ପିଟି ପିଟି ପିଠି ଲାଲ୍ କରିଦେଇଥିଲେ ଦିଦି, ଥାନାରେ ଏତଲା ଦେଲେ ଛାତ୍ରୀର ବାପା
ଜଗତସିଂହପୁର : ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିପାରିବେ ନାହିଁ ଶିକ୍ଷକ ଶିକ୍ଷୟତ୍ରୀ । ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି ସରକାର । କିନ୍ତୁ ଅନେକ ସ୍ଥାନରେ ପିଲାଙ୍କୁ ଶାସନ କରିବାକୁ ଶିକ୍ଷକ ଶିକ୍ଷୟତ୍ରୀ ମାଡ଼ ମାରନ୍ତି ଏବଂ ଆକଟ କରନ୍ତି । କିନ୍ତୁ ଛୋଟ ଛୋଟ ପିଲା ତଥା କୋମଳମତି ଶିଶୁଙ୍କୁ ଆକଟ କରିବା ପରିବର୍ତ୍ତେ ପଶୁଙ୍କ ଭଳି ମାଡ଼ ମାରି ଜଗତସିଂହପୁର ଜିଲ୍ଲାର ଜଣେ ଶିକ୍ଷୟତ୍ରୀ ଗିରଫ ହୋଇଛନ୍ତି ।

ଛାତ୍ରୀଙ୍କୁ ମାଡ଼ ମାରି ଶିକ୍ଷୟିତ୍ରୀଙ୍କ ଗିରଫ ଘଟଣା ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ବାଲିତୁଠ ପ୍ରାଥମିକ ବିଦ୍ୟାପୀଠର ଶିକ୍ଷୟିତ୍ରୀ ଲିନା ନନ୍ଦଙ୍କୁ ପୋଲିସ ଗିରଫ କରିଛି । ଗତକାଲି ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ବର୍ଷା ସ୍ୱାଇଁଙ୍କୁ ଶ୍ରେଣୀ ଗୃହରେ ଶିକ୍ଷୟତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।

ମାଡ଼ରେ ଛାତ୍ରୀଙ୍କ ମୁହଁ ଓ ପିଠିରେ ଗଭୀର ଆଘାତ ଲାଗିଥିଲା । ପିଟି ପିଟି ପିଠି ଲାଲ କରିଦେଇଥିଲେ ଦିଦି । ଏନେଇ ଛାତ୍ରୀଙ୍କ ବାପା କୁଜଙ୍ଗ ଥାନାରେ ସଂପୃକ୍ତ ଶିକ୍ଷୟତ୍ରୀଙ୍କ ବିରୋଧରେ ଏତଲା ଦେଇଥିଲେ । ଅଭିଯୋଗ ପରେ କୁଜଙ୍ଗ ପୋଲିସ ଶିକ୍ଷୟତ୍ରୀ ଲୀନା ନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଆସନ୍ତାକାଲି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ୍ଗଣତି: ବିଜେପିକୁ ଲାଗିପାରେ ବଡ଼ ଝଟ୍କା
ଝାଡ଼ଖଣ୍ଡ: ଆସନ୍ତାକାଲି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ୍ଗଣତି । ସିଲ୍ ଇଭିଏମ୍ରୁ ଖୋଲିବ ନେତାଙ୍କ ଭାଗ୍ୟ । ପୂର୍ବ ସିଂହଭୂମ ଜିଲ୍ଲାରେ ସକାଳ ୮ରୁ ପୋଷ୍ଟାଲ ବାଲଟ ପେପରର ଭୋଟ୍ ଗଣତି ଆରମ୍ଭ ହେବ । ଏହାପରେ କରାଯିବ ଇଭିଏମ୍ ଭୋଟ୍ଗଣତି । ପୋଷ୍ଟଲ ବାଲାଟ ପେପରର ଫଳାଫଳ ସକାଳ ୯ଟା ଭିତରେ ସରିଯିବ । ଗଣନାକୁ ସମ୍ପୂର୍ଣ୍ଣ ଭାବରେ ଭିଡିଓଗ୍ରାଫି କରାଯିବ ।

ଏଥିସହ ସିସିଟିଭି କ୍ୟାମେରାରେ ନଜର ରଖାଯିବ ବୋଲି ଜଣେ ନିର୍ବାଚନ ଅଧିକାରୀ କହିଛନ୍ତି । ମତଗଣନା କକ୍ଷ ଭିତରକୁ ସକାଳ ୭ରୁ କାଉଣ୍ଟିଂ ଏଜେଣ୍ଟ ପ୍ରବେଶ କରିବେ । ମୋବାଇଲ ଫୋନ୍, ପାଣି ବୋତଲ ଏବଂ କୈାଣସି ପ୍ରକାର ଖାଦ୍ୟ ସାମଗ୍ରୀ ବାରଣ କରାଯାଇଛି । ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ୫ଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇଥିଲା । ଭୋଟଗ୍ରହଣ ପରେ ଆସିଛି ବୁଥବାହୁଡା ମତ । ବିଭିନ୍ନ ଗଣମାଧ୍ୟମର ସର୍ଭେ ଅନୁସାରେ ବିଜେପିକୁ ଲାଗିପାରେ ବଡ଼ ଝଟକା । ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ସଖ୍ୟା ଗରିଷ୍ଠତା ପାଇଁ ୪୧ଟି ଆସନ ଆବଶ୍ୟକ । ଆଉ ଆକଳନ କହୁଛି, ଜେଏମଏମ-କଂଗ୍ରେସ ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିପାରେ । ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ୪୪ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା ।
୧୦୮ ଆମ୍ବୁଲାନ୍ସ-ଟ୍ରକ୍ ମୁହାଁମୁହିଁ ଧକ୍କା, ରୋଗୀଙ୍କ ସମେତ ୨ ମୃତ
ଯାଜପୁର: ଦେହ ଖରାପ ଥିଲା, ଭଲ କରିବାକୁ ମେଡିକାଲ ଯାଉଥିଲେ । ହେଲେ, ଅଧା ରାସ୍ତାରେ ଡାକିନେଲା ମୃତ୍ୟୁ । ମେଡିକାଲ ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ । ଦୁର୍ଘଟଣାରେ ରୋଗୀଙ୍କ ସହ ଆଉ ଜଣଙ୍କ ମୃତ୍ୟୁ ହୋଇଛି ।
ଭଦ୍ରକ ଜିଲ୍ଲା ଚିକିତ୍ସାଳୟରୁ ୧୦୮ ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ସମ୍ପର୍କୀୟ କଟକ ନେଇ ଯାଉଥିଲେ । ପାଣିକୋଇଲି ଥାନା ବ୍ରଜନଗର ନିକଟରେ ଆମ୍ବୁଲାନ୍ସ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା ।
ଦୁର୍ଘଟଣାରେ ରୋଗୀଙ୍କ ସମେତ ୨ଜଣଙ୍କ ମୃତ୍ୟୁ ହୋଇଛି । ୨ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ ।
ଯାଜପୁର: ପାଣିକୋଇଲି ଥାନା ବ୍ରଜନଗର ନିକଟରେ ୧୦୮ ଆମ୍ବୁଲାନ୍ସ-ଟ୍ରକ ମୁହାଁମୁହିଁ ଧକ୍କା । ଆମ୍ବୁଲାନ୍ସରେ ଯାଉଥିବା ରୋଗୀ ସମେତ ୨ ମୃତ, ୨ ଗୁରୁତର ଆହତ । ଭଦ୍ରକରୁ ରୋଗୀ ନେଇ କଟକ ଯାଉଥିଲା ଆମ୍ବୁଲାନ୍ସ ।
ଯାଜପୁର: ପାଣିକୋଇଲି ଥାନା ବ୍ରଜନଗର ନିକଟରେ ୧୦୮ ଆମ୍ବୁଲାନ୍ସ-ଟ୍ରକ ମୁହାଁମୁହିଁ ଧକ୍କା । ଆମ୍ବୁଲାନ୍ସରେ ଯାଉଥିବା ରୋଗୀ ସମେତ ୨ ମୃତ, ୨ ଗୁରୁତର ଆହତ । ଭଦ୍ରକରୁ ରୋଗୀ ନେଇ କଟକ ଯାଉଥିଲା ଆମ୍ବୁଲାନ୍ସ ।
କେନ୍ଦ୍ରର ନୂଆ ନିୟମ ଆସିବା ପୂର୍ବରୁ କେରଳ ଓ ପଶ୍ଚିମବଙ୍ଗର ବିରୋଧ
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍ (CAA) ଓ ଏନ୍ଆରସି (NRC)କୁ ନେଇ ଦେଶବ୍ୟାପୀ ବିଦ୍ରୋହର ବହ୍ନି ଜଳୁଛି । ଏତିକିବେଳେ କେନ୍ଦ୍ରର ମୋଦି ସରକାର ଆଣିବାକୁ ଯାଉଛନ୍ତି ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (NPR) । ଆଗାମୀ ସପ୍ତାହରେ ବସିବାକୁ ଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏନପିଆରକୁ ସବୁଜ ସଙ୍କେତ ମିଳିପାରେ । ଏନପିଆର ଆସିବା ପୂର୍ବରୁ ପଶ୍ଚିମବଙ୍ଗ ଓ କେରଳ ସରକାର ଏହାକୁ ବିରୋଧ କରୁଛନ୍ତି ।
NPR କଣ ?
ନ୍ୟାସନାଲ ପପୁଲେସନ ରେଜିଷ୍ଟର (NPR) ଦ୍ୱାରା ୨୦୨୦ ଏପ୍ରିଲ ପହିଲାରୁ ୨୦୨୦ ସେପ୍ଟେମ୍ବର ୩୦ ଯାଏଁ ନାଗରିକଙ୍କ ଡାଟାବେସ୍ ତିଆରି କରାଯିବ । ଦେଶସାରା ଘରକୁ ଘର ଯାଇ ଜନଗଣନା ହେବ । ଦେଶରେ ବସବାସ କରୁଥିବା ଲୋକଙ୍କ ବ୍ୟାପକ ପରିଚୟ ସଂଗ୍ରହ କରାଯାଇ ଡାଟାବେସ୍ ତିଆରି କରିବା ଏନପିଆରର ମୁଖ୍ୟ ଉଦ୍ଦେଶ । ଏଥିରେ ଜନସଂଖ୍ୟା ସହ ଲୋକଙ୍କ ବାୟୋମେଟ୍ରିକ ତଥ୍ୟ ରହିବ ।
NRCଠୁ କେମିତି ଅଲଗା ?
ଏନପିଆର ଓ ଏନଆରସି ମଧ୍ୟରେ ପାର୍ଥକ୍ୟ ରହିଛି । ଏନଆରସି ଦେଶରେ ଲୁଚି କରି ରହିଥିବା ଲୋକଙ୍କୁ ବାହାର କରିବା ପାଇଁ କରାଯାଇଛି । ସେହିଭଳି ୬ ମାସରୁ ଅଧିକ ସମୟ ଧରି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରହୁଥିବା କୌଣସି ଲୋକଙ୍କୁ ଏନପିଆରେ ପଞ୍ଜିକରଣ କରିବାକୁ ପଡ଼ିବ । ଯଦି କୌଣସି ବିଦେଶୀ ନାଗରିକ ଭାରତରେ ୬ ମାସରୁ ଅଧିକ ସମୟ ଧରି ରହୁଛନ୍ତି । ତାଙ୍କୁ ମଧ୍ୟ ଏନପିଆରରେ ସାମିଲ୍ କରାଯିବ । ଏହାଦ୍ୱାରା ସରକାରୀ ଯୋଜନାର ଲାଭ ସିଧାସଳଖ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିବ ବୋଲି କୁହାଯାଉଛି ।
ୟୁପିଏ ସରକାରଙ୍କ ଯୋଜନା
କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବାବେଳେ ୨୦୧୦ ମସିହାରେ ଏନପିଆର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ୨୦୧୧ ଜନଗଣନା ପୂର୍ବରୁ ଏହା ଉପରେ କାମ ଆରମ୍ଭ ହୋଇଥିଲା । ଏବେ ୨୦୨୧ ଜନଗଣନା ଆରମ୍ଭ ହେବାକୁ ଯାଉଛି । ତା’ପୂର୍ବରୁ କେନ୍ଦ୍ର ସରକାର ଏନପିଆର ଉପରେ କାମ ଆରମ୍ଭ କରିଦେଇଛନ୍ତି ।
ଜମ୍ମୁ କଶ୍ମୀର: ନିୟନ୍ତ୍ରଣ ସୀମା ରେଖାର ନୌସେରା ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ । କଡ଼ା ଜବାବ ଦେଉଛନ୍ତି ଭାରତୀୟ ଯବାନ ।
ଜମ୍ମୁ କଶ୍ମୀର: ନିୟନ୍ତ୍ରଣ ସୀମା ରେଖାର ନୌସେରା ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ । କଡ଼ା ଜବାବ ଦେଉଛନ୍ତି ଭାରତୀୟ ଯବାନ ।
ଭୁବନେଶ୍ୱର: ଆସନ୍ତା ୨୭ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ । ବଲାଙ୍ଗିରରେ ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ । ଉତ୍ସବରେ ଉପସ୍ଥିତ ରହିବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର: ଆସନ୍ତା ୨୭ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ । ବଲାଙ୍ଗିରରେ ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ । ଉତ୍ସବରେ ଉପସ୍ଥିତ ରହିବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।



