spot_img
Home Blog Page 7564

ଜେଲରେ ଅଭିନେତ୍ରୀ: ଡିସେମ୍ବର ୨୪ ପୂର୍ବରୁ ବାହାରିବା ମୁସକିଲ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ବିଷୟରେ ବିବାଦୀୟ ବୟାନ ଦେଇ ଗିରଫ ହୋଇଛନ୍ତି ଅଭିନେତ୍ରୀ ।  ଏନେଇ ତାଙ୍କୁ ରାଜସ୍ଥାନ ପୁଲିସ ଗିରଫ କରିଥିଲା ।  ‌ଡିସେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ପାୟଲଙ୍କୁ ନ୍ୟାୟିକ ହେପାଜତରେ ରଖାଯାଇଛି। ଆଞ୍ଚଳିକ ଅଦାଲତ ତାଙ୍କ ଜାମିନ୍‌ ଆବେଦନକୁ ଖାରଜ କରିବା ପରେ ତାଙ୍କୁ ବୁନ୍ଦି ସେଣ୍ଟ୍ରାଲ୍‌ ଜେଲ୍‌ରେ ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ପାୟଲ ରୋହତଗୀ ସୋସିଆଲ୍‌ ମିଡିଆରେ ନେହେରୁ ପରିବାରକୁ ଅପମାନିତ କରିବାର ଏକ ଭିଡିଓ ପୋଷ୍ଟ୍‌ କରିଥିଲେ। ତାଙ୍କର ଏହି ଭିଡିଓ  ତାଙ୍କୁ ବିବାଦକୁ ଟାଣି ଆଣିଥିଲା । ରବିବାର ରାତିରେ ରଜସ୍ଥାନ ପୁଲିସ୍‌ ପାୟଲଙ୍କୁ ଗିରଫ କରିଥିଲା ଏବଂ ଏ ସମସ୍ତ ଘଟଣାକ୍ରମ ସେ ଟ୍ୱିଟ୍‌ କରି ଜଣାଇଥିଲେ । ସେ ଲେଖିଥିଲେ, ‘ମୋତେ ଆଜି ରାଜସ୍ଥାନ ପୁଲିସ ଗିରଫ କରିଛି। ସେପ୍ଟେମ୍ବର ୨୧ରେ ମୁଁ ମୋତିଲାଲ ନେହେରୁ ଓ ଜବାହରଲାଲ ‌ନେହେରୁଙ୍କୁ ନେଇ ଗୁଗଲରେ ଥିବା ସୂଚନା ଆଧାରରେ ଯେଉଁ ଭିଡିଓ ପୋଷ୍ଟ କରିଥିଲି, ସେ ନେଇ ମୋତେ ପୁଲିସ ଗିରଫ କରିଛି।

ଦେଶଦ୍ରୋହ ମାମଲାରେ ପୂର୍ବତନ ପାକିସ୍ତାନ ରାଷ୍ଟ୍ରପତିଙ୍କୁ ମୃତ୍ୟୁଦଣ୍ଡ

ଲାହୋର: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫଙ୍କୁ ଫାଶୀ ଦଣ୍ଡାଦେଶ । ପାକିସ୍ତାନ ହାଇକୋର୍ଟର ଚିଫ୍ ଜଷ୍ଟିସଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ବେଞ୍ଚ ଏହି ସଜ୍ଜା ଶୁଣାଇଛନ୍ତି । ୨୦୦୭ ନଭେମ୍ବର ୩ରେ ଦେଶରେ ଏମରଜେନ୍ସି ଲାଗୁ ନେଇ ପରଭେଜଙ୍କ ନାଁରେ ୨୦୧୩ରେ ଦେଶଦ୍ରୋହ ମାମଲା ହୋଇଥିଲା ।୨୦୧୪ ମାର୍ଚ୍ଚ ୩୧ରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ସେହି ବର୍ଷ ସେପ୍ଟେମ୍ବରରେ ବିଶେଷ ଅଦାଲତରେ ସମସ୍ତ ସାକ୍ଷ୍ୟ ରଖାଯାଇଥିଲା । କିନ୍ତୁ, ମାମଲା ଡେରି ହେବାରୁ ୨୦୧୬ରେ ଶୀର୍ଷ ଅଦାଲତ ଓ ଗୃହ ମନ୍ତ୍ରାଳୟର ମଞ୍ଜୁରୀ ପରେ ପାକିସ୍ତାନ ଛାଡ଼ି ପଳାଇଥିଲେ । ଏବେ ପରଭେଜ୍ ମୁଶାରଫ ଦୁବାଇରେ ଅଛନ୍ତି ।

ହିତାଧିକାରୀଙ୍କ ସନ୍ତୋଷ ଯୋଜନାର ସବୁଠାରୁ ବଡ଼ ସଫଳତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହୋଇଛି ଆଉ ଏକ ବିଭାଗ । କିଛି ଦିନ ପୂର୍ବେ କୃଷି ଓ ଉଚ୍ଚଶିକ୍ଷା ବିଭାଗକୁ ସାମିଲ କରାଯାଇଥିବାବେଳେ ଆଜି ମହିଳା, ଶିଶୁବିକାଶ ଓ ମିଶନ ଶକ୍ତି ବିଭାଗକୁ ‘ମୋ ସରକାର’ରେ ସାମିଲ କରାଯାଇଛି। ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କ ସହିତ ସିଧାସଳଖ କଥା ହେବେ ସରକାର । ଆଜି ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଅଧିନରେ ମା’ ଓ ଶିଶୁମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କଲ୍ୟାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ଏହିସବୁ କାର୍ଯ୍ୟକ୍ରମର ସୁଫଳ ହିତାଧିକାରୀଙ୍କ ପାଖରେ ଠିକ୍‌ଭାବରେ ପହଞ୍ଚିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଶିଶୁମାନଙ୍କ ପୁଷ୍ଟି କାର୍ଯ୍ୟକ୍ରମର ସଫଳତା ସହିତ ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ରାଜ୍ୟ ସରକାରଙ୍କ ସଫଳତାରେ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ କର୍ମଚାରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କ ନିଷ୍ଠାପର ଉଦ୍ୟମ ଦ୍ୱାରା ‘ମମତା’ କାର୍ଯ୍ୟକ୍ରମ ସାରା ଦେଶରେ ଏକ ମଡେଲ ହୋଇପାରିଛି । ଓଡ଼ିଶାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଏହିସବୁ ଭଲ କାମକୁ ଆଗକୁ ଜାରି ରଖିବା ସହିତ ଦୁର୍ନୀତିକୁ ବରଦାସ୍ତ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗର କ୍ଷେତ୍ର କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ହିତାଧିକାରୀଙ୍କ ସନ୍ତୋଷ ହେଉଛି, ଯୋଜନାର ସବୁଠୁ ବଡ଼ ସଫଳତା । ଲୋକଙ୍କୁ ଉତ୍ତମ ସେବା ଯୋଗାଇଦେବା ହେଉଛି ମୋ ସରକାର କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଲୋକଙ୍କ ମତାମତ ଭିତ୍ତିରେ ସେବା ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଭଲ କାମ ପାଇଁ  ପ୍ରଶଂସା ଓ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ତାଙ୍କ ଭାଷଣରେ ‘ମୋ ସରକାର’ କାର୍ଯ୍ୟକ୍ରମର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରରେ ଉଦ୍‌ବୋଧନ ଦେଇ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ କହିଥିଲେ ଯ, ମୋ ସରକାର କାର୍ଯ୍ୟକ୍ରମ ସାରା ଦେଶରେ ଏକ ଅଭିନବ ପ୍ରୟାସ । ତେଣୁ ଏହାର ସଫଳ କାର୍ଯ୍ୟକାରିତା ଉପରେ ବିଶେଷ ଦୃଷ୍ଟି ଦେବା ପାଇଁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ ।

5-T ସଚିବ ଭି. କାର୍ତ୍ତୀକେୟ ପାଣ୍ଡିଆନ୍‌ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବଭାଗର କ୍ଷେତ୍ର କର୍ମଚାରୀମାନଙ୍କୁ ‘ମୋ ସରକାର’ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ବୁଝାଇବା ସହିତ ଏହାର ବିଭିନ୍ନ ଦିଗ ସମ୍ପର୍କରେ ସେମାନଙ୍କ ସହିତ ଆଲୋଚନା କରିଥିଲେ । ବିଭିନ୍ନ ଅଙ୍ଗନବାଡିକୁ ଯୋଗାଇଦିଆଯାଉଥିବା ଛତୁଆ କାର୍ଯ୍ୟକ୍ରମରେ କେବଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏହାକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ସେ ଜିଲ୍ଲପାଳମାନଙ୍କୁ ପରାମର୍ଶ ଦେଇଥିଲେ ।

ସେହିପରି ଶିଶୁମାନଙ୍କ ଯତ୍ନ ନେଉଥିବା ବିଭିନ୍ନ ଅନୁଷ୍ଠାନମାନଙ୍କର ଯାଞ୍ଚ ରିପୋର୍ଟରେ ଗ୍ରାଣ୍ଟ ଇନ୍‌ ଏଡ୍‌ ପ୍ରଦାନ ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ସର୍ଭିସ ପ୍ରୋଭାଇଡର୍‌ମାନଙ୍କ ବିଲ୍‌ ମଞ୍ଜୁର ଏବଂ ମିଶନ ଶକ୍ତିର ରିଭଲଭିଂ ଫଣ୍ଡ ଏବଂ ଇନ୍‌ଫ୍ରାଷ୍ଟ୍ରକଚର୍‌ ଫଣ୍ଡ ଆଦି ପ୍ରଦାନ କ୍ଷେତ୍ରରେ ହିତାଧିକାରୀଙ୍କୁ ହଇରାଣ ହରକତ ନକରିବା ପାଇଁ 5-T ସଚିବ ସତର୍କ କରାଇଦେଇଥିଲେ । ଏହି ସବୁ କାର୍ଯ୍ୟକ୍ରମ ବର୍ତ୍ତମାନ ‘ମୋ ସରକାର’ କାର୍ଯ୍ୟକ୍ରମ ଅଧିନରେ ତଦାରଖ କରାଯିବ ବୋଲି ସେ ସୂଚନା ଦେଇଥିଲେ  ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଅଧା ରହିଗଲା ଦୁଇ କନଷ୍ଟେବଳଙ୍କ ପ୍ରେମ କାହାଣୀ

0

ଭଦ୍ରକ: ରିଜର୍ଭ ପୋଲିସରେ ପ୍ରେମ ଆଉ ପ୍ରତାରଣା । ପୋଲିସ ଷ୍ଟେସନର ଚାରି କାନ୍ଥ ମଧ୍ୟରେ ଆରମ୍ଭ ହୋଇ ଭାଙ୍ଗିଗଲା ପ୍ରେମ ସମ୍ପର୍କ । ପରେ ବିବାହ କରିବାକୁ ପ୍ରତ୍ୟାଖାନ କରିଥିଲା ପ୍ରେମିକ କନଷ୍ଟେବଳ । ଏହାପରେ ମହିଳା କନଷ୍ଟେବଳ ଜଣକ ପୁରୁଷ କନେଷ୍ଟବଳଙ୍କ ନାଁରେ ଭଦ୍ରକ ଟାଉନ ଥାନାରେ ଏତଲା ଦେଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ରିଜର୍ଭ ପୋଲିସ ବାଟାଲିୟନରେ ।

ସୂଚନା ଅନୁଯାୟୀ, ୬ ବର୍ଷ ତଳେ ମହିଳା କନେଷ୍ଟବଳ ଓ ପୁରୁଷ କନେଷ୍ଟବଳ ଜଗତପତି ହାଁସଦାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଦୁଇଜଣ ରିଜର୍ଭ ପୋଲିସରେ କନଷ୍ଟେବଳ ପୋଷ୍ଟରେ କାମ କରନ୍ତି । ୨୦୦୯ ରେ ଦୁଇଜଣ ନିଜର ଚାକରୀ ଜୀବନ ଆରମ୍ଭ କରିଥିଲେ । ଚାକିରୀ କରିବା ଭିତରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହା ପରେ ଏହି ପ୍ରେମ ଶାରୀରିକ ସମ୍ପର୍କରେ ପରିଣତ ହୋଇଥିଲା ।

ପରେ ମହିଳା କନଷ୍ଟେବଳ ବିବାହ କରିବାକୁ ବାରମ୍ବାର କହିଥିଲେ ବି ଜଗତ ଏହାକୁ ଏଡ଼ାଇଦେଉଥିଲେ  । ଏହା ପରେ ମହିଳା କନଷ୍ଟେବଳ ଜଣକ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଥିଲେ । ମହିଳା କନଷ୍ଟବଳଙ୍କର ଅଭିଯୋଗକୁ ଆଧାର କରି ଭଦ୍ରକ ପୋଲିସ ମହିଳା କନଷ୍ଟେବଳ ଜଗତକୁ ଅଟକ ରଖିଛି ।

ଅଭିଯୁକ୍ତ ଗଜପତି ହାଁସଦା ପରବର୍ତ୍ତୀ ସମୟରେ ମହିଳାଙ୍କୁ ବିବାହ କରିବା ପାଇଁ ରାଜି ହୋଇଥିଲେ । କିନ୍ତୁ ଏ ନେଇ ମହିଳାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଉନ୍ନାଓ ମାମଲାରେ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ CBIର ନିବେଦନ

0

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ବିଜେପିରୁ ବହିଷ୍କୃତ  ବିଧାୟକ ତଥା ଉନ୍ନାଓ ଦୁଷ୍କର୍ମ ଘଟଣାର ମୁଖ୍ୟ ଦୋଷୀ କୁଲଦୀପ ସିଂ ସେନଗରକୁ ଅଧିକରୁ ଅଧିକ ଦଣ୍ଡ ଦେବାକୁ କୋର୍ଟରେ ନିଦେବନ କରିଛି ସିବିଆଇ । ଏ ଘଟଣାରେ ବ୍ୟବସ୍ଥା ବିରୋଧରେ ନ୍ୟାୟ ପାଇଁ ଜଣଙ୍କ ବ୍ୟକ୍ତିଗତ ଲଢ଼େଇ ଥିବାରୁ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ସିବିଆଇ ନିବେଦନ କରିଛି । ମାମଲା ଲକ୍ଷ୍ନୌରୁ ଦିଲ୍ଲୀ ଆସିବା ପରେ ପୀଡିତାଙ୍କ ପରିବାର ଲୋକଙ୍କୁ ହଇରାଣ କରାଯିବା ସହ ତାଙ୍କୁ ମଧ୍ୟ ମାରିଦିଆଯାଇଛି । ଏହାକୁ ନେଇ ସିବିଆଇ ଚାର୍ଜସିଟରେ ବହୁ ତଥ୍ୟ ଉଲ୍ଲେଖ କରିଛି ।

 

https://nandighoshatv.comformer-bjp-mla-convicted-in-2017-unnao-rape-case/

କୋରାପୁଟ-ଜୟପୁର ଘାଟି ରାସ୍ତାରେ ଓଲଟିଲା ପେଟ୍ରୋଲ ଟ୍ୟାଙ୍କର

0

ଜୟପୁର: କୋରାପୁଟ-ଜୟପୁର ଘାଟି ରାସ୍ତାରେ ଓଲଟିଲା ପେଟ୍ରୋଲ ଟ୍ୟାଙ୍କର । ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଘାଟିରେ ଏକ ଦଶ ଚକିଆ ଗାଡିକୁ ରାସ୍ତା ଦେବାକୁ ଯାଇ ଭାରସାମ୍ୟ ହରାଇ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡ଼ିଛି । ଫଳରେ ରାସ୍ତାର ୨ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଛି ।

ପୋଲିସ, ଅଗ୍ନିଶମ ବିଭାଗ ଓ ଭାରତୀୟ ପେଟ୍ରୋଲିୟମର ଏକ ଟେକ୍ନିକାଲ ଟିମ୍ ପହଞ୍ଚି ଟ୍ୟାଙ୍କରେ ଥିବା ପେଟ୍ରୋଲ କାଢ଼ିଛି । ଏବଂ ଉକ୍ତ ଟ୍ୟାଙ୍କରକୁ କିଭଳି ନିରାପଦ ଭାବେ ରାସ୍ତାରୁ ଅପସାରଣ କରାଯିବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଛି ଟିମ୍ । ତେବେ, ଏହି ଟ୍ୟାଙ୍କରଟି  ସକାଳ ୬ଟାରୁ ଓଲଟିଥିବା ସୂଚନା ମିଳିଛି । ସୁରକ୍ଷା ଦୃଷ୍ଟିରୁ କୋରାପୁଟ-ଜୟପୁର ରାସ୍ତାରେ କୌଣସି ଗାଡ଼ି କିମ୍ବା ଲୋକଙ୍କୁ ଛଡ଼ାଯାଉନାହିଁ ।

ପର୍ଣ୍ଣ ସାଇଟ୍ ହିଁ ଜଘନ୍ୟ ଅପରାଧର ମୂଳ କାରଣ: ନୀତୀଶ୍ କୁମାର

0

ପାଟନା: ଅଶ୍ଲୀଳ ଭିଡିଓ ୱେବସାଇଟ୍ ବା ପର୍ନ ସାଇଟ୍ ଗୁଡିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ  ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ୍ କୁମାରଙ୍କ ଦାବି ।  ଏନେଇ ସେ ପ୍ରଧାନମନ୍ତ୍ରୀଙ୍କୁ କଲେ ନିବେଦନ ।

Image result for nitish kumar

ଦେଶର ଯୁବଗୋଷ୍ଠୀଙ୍କୁ ଆଖିରେ ରଖି ବିହାର ମୁଖ୍ୟମନ୍ତ୍ରୀ ଶୁକ୍ରବାର ଏହିପରି ନିବେଦନ କରିଛନ୍ତି । ପର୍ନ ୱେବସାଇଟ୍ ଗୁଡିକ ଯୁବ ସମାଜ ଉପରେ କୁପ୍ରଭାବ ପକାଉଥିବା ସେ କହିଛନ୍ତି । ଏହା ଫଳରେ ଯୁବ ସମାଜ ପ୍ରଲୋଭିତ ହୋଇ ଜଘନ୍ୟ ଅପରାଧମାନ କରୁଛନ୍ତି । ତେବେ ଏହି ଘଟଣାମାନ ହାଇଦ୍ରାବାଦ୍, ବିହାର୍ ଓ ଉତ୍ତର ପ୍ରଦେଶ ଭଳି ସ୍ଥାନ ମାନଙ୍କରେ ବହୁଳ ଭାବେ ହେଉଥିବାର ଜଣାପଡିଛି ।

Related image

ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ସୋସିଆଲ୍ ମିଡିଆ ଆଜିର ଯୁଗରେ ଅପବ୍ୟବହାର ହେବାରେ ଲାଗିଛି । ସେଥିପାଇଁ ଏହାର କୁପ୍ରଭାବ ଯୁବ ସମାଜ ଉପରେ ପଡୁଛି । ବିଶେଷ କରି ସେ ଏହି ଅଶ୍ଲୀଳ ଭିଡିଓ ଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦରକାର ବୋଲି କହିଛନ୍ତି । ତେବେ ନାରୀ ସୁରକ୍ଷା ପାଇଁ ତାଙ୍କର ଏହି ନିବେଦନକୁ ସରକାର କେତେ ସମର୍ଥନ ଜଣାଉଛନ୍ତି ତାହା ଦେଖିବା ବାକି ରହିଲା ।

ଏଥର ହଟିପାରେ ବିବାଦୀୟ ସେଣ୍ଟର, ଜାଣନ୍ତୁ କେବେ ହେବ ମାଟ୍ରିକ ପରୀକ୍ଷା ?

ଭୁବନେଶ୍ୱର : ଗତବର୍ଷ ଭଳି ଏଥର ମଧ୍ୟ ମାଟ୍ରିକ୍ ପରୀକ୍ଷା ଫେବୃଆରୀ ମାସରେ ହେବ । ଆଜି ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସେ କହିଛନ୍ତି ଯେ, ଫେବୃଆରୀ ତୃତୀୟ ସପ୍ତାହରେ ହୋଇପାରେ ମାଟ୍ରିକ ପରୀକ୍ଷା। ତେବେ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ନେବ ମାଧ୍ୟମିକ ଶିକ୍ଷା ପରିଷଦ ।

ଗତ ବର୍ଷର ବିବାଦୀୟ ପରୀକ୍ଷା ସେଣ୍ଟରକୁ ଏଥର ସମୀକ୍ଷା କରାଯିବ। ଆବଶ୍ୟକ ପଡ଼ିଲେ ସେ ସେଣ୍ଟର ଗୁଡିକୁ ବାଦ୍ ଦିଆଯାଇ ପାଖ ସେଣ୍ଟରରେ ପରୀକ୍ଷା କରାଯିବ। ଗତ ବର୍ଷ ସୋସିଆଲ ମିଡ଼ିଆରେ ଯେଉଁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା, ନିହାତି କେହି ନା କେହି ମୋବାଇଲ ଫୋନ ନେଇଥିବେ। ହେଲେ ତାହା ପ୍ରମାଣିତ ହୋଇପାରି ନାହିଁ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ସ୍ୱଳ୍ପ ଦୂରଗାମୀ କ୍ରୁଜ ମିଜାଇଲ୍‌ ବ୍ରହ୍ମୋସ୍‌ର ପରୀକ୍ଷଣ

0

ବାଲେଶ୍ୱର: ସ୍ୱଳ୍ପ ଦୂରଗାମୀ କ୍ରୁଜ୍ ମିଜାଇଲ ବ୍ରହ୍ମୋସ ପରୀକ୍ଷଣ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର 3ନଂ ଲଞ୍ଚ ପ୍ୟାଡରୁ ହେଲା ବ୍ୟବହାରିକ ପରୀକ୍ଷା । ୨୨୦ କିଲୋମିଟରରୁ ୫୦୦ କିଲୋମିଟର ଯାଏଁ ଲକ୍ଷ୍ୟଭେଦ କ୍ଷମତା ରହିଛି । ଏଥିରେ ୨୦୦ରୁ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।