spot_img
Home Blog Page 7533

ବେଆଇନ ନିଶା ବଟିକା ଓ ସିରପ ବିକ୍ରି ଅଭିଯୋଗରେ ରାଜଧାନୀରେ ବିଭିନ୍ନ ଔଷଧ ଦୋକାନରେ ଡ୍ରଗ୍ସ ଇନସ୍ପେକ୍ଟରଙ୍କ ଚଢ଼ାଉ ।

')}

ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ । ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ କରିବେ ପ୍ରଚାର।

')}

ବିଜେପିରୁ ଇସ୍ତଫା ଦେଲେ ଦାମ ରାଉତ ।

')}

ବିଜେପିରୁ ଇସ୍ତଫା ଦେଲେ ଦାମ ରାଉତ ।

')}

ବିଜେପିରୁ ଇସ୍ତଫା ଦେଲେ ଦାମ ରାଉତ ।

')}

ଯାଜପୁରରେ ଝୁଲନ୍ତା ଅବସ୍ଥାରେ ଭି.ଏଲ.ଡବ୍ଲ୍ୟୁଙ୍କ ମୃତଦେହ ଉଦ୍ଧାର

ଯାଜପୁର ଧର୍ମଶାଳା ଥାନା ହରିଦାସପୁର ପଞ୍ଚାୟତ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା  । ଏକ କୋଠରୀ ମଧ୍ୟରୁ ମହିଳା ଭି.ଏଲ.ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି  । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି  ।

ସୂଚନା ମୁତାବକ,ଆଜି ସ୍ମିତାରାଣୀ ହରିଦାସପୁର ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ବଣ୍ଟନ କରିବାକୁ ଯାଇଥିଲେ  । କିନ୍ତୁ କିଭଳି ତାଙ୍କର ମୃତ୍ୟୁ ହୋଇଛି,ତାହାର କାରଣ ଅସ୍ପଷ୍ଟ ରହିଛି  । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି  ।

  ')}

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ,ସଂଗୃହୀତ ହେଲା ୧୨ ହଜାର ୩୨୫ ୟୁନିଟ୍ ରକ୍ତ

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ବଡ଼ ସଫଳତା  । ଜନ୍ମଦିନ ଅବସରରେ ୬୦ଟି ସ୍ଥାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଜି  ଗୋଟିଏ ଦିନରେ ସଂଗୃହୀତ ହୋଇଛି ୧୨ ହଜାର ୩୨୫ ୟୁନିଟ୍ ରକ୍ତ  । ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ‘ଜୀବନ ବିନ୍ଦୁ’ ନାମକ କାର୍ଯ୍ୟକ୍ରମ ବିଜୁ ବାବୁଙ୍କ ୯୯ତମ ଜନ୍ମ ଜୟନ୍ତୀରୁ ଶୁଭାରମ୍ଭ ହୋଇ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି  ।

ଏହାଦ୍ୱାରା ଏକ ସାମାଜିକ ସଚେତନତା ସୃଷ୍ଟି ହେବା ସହ ଅନେକ ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟକ୍ଷ ସହାୟତା ପ୍ରଦାନ କରାଯାଇପାରୁଛି  । ଆଜିର ରକ୍ତଦାନ ଶିବିରରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ  । ଏହି କାର୍ଯ୍ୟକ୍ରମରେ ଯୁବ,ଛାତ୍ର,ମହିଳାଙ୍କ ସମେତ ଅନେକ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ  । ')}

ପାକିସ୍ତାନକୁ ପାନେ ଦେବାକୁ ଭାରତର ନୂଆ ଯୋଜନା

ପାକିସ୍ତାନରେ ପାଣି ପାଇଁ ହାହାକାର ହୋଇପାରେ । ବୁଲି ବୁଲି ଟଙ୍କା ମାଗୁଥିବା ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ପାଣି ପାଇଁ ବାର ଦୁଆର ବୁଲିପାରନ୍ତି । ଆତଙ୍କବାଦୀ କାରଖାନା ପାକିସ୍ତାନ ପାଇଁ ଏମିତି ପରିସ୍ଥିତି ବି ସୃଷ୍ଟି ହେବା ଆଶଙ୍କା ରହିଛି । କାରଣ ପାକିସ୍ତାନକୁ ସବକ୍ ଶିଖାଇବାକୁ ମୋଦି ସରକାର ପାକିସ୍ତାନକୁ ପାଣି ବନ୍ଦ କରିବାକୁ ଯାଉଛନ୍ତି I

ହରିୟାଣାର ଚରକି ଦାଦ୍ରୀରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତରୁ ପାକିସ୍ତାନ ବୋହି ଯାଉଥିବା ପାଣିକୁ ସଂରକ୍ଷଣ କରାଯିବ I ଭାରତର କୃଷକ ଏହି ସଂରକ୍ଷିତ ପାଣି ବ୍ୟବହାର କରି ଭଲ ଫସଲ ଉତ୍ପାଦନ କରିବେ I ଏ ଦିଗରେ ମୁଁ କାମ ଆରମ୍ଭ କରିଛି I ଆପଣମାନଙ୍କ ଆଶୀର୍ବାଦ ଓ ଭଲ ପାଇବା ମୋ ସରକାର ସହ ଏମିତି ଅତୁଟ ରହିଲେ ଏହା ସମ୍ଭବ ହେବ I

ପ୍ରଧାନମନ୍ତ୍ରୀ କହିଛନ୍ତି ବିଗତ ୭୦ ବର୍ଷ ହେଲା ଆପଣଙ୍କ ହକ୍, ଅଧିକାରର ପାଣି ପାକିସ୍ତାନକୁ ବୋହି ଯାଉଛି। କିନ୍ତୁ, ଏ ମୋଦି ଏହି ସ୍ରୋତକୁ ବନ୍ଦ କରିବା ସହ ହରିୟାଣାର ଚାଷୀମାନଙ୍କ ନିକଟରେ ପହଞ୍ଚାଇବ I ହରିୟାଣା ସହ ଏହାର ସୁଫଳ ରାଜସ୍ଥାନର ଚାଷୀଙ୍କୁ ମଧ୍ୟ ମିଳିବ I ଏ ଦିଗରେ ପଦକ୍ଷେପ ନିଆଯାଇ କାମ ଆରମ୍ଭ ହୋଇଛି I

ଗତ ଫେବ୍ରୁଆରୀ ମାସରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହେବା ପରେ ସେତେବେଳର କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ନୀତିନ ଗଡ଼କରୀ କହିଥିଲେ ଆମ ସରକାର ପାକିସ୍ତାନକୁ ପ୍ରବାହିତ ପାଣିକୁ ବନ୍ଦ କରିବାକୁ ବାଟ ଖୋଜୁଛି । ଇଣ୍ଡସ୍ ଜଳ ଚୁକ୍ତି ୧୯୬୦ ଅନୁଯାୟୀ ପାକିସ୍ତାନକୁ ସତଲେଜ, ରବି ଓ ବିଜ୍ ନଦୀର ପାଣି ପ୍ରବାହିତ ହେଉଛି I ଏହି ପାଣିକୁ ୩ଟି ପ୍ରୋଜେକ୍ଟ ମାଧ୍ୟମରେ ରୋକାଯାଇ ଯମୁନା ନଦୀକୁ ଛଡ଼ାଯିବ ବୋଲି ନୀତିନ ଗଡ଼କରୀ କହିଥିଲେ I

ଭାରତର ଏଭଳି ପଦକ୍ଷେପ ଯୋଗୁ ପାକିସ୍ତାନରେ ଜଳାଭାବ ଦେଖାଯିବା ଆଶଙ୍କା ରହିଛି । କାରଣ ଏମିତି ହେଲେ ପାକିସ୍ତାନ ମାଟିରେ ଜଳସ୍ରୋତ ଓ ଜଳସ୍ତର କମିବ ।

ଇଣ୍ଡସ୍ ଜଳ ଚୁକ୍ତି କଣ ?

ସ୍ୱାଧୀନତା ପରେ ୧୯୪୮ ମସିହାରେ ଭାରତ ପାକିସ୍ତାନକୁ ପ୍ରବାହିତ ସମସ୍ତ କେନାଲରେ ପାଣି ପ୍ରବାହକୁ ବନ୍ଦ କରିଦେଇଥିଲା I ଶେଷରେ ବିଶ୍ୱ ବ୍ୟାଙ୍କର ହସ୍ତକ୍ଷେପ ପରେ ଭାରତ ପାକିସ୍ତାନକୁ ଜଳ ଛାଡ଼ିଥିଲା I ସେବେଠୁ ଆରମ୍ଭ ହୋଇଥିଲା ଦ ଇଣ୍ଡସ୍ ଜଳ ଚୁକ୍ତି I ଇଣ୍ଡସ, ଚେନାବ,ଝେଲମ, ବିଜ୍, ରବି ଓ ସତଲେଜର ଜଳ ପ୍ରବାହକୁ ନେଇ ୨ ଦେଶ ମଧ୍ୟରେ ଇଣ୍ଡସ୍ ଜଳ ଚୁକ୍ତି ହୋଇଥିଲା I

୧୯୬୦ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଓ ପାକିସ୍ତାନ ରାଷ୍ଟ୍ରପତି ଆୟୁବ ଖାଁଙ୍କ ନେତୃତ୍ୱରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା I ବୁଝାମଣାର ପ୍ରାୟ ୯ ବର୍ଷ ପରେ ଏହି ଚୁକ୍ତିକୁ ବିଶ୍ୱ ବ୍ୟାଙ୍କ ରବ୍ଦ କରିଥିଲା I ଚୁକ୍ତି ଅନୁସାରେ ପୂର୍ବରେ ପ୍ରବାହିତ ବିଜ୍, ରବି ଓ ସତଲେଜ ଭାରତର ହୋଇଥିବା ବେଳେ ପଶ୍ଚିମରେ ପ୍ରବାହିତ ଇଣ୍ଡସ୍, ଚେନାବ ଓ ଝେଲମ ପାକିସ୍ତାନ ନିୟନ୍ତ୍ରଣରେ ଥିଲା I

')}

ଡିସେମ୍ବର ୧ରୁ ଆଉ ୫ଟି ବିଭାଗରେ ”ମୋ ସରକାର”

ପ୍ରଥମେ ଥାନା ଓ ହସ୍ପିଟାଲ ପରେ ଏବେ ଆଉ ୫ଟି ବିଭାଗରେ କାର୍ଯ୍ୟକାରୀ ହେବ ମୋ ସରକାର। ଡିସେମ୍ବର ପହିଲାରୁ ଏହାକୁ ଲାଗୁ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ୨୦୨୦ ମାର୍ଚ୍ଚ ୫ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ବିଭାଗରେ ଏହାକୁ ଲାଗୁ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ରାଜ୍ୟର ସମସ୍ତ ଥାନା ଓ ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ କରାଯାଇଛି। ')}

ଆମ୍ବୁଲାନ୍ସର ଚକା ଫାଟିଯିବାରୁ ଆଖି ବୁଜିଲେ କଲ୍ୟାଣସିଂହପୁରର କଲ୍ୟାଣୀ

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କରପା ଗାଁର କଲ୍ୟାଣି ବିଡିକାଙ୍କୁ ନେଇ ୧୦୮ ଆମ୍ବୁଲାନ୍ସ ହସ୍ପିଟାଲ ଯାଉଥିଲା।

ଏହି ସମୟରେ ମଝି ରାସ୍ତାରେ ଚକା ଫାଟିଯାଇଥିଲା। ଘଣ୍ଟାଏ ପରେ ଆମ୍ବୁଲାନ୍ସ ଠିକ୍‌ କରି ଡାକ୍ତରଖାନାରେ ପହଞ୍ଚିବା ବେଳକୁ ରୋଗୀ ଆଉ ବଞ୍ଚି ନ ଥିଲେ। ସେତେବେଳକୁ ସେ ଶବ ପାଲଟିଯାଇଥିଲେ। ଚକା ପଙ୍କଚର ହେବା ପରେ କଲ୍ୟାଣୀଙ୍କର ମୃତ୍ୟୁ ହୋଇଥିଲା। ')}