ଖୋର୍ଦ୍ଧା: ବେଗୁନିଆ ଭଉଁରୀ ଗଁ।ର ଭଗବାନ ସାହୁଙ୍କ ଆତ୍ମହତ୍ୟା ପୂର୍ବର ଭିଡ଼ିଓ ଭାଇରାଲ୍ ହୋଇଛି । ଭିଡ଼ିଓରେ ଆତ୍ମହତ୍ୟାର କାରଣ କହିଛନ୍ତି ଭଗବାନ । ଏପରିକି ବହୁ ରାଜନେତାଙ୍କୁ ଆତ୍ମହତ୍ୟା ପାଇଁ ଦାୟୀ କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସେପଟେ ଘଟଣା ନେଇ ପୋଲିସ ପାଖରେ କୈାଣସି ସୂଚନା ନାହିଁ ।
୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା: ୟେଲାେ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର: ବଦଳୁଛି ପାଣିପାଗ । ମଙ୍ଗଳବାରଠାରୁ ବୁଧବାର ସକାଳ ପର୍ଯ୍ୟନ୍ତ ଅର୍ଦ୍ଧାଧିକ ଜିଲ୍ଲାରେ କୋହଳା ପାଗ ସାଙ୍ଗକୁ ଝଡ଼ବର୍ଷା ହେବାର ଆଶଙ୍କା । ଏଥିସହିତ ୩୦ରୁ ୪୦ ବେଗରେ ପବନ ମଧ୍ୟ ବହପାରେ । ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ବରଗଡ଼, କେନ୍ଦୁଝର, ଦେବଗଡ଼, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ ଓ କନ୍ଧମାଳ ଜିଲ୍ଲାରେ ସକାଳ ୬ଟାରୁ ୯ ମଧ୍ୟରେ ଘଡ଼ଘଡ଼ି ବର୍ଷା ସାଙ୍ଗକୁ ୩୦ରୁ ୪୦ କି.ମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ସେହିପରି ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀରେ ସର୍ବାଧିକ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଆକଳନ କରିଛି । ଝଡ଼ବର୍ଷାକୁ ଦୃଷ୍ଟିରେ ରଖି ୟଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୬ରୁ ପାଗରେ ପରିବର୍ତ୍ତନ ହେବ । ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି ।

CAAକୁ ନେଇ ଜଳୁଛି ରାଜଧାନୀ ଦିଲ୍ଲୀ, ହେଡ୍ କନେଷ୍ଟବଳ ମୃତ
ନୂଆଦିଲ୍ଲୀ: ସଂଶୋଧିତ ନାଗରିକତା ଆଇନକୁ ଜାତୀୟ ରାଜଧାନୀ ଦିଲ୍ଲୀରେ ଥମୁନି ଉତ୍ତେଜନା । CAAକୁ ନେଇ ଦିଲ୍ଲୀର ସ୍ଥାନେ ସ୍ଥାନେ ନିଆଁ ଜଳୁଛି । ହିଂସକ ପ୍ରଦର୍ଶନ ଭିତରେ ଆଜି ଦିଲ୍ଲୀ ପୋଲିସର ଜଣେ ହେଡ୍ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ଆନ୍ଦୋଳନକାରୀଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ଦିଲ୍ଲୀ ପୋଲିସର ଜଣେ ଡିସିପି । ଏଥିରେ କେତକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳରେ ଘଟିଥିବା ଏହି ହିଂସା ସାରା ଦେଶକୁ ଦୋହଲାଇ ଦେଇଛି ।
ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଗୁଳିମାଡ଼ରେ ଦିଲ୍ଲୀ ପୋଲିସରେ ହେଡ୍ କନେଷ୍ଟବଳ ଥିବା ରତନ ଲାଲଙ୍କ ମୃତ୍ୟୁ ହୋଇଛି । ଶାହଦରା ଡିସିପି ଅମିତ ଶର୍ମା ଗୁରୁତର ଭାବେ ଆହତ ହୋଇଛନ୍ତି । ଆନ୍ଦୋଳନକାରୀଙ୍କୁ ପ୍ରତିହତ କରାଇବାକୁ ଯାଇ ପୋଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲେ ମଧ୍ୟ ଉତ୍ତେଜନା ଥମୁନି ।
Very distressing news regarding disturbance of peace and harmony in parts of Delhi coming in.
I sincerely urge Hon’ble LG n Hon'ble Union Home Minister to restore law and order n ensure that peace and harmony is maintained. Nobody should be allowed to orchestrate flagrations.— Arvind Kejriwal (@ArvindKejriwal) February 24, 2020
ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦେଖି ଘଟଣାସ୍ଥଳକୁ ପାରା ମିଲିଟାରୀ ଫୋର୍ସକୁ ପଠାଯାଇଛି । ଦିଲ୍ଲୀର ପ୍ରାୟ ୧୦ଟି ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଥିବା ବେଳେ ୨ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରିଦିଆଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶାନ୍ତି ରକ୍ଷା ପାଇଁ ଲୋକଙ୍କୁ ଅପିଲ୍ କରିବା ସହ ସହାୟତା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ।

ମୁଲତବୀ ପ୍ରସ୍ତାବ ଗ୍ରହଣ ନକରିବାରୁ ଗୃହରେ ହଟ୍ଟଗୋଳ
ଭୁବନେଶ୍ୱର: ମଣ୍ଡିରେ ପଡ଼ି ରହିଛି ହଜାର ହଜାର ବସ୍ତା ଧାନ । ଖରିଫ ପରେ ରବିଋତୁ ଧାନଚାଷ ଆରମ୍ଭ ହେଲାଣି । ହେଲେ ମଣ୍ଡିରୁ ଧାନ ଉଠି ପାରୁନି । ପୁଣି ବର୍ଷା ଆସିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ସବୁ ଚାଷୀ ପଞ୍ଜିକୃତ ହୋଇ ନଥିବାରୁ ଏବଂ ଟୋକନ୍ ବ୍ୟବସ୍ଥା ଯୋଗୁ ଏଭଳି ଅବ୍ୟବସ୍ଥା ସୃଷ୍ଟି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଅଭିଯୋଗ ଆସିଛି । ମଣ୍ଡିରେ ଧାନ ବିକ୍ରି ହୋଇ ନପାରି ବର୍ଷାରେ ନଷ୍ଟ ହେଉଛି ।
ଏହି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା ପାଇଁ ବିରୋଧୀ ଦାବି କରିଥିଲେ । ଏହାକୁ ବାଚସ୍ପତି ଗ୍ରହଣ ନକରିବାକୁ ବିରୋଧୀ ଗୃହକୁ ଅଚଳ କରିଦେଇଥିଲେ । ଏଥିସହ ସମସ୍ତ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇପାରି ନଥିବା କଥା ବି ଉଠାଇଲେ ବିରୋଧୀ । ଏଥିପାଇଁ କାର୍ଯ୍ୟ ପରାମର୍ଶଦାତା କମିଟିରେ ଅଧିକ ବିରୋଧୀ ସଦସ୍ୟ ନେଇ ନିଷ୍ପତ୍ତି ନେବା ଉପରେ ବିରୋଧୀ ଜୋର ଦେଉଛନ୍ତି ବିରୋଧୀ ଦଳ । ଅନ୍ୟପଟେ ବିରୋଧୀଙ୍କ ଆଭିମୁଖ୍ୟକୁ ବିଜେଡି ନାପସନ୍ଦ କରିଛି ।
ଗୋଟାଏ ପଟେ ଟୋକନ ଅବ୍ୟବସ୍ଥା, ଅନ୍ୟପଟେ ଅଦିନିଆ ବର୍ଷା । ଚାଷୀର ଧାନ ସୁରକ୍ଷିତ ରଖିବା ଓ ମଣ୍ଡିରେ ଧାନ କିଣା ହୋଇ ନପାରିବା ନେଇ ଉଦ୍ବେଗ ପ୍ରକାଶ ପାଇଛି ।

ହୋଟେଲରେ ଟ୍ରମ୍ପଙ୍କ ଗୋଟିଏ ରାତ୍ରୀ ରହଣି ଖର୍ଚ୍ଚ ୮ ଲକ୍ଷ ଟଙ୍କା
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତା ତଥା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଅଛନ୍ତି । ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଟ୍ରମ୍ପ ଆଜି ରାତି ଦିଲ୍ଲୀରେ ବିତାଇବେ । ଏହା ପୂର୍ବରୁ ସେ ଗୁଜରାଟର ଅହମ୍ମଦାବାଦ ଓ ୟୁପିର ଆଗ୍ରା ଯାଇଥିଲେ । ଟ୍ରମ୍ପଙ୍କ ସହିତ ତାଙ୍କ ପତ୍ନୀ ମେଲେନିଆ ଟ୍ରମ୍ପ ଓ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଭାରତ ଆସିଛନ୍ତି ।
ଦୁନିଆର ଏହି ବଳଶାଳୀ ନେତା ରାଜଧାନୀ ଦିଲ୍ଲୀର ଏକ ବିଳାସମୟ ହୋଟେଲରେ ରାତ୍ରୀଯାପନ କରିବେ । ଦିଲ୍ଲୀ ଚାଣକ୍ୟପୁରୀ ସ୍ଥିତ ଆଇଟିସି ମୌର୍ଯ୍ୟ ହୋଟେଲରେ ରହିବେ ଟ୍ରମ୍ପ ଦମ୍ପତି । ଏଥିପାଇଁ ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହୋଟେଲର ଗ୍ରାଣ୍ଡ ପ୍ରେସିଡେନ୍ସିଆଲ୍ ସୁଟ୍ (ଚାଣକ୍ୟା ସୁଟ୍)ରେ ଡୋନାଲ୍ଡ ଟ୍ରମ୍ପ ଓ ମେଲେନିଆ ଟ୍ରମ୍ପ ରହିବେ ।
ହୋଟେଲରେ ଏହି ସୁଟରେ ରହିବାରେ ଆମେରିକାର ଚତୁର୍ଥ ରାଷ୍ଟ୍ରପତି ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହା ପୂର୍ବରୁ କ୍ଲିଣ୍ଟନ, ଜାଜ୍ ଡବ୍ଲ୍ୟୁ ବୁଶ୍ ଓ ବାରାକ ଓବାମା ରହିସାରିଛନ୍ତି । ଆଇଟିସି ମୌର୍ଯ୍ୟ ହୋଟେଲର ୧୪ତମ ମହଲାରେ ଏହି ଚାଣକ୍ୟା ସୁଟ୍ ଅଛି ।
ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ମଧ୍ୟ ଏହି ହୋଟେଲରେ ରାତ୍ରୀଯାପନ କରିବେ । ଏହି ହୋଟେଲରେ ସମସ୍ତ ଲକଜୁରୀ ସୁବିଧା ସହିତ ଇନଡୋର ଏୟାର କ୍ୱାଲିଟି ମଧ୍ୟ ବହୁତ ଭଲ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏ ହେଉଛି ଭାରତର ଏକମାତ୍ର ହୋଟେଲ । ଯେଉଁଠି ଇନଡୋର ଏୟାର କ୍ୱାଲିଟି WHO ଷ୍ଟାଣ୍ଡାର୍ଡର ଅଟେ ।
ଟ୍ରମ୍ପଙ୍କ ହୋଟେଲର ବୁଖାରା ରେଷ୍ଟୁରାଣ୍ଟରୁ ଖାଦ୍ୟ ଖାଇପାରନ୍ତି । ଏହା ପୂର୍ବରୁ କ୍ଲିଣ୍ଟନ ଓ ଓବାମା ଏହି ରେଷ୍ଟୁରାଣ୍ଟରୁ ଖାଦ୍ୟ ଖାଇଥିଲେ । ଟମ୍ପଙ୍କୁ ମନ ମୁତାବକ ଖାଦ୍ୟ ପାଇଁ ସ୍ୱତନ୍ତ୍ର ସେଫଙ୍କୁ ନିଯୁକ୍ତ କରାଯାଇଛି । ଏହି ହୋଟେଲର ଗ୍ରାଣ୍ଡ ପ୍ରେସିଡେନ୍ସିଆଲ୍ ସୁଟ୍ ବିଶେଷ ରଙ୍ଗରେ ସୁସଜ୍ଜିତ ହୋଇଛି । ସୁଟରେ ରିସେପସନ୍ ଏରିଆ, ଲିଭିଙ୍ଗ୍ ରୁମ୍, ଷ୍ଟଡି, ପ୍ରାଇଭେଟ୍ ଡାଇନିଂ ରୁମ୍, ମିନି ସ୍ପା ଓ ଜିମ୍ ସୁବିଧା ରହିଛି ।
ଆଇଟିସି ମୌର୍ଯ୍ୟ ହୋଟେଲର ଗ୍ରାଣ୍ଡ ପ୍ରେସିଡେନ୍ସିଆଲ୍ ସୁଟ୍ ୪୬୦୦ ସ୍କୋୟାର ଫୁଟ୍ ପରିବ୍ୟାପ୍ତ । ଏଠାରେ ଗୋଟିଏ ରାତି ରହିବା ପାଇଁ ପ୍ରାୟ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । ଏହି ହୋଟେଲରେ ଦୁନିଆର ଅନ୍ୟ ହୋଟେଲରେ ମିଳୁଥିବା ଲକଜୁରୀ ସୁବିଧା ଉପଲବ୍ଧ ।
ସାବରମତି ଆଶ୍ରମରେ ପହଞ୍ଚି ଗାନ୍ଧିଜୀଙ୍କ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇଲେ ଡୋନାଲ୍ଡ ଟ୍ରମ୍ପ୍

ସ୍କୁଲରେ ପାଠ ପଢାଉଛନ୍ତି ୪ର୍ଥ ଶ୍ରେଣୀର ଛାତ୍ରୀ
ନବରଙ୍ଗପୁର: ଡାବୁଗାଁ ବ୍ଲକ ଧାନିପୋଡି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳରେ ପାଠ ପଢାଉଛନ୍ତି ଚତୁର୍ଥ ଶ୍ରେଣୀର ଛାତ୍ରୀ । ଗଢୁଛନ୍ତି ନିଜ ସହପାଠୀଙ୍କ ଭବିଷ୍ୟତ । ଏହି ବିଦ୍ୟାଳକୁ ଶିକ୍ଷକ ଆସୁନଥିବା ବେଳେ ଉପସ୍ଥାନ ପଡୁନାହିଁ କି ମଧ୍ୟାହ୍ନ ଭୋଜନ ବି ରୋଷେଇ ହେଉନାହିଁ ।

ଜଣେ ଶିକ୍ଷକ ଛୁଟିରେ ଥିବା ବେଳେ ଆଉ ଜଣେ ଶିକ୍ଷକ ବିଦ୍ୟାଳୟକୁ ଅଧିକାଂଶ ସମୟ ଆସୁନାହାନ୍ତି । ଏଠାରେ ଶିକ୍ଷକଙ୍କ ବିକଳ୍ପ ସାଜି ପାଠ ପଢାଉଛନ୍ତି ଛାତ୍ରୀ । ଶିକ୍ଷକଙ୍କ ଅନୁପସ୍ଥିତିରେ ବିଦ୍ୟାଳୟରେ କିଛି ଘଟିଯାଏ, ସେଥିପାଇଁ ଦାୟୀ କିଏ ରହିବ ତାହା ଏକ ପ୍ରଶ୍ନବାଚୀ ହୋଇଛି ।