ଝାରସୁଗୁଡ଼ା: ପୋଲିସ କବଜାରେ ଅନୁପ ସାଏଙ୍କ ଡ୍ରାଇଭର ବର୍ମନ ଟପ୍ପୋ । ରାଜପୁର ବଗରାଚକା ଭଡ଼ା ଘରୁ ଉଠାଇ ନେଇଥିବା ପରିବାର ଲୋକଙ୍କ ସୂଚନା । ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି ପୋଲିସ ।
ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ଗୃହର ମଧ୍ୟ ଭାଗରେ ବିରୋଧୀଙ୍କ ହଟ୍ଟଗୋଳ । ଗତକାଲି ବାଚସ୍ପତି ଦେଇଥିବା ରୁଲିଂକୁ ବିରୋଧ କରି କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା । ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି ରଖିଲେ ବାଚସ୍ପତି ।
ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ଗୃହର ମଧ୍ୟ ଭାଗରେ ବିରୋଧୀଙ୍କ ହଟ୍ଟଗୋଳ । ଗତକାଲି ବାଚସ୍ପତି ଦେଇଥିବା ରୁଲିଂକୁ ବିରୋଧ କରି କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା । ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି ରଖିଲେ ବାଚସ୍ପତି ।
ଆଜିଠାରୁ ୨୯ ଫେବ୍ରୁଆରୀ ଯାଏଁ ମାଗଣା ମିଳିବ Fastag: ପଢ଼ନ୍ତୁ କେଉଁଠି
ନୂଆଦିଲ୍ଲୀ: ଆଜିଠୁ ମାଗଣା ମିଳିବ Fastag । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଡ଼କ କର ଆଦାୟ ବଢ଼ାଇବା ଉଦ୍ଦେଶ୍ୟରେ ଏହି ସୁବିଧ ଆରମ୍ଭ କରାଯାଇଛି । ୨୯ ଫେବ୍ରୁଆରୀ ଯାଏଁ Fastag ମାଗଣାରେ ଦିଆଯିବ ।

ଏଣିକି Fastag ପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନାହିଁ । ୧୫ ଫେବ୍ରୁଆରୀଠାରୁ ୨୯ ଫେବ୍ରୁଆରୀ ଯାଏଁ ମଗଣାରେ ପାଇପାରିବେ Fastag । ସରକାର ଇଲୋକଟ୍ରନିକ ସଡ଼କ କର ସଂଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଜାତୀୟ ରାଜମାର୍ଗ ପ୍ରାଧିକରଣ ପକ୍ଷରୁ ଏହା ଯୋଗାଇଦିଆଯିବ ।
ସରକାର ଦେଶରେ ଥିବା ୫୨୭ରୁ ଅଧିକ ଜାତୀୟ ରାଜପଥରେ Fastag ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, Fastag କିଣିବା ପାଇଁ ଲୋକଙ୍କୁ ୧୦୦ ଦେବାକୁ ପଡ଼ୁଥିଲା ।
ଏନ୍ଏଚ୍ ପଥକର ପ୍ଳାଜାରେ Fastag ଜରିଆରେ ଡିଜିଟାଲ ଉପାୟରେ ସଂଗ୍ରହ ବଢ଼ାଇବା ପାଇଁ ଏହି ଟଙ୍କା ନନେବାକୁ ନିଷ୍ପତ୍ତି ନିଆଯାଇଛି । ଆପଣ ଯେ କୌଣସି ଅଧିକୃତ ପଏଣ୍ଟ ଅଫ୍ ସେଲ୍ ରେ ନିଜ ଗାଡ଼ିର ଆରସି ଦେଖାଇ ମାଗଣାରେ Fastag ପାଇପାରିବେ । ଏ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ।
ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ମୁଲତବି ନୋଟିସ୍ । ଗୋଳନ୍ଥରା ଥାନା ମେନ୍ଦ୍ରାରଜପୁରରେ ବସରେ ବିଦ୍ୟୁତ୍ ତାର ଲାଗି ୧୦ଜଣଙ୍କ ମୃତ୍ୟୁ ଘଟଣାରେ ନୋଟିସ୍ ଦେଲା ବିଜେପି । ଉତ୍ତର ରଖିବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ମୁଲତବି ନୋଟିସ୍ । ଗୋଳନ୍ଥରା ଥାନା ମେନ୍ଦ୍ରାରଜପୁରରେ ବସରେ ବିଦ୍ୟୁତ୍ ତାର ଲାଗି ୧୦ଜଣଙ୍କ ମୃତ୍ୟୁ ଘଟଣାରେ ନୋଟିସ୍ ଦେଲା ବିଜେପି । ଉତ୍ତର ରଖିବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ: କିସ୍ ଆବାସିକ ଜନଜାତି ବିଦ୍ୟାଳୟର କରିବେ ଉଦ୍ଘାଟନ
ଆଜି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାରେ କିସ ଆବାସିକ ଜନଜାତି ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ତୁଷୁରା ଏୟାରଫିଲ୍ଡରେ ପହଞ୍ଚିବା ପରେ କିସ ସ୍କୁଲରେ ଆୟୋଜିତ ସଭା ସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସଭାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଏହି ବସରରେ କିଟ୍-କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କିସର ୨୦ ଏକର ବିଶିଷ୍ଟ ଜମିରେ ଓସାଲ ଗ୍ରୁପର ସହଯୋଗରେ ଆବାସିକ ବିଦ୍ୟାଳୟ ନିର୍ମାଣ କରାଯାଇଛି । ଏଠାରେ ପ୍ରଥମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ଯାଏଁ ବଲିଙ୍ଗିର ଜିଲ୍ଲାର ୧୫ ଶହ ଛାତ୍ରଛାତ୍ରୀ ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଛି ।
ରେଭେନ୍ସାରେ ଛାତ୍ରୀଙ୍କୁ ରାଗିଂ!: ତଦନ୍ତ ଆରମ୍ଭ କଲେ କଲେଜ କର୍ତ୍ତୃପକ୍ଷ
କଟକ: ରେଭେନ୍ସାରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗେ । ବିଶ୍ୱବିଦ୍ୟାଳୟ ଜଣେ ସିନିୟର ଛାତ୍ର ସମ୍ପୃକ୍ତ ଛାତ୍ରୀଙ୍କୁ ରାଗିଂ କରିଥିବା ନେଇ ଅଭିଯୋଗ ହୋଇଛି । ଗତ ଜାନୁଆରୀ ୮ ତାରିଖରେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଏ ନେଇ ଅଭିଯୋଗ ହୋଇଛି । ଏହା ପରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ । ସିନିୟର ଛାତ୍ର ଜଣଙ୍କ ଛାତ୍ରୀଙ୍କୁ ଏକତରଫା ପ୍ରେମ କରିବା ସହ ତାଙ୍କୁ ମାଡ଼ ମାରିଥିବା ଓ ଧମାକାଉଥିବା ସୂଚନା ରହିଛି । ସୂଚନା ଯୋଗ୍ୟ ଯେ, ଆଜି ଅପରାହ୍ନରେ ଆଣ୍ଟି ରାଗିଂ ସେଲର ବୈଠକ ଅନୁଷ୍ଠିତ ହେବ । ବୈଠକରେ ଅଭିଯୋଗ ସଂପର୍କରେ ଆଲୋଚନା କରାଯିବା ନେଇ ଆଣ୍ଟି ରାଗିଂ ସେଲ ପକ୍ଷରୁ ସୂଚନା ଦିଆଯାଇଛି ।
ମୋ ସରକାର ପ୍ରଭାବ: ବନ୍ଧା ହେଲେ ଲାଞ୍ଚୁଆ ଡାକ୍ତର
ଆମ୍ବଗୁଡା ଥାନା ଅଧିକାରୀ ନାରାୟଣ ପଟ୍ଟନାୟକ ଗିରଫ ପରେ ଶୁକ୍ରବାର ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ଡାକ୍ତର । କୋରାପୁଟ ଜିଲ୍ଲା ହସ୍ପିଟାଲ ଡାକ୍ତର ମନୋଜ କୁମାର ଜେନାଙ୍କୁ ଗିରଫ କରିଛି କୋରାପୁଟ ପୋଲିସ । ଗତ ଡିସେମ୍ବର ମାସରେ ଜଣେ ଲୋକ ଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ସେହି ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ୨୫୦୦ ଟଙ୍କା ଲାଞ୍ଚ ମାଗିଥିଲେ ଡାକ୍ତର ମନୋଜ କୁମାର ଜେନା । ପୋଲିସ ତଦନ୍ତ କରି ଶୁକ୍ରବାର ମନୋଜ କୁମାର ଜେନାଙ୍କୁ ଗିରଫ କରିଛି । ଏ ନେଇ ସୂଚନା ଦେଇଛନ୍ତି କୋରାପୁଟ ଏସ୍ପି । ପୂର୍ବରୁ ଏହି ଘଟଣାରେ ଆମ୍ବଗୁଡା ଥାନା ଅଧିକାରୀ ନାରାୟଣ ପଟ୍ଟନାୟକ ଦୁର୍ଘଟଣାରେ ସମ୍ପୃକ୍ତ ଗାଡି ଛାଡିବାକୁ ୬ ହଜାର ଟଙ୍କା ଲାଞ୍ଚ ମାଗି ଗିରଫ ହୋଇଥିଲେ । ମୋ ସରକାର ପ୍ରଭାବ ରେ ପୋଲିସ କୌଣସି ଦୁର୍ନୀତିକୁ ପ୍ରସୟ ଦେଉ ନଥିବା ଜଣା ପଡୁଛି ।
ସିନ୍ଦୂର ପାଇଁ ସାଏ ସାଜିଥିଲେ ସଇତାନ୍, ହତ୍ୟା ପରେ ଦେଇଥିଲେ ଦୁର୍ଘଟଣାର ରୂପ
ଭୁବନେଶ୍ୱର: ଖୋଲିଲା ସାଏ ସଇତାନ୍ ପାପ ପେଡ଼ି । କେମିତି ଓ କାହିଁକି କରିଥିଲେ ହତ୍ୟା ଷଡ଼ଯନ୍ତ୍ର, ରାୟଗଡ଼ ଏସ୍ପି କଲେ ଖୁଲାସା । ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ଅନୁପ ସାଏ । ୨୦୦୫ରେ କଳ୍ପନାଙ୍କୁ ତାଙ୍କ ସ୍ୱାମୀ ଛାଡ଼ପତ୍ର ଦେଇଥିଲେ । ସେବେଠାରୁ ତାଙ୍କ ସହିତ ସମ୍ପର୍କରେ ଥିଲେ ଅନୁପ । ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ଲିଭ୍ ଇନ୍ରେ ରହୁଥିଲେ । ହତ୍ୟା ପୂର୍ବ ଦିନ ଓଡ଼ିଶାର ଏକ ହୋଟେଲ୍ରେ ଥିଲେ । ବିବାହ ଯୋଗୁଁ କଳ୍ପନା ଚାପ ପକାଇବାରୁ ତାଙ୍କୁ ହତ୍ୟା କରିଥିବା ଅନୁପ କହିଛନ୍ତି ।
ରାୟଗଡ଼ରେ ବିବାହ କରିବାକୁ କହି ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ । ରାସ୍ତାରେ ଲୁହା ରଡ୍ରେ ପିଟିପିଟି ନିର୍ମମ ଭାବେ ହତ୍ୟା କରିଥିଲେ ଅନୁପ ସାଏ । ହତ୍ୟା କରିବା ପରେ ବୋଲେରୋ ଚପାଇ ଦେଇଥିଲେ । ଓଡ଼ିଶା ସୀମାନ୍ତରୁ ଉଦ୍ଧାର ମୃତଦେହ ଚିହ୍ନଟ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ଥିଲା । ପ୍ରାୟ ବର୍ଷକ ପରେ ୨ ମୃତଦେହକୁ ଚିହ୍ନଟ କରାଯାଇଥିଲା । ମୃତକଙ୍କ କଲ୍ ଡିଟେଲ୍ସ ଯାଞ୍ଚ ପରେ ଅନୁପଙ୍କ ଉପରେ ସନ୍ଦେହ ହୋଇଥିଲା । ପ୍ରାୟ ୬ ମାସ ଧରି ଅନୁପଙ୍କ ଉପରେ ନଜର ରଖାଯାଇଥିଲା ।
ପୋଲିସ ନୋଟିସ୍ ସତ୍ତ୍ୱେ ହାଜର ହୋଇନଥିଲେ ଅନୁପ ସାଏ । ଏପରିକି ଜେରା ସମୟରେ ପ୍ରଥମେ ମୃତକଙ୍କୁ ଚିହ୍ନି ନଥିବା କହିଥିଲେ । ତେବେ ଶେଷରେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ଅନୁପ ସାଏ । ଘଟଣାରେ ୬ ରାଜ୍ୟର ୭ଶହ ଲୋକଙ୍କୁ ପଚରାଉଚରା କରାଯାଇଛି । ମୃତ ମାଆ, ଝିଅଙ୍କ ଡିଏନ୍ଏ ଟେଷ୍ଟ କରାଯାଇଥିଲା । ଅନୁପ ସାଏଙ୍କ ନର୍କୋ ଟେଷ୍ଟ କରାଗଲେ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ଛତିଶଗଡ଼ ପୋଲିସ କହିଛି ।
ଅନୁପ ସାଏଙ୍କୁ ରାଜ୍ୟ ପଣ୍ୟାଗାର ଅଧ୍ୟକ୍ଷ ପଦରୁ ନିଲମ୍ବିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ନିର୍ଭୟା ମାମଲା: ଦୋଷୀ ବିନୟ କୁମାର ପକ୍ଷରୁ ଦାୟର ଆବେଦନ ସୁପ୍ରିମକୋର୍ଟରେ ଖାରଜ
ନୂଆଦିଲ୍ଲୀ: ଫସର ଫାଟିବାରେ ଲାଗିଛି ନିର୍ଭୟା ଦୋଷୀଙ୍କ ପ୍ଳାନ୍ । ଫାଶୀ ଏଡ଼ାଇବା ନେଇ ଦୋଷୀମାନଙ୍କ ପକ୍ଷରୁ କରାଯାଉଥିବା ଆବେଦନ ଖାରଜ ହେବାରେ ଲାଗିଛି । ଏଥିସହ ସେମାନଙ୍କୁ ଫାଶୀ ଦିଆଯିବା ନେଇ ଆଶା ଉଜ୍ଜିବୀତ ହୋଇରହିଛି । ଆଜି ଦୋଷୀ ବିନୟ କୁମାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାୟର ଆଉ ଏକ ଆବେଦନ ଖାରଜ ହୋଇଛି ।

ରାଷ୍ଟ୍ରପତିଙ୍କ ଦ୍ୱାରା ରାଜକ୍ଷମା ଆବେଦନ ଖାରଜ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଫାଶୀ ଟାଳିବାକୁ ପିଟିସନରେ ଦାବି କରିଥିଲେ ଦୋଷୀ । କିନ୍ତୁ ବିନୟ ପକ୍ଷରୁ ଦାୟର ଏହି ପିଟିସନକୁ ଖାରଜ କରିଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ନିଜକୁ ମାନସିକସ୍ତରରେ ଅସୁସ୍ଥ ବୋଲି ମଧ୍ୟ ଦାୟର ପିଟିସନରେ ଉଲ୍ଲେଖ କରିଥିଲେ । ତେବେ ଗତକାଲି ଅର୍ଥାତ ଗୁରୁବାର ଏହି ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିବା ବେଳେ କୋର୍ଟ ଆଜି ଏ ନେଇ ରାୟ ପ୍ରକାଶ କରିଛନ୍ତି ।

ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଏ.ଏସ୍ ବୋପନ୍ନା ଓ ଜଷ୍ଟିସ୍ ଆର ଭାନୁମତିଙ୍କ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥିଲେ ।

ସୂଚନା ଯୋଗ୍ୟ ଯେ, ଦୋଷୀ ବିନୟ ତରଫର କେସ୍ ଲଢ଼ୁଥିବା ଓକିଲ ଏପି ସିଂହ କୋର୍ଟରେ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜକ୍ଷମା ଆବେଦନ ଖାରଜ କରାଯିବା ନେଇ ପ୍ରଶ୍ନ ଉଠାଇଥିଲେ । ମର୍ସି ପିଟିସନ ସହ ଦୋଷୀଙ୍କ ପକ୍ଷରୁ ଯେତିକି ରେକର୍ଡ ଓ ଦସ୍ତାବିଜ ଦିଆଯାଇଥିଲା ତାହା ରାଷ୍ଟ୍ରପତିଙ୍କ ଆଗରେ ଉପସ୍ଥାପନ କରାଯାଇନଥିବା କହିଥିଲେ । ଅପରପକ୍ଷରେ ଏ ନେଇ ସିଲିସିଟର ଜେନେରାଲ ତୁଷାର ମେହେଟ୍ଟା କଡ଼ା ସମାଲୋଚନା କରିଛନ୍ତି । ରାଷ୍ଟ୍ରପତି ସମସ୍ତ ଦସ୍ତାବିଜକୁ ଅନୁଧ୍ୟାନ କରିବା ପରେ ଆଇନ ଅନୁସାରେ ମର୍ସି ପିଟିସନ ଖାରଜ କରିଥିବା ସେ କୋର୍ଟଙ୍କୁ ଜଣାଇଥିଲେ ।
ଘଟଗାଁ: ବୃକ୍ଷ ରୋପଣ ନାଁରେ ଦୁର୍ନୀତି ଅଭିଯୋଗ । ଉଚ୍ଚସ୍ତରୀୟ ତଦନ୍ତ ପରେ ୨ ବନ କର୍ମଚାରୀ ନିଳମ୍ବିତ । ଦେଓବନ୍ଧ ଫରେଷ୍ଟର ମୋହିନୀ ମହାନ୍ତ ଓ ଫରେଷ୍ଟ ଗାର୍ଡ ସାଗରିକା ବେଜଙ୍କୁ ନିଳମ୍ବନ କଲେ କେନ୍ଦୁଝର ଡିଏଫଓ ।
ଘଟଗାଁ: ବୃକ୍ଷ ରୋପଣ ନାଁରେ ଦୁର୍ନୀତି ଅଭିଯୋଗ । ଉଚ୍ଚସ୍ତରୀୟ ତଦନ୍ତ ପରେ ୨ ବନ କର୍ମଚାରୀ ନିଳମ୍ବିତ । ଦେଓବନ୍ଧ ଫରେଷ୍ଟର ମୋହିନୀ ମହାନ୍ତ ଓ ଫରେଷ୍ଟ ଗାର୍ଡ ସାଗରିକା ବେଜଙ୍କୁ ନିଳମ୍ବନ କଲେ କେନ୍ଦୁଝର ଡିଏଫଓ ।



