spot_img
Home Blog Page 7495

ଭୁବନେଶ୍ୱର: ଜାତି ଭିତ୍ତିକ ଜନଗଣନା ନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା । ରାଜ୍ୟ ସରକାର OBCଙ୍କ ପାଇଁ ସଂରକ୍ଷଣ ଚାହୁଁଛନ୍ତି । ସୁପ୍ରିମକୋର୍ଟ ୫୦%ରୁ ଅଧିକ ସଂରକ୍ଷଣ କରି ପାରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି । ୨୦୧୧ SECC ତଥ୍ୟ କେନ୍ଦ୍ର ସରକାର ଦେଉନାହାନ୍ତି, ଆଗ ତାହା ଦିଅନ୍ତୁ । ବିଜେପି ବନ୍ଧୁ ଦୟାକରି ରାଜ୍ୟ ସରକାରଙ୍କ ଏହି ଚିନ୍ତାଧାରାକୁ ସମର୍ଥନ କରନ୍ତୁ । କେନ୍ଦ୍ର ପାଖରେ ଜାତି ଭିତ୍ତିକ କଲମ ରଖି ଜନଗଣନା ପାଇଁ ଦାବି କରନ୍ତୁ । ଏଥିରେ ରାଜନୀତି କେଉଁଠୁ ଆସିଲା ବୋଲି ପ୍ରଶ୍ନ କଲେ ସସ୍ମିତ ପାତ୍ର ।

ବନ୍ଦ ଘରୁ ମିଳିଲା ଦିଅର, ଭାଉଜଙ୍କ ମୃତଦେହ, କେନ୍ଦୁଝରରେ ଚାଞ୍ଚଲ୍ୟ

କେନ୍ଦୁଝର: ଦୁଇଟି ଅଲଗା ଅଲଗା ବନ୍ଦ ଘରୁ ଦିଅର ଭାଉଜଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ନିକଟରୁ କିଟନାସକ ବୋତଲ ମିଳିଥିବାରୁ ଏହା ଆତ୍ମହତ୍ୟା ସନ୍ଦେହ କରାଯାଉଛି ।

ଘଟଣାଟି ହେଉଛି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ନୂଆବନ୍ଧ ଗାଁର । ୨ଟି ଅଲଗା ଅଲଗା ବନ୍ଦ ଘରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି ।

ଗୋଟେ ଘରୁ ଜଣେ ମହିଳା ଓ ଅନ୍ୟ ଘରୁ ଜଣେ ପୁରୁଷଙ୍କ ମୃତଦେହ ଠାବ ହୋଇଛି। ମୃତକମାନେ ହେଉଛନ୍ତି ପୁଷ୍ପଲତା ନାଏକ ଓ ସଞ୍ଜୟ ନାଏକ ।

ସଂପର୍କରେ ଉଭୟ ଦିଅର ଓ ଭାଉଜ ହେବେ । ମୃତଦେହ ନିକଟରୁ ଦୁଇଟି କୀଟନାଶକ ବୋତଲ ଉଦ୍ଧାର କରାଯାଇଛି । ସଞ୍ଜୟ ଯୋଡ଼ାରେ ଚାକିରୀ କରୁଥିବା ବେଳେ ଗତକାଲି ଘରକୁ ଆସିଥିଲେ। ତେବେ ଆତ୍ମହତ୍ୟା ନା ହତ୍ୟା ସେନେଇ ପୋଲିସ ତଦନ୍ତ କରୁଛି।

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପରେଡରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ବାୟୁସେନାର ୪୧ଟି ଲଢ଼ୁଆ ବିମାନ । ପରେଡରେ ପ୍ରଥମଥର ପାଇଁ ସାମିଲ ହେବ ଆମେରିକା ନିର୍ମିତ ହେଲିକପ୍ଟର ଚିନୁକ ଓ ଆପାଚେ ।

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପରେଡରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ବାୟୁସେନାର ୪୧ଟି ଲଢ଼ୁଆ ବିମାନ । ପରେଡରେ ପ୍ରଥମଥର ପାଇଁ ସାମିଲ ହେବ ଆମେରିକା ନିର୍ମିତ ହେଲିକପ୍ଟର ଚିନୁକ ଓ ଆପାଚେ ।

ଭୁବନେଶ୍ୱର: ଇରାନ ଓ ଆମେରିକା ଯୁଦ୍ଧ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ସିରିଆ ଆମ୍ବାସଡର । ଯେଉଁଠି ଆମେରିକା, ସେଠି ବିପଦ ଅଛି । ତାଙ୍କୁ କିଏ ଡାକିଥିଲା । ସେମାନଙ୍କ ମଧ୍ୟପ୍ରାଚ୍ୟ ପାଇଁ ପଲିସି ଓ ପୋଗ୍ରାମ ଫେଲ୍ ମାରିଛି । କାରଣ ଆମେରିକା କାହାରିକୁ ନେଇକି ଚାଲୁନି ।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସିରିଆ ଆମ୍ବାସଡର ରିଆଦ କାମେଲ ଆବାସ। । ସିରିଆ ଆମ୍ବାସଡରଙ୍କ ପ୍ରତିକ୍ରିୟା, ନବୀନଙ୍କୁ ଭେଟି ଖୁସି ଲାଗୁଛି । ନବୀନ ପଟ୍ଟନାୟକ ଭଲ କାମ କରୁଛନ୍ତି ଗରିବଙ୍କ ପାଇଁ ।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସିରିଆ ଆମ୍ବାସଡର ରିଆଦ କାମେଲ ଆବାସ। । ସିରିଆ ଆମ୍ବାସଡରଙ୍କ ପ୍ରତିକ୍ରିୟା, ନବୀନଙ୍କୁ ଭେଟି ଖୁସି ଲାଗୁଛି । ନବୀନ ପଟ୍ଟନାୟକ ଭଲ କାମ କରୁଛନ୍ତି ଗରିବଙ୍କ ପାଇଁ ।

୮ ଦିନ ପରେ ଫାଶୀ: ନିଆଗଲା ୪ ଦୋଷୀଙ୍କ ବେକ, ଉଚ୍ଚତା ଏବଂ ଓଜନ ମାପ

ନୂଆଦିଲ୍ଲୀ: ଆଉ ୮ ଦିନ ପରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୁଷ୍କର୍ମକାରୀ । ଏହା ପୂର୍ବରୁ ଦିଲ୍ଲୀ ତିହାର ଜେଲରେ ଦୋଷୀ ମୁକେଶ ସିଂ, ବିନୟ ଶର୍ମା, ଅକ୍ଷୟ ଓ ପବନ ଗୁପ୍ତାକୁ ଫାଶୀ ଦେବା ନେଇ ଟ୍ରାଏଲ କରାଯାଇଛି । ସମସ୍ତଙ୍କ ବେକ ସହ ଉଚ୍ଚତା ଏବଂ ଓଜନ ମାପ ନିଆଯାଇଛି । ୪ ଥରରେ ୪ ଦୋଷୀଙ୍କ ଓଜନ ହିସାବରେ ଡମି ପ୍ରସ୍ତୁତ କରି ଟ୍ରାଏଲ କରାଯାଇଛି। ଡମି ଟ୍ରାଏଲ ସଫଳ ହୋଇଥିବା ତିହାର ଜେଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏହି ଫାଶୀ ଦଉଡ଼ିରେ ଆସନ୍ତା ଜାନୁଆରୀ ୨୨ତାରିଖ ସକାଳ ୭ ଟାରେ ୪ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯିବ । ସେପଟେ ଫାଶୀରୁ ରକ୍ଷା ପାଇବା ପାଇଁ ବିନୟ କୁମାର ଶର୍ମା ଓ ମୁକେଶ ସିଂହ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିଛନ୍ତି । ଏହା ଉପରେ ଆସନ୍ତାକାଲି ଶୁଣାଣି ହେବ । ୨୦୧୨, ଡିସେମ୍ବର ୧୬ ତାରିଖରେ ଦିଲ୍ଲୀରେ ଚଳନ୍ତା ବସରେ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରିଥିଲେ ୬ ନରରାକ୍ଷସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିଲା । ଅନ୍ୟ ଜଣେ ଅଭିଯୁକ୍ତ ରାମ ସିଂ ଆତ୍ମହତ୍ୟା କରିଛି ।

ଭୁବନେଶ୍ୱର: ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣା । ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖି କମିଶନରେଟ ପୋଲିସ ପଚରାଉଚରା କରୁଥିବା ସୂଚନା ।

ଭୁବନେଶ୍ୱର: ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣା । ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖି କମିଶନରେଟ ପୋଲିସ ପଚରାଉଚରା କରୁଥିବା ସୂଚନା ।

ଘଟଗାଁ: ପାଟଣା ଥାନା ନୂଆବନ୍ଧ ଗାଁରୁ ଦିଅର ଭାଉଜଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ପୁଷ୍ପଲତା ନାଏକ ଓ ସଞ୍ଜୟ ନାଏକ ।

ଘଟଗାଁ: ପାଟଣା ଥାନା ନୂଆବନ୍ଧ ଗାଁରୁ ଦିଅର ଭାଉଜଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ପୁଷ୍ପଲତା ନାଏକ ଓ ସଞ୍ଜୟ ନାଏକ ।

ଭେଜାଲ ହେଉଛି ଜହର, ଛତିଆ ଅଞ୍ଚଳରୁ ଧରାପଡ଼ିଲା ରାକେଟ୍

ଚଣ୍ଡିଖୋଲ: ବିଷ ବି ମିଳୁନି ଶୁଦ୍ଧ । ଭେଜାଲ କରୁଛନ୍ତି ଅସାଧୁ ବେପାରୀ । ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ସାବ୍ୟସ୍ତ ଗୁଟଖା, ଜର୍ଦ୍ଦା ଓ ପାନ ମସଲା ନକଲି ହେଉଛି । ଛତିଆ ଅଞ୍ଚଳର ବିଦ୍ୟାଧରପୁରରେ ପୋଲିସ ଏମିତି ଏକ ରାକଟେକୁ ଧରିଛି ।ବୈରୀ ଥାନା ପୋଲିସ ଓ ଯାଜପୁର ଏସିଡିପିଓଙ୍କ ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି । ଏଥିରେ ରହିଛି ବିଭିନ୍ନ କମ୍ପାନୀର ଡବା ଓ ହୋଲଗ୍ରାମ୍ । ପୋଲିସ ମାମଲାରେ ୪ ଜଣଙ୍କୁ ଅଟ ରଖି ପଚରାଉଚରା କରୁଛି ।ଏକ ଘରେ ବହୁଦିନରୁ ନକଲି ଜର୍ଦ୍ଦା ପ୍ରସ୍ତୁତ ହେଉଥିଲା । ଏନେଇ ପୋଲିସ ସୂଚନା ପାଇବା ପରେ ଅଚାନକ ଚଢ଼ାଉ କରିଥିଲା । ବିପୁଳ ନକଲି ଜର୍ଦ୍ଦା ସହ ତିଆରି ମେସିନ୍ ମଧ୍ୟ ଜବତ କରାଯାଇଛି । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରୁ ନକଲି ଗୁଟଖା କାରବାର ଧରାପଡ଼ିଥିଲା ।

ଚଣ୍ଡିଖୋଲ: ଛତିଆ ଅଞ୍ଚଳରୁ ବିପୁଳ ନକଲି ଜରଦା ସହ ତିଆରିରେ ବ୍ୟବହୃତ ମେସିନ୍ ଜବତ । ୪ ଜଣଙ୍କୁ ପଚରାଉଚରା କରୁଛି ପୋଲିସ୍ ।

ଚଣ୍ଡିଖୋଲ: ଛତିଆ ଅଞ୍ଚଳରୁ ବିପୁଳ ନକଲି ଜରଦା ସହ ତିଆରିରେ ବ୍ୟବହୃତ ମେସିନ୍ ଜବତ । ୪ ଜଣଙ୍କୁ ପଚରାଉଚରା କରୁଛି ପୋଲିସ୍ ।