ନୂଆଦିଲ୍ଲୀ: ବୁଡ଼ିବନି ୟେସ୍ ବ୍ୟାଙ୍କ । ଫେରସ୍ତ ମିଳିବ ଜମା ରାଶି । ୟେସ୍ ବ୍ୟାଙ୍କ ସଙ୍କଟକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ଏମିତି ଦମ୍ଭୋକ୍ତି ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବ୍ୟାଙ୍କକୁ ପୁନଃ ବ୍ୟବସ୍ଥିତ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଯୋଜନା ପ୍ରସ୍ତୁତ କରିଥିବା ସେ କହିଛନ୍ତି । ୟେସ୍ ବ୍ୟାଙ୍କ ଉପରେ ଆରବିଆଇ ୨୦୧୭ ମସିହାରୁ ନଜର ରଖିଥିଲା ।
FM Nirmala Sitharaman on #YesBank: I have asked RBI to act so that the due process of law takes its course with a sense of urgency pic.twitter.com/CSdiSoCZK0
— ANI (@ANI) March 6, 2020
ୟେସ୍ ବ୍ୟାଙ୍କ ଠାରୁ ଅନିଲ ଅମ୍ବାନୀ, ଏସେଲ୍ ଗ୍ରୁପ୍, ଡିଏଚଏଫଏଲ, ଭୋଡ଼ାଫୋନ କମ୍ପାନୀ ଋଣ ନେଇ ସୁଝିନାହାନ୍ତି । ଏହି ସବୁ ମାମଲା ୨୦୧୪ ପୂର୍ବର, ସେତେବେଳେ ୟୁପିଏ ସରକାରରେ ଥିଲା । ଏବେ ୟେସ୍ ବ୍ୟାଙ୍କକୁ ସଙ୍କଟରୁ ଟାଳିବା ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏସବିଆଇ ଆଗ୍ରହ ପ୍ରକାଶ କରିଛି । ମାସକ ମଧ୍ୟରେ ବ୍ୟାଙ୍କକୁ ପୁନଃ ବ୍ୟବସ୍ଥିତ କରାଯିବ ।
ତେବେ, ବ୍ୟାଙ୍କ ତରଫରୁ ପୁଞ୍ଜି ଆଣିବା ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ ସଫଳତା ମିଳିନଥିଲା । ୨୦୦୪ରେ ପ୍ରତିଷ୍ଠା ହୋଇଥିଲା ୟେସ୍ ବ୍ୟାଙ୍କ । ୨୦୧୮ରେ ରିଜର୍ଭ ବ୍ୟାଙ୍କ ଏହାର ବୋର୍ଡରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଥିଲା । ପରେ ଋଣ ଆବଣ୍ଟନରେ ହେରଫେର ଯୋଗୁଁ ବ୍ୟାଙ୍କର ପୁଞ୍ଜି ହ୍ରାସ ପାଇଥିଲା ।
୨୦୧୮ରେ ବ୍ୟାଙ୍କର ନୂତନ ସିଇଓ ନିଯୁକ୍ତ କରାଯାଇଥିଲା । ପରେ ଦୁର୍ନୀତି ଯୋଗୁଁ ଆରବିଆଇ ନଜରକୁ ଆସିଥିଲେ । ୨୦୧୯ ମାର୍ଚ୍ଚରେ ପୁଣି ନୂଆ ସିଇଓଙ୍କୁ ନିଯୁକ୍ତ କରାଯାଇଛି ।





କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ବିଜୁ ବାବୁଙ୍କୁ ଡେମୋକ୍ରାଟ୍ ଓ ଡେୟାର ଡେଭିଲ ବୋଲି କହିଥିଲେ । ବିଜୁ ବାବୁ କେବେ ମଧ୍ୟ ରାଜନୈତିକ ଶତ୍ରୁତାରେ ବିଶ୍ୱାସ କରୁନଥିଲେ । କୌଣସି ଲୋକ ବିରୋଧ କଲେ ମଧ୍ୟ ସେ ତାଙ୍କ ସହିତ ଶତ୍ରୁତା ଆଚରଣ କରୁନଥିଲେ । କିନ୍ତୁ, ଏବେ ରାଜନୀତିରେ ସହିଷ୍ଣୁତା ଶବ୍ଦ ହଜିବାକୁ ଲାଗିଲାଣି । ବିଜୁ ବାବୁ ସହିଷ୍ଣୁ ଥିଲେ ଓ ଡେୟାର ଡେଭିଲ ମଧ୍ୟ ଥିଲେ । ୧୯୬୨ରେ ଓଡ଼ିଶାକୁ ବାକି ଦେଶ ଦୁଇଟି କାରଣ ପାଇଁ ଚିହ୍ନୁଥିଲା । ଗୋଟିଏ ଥିଲା ଓଡ଼ିଶା ଜଗନ୍ନାଥଙ୍କ ଦେଶ ଏବଂ ଦ୍ୱିତୀୟ କାରଣ ଥିଲେ ବିଜୁ ବାବୁ । ସେତେବେଳେ ଓଡ଼ିଶାକୁ ବିଜୁ ବାବୁଙ୍କ ରାଜ୍ୟ ବୋଲି ବାକି ଭାରତ ଜାଣୁଥିଲା ।





ହୋଲି ପରେ ୧୧ ତାରିଖରୁ ସଂସଦକୁ ସାଂସଦମାନେ କାହାରିକୁ ନେଇ ପାରିବେ ନାହିଁ । ଏହାକୁ କଡ଼ାକଡ଼ି ପାଳନ କରିବାକୁ ବିଜ୍ଞପ୍ତି ଜାରି ହୋଇଛି । ଏଥିସହ କରୋନାର ଭୟାବହତାକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।