖବର କାଗଜ ଦୈନିକ ନବଜ୍ୟୋତି ଆଜମେର୍ ଏଡିସନ୍‌ର ପ୍ରଥମ ପୃଷ୍ଠାରେ ନବୀନଙ୍କ କରୋନା ମୁକାବିଲା ସଂପର୍କିତ ଏକ ତୁଳନାତ୍ମକ ଖବର ପ୍ରକାଶ ପାଇଛି । ଯେଉଁଥିରେ ଲେଖାଯାଇ ବିପର୍ଯ୍ୟୟ ପରିଚାଳନାରେ ଚାଣକ୍ୟ କୁହାଯାଉଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଅନ୍ୟ ରାଜ୍ୟମାନେ ଶିକ୍ଷାଲାଭ କରନ୍ତୁ ।

ଖାଲି ସେତିକି ନୁହେଁ । ସେଥିରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି କି  ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ  ଯିଏ କରୋନା ପାଇଁ ପ୍ରଥମେ ହେଲ୍ପ ଲାଇନ୍ ନମ୍ବର ଜାରି କରିଥିଲା । ପ୍ରଥବେ ବିଦେଶରୁ ଆସୁଥିବା ଲୋକଙ୍କୁ ପଂଜୀକରଣ ବ୍ୟବସ୍ଥା କରିଥିଲା । ଓଡ଼ିଶା ପ୍ରଥମ ରାଜ୍ୟ ଯେଉଁଠି ପ୍ରଥମ ହୋଟେଲରେ କ୍ୱାରେଣ୍ଟାଇନ ବ୍ୟବସ୍ଥା ଆରମ୍ଭ କରାଯାଇଛି ।

ଚିନ୍‌ ପରେ ଓଡ଼ିଶାରେ ଏକା ଥରକେ ୧ହଜାର ବେଡ଼ କରୋନା ଆକ୍ରାନ୍ତଙ୍କ ପାଇଁ ତିଆରି କରାଯାଇଛି । ଯେଉଁଥିପାଇଁ ରାଜ୍ୟ ସରକାର ଦୁଇଟି ଡାକ୍ତରଖାନା ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି ।  ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯିଏକି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସେମାନଙ୍କ ରାଜ୍ୟରେ ଥିବା ଓଡିଆ ଲୋକଙ୍କ ସହାୟତା ଓ ଖାଦ୍ୟ ପେୟ ଯୋଗାଇ ଦେବାକୁ ଅନୁରୋଧ କରିଛି । ଅନ୍ୟ ରାଜ୍ୟର ଲୋକଙ୍କ ପାଇଁ ଓଡ଼ିଶାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି  ଓଡ଼ିଶା ସରକାର ଘୋଷଣା କରିବା ସହିତ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛି।  ଅନ୍ୟ ରାଜ୍ୟର ପାଖାପାଖି ୨୦ ହଜାର ଶ୍ରମିକ ଓ ଫସି ରହିଥିବା ଲୋକଙ୍କ ପାଇଁ ଓଡ଼ିଶା ସରକାର ଖାଦ୍ୟପେୟ ବ୍ୟବସ୍ଥା କରିଛନ୍ତି ।

କେବଳ ଦୈନିକ ନବଜ୍ୟୋତି ନୁହେଁ ଦୈନିକ ଭାସ୍କର ମଧ୍ୟ ନବୀନଙ୍କ ବିପର୍ଯ୍ୟୟ ମୁକାବିଲା ରଣନୀତିକୁ ପ୍ରଶଂସା କରିଛି । କରୋନା ମୁକାବିଲା ପଦକ୍ଷେପ ନେବାରେ ନବୀନଙ୍କ ନେତୃତ୍ୱରେ ଓଡ଼ିଶା ଢେର ଆଗରେ ଅଛି ବୋଲି ଭାସ୍କର ତା’ରିପୋର୍ଟରେ କହିଥିଲା ।

https://www.bhaskar.com/db-original/news/naveen-patnaik-odisha-government-disaster-management-package-amid-coronavirus-outbreak-in-india-127064617.html

 

ପୁଣି ଖୋଲିଲା ଚୀନର ବଦନାମ ମିଟ୍ ମାର୍କେଟ୍,ଚାଲିଛି ସେଇ ପୁରୁଣା ବେପାର

ନୂଆଦିଲ୍ଲୀ: ଚୀନ ସେଇ ବଜାରକୁ ପୁଣିଥରେ ଖୋଲିଛି ଯେଉଁଠୁ କୋରନା ପେସେଣ୍ଟ୍ ଜିରୋ ବାହାରିଥିଲା । ମାନେ ଯେଉଁଠୁ କୋରନାର ପ୍ରଥମ ଶିକାର ଆସିଥିଲେ । ଆମେ କହୁଛୁ ଉହାନର ବଦନାମ ମିଟ୍ ମାର୍କେଟ କଥା । ସେଇ ମାର୍କେଟ୍ ଯେଉଁଠି କୁକୁର,ବିଲେଇଙ୍କଠାରୁ କଙ୍କଡା ବିଛା ପର୍ଯ୍ୟନ୍ତ ସବୁକିଛି ମିଳିଥାଏ । କରୋନା ଭାଇରସ ଚୀନରେ ଆତଙ୍କ ଖେଳାଇବା ପରେ ବନ୍ଦ ହୋଇଯାଇଥିବା ମିଟ୍ ମାର୍କେଟକୁ ପୁଣି ଥରେ ଖୋଲିବା ପାଇଁ ଚୀନର କମ୍ୟୁନିଷ୍ଟ ସରକାର ଅନୁମତି ଦେଇଛନ୍ତି । ଚୀନ କହିବା ଅନୁସାରେ କରୋନା ଏବେ କଣ୍ଟ୍ରୋଲରେ ତେଣୁ ମିଟ୍ ମାର୍କେଟ ଖୋଲିବାକୁ ଅନୁମତି ଦିଆଗଲା ।

ଏହି ବଜାରରେ ପୁଣିଥରେ ଜୀବନ୍ତ ପ୍ରାଣୀ ବିକ୍ରି ହେଉଥିବା ନଜର ଆସିଛି । ସୂଚନା ଅନୁଯାୟୀ, ଏହି ଆମିଷ ମାର୍କେଟରେ ବିଲେଇ,କୁକୁର ଏବଂ ବାଦୁଡ଼ି ମାଂସ ବିକ୍ରି ହେବା ଆରମ୍ଭ ହୋଇଛି ।

ଏହି ମାର୍କେଟକୁ ଜାନୁଆରୀରେ ବନ୍ଦ କରିଥିଲା ଚୀନ । ତେବେ ବର୍ତ୍ତମାନ ଚୀନ କହିଛି ସେ ଏବେ କରୋନାକୁ ପରାସ୍ତ କରିଛି । ତେଣୁ ବଜାରରେ ପୂର୍ବପରି ପୁଣି ଥରେ ଏହି ବ୍ୟବସାୟକୁ ଆରମ୍ଭ କରାଯାଇଛି । ତେବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହା ସେହି ମାର୍କେଟରେ ବିକ୍ରି ହେଉଥିବା ଜୀଅନ୍ତା କଙ୍କଡ଼ା ବିଛାର ।

ତେବେ, ଯଦିଓ ଚୀନ କହିଛି ଯେ ଏହା COVID-19କୁ ପରାସ୍ତ କରିଛି, ତଥାପି ସମଗ୍ର ବିଶ୍ୱ ସଂକ୍ରମଣ ଶିକାର ହେବାରେ ଲାଗିଛି । ଚୀନର ଏପରି ବୟାନ ତାକୁ ସନ୍ଦେହ ଘେରକୁ ଟାଣି ଆଣିଛି। କିନ୍ତୁ ବିଭିନ୍ନ ସମୀକ୍ଷାରୁ ଜଣାପଡ଼ୁଛି ଯେ, ଚୀନ୍ ବିଶ୍ୱକୁ କରୋନା ଭାଇରସକୁ ନେଇ ବହୁତ କିଛି ଲୁଚାଇବା ସହ ମିଛ କହିଛି ।

ଧାର ଟଙ୍କା ଫେରସ୍ତ କରିବା ନେଇ ବ୍ୟାଙ୍କ ଓ ED କରୁନାହାନ୍ତି ସହଯୋଗ: ମାଲ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ଲାଗି ଉପୁଜିଥିବା ପରିସ୍ଥିତିକୁ ନେଇ କରୁଣା ମନୋଭାବ ଜାତ ହୋଇଛି ପଳାତକ ବିଜୟ ମାଲ୍ୟାଙ୍କ ମନରେ । ବ୍ୟାଙ୍କରୁ ଧାର ନେଇଥିବା ସମସ୍ତ ଟଙ୍କା ଫେରାଇବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି ଟ୍ୱିଟ୍ କରି ଏହା ଜଣାଇଛନ୍ତି ମାଲ୍ୟା । ହେଲେ ବ୍ୟାଙ୍କ କିମ୍ୱା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଥିରେ ସାହାଯ୍ୟ କରୁନଥିବା ଟ୍ୱିଟ୍‌ରେ ସେ ଅଭିଯୋଗ କରିଛନ୍ତି ।

କେନ୍ଦ୍ର ସରକାର କରୋନା ମୁକାବିଲା ନେଇ ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରିବା ଭଳି ଅକଳ୍ପନୀୟ ନିଷ୍ପତ୍ତି ନେଇଛନ୍ତି ।  ଆମେ ଏହାକୁ ସମ୍ମାନ କରୁ, କିନ୍ତୁ ଏହି କାରଣରୁ ମୋର ସମସ୍ତ କମ୍ପାନୀର କାର୍ଯ୍ୟ ଠପ୍‌ ହୋଇଗଲା |

Business Insider

ସମସ୍ତ ପ୍ରକାର ଉତ୍ପାଦନ ମଧ୍ୟ ବନ୍ଦ ଅଛି | ଏହା ସତ୍ତ୍ୱେ, ଆମେ ଆମର କର୍ମଚାରୀମାନଙ୍କୁ ଘରକୁ ପଠାଉନାହୁଁ ଏବଂ ସେମାନଙ୍କୁ ଖର୍ଚ୍ଚ ଅଯଥାରେ ଟଙ୍କ ଦେବାକୁ ପଡ଼ୁଛି ।  ଏଦିଗରେ ସରକାର ଆମକୁ ସାହାଯ୍ୟ କରିବା ଦରକାର ।

ଏଥିସହିତ ସେ ଆହୁରି ଲେଖିଛନ୍ତି ଯେ, ସମସ୍ତ ଟଙ୍କା ଫେରସ୍ତ ନେଇ ସେ ଅନେକ ଥର ଅଫର ଦେଇଛନ୍ତି । ବ୍ୟାଙ୍କଗୁଡ଼ିକ ଟଙ୍କା ନେବାକୁ ପ୍ରସ୍ତୁତ ନୁହଁନ୍ତି କିମ୍ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାହାଯ୍ୟ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଏଭଳି ସଙ୍କଟ ସମୟରେ ଅର୍ଥମନ୍ତ୍ରୀ ତାଙ୍କ କଥା ଶୁଣିବେ।

Enforcement Directorate - Wikipedia

ସୂଚନା ଯୋଗ୍ୟ ଯେ, ବିଜୟ ମାଲ୍ୟା ଟ୍ୱିଟର ମାଧ୍ୟମରେ ଏହାପୂର୍ବରୁ ମଧ୍ୟ ଅଫର ଦେଇଛନ୍ତି । ଯଦିଓ ସେ ନିଜେ ଭାରତ ଆସିବାକୁ ପ୍ରସ୍ତୁତ ନୁହଁନ୍ତି ଏବଂ ଗତ ଚାରି ବର୍ଷ ଧରି ଲଣ୍ଡନରେ ଅଛନ୍ତି।

ବିଜୟ ମାଲ୍ୟା ୯ ହଜାର କୋଟିର ଋଣ ଟଙ୍କା ଫେରସ୍ତ କରିବାରେ ବିଫଳ ହେବା ପରେ ମାର୍ଚ୍ଚ ୨ , ୨୦୧୬ରେ ଭାରତରୁ ପଳାଇ ଯାଇଥିଲେ। ସେ ବର୍ତ୍ତମାନ କିଙ୍ଗଫିସର ଏୟାରଲାଇନ୍ସର ଅପରେସନ ପାଇଁ ଏହି ଋଣ ନେଇଥିଲେ।

ଜୁନ୍‌ ୩୦ ପର୍ଯ୍ୟନ୍ତ ବଢିଲା ଗାଡ଼ି ପରମିଟ୍ ଅବଧି

ଭୁବନେଶ୍ୱର: ଦେଶରେ ଲକ୍‌ଡାଉନ୍‌ ପାଇଁ ବଢ଼ିଲା ସବୁପ୍ରକାର ଗାଡ଼ି କାଗଜପତ୍ର ସଂପର୍କିତ ଅବଧି । ୨୦୨୦ ଜୁନ୍‌ ୩୦ ପର୍ଯ୍ୟନ୍ତ ଗାଡ଼ି ପରମିଟ୍‌ ଅବଧି ବଢାଯାଇଛି । କେନ୍ଦ୍ର ପରିବହନ ମନ୍ତ୍ର।ଳୟ ପକ୍ଷରୁ ପରମିଟ୍‌ ଅବଧି ବଢାଯାଇଛି । ଡ୍ରାଇଭିଂ ଲାଇସେନ୍‌ସ, ପରମିଟ୍‌, ରେଜିଷ୍ଟ୍ରେସନ୍‌, ଫିଟ୍‌ନେସ ପାଇଁ ବଢାଯାଇଛି ଅବଧି । ଫେବ୍ରୁଆରୀ ୧ରୁ ଜୁନ୍‌ ୩୦ ସୁଦ୍ଧା ସରୁଥିବା ଗାଡ଼ି ଡକ୍ୟୁମେଣ୍ଟ ପାଇଁ ଏହା ଲାଗୁ ହେବ । ଏନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ର।ଳୟ ନିର୍ଦ୍ଦେଶ ଦେଇଛି ।

ଫଳରେ ଫେବ୍ରୁଆରୀ ୧ରୁ ସରୁଥିବା ଡକ୍ୟୁମେଣ୍ଟ ଜୁନ୍‌ ୩୦ ପର୍ଯ୍ୟନ୍ତ ବୈଧ ରହିବ । ଦେଶରେ ଲକ୍‌ଡାଉନ୍‌ ଚାଲିଥିବାରୁ କାଗଜପତ୍ର ନବୀକରଣ ସମ୍ଭବ ହେଇପାରୁନି । ତେଣୁ କେନ୍ଦ୍ର ସରକାର ଅବଧି ବୃଦ୍ଧି କରିଛନ୍ତି । ଲର୍ଣ୍ଣିଂ ଲାଇସେନ୍‌ସ ଓ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧି ମଧ୍ୟ ଜୁନ୍‌ ୩୦ ପର୍ଯ୍ୟନ୍ତ ବଢାଯାଇଛି। ପରିବହନ ମନ୍ତ୍ର।ଳୟ ନିର୍ଦ୍ଦେଶିତ ଡକ୍ୟୁମେଣ୍ଟ ମଧ୍ୟ ବୈଧ । କେନ୍ଦ୍ରର ନିର୍ଦ୍ଦେଶନାମା ପରେ ଏ ସଂପର୍କରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

ଅଫିସ୍‌ରେ ବସ୍‌ ଆପଣଙ୍କ ଉପରେ ବହୁତ ଖୁସି ରହିବେ, ଆଜିର ଦିନରେ ମା’ ଦୁର୍ଗାଙ୍କୁ ଧ୍ୟାନ କରନ୍ତୁ

ମେଷ ରାଶି-

ଅଶ୍ୱିନୀ ମେଷ- କିଛି ଧାର୍ମିକ କାର୍ଯ୍ୟ ପାଇଁ ସମୟ ଦେବେ

ଦ୍ୱିଜା ମେଷ-ଦୂରଯାତ୍ରା କରନ୍ତୁ ନାହିଁ କଷ୍ଟ ରହିଛି

କୃତ୍ତିକା ମେଷ- ବୁଝାମଣାରେ ଭୁଲ୍‌ ରହିପାରେ

ମା’ଦୁର୍ଗାଙ୍କୁ ଲାଲ୍‌ ସାମଗ୍ରୀ  ଅର୍ପଣ କରନ୍ତୁ

ବୃଷ ରାଶି-

କୃତ୍ତିକା ବୃଷ-ଅନେକ ଦିଗରୁ ଲାଭବାନ୍‌ ହୋଇପାରନ୍ତି

ରୋହିଣୀ ବୃଷ-କେହି ଆପଣଙ୍କୁ କିଛି ଉପହାର ଦେଇପାରନ୍ତି

ମୃଗଶିରା ବୃଷ-ସବୁ କ୍ଷେତ୍ରରେ ଶୁଭ ରହିଛି

ମା’ଦୁର୍ଗାଙ୍କୁ ଲବଙ୍ଗର ମାଳ ସହିତ କିଛି ଭୋଗ ଅର୍ପଣ କରନ୍ତୁ

ମିଥୁନ ରାଶି-

ମୃଗଶିରା -ନୂତନ କର୍ମ ମିଳିପାରେ

ଆଦ୍ରା ମିଥୁନ-ଯାହା ବି କାମ କରିବେ ବୁଝାମଣାରେ ହିଁ କରିବେ

ପୁର୍ନବସୁ-ଯଦି କିଛି ମହତ୍‌ କାମ ପାଇଁ ପଦକ୍ଷେପ ନେବେ ନିଶ୍ଚୟ ନିଅନ୍ତୁ

ମା’ଦୁର୍ଗାଙ୍କୁ ବେଲପତ୍ରରେ ପୂଜା କରନ୍ତୁ

କର୍କଟ ରାଶି-

ପୁର୍ନବସୁ- ଅଫିସ୍‌ରେ ବସ୍‌ ଆପଣଙ୍କ ଉପରେ ବହୁତ ଖୁସି ରହିବେ

ପୁଷ୍ୟ। କର୍କଟ- ଯଦି କୈାଣସି ମିଟିଂ ରହିଛି ତେବେ ନିଶ୍ଚୟ ଉପସ୍ଥିତି ରୁହନ୍ତୁ

ଅଶ୍ଲେଷା- ବାପାଙ୍କ ଠାରୁ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ

ଅଶୋକାଫୁଲ  ମା’ଦୁର୍ଗାଙ୍କୁ ଅର୍ପଣ କରନ୍ତୁ

ସିଂହ ରାଶି-

ମୃଘା-ନିଜର ଖୁସି ପାଇଁ ଅନାବଶ୍ୟକ କାମ କରନ୍ତୁ ନାହିଁ

ପୂର୍ବାଫାଲଗୁନି- ଶରୀରରେ କୈାଣସି ସ୍ଥାନରେ ସମସ୍ୟା ଦେଖାଦେଇପାରେ

ଉତ୍ତରାଫାଲ୍‌ଗୁନି- ମାନ ସମ୍ମାନରେ କ୍ଷତି,ସଭାରେ ସମାଲୋଚନାର ଶିକାର ହୋଇପାରନ୍ତି

ମା’ଦୁର୍ଗାଙ୍କୁ ହଳଦୀ କିଛି ଅର୍ପଣ କରନ୍ତୁ

କନ୍ୟା ରାଶି-

ଉତ୍ତରାଫାଲଗୁନି- ପୂର୍ବରୁ କାହା ସହିତ ରହିଥିବା ସଂପର୍କରେ ତିକ୍ତତା ଦୂର ହେବ

ହସ୍ତା କନ୍ୟା-ନୂଆ ବ୍ୟବସାୟ ଆରମ୍ଭ କରିବେ

ଚିତ୍ରା କନ୍ୟା-ଯାହା ଭାବିଛନ୍ତି କରିବା ପାଇଁ ତାହାର ଓଲଟା ଫଳ ପାଇବେ

ଅତରରେ ପୂଜା କରନ୍ତୁ ମା’ଦୁର୍ଗାଙ୍କୁ

ତୁଳା ରାଶି-

ଚିତ୍ରା ତୁଳା- ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ, ସତର୍କ ରହିଥିବେ

ସ୍ୱାତୀ ତୁଳା- କୋର୍ଟ କଚେରୀ ବିବାଦରେ ଛନ୍ଦି ହୋଇଯିବେ

ବିଶାଖା ତୁଳା- ପରିଶ୍ରମ ଅଧିକ କରିବେ କିନ୍ତୁ ଫଳକୁ ଆଶା କରନ୍ତୁ ନାହିଁ

ଦୁର୍ଗା ଚାଳିଶା ପାଠ  କରନ୍ତୁ

ବିଛା ରାଶି-

ବିଶାଖା- କିଛି ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ

ଅନୁରାଧା- ବିଦ୍ୟାରେ ଉନ୍ନତି ସହ ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ

ଜ୍ୟୋଷ୍ଠା- ନୂତନ ବସ୍ତ୍ର,ଅଳଙ୍କାର ଉପହାର ସୂତ୍ରରେ ପାଇପାରନ୍ତି

ଅଶୋକ ପତ୍ରରେ ଓଁ ଲେଖି ମା’ଦୁର୍ଗାଙ୍କୁ ପୂଜା କରନ୍ତୁ

ଧନୁ ରାଶି-

ମୂଳା ନକ୍ଷତ୍ର-ମା’ଙ୍କ ଠାରୁ ଆଶିର୍ବାଦ୍‌ ପାଇବେ

ପୂର୍ବାଷାଢା- ଅନେକ ଦିନରୁ ବକେୟା ଥିବା କାର୍ଯ୍ୟରେ ସଫଳତା ପାଇବେ

ଉତ୍ତରାଷାଢା-ଦିନଟି ସବୁ ଦିଗରୁ ଶୁଭ ରହିବ

ମା’ଦୁର୍ଗାଙ୍କୁ ଲେମ୍ବୁର ମାଳ ଅର୍ପଣ କରନ୍ତୁ

ମକର ରାଶି-

ଉତ୍ତରାଷାଢା- କିଛି ଗୁରୁତ୍ୱପୂର୍ଣ କାର୍ଯ୍ୟରେ ଦୂର ଯାତ୍ରା କରିପାରନ୍ତି

ଶ୍ରବଣା- ଦୂରଯାତ୍ରା କରନ୍ତୁ ନାହିଁ ଅନେକ ବାଧା ରହିଛି

ଧନିଷ୍ଠା-ପଡୋଶୀଙ୍କ ସହିତ କିଛି ବିବାଦ ଆସିପାରେ

ମା’ଙ୍କୁ ଘିଅ ଦୀପ ୩ଟି ଅର୍ପଣ କରନ୍ତୁ

କୁମ୍ଭ ରାଶି-

ଧନିଷ୍ଠା- କଳାକାରମାନଙ୍କ ପାଇଁ ଶୁଭ ଦିନଟି

ଶତଭିଷା-ଖାଦ୍ୟ କଷ୍ଟ ରହିଥିବାରୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ

ପୂର୍ବଭାଦ୍ର – ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ

ସିନ୍ଦୁର ଓ ହଳଦୀ କିଛି ମା’ଙ୍କୁ ଅର୍ପଣ କରନ୍ତୁ

ମୀନ ରାଶି-

ପୂର୍ବଭାଦ୍ର-କିଛି ଦୁଃଖ ଘଟଣା ରହିଥିଲେ ତାହା ଦୂର ହୋଇଯିବ

ଉତ୍ତରଭାଦ୍ର-ବ୍ୟାଙ୍କ କାରବାର କରୁଥିଲେ ଅସୁବିଧା ବହୁତ ରହିବ

ରେବତୀ- ଦାମ୍ପତ୍ୟ ଜୀବନରେ ଖୁସି ମିଳିବ, ଅବିବାହିତମାନଙ୍କ ପାଇଁ ପ୍ରସ୍ତାବ ଆସିପାରେ

ମା’ଦୁର୍ଗାଙ୍କୁ ଅଶୋକପତ୍ରରେ ସିନ୍ଦୁର ଓ ଘିଅ ଦ୍ଵାରା  ଓଁ ଲେଖି ଅର୍ପଣ କରନ୍ତୁ

 

ଜ୍ୟୋତିର୍ବିଦ ଶ୍ୟାମ ସୁନ୍ଦର ବାଗ୍‌

ଲକ୍‌ଡାଉନ୍‌ ବେଳେ ବାର ଖୋଲି ମଦ ବିକ୍ରି କରୁଥିଲେ, ପୋଲିସ ବାନ୍ଧି ନେଲା

କଳାହାଣ୍ଡି: କରୋନା ପାଇଁ ସାରା ରାଜ୍ୟକୁ ଲକ୍‌ଡାଉନ୍‌ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକା ଛାଡ଼ିଦେଲେ ଅନ୍ୟ ସବୁ ଦୋକାନ ବଜାର ବନ୍ଦର ରହିଛି । କିନ୍ତୁ ଏହାରି ଭିତରେ ବାର ମାଲିମ କିନ୍ତୁ ତାଙ୍କ ବେପାର କରିବାରେ ବ୍ୟସ୍ତ । ଏପଟେ ଲୋକେ ମଲେ ମରନ୍ତୁ ସେକଥା ତାଙ୍କର ଚିନ୍ତା ନାହିଁ । ଏନେଇ  ଲକ୍‌ଡାଉନ୍‌ ବେଳେ ବିଦେଶୀ ମଦ ବିକ୍ରି ଅଭିଯୋଗରେ ବାର ମାଲିକଙ୍କୁ ଗିରଫ କରିଛି ପୋଲିସ୍‌ ।

ଭବାନୀପାଟଣାର ହିନ୍ଦ ପ୍ଲାଜା ହୋଟେଲ୍‌ ବାରରେ ବିଦେଶୀ ମଦ ବିକ୍ରୀ ହେଉଥିବା ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ହୋଟେଲ୍‌ରେ ରେଡ୍‌ କରାଯାଇଥିଲା । ରେଡ୍‌ ବେଳେ ବାରରୁ ଲକ୍ଷାଧିକ ଟଙ୍କାର ମଦ ଜବତ ହୋଇଥିବା ସୂଚନା ଦେଇଛି ପୋଲିସ । ଘଟଣାରେ ବାର ମାଲିକଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ବିକ୍ରମ ଜିତ୍‌ ସିଂ । ବିକ୍ରମଙ୍କ ସହ ହୋଟେଲ୍‌ର ଅନ୍ୟ ଦୁଇ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ ।

ଦେଶରେ କାୟା ବିସ୍ତାର କରିଚାଲିଛି କରୋନା, ୨୪ ଘଣ୍ଟାରେ ୨୦୦ରୁ ଅଧିକ ନୂଆ ମାମଲା

୨୦୩ ଦେଶରେ ପହଞ୍ଚିଲା କରୋନା ଭାଇରସ୍‌, ୨୪ ଘଣ୍ଟାରେ ଇଟାଲୀରେ ୯୦୦ ଲୋକଙ୍କ ମୃତ୍ୟୁ

ବିଶ୍ୱରେ କିଲର କରୋନା ପ୍ରଭାବ । ୨୦୩ ଦେଶରେ ପହଞ୍ଚିଛି କରୋନା ସଂକ୍ରମଣ । କରୋନାରେ ସାରା ବିଶ୍ୱରେ ଗଲାଣି ୩୭ ହଜାରରୁ ଅଧିକ ଜୀବନ । ସୁପର ପାଓ୍ୱାର ଆମେରିକାରେ କରୋନାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି । ଲକ୍ଷେ ୬୦ ହଜାର ଡେଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାହା ଚୀନ୍‌ ତୁଳନାରେ ଦୁଇ ଗୁଣ ଅଧିକ । ସେପଟେ ଆମେରିକାରେ କୋଭିଡ୍‌-19 ନେଲାଣି ୩ହଜାରରୁ ଅଧିକ ଜୀବନ । ସଂକ୍ରମଣ ରୋକିବାକୁ ଆମେରିକାରେ ଗାଇଡ୍‌ଲାଇନ୍‌କୁ ଆହୁରି କଡାକଡି କରାଯାଇଛି । ଆସନ୍ତା ୩୦ ଦିନ ଗୁରୁତ୍ୱପୂର୍ଣ୍ଣ ବୋଲି ଡୋନାଲ୍‌ଡ ଟ୍ରମ୍ପ୍‌ କହିଛନ୍ତି । କରୋନା ସଂକ୍ରମଣ ସହ ଯୁଝୁଥିବା ଆମେରିକା ମହାମାରୀର କେନ୍ଦ୍ର ହୋଇଛି ।

ଓ୍ୱାଶିଂଟନ୍‌ ଓ ନ୍ୟୁୟର୍କ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ନ୍ୟୁୟର୍କରେ ୧୨ଶହରୁ ଅଧିକ କରୋନାରେ ପ୍ରାଣ ହରାଇଛନ୍ତି । ସେହିପରି ଇଟାଲୀରେ ୧ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଥିବେ ବେଳେ ୨୪ ଘଣ୍ଟା ମଧ୍ୟରେ ୯ଶହ ଲୋକଙ୍କର ଜୀବନ ଯାଇଛି । ସ୍ପେନରେ ୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୫ ଶହରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ସାରା ବିଶ୍ୱରେ ଏବେ ସାଢ଼େ ୭ ଲକ୍ଷ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୭ ହଜାର ଅଧିକ ଲୋକଙ୍କ ଜୀବନ ନେଲାଣି କିଲର କରୋନା ।

ଦେଶରେ କାୟା ବିସ୍ତାର କରିଚାଲିଛି କରୋନା, ୨୪ ଘଣ୍ଟାରେ ୨୦୦ରୁ ଅଧିକ ନୂଆ ମାମଲା

ଦିଲ୍ଲୀରେ କରୋନାକୁ ନେଇ ଚିନ୍ତାଜନକ ସ୍ଥିତି, ନିଜାମୁଦ୍ଦିନ୍‌ ମରକାଜରେ ସାମିଲ ୧୦ଜଣଙ୍କର କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଛି କରୋନା ସଂକଟ । ନିଜାମୁଦ୍ଦିନ ମରକାଜରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ୧୦ଜଣଙ୍କର କରୋନା ସଂକ୍ରମୃଣରେ ମୃତ୍ୟୁ ହୋଇଛି । ଏହା ମଧ୍ୟରୁ ତେଲେଙ୍ଗାନାରେ ସର୍ବାଧିକ ୬ ଜଣ ପ୍ରାଣ ହରାଇଛନ୍ତି । ତାମିଲନାଡୁ, କର୍ଣ୍ଣାଟକ ଓ ଜମ୍ମୁକାଶ୍ମୀରରେ ମଧ୍ୟ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଅନ୍ୟ ଜଣେ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଛି ।

ଧାର୍ମିକ ଏକତ୍ରିକରଣରେ ପ୍ରାୟ ୨ହଜାର ଲୋକ ସାମିଲ ହୋଇଥିଲେ । ଦେଶର ବିଭିନ୍ନ ରାଜ୍ୟ ସହ ବିଦେଶୀ ନାଗରିକ ମଧ୍ୟ ଏଥିରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସାମିଲ ୨ଶହରୁ ଅଧିକ ଲୋକଙ୍କଠାରେ କରୋନା ସଂକ୍ରମଣ ନେଇ ଆଶଙ୍କା କରାଯାଉଛି । ସେଠାରେ ଥିବା ୧୬୩ ଜଣଙ୍କୁ ଦିଲ୍ଲୀ ଲୋକନାୟକ ହସପିଟାଲରେ ଭର୍ତ୍ତି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୫ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି ।

ଦେଶରେ କାୟା ବିସ୍ତାର କରିଚାଲିଛି କରୋନା, ୨୪ ଘଣ୍ଟାରେ ୨୦୦ରୁ ଅଧିକ ନୂଆ ମାମଲା

ଏମାନଙ୍କ ମଧ୍ୟରୁ ୧୯ଜଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେପଟେ ଆଣ୍ଡାମାନରେ ୧୦ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ସେମାନଙ୍କ ମଧ୍ୟରୁ ୯ଜଣ ମରକାଜ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ୯ ଆକ୍ରାନ୍ତ ଗତ ୨୪ ତାରିଖରେ ଅଲଗା ଅଲଗା ବିମାନରେ ଆଣ୍ଡାମାନ ଆସିଥିଲେ । ମରକାଜର ମୌଲାନାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ନିୟମ ଉଲ୍ଲଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦିଲ୍ଲୀ ସରକାର କହିଛନ୍ତି ।