spot_img
Home Blog Page 7460

ଦେଶ ସ୍ୱାଧୀନ ହେବା ପରେ କେତୋଟି ଯୁଦ୍ଧ ହୋଇଛି ଓ କାହିଁକି ଜାଣନ୍ତୁ

ସ୍ୱାଧୀନତା ପରେ କେତୋଟି ଯୁଦ୍ଧ ଲଢ଼ିଛି ଭାରତ । କଣ ଥିଲା ତାର ପରିଣାମ ? କଣ ବଦଳିଛି ଦେଶର ଚିତ୍ର ? କିନ୍ତୁ ସବୁ ଯୁଦ୍ଧ ପଛରେ ସୀମା ବିବାଦ ହିଁ ଥିଲା ପ୍ରମୁଖ କାରଣ ? ଯଦିଓ ଏଭିତରେ ଦୁଇ ପଡ଼ୋଶୀ ପାକିସ୍ତାନ ଓ ଚିନ୍‌ ଭାରତକୁ ଅନେକ ସମୟରେ ପ୍ରବେଶ କରିବାକୁ ଚିନ୍ତା କରୁଛନ୍ତି କିନ୍ତୁ ପ୍ରତ୍ୟେକ୍ଷ ଯୁଦ୍ଧ ପାଇଁ ଦଶ ଥର ଭାବିବାକୁ ବାଧ୍ୟ ହେଉଛନ୍ତି । କଣ ଥିଲା ସେ ୬ଟି ପ୍ରତ୍ୟେକ୍ଷ ଯୁଦ୍ଧର ଦୃଶ୍ୟପଟ୍ଟ ? ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।

ଭାରତ ସ୍ୱାଧୀନତା ପରେ ପ୍ରତ୍ୟକ୍ଷ ଭାବେ ୬ଟି ଯୁଦ୍ଧର ସାମ୍ନା କରିଛି ଦେଶ । ସାମ୍ନା କରିଛନ୍ତି ଦେଶର ଜନତା । ଯୁଦ୍ଧର ବିଭିଷିକା କଥା ମନେ ପଡ଼ିଲେ ଦେହ ଶିତେଇ ଉଠେ । କେତେ ଯେ ଗୁଳି ଫୁଟେ, କେତେ ଯେ କମାଣ ବର୍ଷେ, କେତେ ଯେ ବିସ୍ଫୋରଣର ଧ୍ୱନି ଶୁଭେ ତାହା କହିବା ସମ୍ଭବ ନୁହେଁ । ତାଠୁ ଅଧିକ ଦୁଃଖଦାୟକ ଏ ଦେଶର ସେନା ଜବାନଙ୍କ ପ୍ରାଣ ବଳି । ରଣଭୂମୀରେ ଗଡ଼ିଚାଲେ ମୁଣ୍ଡ ଏ ଦେଶର ସୁରକ୍ଷା ପାଇଁ, ଏ ମାଟି ମାଆର ସ୍ୱାଭିମାନ ପାଇଁ । ମୋଟ୍‌ ୬ଟି ଯୁଦ୍ଧରୁ ଗୋଟିଏକୁ ଛାଡ଼ିଦେଲେ ବାକି ୫ଟିରେ ଜିତିଛି ଭାରତ । ଯଦିଓ ଲଜ୍ଜାଜନକ ପରାଜୟ ସତ୍ତ୍ଵେ ପ୍ରତିପକ୍ଷ ବି ନିଜର ଜିତାପଟ୍‌ ଦାବି କରିବାକୁ ପଛେଇନାହାନ୍ତି । ଭାରତ ଚାରିଟି ଯୁଦ୍ଧ ପାକିସ୍ତାନ ଲଢ଼ିଥିବା ବେଳେ ଦୁଇଟିରେ ଯୁଦ୍ଧ ଭୂମୀରେ ଚିନ୍‌ ସହ ହୋଇଛି ମୁହାଁମୁହିଁ । ସବୁଠୁ ବଡ଼ କଥା ପ୍ରତିଟି ଯୁଦ୍ଧ ପଛର କାରଣ ସୀମା ବିଦାଦ । ଅନ୍ୟର ସୀମା ଅକ୍ତିଆର କରି ନିଜର ସୀମା ବଢ଼ାଇବା ଲକ୍ଷ୍ୟ।

 

ଭାରତ-ପାକିସ୍ତାନ ଯୁଦ୍ଧ ୧୯୪୭-୪୮

ଦୁଇ ଦେଶ ଭିତରେ ବିବାଦର କାରଣ ଥିଲା କଶ୍ମୀର । ୧୯୪୭ ରେ ପଶ୍ଚିମ କାଶ୍ମୀରରେ ମୁସଲମାନଙ୍କ ହତ୍ୟା ପରେ କାଶ୍ମୀର ଜନତାଙ୍କ ସମର୍ଥନରେ ସେଠାକୁ ଆଦିବାସୀ ସେନା ପଠାଇଥିଲା ପାକିସ୍ତାନ । ହିନ୍ଦୁ ରାଜା ହରି ସିଂ ଲୋଡ଼ିଥିଲେ ଭାରତର ସହଯୋଗ । ତାପରେ କାଶ୍ମୀରକୁ ଭାରତରେ ବିଲୟ କରିବା ପାଇଁ ହରି ସିଂକୁ ଏକ ଚୁକ୍ତିନାମାରେ ସ୍ୱାକ୍ଷରିତ କରିବାକୁ କହିଲା ଭାରତ ।

ସେତେବେଳେ ମହାରାଜା ଦସ୍ତଖତ କଲେ ଓ ନ୍ୟାସନାଲ କନଫରେନ୍ସ ନେତା ଅବଦୁଲ୍ଲା ଏଥିପାଇଁ ଅନୁମତି ଦେଇଥିଲେ । ତାପରେ ଭାରତ ନିଜ ସେନାବାହିନୀ କଶ୍ମୀର ପଠାଇଥିଲା । ଯୁଦ୍ଧ ସେବେ ସମାପ୍ତ ହୋଇଥିଲା ଯେତେବେଳେ ନେହେରୁ ସଂଯୁକ୍ତ ରାଷ୍ଟ୍ର ସଂଗଠନର ସହାୟତା ନେଇଥିଲେ । ୟୁନ୍ଏସ୍‌ସିର ୩୯ ଓ ୪୭ ରିଜୋଲ୍ୟୁସନ ଅନୁସାରେ ଫାଳେ ରଖିଲା ପାକିସ୍ତାନ, ଯାହାର ନାଁ ପାକ୍‌ ଅଧିକୃତ କାଶ୍ମୀର ଓ ଅନ୍ୟ ଭାଗ ରହିଲା ଭାରତର ନାଁରେ ଭାରତ ଅଧିକୃତ କାଶ୍ମୀର ।

ଭାରତ-ଚୀନ୍‌  ଯୁଦ୍ଧ ୧୯୬୨

ଏହି ଯ଼ୁଦ୍ଧର ଉତ୍ପତ୍ତି ବି ସୀମା ବିବାଦରୁ । କାହାର ସୀମା କେତେ ? ଉଭୟ ଦେଶର ସ୍ୱାଧୀନତା ପରେ ବିଭିନ୍ନ ସମୟରେ ଚିନ୍‌ ଦ୍ଵାରା ପ୍ରସ୍ତୁତ ମ୍ୟାପ୍‌ରେ ଭାରତୀୟ ସୀମା ସ୍ଥିତ ସିକିମ୍‌, ନେପାଳ, ଭୂଟାନର କିଛି ଅଂଶକୁ ଚୀନ ନିଜର ବୋଲି ଦାବି କଲା । ୨୩ ଜାନୁଆରୀ ୧୯୫୯ରେ ଚୀନ୍‌ର ତତ୍କାଳୀନ ପ୍ରଧାନମନ୍ତ୍ରୀ ଚାଓ ଏନ୍‌  ଏ ସମ୍ବନ୍ଧରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । ଦୁଇ ଦେଶ ମଧ୍ୟରେ ହୋଇଥିବା ସୀମା ସମ୍ବନ୍ଧିତ ଦସ୍ତାବିଜ୍‌ ଉପଲବ୍ଧି ନାହିଁ ତେଣୁ ଔପଚାରିକ ସ୍ତରରେ ସୀମା କ୍ଷେତ୍ର ସ୍ଥିର ହୋଇନଥିବା ଲେଖିଥିଲେ ।

୧୯୫୯ରେ ତିବ୍ଦତରେ ଦେଖାଦେଇଥିବା ବିଦ୍ରୋହ ଭାରତ-ଚିନ୍‌ ସମ୍ପର୍କକୁ ଅଧିକ ତିକ୍ତ କରିଦେଲା । ଚିନ୍‌ ସେନା ଦ୍ଵାରା ଏହାକୁ ତୀବ୍ର ଭାବରେ ବିରୋଧ କରାଗଲା । ଫଳରେ ଦଲାଇଲାମା ନିଜର କିଛି ଅନୁଗାମୀଙ୍କୁ ଧରି ଭାରତ ଚାଲିଆସିଲେ । ଭାରତ ଦଲାଇଲାମାଙ୍କୁ ଶରଣ ଦେବାରୁ ଚୀନ୍‌ କ୍ଷୁବ୍ଧ ହେବାକୁ ଲାଗିଲା । ସୀମାରେ ଦେଖାଦେଲା ତିକ୍ତତା । ତାପରେ ଚିନ୍‌ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ରଖିଥିଲେ ଅକସାଇ କ୍ଷେତ୍ରରେ ଚୀନ୍‌ର ଅଧିକାରକୁ ଯଦି ଭାରତ ସ୍ୱୀକାର କରେ ତେବେ ଚିନ୍‌ ମ୍ୟାକ୍‌ମୋହନ ରେଖାକୁ ସ୍ୱୀକାର କରିନେବ ।

ଭାରତ ମନା କରିବାରୁ ୨୦ ଅକ୍ଟୋବର ୧୯୬୨ରେ ଚୀନ୍‌ ସୈନିକ ବହୁ ସଂଖ୍ୟାରେ ଭାରତୀୟ ସୀମାର ଉତ୍ତର ଇଲାକାରେ ପ୍ରବେଶ କଲେ । ଆରମ୍ଭ ହେଲା ଯଦ୍ଧ । ଭାରତର ୨୫ଶହ ସୈନିକ ପ୍ରାଣ ହରାଇଲେ । ଚୀନ୍‌ ଘୋଷଣା ନକଲେ ବି ତାଙ୍କର ଶତାଧିକ ସୈନିକ ପ୍ରାଣ ହରାଇଥିଲେ । ଭାରତର ୧୪ହଜାର ବର୍ଗ କିଲୋମିଟର ଅଞ୍ଚଳକୁ କବଜା କରିନେଲା ଚୀନ୍‌ । ଶେଷରେ ସୋଭିଏତ୍‌ ସଂଘ ଚାପରେ ଯୁଦ୍ଧରେ ବିରାମ ଲାଗିଥିଲା । ଭାରତ ତୁଳନାରେ ଚୀନ୍‌ର ସୈନିକ ୫ଗୁଣା ଅଧିକ ଥିଲା । ଗୋଟିଏ ମାସ ଚାଲିଥିଲା ଏହି ଯୁଦ୍ଧ ।  ତୟାର ନଥିଲା ଭାରତ ସେଥିପାଇଁ ହାରିଯାଇଥିଲା ।

ଭାରତ- ପାକିସ୍ତାନ ଯୁଦ୍ଧ ୧୯୬୫

୧୯୫୬ରେ ଭାରତ ଗୁଜୁରାଟର କଚ୍ଛ କ୍ଷେତ୍ରରେ ନିମନ୍ତ୍ରଣ ହାସଲ କରିଥିଲା । ପରେ ୧୯୬୫ପାକିସ୍ତାନ କଚ୍ଛ ସୀମା କ୍ଷେତ୍ରରେ ହମଲା କରିଥିଲା । ଏଇଠୁ ଆରମ୍ଭ ହୋଇଥିଲା ବିବାଦ । ୫ ଅଗଷ୍ଟ ୧୯୬୫ରେ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ମୁତୟତ କଲା ନିଜ ସେନାବାହିନୀ । ଏହାପରେ ଅଗଷ୍ଟ ୧୯୬୫ରେ ପାକିସ୍ତାନ ଅପରେସନ ଜିବ୍ରୋଲଟ୍‌ର ଲଞ୍ଚ କରିଥିଲା ।

ଏବଂ ଭାରତୀୟ ରାଜ୍ୟ ଜମ୍ମୁ ଓ କଶ୍ମୀର ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲା । ୧୭ ଦିନ ଯାଏ ଚାଲିଲା ଏ ଯୁଦ୍ଧ । ସଂଯୁକ୍ତ ରାଷ୍ଟ୍ରର ନିଦ୍ଧିଷ୍ଟ ଘୋଷଣା ତାସକେଣ୍ଟ ଚୁକ୍ତି ଦ୍ଵାରା ଶେଷ ହୋଇଥିଲା । ୧୦ ଜାନୁଆରୀ ୧୯୬୬ରେ ଉଭୟ ରାଷ୍ଟ୍ର ଭିତରେ ଥିବା ସବୁ ବିବାଦର ସମାଧାନ ପାଇଁ ଦୁଇ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଓ ଆୟୁବ ଖାନ୍‌ ଏଥିରେ ହସ୍ତାକ୍ଷର କରିଥିଲେ ।

ଭାର-ଚୀନ୍‌ ଯୁଦ୍ଧ ୧୯୬୭

୧୯୬୭ ରେ ବି ଚୀନ୍‌ ଏହା ଭାବିଥିଲା ଭାରତ ୧୯୬୨ ମସିହା ଭଳି ଅସାବଧାନ ଥିବ ଏବଂ ସହଜରେ ହାରିଯିବ । କିନ୍ତୁ ଏଥର ଯାହା ହୋଇଥିଲା ତାହା ଚିନ୍‌କୁ ପାଣି ପିଆଇ ଦେଇଥିଲା । ସେତେବେଳେ ସିକ୍କମ୍‌ ଭାରତର ଅଂଶ ନଥିଲା କିନ୍ତୁ ସାମରିକ ଓ ଅର୍ଥନୈତିକ ଦଷ୍ଟି କୋଣରୁ ଭାରତ ସିକ୍କିମକୁ ସାହାଯ୍ୟ କରୁଥିଲା । ତିବ୍ଦତ ଭଳି ଚିନ୍‌ ସିକିମ୍‌ ଉପରେ କବଜା କରିବାକୁ ଚାହିୁଁଥିଲା ।

ନାଥୁଲାରେ ଚୀନ୍‌ ସେନା ଅନେକ ଥର ଭାରତ ସୀମାକୁ ପଶିଆସିଥିଲେ । ତେଣୁ ଭାରତ ସେଠାରେ କଣ୍ଟା ତାର ବାଡ଼ ଲଗାଇଥିଲା । ଚିନ୍‌ ସେନା ଏହାକୁ ରୋକିବାକୁ ଚେଷ୍ଟା କରିଥିଲା  ଓ ୧୧ ସେପ୍ଟେମ୍ବର ୧୯୬୭ରେ ଚୀନି ସେନା ଭାରତ ସେନା ଉପରେ ଆକ୍ରମଣ କରିଥିଲା । କିନ୍ତୁ ଏହାର ଜବାବ୍‌ ଦେବାକୁ ଭାରତ ପୂରା ପ୍ରସ୍ତୁତ ଥିଲା । ନିଶାନାରେ ଥିବା ଚୀନ୍‌ ବଙ୍କର ଭାରତୀୟ ସେନାର ତୋପରୁ ତ୍ରାହି ପାଇନଥିଲେ ।

ଚୋଲା ଉପରେ ବି ଗୋର୍ଖ। ବାହିନୀ ଦ୍ଵାରା ଚୀନ୍‌କୁ କଡ଼ା ଜବାବ୍‌ ଦେଇଥିଲା ଭାରତ । ୧୦ଦିନ ଚାଲିଲା ଯୁଦ୍ଧ । ଚିନ୍‌ ଭାବିଲା ଭାରତକୁ ଆଉ ପାରିହେବନି । ବାଧ୍ୟ ହୋଇ ପଛକୁ ହଟିଥିଲା । ସେତେବେଳେ ଏମିତି ଧୂଳି ଚଟେଇଥିଲା ଭାରତ । ଆଉ କେବେ ବି ନାଥୁଲା ଓ ଚୋଲା ମାଟି ମାଡ଼ିବାକୁ ସାହସ କରିନଥିଲା ଚୀନ୍‌ ।

 

ଭାରତ-ପାକିସ୍ତାନ ଯୁଦ୍ଧ ୧୯୭୧

ଚୁକ୍ତି ଚୁକ୍ତି ହେଉଥିଲା କିନ୍ତୁ ପାକିସ୍ତାନର ନାପାକ୍‌ ହରକତ୍‌ ଥମୁନଥିଲା । ବଙ୍ଗ ବିଭାଜନ ପରେ ଏହାର ପୂର୍ବ ଭାଗ ପୂର୍ବ ପାକିସ୍ତାନ ନାଁରେ ପାକିସ୍ତାନ ସହ ଯୋଡ଼ି ହୋଇଥିଲା । ପାକିସ୍ତାନର ଦୁଇ ଭାଗକୁ ଯୋଡ଼ିବା ପାଇଁ ଏକ ରାସ୍ତା ଭାରତର ୧୨ଶହ ମାଇଲ ସୀମାରେ ପଡ଼ୁଥିଲା । ଏହା ବ୍ୟତୀତ ପାକିସ୍ତାନ ସରକାର ଏହା ଉପରେ ବେଶି ଧ୍ୟାନ ଦେଉନଥିଲେ । ସଂଘର୍ଷ କାରଣରୁ ପୂର୍ବ ବଙ୍ଗର ମୁଜିବୁର ରେହମାନଙ୍କୁ ପ୍ରମୁଖ କରାଯାଇନଥିଲା ।

୧୯୭୦ରେ ରେହମାନଙ୍କ ଦଳ ନିର୍ବାଚନରେ ୩ଶହରୁ ୧୬୦ ସିଟ୍‌ ପାଇଥିଲା । ପାକିସ୍ତାନ ନେତା ଓ ରାଷ୍ଟ୍ରପତି ପୂର୍ବ ବଙ୍ଗଳାକୁ ଅଧିକାର ଦେବାକୁ ମନା କରିଦେଲେ । ଯେବେ ପାକିସ୍ତାନ ଭାରତର ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା ସେତେବେଳେ ଭାରତ ପୂର୍ବ ଓ ପାକିସ୍ତାନ ଦୁଇଟି ଭାଗରେ ହମଲା କରିଥିଲା । ପୂର୍ବ ଭାଗକୁ କବଜା କରିଥିଲା ଭାରତ ।

୬ ଡିସେମ୍ବର ୧୯୭୧ରେ ଏହା ନୂଆ ଦେଶ ବାଙ୍ଗଲାଦେଶ ଭାବେ ଗଢ଼ି ଉଠିଥିଲା । ତାପରେ ଦୁଇ ଦେଶ ଯୁଦ୍ଧ ବିରାମରେ ସହମତି ହେଲେ । ମୁଜିବୁର ରେହମାନ ହେଲେ ବାଙ୍ଗଲାଦେଶର ପ୍ରଥମ ରାଷ୍ଟ୍ରପତି । ଜୁନ୍‌ ୧୯୭୨ରେ ଭାରତ ପାକିସ୍ତାନ ଭିତରେ ଶାନ୍ତି ପାଇଁ ସ୍ୱାକ୍ଷରିତ ହୋଇଥିଲା ସିମଲା ଚୁକ୍ତି ।  ୧୩ ଦିନ ଧରି ହୋଇଥିଲା ଏ ଯୁଦ୍ଧ । ଜିତିଥିଲା ଭାରତ ।

 

ଭାରତ -ପାକିସ୍ତାନ କାରଗିଲ ଯୁଦ୍ଧ ୧୯୯୯

ଜାମ୍ମୁ-କାଶ୍ମୀରର କାର୍ଗିଲ ଜିଲ୍ଲା ଏବଂ ନିୟନ୍ତ୍ରଣ ରେଖା ପାଖରେ ପାକିସ୍ତାନୀ ସେନା ଓ ଆତଙ୍କବାଦୀଙ୍କ ପ୍ରବେଶ ଯୋଗୁଁ ହୋଇଥିଲା ଏ ଯୁଦ୍ଧ । ଯୁଦ୍ଧର କେନ୍ଦ୍ର ବିନ୍ଦୁ କାର୍ଗିଲ କ୍ଷେତ୍ରରେ ସବୁଠାରୁ ଉଚ୍ଚ ସ୍ଥାନ ଟାଇଗର ହିଲ୍‌ ଥିଲା । କାର୍ଗିଲ କ୍ଷେତ୍ରରୁ ଶତ୍ରୁଙ୍କୁ ବାହାର କରିବା ପାଇଁ କାଳ ବିଳମ୍ବ ନକରି ଭାରତ ଆରମ୍ଭ କରିଥିଲା ଅପରେସନ ବିଜୟ । ଭାରତୀୟ ବାୟୁସେନା ଏଥିରେ ଭାଗ ନେଇଥିଲା ।

ପାଖାପାଖି ୬୦ ଦିନ ଚାଲିଥିବା ଏହି ଯୁଦ୍ଧରେ ଭାରତ ଟାଇଗର୍‌ ହିଲ୍‌କୁ କବଜା କରିଥିଲା । ପାକିସ୍ତାନକୁ ନିଜ ସୀମାକୁ ପଠାଇଦିଆଯାଇଥିଲା । ଭାରତର ୫୨୦ରୁ ଅଧିକ ସୈନିକ ସହିଦ ହୋଇଥିବା ବେଳେ ଶତ୍ରୁ ଦେଶର ମୃତ୍ୟୁ ସଂଖ୍ୟାରୁ ହଜାରେରୁ ଅଧିକ ଥିଲା । ଦୁଇ ଦେଶ ଭିତରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ୨୧ ଫ୍ରେବୃଆରୀ ୧୯୯୯ରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପାକିସ୍ତାନ ପ୍ରତିପକ୍ଷ ନଓ୍ୱାଜ ସରିଫଙ୍କ ଭିତରେ ସ୍ୱାକ୍ଷରିତ ହୋଇଥିଲା ଲାହୋର ଚୁକ୍ତିନାମା ।

ଏବେ ବି ସୀମାରେ ଲାଗିରହିଛି ବିବାଦ । ଏବେବି ଉତ୍ତେଜନାର କେନ୍ଦ୍ରରେ କଶ୍ମୀର , ଅକସାଇ ଚୀନ୍‌ , ଡୋକଲାମ୍‌ । କିନ୍ତୁ ଭାରତର ଶକ୍ତି ଆଗରେ ପ୍ରତିପକ୍ଷ ନିଜକୁ ତଉଲି ସମ୍ମୁଖ ଯୁଦ୍ଧରେ ଅବତୀର୍ଣ୍ଣ ହେବାକୁ ଥରେ ନୁହେଁ ଦଶ ଥର ଭାବିବାକୁ ବାଧ୍ୟ ହେଉଛି ।

 

କାହିଁକି ଜାନୁଆରୀ ୨୬ରେ ହିଁ ପାଳନ କରାଯାଏ ସାଧାରଣତନ୍ତ୍ର ଦିବସ  ?

ସାଧାରଣତନ୍ତ୍ର, ଗଣତନ୍ତ୍ର, ରିପବ୍ଲିକ ଡେ… । ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ପର୍ବ । ଆମେ ସମସ୍ତେ ଜାଣୁ ଜାନୁଆରୀ ୨୬ରେ ପାଳନ କରାଯାଏ ଏହି ମହାନ ଦିବସ । ପ୍ରତିଟି ଭାରତୀୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ । କିନ୍ତୁ ଏହି ଦିବସ ପାଳନ ପଛରେ କାରଣ କଣ ? କାହିଁକି ଏହି ତାରିଖକୁ ହିଁ ବଛାଗଲା? ଏସବୁ ତଥ୍ୟ ଆମେ ସମସ୍ତେ ଜାଣିବା ନିହାତି ଆବଶ୍ୟକ ।

ଏଥିପାଇଁ ଆମକୁ ୧୯୨୭କୁ ଫେରିଯିବାକୁ ହେବ । ଯେତେବେବେଳେ ଗଠନ ହେଲା ସାଇମନ କମିଶନ । କିନ୍ତୁ କୈାଣସି ଭାରତୀୟଙ୍କୁ ସ୍ଥାନ ମିଳିଲାନି । ଏ ନିଷ୍ପତ୍ତି ସ୍ୱତନ୍ତ୍ରତା ସଂଗ୍ରାମୀଙ୍କ ମନରେ ଅସନ୍ତୋଷ ଆଣେ। ସାରା ଭାରତରେ ବିଦ୍ରୋହର ବହ୍ନି ଭିତରେ, ଶୁଭେ ‘ସାଇମନ ଗୋ’ ବ୍ୟାକର ନାରା….। ଡରିଯାଆନ୍ତି ଇଂରେଜ…। ଆଉ ଏହାରି ଭିତରେ ଇଂରେଜ ଅଧିକାରୀ ବର୍ଗନ ହେଡ୍‌ ଏକ ବିଚିତ୍ର କଥା କହନ୍ତି…। ଯାହା ପୂରା ଭାରତକୁ ବାଧେ..। ଭାରତୀୟ ମାନେ ମୁର୍ଖ, ସେମାନେ ନିଜ ଶାସନ ନିଜ ହାତରେ ରଖି ପାରିବେନି । ଯଦି ପାରୁଛ ନିଜ ସମ୍ବିଧାନ ନିଜେ ପ୍ରସ୍ତୁତ କର ଆଉ ସରକାରଙ୍କୁ ହସ୍ତାନ୍ତର କର…। ଯାହାକୁ ସ୍ୱୀକାର କରନ୍ତି ସେତେବେଳର ସ୍ୱାଧୀନତା ସଂଗ୍ରାମୀର ମଙ୍ଗୁଆଳ ମାନେ ।

ମୋତିଲାଲ ନେହରୁ, ତେଜ ବାହାଦୂର, ଜବାହାରଲାଲ ନେହରୁ, ସୁଭାଷ ଚନ୍ଦ୍ର ବୋଷ ଭଳି ବ୍ୟକ୍ତିତ୍ୱଙ୍କୁ ନେଇ  ଗଠନ ହୁଏ କମିଟି ।  କିନ୍ତୁ ୧୯୨୮ର ନେହରୁ ରିପୋର୍ଟକୁ ଇଂରେଜ ଖାରଜ କରନ୍ତି । ୧୯୨୯ରେ ଲାହୋରରେ ପୁଣି ବସେ ବୈଠକ । ପୂର୍ଣ୍ଣ ସ୍ୱରାଜ ପାଇଁ ଏକତ୍ରିତ ହୁଏ ସାରା ଦେଶ ।  ୨୬ ଜାନୁଆରୀ ୧୯୩୦ରେ ସର୍ଦ୍ଦ।ର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ, ଦିଆଯାଏ ପୂର୍ଣ୍ଣ ସ୍ୱରାଜର ଡାକରା…। ସେହିଦିନଠୁ ଜାନୁଆରୀ ୨୬ ଭାରତୀୟଙ୍କ ପାଇଁ ପାଲଟିଯାଏ  ସ୍ୱାଭିମାନର ଦିନ…ଏକାଠି ହେବାର ଦିନ…।

ଏହାରି ଭିତରେ ୧୯୪୭ରେ ସ୍ୱାଧୀନ ହୁଏ ଭାରତ…

ସେପଟେ ଭାରତର ସମ୍ବିଧାନ ରଚିବାକୁ ଅଣ୍ଟାଭିଡ଼ନ୍ତି ଆମ୍ବେଦକର

ଏଥିପାଇଁ ଲାଗେ ୨ ବର୍ଷ ୧୧ ମାସ ଓ ୧୮ ଦିନ…

ସାରା ଭାରତକୁ ଯୋଉ ଶାସ୍ତ୍ର ଯୋଡ଼ିଥାଏ, ସେ ହେଉଛି ଆମ ମହାନ ସମ୍ବିଧାନ । ଯାହାର ପ୍ରଣୟନ ପାଇଁ ଖାସ ଦିନ ତ ନିହାତି ଆବଶ୍ୟକ ଥିଲା । ସେଥିପାଇଁ ୧୯୩୦ ଜାନୁଆରୀ ୨୬ର ସେହି ଦିନକୁ ସ୍ମରଣୀୟ କରିବାକୁ….୨୬ ଜାନୁଆରୀ ୧୯୫୦ରେ ପ୍ରଣିତ ହୁଏ ଆମ ସମ୍ବିଧାନ । ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୁଏ । ଭାରତ ହୁଏ ଏକ ସାର୍ବଭୌମ୍ୟ ଗଣତାନ୍ତିକ ରାଷ୍ଟ୍ର ।

ଏହି ରାଷ୍ଟ୍ରୀୟ ପର୍ବ ଦିନ ଦିଲ୍ଲୀରେ ଆୟୋଜିତ ହୁଏ ବିଶେଷ ପରେଡ୍‌ । ଭାଗ ନିଅନ୍ତି ସ୍ଥଳ,ବାୟୁ ଓ ନୌସେନାର ଯବାନ । ଅଶୋକଚକ୍ର ପରି ଗୁରୁତ୍ୱପୂର୍ଣ୍ଣ ସମ୍ମାନ ଦିଆଯାଏ । ଅଭିବାଦନ ଗ୍ରହଣ କରନ୍ତି ରାଷ୍ଟ୍ରପତି, ପ୍ରତିବର୍ଷ ଜଣେ ମୁଖ୍ୟ ଅତିଥି ସାମିଲ ହୁଅନ୍ତି । ବିଭିନ୍ନ ରାଜ୍ୟର କଳା ଓ ସଂସ୍କୃତିର ଝଲକ ଦେଖେ ବିଶ୍ୱ । ତେବେ ପୂର୍ବରୁ ରାଜପଥରେ ଆୟୋଜିତ ହେଉ ନ ଥିଲା ଗଣତନ୍ତ୍ର ଦିବସ ପରେଡ୍‌ । ୧୯୫୪ ପର୍ଯ୍ୟନ୍ତ ଗଣତନ୍ତ୍ର ଦିବସ ଲାଲକିଲ୍ଲାରେ ଓ ରାମଲୀଲା ମୈଦାନରେ ଆୟୋଜିତ ହେଉଥିଲା । ୧୯୫୫ରୁ ଏହା ରାଜପଥରେ ଆୟୋଜିତ ହେଉଛି । ୧୯୫୦ରେ ପ୍ରଥମ ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଇଣ୍ଡେ।ନେସିଆର ରାଷ୍ଟ୍ରପତି ସୁକର୍ଣ୍ଣୋ । ସେହିପରି ୧୯୫୫ରେ ପାକିସ୍ତାନର ଗଭର୍ଣ୍ଣର ଜେନେରାଲ ମଲ୍ଲିକ ଗୁଲାମ ମହମ୍ମଦଙ୍କୁ ପରେଡରେ ମୁଖ୍ୟ ଅତିଥି ହେବା ପାଇଁ ଆମନ୍ତ୍ରଣ କରିଥିଲା ଭାରତ ।  ପ୍ରତିବର୍ଷ ଜାନୁଆରୀ ୨୬ ପରେଡରେ ନିଜର ସାହାସ, ଶକ୍ତି ଓ ଏକତା ଦେଖାଉଛି ଭାରତ, ଆଉ ଦେଖୁଛି ସାରା ବିଶ୍ୱ ।

ଜାଣନ୍ତୁ ଆମ ରାଷ୍ଟ୍ରୀୟ ଚିହ୍ନର କିଛି ଏମିତି କଥା ଯାହା ଆପଣଙ୍କୁ ଗର୍ବିତ କରିବ

ସବୁ ଦିନ ଦେଖୁଥିବା ଆମ ରାଷ୍ଟ୍ରୀୟ ଚିହ୍ନ ଆମକୁ ବହୁତ କିଛି ଶିଖେଇଥାଏ । ଯାହାକୁ ଆପଣ ସବୁଦିନ ଦେଖନ୍ତି ଆସନ୍ତୁ ଜାଣିବା ତା ବିଷୟରେ କିଛି ଜଣା ଅଜଣା କଥା । ଆମ ଦେଶର ଆଉ ଏକ ପରିଚୟ । ଆମର ରାଷ୍ଟ୍ରୀୟ ଚିହ୍ନ । ସାରା ବିଶ୍ୱରେ ଭାରତର ଆଉ ଏକ ପ୍ରତିନିଧି । ଭାରତୀୟଙ୍କର ଗର୍ବ, ଅଶୋକସ୍ତମ୍ଭ । ତେବେ ଆପଣ କେତେ ଜାଣିଛନ୍ତି ଆମର ରାଷ୍ଟ୍ରୀୟ ଚିହ୍ନ ସଂପର୍କରେ? ଚାଲନ୍ତୁ ଅଶୋକସ୍ତମ୍ଭ ସଂପର୍କରେ କିଛି ତଥ୍ୟ ଉପରେ ନଜର ପକାଇବା ।

ଆଧାରରେ ଧର୍ମଚକ୍ର

ଉପରିଭାଗରେ ୪ ଦିଗକୁ ମୁହଁ କରିଥିବା ସିଂହ ।

ମଧ୍ୟ ଭାଗରେ ହାତୀ, ଦୌଡ଼ୁଥିବା ଘୋଡ଼ା, ସିଂହ ଓ ଷଣ୍ଢର ପ୍ରତିକୃତି

ଏ ସବୁକୁ ନେଇ ଭାରତ ଗଣରାଜ୍ୟର ରାଷ୍ଟ୍ରୀୟ ଚିହ୍ନ ଅଶୋକସ୍ତମ୍ଭ…

ଏ ମୂର୍ତ୍ତି ଏକ ସାଧାରଣ ମୂର୍ତ୍ତି ନୁହେଁ, ଏହା ଭାରତର ଏକ ପ୍ରତୀକ ।

୪ ଦିଗକୁ ମୁହଁ କରିଥିବା ସିଂହ ହେଉଛି ଆମର ସାହାସ,ଶକ୍ତି,ଗର୍ବ ଓ ବିଶ୍ୱାସର ପ୍ରତୀକ…ଏମାନେ ପ୍ରତୀକ ଦେଶର ସୁରକ୍ଷାର…।

ଦୌଡ଼ୁଥିବା ଘୋଡ଼ା ପ୍ରତୀକ ହେଉଛି, ସଂଘର୍ଷ ଭିତରେ ଆମର ପ୍ରଗତିର…

ବଳଶାଳୀ ଷଣ୍ଢ ପ୍ରତୀକ ହେଉଛି, ଭାରତର ଶକ୍ତିର….

ସେହିପରି ଧର୍ମଚକ୍ର ହେଉଛି ନ୍ୟାୟ,ସମ୍ମାନ ଓ ଅଧିକାରର…

ସତ୍ୟମେବ ଜୟତେ ଉଦ୍‌ଘୋଷକ ହେଉଛି, ସତ୍ୟ ଓ ସଚ୍ଚୋଟପଣିଆର…

ଏ ଚିହ୍ନ ମହାନ ସମ୍ରାଟ ଅଶୋକଙ୍କର ସ୍ତମ୍ଭରୁ ନିଆଯାଇଛି । ୨୬ ଜାନୁଆରୀ ୧୯୫୦ରେ ଏହାକୁ ମିଳିଛି ରାଷ୍ଟ୍ରୀୟ ଚିହ୍ନର ମାନ୍ୟତା । ଏହି ଚିହ୍ନ କୁହେ ଭାରତୀୟ ସେନାର ସାହାସ…ଏଥିରେ ରହିଛି, ଆମର ଅର୍ଥବ୍ୟବସ୍ଥାର ଆଗେଇବା….ସାରା ବିଶ୍ୱରେ ଭାରତୀୟଙ୍କ ଆଉ ଏକ ପରିଚୟ ହେଉଛି ଅଶୋକ ଚିହ୍ନ…। ଏ ଚିହ୍ନ ପ୍ରତିଟି ଭାରତୀୟଙ୍କୁ ଗର୍ବ କରିବାର ଆଉ ଏକ କାରଣ ଦେଇଥାଏ ।

ସାରନାଥରେ ସମ୍ରାଟ ଅଶୋକଙ୍କ ଦ୍ଵାରା ଏହାର ନିର୍ମାଣ କରାଯାଇଥିଲା । ଯଦି ଏହାର ଗଠନ ଦେଖିବା, ତେବେ ଏହା ଗୋଟିଏ ଚିକ୍କଣ ବାଲି ପଥରରେ ନିର୍ମିତ ହୋଇଛି । ଅଶୋକ ସ୍ତମ୍ଭରେ ରହିଛନ୍ତି ୭ ପଶୁଙ୍କ ପ୍ରତିକୃତି…ସମସ୍ତେ ସମାନ ବ୍ୟବଧାନରେ ରହିଛନ୍ତି…ଏବଂ ସମସ୍ତଙ୍କ ମଧ୍ୟରେ ରହିଛି ଗୋଟିଏ ଲେଖାଏଁ ଅଶୋକ ଚକ୍ର । ଭାରତୀୟ ରାଷ୍ଟ୍ରୀୟ ପ୍ରତୀକ ନିୟମ ୨୦୦୫ ଅନୁସାରେ, କୈାଣସି ସରକାର କିମ୍ବା ସରକାରୀ ଅଫିସ ଏହି ଚିହ୍ନର ବ୍ୟବହାର କଲେ ଏହା ତଳେ ସତ୍ୟମେବ ଜୟତେ ଲେଖିବାକୁ ବାଧ୍ୟତାମୂଳକ କରାଯାଇଛି ।

ପଦ୍ମ ସମ୍ମାନ ଘୋଷଣା: ୧୧ଜଣ ଓଡ଼ିଆ ହେବେ ପୁରସ୍କୃତ

ଭୁବନେଶ୍ୱର: ଚଳିତ ବର୍ଷ ପାଇଁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ନେଇ ନାମ ଘୋଷଣା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ମୋଟ ୭ ଜଣ ପାଇବେ ପଦ୍ମ ବିଭୂଷଣ, ୧୬ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୮ ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ ।  ଏମାନଙ୍କ ମଧ୍ୟରେ ରହିଛନ୍ତି ୧୧ ଜଣ ଓଡ଼ିଆ  ।

ଓଡ଼ିଆ ସାହିତ୍ୟିକ ମନୋଜ ଦାସ ପାଇବେ ପଦ୍ମଭୂଷଣ ସମ୍ମାନ 

ମେଡିସିନ ବିଭାଗର ପ୍ରବାସୀ ଓଡ଼ିଆ ଡାକ୍ତର ଦିଗମ୍ୱର ବେହେରା ପାଇବେ ପଦ୍ମଶ୍ରୀ ସମ୍ମାନ

ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରବାସୀ ଓଡ଼ିଆ ପ୍ରଶାନ୍ତ କୁମାର ପଟ୍ଟନାୟକ ପାଇବେ ପଦ୍ମଶ୍ରୀ ସମ୍ମାନ

ପଶୁପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଟକୃଷ୍ଣ ସାହୁଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ

ଜୈବିକ କୃଷିରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀ ପ୍ରଫେସର ରାଧାମୋହନଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ

ଜୈବିକ କୃଷିରେ ଉଲ୍ଲେଖନୀୟ ଅବଦାନ ପାଇଁ ସାବରମତିଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ (ପ୍ରଫେସର ରାଧାମୋହନଙ୍କ କନ୍ୟା)

କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମିତ୍ରଭାନୁ ଗନ୍ତିଆ ପାଇବେ ପଦ୍ମଶ୍ରୀ ସମ୍ମାନ

ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୀଣାପାଣି ମହାନ୍ତି ପାଇବେ ପଦ୍ମଶ୍ରୀ ସମ୍ମାନ

କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମରୋଣତ୍ତରଭାବେ ପଦ୍ମଶ୍ରୀ ପାଇବେ ମନମୋହନ ମହାପାତ୍ର

ସାହିତ୍ୟ ଓ ଶିକ୍ଷା ପାଇଁ ଦମୟନ୍ତି ବେଶ୍ରା ପାଇବେ ପଦ୍ମଶ୍ରୀ ସମ୍ମାନ

କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉତ୍ସବ ଚରଣ ପାଇବେ ପଦ୍ମଶ୍ରୀ ସମ୍ମାନ 

ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡେସ୍‌ଙ୍କୁ ମିଳିବ ପଦ୍ମବିଭୂଷଣ ସମ୍ମାନ । ସେହିପରି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜ ମରୋଣତ୍ତଭାବେ ପାଇବେ ପଦ୍ମ ବିଭୂଷଣ ସମ୍ମାନ । ମହିଳା ବକ୍ସର ଏମ୍‌.ସି ମେରୀ କମ୍‌ ମଧ୍ୟ ପାଇବେ ପଦ୍ମବିଭୂଷଣ ସମ୍ମାନ । ସିନେ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ, ଫିଲ୍ମ ନିର୍ଦ୍ଦେଶକ ତଥା ପ୍ରଯୋଜକ କରନ ଜୋହର ପାଇବେ ପଦ୍ମଶ୍ରୀ ସମ୍ମାନ ।

ଆପଣଙ୍କ ଦାନ୍ତରେ ଫାଙ୍କ ଥିଲେ ବ୍ୟସ୍ତ ନହୋଇ ଖୁସି ହୁଅନ୍ତୁ

ଆପଣ ଜାଣିଛନ୍ତି କି ଦାନ୍ତ ମଝିରେ ଫାଙ୍କ ଥିବା ବ୍ୟକ୍ତି କେତେ ଭାଗ୍ୟଶାଳୀ । ଯଦି ଆପଣଙ୍କର ଦାନ୍ତ ମଝିରେ ଫାଙ୍କ ଅଛି ତେବେ ସେ ଫାଙ୍କକୁ ବନ୍ଦ କରନ୍ତୁନି । ହଁ ଆପଣଙ୍କୁ ଏହି ଫାଙ୍କ କିଛି ମାତ୍ରାରେ ଅସୁନ୍ଦର କରିବ । କିନ୍ତୁ ଦାନ୍ତ ମଝିରେ ଏହି ଫାଙ୍କ ଥିଲେ ଆପଣଙ୍କୁ ବହୁତ ଭାଗ୍ୟଶାଳୀ ମଧ୍ୟ କରିବ । ଅଙ୍ଗ ଜ୍ୱତିଷଙ୍କ କହିବା ଅନୁଯାୟୀ ଦାନ୍ତରେ ଫାଙ୍କ ଥିବା ବ୍ୟକ୍ତିଙ୍କ ମଧ୍ୟରେ ବହୁତ ସାରା ଭଲ ଗୁଣ ଲୁଚି ରହିଥାଏ । କଣ ଏହି ସବୁ ଗୁଣ ଆଜି ଆମେ ଆପଣକୁ କହିବୁ ।

ଭାଗ୍ୟଶାଳୀ: ଯେଉଁ ବ୍ୟକ୍ତିଙ୍କ ଦାନ୍ତରେ ଫାଙ୍କ ରହିଥାଏ ସେମାନେ ତାଙ୍କ ଭାଗ୍ୟରେ ବହୁତ ଧନି ହୋଇଥାନ୍ତି । ଏହି ବ୍ୟକ୍ତିଙ୍କର ଭାଗ୍ୟ ସବୁବେଳେ ଏମାନଙ୍କର ସାଥ ଦେଇଥାଏ । ବେଳେ ବେଳେ ଏମାନଙ୍କର ଭାଗ୍ୟ ଏତେ ଭଲ ହୋଇଥାଏ ଯେ ସେମାନଙ୍କର ନିଜ ଉପରେ ବିଶ୍ୱାସ ହୋଇନଥାଏ ।

ଶରୀରରେ ତେଜ ଭରି ରହିଥାଏ: ଦାନ୍ତରେ ଫାଙ୍କ ଥିବା ବ୍ୟକ୍ତି ସବୁବେଳେ ଚଞ୍ଚଳ ଏବଂ ଫୁର୍ତ୍ତିରେ ରହିଥାନ୍ତି । ସାଧାରଣ ଲୋକଙ୍କ ଠାରୁ ଏମାନଙ୍କର ତେଜ ବହୁତ ଅଧିକ ପରିମାଣରେ ରହିଥାଏ । ଏମାନେ ବହୁତ ପରିଶ୍ରମି ହୋଇଥାନ୍ତି ଏବଂ କୌଣସି କଠିନ କାମ କରିବାରେ ପଛଘୁଞ୍ଚା ଦେଇନଥାନ୍ତି ।

ବୁଦ୍ଧିମାନ: ଦାନ୍ତରେ ଫାଙ୍କ ଥିବା ବ୍ୟକ୍ତି ମାନଙ୍କର ବୁଦ୍ଧି ବହୁତ ଅଧିକ ହୋଇଥାଏ । ଏହିଭଳି ବ୍ୟକ୍ତି ମାନେ କୌଣସି କଥା ବା କାମକୁ ଶୀଘ୍ର ଶିଖିଯାନ୍ତି । ଏମାନଙ୍କୁ କେହି ବି ଏତେ ସହଜରେ ବୋକା ବନାଇପାରିବେ ନାହିଁ । ଏମାନଙ୍କର ମନେରଖିବା ଶକ୍ତି ବହୁତ ଅଧିକ ରହିଥାଏ । ଯାହାଫଳରେ ଏମାନେ କୌଣସି କଥାକୁ ସହଜରେ ଭୁଲି ପାରନ୍ତି ନାହିଁ ।

ଉତ୍ତମ ଚିନ୍ତାଧାରା: ଏମାନେ ପ୍ରତ୍ୟକ କଥାକୁ ଉତ୍ତମ ଭାବରେ ଚିନ୍ତା କରିଥାନ୍ତି । ଯଦି ଏମାନଙ୍କ ଉପରେ କୌଣସି ବଡ଼ ଚାପ ଆସିଯାଏ ତେବ ଏମାନେ ବ୍ୟସ୍ତ ବିବ୍ରତ ହୁଅନ୍ତି ନାହିଁ । ଏହାକୁ ଅତି ସହଜରେ ସମାଧାନ କରିଥାନ୍ତି ।

ସଫଳ ବ୍ୟକ୍ତି: ଦାନ୍ତ ମଝିରେ ଫାଙ୍କ ଥିବା ବ୍ୟକ୍ତିଙ୍କୁ ଶୀଘ୍ର ସଫଳତା ମିଳିଥାଏ । ଏମାନେ ତାଙ୍କ ଲକ୍ଷରେ ସହଜରେ ପହଞ୍ଚିଥାନ୍ତି । କହିବାରେ ବିଶ୍ୱାସ ନକରି ଏମାନେ କରିବାରେ ଅଧିକ ବିଶ୍ୱାସ କରିଥାନ୍ତି ।

ଦୟାଳୁ: ଦାନ୍ତ ମଝିରେ ଫାଙ୍କ ଥିବା ବ୍ୟକ୍ତି ମାନେ ସବୁବେଳେ ଦୟାଳୁ ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ଦୟା କରିବାର ଭାବନା ଜଲଦି ଆସିଯାଇଥାଏ । ଯାହାଫଳରେ ଅନ୍ୟ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହିଥାନ୍ତି । ଖାଲି ସେତିକି ନୁହେଁ, ଏମାନେ ଭୁଲ କରିଥିବା ବ୍ୟକ୍ତିକୁ ସହଜରେ କ୍ଷମା କରିଦେଇଥାନ୍ତି । କହିବାକୁ ଗଲେ ଏମାନଙ୍କ ହୃଦୟ ବହୁତ ବଡ଼ ହୋଇଥାଏ ।

କଥାଳୁ: ଏହି ବ୍ୟକ୍ତି ତାଙ୍କ ସ୍ୱଭାବରେ ବହୁତ କଥାଳୁ ଚରିତ୍ରର ହୋଇଥାନ୍ତି । ଏମାନେ ଯେଉଁଠିକୁ ବି ଯାଆନ୍ତି କେବେ ଚୁପ ରହିନଥାନ୍ତି । ସବୁବେଳେ ଖାଲି ଗପିଥାନ୍ତି । ଏମାନଙ୍କୁ ଚୁପଚାପ ରହିବା କେବେ ପସନ୍ଦ ହୋଇନଥାଏ ।

ବୁଲାବୁଲି ମନଭାବ: ଏମାନେ ସବୁବେଳେ ବାହାରେ ବୁଲିବାକୁ ପସନ୍ଦ କରିଥାନ୍ତି । ନୂଆ ନୂଆ ଜାଗା ବୁଲିବା ଏବଂ ନୂଆ ଲୋକଙ୍କ ସହ ମିସିବା ଏମାନଙ୍କୁ ବହୁତ ଭଲ ଲାଗେ ।

 

କରୋନା ଭାଇରସକୁ ନେଇ ରାଜ୍ୟ ସରକାର ଜାରିକଲେ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର: କରୋନା ଭାଇରସ ଭୟରେ ଓଡ଼ିଶା । ଭାଇରସ କବଳରୁ ମୁକ୍ତ ରହିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । WHO ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶକୁ ମାନିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱର ଓ ଝାରୁସୁଗୁଡା ବିମାନବନ୍ଦରରେ ଯାତ୍ରୀଙ୍କ ଥର୍ମାଲ ଯାଞ୍ଚ ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭାଇରସର ମୁକାବିଲା ପାଇଁ କଟକ ଏସ୍‌ସିବି ମେଡିକାଲ, ବୁର୍ଲା ମେଡ଼ିକାଲ ଓ କ୍ୟାପିଟାଲ ହସ୍ପିଟାଲରେ ନୋଡାଲ ସେଣ୍ଟର ଖୋଲିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏଥିପାଇଁ ଆବଶ୍ୟକ ଡାକ୍ତରୀ ଷ୍ଟାଫ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ସମ୍ବିଧାନର ପ୍ରଥମ ଓ ହାତ ଲେଖା କପି କେଉଁଠି ଅଛି ?

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ ଗଣତନ୍ତ୍ର ଭାରତ । ସମ୍ବିଧାନ ବି ସେତିକି ବୃହତ । ଆପଣଙ୍କ ମଧ୍ୟରୁ କେହି କେହି ଏହାକୁ ଦେଖିଥିବେ ନିଶ୍ଚୟ । ତେବେ, ଆପଣ ଜାଣିଛନ୍ତି କି ସମ୍ବିଧାନର ପ୍ରଥମ ଓ ହାତ ଲେଖା କପି କେଉଁଠି ଅଛି ? କେତେ ସୁରକ୍ଷା ମଧ୍ୟରେ ଅଛି ?ସଂସଦ, ଦେଶର ମନ୍ଦିର । ଏଇଠି ତିଆରି ହୁଏ ଆଇନ୍ । ସର୍ବଦା କଡ଼ା ସୁରକ୍ଷା ବଳୟ ଭିତରେ ଥିବା ସଂସଦରେ ରହିଛି ୨ଟି ଦୁର୍ଲଭ ହୀରା । ଯାହାକୁ ଜଗି ରହିଛନ୍ତି ଯବାନ । ତେବେ, ଏହି ହୀରା କଣ ? କାହିଁକି ଯବାନ ଦିନରାତି ପହରା ଦେଉଛନ୍ତି । ଚୋରି ଭୟ ନା ସୁରକ୍ଷା କାରଣ ?ଗଣତନ୍ତ୍ର ମନ୍ଦିର ସଂସଦରେ ରହିଛି ସମ୍ବିଧାନର ପ୍ରଥମ ହାତ ଲେଖା କପି । ସଂସଦ ଲାଇବ୍ରେରୀ ରୁମରେ ଯାହାକୁ ଜଗି ରହିଛନ୍ତି ଯବାନ । ସଂସଦର ପ୍ରଥମ ମହଲା ଲାଇବ୍ରେରୀର ସାଂସଦ କନଫରେନ୍ସ ରୁମ୍ ପରେ ରହିଛି ଏକ ଡୋର୍ । ଯାହା ପରେ ରହିଛି ଏକ ସିଡି ଘର ତାପରେ ଏକ ଟେବୁଲ୍ । ଆଉ ଟେବୁଲ୍ ଉପରେ ରହିଛି ଏକ ଟ୍ରଙ୍କ୍ । ଯେଉଁ ଟ୍ରଙ୍କରେ ରହିଛି ହାତଲେଖା ୨ଟି ସମ୍ବିଧାନ ।

ପ୍ରତୀକାତ୍ମକ ଚିତ୍ର

କେମିତି ଦେଖିବେ ମୂଳ ସମ୍ବିଧାନ ?

ହିନ୍ଦୀ ଓ ଇଂରାଜୀ ଭାଷାରେ ଲିଖିତ ହାତଲେଖା ସମ୍ବିଧାନକୁ ସୁରକ୍ଷା ବଳୟ ଭିତରେ ରଖାଯାଇଛି । ଯେଉଁଠିକୁ କେହି ପହଞ୍ଚିବା ଅସମ୍ଭବ । ଏହାକୁ ସମସ୍ତେ ବି ଦେଖିପାରିବେ ନାହିଁ । ହାତଲେଖା କପିକୁ ଦେଖିବାକୁ ଲମ୍ବା ପ୍ରକ୍ରିୟା ଦେଇ ଯିବାକୁ ହେବ । ଏହାକୁ ଦେଖିବାକୁ ହେଲେ ଲୋକସଭା ସଚିବ, ସଂସଦର ସୁରକ୍ଷା ମୁଖ୍ୟ, ରୁମ୍ ଇନଚାର୍ଜ, ୨ ଜଣ ସାକ୍ଷୀଙ୍କୁ ଉପସ୍ଥିତ ରହିବାକୁ ପଡ଼ିବ । ତା ଛଡ଼ା ୨ଟି ରେଜିଷ୍ଟରରେ ଏହା ସମ୍ବନ୍ଧୀୟ ତଥ୍ୟ ଉଲ୍ଲେଖ କରିବାକୁ ପଡ଼ିବ ।ଦୁନିଆର ସବୁଠୁ ବଡ଼ ଗଣତନ୍ତ୍ରର ବୃହତ ସମ୍ବିଧାନକୁ ସାଇତି ରଖିବା ପ୍ରକ୍ରିୟା ବି ବେଶ୍ ରୋଚକ । ସମ୍ବିଧାନର ହାତ ଲେଖାକୁ ସାଇତି ରଖିବା ପାଇଁ ଭାରତରୁ ଆମେରିକା ଯାଏଁ ବହୁ ଗବେଷଣା ହୋଇଛି । ତାପରେ ୨ଟି ବାକ୍ସ ତିଆରି କରାଯାଇ ରଖାଯାଇଛି । ସୁରକ୍ଷା କାରଣରୁ ନାଇଟ୍ରୋଜେନ୍ ଗ୍ୟାସ୍ ଭର୍ତ୍ତି କରାଯାଇଥିବା ବେଳେ ଲାଗିଛି ୨ଟି ମିଟର । ପ୍ରତି ବର୍ଷ ଏହି ନାଇଟ୍ରୋଜେନ୍ ଗ୍ୟାସକୁ ଖାଲି କରାଯିବା ସହ ମୂଳକପିର ସ୍ଥିତି ଯାଞ୍ଚ କରାଯାଇ ପୁଣି ଗ୍ୟାସ୍ ଭର୍ତ୍ତି କରି ସେହି ଟ୍ରଙ୍କରେ ରଖି ଦିଆଯାଏ ।୨୨ ଅଧ୍ୟାୟ ବିଶିଷ୍ଟ ଭାରତୀୟ ସମ୍ବିଧାନ ବହନ କରେ ଦେଶର ଐତିହ୍ୟ ଓ ପୁରାଣର କଥା । ସର୍ବଧର୍ମକୁ ସମ୍ମାନ ଦେଉଥିବା ଭାରତର ସମ୍ବିଧାନ ପ୍ରତିଟି ଅଧ୍ୟାୟରେ ପ୍ରାରମ୍ଭରେ ଅଙ୍କା ଯାଇଛି ଏସବୁ । ଯେଉଁଥିରେ ନଟରାଜ, ଶ୍ରୀକୃଷ୍ଣ, ବୁଦ୍ଧଙ୍କ ଠାରୁ ଆରମ୍ଭ କରି ରାଣୀ ଲକ୍ଷ୍ମୀବାଇଙ୍କ ଛବି ରହିଛି । ଆଉ ସମ୍ବିଧାନର ପ୍ରଥମରେ ରହିଛି ଅଶୋକ ସ୍ତମ୍ଭ । ଯାହାକୁ ସୁନାର ପ୍ରଲେପ ଦେଇ ସୁସଜ୍ଜିତ କରିଥିଲେ ଶାନ୍ତି ନିକେତନର ନନ୍ଦଲାଲ୍ ବୋଷ ।

ଡାକିଲାଣି ଫାଶୀ ଖୁଣ୍ଟ: ପାଟି ଖୋଲିଲେ ପଡ଼ିଯିବ ପୂର୍ଣ୍ଣଛେଦ

ନୂଆଦିଲ୍ଲୀ: ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ଫାଶୀ ନିଶ୍ଚିତ । ଏଣୁ ଜେଲ୍‌ ନିୟମାବଳୀ ଅନୁଯାୟୀ ଫାଶୀ ଦେବା ଲାଗି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ନିର୍ଭୟାର ମା’ ଦୋଷୀଙ୍କୁ ଯେତେ ଶୀଘ୍ର ସମ୍ଭବ ଫାଶୀ ଦିଆଯାଉ ଚାହୁଁଥିବାବେଳେ ଆଉ କିଛି ଦୋଷୀଙ୍କୁ ଫାଶୀ ବଦଳରେ ଆଜୀବନ କାରଦଣ୍ଡ ନେଇ ମଧ୍ୟ କହୁଛନ୍ତି ।

          ଫାଶୀ ଦିନ ପାଖେଇ ଆସୁଥିବା ବେଳେ ନିର୍ଭୟାର ଦୋଷୀମାନେ ଏବେ ଚୁପ୍ ହୋଇବସିଛନ୍ତି । ଏଭଳି କି ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସେମାନଙ୍କ ଶେଷଇଚ୍ଛା ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ମଧ୍ୟ ସେମାନେ ରଖି ନାହାନ୍ତି  ।

          ତିହାର ଜେଲ୍ ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମାନ୍ୟବର କୋର୍ଟଙ୍କ ପକ୍ଷରୁ ଡେଥ୍ ଓ୍ୱାରେଣ୍ଟ ଜାରି ହେବା ପରେ ଫାଶୀ ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଛି । ତଦ୍‌ନୁଯାୟୀ ଚାରି ଜଣ କଏଦୀଙ୍କୁ ତିହାରି ଜେଲ ପ୍ରଶାସନ ପକ୍ଷରୁ ଶେଷଇଚ୍ଛା ନେଇ ପଚରାଯାଇଛି । ହେଲେ ଏ ନେଇ ସେମାନଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ ।

ଡେଥ୍‌ ଓ୍ୱାରେଣ୍ଟ ଜାରି କରାଯିବା ପୂର୍ବରୁ ମଧ୍ୟ ସେମାନେ କାହାକୁ ଦେଖା କରିବାକୁ ଚାହୁଁଛନ୍ତି ବୋଲି ପଚରାଯାଇଥିଲା । ତାଙ୍କ ନାମ, ଠିକଣା ଓ ଯୋଗାଯୋ ନମ୍ୱର ଯଦି କିଛି ଅଛି ତାକୁ ଲିଖିତ ଭାବେ ଜେଲ୍‌ ପ୍ରଶାସନକୁ ସୂଚିତ କରିବାକୁ କୁହାଯାଇଛି । ଯାହାଦ୍ୱାରା ସମୟ ଥାଉ ଶେଷ ଥର ପାଇଁ ସାକ୍ଷାତ କରାଇପାରିବେ ।

ସେମାନେ ଯଦି ସେମାନଙ୍କ ସ୍ଥାବର କିମ୍ୱା ଅସ୍ଥାବର ସମ୍ପତ୍ତି କାହା ନାମରେ କରିବାକୁ ଚାହୁଁଛନ୍ତି ଯଦି ସେ ସମ୍ପର୍କିତ ତଥ୍ୟ ଜେଲ୍‌ ପ୍ରଶାସନକୁ ପ୍ରଦାନ କରିବାକୁ କୁହାଯାଇଛି । ଏ ଯାଏଁ ୪ ଜଣଙ୍କ ମଧ୍ୟରୁ କେହିଁ ବି କୌଣସି ଉତ୍ତର ରଖିନାହାନ୍ତି । ଫାଶୀ ପୂର୍ବ ଦିନ ପର୍ଯ୍ୟନ୍ତ ସେମାନଙ୍କ ପାଖରେ ସମୟ ରହିଛି । ଯଦି ଏହା ଭିତରେ ସେମାନେ କିଛି ନକୁହନ୍ତି ତେବେ ଜେଲ୍‌ କର୍ତ୍ତୃପକ୍ଷ ମାନି ନେବ ଯେ ସେମାନେ କିଛି କହିବା କିମ୍ୱା ଶୁଣିବାକୁ ଚାହୁଁନାହାନ୍ତି ।

ଓ୍ୱାର୍ଲଡ ରାଇଜିଂ ଷ୍ଟାର ଟ୍ରଫି ହାସଲ କଲେ ଓଡ଼ିଆ ଝିଅ ଦିବ୍ୟାଶ୍ରୀ

ଭୁବନେଶ୍ୱର: ଓଡ଼ିଆ ଝିଅ ଦିବ୍ୟାଶ୍ରୀ ଦେଶ ତଥା ଓଡ଼ିଶା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ଜର୍ଜିଆ ଦେଶରେ ଆୟୋଜିତ ଓ୍ୱାର୍ଲଡ ରାଇଜିଂ ଷ୍ଟାର-୨୦୨୦ର ବିଜେତା ହୋଇଛନ୍ତି କୁନି ଝିଅ ଦିବ୍ୟାଶ୍ରୀ । ଦିବ୍ୟାଶ୍ରୀ ହେଉଛନ୍ତି ଭାରତର ପ୍ରଥମ କୁନି ଝିଅ ଯିଏ ଏହି ଟାଇଟଲକୁ ହାସଲ କରିଛନ୍ତି ।

୪ରୁ ୭ ବର୍ଷର ଶିଶୁ କନ୍ୟା ମାନଙ୍କ ମଧ୍ୟରେ ହୋଇଥିବା ସୁନ୍ଦରୀ ପ୍ରତିଯୋଗିତାରେ ସେ ହାସଲ କରିଛନ୍ତି ଟାଇଟଲ । ଏହା ସହ ବେଷ୍ଟ ନ୍ୟାସ୍‌ନାଲ କଷ୍ଟ୍ୟୁମରେ ମଧ୍ୟ ଟାଇଟଲ ହାସଲ କରିଛନ୍ତି ଦିବ୍ୟାଶ୍ରୀ । ଦିବ୍ୟାଶ୍ରୀଙ୍କ ଘର ହେଉଛି ଓଡ଼ିଶାର ପୁରୀ ଜିଲ୍ଲାରେ ।

ସେ ତାଙ୍କ ମାଆ ବାପାଙ୍କ ସହ ଛୋଟବେଳୁ ବେଙ୍ଗାଲୁରରେ ରୁହନ୍ତି । ଦିବ୍ୟାଶ୍ରୀ ଦୁଇ ବର୍ଷରୁ ତାଙ୍କର ମଡେଲିଂ କ୍ୟାରିୟର ଆରମ୍ଭ କରିଛନ୍ତି ।

ପାଖାପାଖି ୧୫ ରୁ ଉର୍ଦ୍ଧ୍ୱ ସ୍ଥାନରେ ଟାଇଟଲ ହାସଲ କରିଛନ୍ତି ଦିବ୍ୟାଶ୍ରୀ  । ଏହି ସଫଳତା ପଛରେ ତାଙ୍କର ମାଆ ବାପା ଏବଂ ଭାରତର ନ୍ୟାସନାଲ ଡ଼ାଇରେକ୍ଟର ଭେଲେବଣ୍ଟିନାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

କରୋନା ଭାଇରସ କ’ଣ ଏବଂ ଏଥିରୁ କେମିତି ଦୁରେଇ ରହିବେ

ଚାଇନାରେ ଆତଙ୍କ ଖେଳାଇଛି କରୋନା ଭାଇରସ । ପ୍ରତି ଘଣ୍ଟାରେ ବଢୁଛି ମୃତ୍ୟୁ ସଂଖ୍ୟା । ଏହି ଭାଇରସର ଶିକାର ହୋଇ ୨୫ ଜଣ ମୃତ୍ୟୁବରଣ କରିଥିବାବେଳେ ୮ ଶହରୁ ଅଧିକ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

କିନ୍ତୁ ଏ କରୋନା ଭାଇରସ ଆସିଲା କେଉଁଠୁ ? ଏ ଭୟଙ୍କର ଭାଇରସ କେମିତି ଚାରିଆଡ଼େ ବ୍ୟାପିଥାଏ ଏବଂ ଏହି ଭାଇରସର ଲକ୍ଷଣ ସବୁ କଣ ? ଏହା ସବୁ ଆପଣ ମାନେ ଜାଣିବାକୁ ଚାହୁଁଥିବେ । ଆମେ ଆଜି ଆପଣଙ୍କୁ କହିବୁ ଏହି ଭାଇରସ କେମିତି ବ୍ୟାପିଥାଏ ।

କରୋନା ଭାଇରସ କଣ ?

କରୋନା ଭାଇରସ ହେଉଛି ଭାଇରସ ମାନଙ୍କର ଏକ ବଡ଼ ସମୁହ । ଯାହା ପଶୁ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ । ଆମେରିକାର ଏକ ରୋଗ ନିୟନ୍ତ୍ରଣ ପ୍ରତିକାର କେନ୍ଦ୍ରର ସୂଚନା ଅନୁଯାଇ କରୋନା ଭାଇରସ ଜୀବଜନ୍ତୁଙ୍କ ଠାରୁ ମଣିଷ ମାନଙ୍କ ମଧ୍ୟରେ ବ୍ୟାପିଛି ।

 

ଚାଇନାରେ ବ୍ୟାପିଥିବା କରୋନା ଭାଇରସ ସାର୍ସ ଭାଇରସ ଭଳି କ୍ଷତିକାରକ । ଏହି ଭାଇରସ ହେବା ଦ୍ୱାରା ଥଣ୍ଡା କାଶ, ନିଶ୍ୱାସ ନେବାରେ କଷ୍ଟ, ନାକରୁ ପାଣି ବୋହିବା, ତଣ୍ଟିରେ ସମସ୍ୟା ଦେଖାଦେବା । ଏହି ଭାଇରସ ନ୍ୟୁମୋନିଆର କାରଣ ମଧ୍ୟ ହୋଇଥାଏ ।

 

ହଙ୍କ୍‌କଙ୍ଗ୍‌ର ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ୍ ପବ୍ଲିକ୍‌ ହେଲ୍ଥ କେୟାରର ଭାଇରୋଲୋଜିଷ୍ଟ ଲିଓ ପୁନ ଏହି ଭାଇରସକୁ ପ୍ରଥମେ ଚିହ୍ନଟ କରିଥିଲେ କରିଥିଲେ ।

 

କେମିତି ବ୍ୟାପିଥାଏ ଏହି ଭାଇରସ-

ସଂକ୍ରମିତ ବ୍ୟକ୍ତିଙ୍କ ସହିତ ସମ୍ପର୍କ ରଖିଲେ ଏହି ଭାଇରସ ବ୍ୟାପିଥାଏ । କରୋନା ଭାଇରସରେ ସଂକ୍ରମିତ ବ୍ୟକ୍ତିଙ୍କ କାଶରୁ ଏବଂ ଛିଙ୍କରୁ ଏହି ରୋଗ ବ୍ୟାପିଥିଏ  । ଖାଲି ସେତିକି ନୁହେଁ ସଂକ୍ରମିତ ବ୍ୟକ୍ତିଙ୍କ ସହ ହାତ ମିସାଇଲେ କି ବ୍ୟକ୍ତିଙ୍କର ଆଖିକୁ ଛୁଇଁଲେ ଏହି ଭାଇରସ ବ୍ୟାପିଥାଏ ।

କରୋନା ଭାଇରସର ଲକ୍ଷଣ

ଯଦି ଆମେ ଦେଖିବା ଏହି ଭାଇରସ ରେ ମରୁଥିବା ଅଧିକାଂସ ଲୋକଙ୍କର ବୟସ ୭୩ ବର୍ଷ ରହିଛି । ଏହି ଭାଇରସର ଲକ୍ଷଣ ହେଉଛି । କରୋନା ଭାଇରସରେ ଆକ୍ରାନ୍ତ ଥିବା ବ୍ୟକ୍ତିର ନାକରୁ ପାଣି ବୋହିବା, ଥଣ୍ଡା ଏବଂ କାସ ବହୁ ଦିନ ପର୍ଯ୍ୟନ୍ତ ନଛାଡ଼ିବା, ଗଳାରେ ଗତ ଗତ ହେବା, ଅଧିକାଂଶ ସମୟରେ ମୁଣ୍ଡ ବିନ୍ଧିବା ।

ଏହି ଭାଇରସ ଦୁର୍ବଳ ବ୍ୟକ୍ତିଙ୍କ ମଧ୍ୟରେ ଅଧିକ ମାତ୍ରାରେ ଦେଖିବାକୁ ମଳିଳିଥାଏ । ବୃଦ୍ଧ ବ୍ୟକ୍ତି ଏବଂ ଛୋଟ ପିଲା ଏହି ଭାଇରସ ରେ ଅଧିକ ପରିମାଣରେ ସକ୍ରିୟ ହୋଇଥାନ୍ତି ।

କରୋନା ଭାଇରସରୁ କେମିତି ବଞ୍ଚିବେ

ଏହି ଭାଇରସ ପାଇଁ ଏ ପର୍ଯ୍ୟନ୍ତି କୌଣସି ପ୍ରକାରର ଚିକିତ୍ସା ବାହାରି ନାହିଁ । ନା ଏହି ରୋଗ ପାଇଁ କୌଣସି ପ୍ରକାରର ଭ୍ୟାକ୍ସିନ ମଧ୍ୟ ବାହାରି ନାହିଁ । ଏହି ଭାଇରସରୁ ବଞ୍ଚିବାକୁ ହେଲେ ନିଜକୁ ସାବଧାନ ହେବାକୁ ପଡ଼ିବ ।

ଥଣ୍ଡା, କାଶ, ନିମୋନିଆ ଭଳି ରୋଗରେ ପିଡ଼ିତ ଥିବା ଲୋକଙ୍କ ଠାରୁ ନିଜକୁ ଦୁରେଇ ରଖନ୍ତୁ ।