spot_img
Home Blog Page 7532

ଆଜିର ରାଶିଫଳ (୩୦/୧୧ /୨୦୧୯)

ଆଜିର ପଞ୍ଚାଙ୍ଗ

ଆଜି ୨୦୯ ମସିହା ନଭେମ୍ବର ୩୦ ତାରିଖ, ଶନିବାର, ମାର୍ଗଶିର ଶୁକ୍ଲପକ୍ଷ, ସୌରମାସ, ବିଛା ଦିନ ୧୪

ଚତୁର୍ଥୀ ତିଥି ପୂ: ଷାଢା ନକ୍ଷତ୍ର ଦିବା ୮/୧୫ଗତେ ଭ:ଶଢା ଧନୁ ଚନ୍ଦ୍ର ଦିବା ୨/୩୩ଜାତେ ମକର ;ଗଣ୍ଡଯୋଗ, ବିଷ୍ଟି କାରଣ

ଚନ୍ଦ୍ରଶୁଦ୍ଧି- ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ

ଘାତବାର- ବୃଷ, ସିଂହ, କନ୍ୟା ରାଶିର

ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର

ରାହୁକାଳ- ଦିବା ୮/୫୧ମି.ରୁ ଦିବା ୧୦/୨୩ମି.

କଳବେଳା- ପ୍ରାତଃ ୨/୦୮ମି.ରୁ ପ୍ରାତଃ ୭/୩୦ମି.

ଶୁଭଵେଳା- ଦିବା ୧୧/୫୬ମି.ରୁ ଦିବା ୧୨/୫୬ମି.

ଦିବା- ଘ୨/୩୩ମି.ଗତେ ଶରଣ

ପର୍ବପର୍ବାଣୀ- ବିନାୟକ ଚତୁର୍ଥୀ

ଆଜିର ରାଶିଫଳ

ମେଷ- ପାରିବାରିକ ଜୀବନ ସୁଖ, ଶାନ୍ତିରେ କଟିବ । ଶରୀର ଆରୋଗ୍ୟ ରହିବ । କର୍ମକ୍ଷେତ୍ରରେ ଉଚ୍ଚଫଳ ଲାଭ କରିବେ । ଅଚାନକ ଧନପ୍ରାପ୍ତି ଯୋଗ ।

ବୃଷ- ପାରିବାରିକ ଜୀବନ ସମସ୍ୟା ବହୁଳ ରହିବ । ମାନସିକ ସ୍ଥିତି ଅସ୍ଥିର ରହିବ । ବନ୍ଧୁବର୍ଗମାନେ ଅସହଯୋଗ କରିବେ । କର୍ମକ୍ଷେତ୍ରରେ ଉଦାସୀନ ରହିବେ ।

ମିଥୁନ- ସୁ ସମ୍ବାଦ ପ୍ରାପ୍ତି ହେବେ । ବ୍ୟବସାୟରେ ଲାଭବାନ ହେବେ । ଗୃହକୁ ବନ୍ଧୁଙ୍କର ଆଗମନ ହୋଇପାରେ । କର୍ମମୟ ଜୀବନରେ ସନ୍ତୋଷ ଲାଭ କରିବେ ।

କର୍କଟ- ଭବିଷ୍ୟତକୁ ନେଇ ଯୋଜନା ପ୍ରସ୍ତୁତ  କରିବେ । କର୍ମ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରତିଷ୍ଠିତ ହେବେ । ଗୃହସ୍ଥ ଜୀବନ ସୁଖମୟ ହେବ । ସମାଜରେ ଯଶ-ପ୍ରତିଷ୍ଠା ଲାଭ କରିବେ ।

ସିଂହ- ମହିଳା ବାନ୍ଧବୀଙ୍କ ଦ୍ୱାରା ଲାଭବାନ ହେବେ । ଦେବ ଦର୍ଶନ ଓ ତୀର୍ଥଭ୍ରମଣ ଯୋଗ ରହୁଛି । କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ । ପାରିବାରିକ ଜୀବନ ସୁଖମୟ ହେବ ।

କନ୍ୟା- ମାନସିକ ଅସ୍ଥିରତା ମଧ୍ୟଦେଇ ଗତି କରିବେ । ସତ୍ୟ କହି ଅପ୍ରିୟ ହେବେ । ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । ପାରିବାରିକ ଜୀବନ ଅଶାନ୍ତ ରହିବ ।

ତୁଳା- ଇଚ୍ଛା କରୁଥିବା କାର୍ଯ୍ୟରେ ସଫଳତା ହାସଲ କରିବେ । କର୍ମକ୍ଷେତ୍ରରେ ନିଷ୍ଠାବାନ ହେବେ । ବିଭିନ୍ନ ସୂତ୍ରରୁ ଆୟ ହେବ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

ବିଛା- ପାରିବାରିକ ଜୀବନରେ ସମୃଦ୍ଧ ହେବେ । କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରସଂଶିତ ହେବେ । ସାଂଗଠନିକ କାର୍ଯ୍ୟରେ ନେତୃତ୍ୱ ଲାଭ କରିବେ । ମଧ୍ୟାହ୍ନ ପରେ ସୁ-ସମ୍ବାଦ ପ୍ରାପ୍ତି ହେବେ ।

ଧନୁ- ସାମାନ୍ୟ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ । ଆର୍ଥିକ କାରବାରରେ ସଫଳତା ହାସଲ କରିବେ । ବିବାଦୀୟ ପରିସ୍ଥିତିର ଅନ୍ତ ଘଟିବ । ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ ରହିବ ।

ମକର- ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ଅର୍ଥଚିନ୍ତା ମନକୁ ଚାପଗ୍ରସ୍ତ କରିବ । ସାମାଜିକ କର୍ମରେ ଦକ୍ଷତା ବୃଦ୍ଧି ପାଇବ । ନେତୃବର୍ଗଙ୍କ ମଧ୍ୟରେ ସମ୍ମାନିତ ହେବେ ।

କୁମ୍ଭ- ଗୃହରେ ମାଂଗଳିକ କାର୍ଯ୍ୟ ସଂଗଠିତ ହେବ । ଜୀବନସାଥୀଙ୍କ କାରଣରୁ ଅର୍ଥଲାଭ ଯୋଗ ରହୁଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପାରିବାରିକ ଜୀବନରେ ସମୃଦ୍ଧ ହେବେ ।

ମୀନ- ଅଜଥା କଥାରୁ ନିଜକୁ ଦୁରେଇ ରଖନ୍ତୁ । ତର୍କ ବିତର୍କରେ ଦିନଟି ଅତିବାହିତ ହେବ । ଆର୍ଥିକ ସ୍ତରରେ ଅଭିବୃଦ୍ଧି ଘଟିବ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ।   

ଯୋଗାଯୋଗ- ୯୮୬୧୨୭୧୫୫୭

୯୭ ବର୍ଷ ପରେ ବି ବଢିନି ଗାଁର ଜନସଂଖ୍ୟା । ଆଜି ବିଶ୍ୱରେ ଚର୍ଚ୍ଚିତ ଭାରତର ଏ ଗାଁ, ଜାଣନ୍ତୁ କେଉଁଠି ଅଛି

0

ଗୁଜରାଟ : ୯୭ ବର୍ଷ ହେଲା ଗାଁରେ ବଢୁନି ଜନସଂଖ୍ୟା । ୧୯୨୨ରେ ଯେତିକି ଥିଲା, ଆଜି ବି ସେତିକି ରହିଛି । କୈାଣସି ପରିବାରରେ ନାହାନ୍ତି ୨ରୁ ଅଧିକ ସନ୍ତାନ । ପୁଅଝିଅଙ୍କ ମଧ୍ୟରେ ନାହିଁ ଭେଦଭାବ । ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ହୋଇଥିବା ବେଳେ ଏଭଳି ଏକ ଖବରକୁ ଆପଣ ବିଶ୍ୱାସ  କରୁନଥିବେ । କିନ୍ତୁ ଏହା ସତ । କସ୍ତୁରବା ଗାନ୍ଧୀଙ୍କ ଏକ ନାରା ବଦଳାଇ ଦେଇଛି ଲୋକଙ୍କ ମାନସିକତା ।

control population
control population

ମଧ୍ୟପ୍ରଦେଶ ବେତୁଲ ଜିଲ୍ଲାର ଧନୋରା ଗାଁ । ୧୯୨୨ରେ ୧୭୦୦ ଥିଲା ଗାଁର ଲୋକସଂଖ୍ୟା । ୯୭ବର୍ଷ ହେଲା ଆଉ ଜନସଂଖ୍ୟା ବଢୁନି । ପରିବାର ନିୟୋଜନ କ୍ଷେତ୍ରରେ ସାରା ଦୁନିଆ ପାଇଁ ବ୍ରାଣ୍ଡ ଆମ୍ବାସଡର୍‌ ପାଲଟିଛି ଏହି ଗାଁ । ବ୍ୟତିକ୍ରମ ପାଲଟିଛନ୍ତି ଏହି ଗାଁର ଲୋକ । ଏହା ପଛରେ ରହିଛି ଏକ କାହାଣୀ ।

୧୯୨୨ରେ କସ୍ତୁରବା ଗାନ୍ଧୀ କଂଗ୍ରେସର ଏକ ସମ୍ମିଳନୀରେ ଯ଼ୋଗଦେବାପାଇଁ ଧନୋରା ଆସିଥିଲେ । ଏହି ଅବସରରେ ସେ ସୁଖୀ ଓ ସୁସ୍ଥ ପରିବାର ନେଇ ଏକ ସନ୍ଦେଶ ଦେଇଥିଲେ । ତାହା ପରିବାର ନିୟନ୍ତ୍ରଣ ପାଇଁ ଲୋକଙ୍କୁ ସଚେତନ କରିଛି ।

dhanora population

ଆଜିବି ବିଭିନ୍ନ ସ୍ଥାନରେ ଲିଙ୍ଗଗତ ତାରତମ୍ୟ ରହିଛି । ପୁତ୍ର ସନ୍ତାନ ଆଶାରେ ପରିବାର ଲୋକ କନ୍ୟା ଭ୍ରୂଣ ହତ୍ୟା କରୁଛନ୍ତି । କିନ୍ତୁ ଗଁ।ଲୋକ ଗୋଟିଏ ବା ଦୁଇଟି ଝିଅ ଜନ୍ମ ପରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଉଛନ୍ତି । ଗତ ୫୦ରୁ ୬୦ବର୍ଷ ମଧ୍ୟରେ ଧନୋରା ଗାଁର, ପାଖାପାଖି ବିଭିନ୍ନ ଗାଁର ଜନସଂଖ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି । କିନ୍ତୁ ପରିବାର ନିୟୋଜନ କ୍ଷେତ୍ରରେ ଧନୋରା ଗ୍ରାମବାସୀଙ୍କୁ ସଚେତନ କରିବାକୁ ପଡୁନଥିବା ଗାଁ ସ୍ୱାସ୍ଥ୍ୟକର୍ମୀ ଜଗଦୀଶ ସିଂହ ପରିହାର କହିଛନ୍ତି । ପରିବାର ନିୟନ୍ତ୍ରଣ କ୍ଷେତ୍ରରେ ନିଜେ ସଚେତନ ହେବା ସହ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ଧନୋରା ଗାଁଲୋକ ।

ମୃତ୍ୟୁ ନୁହେଁ ସୁରକ୍ଷିତ ଜିଇଁବା ପାଇଁ ଯମରାଜଙ୍କ ଟ୍ରାଫିକ ସଚେତନତା

0

ଦିଗପହଣ୍ଡି: ଯମ… ଏ ନାଁ ଶୁଣିଲେ ମୃତ୍ୟୁର ଭୟ ମାଡ଼ିଆସେ । ଯମ ଗରମ ତେଲ କଡ଼େଇରେ ଭାଜି ଶାସ୍ତି ଦେବା କଥା ମନକୁ ଆସେ । ବିଭିନ୍ନ ପାପ ପାଇଁ ବିଭିନ୍ନ ଦଣ୍ଡ ବିଧାନ ଯମ ରାଜାଙ୍କ ପାଖରେ ରହିଛି । ଏମିତି ଅନେକ ଲୋକକଥା ଓ ଭୟଭ୍ରାନ୍ତି ଆମେ ଶୁଣିଛେ । ମାତ୍ର ଆମେ ଆଜି ଏମିତି ଏକ ଯମକୁ ଦେଖାଇବୁ ଯିଏ ମୃତ୍ୟୁ ମାଗୁନାହିଁ, ବରଂ ଜୀବନ ଦାନ କରୁଛି । ମରଣଠୁ କିପରି ଦୂରେଇ ରହିବେ, ସେଥିପାଇଁ ଟିପ୍ସ ଦେଉଛନ୍ତି ଯମରାଜ । ଖାଲି ସେତିକି ନୁହଁ, ମରଣଠୁ ଏବଂ ହଜାର ହଜାର ଟଙ୍କା ଫାଇନରୁ କିଭଳି ବଞ୍ଚିବେ ସେଥିପାଇଁ ମିଳୁଛି ଯମ ଉବାଚ ।

ଏ ଯମରାଜ ହେଉଛନ୍ତି କଳିଯୁଗର । ମାନେ ଡୁପ୍ଲିକେଟ ଯମରାଜ । ଏହି ଯମରାଜଙ୍କ ପାଟିରୁ ଶୁଣିବାକୁ ମିଳୁଛି ଗୋଟି ଗୋଟି ସତ କଥା । ଯଦି ଯମରାଜଙ୍କ କଥା ନଶୁଣନ୍ତି ତେବେ ମରଣ ଆସିବା ସହ ହଜାର ହଜାର ଟଙ୍କା ଫାଇନ୍ ମଧ୍ୟ ଦେବାକୁ ପଡ଼ିବ । ଆମେ କହୁଛୁ ନୂଆ ଟ୍ରାଫିକ ନିୟମ କଥା ।

https://www.facebook.com/nandighoshatv/videos/2540265472876027/

ନୂତନ ମୋଟର ଯାନ ନିୟମ ଆସିବା ପରେ ଗାଡି ଚାଳକଙ୍କ ଆଖିରୁ ନିଦ ହଜି ଯାଇଛି । ପୁଣି ୩ ମାସ ପର୍ଯ୍ୟନ୍ତ କେବଳ ଡକ୍ୟୁମେଣ୍ଟ ଠିକ୍ କରିବା ପାଇଁ ଅବଧି ବଢ଼ାଇଛନ୍ତି ପରିବହନ ମନ୍ତ୍ରୀ । କିନ୍ତୁ ଗାଡ଼ି ଚାଳକ ହେଲମେଟ, ସିଟ୍‌ ବେଲ୍ଟ ନ ଲଗାଇଲେ, ୩ ଜଣ ବାଇକରେ ଯିବା ଏବଂ ମଦ୍ୟପାନ କରି ଗାଡ଼ି ଚଲାଇଲେ ଫାଇନ୍ ଦେବା ସହ ମୃତ୍ୟୁ ବି ଆସିବ ବୋଲି ଯମରାଜ କହୁଛନ୍ତି । ତାପରେ ଯମରାଜ ତେଲ କଡ଼େଇରେ ପକାଇ ଟକ ଟକ କରି ଫୁଟାଇବ ଏବଂ ପିସ୍‌ ପିସ୍‌ କରି କାଟିବ ଯଦି ହେଲମେଟ କିମ୍ବା ସିଟ୍‌ ବେଲ୍ଟ ନପିନ୍ଧନ୍ତି ।

ଏଭଳି ବାର୍ତ୍ତା ଦିଗପହଣ୍ଡି ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନ କରାଇବାକୁ ଦିଆଯାଉଛି । ଯମ ବେଶରେ ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ଟ୍ରାଫିକ୍ ନିୟମ ଏବଂ ଗାଡ଼ି ଚଳାଇଲା ବେଳେ ମୃତ୍ୟୁ ଠାରୁ କେମିତି ବଞ୍ଚିବ ସେ ନେଇ ଜ୍ଞାନ ଦେଉଛନ୍ତି । ଏମିତି ଏକ ଅଭିନବ ଉପାୟରେ ଦିଗପହଣ୍ଡି ପୋଲିସ ଟ୍ରାଫିକ୍ ସଚେତନ ବାଣ୍ଟିବାରେ ଲାଗିଛି ।

ନୂଆ ମୋଟର ଯାନ ଆଇନରେ ସବୁଠୁ ବଡ଼ ଫାଇନ୍, ୨ କୋଟିର ଗାଡ଼ିକୁ ୧୦ ଲକ୍ଷ ଜରିମାନା

0

ଅହମଦାବାଦ: ଦେଶରେ ନୂଆ ମୋଟର ଯାନ ଆଇନ୍ ଲାଗୁ ପରେ ସବୁଠୁ ଅଧିକ ଫାଇନ୍ । ସମସ୍ତଙ୍କୁ ହତଚକିତ କଲା ଭଳି ମୋଟା ଅଙ୍କର ଚାଲାଣ କାଟିଛି ଟ୍ରାଫିକ୍ ପୋଲିସ । ଗୁଜରାଟ ପଶ୍ଚିମ ଅହମଦାବାଦରେ ଏହି ବଡ଼ ପରିମାଣର ଚାଲାଣ କଟାଯାଇଛି । ଦାମୀ ଗାଡ଼ିଟି ନମ୍ବର ପ୍ଲେଟ୍ ନଥିବାବେଳେ ଚାଳକଙ୍କ ପାଖେ ଗାଡ଼ି ସମ୍ବନ୍ଧୀୟ କୌଣସି କାଗଜପତ୍ର ହିଁ ନଥିଲା ।ଫଳରେ ସ୍ପୋର୍ଟ୍ସ କାର୍ ଉପରେ ୯ ଲକ୍ଷ ୮୦ ହଜାର ଟଙ୍କା ଫାଇନ୍ ପଡ଼ିଛି । ନିୟମିତ ଚେକିଂ ବେଳେ ପିଏସଆଇ ଏମବି ବିର୍ଜାଙ୍କ ହାବୁଡ଼ରେ ପଡ଼ିଥିଲା ଏହି ଦାମୀ କାର । ୨ କୋଟି ଟଙ୍କାର ପୋର୍ସ ୯୧୧କାରଟି ପଶ୍ଚିମ ଅହମଦାବାଦର ସିନ୍ଧୁ ଭବନ ରୋଡରେ ଧରାପଡ଼ିଥିଲା ।ଅହମଦାବାଦ ପୋଲିସ ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛି । କିଛିଦିନ ମଧ୍ୟରେ ଅହମଦାବାଦ ପୋଲିସ ଏମିତି ୧୦ ବିଳାସମୟ କାରର ଚାଲାଣ କାଟିଛି । ପୋଲିସ ପୋର୍ସ ୯୧୧ କାରକୁ ଜବତ କରିଥିବା ବେଳେ ଚାଳକ ଏଯାଏଁ ଜରିମାନା ଦେଇନଥିବା ଜଣାପଡ଼ିଛି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଝାଡ଼ଖଣ୍ଡରେ ଲାଲ୍ ହିଂସା

0

ଝାଡ଼ଖଣ୍ଡ: କଡ଼ା ସୁରକ୍ଷା ବଳୟ ଭିତରେ ଝାଡ଼ଖଣ୍ଡରେ ଚାଲିଛି ବିଧାନସଭା ନିର୍ବାଚନ । ୧୩ଟି ବିଧାନସଭା କ୍ଷେତ୍ରରେ ମତଦାନ ଜାରି ରହିଛି । କଡ଼ା ସୁରକ୍ଷାକୁ ଭେଦି ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି । ଗୁମଲା ଜିଲ୍ଲାର ବିଷ୍ଣୁପୁରରେ ମାଓବାଦୀ ଏକ ବ୍ରିଜକୁ ଲ୍ୟାଣ୍ଡମାଇନ୍ ଲଗାଇ ଉଡ଼ାଇ ଦେଇଛନ୍ତି । ତେବେ, ଏଥିରେ କେହି ମୃତାହତ ହୋଇନଥିବା ସୂଚନା ଦେଇଛନ୍ତି ଡେପୁଟି କମିଶନର ଶଶୀ ରଞ୍ଜନ । ମତଦାନ ଠିକ୍ ଠାକ୍ ଚାଲିଛି । ଏହାଦ୍ୱାରା ମତଦାନ ପ୍ରଭାବିତ ହେବନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମାଓ ଅଧ୍ୟୁଷିତ ୧୩ଟି ବିଧାନସଭା ଆସନରେ ନିର୍ବାଚନ ହେଉଛି । ଏଥିରେ ୧୫୦୦ ଅତି ସମ୍ବେଦନଶୀଳ ବୁଥ୍ ରହିଛି । ବୁଥରେ ସୁରକ୍ଷାକର୍ମୀ ମୁତୟନ ହୋଇଥିବା ବେଳେ ହେଲିକପ୍ଟର ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥା ତନଖି କରାଯାଉଥିବା ଏଡିଜି ମୁରାରୀ ଲାଲ୍ ମୀନା ସୂଚନା ଦେଇଛନ୍ତି ।

ବକାସୁରର ମୁହଁ ପୋଡ଼ିଗଲା; କେଉଁଠି, କେତେବେଳେ, କେମିତି ? ଦେଖନ୍ତୁ ଭିଡିଓ

0

ଦିଗପହଣ୍ଡି: ଗାଁ ଦାଣ୍ଡରେ ନାଟକ ଚାଲିଥିଲା । ସମସ୍ତେ ଖୁସିରେ ଉପଭୋଗ କରୁଥିଲେ ପୌରାଣିକ କଥାବସ୍ତୁ । ମହାଭାରତର ଏହି ଦୃଶ୍ୟକୁ ସମସ୍ତେ ଦେଖୁଥିଲେ । ନିଆଁ ସହ ପାରଦର୍ଶିତା ଦେଖାଉଥିଲେ ପୌରାଣିକ ଚରିତ୍ରରେ ବକାସୁର ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ଜଣଙ୍କ । ହେଲେ ହଠାତ୍ ନିଆଁ ଉପରକୁ ନଯାଇ ତାଙ୍କ ମୁହଁରେ ଲାଗି ଯାଇଥିଲା ।ଫଳରେ ବକାସୁର ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ଜଣକ ମଞ୍ଚ ଛାଡ଼ି ଜୀବନ ବିକଳରେ ଦୌଡ଼ିବାକୁ ଲାଗିଥିଲେ । ତୁରନ୍ତ ମୁହଁରୁ ମୁଖା ଖୋଲିବା ସହ ବୋଳା ଯାଇଥିବା ରସାୟନିକ ରଙ୍ଗକୁ କାଢ଼ିଥିଲେ । ଏଥିରେ ତାଙ୍କ ପାଟି ପୋଡ଼ି ଯାଇଥିଲା । ତୁରନ୍ତ ଯାତ୍ରା କମିଟ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଏବେ ସେ ସୁସ୍ଥ ଅଛନ୍ତି ।

ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିବା ଏହି ଘଟଣା ହେଉଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର । କାର୍ତ୍ତିକ ପୂର୍ଣ୍ଣିମା ପରେ ୩ ଦିନ ଧରି ସିଙ୍ଗିପୁରରେ ଠାକୁରାଣୀ ଯାତ୍ରା ହୁଏ । ଏଥିରେ ପ୍ରଦର୍ଶିତ ହୁଏ ବିଭିନ୍ନ ପୌରାଣିକ କଥାବସ୍ତୁ । ଚଳିତ ଥର ମହାଭାରତ ନାଟକ ପରିବେଷଣ ହେଉଥିଲା ।

ହେଲେ, କୌଣସି ସତର୍କତା ଅବଲମ୍ବନ ନକରି ବକାସୁର ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ନିଆଁ ସହ ଷ୍ଟଣ୍ଟ ଦେଉଥିଲେ । ଆଉ ମୁହଁରେ ନିଆଁ ଲାଗି ଯାଇଥିଲା । ସୌଭାଗ୍ୟବଶତଃ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।