ପରୀକ୍ଷାରେ କପି ରୋକିବାର ନୂଆ କୌଶଳ । ପରୀକ୍ଷା ହଲରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର ଯେଉଁଠି ପିଲା ପେଟି ମୁଣ୍ଡାଇ ଦେଉଛନ୍ତି ପରୀକ୍ଷା। ହଲରେ ବସିଥିବା ସମସ୍ତ ଛାତ୍ରଛାତ୍ରୀ ଏଭଳି ପରୀକ୍ଷା ଦେଉଛନ୍ତି । କର୍ଣ୍ଣାଟକର ହାଭେରି ଜିଲ୍ଲାର ଭଗତ୍ ପ୍ରି-ୟୁନିଭରସିଟି କଲେଜରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପିଲାଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ସରକାର ଅନେକ ସହାୟତା କରୁଥିବା ବେଳେ ଘରୋଇ କଲେଜ ଆପଣାଇଛନ୍ତି ଏହି ଉପାୟ । ଏହି ନୂଆ କୌଶଳକୁ ନେଇ ସବୁଠି ନିନ୍ଦା ସହିବାକୁ ପ଼ଡ଼ିଛି । ପିଲାଙ୍କ ପରୀକ୍ଷା କିପରି ସୂଚାରୁ ରୂପେ କରାଯିବ ସେନେଇ ଶିକ୍ଷକ ଶିକ୍ଷୟତ୍ରୀ ସବୁବେଳେ ସଜାଗଥାନ୍ତି ମାତ୍ର ସେଭଳି ନକରି କପି ରୋକିବାକୁ ପେଟି ପିନ୍ଧାଇବା କେତେ ଦୂର ଠିକ୍ ସେ ନେଇ ପ୍ରଶ୍ନ କରିଛନ୍ତି ଅଭିଭାବକ ? ପରୀକ୍ଷାରେ କପି ନକରିବାକୁ ବିଭିନ୍ନ କକ୍ଷରେ କ୍ୟାମେରା ଲଗାଯାଇପାରିଥାନ୍ତା ସେଭଳି ନକରି ପିଲାଙ୍କୁ ପେଟି ମୁଣ୍ଡାଇବାକୁ ବାଧ୍ୟ କରିଛି କଲେଜ୍ ପ୍ରଶାସନ । ପରୀକ୍ଷା ସମୟରେ ପିଲାଙ୍କୁ କପିରୁ ନିବୃତ୍ତ ରଖିବାକୁ ତାଙ୍କୁ ମୁଣ୍ଡରେ ପେଟି ପିନ୍ଧିବାକୁ ବାଧ୍ୟ କରିଥିବା ଅଧିକାରୀଙ୍କୁ ସାଧାରଣ ପ୍ରଶାସନ ନିର୍ଦ୍ଦେଶାଳୟର ଉପାଧ୍ୟକ୍ଷଙ୍କ ପକ୍ଷରୁ ଏକ ନୋଟିସ୍ କରାଯାଇଛି ।… ')}
ଆଇପିଏସ୍ ମେସ୍ରେ ବେକରେ ବେଡ଼ସିଟ୍ ଲଗାଇ ହୋମଗାର୍ଡଙ୍କ ଆତ୍ମହତ୍ୟା
ପୁରୀ ଆଇପିଏସ୍ ମେସ୍ ହିରକ ଭବନରେ ଅଭାବନୀୟ ଘଟଣା । ବେକରେ ବେଡ଼ସିଟ ଲଗାଇ ହୋମଗାର୍ଡଙ୍କ ଆତ୍ମହତ୍ୟା ଅଭିଯୋଗ। ରାତି ଡିୟୁଟିରେ ଥିଲା ବେଳେ କୌଣସି କାରଣରୁ ହୋମଗାର୍ଡ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ମୃତ ହୋମଗାର୍ଡ ହେଉଛନ୍ତି ଡେଲାଙ୍ଗ ଗୁଆଳିପଡାର ସରୋଜ ପ୍ରଧାନ । ତାଙ୍କ ସାଥି ମାନଙ୍କ କହିବା ମୁତାବକ ସରୋଜ, ରାତିରେ ଖାଇସାରି ତାଙ୍କ ରୁମ୍କୁ ଶୋଇବାକୁ ଯାଇଥିଲେ । ହେଲେ ସକାଳେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ସେ ପାରିବାରିକ କଳହ କିମ୍ବା ଉପରିସ୍ଥ ଅଧିକାରୀଙ୍କ କୌଣସି ଚାପରେ ଆସି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ଏହା ସ୍ପଷ୍ଟ ହୋଇନାହିଁ । ଘଟଣା ସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଛେଦ ପାଇଁ ସଦରମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏନେଇ ପୋଲିସ ତାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ')}
ବେଧଡ଼କ ଭାବେ ଚାଲିଥିଲା ବାଣ ତିଆରି, ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବେଆଇନ ବାଣ ଜବତ
ବେଆଇନ ବାଣ କାରଖାନା ଉପରେ ବଡ ଧରଣର ଚଢ଼ାଉ । କଟକର ଜଗତପୁର ଥାନ ମହାଜନପୁର ଅଞ୍ଚଳରେ ଚଢ଼ାଉ । ଆଗକୁ ଦୀପାବଳି ଥିବାରୁ ବାଣ ତିଆରି ଚାଲିଥିଲା । ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବାଣ ଜବତ ହେବା ସହ ବିସ୍ଫୋରକ, ଲୁହାଗଣ୍ଡ, ବାରୁଦ ଆଦି ଜବତ କରିଛି ପୋଲିସ । ସେପଟେ ବାଣ ତିଆରି କରୁଥିବା ୧୨ ଜଣ ବେପାରୀଙ୍କୁ ପୋଲିସ ଅଟକ ରଖିଛି । ଗତବର୍ଷ ମଧ୍ୟ ଜଗତପୁର ଅଞ୍ଚଳରୁ ବିପୁଳ ପରିମାଣରେ ବାଣ ଜବତ ହୋଇଥିଲା । ଯାହାକୁ ନେଇ ପୋଲିସ ସେହି ଅଞ୍ଚଳରେ ଖାସ ନଜର ରଖିଥିଲା । ବେଆଇନା ବାଣ କାରଖାନା ଚାଲିଥିବା ସୂଚନା ପାଇ ବିଳମ୍ବିତ ରାତିରେ ୪ ପ୍ଲାଟୁନ ଫୋର୍ସ ସହ ୧୦ ଅଫିସର ରାତି ଅଧିଆ ବାଣ ଦୋକାନ ଉପରେ ରେଡ୍ କରିଥିଲେ । ')}

