spot_img
Home Blog Page 7548

ଆଜିଠାରୁ ବନ୍ଦ ହେଲା ବ୍ରହ୍ମପୁର ସହର ସିଟି ବସ ଷ୍ଟାଣ୍ଡ: ନିଷ୍ପତ୍ତିକୁ ଘରୋଇ ବସ ମାଲିକ ସଂଘର ବିରୋଧ

0

ଗଞ୍ଜାମ: ଆଜି ଠାରୁ ବନ୍ଦ ହେଲା ବ୍ରହ୍ମପୁର ସହର ମଧ୍ୟ ଭାଗରେ ଥିବା ସିଟି ବସ ଷ୍ଟାଣ୍ଡ । ଏହି ବସ ଷ୍ଟାଣ୍ଡରୁ ପାଖାପାଖି ପାଞ୍ଚ ଶହରୁ ଉର୍ଦ୍ଧ୍ୱ ବସ ରାଜ୍ୟର ସବୁ ସ୍ଥାନକୁ ଚଳା ଚଳ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ଏବଂ ବିଡିଏ ପକ୍ଷରୁ ଆଜି ଏହି ବସ ଷ୍ଟାଣ୍ଡ କୁ ବନ୍ଦ କରାଯାଇଛି । ତେବେ ପ୍ରସାଶନର ଏହି ନିଷ୍ପତ୍ତି କୁ ଘୋର ବିରୋଧ କରିଛି ଘରୋଇ ବସ ମାଲିକ ସଂଘ ।

ପ୍ରସାଶନର ଏହି ନିଷ୍ପତ୍ତି ଅନୁସାରେ ପୁର୍ବସ୍ଥାନରେ ବସ ଷ୍ଟାଣ୍ଡକୁ ବନ୍ଦ କରି ୧୪ କୋଟି ଟଙ୍କା ବ୍ୟୟରେ ହଳଦିଆପଦର ଠାରେ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନିର୍ମାଣ କରାଯାଇଛି । ବ୍ରହ୍ମପୁର ବସ ଷ୍ଟାଣ୍ଡ ର ପୂନରୁଦ୍ଧାର କରିବା ପାଇଁ ପ୍ରଶାସନ ର ଏହି ନିଷ୍ପତିକୁ ବିରୋଧ କରିଛି ଘରୋଇ ବସ ମାଲିକ ସଂଘ । ଫଳରେ ସଂଘ ଏବଂ ଜିଲ୍ଲା ପ୍ରଶାସନ ମୁହାଁ ମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ମଧ୍ୟ ବସିଥିଲା କିନ୍ତୁ ବୈଠକ ରେ କୌଣସି ନିଷ୍ପତି ନ ବହାରିବାଯୋଗୁ ବସ ମାଲିକ ସଂଘ ର ମାଲିକ ମାନେ ପ୍ରସାଶନ କୁ ବିରୋଧ କରି ଆଜି ସହରର ସମସ୍ତ ବସ ଚଳା ଚଳ କୁ ବନ୍ଦ କରିଦେଇଥିଲେ । ଯାହାଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇଥିଲେ ।

ତେବେ ଜିଲ୍ଲା ପ୍ରଶାସନର ବିଡିଏ କର୍ତ୍ତୃପକ୍ଷ ଏହାକୁ ଚ୍ୟାଲେଞ୍ଜ କରି ତୁରନ୍ତ ବସ ଷ୍ଟାଣ୍ଡ ଖାଲି କରିବା ପାଇଁ ସଂଘ କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କୌଣସି ଫଳ ନମିଳିବା ଯୋଗୁଁ ମହାନଗର ନିଗମ କମିଶନର ଜେସିବି ଲଗାଇ  ବସ ଷ୍ଟାଣ୍ଡ ର ଦୁଇ ପାର୍ଶ୍ୱ କୁ ଖୋଳିବା ଆରମ୍ଭ କରିଥିଲେ । ଫଳରେ ମାଲିକ ମାନେ ସମସ୍ତ ବସ ବ୍ରହ୍ମପୁର ନୁଆଁ ବସ ଷ୍ଟାଣ୍ଡ ରୁ ଖାଲି କରିଥିବା ଦେଖିବାକୁ ମିଳିଛି । ତେବେ ସିଟି ବସ ଯେତେ ମାତ୍ରା ରେ ଅଛି ସେଗୁଡିକ ବିଭିନ୍ନ ରୁଟ କୁ ଛଡା ଯାଇ ବସ ସେବା ଚଳାଚଳ କରାଯିବ ବୋଲି ନିଷ୍ପତି ନିଆଯାଇଛି ଏବଂ ଏଥିପାଇଁ ଓଏସଆରଟିସି ସରକାରୀ ବସ କୁ ନିୟୋଜିତ କରାଯିବ। ତଥାପି ଯଦି ଅଧିକ ସିଟି ବସର ଆବଶ୍ୟକତା ରୁହେ ତାହାହେଲେ ବାହାରୁ ସରକାରୀ ବସ ମଗାଯିବ ବୋଲି ବ୍ରହ୍ମପୁର କମିଶନର ମତ ପ୍ରକାଶ କରିଛନ୍ତି ।

ତେବେ ଏଭଳି ନିଷ୍ପତି କୁ ସହର ବାସୀ ସ୍ୱାଗତ କରିଥିବା ବେଳେ, ସହର ର ଉନ୍ନତି ଏବଂ ବସ ଷ୍ଟାଣ୍ଡ ର ଉନ୍ନତି ପାଇଁ ସହର ବାସୀ ଆଶାରଖିଛନ୍ତି ।

ଶକ୍ତି ପରୀକ୍ଷା ପୂର୍ବରୁ ମୈଦାନ ଛାଡ଼ିଲା ବିଜେପି, ଶପଥ ଗ୍ରହଣର ୮୦ ଘଣ୍ଟାରେ ଇସ୍ତଫା

ମହାରାଷ୍ଟ୍ର ମହାବିବାଦରେ ନୂଆା ମୋଡ଼ । ଶକ୍ତି ପରୀକ୍ଷା ପୂର୍ବରୁ ମୈଦାନ ଛାଡ଼ିଲା ବିଜେପି  । ଉପ ମୁଖ୍ୟମନ୍ତ୍ରୀ ପଦରୁ ଏନ୍‌ସିପି ବିଧାୟକ ଅଜିତ ପାଓ୍ୱାରଙ୍କ ଇସ୍ତପାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ପଡ଼ନବିସ୍‌ । ସଂଖ୍ୟଗରିଷ୍ଠତାର ପ୍ରମାଣ ଦେବା ନିମନ୍ତେ ଆବଶ୍ୟକ ସଂଖ୍ୟା ନଥିବାରୁ ଇସ୍ତଫା । ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଫଡ଼ନବିସ୍‌ଙ୍କ ଇସ୍ତଫା ପରେ ମହାରାଷ୍ଟ୍ରରେ ମହାମେଣ୍ଟ ଦ୍ୱାରା ସରକାର ଗଠନ ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି ।

ମହାରାଷ୍ଟ୍ରର ଦ୍ୱିତୀୟ ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିବା ଫଡ଼ନବିସ୍ , ନିଜ ଦ୍ୱିତୀୟ ଟର୍ମରେ ୮୦ ଘଣ୍ଟାର ସର୍ବନିମ୍ନ କାର୍ଯ୍ୟକାଳ ସହ ଇସ୍ତଫା ଦେଇଛନ୍ତି ।  ଇସ୍ତଫା ପୂର୍ବରୁ ପ୍ରେସ୍‌ମିଟ କରି ଶିବସେନା ଉପରେ ପ୍ରବଳ ବର୍ଷିଛନ୍ତି ଫଡ଼ନବିସ୍ । କହିଲେ, ମେଣ୍ଟକୁ ଭୋଟ ଦେଇଥିଲେ ମହାରାଷ୍ଟ୍ର ଜନତା । କିନ୍ତୁ ଫଳାଫଳ ଆସିବା ପରେ ମୂଲଚାଲ ଆରମ୍ଭ କରିଦେଇଥିଲା ଶିବସେନା । ଆମ ସହ ସରକାର ଗଠନ ନେଇ କଥା ହେବା ପରିବର୍ତ୍ତେ ଏନ୍‌ସିପି ଓ କଂଗ୍ରସ ସହ କରିଥିଲେ ବୈଠକ । ଏଥିସହ ୫୦-୫୦ ଫର୍ମୁଲା ନେଇ ଶିବସେନା ସହ କୌଣସି ଡିଲ୍‌ ହୋଇନଥିବା କହିଲେ ଫଡ଼ନବିସ୍‌ ।

https://nandighoshatv.combefore-floor-test-ajit-pawar-resigns-from-the-post-of-deputy-cm/

ସେଞ୍ଚୁରୀ ମାରି ରେକର୍ଡ କରିବା ଲକ୍ଷ୍ୟରେ ପିଆଜ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଡାଲି ଆଉ ପେଟ୍ରୋଲ..

ସେଞ୍ଚୁରୀ ମାରିବାକୁ ସଜବାଜ ଚାଲିଛି । ପେଟ୍ରୋଲ, ପିଆଜ ଓ ଡାଲି ହେଉଛନ୍ତି ସଜବାଜ । ଏହି ସଜବାଜରେ ପେଟ୍ରୋଲ ସାମାନ୍ୟ ପଛରେ ପଡ଼ିଯାଇଛି । ତେବେ ଅନ୍ୟ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ନିକଟତର ହେବାକୁ ଉଦ୍ୟମ ଜାରି ରଖିଛି । ବଜାରରେ ପେଟ୍ରୋଲ ଲିଟର ୮୦ ଟଙ୍କାରୁ ଉପରେ ପହଞ୍ଚି ଯାଇଛି । ଆଉ  କିଛିଦିନ ହେଲା ପିଆଜ ତ ଖାଲି ଚୌକା ଓ ଛକା ମାରିଚାଲିଛି । ସିଙ୍ଗଲର ଦର୍ଶନ ନାହିଁ । ୫୦ରୁ ପାଖାପାଖି ୧୦୦ ଯାଏଁ ହେଲାଣି । ଡାଲି ବି ସେଞ୍ଚୁରୀର ନିକଟତର ହେଉଛି । ୯୦ରୁ ୧୦୦ ଭିତରେ ପହଞ୍ଚିଗଲାଣି ଦର । ଏହି ନିତ୍ୟ ଆବଶ୍ୟକ ସାମଗ୍ରୀ ସେଞ୍ଚୁରୀ ମାରିବାକୁ ଯାଉଥିବା ବେଳେ ସାଧାରଣଲୋକର ଚିନ୍ତା ବି ସେଞ୍ଚୁରୀର ନିକଟତର ।

ପିଆଜର ଅହୋ ଭାଗ୍ୟ- ପରିବା ଡାଲାରୁ ଯାଇ ଲକରରେ ପହଞ୍ଚି ଗଲାଣି । ସୁନାରୂପା ଓ ଗହଣା ଗାଣ୍ଠି ରହୁଥିବା ଗୁପ୍ତ ସ୍ଥାନକୁ ବିନା ଯାଞ୍ଚରେ ପ୍ରବେଶ ଅନୁମତି । ପିଆଜ ପ୍ରତି ଆଜି ଆଉ ଅସୂୟା ନାହିଁ । ଧରିଲେ ହାତ ଧୋଉଥିବା କିଛି ଲୋକ ଭାରି ଆଦର ଯତ୍ନ କରୁଛନ୍ତି । ସତରେ ଏତେ ଆଦର ଆଗରୁ କାହିଁକି ହେଉନଥିଲା ଭାବୁଛି ପିଆଜ । ପରସ୍ତ ପରସ୍ତ ଚୋପା ତଳେ କେତେ କଟୁତା ତାର । ସେହି କଟୁତାରେ ଆଖିରୁ ଲୁହ ଝରାଇଦିଏ । ସୋସିଆଲ ମିଡିଆରେ ପିଆଜ ଆଜି ଟପ୍‌ ସେଲିବ୍ରିଟି । ଆଜି ତାକୁ ନେଇ କେତେ ଚର୍ଚ୍ଚା । ବଡ଼ ବଡ଼ ସେଲିବ୍ରିଟି ବି ପଛରେ ପଡ଼ିଯାଇଛନ୍ତି ।
ପିଆଜ ସହ ପେଟ୍ରୋଲ ଓ ଡାଲି ସେଞ୍ଚୁରୀ ମାରିବାକୁ ଯାଉଥିଲେ ହେଁ ପିଆଜ ଭଳି ଏତେ ଚର୍ଚ୍ଚାରେ ନାହାଁନ୍ତି । ପେଟ୍ରୋଲ ଧିରେ ଧିରେ ସେଞ୍ଚୁରୀ ନିକଟତର ହେଉଛି । ପୂର୍ବରୁ ସେଞ୍ଚୁରୀର ଅଭିଜ୍ଞତା ଡାଲିର ରହିଛି । ତେଣୁ ପିଆଜ ସେଞ୍ଚୁରୀକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ।

ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ୍ ପାୱାର, ଫଡନାବିସ୍ କହିଲେ ମୁଁ ବି ଦେବି…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବଡ଼ ଟ୍ୱିଷ୍ଟ । ଶନିବାର ଶପଥ, ମଙ୍ଗଳବାର ଇସ୍ତଫା । ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ୍ ପାୱାର । ଉପ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ଆଜି ଅଜିତ ପାୱାର ଇସ୍ତଫା ଦେଇଛନ୍ତି । ଏଥିସହ ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ନଥିବାରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଦେବେନ୍ଦ୍ର ଫଡନାବିସ୍ କହିଛନ୍ତି ।

ଗତ ଶନିବାର ସକାଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନାବିସ୍ ଓ ଉପ ମୁଖ୍ୟମନ୍ତ୍ରୀ ଭାବେ ଅଜିତ୍ ପାୱାର ଶପଥ ନେଇଥିଲେ । ବିଜେପି-ଏନସିପି ମିଳିତ ଭାବେ ସରକାର ଗଢିବେ ବୋଲି ଅଜିତ୍ କହିଥିଲେ । ତେବେ, ବିଜେପି ସହ ମିଶି ଏନସିପି ସରକାର ଗଢ଼ୁଥିବା କଥାକୁ ଶରଦ ପାୱାର ମନା କରିଥିଲେ । ଏପରିକି ଏନସିପି ବିଧାୟକ ଦଳ ନେତା ପଦରୁ ଅଜିତ୍ ପାୱାରଙ୍କୁ ବିଦା କରିଥିଲେ ।

sarad pawar

ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ସର୍ବୋଚ୍ଚ ନ୍ୟାୟାଳୟ ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ବିଧାନସଭାରେ ବହୁମତ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଫ୍ଲୋର ଟେଷ୍ଟ ପୂର୍ବରୁ ଉପ ମୁଖ୍ୟମନ୍ତ୍ରୀ ପଦରୁ ଅଜିତ୍ ପାୱାରଙ୍କ ଇସ୍ତଫା ମହାରାଷ୍ଟ୍ର ମହାନାଟକକୁ ନୂଆ ମୋଡ଼ ଦେଇଛି ।

https://nandighoshatv.comfloor-test-on-november-27-says-supreme-court/