spot_img
Home Blog Page 7487

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫-ଟି ସଚିବ ଓ ଟିମ୍, ରୋଗୀଙ୍କ ସହ କଥାହେଲେ, ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ

ଭଦ୍ରକ : ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ଓ ତାଙ୍କ ଟିମ୍ । ସମସ୍ତେ ଅଚାନକ୍ ମେଡିକାଲରେ ପହଞ୍ଚି ରୋଗୀ ଓ ସେମାନଙ୍କର ସଂପର୍କୀୟଙ୍କୁ ସାକ୍ଷାତ କରିଥିଲେ ।

ମେଡିକାଲର ଭିତ୍ତିଭୂମି ବୁଲି ଦେଖିଥିଲେ ୫-ଟି ସଚିବ । ଅଧିକାରୀଙ୍କ ସହ ମଧ୍ୟ ସେମାନେ ଆଲୋଚନା କରିଥିଲେ । ଏହି ଗସ୍ତବେଳେ ରୋଗୀଙ୍କ ଠାରୁ ମୋ-ସରକାର ଓ ୫-ଟି ଲାଗୁ ସଂପର୍କରେ ମତାମତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି ।

ପାଣ୍ଡିୟାନଙ୍କ ସହ ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଚରମ୍ପା ସ୍ଥିତ ସିଆରଏସଆରରେ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଥିଲେ ୫-ଟି ଟିମ୍ ।

 

ବିଜୟ ମିଶ୍ରଙ୍କୁ ଜୟଦେବ ସମ୍ମାନ, ଶ୍ରେଷ୍ଠ ଅଭିନେତା ହେଲେ…

ଭୁବନେଶ୍ୱର : ୨୦୧୮ ମସିହା ପାଇଁ ଘୋଷଣା ହୋଇଛି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ବରିଷ୍ଠ ନିର୍ଦ୍ଦେଶକ ତଥା ଲେଖକ ବିଜୟ ମିଶ୍ରଙ୍କୁ ଜୟଦେବ ସମ୍ମାନ ପ୍ରଦାନ କରାଯିବାକୁ ଘୋଷଣା ହୋଇଛି।

ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଭିଜା ମାଟିର ସ୍ୱର୍ଗ ଫିଲ୍ମ ପାଇଁ ମନମୋହନ ମହାପାତ୍ର ମନୋନୀତ ହୋଇଥିବା ବେଳେ, ସେହି ଫିଲ୍ମରେ ବଳିଷ୍ଠ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ମିହିର ଦାସ, ଚାମ୍ପିଅନ୍ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଅର୍ଚ୍ଚିତା ସାହୁଙ୍କୁ ମନୋନୀତ କରାଯାଇଛି।

ସେହିପରି ଭିଜା ମାଟିର ସ୍ୱର୍ଗ ଫିଲ୍ମ ପାଇଁ ଅକ୍ଷୟ ପରିଜାଙ୍କୁ ମୋହନ ସୁଦ୍ଦର ଦେବ ଗୋସ୍ୱାମୀ ସମ୍ମାନ ପ୍ରଦାନ କରାଯିବ। ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ  ଶାନ୍ତିରାଜ ଖୋସଲା ସମ୍ମାନୀତ ହେବେ । ଫେରିଆ କମବ୍ୟାକ୍ ପାଇଁ କରୁଣାକରଣ ଓ ସାଥି ତୁ ଫେରିଆ ପାଇଁ ଅନ୍ତରା ଚକ୍ରବର୍ତ୍ତୀ ଶ୍ରେଷ୍ଠ ପୁରୁଷ ଓ ମହିଳା କଣ୍ଠଶିଳ୍ପୀଭାବେ ସମ୍ମାନ ପାଇବେ ।

କିଏ ରଚିଲା ଅଭିମନ୍ୟୁଙ୍କ ପାଇଁ ଚକ୍ରବ୍ୟୁହ; ପୋଲିସ୍ ପଞ୍ଝାରେ ପାତ୍ର ପରିବାର

ବାଲିଗୁଡ଼ା: ମନ୍ଦିରର ମାର୍କେଟ କମ୍ପ୍ଲେକ୍ସ ପାଇଁ ହୋଇଛି କି ମର୍ଡର । ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାରେ ପୋଲିସ୍ ତନାଘନା ଆରମ୍ଭ କରିଛି ।  ସଂପର୍କୀୟ ଭାଇ ବିମଳ ସାହୁଙ୍କ ଏତଲାକୁ ଭିତ୍ତି କରି ପୋଲିସ ଆରମ୍ଭ କରିଛି ଛାନଭିନ୍ ।  ପ୍ରଥମ ଦଫାରେ ବାଲିଗୁଡ଼ାର ଅନ୍ୟତମ ଜଣାଶୁଣା ବ୍ୟବସାୟୀ ପରିବାରର ୪ ଭାଇଙ୍କୁ ଅଟକ ରଖି ପଚରାଉଚରା କରୁଛି ।  ଅଭିଯୋଗ ହୋଇଛି ୟେ ଚାରି ଭାଇ ମିଶି ସୁପାରୀ କିଲର ସହାୟତାରେ ଅଭିମନ୍ୟୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

ବାଲିଗୁଡ଼ାରେ ଚାଞ୍ଚଲ୍ୟ, ଘରୁ ଡାକି ଆଣି ସୂଚନା ଅଧିକାର କର୍ମୀଙ୍କୁ ଗୁଳି

Market Complex

ଚାରି ଭାଇ ବିଶ୍ୱନାଥ ପାତ୍ର, ଗୋପାଳ ପାତ୍ର, ରାମ ପାତ୍ର, ଶ୍ୟାମ ସୁନ୍ଦର ପାତ୍ରଙ୍କୁ ଏବେ ବାଲିଗୁଡା ଥାନାରେ ମାରାଥନ ଜେରା ଚାଲିଛି । କିଛି ମାସ ହେଲା  ଜଗନ୍ନାଥ ମନ୍ଦିରକୁ ଲାଗି ରହିଥିବା ମାର୍କେଟ କମ୍ପ୍ଲେକ୍ସକୁ ନେଇ ବିବାଦ ଲାଗି ରହିଥିଲା । ତେବେ ଏହି ବିବାଦର ଏ ହେଉଛି ପରଣାମ ବୋଲି ଚର୍ଚ୍ଚା ଚାଲିଛି ।

ତେବେ, ପୋଲିସ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ କରାଯାଉଛି । ସେପଟେ ଗଲା ୫୦ବର୍ଷ ଭିତରେ ବାଲିଗୁଡାରେ ଗୁଳି କରି କାହାକୁ ମାରି ଦେବା ପ୍ରଥମ ଘଟଣା । ତେଣୁ ସାରା ଅଂଚଳରେ ଏହାକୁ ନେଇ ଆତଙ୍କ ଖେଳି ଯାଇଛି ।

ମୃତ ଅଭିମନ୍ୟୁ ପଣ୍ଡା ବିଭିନ୍ନ ସମୟରେ ବିଭିନ୍ନ ବିଭାଗ ଓ ଅଧିକାରୀଙ୍କୁ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମାଗୁଥିଲେ । ଏଥିଯୋଗୁଁ କେହି ଆକ୍ରୋଶ ରଖି ହତ୍ୟା କରିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

https://nandighoshatv.comrti-activist-attacked-in-baliguda-kandhamal/

ରାଜ୍ୟସଭାରେ ଅସଲ ପରୀକ୍ଷା, ଆଞ୍ଚଳିକ ଦଳଙ୍କ ଭୂମିକା ହେବ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍-୨୦୧୯ ଲୋକସଭାରେ ପାସ୍ ହେବା ପରେ ଏବେ ରାଜ୍ୟସଭାକୁ ଆସିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରିବେ । ଲୋକସଭା ଭଳି ରାଜ୍ୟସଭାରେ ବିଲ୍ ପାସ କରାଇବାକୁ ରୀତିମତ ପ୍ରୟାସ କରୁଛନ୍ତି ବିଜେପିର ବରିଷ୍ଠ ନେତା । ସେପଟେ ବିଲ୍ ପାସ୍ କରାଇ ନଦେବାକୁ ସ୍ୱତନ୍ତ୍ର ରଣନୀତି କରୁଛନ୍ତି ବିରୋଧୀ ।


ଏହି ମର୍ମରେ ଗତକାଲି ରାଜ୍ୟସଭାରେ କଂଗ୍ରେସ ଦଳର ନେତା ଗୁଲାମ ନବୀ ଆଜାଦ ବିଜେଡିର ସଂସଦୀୟ ଦଳ ନେତା ପ୍ରଶନ୍ନ ଆଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ । ନାଗରିକତା ସଂଶୋଧନ ବିଲକୁ ସମର୍ଥନ ନକରିବାକୁ ପ୍ରଶନ୍ନଙ୍କୁ ଅନୁରୋଧ କରିଥିଲେ କଂଗ୍ରେସ ନେତା । ଧର୍ମନିରପେକ୍ଷତାର କଥା କହିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରସଙ୍ଗ ଉଠାଇଥିଲେ ଗୁଲାମନବୀ । ବିଜେଡି ଏହାକୁ ସମର୍ଥନ କରିବା ଉଚିତ୍ ନୁହେଁ ବୋଲି ସେ କହିଥିଲେ । ତେବେ କଂଗ୍ରେସର ଏଭଳି ପ୍ରସ୍ତାବକୁ ସିଧା ସିଧା ମନାକରି ଦେଇଥିଲେ ପ୍ରଶନ୍ନ ଆଚାର୍ଯ୍ୟ । କହିଥିଲେ, ରାଷ୍ଟ୍ରୀୟ ସ୍ୱାର୍ଥ ହିତରେ ବିଜେଡି ତଥା ପାର୍ଟିର ସୁପ୍ରିମୋ ନବୀନ ପଟ୍ଟନାୟକ ସବୁବେଳେ ନିଷ୍ପତ୍ତି ନେଇଆସିଛନ୍ତି ।

ସେହି ନ୍ୟାୟରେ ବିଜେଡି ଲୋକସଭାରେ ନାଗରିକତା ସଂଶୋଧନ ବିଲ୍-୨୦୧୯କୁ ସମର୍ଥନ କରିଛି । ତେଣୁ ଏବେ ଏହାକୁ ବିରୋଧ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସିଧାସିଧା କରିବା ସହ କଂଗ୍ରେସ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏପଟେ ଓଡ଼ିଶାରେ ମଧ୍ୟ ନିରଞ୍ଜନ ପଟ୍ଟନାୟକ ବିଜେଡିକୁ ସମାଲୋଚନା କରିଥିଲେ । ମାତ୍ର ବିଜେଡି ନିଜ ଷ୍ଟାଣ୍ଡରେ ଅଟଳ ରହିଛି । ଏ ଐତିହାସିକ ବିଲକୁ ସାମ୍ପ୍ରଦାୟିକ କିମ୍ବା ଧର୍ମୀୟ ଦୃଷ୍ଟିକୋଣରୁ ନଦେଖି, ଭାରତ ବର୍ଷର ରାଷ୍ଟ୍ରୀୟ ଓ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଦେଖିବାର ଆବଶ୍ୟକତା ରହିଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।


ସେପଟେ ବିଜେପିକୁ ବିଭିନ୍ନ ରାଷ୍ଟ୍ରୀୟ ପ୍ରସଙ୍ଗରେ ଏବଂ ବିଲ୍ ପାସ ବେଳେ ସମର୍ଥନ କରୁଥିବା ଟିଆରଏସ୍ ଏଥର ନିଜର ମତ ବଦଳାଇଛି । ରାଜ୍ୟସଭାରେ ଦଳ ସମର୍ଥନ ଦେବ ନାହିଁ ବୋଲି ସିଧା ସିଧା ଜଣାଇଦେଇଛି । ଚର୍ଚ୍ଚା ଅନୁସାରେ, ତେଲେଙ୍ଗାନାରେ ଥିବା ୨୦ ପ୍ରତିଶତ ମୁସଲିମ୍ ଭୋଟ ବ୍ୟାଙ୍କକୁ ଆଖି ଆଗରେ ରଖି ଦଳ ଏଥର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ସେପଟେ କଂଗ୍ରେସ ରାଜ୍ୟସଭାରେ ବିଲ୍ ଯେଭଳି ପାସ୍ ନହୁଏ ସେନେଇ ଅନ୍ୟ ଏନଡିଏ ସହଯୋଗୀ ଓ ରାଜନୀତିକ ଦଳ ସହ ଆଲୋଚନା ଜାରି ରଖିଛି ।

https://nandighoshatv.combjd-stands-with-citizen-amendment-bill/

ଗତକାଲି ଲୋକସଭାରେ ବିଲ୍ ଉପରେ ପ୍ରାୟ ୧୨ ଘଣ୍ଟା ଆଲୋଚନା ହେବା ପରେ ଏହା ପାସ୍ ହୋଇଥିଲା । ମଧ୍ୟରାତ୍ରିରେ ବିଲକୁ ଅନୁମୋଦନ ମିଳିଥିଲା । ବିଲ୍ ସପକ୍ଷରେ ୩୧୧ ସଦସ୍ୟଙ୍କ ସମର୍ଥନ ଥିବାବେଳେ ୮୦ ଜଣ ସଦସ୍ୟ ବିରୋଧ କରିଥିଲେ । ଏବେ ଏନଡିଏ ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ ବିଲ୍ ପାସ୍ କରାଇବା ଦିଗରେ ଆଞ୍ଚଳିକ ଦଳଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଜଣାପଡ଼ିଛି ।

ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା; ୩ ମୃତ ୩୨ ଆହତ

ସୁବର୍ଣ୍ଣପୁର/ବାଲିଗୁଡ଼ା/ଜଳେଶ୍ୱର/ଭଦ୍ରକ: ଟ୍ରକ୍‌ ଚାପାରେ ଚାଲିଗଲା ଅବକାରୀ କନଷ୍ଟେବଳଙ୍କ ଜୀବନ । ସୁବର୍ଣ୍ଣପୁରର ମହାନଦୀ ସେତୁ ଉପରେ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଅବକାରୀ କନଷ୍ଟେବଳ ସଞ୍ଜିବ କର୍ମୀ ବୀରମହାରାଜପୁରରୁ ସୁବର୍ଣ୍ଣପୁର ଆସୁଥିଲେ । ବ୍ରିଜ ଉପରେ ରାସ୍ତା କାମ ଚାଲିଥିବାରୁ ଚିପ୍ସ, ବାଲି ପଡ଼ିରହିଥିଲା । ଯେଉଁଠାରେ ସଂପୃକ୍ତ ଠିକା ସଂସ୍ଥା ରାସ୍ତାରେ ଡିଭାଇଡର କିମ୍ବା କୌଣସି ପ୍ରକାର ସୂଚକ ଦେଇ ନଥିଲେ । ଯାହାଫଳରେ ସଞ୍ଜିବଙ୍କ ବାଇକ୍‌ ଚିପ୍ସରେ ସ୍ଲିପ୍‌ କରିଥିଲା । ସେହି ସମୟରେସଞ୍ଜିବଙ୍କ ପଛରେ ଆସୁଥିବା ଟ୍ରକ୍‌ ତାଙ୍କୁ ଚାପି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

ସେହିଭଳି ଆର.ଟି.ଓ. ଅଫିସକୁ ଲାଇସେନ୍ସ ପାଇଁ ଯାଉଥିବାବେଳେ ଚାପି ଦେଲା ଟ୍ରକ୍‌ । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ଛକ ନିକଟରେ ଘଟିଛି ଏଭଳି ଘଟଣା । ରାଣୀତାଲ ଛକ ନିକଟରେ ରାସ୍ତା ଅତିକ୍ରମ ବେଳେ ପଛପଟୁ ଟ୍ରକ୍‌ ଆସି ତାଙ୍କ ଉପରେ ଚଢ଼ାଇ ଦେଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ ପୋଲିସ  ଶବକୁ ଜବତ କରିବା ସହ ଲୋକଙ୍କୁ ନିୟନ୍ତ୍ରଣ କରିଛି ।

ସେପଟେ ଜଳେଶ୍ୱର ଥାନା ତାଳବଣିଆ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତାଳବଣିଆ ଛକରେ ଛିଡା ହୋଇଥିବା ଜଣେ ସାଇକେଲ ଆରୋହୀଙ୍କୁ ପିକଅପ୍ ଭ୍ୟାନ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ କନ୍ଧମାଳ ଜିଲ୍ଲା କୋଟଗଡ଼ରେ ମଧ୍ୟ ସଡ଼କ ଦୁର୍ଘଟଣା । କୋଟଗଡ଼ ଥାନା ମଦାଙ୍ଗି ଘାଟିରେ ଟାଟା ମ୍ୟାଜିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୨୦ଜଣ ଆହତ ହୋଇଥିବା ବେଳେ ୧୦ଜଣ ଗୁରୁତର ଥିବା ଜଣାପଡିଛି । ଆହତମାନଙ୍କୁ କୋଟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ମାନଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।