ନୂଆଦିଲ୍ଲୀ: ବିଜେପି ବିରୋଧରେ ରଣ ହୁଙ୍କାର ଦେଇଛି କଂଗ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାକୀ ଭାରତର ଭାରତର ଅର୍ଥ ବ୍ୟବସ୍ଥାକୁ ଧ୍ୱଂସମୁଖକୁ ଠେଲି ଦେଇଛନ୍ତି ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି । ନୂଆଦୀଲ୍ଲିର ରାମଲୀଲା ମଇଦାନରେ କଂଗ୍ରେସ ପକ୍ଷରୁ ଆୟୋଜିତ ବିଶାଳ ରାଲିରେ ଏମିତି କହିଛନ୍ତି ରାହୁଲ । ରାହୁଲ କହିଛନ୍ତି ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ହଠାତ୍ ନୋଟ୍ବନ୍ଦୀ ପଦକ୍ଷେପ ନେଇ ଦେଶର ଅର୍ଥନୀତିକୁ ରସାତଳକୁ ଠେଲିଛନ୍ତି । କଳାଧନ ବିରୋଧରେ ଏହା ସଂଗ୍ରାମ ଥିଲା ବୋଲି କହି ମୋଦି ଆପଣମାନଙ୍କୁ ଭୂଆଁ ବୁଲେଇଛନ୍ତି ବୋଲି ଉପସ୍ଥିତ ଜନତାକୁ ରାହୁଲ ବୁଝାଇଛନ୍ତି ।
ସମୟ ଥିଲା ଦେଶର ଆର୍ଥିକ ଅଭିବୃଦ୍ଧି ୯ ପ୍ରତିଶତ ଥିଲା । ଏହା ଏବେ ୪ ପ୍ରତିଶତକୁ ଖସିଛି । ଏଥିପାଇଁ କେବଳ ମୋଦି ହିଁ ଦାୟୀ ବୋଲି ରାହୁଲ କହିଛନ୍ତି।
ମୋଦି ସରକାରଙ୍କ ନାଗରିକତା ସଂଶୋଧନ ବିଲକୁ କଂଗ୍ରେସ ବିରୋଧ କରିଛି । ଦେଶରେ ଲାଗିରହିଥିବା ମାନ୍ଦାବସ୍ଥା , ନାରୀମାନଙ୍କ ପ୍ରତି ବଢ଼ିଥିବା ହିଂସା ଆଉ ନିର୍ଯାତନା ଘଟଣା ପ୍ରତିବାଦରେ ମଧ୍ୟ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି ।
ବହୁ କଳା ବେଲୁନ ଆକଶ ମାର୍ଗକୁ ଉଡ଼ାଯାଇ ବିଜେପି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି ।
ଏହି ରାଲିରେ ରାହୁଲ ଗାନ୍ଧୀଙ୍କ ସମେତ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଆଉ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରମୁଖ ଯୋଗ ଦେଇଛନ୍ତି । କଂଗ୍ରେସର ବହୁ ଆଗ ଧାଡ଼ିର ବହୁ ପୁରୁଖା ନେତା, କଂଗ୍ରେସ ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ରାଲିରେ ଯୋଗ ଦେଇ ବିଜେପିର ଜନବିରୋଧୀ ଆଉ ଦେଶବିରୋଧୀ ନୀତିର ସମାଲୋଚନା କରିଥିଲେ ।



:max_bytes(150000):strip_icc()/71554102-56a059723df78cafdaa12653.jpg)

ଯାଜପୁର ଚନ୍ଦିଆ ବ୍ଲକରେ ୪ ହେକ୍ଟରରେ ଥିବା ଖଣି, ସୁଖୁପରାରେ ୭୮.୩ ହେକ୍ଟରରେ ଥିବା ଖଣି, ତେଲିଘରରେ ୨୭.୫ ହେକ୍ଟରରେ ଥିବା ଖଣିକୁ ଓଏମସି ଉତ୍ତୋଳନ କରି ସେଥିରୁ ଖଣ୍ଡାଲାଇଟ୍ ପଥର କାଟି ପୂର୍ତ୍ତ ବିଭାଗକୁ ଦେବ । ପୂର୍ତ୍ତ ବିଭାଗ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ଏହାକୁ ହସ୍ତାନ୍ତର କରିବ । ସେହିଭଳି କଟକ ଗୋବିନ୍ଦପୁରରେ ୨୦.୩ ହେକ୍ଟରରେ ଥିବା ଖଣି, ଖୋର୍ଦ୍ଧା କୁରୁମ୍ପଡା ଡେକୋରେଟିଭ ଷ୍ଟୋନ୍ ବ୍ଲକ, ଖୋର୍ଦ୍ଧା କୁଣ୍ଡାକୁଣ୍ଡି କୁଣ୍ଡା ପଥର କ୍ୱାରିକୁ ଓଏମସିକୁ ଦିଆଯିବ ।





ଏହିଭଳି ୨୧ଟି ଦରକାରୀ ମେଡିସିନର ଦର ବୃଦ୍ଧି ହୋଇଛି । ନୂତନ ଦର ଯଥାଶୀଘ୍ର ଲାଗୁ ହେବ । ବିଗତ ୨ ବର୍ଷ ହେଲା ମେଡିସିନ୍ ଦର ବୃଦ୍ଧି ନେଇ ଫାର୍ମା କମ୍ପାନୀ ଗୁଡ଼ିକ ଦାବି କରି ଆସୁଥିଲେ । ଔଷଧ ପ୍ରସ୍ତୁତିରେ ବ୍ୟବହୃତ ର’ ମାଟେରିଆଲର ଦାମ ବଢିବା ଫଳରେ ପୁରୁଣା ଦରରେ ଔଷଧ ଉତ୍ପାଦନ ଅସମ୍ଭବ ହୋଇ ପଡ଼ିଥିଲା ।
ତେବେ, ମେଡିସିନ୍ ଦର ବୃଦ୍ଧି ନେଇ ନିଷ୍ପତ୍ତି ହେବା ପରେ ମାର୍କେଟରେ ଯେମିତି ସେ ସବୁ ଅତ୍ୟାବଶ୍ୟକ ଔଷଧ ଉପଲବ୍ଧ ହେବ ସେଥିପ୍ରତି NPPA ଧ୍ୟାନ ଦେଇଛି ।