spot_img
Home Blog Page 7589

ବିଧାନସଭା ସାମ୍ନାରେ ଥିବା ୪୨ ବିଧାୟକଙ୍କ ଘର ଭଙ୍ଗା ହେବ

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଭଙ୍ଗାହେବ ବିଧାୟକଙ୍କ କ୍ୱାର୍ଟର। ବିଧାନସଭା ସାମ୍ନାରେ ଥିବା ୪୨ଟି କ୍ୱାର୍ଟର ଭଙ୍ଗା ହେବା ନେଇ ନିଷ୍ପତ୍ତି ହୋଇଛି । ସେହି ସ୍ଥାନରେ ତିଆରି ହେବ ୧୦ ମହଲା ବିଶିଷ୍ଟ ଆପାର୍ଟମେଂଟ ।

ନୂଆ ଆପାର୍ଟମେଣ୍ଟରେ ଅତ୍ୟାଧୁନିକ ପାର୍କ, ଜିମ୍, ମଲ୍ଟି ପର୍କିଙ୍ଗ, ସୁଇମିଂପୁଲ, ମର୍ଣ୍ଣିଂ ଓ୍ବାକ୍ ଟ୍ରାକ୍ ପ୍ରଭୃତି ରହିବ। ୨୪ ବିଧାୟକ ଏ ପର୍ଯ୍ୟନ୍ତ ଘର ଛାଡିଥିବା ବେଳେ ସମସ୍ତେ ଯଥାଶୀଘ୍ର ଘର ଛାଡିବା ପାଇଁ ନିର୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଆଜି ଏ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଲୋକଙ୍କୁ ଛାଡ଼ୁନି ମାଗଣା ମୋହ: ବିଜୁଳି ଜାଳୁଛନ୍ତି, ବିଲ୍‌ ଦେଉନାହାନ୍ତି

ଭୁବନେଶ୍ୱର: ବକେୟା ବିଦ୍ୟୁତ ବିଲ୍‌ ନେଇ ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ପ୍ରେସମିଟ୍ । କହିଲେ, ସେସୁର ଆର୍ଥିକ ଅବସ୍ଥା ଭଲ ନାହିଁ । ଆମେ ଚେଷ୍ଟା କରୁଛୁ ଭଲ ସେବା ଦେବାପାଇଁ ହେଲେ ଆମେ ବିଫଳ ହେଉଛୁ । କାରଣ ବର୍ଷ ବର୍ଷ ଧରି ଲୋକ ବିଜୁଳି ଦେୟ ଦେଉନାହାନ୍ତି । ସାରା ରାଜ୍ୟରେ ୧୯୭୧ କୋଟି ଟଙ୍କା ବକେୟା ରହିଛି । ୫୮ ହଜାର ଉପଭୋକ୍ତାଙ୍କ ଉପରେ ୫୦ ହଜାର ଟଙ୍କାରୁ ଅଧିକ ବାକି ଅଛି । ୧୦୪୦୦୦ ଉପଭୋକ୍ତା ଗତ ୨ ବର୍ଷ ହେଲା ବିଜୁଳି ବିଲ ଦେଇନାହାନ୍ତି । ଏ ବାବଦରେ ୩୯୪ କୋଟି ଟଙ୍କା ବାକି ଅଛି । ଘରୋଇ ଉପଭୋକ୍ତା ୯୨% ଲୋକ ୧୦୨୩ କୋଟି ବାକି ରଖିଛନ୍ତି । ୭.୧% ବାଣିଜ୍ୟିକ ଉପଭୋକ୍ତାଙ୍କ ଉପରେ ୧୦୮ କୋଟି ବାକେୟା ଥିବା କହିଛନ୍ତି ସେସୁ ସିଇଓ । ବୋଥ୍ରାଙ୍କ ଏହି ସୂଚନାରୁ ଲୋକେ ବିଜୁଳି ଜାଳୁଛନ୍ତି ହେଲେ ବିଲ୍‌ ଦେଉନଥିବା ସ୍ପଷ୍ଟ ଅନୁମେୟ ।

ଦେୟ ଦେବାକୁ ଚାହିଁଲେ ୬ଟି ଇନ୍‌ଷ୍ଟଲମେଣ୍ଟରେ ଦେଇପାରିବେ । ଏଥିପାଇଁ ଆବେଦନ କରିବାକୁ ପଡ଼ିବ । ସେସୁରେ ୭ଲକ୍ଷ ଉପଭୋକ୍ତାଙ୍କ ଅଛନ୍ତି । ବକେୟା ଥିବା ୨୯୦ କୋଟି ଉପରେ ବିବାଦ ରହିଥିବାବେଳେ ୧୭୦୦ କୋଟି ଟଙ୍କାରେ କିଛି ବିବାଦ ନାହିଁ ।ବକେୟା ପଇଠ ନକଲେ ବିଦ୍ୟୁତ ସଂଯୋଗ କଟାଯିବ ବୋଲି କହିଛନ୍ତି ସେସୁ କର୍ତ୍ତୃପକ୍ଷ । ୧୫ ଜାନୁଆରୀ ସୁଦ୍ଧା ପଇଠ ନକଲେ ୧୬ ଜାନୁଆରୀରେ ବିଦ୍ୟୁତ ସଂଯୋଗ କଟାଯିବ । ଏସଏମଏସ ଯିବ, ଖବରକାଗଜରେ ବିଜ୍ଞାପନ ଦିଆଯିବ । ପଂଚାୟତ ଅଫିସ । ପୋଲିସ ଷ୍ଟେସନରେ ନୋଟିସ ଲଗାଯିବ ।

ସ୍କୁଲ ଯିବାକୁ ତାଗିଦ କରିବାରୁ ଏମିତି କଲେ ଅଷ୍ଟମ ଶ୍ରେଣୀ ଛାତ୍ର…

0

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ପସୁଦା ଗ୍ରାମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଭଳି ସମ୍ବେଦନଶୀଳ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଛାତ୍ରକୁ ବାରିପଦା ପିଆରଏମ୍ ମେଡିକାଲକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସୂଚନା ମୁତାବକ ଛାତ୍ର ଜଣଙ୍କ ସ୍କୁଲ ଯିବାକୁ ମନା କରିବାରୁ ଘରଲୋକ ତାକୁ ବାଧ୍ୟ କରିଥିଲେ ଫଳରେ ଛାତ୍ର ଜଣକ ଘରେ କବାଟ ବନ୍ଦ କରି ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ ।

ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ବଡ଼ସାହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା। ସେଠାରେ ଗୁରୁତର ହେବାରୁ ତାଙ୍କୁ ପିଆରଏମ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଛାତ୍ର ଜଣକ ହେଉଛନ୍ତି ନବୀନ ମାରାଣ୍ଡୀଙ୍କ ପୁଅ କାଳିଦାସ ମାରାଣ୍ଡି(13) ।

 

ଆଜିର ରାଶିଫଳ (୧୧.୧୨.୨୦୧୯) ବୁଧବାର

ଆଜିର ପଞ୍ଚାଙ୍ଗ(୧୧.୧୨.୨୦୧୯) ବୁଧବାର

ଆଜି ୨୦୧୯ ମସିହା ଡିସେମ୍ବର ୧୧ ତାରିଖ ବୁଧବାର, ମାର୍ଗଶିର ଶୁକ୍ଳପକ୍ଷ, ସୌରମାସ ବିଛା ଦି୨୫ନ, ୧୪ଶୀ ତିଥି ଦିବା ୧୦/୫୯ ଗତେ ପୂର୍ଣ୍ଣିମା, ରୋହିଣୀ ନକ୍ଷତ୍ର, ବୃଷଚନ୍ଦ୍ର, ଶିଦ୍ଧିଯୋଗ, ବଣିଜକରଣ ।

ଚନ୍ଦ୍ରଶୁଦ୍ଧି- ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିର ଅହୋରାତ୍ର ।

ଘାତବାର- କର୍କଟ ରାଶିର

ଘାତଚନ୍ଦ୍ର- ବିଛା ରାଶିର

ରାହୁକାଳ- ଦିବା ୧୧/୩୯ମି.ରୁ ଦିବା ୧/୦୦ମି.

କାଳବେଳା- ଦିବା ୮/୫୭ମି.ରୁ ଦିବା ୧୦/୧୮ମି.

ମାହେନ୍ଦ୍ରବେଳା- ଦିବା ୧/୨୭ମି.ରୁ ଦିବା ୩/୩୭ମି.

ଶୁଭବେଳା- ଦିବା ୭/୪୧ମି.ରୁ ଦିବା ଦିବା ୮/୨୫ମି.

ପର୍ବପର୍ବାଣି- ଅନ୍ୟ ପୂର୍ଣ୍ଣିମା ବିହିତ ଚନ୍ଦ୍ରୋପବାସ, ପଣ୍ଡୁଓଷା, ୟୁନିସେଫ୍ ଦିବସ

ଆଜିର ରାଶିଫଳ

ମେଷ- ଗୃହରେ ସୁଖଶାନ୍ତି ବଜାୟ ରହିବ । ବହୁଦିନରୁ ଅଟକିଥିବା କାର୍ଯ୍ୟ ପୂର୍ଣ୍ଣହେବ । ଉତ୍ତମ ବ୍ୟବହାର ଓ ମିଠା କଥାରେ ଅନ୍ୟକୁ ପ୍ରଭାବିତ କରିବେ । ଶୁଭ ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ ।

ବୃଷ-ସାମାଜିକ ସ୍ତରରେ ମାନସମ୍ମାନ ବୃଦ୍ଧି ପାଇବ । ବିଭିନ୍ନ ସୂତ୍ରରୁ ଅର୍ଥ ଆଗମନ ହେବ । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତି ହେବେ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

ମିଥୁନ- ମାନସିକ ଅସ୍ଥିରତା ହେଖାଦେବ । କୌଣସି କାର୍ଯ୍ୟରେ ସ୍ଥିର ନିଷ୍ପତ୍ତି ନେଇ ପାରିବେ ନାହିଁ । ଶତ୍ରୁ ମାନଙ୍କ ବଳୟରେ ରହିବେ । ଗୃହ ଜୀବନରେ ବିବାଦୀୟ ହୋଇପଡିବେ ।

କର୍କଟ- ଆନନ୍ଦ ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ ହେବ । ସାମାନ୍ୟ ସ୍ୱାସ୍ଥ୍ୟପୀଡା ଅନୁଭବ କରିପାରନ୍ତି । ଭବିଷ୍ୟତ ପାଇଁ ଚିନ୍ତା ପ୍ରକଟ କରିବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ ।

ସିଂହ- ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଅଗ୍ରଗତି ହେବ । ପ୍ରିୟ ପରିଜନଙ୍କ ସହିତ ଆମୋଦ ପ୍ରମୋଦରେ ଦିନଟି କଟିବ । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ । କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ଅଧସ୍ତନ କର୍ମଚାରୀ ମାନେ ସମ୍ମାନ ପ୍ରଦର୍ଶନ କରିବେ ।

କନ୍ୟା- ଭୋଗ ବିଳାସରେ ସମୟ କଟିବ । କୌଣସି ସୁ-ସମ୍ବାଦ ପାଇ ଖୁସିରେ ଆତ୍ମହରା ହୋଇପଡିବେ । କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ।

ତୁଳା- ପଡୋଶୀଙ୍କ ସହିତ ବିବାଦୀୟ ପରିସ୍ଥିତି ଦେଖାଦେବ । ବନ୍ଧୁବର୍ଗମାନେ ସମାଲୋଚନା କରିବେ । କର୍ମ କ୍ଷେତ୍ରରେ ଆଳସ୍ୟତା ବୃଦ୍ଧି ପାଇବ । ସନ୍ତାନବର୍ଗଙ୍କୁ ନେଇ ଚିନ୍ତିତ ରହିବେ ।

ବିଛା- ନିଜକୁ ଅସହାୟ ବୋଧ କରିବେ । ମାନସିକ ସ୍ଥିତି ଅସ୍ଥିର ରହିବ । କର୍ମକ୍ଷେତ୍ରରେ ଉଦାସିନ ରହିପାରନ୍ତି । ହଠାତ୍ ଦୁ-ସମ୍ବାଦ ମନକୁ ବିଷାଦମୟ କରିଦେବ ।

ଧନୁ- କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରଶଂସିତ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥ ଆଗମନ ଯୋଗ ରହୁଛି । ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହୋଇପାରେ । ପାରିବାରିକ ଜୀବନ ସୁଖମୟ ହେବ ।

ମକର- ବିଭିନ୍ନ ସୂତ୍ରରୁ ଆୟ ହେବ । ଦେବ ଦର୍ଶନ ଓ ତୀର୍ଥ ଭ୍ରମଣ ଯୋଗ ରହୁଛି । ସାମାଜିକ କର୍ମରେ ଲିପ୍ତ ରହିବେ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ ।

କୁମ୍ଭ- ପାରିବାରିକ ଜୀବନରେ ଅଶାନ୍ତ ରହିବେ । ମାନସିକ ସ୍ଥିତି ଅସ୍ଥିର ରହିବ । ଭାତ୍ରୁ ବିବାଦ ଦେଖା ଦେଇପାରେ । ଆୟ ତୁଳନାରେ ବ୍ୟୟର ମାତ୍ରା ବୃଦ୍ଧି ପାଇବ ।

ମୀନ- ଗୃହରେ ମାଙ୍ଗଳିକ କାର୍ଯ୍ୟ ସଙ୍ଗଠିତ ହେବ । ମାନସିକ ଶାନ୍ତି ଅବ୍ୟାହତ ରହିବ । ସାମାଜିକ ସ୍ତରରେ ଯଶ ଖ୍ୟାତି ସମ୍ପନ୍ନ ହେବେ । ପାରିବାରିକ ଜୀବନ ସୁଖମୟ ହେବ ।

    ଯୋଗଯୋଗ- ୯୮୬୧୨୭୧୫୫୭

 ଜ୍ୟୋତିର୍ବିଦ ପ୍ର. ଗଜେନ୍ଦ୍ର କୁମାର ନାଥ

ମୋବାଇଲ କିଣନ୍ତୁ, କିଲେ ପିଆଜ ନିଅନ୍ତୁ

0

ଚେନ୍ନାଇ: ମାର୍କେଟ୍‌ରେ ପିଆଜ ଭାଉ ଏମିତି ହୋଇଛି ଯେ, ଲୋକେ କିଲେ ପିଆଜ କିଣିବାକୁ ଚାରିଥର ଚିନ୍ତା କରୁଛନ୍ତି । ସେଥିପାଇଁ ବଡ଼ ବଡ଼ ସପିଙ୍ଗ ମଲ୍‌ରେ ଚତୁର ବ୍ୟବସାୟୀମାନେ ଗ୍ରାହକଙ୍କୁ ପିଆଜ ଥୋପ ଦେଖାଇ ବ୍ୟବସାୟ କରୁଛନ୍ତି । ମାନେ ଦେଢ଼ ହଜାର ବା ଦୁଇ ହଜାର ଟଙ୍କାର ସପିଙ୍ଗ କଲେ କିଲେ ପିଆଜ ଫ୍ରି । ଆଉ କୋଉଠି ହଜାରେ ବା ଦେଢ଼ ହଜାର ଟଙ୍କାର ସପିିଙ୍ଗ କଲେ ପିଆଜ ଦରରେ ୫୦ ପ୍ରତିଶତ ରିହାତି ବି ମିଳୁଛି । ଲୋକ ବି ବ୍ୟବସାୟୀଙ୍କ ଜାଲରେ ପଡ଼ି ଏହି ଲୋକ ଦେଖାଣିଆ ସୋନେ ପେ ସୁହାଗା ଅଫରର ମଜା ନେଉଛନ୍ତି ।

ତାମିଲନାଡୁର ଜଣେ ମୋବାଇଲ ବ୍ୟବସାୟୀ ପିଆଜକୁ ଥୋପ କରିଛନ୍ତି । ଯେଉଁ ଗ୍ରାହକ ତାଙ୍କ ସପରୁ ମୋବାଇଲ କିଣିବେ ତାଙ୍କୁ ଏକ କିଲୋ ପିଆଜ ମାଗଣା ଦେଉଛନ୍ତି  ।ଏହି ଖବର ଏବେ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମୋବାଇଲ ସପର ମାଲିକ କହିଛନ୍ତି ଯେ, ତାଙ୍କ ମୋବାଇଲ୍ ସପର ଏତେ ଭଲ ବ୍ୟବସାୟ ହେଉନଥିଲା । ଯେବେଠୁ ସେ ଏହି ଅଭିନବ ଯୋଜନା ଆପଣେଇଛନ୍ତି ତାଙ୍କ ସପ୍ ଦିନକୁ ଦିନ ପପୁଲାର ହେବାରେ ଲାଗିଛି ଓ ଭଲ ବ୍ୟବସାୟ ମଧ୍ୟ ହେଉଛି ।

ମୂଷା ପଛରେ ପଡ଼ିଛି ରେଳବାଇ, ୩ ବର୍ଷରେ ଖର୍ଚ୍ଚ ହେଲାଣି …

0

ମୁମ୍ବାଇ: ଆପଣ ମୂଷା ମାରିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି । ଖୁବ୍ ବେଶୀରେ ୧୦୦ କି ଦେଢ଼ ଶହ । କିନ୍ତୁ ୱେଷ୍ଟର୍ଣ୍ଣ ରେଲଓ୍ୱେ ମୂଷା ମାରିବାକୁ ଦେଢ଼ କୋଟି ଖର୍ଚ୍ଚ କରିସାରିଲାଣି । 

ମୁମ୍ବାଇର ରେଳଧାରଣା ପାଇଁ ଏବେ କାଳ ପାଲଟିଛନ୍ତି ମୂଷା । ମୂଷା ରେଳଧାରଣା କଡ଼େ କଡ଼େ  ଯାଇଥିବା କେବଲ କାଟି ପକାଇବାର ସମ୍ଭାବନା ରହିଥାଏ । ଏହି ସବୁ ଅସୁବିଧାକୁ ରୋକିବା ପାଇଁ ରେଳ ବିଭାଗ ରୋଡେଣ୍ଟ କଣ୍ଟ୍ରୋଲ ନାମକ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦେଇଛି । ଏନେଇ ରୋଡେଣ୍ଟ କଣ୍ଟ୍ରୋଲ ୩ ବର୍ଷ ମଧ୍ୟରେ ୧କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲାଣି । ସବୁଠାରୁ ବଡ଼ କଥା ହେଉଛି ଏତେ ଟଙ୍କା ଖର୍ଚ୍ଚ କରିବା ପରେ ମାତ୍ର ୫ହଜାର ୪୫୭ଟି ମୂଷା ମରିଛନ୍ତି ।

ଏଭଳି ସୂଚନା ଦେଇଛି ମୁମ୍ବାଇର ଆରଟିଆଇ ବିଭାଗ । ଯଦି ଆମେ ହିସାବକରିବା ତେବେ ପ୍ରତି ଦିନ ୫ଟି ମୂଷା ମାରିବା ପାଇଁ ଖର୍ଚ୍ଚ ହେଉଛି ଦିନକୁ ୧୪ ହଜାର ଟଙ୍କା । ଅର୍ଥାତ୍ ଗୋଟିଏ ମୂଷା ପିଛା ଖର୍ଚ୍ଚ ହେଉଛି ୨୮୦୦ ଟଙ୍କା । ରେଳ ବିଭାଗ କହିଛି ରୋଡେଣ୍ଟ କଣ୍ଟ୍ରୋଲକୁ ଠିକାରେ ଦାୟିତ୍ୱ ଦିଆଯାଇଛି ବୋଲି ଏତିକି ଟଙ୍କା ଖର୍ଚ୍ଚ ହେଉଛି ।

ରାଜ୍ୟରେ ଖୋଲିବ ୪୫ଟି ଫାଷ୍ଟ୍‌ ଟ୍ରାକ୍ କୋର୍ଟ

ଭୁବନେଶ୍ୱର: ଏଣିକି ଖୁବ୍‌ଶୀଘ୍ର ପୀଡ଼ିତାଙ୍କୁ ମିଳିବ ନ୍ୟାୟ । ଏନେଇ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଯୁଦ୍ଧକାଳୀନ ଭିତ୍ତିରେ ଖୋଲିବ ୪୫ଟି ନୂଆ ଫାଷ୍ଟ ଟ୍ରାକ୍‌ କୋର୍ଟ । କେବଳ ମହିଳା ଦୁଷ୍କର୍ମ ଓ ଅତ୍ୟାଚାର ପାଇଁ କାମ କରିବ ୨୧ଟି କୋର୍ଟ । ପ୍ରତିଷ୍ଠା ହୋଇସାରିଥିବା ଆଉ ୨୪ଟି ପୋକ୍ସୋ କୋର୍ଟ ନାବାଳିକାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା ।

ହାଇକୋର୍ଟରେ ଫଇସଲା ନହୋଇ ପଡ଼ିରହିଥିବା ମାମଲା ଉପରେ ସୂଚନା ଦେଇ କହିଛନ୍ତି, ହାଇକୋର୍ଟରେ ବର୍ତ୍ତମାନ ୧୪ ବିଚାରପତି ପଦବୀ ଖାଲି ଅଛି । ଆମେ ଚାହୁଁଛୁ ଏହା ତୁରନ୍ତ ପୂରଣ ହେଉ ଫଳରେ ଲୋକଙ୍କୁ ତୁରନ୍ତ ନ୍ୟାୟ ମିଳିପାରିବ ।