spot_img
Home Blog Page 7484

ସାଢେ ୪ କୋଟି ଓଡ଼ିଆ ମୋ ପରିବାର ବୋଲି ବରିଷ୍ଠ ଅଧିକାରୀ ସମ୍ମିଳନୀରେ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୋ ସରକାର ହେଉଛି ଲୋକଙ୍କ ସରକାର’ । ସାଢେ ୪ କୋଟି ଓଡ଼ିଆ ମୋର ପରିବାର । ଲୋକଙ୍କ ସେବା ପାଇଁ ୫-ଟି ଏବଂ ମୋ ସରକାର ଯୋଜନା । ବରିଷ୍ଠ ଅଧିକାରୀ ସମ୍ମିଳନୀରେ ଏ କଥା କହିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଆରମ୍ଭ ହୋଇଛି ବରିଷ୍ଠ ଅଧିକାରୀ ସମ୍ମିଳନୀ । ଏହି ଅବସରରେ ନବୀନ କହିଛନ୍ତି, ଲୋକଙ୍କ ଆଶୀର୍ବାଦରୁ ୨୦ ବର୍ଷ ଧରି ସେବାର ସୁଯୋଗ ପାଇଛୁ ।

୫-ଟି ଓ ମୋ ସରକାରରେ ଆମ କାର୍ଯ୍ୟ ପ୍ରତିଫଳିତ ହେବ । ସେହିପରି ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଆମ ଲକ୍ଷ୍ୟ ବୋଲି ନବୀନ କହିଛନ୍ତି । ଆମେ ସମସ୍ତେ ଏକ ପରିବାର, ଛାତ୍ରଙ୍କ ପାଇଁ ଶିକ୍ଷା ଓ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର । ଗଣତନ୍ତ୍ରରେ ଲୋକ ହେଉଛନ୍ତି ପ୍ରକୃତ ମାଲିକ, ଲୋକଙ୍କ ଟଙ୍କାରେ ଆମେ ଦରମା ପାଉଛୁ । ପଞ୍ଚମ ପାଳିରେ ଉତ୍କୃଷ୍ଟ ସେବା ଯୋଗାଇଦେବା ଆମର ଲକ୍ଷ୍ୟ ।

ସେପଟେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଏଥିରେ ସଚିବ, ଜିଲ୍ଲାପାଳ ଓ ଆଇଏଏସ୍‌  ସାମିଲ ହୋଇଛନ୍ତି । ସରକାରଙ୍କୁ ଭଲ ଆଇଡିଆ ଦେବାକୁ ସମ୍ମିଳନୀରେ IASଙ୍କୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉପସ୍ଥିତ IASଙ୍କୁ ଶପଥ ପାଠ କରାଇଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଥମିକତା ଆଧାରରେ ଲୋକଙ୍କ ସେବା ପାଇଁ ଶପଥ ପାଠ କରାଇଲେ ।

ପୁଣି ମାତିଲା ହାତୀ

ଢେଙ୍କାନାଳ: ଢେଙ୍କାନାଳରେ ହାତୀ ଆତଙ୍କ ଜାରି ରହିଥିବା ବେଳେ ଏବେ ପୁଣି ଗାଁରେ ପଶି ଆତଙ୍କ ଖେଳାଇଛନ୍ତି ହାତୀ ପଲ । କାମାକ୍ଷାନଗର ବ୍ଲକ ବାଲିଗୋରଡ ପଞ୍ଚାୟତ ମୁଣ୍ଡାସାହିରେ ହାତୀ ପଶି ଆତଙ୍କ ଖେଳାଇଛନ୍ତି ।

Related image

୩୦ଟିକିଆ ହାତୀପଲ ଗାଁରେ ପଶି ଘର ଦ୍ଵାର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି । ରାତି ଅଧରେ ଲୋକେ ଜୀବନ ବଞ୍ଚାଇ ପରିବାର ସହ ନିକଟରେ ଥିବା ଗାଁକୁ ଚାଲିଯାଇଥିଲେ । କିଛି ଦିନ ହେଲା ଗାଁରେ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବନ ବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଏକାଠି ବସିବେ ଆଇଏଏସ୍‌ ଅଫିସର, ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟ

ଭୁବନେଶ୍ୱର: ଆଜି ଆଇଏଏସ୍‌ ଅଫିସରଙ୍କ ସମ୍ମିଳନୀ । ୫-ଟି ଓ ଭିତ୍ତିଭୂମିର ଅଭିବୃଦ୍ଧି ନେଇ ସମ୍ମିଳନୀରେ ହେବ ଆଲୋଚନା । ଲୋକସେବା ଭବନରେ ଆୟୋଜିତ ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ମିଳନୀରେ ସମସ୍ତ ସଚିବ ଓ ଜିଲ୍ଲାପାଳଙ୍କ ସମେତ ସବୁ ବର୍ଗର ଆଇଏଏସ୍‌ ଅଫିସର ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଧୁନିକ ତଥା ନୂଆ ଓଡ଼ିଶା ଗଠନ ନିମନ୍ତେ ୫-ଟି ପର୍ଯ୍ୟାୟରେ ଆଇଏଏସ୍‌ ଅଫିସର ମାନେ ପରସ୍ପର ମଧ୍ୟରେ ବିଚାର ବିମର୍ଷ କରିବେ ବୋଲି ଜଣାପଡିଛି ।

ଇସ୍ରୋ କଲା ଜିସାଟ୍‌-୩୦ ର ସଫଳ ପରୀକ୍ଷଣ, ଏବେ ଇଣ୍ଟରନେଟର ସ୍ପିଡ୍‌ ବଢ଼ିବା ସହ ଅପହଞ୍ଚ ଇଲାକାରେ ପହଞ୍ଚି ପାରିବ ମୋବାଇଲ ସେବା

ଇସ୍ରୋ ରଚିଲା ଇତିହାସ । ନୂଆବର୍ଷର ପ୍ରଥମ ମିଶନରେ ବଡ଼ ସଫଳତା । ଜିସାଟ୍‌-୩୦ ର ହେଲା ସଫଳ ପରୀକ୍ଷଣ । ଫ୍ରେଞ୍ଚ୍‌ ଗୁଏନା କୋରାଉ ଲଞ୍ଚ ବେସ୍‌ରୁ ହେଲା ଉତ୍‌କ୍ଷେପଣ । ଦେଶର ଯୋଗାଯୋଗ ସେବାରେ ଆସିବ ବୈପ୍ଳବିକ ପରିବର୍ତ୍ତନ । ବଢିବ ଇଣ୍ଟରନେଟ ସ୍ପିଡ୍‌, ଇନସାଟ ସାଟେଲାଇଟ ସ୍ଥାନରେ କାମ କରିବ ଜିସାଟ୍‌-୩୦ ।

ୟୁରୋପୀୟ ମହାକାଶ ଏଜେନ୍ସିର ରକେଟ ଯାନ ଏରିୟନ-୫ ସାହାଯ୍ୟରେ ଇସ୍ରୋକୁ ମିଳିଛି ଏହି ସଫଳତା । ଭାରତୀୟ ସମୟ ରାତି ୨ଟା ୩୫ ମିନିଟରେ ଜିସାଟ୍‌-୩୦ର ସଫଳ ପରୀକ୍ଷଣ କରାଯାଇଛି । ଏହାର ଓଜନ ରହିଛି ୩୧ ଶହ କିଲୋଗ୍ରାମ । ଏଥିରେ ୨ଟି ସୋଲାର ପ୍ୟାନେଲ୍‌ ଓ ବ୍ୟାଟେରୀ ରହିଛି । ଜିସାଟ୍‌-୩୦ ଯୋଗୁଁ ଭାରତରେ ସଞ୍ଚାର ସେବା ଉନ୍ନତ ହେବ । ଇଣ୍ଟରନେଟର ସ୍ପିଡ୍‌ ବଢ଼ିବା ସହ ଅପହଞ୍ଚ ଇଲାକାରେ ପହଞ୍ଚି ପାରିବ ମୋବାଇଲ ସେବା । ଟେଲିଭିଜନ ଓ  ପାଣିପାଗ ସମ୍ପର୍କିତ ସୂଚନା ମଧ୍ୟ ଦେବ ଜିସାଟ୍‌ ।

ଆସନ୍ତା ୧୫ ବର୍ଷ ପାଇଁ ଏହା ଭାରତ ପାଇଁ କାମ କରିବ । ବର୍ତ୍ତମାନ ଜିସାଟ୍‌ ସିରିଜର ୧୪ଟି ଉପଗ୍ରହ କାମ କରୁଛି । ୨୦୨୦ରେ ଇସ୍ରୋ ପକ୍ଷରୁ ୧୦ଟି ଉପଗ୍ରହକୁ ଉତ୍‌କ୍ଷେପଣ ପାଇଁ ଯୋଜନା ରଖାଯାଇଛି । ସେପଟେ ୨୦୦୫ରେ ଲଞ୍ଚ୍‌ ହୋଇଥିଲା ଇନସାଟ-୪ଏ ସାଟେଲାଇଟ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭବାନୀପାଟଣା: ଭବାନୀପାଟଣା ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ବିଧାୟକ ଅନାମ ନାୟକଙ୍କ ଘରେ ଚଢାଉ ହୋଇଛି ।

କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ କୋରାପୁଟ ଭିଜିଲାନ୍ସ ଡିଭିଜନର ୬ ଜଣିଆ ଟିମ୍‌ ତାଙ୍କ ଭବାନୀପାଟଣା ଘର,

ମଦନପୁର ରାମପୁରରେ ଥିବା ଲଜ ବାର ସମେତ ଭବାନୀପାଟଣାରେ ନୂଆ କରି ତିଆରି ହେଉଥିବା ଲଜ୍‌ରେ ଏକାସାଙ୍ଗରେ ରେଡ୍‌ କରିଛନ୍ତି ।

ଯୁବକଙ୍କୁ ମାରିଦେବା ପରେ ପାଳ ଗଦାରେ ନିଆଁ ଲଗାଇ ପୋଡ଼ିଦେଲେ

କବିସୂର୍ଯ୍ୟନଗର: ହତ୍ୟା ପରେ ଯୁବକଙ୍କୁ ପାଳ ଗଦାରେ ପକାଇ ପୋଡ଼ିଦେଲେ ଦୁର୍ବୃତ୍ତ । କବିସୂର୍ଯ୍ୟନଗର ଥାନା ସୁନାପଲ୍ଲୀ ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତକଙ୍କର ପରିଚୟ ମିଳିନଥିବା ବେଳେ ପୋଲିସ ଏବଂ ଦମକଳ ବାହିନୀ ନିଆଁକୁ ଆୟତ କରିବା ସହ ମୃତଦେହକୁ ଉଦ୍ଧାର କରିଛି ।

ସୂଚନା ଅନୁଯାୟୀ, ଆଜି ଭୋର ସମୟରେ କିଛି ସ୍ଥାନୀୟ ଲୋକେ ପାଳ ଗଦାରେ ନିଆଁ ଲାଗିଥିବାର ଦେଖିଥିଲେ । ଏହା ଦେଖି ଦମକଳ ବାହିନୀକୁ ଖବର ଦେବା ପରେ ଆସି ନିଆଁକୁ ଆୟତ କରିଥିଲା । କିନ୍ତୁ ନିଆଁ ଲିଭାଉ ଲିଭାକୁ ପାଳ ଗଦା ଭିତରୁ ଏକ ଯୁବକଙ୍କର ମୃତ ଦେହ ଦେଖିବାକୁ ମିଳିଥିଲା ।

ଏହା ପରେ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ଆସି ଶବକୁ ଉଦ୍ଧାର କରିଥିଲା । ତେବେ ଯୁବକଙ୍କୁ ଅନ୍ୟତ୍ର ମାରି ଏଠାରେ ଆଣି ପୋଡ଼ି ଦେଇଥିବା ପୋଲିସ ସନ୍ଦେହ କରୁଛି । ସେପଟେ ଯୁବକଙ୍କର ପରିଚୟ ମିଳିନଥିବା ବେଳେ ପୋଲିସ ତାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ଦିଲ୍ଲୀରେ ୧୬ତମ ଜନଗଣନା ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ୧୬ ତମ ଜନଗଣନା ପାଇଁ ଆଜି ଦିଲ୍ଲୀରେ ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଜନଗଣନା ପ୍ରକ୍ରିୟା ନେଇ କଣ ରହିବ ରୂପରେଖ । ଏଥିପାଇଁ କେତେ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର ସେନେଇ ବୈଠକରେ ଆଲୋଚନା କରାଯିବ ।

ଏପ୍ରିଲ ୧୬ରୁ ମେ ୧୬ ପର୍ଯ୍ୟନ୍ତ ଘର ଗଣନା ଏବଂ ଏପ୍ରିଲ ୧୬ରୁ ମେ’ ୩୧ ଯାଏଁ ହେବାକୁ ଥିବା ଏନ୍‌ପିଆର ଡାଟା ଅପଡେଟ୍‌ ପାଇଁ କିଭଳି ପ୍ରସ୍ତୁତ ଚାଲିଛି ଏହା ଉପରେ ମଧ୍ୟ ଆଲୋଚନା ହେବ । ସେପେଟ ଜାତିଭିତ୍ତିକ ଜନଗଣନାରେ ପଛୁଆ ବର୍ଗଙ୍କ ପାଇଁ ଏକ ସ୍ତମ୍ଭ ଯୋଡ଼ିବାକୁ ଓଡ଼ିଶା ସରକାର ପୂର୍ବରୁ କେନ୍ଦ୍ର ନିକଟରେ ଦାବି ଉଠାଇଛନ୍ତି ।

ରାଜ୍ୟର ମୁଖ୍ୟ ଶାସନ ସଚିବ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ନିକଟକୁ ଚିଠି ଲେଖି ପୁଣି ଥରେ ଏହାକୁ ମନେ ପକାଇ ଦେଇଥିବା ବେଳେ କେନ୍ଦ୍ର ଏହାକୁ ଗ୍ରହଣ କରିବ କି ନାହିଁ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।