spot_img
Home Blog Page 743

ଏହି ସହରରେ ଆଉ ଏକ ଜମି କିଣିଲେ ଅମିତାଭ, ଦାମ ଶୁଣିଲେ ଉଡ଼ିଯିବ ହୋସ୍

ନନ୍ଦିଘୋଷ ବ୍ୟୁରୋ: ବିଗ୍ ବି ଅମିତାଭ ବଚ୍ଚନ ଜମିରେ ନିଜର ଟଙ୍କା ଲଗାଉଛନ୍ତି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମୟରେ ଅଯୋଧ୍ୟରେ ଏକ ଜମି କିଣିଥିଲେ ଅମିତାଭ । ରିୟଲ ଇଷ୍ଟେଟରେ ଏବଂ ଉତ୍ତରପ୍ରଦେଶରେ ନିବେଶ କରିବା ଆରମ୍ଭ କରିଛନ୍ତି ଅମିତାଭ । ଏବେ ପୁଣି ଉତ୍ତରପ୍ରଦେଶରେ ଏକ ୪୦ କୋଟି ଟଙ୍କା ବ୍ୟୟରେ ଏକ ଜମି କିଣିଛନ୍ତି । ଅଯୋଧ୍ୟାରେ ଏହା ଅମିତାଭଙ୍କ ଚତୁର୍ଥ ସମ୍ପତ୍ତି । ୨୫ ହଜାର ବର୍ଗ ଫୁଟର ଏହି ଚତୁର୍ଥ ଜମିଟି କିଣିଛନ୍ତି । ଅଯୋଧ୍ୟରେ ଦିନକୁ ଦିନ ଜମିର ଦାମ ବୃଦ୍ଧି ପାଉଥିବାବେଳେ ବଚ୍ଚନ ପରିବାର ଏଠାରେ ନିବେଶ କରିବା ଆରମ୍ଭ କରିଛନ୍ତି । ତେବେ ରିୟଲ ଇଷ୍ଟେଟରେ ଇନଭେଷ୍ଟ କରୁଥିବାବେଳେ ଏହା ଆଗାମୀ ଦିନରେ ଅଧିକ ଲାଭ ଦାୟକ ହେବ । ତେବେ ସେ ୫ ବର୍ଷ ତଳେ କିଣିଥିବା ଜମିର ମୂଲ୍ୟ ଏବେ ୫ ଗୁଣା ବଢ଼ିଯାଇଛି । ସେପଟେ କେବଳ ଅଯୋଧ୍ୟା ନୁହେଁ ମୁମ୍ବାଇରେ ମଧ୍ୟ ରିୟଲ ଇଷ୍ଟେଟରେ ନିବେଶ କରିଛନ୍ତି ବଚ୍ଚନ ପରିବାର ।

ପାରିବାରିକ ବିବାଦରୁ ବିକ୍ରି : ଭୁବନରୁ ଉଦ୍ଧାର ହେଲା ଶିଶୁ

ନନ୍ଦିଘୋଷ ବ୍ୟୁରୋ: ପାରିବାରିକ ବିବାଦରୁ ବିକ୍ରି ହୋଇଥିବା ଶିଶୁ ଢେଙ୍କାନାଳ ଭୁବନରୁ ଉଦ୍ଧାର କଲା ଯାଜପୁର ପୋଲିସ।ଉଦ୍ଧାର ପରେ ଶିଶୁକୁ ଜିଲା ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର।ଯାଜପୁର ବ୍ଲକ ବଡସୁଆର ଅଞ୍ଚଳର ପ୍ରଶାନ୍ତ ପରିଡା ଏବଂ ପୂଜାଙ୍କ ୮ ବର୍ଷର ଶିଶୁପୁତ୍ରକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା। ସ୍ବାମୀ ଠାରୁ ସ୍ତ୍ରୀ ଅଲଗା ରହିବାବେଳେ ସ୍ତ୍ରୀ ପୂଜା ୧୮ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଉକ୍ତ ଶିଶୁପୁତ୍ରକୁ ଏବେ ୮ ବର୍ଷ ହୋଇଥିବା ବେଳେ ତାଙ୍କୁ ଭୁବନ ଅଞ୍ଚଳର ସନ୍ତୋଷ କୁମାର ନାୟକଙ୍କ ଘରୁ ଉଦ୍ଧାର କରାଯାଇଛି। ଶିଶୁ ସୁରକ୍ଷା ୟୁନିଟ ଉଦ୍ଧାର ଶିଶୁକୁ ଆଣି ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରିବା ପରେ ଉତ୍କଳ ବାଳାଶ୍ରମରେ ରଖିଥିବା ସୂଚନା ମିଳିଛି।ଅନ୍ୟପଟେ  ଯାଜପୁର ସଦର ଥାନା ପୋଲିସ ଅଭିଯୁକ୍ତ ମାକୁ ପଚରାଉଚରା ଜାରି ରଖିଛି।

ଅପରାଧୀଙ୍କ ବାର୍ଥଡେ’ କେକ୍ କାଟିଲେ ଥାନାବାବୁ, ଭିଡିଓ ଭାଇରାଲ

ନନ୍ଦିଘୋଷ ବ୍ୟୁରୋ: ଅପରାଧୀଙ୍କ ଜନ୍ମଦିନରେ ଥାନା ପରିସରରେ କେକ୍ କାଟୁଛନ୍ତି ଥାନାଧିକାରୀ। ଯାହା ବିରୋଧରେ ଅପହରଣ, ହତ୍ୟା ଉଦ୍ୟମ ଭଳି ଅଭିଯୋଗ ରହିଛି ତାର ଜନ୍ମଦିନରେ ଥାନାଧିକାରୀ କେକ୍ କାଟୁଛନ୍ତି। ପାରାଦୀପ ଆଦର୍ଶ ଥାନାର ଏ ଦୃଶ୍ୟ। କେକ କାଟି ଅଭିୁଯୁକ୍ତକୁ ଖୁଆଇ ଦେଉଛନ୍ତି ଥାନାଧିକାରୀ କାବୁଲି ବାରିକ । ପୋଲିସ ଷ୍ଟେସନରେ ଅଭିଯୁକ୍ତ ଗୌତମ ମିଶ୍ରଙ୍କ ଜନ୍ମଦିନ ପାଳନ ଚାଲିଛି। ଗୌତମ ମିଶ୍ରଙ୍କ ନାମରେ ମରଣାନ୍ତକ ଆକ୍ରମଣ ଓ ଅପହରଣ ଭଳି ୫ରୁ ଅଧିକ ଏତଲା ରୁଜୁ ହୋଇଛି। ପାରାଦ୍ଵୀପ ଆଦର୍ଶ ଥାନା, ପିପିଏଲ ଫାଣ୍ଡି ସମେତ ଅନ୍ୟ ଥାନାରେ ଏହି ସବୁ ମାମଲା ହୋଇଛି।

ଗତ ଏପ୍ରିଲ ୨୯ରେ ପାରାଦ୍ଵୀପ ମାଉସୀମା ଛକରୁ ମାରଣାସ୍ତ୍ର ଦେଖାଇ ଗୈାତମ ଅଧିକାରୀଙ୍କୁ ଅପହରଣ କରିବା ସହ ତାଙ୍କୁ ମାଡ଼ ମାରିଥିଲେ ଗୌତମ ମିଶ୍ର।  କାରଣ ଥିଲା ତାଙ୍କ ମାମୁଁ ପ୍ରକାଶ ତ୍ରିପାଠୀଙ୍କ ପୂର୍ବ ଉପକୂଳ ଶ୍ରମିକ ସଙ୍ଘରେ ଗୌତମ ଅଧିକାରୀ ସାମିଲ ନହେବା। ଏହାକୁ ନେଇ ଗୈାତମ ଅଧିକାରୀଙ୍କ ସାଥି ରାମଚନ୍ଦ୍ର ପରିଡା ଆଦର୍ଶ ଥାନାରେ ଏତଲା ଦେଇଥିଲେ। ଅପହରଣର ଶିକାର ଯୁବକ ଭୟରେ ଲୁଚି ଭୁବନେଶ୍ୱର ପଳାଇ ଆସିଥିଲେ। ଦୁଇଦିନ ଭୁବନେଶ୍ୱରରେ ଥିବାବେଳେ ତାଙ୍କୁ ପାରାଦ୍ଵୀପ ପୋଲିସ ଉଠାଇ ଆଣି ଗୋଟିଏ ଦିନ ଥାନାରେ ବସାଇ ଘଟଣାର ସମାଧାନ କରିବାକୁ ଚେଷ୍ଟା କରିଥିଲା।

ସେହିପରି ତୈଳ ଟର୍ମିନାଲରେ ତେଲ ପରିବହନ କରୁଥିବା ଜଣେ ଯୁବକଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ପୋଲିସ ଆକ୍ରମଣର ଶିକାର ଯୁବକଙ୍କ ନାମରେ ପୁର୍ବରୁ ଏତଲା ଦିଆଯାଇଥିବା ଦର୍ଶାଇ ମାମଲା ରଫାଦଫା କରିବାକୁ ଉଦ୍ୟମ କରିଥିଲା ପୋଲିସ। ସମ୍ପୃକ୍ତ ଯୁବକଙ୍କ ବାପାଙ୍କ ଦସ୍ତଖତ ସାଧା କାଗଜରେ ନେଇଯାଇଥିଲା ପୋଲିସ। ଏବେ ଏହି ସବୁ ମାମଲାର ଅଭିଯୁକ୍ତର ଜନ୍ମଦିନରେ ଥାନା ପରିସରରେ ଖୋଦ୍ ଆଇଆଇସି ତାଙ୍କୁ କେକ୍ କାଟି ଖୁଆଇ ଦେବାର ଦୃଶ୍ୟ ପାରାଦ୍ଵୀପର ଆଇନ ଶୃଙ୍ଖଳା ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏ ଦୃଶ୍ୟ।

ମଲାଇକା କହିଲେ, ଛାଡପତ୍ରର ପୂର୍ବ ରାତିରେ ହୋଇଥିଲା କଣ ?

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଦମ୍ପତ୍ତିଙ୍କ ମଧ୍ୟରେ ମଲାଇକା ଏବଂ ଅରବାଜ ଅନ୍ୟତମ । ଦୀର୍ଘ ୧୯ ବର୍ଷର ବୈବାହିକ ଜୀବନ ପରେ ଉଭୟ ୨୦୧୭ ମସିହାରେ ଛାତ୍ରପତ୍ର ନେଇଛନ୍ତି । ଉଭୟ ଉଭୟଙ୍କ ଜୀବନରେ ଏବେ ବେଶ ଖୁସିରେ ରହିଛନ୍ତି । ତେବେ ସେମାନଙ୍କ ଛାଡ଼ପତ୍ର କାହିଁକି ହୋଇଛି । ଏହାକୁ ପୂର୍ବରୁ ଉଭୟ ଉଭୟଙ୍କ ମତ ରଖିଥିବା ଶୁଣିଥିବେ । ତେବେ ଦୀର୍ଘ ବର୍ଷ ମଲାଇକା କହିଛନ୍ତି କି, ଛାଡ଼ପତ୍ରର ପୂର୍ବରାତିରେ ଘଟିଥିଲା କଣ ?

କରୀନା କପୁରଙ୍କ ସାମ୍ନାରେ ମଲାଇକା କହିଛନ୍ତି କି, ଛାଡ଼ପତ୍ର ମାମଲାର ଶୁଣାଣୀ ହେବାର ପୂର୍ବ ରାତିରେ ପୁରା ପରିବାର ଏକାଠି ବସିଥିଲେ । ସେମାନେ ମୋତେ ମୋ ରାୟ ପଚାରିଥିଲେ । ଏହା ମୋର ଶେଷ ନିଷ୍ପତ୍ତି କି, ପଚାରିଥିଲେ । ତୁମ ନିଷ୍ପତ୍ତିରେ ତୁମେ ୧୦୦ ପ୍ରତିଶତ ଅଛ କି ? ବୋଲି ମଧ୍ୟ ପଚାରିଥିଲେ । ମୁଁ ମୋ କଥା ଶୁଣାଇଥିଲି ଆଉ ଆଉ ଆମର ଉଭୟଙ୍କ ବୁଝାମଣାରେ ଛାଡ଼ପତ୍ର ହୋଇଥିଲା ।

ତେବେ କହି ରଖୁଛୁ କି, ୧୯୯୩ ମସିହାରେ ଏକ ସୁଟିଂ ସମୟରେ ମଲାଇକା ଏବଂ ଅରବାଜ ଖାନଙ୍କ ମଧ୍ୟରେ ପ୍ରଥମ ଦେଖା ହୋଇଥିଲା । ଏହି ଦେଖାରୁ ଭଲ ପାଇବା ଆରମ୍ଭ ହୋଇଥିଲା । ୫ ବର୍ଷ ଡେଟ୍ କରିବା ପରେ ୧୯୯୮ରେ ବିବାହ କରିଥିଲେ । ୨୦୦୨ ମସିହାରେ ସେମାନଙ୍କୁ ପୁଅ ଅରହାନ ଜନ୍ମ ହୋଇଥିଲେ । ମାତ୍ର ୨୦୧୭ ମସିରେ ସେମାନଙ୍କ ଛାଡ଼ପତ୍ର ହୋଇଥିଲା ।

ବିରାଟଙ୍କ ଅବସରକୁ ନେଇ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର, ଶୁଣିଲେ ଆସିଯିବ ରାଗ..

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ମାସରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯିବ । ୫ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ୧୮ ଜଣିଆ ଟିମର ନେତୃତ୍ବ ନେଉଛନ୍ତି ଶୁଭମନ ଗିଲ । ଯୁବ ଖେଳାଳିମାନେ ଇଂଲଣ୍ଡ ଗସ୍ତରେ ଯାଉଥିବାବେଳେ ବିରାଟ ଏବଂ ରୋହିତଙ୍କ ଭଳି ଖେଳାଳି ନଜର ଆସିବେ ନାହିଁ । ତେବେ ଇଂଲଣ୍ଡ ଗସ୍ତ ପୂର୍ବରୁ ପୂର୍ବତନ ଅଧିନାୟକ ବିରାଟ କୋହଲି ଟେଷ୍ଟରୁ ଅବସର ଘୋଷଣା କରିଛନ୍ତି । ଯାହାକି ସମସ୍ତ କ୍ରିକେଟ ଫ୍ୟାନ୍ସଙ୍କୁ ବଡ଼ ଝଟକା ଲାଗିଛି ନିଶ୍ଚୟ । କିନ୍ତୁ ବିରାଟଙ୍କ ଅବସରକୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ଏକ ଲଜ୍ଜାଜନକ ମନ୍ତବ୍ୟ ଦେଇଛନ୍ତି ।

ପାକିସ୍ତାନର ପୂର୍ବତନ କ୍ରିକେଟର ବାସିତ ଅଲ୍ଲୀ ୟୁଟ୍ୟୁବ ଚ୍ୟାନେଲରେ ଲଜ୍ଜାଜନକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି କି, ବିରାଟ ଆଗୁଆ ଅବସର ନେଇଛନ୍ତି ଭଲ ହେଇଛି । ନହେଲେ ଇଂଲଣ୍ଡ ଗସ୍ତରେ ଖେଳିଥିଲେ ଅଧିକ ଲଜ୍ଜିତ ହୋଇଥାନ୍ତେ । କେବଳ ଏତିକି ନୁହେଁ ସେ କହିଛନ୍ତି କି, ଭାରତୀୟ ଦଳ ଇଂଲଣ୍ଡରେ ବଡ଼ ପରାଜୟର ସାମ୍ନା କରିବାକୁ ଯାଉଛି । ଏଭଳି ଏକ ଭିଡିଓ ସେ ୟୁଟ୍ୟୁବରେ ଅପଲୋଡ କରିଥିବାବେଳେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳୁଛି ।

ତେବେ କହି ରଖୁଛୁ କି, ପୂର୍ବରୁ ପାକିସ୍ତାନୀ କ୍ରିକେଟରମାନେ ଭାରତୀୟ କ୍ରିକେଟରଙ୍କୁ ବେଶ ପ୍ରଶଂସା କରୁଥିଲେ । ଭାରତରେ ମଧ୍ୟ ସେମାନଙ୍କ ଫ୍ୟନ୍ ଫଲୋର୍ସ ରହିଥିଲେ । ମାତ୍ର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ପାକିସ୍ତାନୀ ୟୁଟ୍ୟୁବରଙ୍କ ଆକାଉଣ୍ଟକୁ ନିଷିଦ୍ଧ ଘୋଷଣା କରିବା ପରେ ସେମାନଙ୍କ ପ୍ରତିକ୍ରିୟା ସବୁ ବଦଳି ଯାଇଛି ।

ସ୍କୁଟିକୁ ପିଟିଲା ପିକଅପ୍ ଭ୍ୟାନ, ୨ ସ୍କୁଟି ଆରୋହୀ ମୃତ୍ୟୁ

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ସ୍କୁଟିକୁ ପିଟିଲା ପିକଅପପ୍ ଭ୍ୟାନ । ଦୁର୍ଘଟଣାରେ ୨ ସ୍କୁଟି ଆରୋହୀ ମୃତ୍ୟୁ । ଆଜି ପ୍ରାୟ ଦିନ ୧୧ଟା ସମୟରେ ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେର ହୋଟେଲ ଅଚର୍ଡ ନିକଟରେ ଏହି ଦୁର୍ଘଟଣା ଘଟିଛି । ଜଣେ ମୃତକ ଝାରସୁଗୁଡ଼ାର ଅଜିତ ସିଂହ ହୋଇଥିବା ବେଳେ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଏପରି ପୋଲିସ ଏବଂ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି । ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ କରିବା ସହିତ ପିକଅପ ଭ୍ୟାନ ପୋଡ଼ି ଦେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝେଇବା ପାଇଁ ଚେଷ୍ଟା କରୁଛି । ରାସ୍ତା ଅବରୋଧ ଯୋଗୁଁ ବିଜୁ ଏକ୍ସପ୍ରେସ ହାଇୱେରେ ହଜାର ହଜାର ଯାନବାହନ ଜାମ ରହିଛି।

ଆଜି ଖେଳାଯିବ ପ୍ରଥମ କ୍ବାଲିଫାୟର ମ୍ୟାଚ୍, ମୁହାଁମୁହିଁ ହେବେ ବେଙ୍ଗଲୁରୁ-ପଞ୍ଜାବ

ନନ୍ଦିଘୋଷ ବ୍ୟୁରୋ : ଶେଷ ପର୍ଯ୍ୟାୟରେ ଆଇପିଏଲ ପହଞ୍ଚିଥିବାବେଳେ ଆଜିଠାରୁ ଆରମ୍ଭ ହେଉଛି ପ୍ଲେ ଅଫ । ପ୍ଲେ ଅଫର ଆଜି ଖେଳାଯିବ ପ୍ରଥମ କ୍ବାଲିଫାୟର । ଏଥିରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ ଓ ରୟାଲ ଚ୍ଯାଲେଞ୍ଜର୍ସ ବେଙ୍ଗାଲୁରୁ । ଉଭୟ ଦଳ ଏଯାଏଁ ଟ୍ରଫି ଜିତିନଥିବାରୁ ପ୍ରଥମ ଟାଇଟଲ ହାସଲ ଲାଗି ଦମଦାର ପ୍ରୟାସ ଚଳାଇଛନ୍ତି । ଆଜିର ଲଢେଇ ତେଣୁ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ଉଭୟ ଏହି ମ୍ୟାଚରୁ ଫାଇନାଲ ଟିକେଟ ହାସଲ କରିନେବା ସୁଯୋଗକୁ ହାତଛଡ଼ା କରିବେ ନାହିଁ । ପଏଣ୍ଟ ତାଲିକାରେ ଉଭୟ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚ ଯିଏ ଜିତିବ ସିଏ ସିଧାସଳଖ ଫାଇନାଲ ଖେଳିବ । ସେହିପରି ଯେଉଁ ଟିମ ହାରିବ ସିଏ କ୍ବାଲିଫାୟର-୨ ଖେଳି ଫାଇନାଲକୁ .ଯିବା ପାଇଁ ଉଦ୍ଯମ କରିବ । ଅର୍ଥାତ କ୍ବାଲିଫାୟର-୨ରେ କ୍ବାଲିଫାୟର-୧ର ପରାଜିତ ଦଳ ମୁମ୍ବାଇ ଇଣ୍ଡିଆନସ ଓ ଗୁଜୁରାଟ ଟାଇଟନ୍ସ ମଧ୍ଯରେ ଶୁକ୍ରବାର ଖେଳାଯିବାକୁ ଥିବା ଏଲିମିନେଟର ମ୍ଯାଚର ବିଜେତାକୁ ଭେଟିବ । ଆସନ୍ତା ଜୁନ ୧ ତାରିଖରେ ଖେଳାଯିବ କ୍ବାଲିଫାୟର-୨ ମ୍ଯାଚ । ଶ୍ରେୟସ ଆୟରଙ୍କ ନେତୃତ୍ବରେ ପଞ୍ଜାବ କିଙ୍ଗସ ୧୧ ବର୍ଷ ପରେ ପ୍ଲେ ଅଫକୁ ଯାଇଛି । ଅନ୍ଯପକ୍ଷରେ ୨୦୨୪ ସହ ମୋଟ ୯ ଥର ପ୍ଲେ ଅଫକୁ ଯାଇଥିଲେ ମଧ୍ଯ ଆରସିବି କେବେ ବି ଚାମ୍ପିଅନ ହୋଇପାରିନାହିଁ । ଏଣୁ ଉଭୟ ଦଳ ପାଇଁ ଆଜିର ମ୍ଯାଚ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି ।

ନାଗ ଦେଖାଇ ଟଙ୍କା ମାଗିବା ଘଟଣା, ୬ ଜଣଙ୍କୁ ସର୍ତ୍ତମୂଳକ ଜାମିନ

ଦିଗପହଣ୍ଡି : ଚାରି ଜଣଙ୍କୁ ଅପହରଣ କରି ନାଗ ସାପ ଦେଖାଇ କୋଟିଏ ଟଙ୍କା ମାଗିବା ମାମଲା । ୬ଜଣଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ । ସମସ୍ତେ ଶହେ ଗଛ ଲଗାଇବା ସହ ଗଛଗୁଡିକୁ ଦୁଇ ବର୍ଷ ଜଗିବେ । ଏଥିପାଇଁ ରାଜସ୍ୱ ବିଭାଗ ଜାଗା ଦେବ । ଆଇଆଇସି ତଦାରଖ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ଜାନୁଆରୀ ମାସ ୨୩ ତାରିଖରେ କଟକ ତୁଳସୀପୁରର ଅହମ୍ମଦ ଖାନ୍, ଭୁବନେଶ୍ଵର ନହରକଣ୍ଟାର ଅମରଜିତ ସାମନ୍ତସିଂହାର ଓ କଟକ ଗୋବିନ୍ଦପୁରର ବ୍ରହ୍ମାନନ୍ଦ ପାତ୍ର ଏବଂ ଫୋର୍ମିନିକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ଏଜେଣ୍ଟ ତଥା ଦିଲ୍ଲୀର ରବୀନ୍ଦ୍ର କୁମାରଙ୍କୁ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ । ଏମାନଙ୍କୁ ଚିକିଟିଗଡ଼ର ନୂତନ ପାତ୍ରଙ୍କ ଘର ବାଡ଼ି ପଟେ ରଖାଯାଇଥିଲା। ଚାରି ଜଣଙ୍କୁ ନିର୍ଯାତନା ଦେବା ସହ ଏକ ନାଗ ସାପ ଦେଖାଇ ହତ୍ୟା ଧମକ ସାଙ୍ଗକୁ କୋଟିଏ ଟଙ୍କା ମାଗିଥିଲେ ଅଭିଯୁକ୍ତ। ୪ ଅପହୃତଙ୍କ ମଧ୍ୟରୁ ଅମରଜିତ ୨୬ ତାରିଖ ଭୋର୍ ସମୟରେ କୌଶଳକ୍ରମେ ଖସି ଆସି ଚିକିଟି ତହସିଲ ଅଫିସ୍ ଭିତରେ ପଶି ସବୁ କଥା କହିଥିଲେ । ଅଫିସ୍ରେ ଥିଇବା କର୍ମଚାରୀ ଏନେଇ ଅଧିକାରୀଙ୍କୁ ଜଣାଇବା ପରେ ଖବରପାଇ ପୁଲିସ ସମସ୍ତଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାରବେଳେ ଅପହୃତମାନଙ୍କୁ ରଖାଯାଇଥିବା ଜାଗାରେ ଗଞ୍ଜେଇ ଚାଷ ହୋଇଥିବା ମଧ୍ୟ ଜଣାପଡ଼ିଥିଲା। ଅଭିଯୁକ୍ତମାନେ ବ୍ୟବହାର କରିଥିବା ନାଗ ସାପଟିର ମୃତ୍ୟୁ ହୋଇଯାଇଥିଲା। ଏହି ଅପହରଣ ଘଟଣାରେ କେ. ନୂଆଁ ଗାଁ ପୋଲିସ ଛଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେମାନଙ୍କୁ ଆଜି ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ ।

ଟ୍ରମ୍ପଙ୍କୁ ମିଳିଲା ନୂଆ ନାଁ TACO ? କିଏ ଦେଲା ଓ ଏହାର ଅର୍ଥ କ’ଣ ?

ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିକଟରେ ଏକ ବାଣିଜ୍ୟିକ ଶଦ୍ଦ ‘ଟାକୋ’ ପ୍ରଦାନ କରାଯାଇଛି । ଏହାର ଅର୍ଥ ଟ୍ରମ୍ପ ଅଲଓ୍ବେଜ ଚିକେନ୍ ଆଉଟ ମାନେ ଟ୍ରମ୍ପ ସବୁବେଳେ ପଛଘୁଞ୍ଚା ଦିଅନ୍ତି । ଯେତେବେଳେ ବାରମ୍ବାର ଟ୍ରମ୍ପ ଶୁଳ୍କ ନିଷ୍ପତ୍ତି ନିବେଶକଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି କରୁଥିଲା ସେତେବେଳେ ଓ୍ବାଲ ଷ୍ଟ୍ରିଟରେ ଏହି ଶଦ୍ଦ ପ୍ରଚଳିତ ହୋଇଥିଲା । ଏବେ ବ୍ୟବସାୟୀ ଓ ନିବେଶକ ବିଶ୍ବାସ କରୁଛନ୍ତି କି, ଟ୍ରମ୍ପ ଯେତେ କଠୋର ପଦକ୍ଷେପ ନେବାକୁ ଧମକ ଦେଲେ ମଧ୍ୟ ଶେଷରେ ସେ ହଟିଯାଆନ୍ତି ।

ଏହି ଶଦ୍ଦଟି ଏହି ସମୟରେ ଆରମ୍ଭ ହୋଇଥିଲା, ଯେତେବଳେ ଟ୍ରମ୍ପ ଚୀନ ଓ ୟୁରୋପୀୟ ସଂଘକୁ ଶୁଳ୍କ  ଲଗାଇବାକୁ ଧମକ ଦେଇଥିଲେ । ଆଉ ପରେ ନିଜ କଥାରୁ ଓହରିଯାଇଥିଲେ । ଉଦାହାରଣ ସ୍ବରୁପ, ପ୍ରଥମେ ଟ୍ରମ୍ପ ଚୀନ ଠାରୁ ଆମଦାନୀ ହେଉଥିବା ଜିନିଷ ଉପରେ ୧୪୫ ପ୍ରତିଶତ ଶୁଳ୍କ ଘଷାଷଣା କରିଥିଲା । ପରେ ୧୦୦ ପ୍ରତିଶତ ଓ ୩୦ ପ୍ରତିଶତକୁ ହ୍ରାସ କରାଯାଇଥିଲା । ସେହିପରି, ସେ ଜୁନ୍ ୧ ତାରିଖରୁ EU ଉତ୍ପାଦଗୁଡ଼ିକ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ବିଷୟରେ କହିଥିଲେ, ଯାହା ସେୟାର ବଜାରକୁ କ୍ରାସ୍ କରିଥିଲା। କିନ୍ତୁ ଦୁଇ ଦିନ ପରେ, ଟ୍ରମ୍ପ ୟୁ-ଟର୍ଣ୍ଣ ନେଇ ଘୋଷଣା କଲେ ଯେ ସେ ଜୁଲାଇ ୯ ପର୍ଯ୍ୟନ୍ତ ଅପେକ୍ଷା କରିବେ କାରଣ EU ସହିତ ଆଲୋଚନା ସକାରାତ୍ମକ ଦିଗରେ ଗତି କରୁଛି।

ଯେତେବେଳେ ଜଣେ ସାମ୍ବାଦିକ ଟ୍ରମ୍ପଙ୍କୁ ‘ଟାକୋ’ ଶବ୍ଦ ଉପରେ ମତାମତ ଦେବାକୁ ପଚାରିଲେ, ସେ କହିଲେ, ‘ମୁଁ ଭୁଲ୍ କହୁଛି? ଓଃ, ମୁଁ ଏହା ବିଷୟରେ କେବେ ଶୁଣିନାହିଁ। ତୁମେ ଏହା କହୁଛ କାରଣ ମୁଁ ଶୁଳ୍କ ହ୍ରାସ କରିଛି, ସେଥିପାଇଁ ମୋର ଏହି ନାମ ହୋଇଛି?’ ଟ୍ରମ୍ପ ଏହାକୁ ‘ରଣନୈତିକ ଆଲୋଚନା’ ବୋଲି କହିଛନ୍ତି  । ଏହା ପ୍ରଥମ ଥର ନୁହେଁ ଯେ ଟ୍ରମ୍ପ ଏହା କରିଛନ୍ତି। ୨ ଏପ୍ରିଲରେ, ସେ ଡଜନେ ଦେଶ ଉପରେ ବ୍ୟାପକ ଶୁଳ୍କ ଘୋଷଣା କରିଥିଲେ, ଯାହା ୯ ଏପ୍ରିଲରୁ କାର୍ଯ୍ୟକାରୀ ହେବାକୁ ଯାଉଛି। କିନ୍ତୁ ଏହା କାର୍ଯ୍ୟକାରୀ ହେବାର କିଛି ଘଣ୍ଟା ପରେ, ସେ ଚୀନ୍ ବ୍ୟତୀତ ଅନ୍ୟ ସମସ୍ତ ଦେଶ ପାଇଁ ୯୦ ଦିନର ଅବଧି ବୃଦ୍ଧି କରିଥିଲେ। ଏହାର କାରଣ ଷ୍ଟକ୍ ବଜାରରେ ହ୍ରାସ ବୋଲି କୁହାଯାଉଥିବା ବେଳେ ସ୍ଥଗିତ ଘୋଷଣା ପରେ, S&P ୫୦୦ ସୂଚକାଙ୍କ ୨୦୦୮ ପରଠାରୁ ସବୁଠାରୁ ବଡ଼ ବୃଦ୍ଧି ରେକର୍ଡ କରିଛି। ଏହି ସମ୍ପୂର୍ଣ୍ଣ ଘଟଣାଟି ୱାଲ ଷ୍ଟ୍ରିଟରେ ଏକ ନୂତନ ବୁଝାମଣା ସୃଷ୍ଟି କରିଛି । ଟ୍ରମ୍ପଙ୍କ ଧମକ ପ୍ରତି ଅତି ଶୀଘ୍ର ପ୍ରତିକ୍ରିୟା ଦେବା ପରିବର୍ତ୍ତେ, ଅପେକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ, କାରଣ ସେ ଶେଷରେ ଚିକେନ ଆଉଟ କରିଯିବେ । ଏହି ଚିନ୍ତାଧାରା ଆଜି ‘ଟାକୋ’କୁ ୱାଲ ଷ୍ଟ୍ରିଟର ନୂତନ ରଣନୀତି କରୁଛି।