spot_img
Home Blog Page 7445

ଓଡ଼ିଶାରେ କରୋନା ସନ୍ଦିଗ୍ଧ, ଏସସିବିକୁ ପଠାଗଲା ରକ୍ତ ନମୁନା

ଫୁଲବାଣୀ: କନ୍ଧମାଳରେ କରୋନା ସନ୍ଦିଗ୍ଧ । ଚାଇନାରେ ଡାକ୍ତରୀ ପାଠ ପଢ଼ୁଥିବା ଜଣେ ଛାତ୍ରଙ୍କ ଠାରେ କରୋନା ଭୂତାଣୁ ଥିବା ସନ୍ଦେହ କରାଯାଉଛି । ଗତ କିଛିଦିନ ହେବା ତାଙ୍କୁ ଥଣ୍ଡା, ଜ୍ୱର ଲାଗି ରହିଛି । ଚିକିତ୍ସା ପରେ ବି ଥଣ୍ଡା ଛାଡ଼ୁନାହିଁ । କରୋନା ସନ୍ଦେହରେ ସମ୍ପୃକ୍ତ ଛାତ୍ରଙ୍କୁ ସ୍ୱତନ୍ତ୍ର ଭାବେ ଚିକିତ୍ସା କରାଯାଉଛି ।

ଛାତ୍ର ଜଣକ ଚାଇନରେ ଏମବିବିଏସ ପଢ଼ୁଛନ୍ତି । ଗତ ୧୧ ତାରିଖରେ ସେ ଚାଇନାରୁ ଘରକୁ ଆସିଛନ୍ତି । ତେବେ, ଚୀନରୁ ଆସିବା ପରେ ତାଙ୍କୁ ଥଣ୍ଡା, ଜ୍ୱର ଲାଗି ରହୁଛି । କନ୍ଧମାଳ ସିଡିଏମଓ ଘଟଣାକୁ ଗୁରୁତ୍ୱର ସହ ନେଇ ଛାତ୍ରଙ୍କ ରକ୍ତ ନମୁନା ସଂଗ୍ରହ କରି କଟକ ଏସସିବିକୁ ପଠାଇଛନ୍ତି । ସମ୍ପୃକ୍ତ ଛାତ୍ର ଜଣଙ୍କୁ ଜିଲ୍ଲା ଚିକିତ୍ସାଳୟର ଆଇସୋଲେସନ ୱାର୍ଡରେ ରଖାଯାଇଛି ।

ଚୀନର ବୁହାନରୁ ସାରା ବିଶ୍ୱକୁ କରୋନା ଭାଇରସ୍ ବ୍ୟାପିବାରେ ଲାଗିଛି । ଗତକାଲି କେରଳରେ ଦେଶର ପ୍ରଥମ କରୋନା ପଜିଟିଭି କେସ୍ ମିଳିଥିଲା । ଉକ୍ତ ଛାତ୍ର ଜଣଙ୍କ ଉହାନ ବିଶ୍ୱବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ । ଉକ୍ତ ଛାତ୍ରୀଙ୍କୁ ଏକ ଡାକ୍ତରୀ ଦଳ ସ୍ୱତନ୍ତ୍ର ଭାବେ ଚିକିତ୍ସା କରୁଛନ୍ତି ।

କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

କରୋନା ସନ୍ଦେହରେ ଆଜି ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ୬ ଜଣଙ୍କୁ ଭର୍ତ୍ତି କରାଯାଇଛି । ମାଲେସିଆରୁ ଭୁବନେଶ୍ୱର ଫେରିଥିବା ୨ ଜଣ ବ୍ୟକ୍ତିଙ୍କ ଉପରେ ମଧ୍ୟ ନଜର ରଖାଯାଇଛି । ୨ ଜଣ ବ୍ୟକ୍ତି ଗତ ମାସରେ ଚୀନ ଯାଇଥିବା ଜଣାପଡ଼ିଛି ।

କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

ପାଟକୁରାରେ ବିକାଶ କାର୍ଯ୍ୟ ଆରମ୍ଭ; ସିଲ୍ ହେଲା ସ୍କୁଲ ନିକଟରେ ଚାଲୁଥିବା ମଦ ଦୋକାନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ୍‌କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଅଚାନକ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆରମ୍ଭ ହୋଇଛି ଏହି କାର୍ଯ୍ୟ । ମୁଖ୍ୟମନ୍ତ୍ରୀ ଦପ୍ତରର ୩ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ୩ଟି ଟିମ୍ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ ଯୋଗାଣ ଆଦିର ଅନୁଧ୍ୟାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଦପ୍ତରର ସ୍ୱତନ୍ତ୍ର ସଚିବ ଡି.ଏସ୍.କୁଟ୍ଟେ, ଅତିରିକ୍ତ ସଚାବ ରୂପା ରୋଶନ ସାହୁ ଓ ଅତିରିକ୍ତ ସଚିବ ପ୍ରଦିପ୍ତ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ଟିମ୍ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ । ବିଦ୍ୟାଳୟଗୁଡିକର ଭିତ୍ତିଭୂମିର ବିକାଶ ପାଇଁ କଣ ସବୁ ପଦକ୍ଷେପ ନିଆଯିବ, ସେନେଇ ଆଲୋଚନା କରାଯାଉଛି । ଖେଳ ପଡିଆ ସାଙ୍ଗକୁ ଛାତ୍ରଛାତ୍ରୀ ମାନଙ୍କର ପାଠପଢା ଉପରେ ଗୁରୁତ୍ୱ ଦିଆଯାଇଛି ।

ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ସଂକ୍ରନ୍ତରେ ପଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଆଲୋଚନା ବେଳେ ପାଟ୍ଟକୁରା ନିର୍ବାଚନ ମଣ୍ଡଳୀର ସାନ ଅଢଙ୍ଗ ଗ୍ରାମ ପଞ୍ଚାୟତ ଲୋକମାନେ ଶ୍ରୀ କୁଟ୍ଟେ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ଅନ୍ୟ ସ୍ଥାନରେ ଲାଇସେନ୍ସ ପାଇଥିବା ଏକ ମଦ ଦୋକାନ ବିଦ୍ୟାଳୟ ନିକଟରେ ଚାଲୁଛି । ଏହା ପରେ ତୁରନ୍ତ ଏହି ମଦ ଦୋକାନକୁ ସିଲ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ପାଟକୁରା ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନିଜେ ଏହି ନିର୍ବାଚନ ମଣ୍ଡଳୀ ପ୍ରତି ସ୍ୱତନ୍ତ୍ର ଧ୍ୟାନଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତଦଅନୁଯାୟୀ ଆଜି ଏହି ତିନି ବରିଷ୍ଠ ଅଧିକାରୀ ଅଚାନକ ଗସ୍ତ କରିଥିବା ଜଣାପଡିଛି ।

ବହୁ ପ୍ରତୀକ୍ଷିତ ଆନନ୍ଦପୁର ବ୍ୟାରେଜ୍‌କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆନନ୍ଦପୁର: ବହୁ ପ୍ରତୀକ୍ଷିତ ଆନନ୍ଦପୁର ବ୍ୟାରେଜ୍‌ ଉଦ୍‌ଘାଟିତ ହୋଇଛି । ବୈତରଣୀ ନଦୀ ଉପରେ ୪୭୫ କୋଟି ଟଙ୍କାରେ ନିର୍ମିତ ଏହି ବ୍ୟାରେଜ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି ।

୪୯୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ବ୍ୟାରେଜର ଜଳଧାରଣା କ୍ଷମତା ୩୫୦ ଲକ୍ଷ ଘନମିଟର ।

ଏହାଦ୍ଵାରା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ହାଟଡିହି, ଘସିପୁରା, ବାଲେଶ୍ୱର ଜିଲ୍ଲାର ରେମୁଣା, ସୋର, ଖଇରା, ଔପଦା, ନୀଳଗିରି, ବାହାନଗା, ବାଲେଶ୍ୱର ସଦର ଏବଂ ସୋର ବ୍ଲକର ୬୦ ହଜାର ହେକ୍ଟର ଜମି ଜଳସେଚିତ ହେବ । ଆନନ୍ଦପୁର ବ୍ୟାରେଜ୍‌ ଉଦ୍‌ଘାଟନ ପରେ ମୁଖ୍ୟମନ୍ତ୍ରୀ ବଳଭଦ୍ର ପାରାୟଣ ସରକାରୀ ହାଇସ୍କୁଲ୍‌ର ପ୍ଲାଟିନମ ଜୁବ୍‌ଲିକୁ ଉଦ୍‌ଘାଟନ କରିଛନ୍ତି ।

ଶେଷରେ ଆନନ୍ଦପୁର ମିନି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଏକ ଜନସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇଛନ୍ତି । ଆନନ୍ଦପୁର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ୬ଟି ପାନୀୟଜଳ ପ୍ରକଳ୍ପର ଉଦଘାଟନ ଓ ପୂର୍ତ୍ତ ବିଭାଗର ୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିରିଛନ୍ତି।

ରାଷ୍ଟ୍ରପତିଙ୍କ ଉଦ୍‌ବୋଧନରୁ ଆରମ୍ଭ ହେଲା ସଂସଦର ବଜେଟ୍‌ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଛି । ପାର୍ଲାମେଣ୍ଟର କେନ୍ଦ୍ରୀୟ ହଲ୍‌ରେ ରାଜ୍ୟସଭା ଓ ଲୋକସଭାର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍‌ବୋଧନରୁ ଆରମ୍ଭ ହୋଇଛି ବଜେଟ୍‌ ଅଧିବେଶନ । ରାଷ୍ଟ୍ରପତି କହିଛନ୍ତି, ସବ୍‌କା ସାଥ୍‌ ସବ୍‌କା ବିକାଶ ସରକାରଙ୍କ ଲକ୍ଷ୍ୟ । ସମସ୍ତଙ୍କୁ ସାଙ୍ଗରେ ନେଇ ନୂଆ ଭାରତ ଗଠନ କରିବା ସରକାରଙ୍କ ଲକ୍ଷ । ବିରୋଧ ନାଁରେ ହିଂସା ଦେଶ ଓ ସମାଜକୁ ଦୁର୍ବଳ କରେ । ଏହା ମଧ୍ୟରେ ବହୁ ଐତିହାସିକ ଆଇନ ଆସିଛି ।

ସୁପ୍ରିମ୍‌କୋର୍ଟଙ୍କ ରାମ ମନ୍ଦିର ନିଷ୍ପତ୍ତିରେ ଦେଶବାସୀ ପରିପକ୍ୱତା ଦେଖାଇଛନ୍ତି । ସେହିପରି ଧାରା ୩୭୦ ଉଚ୍ଛେଦ ସରକାରଙ୍କ ଐତିହାସିକ ସଫଳତା । ଜମ୍ମୁ କଶ୍ମୀର ଓ ଲଦାଖର ବିକାଶକୁ ସରକାର ପ୍ରାଥମିକତା ଦେଉଛନ୍ତି । ଜମ୍ମୁ କଶ୍ମୀର ଓ ଲଦାଖବାସୀ ସବୁ ଯୋଜନାରୁ ଲାଭ ପାଉଛନ୍ତି । ସଂଖ୍ୟାଲଘୁଙ୍କ ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ । ଆଇନରେ ସବୁ ଶରଣାର୍ଥୀଙ୍କ ପାଇଁ ବିଶେଷ ଦୃଷ୍ଟି ଦିଆଯାଇଛି । CAA ଆଣି ବାପୁଙ୍କ ସ୍ୱପ୍ନ ପୂରଣ କରାଯାଇଛି । କୃଷକଙ୍କ ଆୟ ଦୁଇଗୁଣ କରିବାକୁ କରାଯାଇଛି ନୂଆ ଯୋଜନା । କୃଷକଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଉଛି । ଗ୍ରାମାଞ୍ଚଳର ବିକାଶକୁ ସରକାରଙ୍କ ପ୍ରାଥମିକତା ଦେଉଛନ୍ତି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ।

ଝିଅର ଜନ୍ମଦିନ ବାହାନାରେ ପିଲାମାନଙ୍କୁ ଘରକୁ ଡ଼ାକି ବନ୍ଧକ ରଖିଥିଲା

ଉତ୍ତରପ୍ରଦେଶ: ୧୧ ଘଣ୍ଟାର ରେସକ୍ୟୁ ଅପରେସନ୍‌ ….ଶେଷରେ ପୋଲିସର ଏନ୍‌କାଉଣ୍ଟରେ ନିପାତ ହେଲା ଦୁର୍ବୃତ୍ତ । ଉତ୍ତରପ୍ରଦେଶ ଫାରୁକାବାଦରେ ୨୩ ଶିଶୁଙ୍କୁ ବନ୍ଧକ ରଖିଥିବା ଅଭିଯ଼ୁକ୍ତର ପୋଲିସ ଗୁଳିରେ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ବନ୍ଧକଥିବା ସମସ୍ତ ଶିଶୁଙ୍କୁ ଉଦ୍ଧାର କରିଛି ପୋଲିସ । ଗତକାଲି ଜନ୍ମ ଦିନ ପାଳନ ପାଇଁ ଘରୁକୁ ଡାକି ଦୁର୍ବୃତ୍ତ ଜଣକ ବନ୍ଧୁକ ମୁନରେ ସମସ୍ତଙ୍କୁ ବନ୍ଧକ ରଖିଥିଲା  । ବନ୍ଦି ଥିବା ସମସ୍ତ ପିଲା ଏବଂ ମହିଳାଙ୍କୁ ମୁକୁଳାଇବା ପାଇଁ  ଘଟଣାସ୍ଥଳରେ ଏସପି, ଏଏସପି ଏବଂ ଏଟିଏସ କମାଣ୍ଡେ । ପହଞ୍ଚିଥିଲେ । ହେଲେ ଅଭିଯୁକ୍ତ ଜଣକ ପୋଲିସ ଉପରକୁ ବୋମାମାଡ଼ କରିଥିଲା ।  ଫଳରେ କାନ୍ଥ ପଡି ୨ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ଗତକାଲି ଦ୍ୱିପହରରେ ମୋହମ୍ମଦାବାଦ କରସିୟା ଗାଁର ଅପରାଧୀ ସୁଭାଷ ବାଥମ ଝିଅର ଜନ୍ମଦିନ ବାହାନାରେ ଗାଁର ପିଲାମାନଙ୍କୁ ଘରକୁ ଡାକିଥିଲା । ଦ୍ୱିପହରଠାରୁ ପିଲାମାନକୁ  ଘରେ ବନ୍ଧକ ରଖିଥିଲା ସୁଭାଷ । ସୁଭାଷ ନଁ।ରେ ଅଗରୁ ବି ଅପରାଧିକ ମାମଲା ରହିଥିଲା । ସେ କିଛିଦିନ ପୂବେ ଜେଲ୍‌ରୁ ଫେରିଥିବା ସୂଚନା ମିଳିଛି । ତେବେ ରେସ୍‌କ୍ୟୁ ଅପରେସନ୍‌ ବେଳେ ପୋଲିସ ଗୁଳିରେ ସୁଭାଷର ମୃତ୍ୟୁ ହୋଇଛି । ସେପଟେ ପିଲାଙ୍କୁ ମୁକୁଳାଇବା ପାଇଁ ନିୟୋଜିତ ହୋଇଥିବା ପୋଲିସ ଟିମ୍‌କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯ଼ୋଗୀ ଆଦିତ୍ୟ ନାଥ ।

ମା’ଙ୍କ ଦର୍ଶନ ପରେ ବିଭିନ୍ନ ସ୍କୁଲ ପରିଦର୍ଶନରେ 5-T ସଚିବ

ବ୍ରହ୍ମପୁର: ତାରାତାରିଣୀ ପୀଠରେ ମାଆଙ୍କ ଦର୍ଶନ ଏବଂ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା ପରେ ପୁରୁଷୋତ୍ତମପୁର ଏବଂ ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ କରୁଛନ୍ତି 5ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ।

ପ୍ରଥମେ  ନନ୍ଦିକ ହାଇସ୍କୁଲ ପରିଦର୍ଶନ କରିଛନ୍ତି ପାଣ୍ଡିଆନ । ପରେ ପୁଟିଆପଦର, ଧୋବାହି, ସାହାପୁର, ଭାବନ୍ଧ ସ୍କୁଲ ପରିଦର୍ଶନ କରିଥିଲେ 5ଟି ସଚିବ ।

ଏଥିସହ ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ସ୍କୁଲ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପରେ ହିଞ୍ଜିଳିକାଟୁ ବ୍ଲକରେ ମଧ୍ୟ ବିଭିନ୍ନ ସ୍କୁଲ ଗସ୍ତ କରିବେ 5ଟି ସଚିବ । ସ୍କୁଲ କର୍ତ୍ତୃପକ୍ଷଙ୍କ ସହ କଥା ହେବା ସହ ସୁବିଧା ଅସୁବିଧା ପଚାରି ବୁଝୁଛନ୍ତି 5-T ସଚିବ ।

ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ଯାଏଁ ବର୍ଷା

ଭୁବନେଶ୍ୱର: ଆସନ୍ତା କାଲିଠାରୁ ରାଜ୍ୟରେ ଦୁଇ ଦିନ ଯାଏଁ ବର୍ଷା ହେବ । ପଶ୍ଚିମବଙ୍ଗରୁ ଆଭ୍ୟନ୍ତରୀଣ ଓଡ଼ିଶା ଉପର ଦେଇ ଆନ୍ଧ୍ର ପ୍ରଦେଶ ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୧ ଓ ୨ ତାରିଖରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଏହାପରେ ଆସନ୍ତା ୩ ତାରିଖରୁ ପାଗ ଶୁଖିଲା ରହିବା ସହ ତାପମାତ୍ରାରେ ବୃଦ୍ଧି ଘଟିବ । ଗତକାଲି ମଧ୍ୟ ରାଜ୍ୟରେ କିଛି ସ୍ଥାନରେ ଘଡଘଡି ସହ ବର୍ଷା ରେକର୍ଡ କରାଯାଇଛି । ପୁରୀରେ ସର୍ବାଧିକ ୨ ମିଲିମିଟର ବର୍ଷା ହୋଇଥିବା ବେଳେ ଚାନ୍ଦବାଲିରେ ୧ ମିଲିମିଟର ବର୍ଷା ହୋଇଛି ।

ତାରାତାରିଣୀ ପୀଠରେ 5ଟି ସଚିବ: ମନ୍ଦିରର ବିଭିନ୍ନ ସମସ୍ୟା ବିଷୟରେ ସେବାୟତଙ୍କ ସହ କଲେ ଆଲୋଚନା

ଗଞ୍ଜାମ: ଗଞ୍ଜାମର ପ୍ରସିଦ୍ଧ ଦେବୀ ପୀଠ ତାରାତାରିଣୀ ଅଚାନକ ଗସ୍ତ କରିଛନ୍ତି 5ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ । ଆଜି ପୂର୍ବାହ୍ନରେ ମାଆ ତାରାତାରିଣୀଙ୍କ ଗସ୍ତ କରିବା ସହ ପୀଠର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ସରକାର ରାଜ୍ୟର ବିଭିନ୍ନ ଐତିହ ଏବଂ ସଂସ୍କୃତି ସଂପନ୍ନ ମନ୍ଦିରର ବିକାଶ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି । ସେ ମଧ୍ୟରେ ତାରାତାରିଣୀ ପୀଠ ମଧ୍ୟ ସାମିଲ ହୋଇଛି ।

ପୀଠକୁ ଅଧିକରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ଚାଲିଥିବା ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିସହ ମନ୍ଦିରରେ ଥିବା ବିଭିନ୍ନ ସମସ୍ୟା ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି 5-ଟି ସଚିବ ।

ଏ ଅବସରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ପିଡି ଡିଆରଡିଏ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ବିଶ୍ରାମ ନେଉଥିବା ବେଳେ ଆକ୍ରମଣ କଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ରାଜରାସ୍ତାରେ ଲୁଟେରାଙ୍କ ଆତଙ୍କ ରାଜ୍‌ । ଟ୍ରକ୍‌ ଡ୍ରାଇବରଙ୍କୁ ଧାରୁଆ ଅସ୍ତ୍ରରେ ଲହୁ ଲୁହାଣ କଲେ ଅଭିଯୁକ୍ତ । ଦୁଇ ଗୁରୁତର କଟକ ଏସ୍‌ସିବିକୁ ସ୍ଥାନାନ୍ତର । ଖୋର୍ଦ୍ଧା ଚମ୍ପାଗଡ ନିକଟରେ ଭୋର ୫ଟା ବେଳେ ଘଟିଛି ଏହି ଅଭାବନୀୟ ଘଟଣା ।  ରାତିରେ ବିଶ୍ରାମ ନେବାପାଇଁ ରାସ୍ତା କଡରେ ଦୁଇଟି ଟ୍ରକର ଡ୍ରାଇଭର ଅଟକି ଥିଲେ ।

ଭୋରରୁ ଦୁଇ ଦର୍ବୃତ୍ତ ବାଇକ୍‌ରେ ଆସି ଡ୍ରାଇଭରମାନଙ୍କୁ ବଟି ମାଗିଥିଲେ । ହେଲେ ଟଙ୍କା ନଦେବାରୁ ଦୁଇ ଡ୍ରାଇଭରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଗାଡିକୁ ଭଙ୍ଗା ରୁଜା କରିଛନ୍ତି ଦୁର୍ବୃତ୍ତ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଦୁଇ ଆହତଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ଗରୁତର ହେବାରୁ ଦୁହିଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଚାନ୍ଦପୁର ନିକଟରେ ପୋଲିସର ପେଟ୍ରୋଲଂ ଅଭାବରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସୀ ।

ଏଥର ନିଶ୍ଚିନ୍ତରେ ଖାଇପାରିବେ ଚିକେନ ଓ ଅଣ୍ଡା

ଭୁବନେଶ୍ୱର: ଚିକେନ ଓ ଅଣ୍ଡା ଖାଇବାରେ ଆଉ ନାହିଁ କଟକଣା । କାରଣ ରାଜ୍ୟରେ ଆଉ ନାହିଁ ବାର୍ଡ ଫ୍ଲୁ ଟେନସନ । ୩ ଦିନ ଧରି ଓୟୁଏଟିରେ କୁକୁଡା ମରା ଅଭିଯାନ ପରେ ଏହା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ମତ୍ସ୍ୟ ଓ ପଶୁସଂପଦ ସଚିବ । ଓୟୁଏଟିରେ ସେଣ୍ଟ୍ରାଲ ଟିମ ସହିତ ଆଲୋଚନା ପରେ ଏହା କହିଛନ୍ତି ସଚିବ ଆର୍‌.ରଘୁପ୍ରସାଦ । ବର୍ତ୍ତମାନ ସୁଦ୍ଧା ୧୪ ହଜାର ସାମ୍ପୁଲ ଟେଷ୍ଟ କରାଯାଇଥିବା ବେଳେ ସେଥିରୁ କେବଳ ଗୋଟିଏରେ ପଜିଟିଭ ବାହାରିଥିଲା ।

ବାର୍ଡଫ୍ଲୁ ସଂକ୍ରମଣ ନ ବ୍ୟାପିବା ପାଇଁ ଓୟୁଏଟି ପରିସର ସଫା ରଖାଯିବା ସହ ବ୍ଲିଚିଂ ପକାଯାଉଛି । ତେବେ ନଭେମ୍ବରରୁ ଫେବୃଆରୀ ମଧ୍ୟରେ ଓଡ଼ିଶାକୁ ସାଇବେରିଆନ କଣ୍ଟ୍ରିଂରୁ ବିଦେଶାଗତ ପକ୍ଷୀ ଆଗମନ ଥିବାରୁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ପ୍ରାଣୀ ସଂପଦ ବିଭାଗ ସଚିବ । ସେପଟେ ୩ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ସ୍ପଟ ଭେରିଫିକେସନ କରିଛନ୍ତି । ପ୍ରଫେସର ଅଂଶୁମାନ ଶ୍ରୀବାସ୍ତବ, ପ୍ରଫେସର ଆଲୋକ ବାଜପେଇ ଓ ଡାକ୍ତର ଦେବାଶିଷ ଭଟ୍ଟ।ଚାର୍ଯ୍ୟଙ୍କୁ  ନେଇ ଗଠିତ ଟିମ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସ୍ପଟ ଭେରିଫିକେସନ ପରେ ପ୍ରତିକ୍ରିୟା ରଖିଛି ଟିମ । ବାର୍ଡଫ୍ଲୁ ସୀମିତ ଯାଗାରେ ହୋଇଥିବାରୁ ସାଧାରଣ ଲୋକ ଭୟଭିତ ନହେବାକୁ ପରାମର୍ଶ ଦେଇଛି ଟିମ୍‌ ।