spot_img
Home Blog Page 7462

୩୧ ଡିସେମ୍ବର ପୂର୍ବରୁ ପ୍ୟାନ ସହ ଆଧାର ସଂଯୋଗ ଅନିବାର୍ଯ୍ୟ

0

ନୂଆଦିଲ୍ଲୀ: ପ୍ୟାନ୍ କାର୍ଡ ସହ ଆଧାର ଲିଙ୍କ୍ ବାଧ୍ୟତାମୂଳକ । ୩୧ ଡିସେମ୍ବର ସୁଦ୍ଧା ଏହାକୁ ସଂଯୋଗ କରିବା ଅନିବାର୍ଯ୍ୟ । ଏନେଇ ଆୟକର ବିଭାଗ ସୂଚନା ଦେଇଛି । ଆଗାମୀ ଦିନରେ ଆୟକର ସେବାର ଲାଭ ଉଠାଇବା ପାଇଁ ପ୍ୟାନକୁ ଆଧାର ସହ ଯୋଡ଼ିବା କାମ ଚଳିତ ଡିସେମ୍ବର ୩୧ ତାରିଖ ସୁଦ୍ଧା ସାରିବାକୁ କହିଛି ଆୟକର ବିଭାଗ ।ଏନେଇ ଆୟକର ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଗତ ସେପ୍ଟେମ୍ବରରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (CBDT) ପ୍ୟାନ ସହ ଆଧାର ସଂଯୋଗ ସମୟ ସୀମା ଡିସେମ୍ବର ୩୧ ଯାଏଁ ବୃଦ୍ଧି କରିଥିଲା । ଏହା ପୂର୍ବରୁ ଲିଙ୍କ ଅବଧି ସେପ୍ଟେମ୍ବର ୩୦ ଥିଲା ।

ଗତବର୍ଷ ସୁପ୍ରିମକୋର୍ଟ ମଧ୍ୟ ପ୍ରମୁଖ ସେବାରେ ଆଧାର ସଂଯୋଗକୁ ସାମ୍ବିଧାନିକ ରୂପେ ବୈଧ କହିଥିଲେ । ତାପରେ ଆୟକର ରିଟର୍ଣ୍ଣ ଦାଖଲ ପାଇଁ ପ୍ୟାନର ବାୟୋମେଟ୍ରିକ ପଞ୍ଜିକରଣ ସଂଖ୍ୟା ଅନିବାର୍ଯ୍ୟ ଜରୁରୀ କୁହାଯାଇଥିଲା ।ଆୟକର ଆଇନ୍ ଧାରା ୧୩୯ଏଏ(୨) ପ୍ରକାରେ ଯେଉଁମାନଙ୍କ ପାଖରେ ଜୁଲାଇ ୨୦୧୭ ପୂର୍ବରୁ ପ୍ୟାନ କାର୍ଡ ଅଛି । ସେମାନେ ପ୍ୟାନ ସହ ଆଧାର ସଂଯୋଗ କରିବାକୁ ବାଧ୍ୟ ।

ଗଞ୍ଜାମ ନୂଆସାହିରେ ଭୟାବହ ଅଗ୍ନିକାଣ୍ଡ, ୩୦ରୁ ଅଧିକ ଘର ଭସ୍ମ

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସକାଳୁ ସକାଳୁ ସୁନାଥର ଗାଁର ନୂଆ ସାହିରେ ନିଆଁ ଲାଗିଛି ।ଗାଁରେ ଅଧିକାଂଶ ଚାଳ ଘର ଥିବାରୁ ନିଆଁ ତୁରନ୍ତ ବ୍ୟାପି ଯାଇଥିଲା । ୩୦ରୁ ଅଧିକ ଘର ପୋଡ଼ି ଯାଇଛି । ବେସାହାରା ହୋଇଯାଇଛନ୍ତି ୩୦ରୁ ଅଧିକ ପରିବାର । ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି ।ତେବେ, ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ । ଘରେ ଥିବା ଖାଇବା, ପୋଷାକ, ଚାଉଳ ପତ୍ର ସବୁ ଜଳିଯାଇଛି । ଶୀତଦିନ ହୋଇଥିବାରୁ ଅଗ୍ନିବିପନ୍ନଙ୍କୁ ତୁରନ୍ତ ସହାୟତା ଜରୁରୀ ହୋଇପଡ଼ିଛି ।

୨୦୨୦ ସୁଦ୍ଧା ନିର୍ଦ୍ଧାରିତ ଫୋନରୁ ବନ୍ଦ ହୋଇପାରେ ହ୍ୱାଟସଆପ୍ ! ଏହି ଲିଷ୍ଟରେ ଆପଣଙ୍କ ସ୍ମାର୍ଟ ଫୋନ ନାହିଁ ତ ?

ବହୁତ ଶୀଘ୍ର ଆପଣଙ୍କ ଫୋନରୁ ବନ୍ଦ ହୋଇପାରେ ହ୍ୱାଟସଆପ୍ । ୨୦୨୦ ସୁଦ୍ଧା ପୂରୁଣା ମଡେଲ ସ୍ମାର୍ଟ ଫୋନରୁ ହ୍ୱାଟସଆପ୍ କାମ କରିବା ବନ୍ଦ ହୋଇପାରେ । ଏନେଇ କେତେ ଗୁଡ଼ିଏ ସ୍ମାର୍ଟ ଫୋନକୁ ନିର୍ଦ୍ଧାରିତ କରାଯାଇଛି  । ଜାଣନ୍ତୁ ଏହି ଲିଷ୍ଟରେ ଆପଣଙ୍କ ସ୍ମାର୍ଟ ଫୋନ ନାହିଁ ତ ?

ସୂଚନା ଅନୁସାରେ ୱିଣ୍ଡୋଜ ଫୋନ, ଆଣ୍ଡ୍ରୋଏଡ଼୍ ଫୋନ ଏବଂ ଆଇ ଫୋନର ପୂରୁଣା ବର୍ଜନରୁ ହ୍ୱାଟସଅପ୍ ସେବା ବନ୍ଦ ହେବାକୁ ଯାଉଛି । କାରଣ ହ୍ୱାଟ୍ସଅପର ନୂଆ ନୂଆ ଅପଡେଟକୁ ଏହି ପୂରୁଣା ବର୍ଜନ ଫୋନ ସପେର୍ଟ ନ କରି ପାରେ ତେଣୁ ଏହି ସବୁ ଫୋନରୁ ହ୍ୱାଟସଅପ ସେବା ବନ୍ଦ ହେବା ନେଇ ସୂଚନା ମିଳିଛି । ଏହା ସହ ଲୁମିଆ ଫୋନରୁ ମଧ୍ୟ ହ୍ୱାଟସଅପ ସେବା ବନ୍ଦ ହୋଇପାରେ । ଅଫିସିଆଲ ହ୍ୱାଟସଅପ ବ୍ଲଗରେ ଏନେଇ ସ୍ପଷ୍ଟ ସୂଚନା ଦିଆଯାଇଛି । ଯଦି ଆପଣଙ୍କ ପାଖରେ ଆଣ୍ଡ୍ରୋଏଡ 2.3.7ର ଫୋନ ଅଛି ତ ଫୋନରେ ହ୍ୱାଟସଅପ ସପୋର୍ଟ ମିଳିବା ବନ୍ଦ ହେବାନେଇ ସୂଚନା ମିଳିଛି ।

ମଞ୍ଜୁଳାମଣୀ ମିଶ୍ର ଓପନ୍ ବ୍ଲିଜ୍‌ ଚେସ୍‌ ପ୍ରତିଯୋଗିତା ଉଦଯାପିତ, ଗ୍ରାଣ୍ଡ ମାଷ୍ଟର ସ୍ୱୟଂଶ ମିଶ୍ର ଚାମ୍ପିୟନ

ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ଦିନିକିଆ ମଂଜୁଳାମଣୀ ମିଶ୍ର ଓପନ ବ୍ଲିଜ୍‌ ଚେସ୍‌ ପ୍ରତିଯୋଗିତା। ଅଗ୍ରଣୀ ଚେସ୍‌ ପ୍ରଶିକ୍ଷଣ ଏକାଡେମୀ ଏସ.ଆର୍‌.ଚେସ ସେଣ୍ଟର ଓ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଆାମ ପରିବାର ‘ର ମିଳିତ ଉଦ୍ୟମରେ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶା ରିସର୍ଚ ସେଣ୍ଟରଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଯେଉଁଠି ବଛା ବଛା 150 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ଓଡ଼ିଶାର ଦ୍ୱିତୀୟ ଗ୍ରାଣ୍ଡ ମାଷ୍ଟର ସ୍ୱୟଂଶ ମିଶ୍ର ଅପରାଜାତି ରହି ସର୍ବାଧିକ ପଏଣ୍ଟ ସହ ଚାମ୍ପିୟନ ହୋଇଛନ୍ତି। ଉଦଯାପନୀ ଉତ୍ସବରେ ନନ୍ଧିଘୋଷ ଟିଭିର ସିଇଓ ରଂଜନ ମହାପାତ୍ର ମୁଖ୍ୟ ଅତଥି ଭାବେ ଯୋଗ ଦେଇ କୃତ୍ତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି ଅବସରରେ ଶ୍ରୀଯୁକ୍ତ ମହାପାତ୍ରଙ୍କ ସହ ଅନ୍ୟ ଅତିଥି ଭାବେ ଆଇଏଏସ ସୁଶୀଲ କୁମାର ଲୁହାନି, ଚାର୍ଟାଡ୍ ଆକାଉଣ୍ଟାଟ୍ ରାଜା ନାରାୟଣ ତ୍ରିପାଠୀ, ଅଜୟ ନାୟକ ଓ ବିନୋଦିନୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ଆଠ ରାଉଣ୍ଡ ଭିତ୍ତିକ ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ 6 ବର୍ଷରୁ ଆରମ୍ଭ କରି 50 ବର୍ଷରୁ ଅଧକ ବୟସର ଖେଳାଳି ଭାଗ ନେଇଥିଲେ। ଚେସର ଟ୍ୱେଣ୍ଟି ଟ୍ୱେଣ୍ଟି କୁହାଯାଉଥିବା ଏହି ବ୍ଲିଜ୍‌ ପ୍ରତିଯୋଗିତାର ପ୍ରତ୍ୟେକ ଗେମର ସମୟ ସୀମା 3 ମିନିଟ 2 ସକେଣ୍ଡ ରହିଥିଲା। ଖୁବ କମ ସମୟରେ ସନ୍ତୁଳନ ରକ୍ଷା କରି ଠିକ୍‌ ନିଷ୍ପତ୍ତି ନେଉଥିବା ଖେଳାଳିଙ୍କୁ ହିଁ ଏହି ପ୍ରତିଯୋଗିତାରେ ସଫଳ ହୋଇଛନ୍ତି। କମ୍ପିଟିସନ ଆରମ୍ଭ ହେବା ପୂର୍ବରୁ ସ୍ଥାନୀୟ ଅଡିଟୋରିୟମରେ ଅନୁଷ୍ଠିତ ହୋଇଥିଲା ରଙ୍ଗା ରଙ୍ଗ ଉଦଘାଟନୀ ଉତ୍ସବ।

ଏହି ଉଦଘାଟନୀ ଉତ୍ସବରେ ନନ୍ଦିଘୋଷ ଟିଭର ସିଇଓ ରଂଜନ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଚେସ ଖେଳ ଓ ଏହା କେତେଦୂର ଜଣେ ଖେଳାଳି ମାଇଣ୍ଡକୁ ଅଧିକ କ୍ରୀୟାଶୀଳ ଓ ବିକଶିତ କରାଇଥାଏ ସେ ବିଷୟରେ ମତ ରଖିଥିଲେ। ଏହି ଅବସରରେ ‘ଆମ ପରିବାର’ ଅନୁଷ୍ଠାନ ପକ୍ଷରୁ ଶୀ ମହାପାତ୍ରଙ୍କୁ ପଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ଚେସ୍‌ ଆସୋସିଏସନ ଓ ଅଲ ଓଡ଼ିଶା ଚେସ୍‌ ଆସୋସିଏସନ ଆନୁକୁଲ୍ୟରେ ଏହି ପ୍ରତିଯୋଗିତା ପରିଚାଳିତ ହୋଇଥିଲା।