କର୍ଣ୍ଣାଟକ: ସ୍ୱପ୍ନକୁ ପୂରା କରିବାର ଆଶା ଗୋଟିଏ ଦୋଷୀକୁ ମଧ୍ୟ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ । ଦୃଢ଼ ଆଶା ଓ ବାଧା ବିଘ୍ନକୁ ଏଡ଼ାଇ ଦେଇ ସଫଳତାର ଶିଡ଼ିରେ ପହଞ୍ଚାଇଥାଏ । ଏହା କହିବାର କାରଣ ହେଉଛି ଗୋଟିଏ ହତ୍ୟାକାରୀ ଏବେ ଡ଼ାକ୍ତର ହୋଉଛନ୍ତି ।
ଜେଲର କଳା କୋଠରୀ ଭିତରୁ ଧଳା ଫର ଫର ଡ଼ାକ୍ତରୀ କୋର୍ଟ ପିନ୍ଧି ବାହାରି ଆସିଛନ୍ତି ।
ଯେଉଁ ହାତ ଦିନେ କାହାର ଜୀବନ ନେଇଥିଲା ସେହି ହାତ ଏବେ ମଣିଷକୁ ବଞ୍ଚାଇବାର ପଣ ନେଇଛି ।
ହଁ ମର୍ଡରର ଏବେ ପାଲଟିଛନ୍ତି ଡ଼ାକ୍ତର ବାବୁ ।

ଆମେ କହୁଛୁ କର୍ଣ୍ଣାଟକ କୁଲାବୁରାଗୀ ଅଞ୍ଚଳର ସୁବାଷ ପାଟିଲଙ୍କ କଥା । ଯିଏ ଏବେ ୪୦ ବର୍ଷରେ ନିଜର ଡାକ୍ତର ହେବାର ସ୍ୱପ୍ନକୁ ପୁରା କରିଛନ୍ତି । ସୁବାଷ ଛୋଟବେଳେ ସ୍ୱପ୍ନ ଦେଖିଥିଲେ ବଡ଼ ହେଲେ ଡାକ୍ତର ହେବେ । ସେହି ଆଶା ନେଇ ୧୯୯୭ ମସିହାରେ ଏମ୍ବିବିଏସ୍ ହେବା ପାଇଁ ପ୍ରଥମେ ସୋପାନରେ ପାଦ ଥାପିଥିଲେ । କିନ୍ତୁ ସୁବାଷଙ୍କୁ ୨୦୦୨ରେ ଏକ ମର୍ଡର କେସରେ ୧୪ ବର୍ଷ ପାଇଁ ଜେଲ ହୋଇଗଲା । ସେତେବେଳକୁ ସୁବାଷଙ୍କର ଏମ୍ବିବିଏସ୍ରେ ୩ ବର୍ଷ ପାଠ ପଢ଼ା ଚାଲିଥିଲା ।
ଜେଲ ହେଲା ପରେ ବି ସେ ତାଙ୍କର ସ୍ୱପ୍ନର ପିଛା ଛାଡ଼ିନଥିଲେ । ଜେଲରେ ଓପିଡ଼ରେ ସେ ତାଙ୍କର କାର୍ଯ୍ୟ କରିବାକୁ ଲାଗିଲେ । ତାଙ୍କର ଭଲ କାର୍ଯ୍ୟ ଏବଂ ସୁଧୁରିବାକୁ ଲକ୍ଷ କରି ୨୦୧୬ରେ ତାଙ୍କୁ ଜେଲ ଦଣ୍ଡରୁ ମୁକ୍ତ କରିଦିଆଯାଇଥିଲା । ଜେଲରୁ ମୁମୁଳିବା ପରେ ସୁବାଷ ୨୦୧୯ରେ ଡାକ୍ତରୀ ପାଠପଢ଼ା ଶେଷ କରିଥିଲେ ଏବଂ ଏହି କିଛି ମାସ ତଳେ ସୁବାଷ ତାଙ୍କା ଏକ ବର୍ଷ ଇଣ୍ଟର୍ଣ୍ଣସିପ୍କୁ ସମାପ୍ତ କରିଛନ୍ତି ।
ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ, ଯିଏ ସ୍ୱପ୍ନର ପିଛା ଛାଡେନି ତାକୁ ସଫଳତା ବି କେବେ ଛାଡ଼େନି ।



ଏହି ‘ସ୍କଲ୍ ବ୍ରେକର’ ଚ୍ୟାଲେଞ୍ଜ ଭାବେ ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଅନେକ ଲୋକଙ୍କ ହାତଗୋଡ଼ ଭାଙ୍ଗି ଯାଇଛି । ବ୍ଲୁ ହ୍ୱେଲ, ମମୋ ଚ୍ୟାଲେଞ୍ଜ ପରେ ଏହା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ବିଶେଷ କରି ଛୋଟ ପିଲା ଓ ଯୁବପିଢ଼ି ଏହାର ମାୟାରେ ପଡ଼ିଛନ୍ତି । ଟିକଟକରେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଯୁବପିଢ଼ି ଭିଡିଓ ଅପଲୋଡ୍ କରୁଛନ୍ତି ।
ଦକ୍ଷିଣ ଆମେରିକାରୁ ଆରମ୍ଭ ହୋଇଥିବା ଏହି ଚ୍ୟାଲେଞ୍ଜ ଏବେ ସାରା ବିଶ୍ୱକୁ ବ୍ୟାପିଗଲାଣି । ବିଶେଷକରି କଲେଜ ଛାତ୍ରଛାତ୍ରୀ ଓ ସ୍କୁଲ୍ ପିଲା ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ମୃତ୍ୟୁମୁଖରେ ପଡ଼ୁଛନ୍ତି । ଗମ୍ଭୀରତାକୁ ଦେଖି ସ୍କୁଲ ଓ କଲେଜରେ ସଚେତନତା ସୃଷ୍ଟି ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି ।
ତେବେ, ବର୍ତ୍ତମାନ ଯାଏଁ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି କେତେଜଣଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ । କିନ୍ତୁ, ଅନେକ ହାତଗୋଡ଼ ହରାଇ ମେଡିକାଲ ବେଡରେ ମରଣ ସହ ଜମ୍ପିଂର ମୁହୂର୍ତ୍ତକୁ ଭାବି ପାରୁନାହାଁନ୍ତି ।




ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ADR)ର ତଥ୍ୟ ଅନୁସାରେ ବିଗତ ୧୫ ବର୍ଷ ମଧ୍ୟରେ ଅପରାଧିକ ମାମଲା ଚାଲୁଥିବା ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇଛି । ADR ରିପୋର୍ଟ ଅନୁସାରେ ଦେଶରେ ଦାଗୀ ସାଂସଦଙ୍କ ସଂଖ୍ୟାରେ ସବୁଠୁ ଆଗରେ ରହିଛି ଜେଡିୟୁ । ଦ୍ୱିତୀୟରେ ଶିବ ସେନା ଓ ତୃତୀୟରେ କଂଗ୍ରେସ । ଜେଡିୟୁର ୧୬ ସାଂସଦଙ୍କ ମଧ୍ୟରୁ ୧୩ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେହିଭଳି ଶିବ ସେନାର ୧୮ରୁ ୧୧, କଂଗ୍ରେସର ୫୨ରୁ ୩୦, ବିଏସପିର ୧୦ରୁ ୫ଜଣ ସାଂସଦଙ୍କ ନାଁରେ ରହିଛି ଅପରାଧିକ ମାମଲା ।
ସିପିଆଇଏମର ୬ରୁ ୩, ଡିଏମକେର ୨୪ରୁ ୧୧, ୱାଇଏସଆରସିପିର ୨୨ରୁ ୧୦, ଟିଏମସିର ୨୨ରୁ ୯, ଏସପିର ୫ରୁ ୨, ବିଜେପିର ୩୦୨ରୁ ୧୧୭, ଟିଆରଏସର ୯ରୁ ୩ଜଣ ସାଂସଦ ଦାଗୀ । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିରେ ୧୨ଜଣରୁ ଜଣେ ସାଂସଦଙ୍କ ନାଁରେ ଅପରାଧିକ ମାମଲା ରହିଛି । ଏପରିକି କଂଗ୍ରେସ, ଶିବ ସେନା ଓ ଜେଡିୟୁର ଅଧାରୁ ଅଧିକ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ଅଛି ।
ସେହିପରି ସାଂସଦ ପ୍ରାର୍ଥୀଭାବେ ଜେଡିୟୁ ଅଧିକ ଦାଗୀ ନେତାଙ୍କୁ ନିର୍ବାଚନରେ ଛିଡ଼ା କରାଇଛି । ଜେଡିୟୁ ୨୧ରୁ ୧୮ଜଣ ଦାଗୀ ନେତାଙ୍କୁ ଟିକେଟ୍ ଦେଇଥିବା ବେଳେ ଏସପି ୪୯ରୁ ୨୬, ୱାଇଏସଆରସିପି ୨୫ରୁ ୧୩, ଡିଏମକେ ୨୪ରୁ ୧୧, ବିଜେପି ୪୩୫ରୁ ୧୭୬, କଂଗ୍ରେସ ୪୨୦ରୁ ୧୬୫, ସିପିଆଇଏମ୍ ୧୫୮ରୁ ୬୨, ଶିବସେନା ୯୭ରୁ ୩୪, ଟିଏମସି ୬୨ରୁ ୨୦, ଟିଆରଏସ ୧୭ରୁ ୫, ବିଏସପି ୩୮୦ରୁ ୮୫, ଏଆଇଏଡିଏମକେ ୨୨ରୁ ୩ଜଣ ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି । ବିଜେପି ଟିକେଟ୍ ଦେଇଥିବା ୨୧ ଜଣଙ୍କ ମଧ୍ୟରେ ଜଣେ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି ।
ପ୍ରାର୍ଥୀଙ୍କ ସଂଖ୍ୟା ଦେଖିଲେ ବିଜେପି ଓ କଂଗ୍ରେସ ସବୁଠୁ ଅଧିକ ଅପରାଧିକ ମାମଲାରେ ଜଡ଼ିତ ନେତାଙ୍କୁ ନିର୍ବାଚନରେ ଛିଡ଼ା କରାଇଛି । ଏଥିରେ ସବୁଠୁ ତଳେ ରହିଛି ବିଏସପି । ଯିଏ କି କମ୍ ଦାଗୀ ନେତାଙ୍କୁ ଟିକେଟ୍ ଦେଇଛି ।


