spot_img
Home Blog Page 7469

ରାହୁଲଙ୍କ ‘ରେପ୍ ଇଣ୍ଡିଆ’ ମନ୍ତବ୍ୟ, ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି

ନୂଆଦିଲ୍ଲୀ: ରାଜନୀତି, ରେପ୍ ଓ ରିଆକ୍ସନ । ଥମୁନି ବିବାଦ, ଝାଡ଼ଖଣ୍ଡର ନିର୍ବାଚନ ମୈଦାନରେ ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ ଥମୁନି ରାଜନୀତି । ୨୦୧୪ରେ କ୍ଷମତାଶୀନ ହେବା ପୂର୍ବରୁ କଂଗ୍ରେସ ଉପରେ ବିଜେପି ଯେମିତି ଆକ୍ରମଣ କରୁଥିଲା । ଠିକ୍ ସେହି ଢଙ୍ଗରେ ଗୋଟି ଚାଳନା କରୁଛନ୍ତି ରାହୁଲ ଗାନ୍ଧି ।

ଝାଡ଼ଖଣ୍ଡ ଗୋଡ୍ଡାର ଏକ ନିର୍ବାଚନୀ ସଭାରେ ରାହୁଲ ଗାନ୍ଧି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛନ୍ତି । ଏହା ମୋଦିଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ନୁହେଁ ବରଂ ‘ରେପ୍ ଇନ୍ ଇଣ୍ଡିଆ’ ବୋଲି ରାହୁଲ କହିଛନ୍ତି । ଝାଡ଼ଖଣ୍ଡରେ ମହିଳାଙ୍କୁ ଦୁଷ୍କର୍ମ, ଉତ୍ତରପ୍ରଦେଶରେ ବିଜେପି ବିଧାୟକଙ୍କ ଦୁଷ୍କର୍ମ । ପ୍ରତି ରାଜ୍ୟରେ ଏବେ ଏମିତି ସ୍ଥିତି । ମୋଦି କହୁଛନ୍ତି ବେଟି ପଢ଼ାଓ, ବେଟି ବଚାଓ । କିନ୍ତୁ, ଏକଥା କହିନାହାନ୍ତି କାହାଠୁ ବଞ୍ଚାଇବେ ବୋଲି କହି ମୋଦିଙ୍କୁ କଡ଼ା ଭାଷାରେ ତାତ୍ସଲ୍ୟ କରିଛନ୍ତି ।

ରାହୁଲଙ୍କ ଏହି ମନ୍ତବ୍ୟକୁ ସଂସଦରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ବିଜେପି ସାଂସଦ ଲକେଟ ଚାର୍ଟାଜୀ ଜୋରଦାର ବିରୋଧ କରିଛନ୍ତି । କହିଛନ୍ତି, ଏହା ଦେଶର ସମସ୍ତ ନାରୀମାନଙ୍କୁ ଅପମାନ । ଏଥିସହ ରାହୁଲ ତୁରନ୍ତ କ୍ଷମା ମାଗିବାକୁ ଦାବି କରିଛନ୍ତି ।

ଏଥିସହ ରାହୁଲ ଗାନ୍ଧି କହିଛନ୍ତି- ମୋଦି, ଉତ୍ତର-ପୂର୍ବକୁ ଜାଳୁଛନ୍ତି । ବେରୋଜଗାର ଓ ମାନ୍ଦାବସ୍ଥା ଉପରେ ଲୋକଙ୍କ ଧ୍ୟାନ ହଟାଇବାକୁ ବିଜେପି, ମୋ ମନ୍ତବ୍ୟକୁ ପ୍ରସଙ୍ଗ କରୁଛି । ପ୍ରଧାନମନ୍ତ୍ରୀ ‘ମେକ୍ ଇନ୍ ଇଣ୍ଡିଆ’ କହୁଥିବା ଯୁଆଡ଼େ ଦେଖିଲେ ‘ରେପ୍ ଇନ୍ ଇଣ୍ଡିଆ’ ଦେଖାଯାଉଛି ।

ଏହାକୁ ନେଇ ବିଜେପି ମହିଳା ସାଂସଦମାନେ ନିର୍ବାଚନ କମିଶନଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

୩ ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରେ ଅଦଳ ବଦଳ

0

ଭୁବନେଶ୍ୱର: ଜିଲ୍ଲା ଯୋଜନା ବୋର୍ଡ ଦାୟିତ୍ୱରେ ଅଦଳ ବଦଳ କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ କଳାହାଣ୍ଡି ଜିଲ୍ଲା ଦାୟିତ୍ୱରେ ଥିଲେ ।ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ନୂତନ ଭାବେ ଦେବଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ମିଳିଛି । ପୂର୍ବରୁ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଦେବଗଡ଼ ଦାୟିତ୍ୱରେ ଥିଲେ ।

ସେହିଭଳି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ନୂତନ ଭାବେ ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡ ଦାୟିତ୍ୱ ଅଧ୍ୟକ୍ଷ ଦିଆଯାଇଛି । ଏହା ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡ ଦାୟିତ୍ୱ ଅଧ୍ୟକ୍ଷ ଥିଲେ ।