spot_img
Home Blog Page 759

ଶିକ୍ଷା କ୍ଷେତ୍ରରେ ବିପ୍ଲବ ଆଣିଛି ନବୀନଙ୍କ ଦୂରଦୃଷ୍ଟି, ସଫଳତାର ଶିଖର ଛୁଇଁଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ

ନନ୍ଦିଘୋଷ ବ୍ୟୁରୋ : ଶିକ୍ଷା କ୍ଷେତ୍ରରେ ବିପ୍ଲବ ଆଣିଛି ନବୀନଙ୍କ ଦୂରଦୃଷ୍ଟି । ସଫଳତାର ଶିଖର ଛୁଇଁଛି ଓଡିଶା ଆଦର୍ଶ ବିଦ୍ୟାଳୟ । ନବୀନଙ୍କ ଏହି ପରିକଳ୍ପନା ବାସ୍ତବ ରୂପ ନେଇଥିବାରୁ ପ୍ରଶଂସା କରିଛନ୍ତି ଶିକ୍ଷାର୍ଥୀ ଓ ଶିକ୍ଷାବିତ। ଘରୋଇ ସିବିଏସଇ ସ୍କୁଲ ଭଳି ଓଡିଆ ଛାତ୍ରଛାତ୍ରୀଙ୍କି ଇଂରାଜୀ ମାଧ୍ୟମରେ ପାଠ ପଢିବାର ସୁଯୋଗ ସୃଷ୍ଟି କରିବାକୁ ୨୦୧୫ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ଓଡିଶା ଆଦର୍ଶ ବିଦ୍ୟାଳୟ । ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବ ମଧ୍ୟବିତ୍ତ ପିଲାଙ୍କ  ଶିକ୍ଷାର ବିକାଶ ପାଇଁ ପ୍ରତି ବ୍ଲକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗଢିଥିଲେ । ଗତକାଲି ପ୍ରକାଶ ପାଇଥିବା ସିବିଏସଇ ପରୀକ୍ଷାରେ ଘରୋଇ ସିବିଏସଇ ସ୍କୁଲକୁ ବି ମାତ ଦେଇଛନ୍ତି ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ । ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ପରୀକ୍ଷାରେ ପାସ ହାର ୯୧.୮ପ୍ରତିଶତ । ୧୦୬୨ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଦ୍ବାଦଶ ଶ୍ରେଣୀରେ ବିଜ୍ଞାନରେ ୭୨.୦୫ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ବାଣିଜ୍ୟରେ ପାସ ହାର ୭୭.୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ଏହାକୁ ନେଇ ନବୀନ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଏହି ସଫଳତା ନବୀନ ପଟ୍ଟନାୟକଙ୍କ ଶ୍ରେୟ ବୋଲି କହିଛନ୍ତି ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ସିବିଏସଇ ଦଶମରେ ଓଡ଼ିଶା ଟପ୍ପର ହୋଇଛନ୍ତି ଭଦ୍ରକର କାବ୍ୟରଞ୍ଜନ ମାଝୀ। ସେ ମୋଟ ୫୦୦ରୁ ୪୯୭ ମାର୍କ ତଥା ୯୯.୭ ପ୍ରତିଶତ ରଖିବାର  ସୌଭାଗ୍ୟ ହାସଲ କରିଛନ୍ତି। କାବ୍ୟରଞ୍ଜନ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପଳାଶଗଢିଆ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର । ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ବିଭିନ୍ନ ମହଲରୁ ଭିଡ଼ ଜମିଛି। ସେହିଭଳି ଭୁବନେଶ୍ବର ଉପକଣ୍ଠ ବାରଙ୍ଗର ଟପର ହୋଇଛନ୍ତି ସ୍ବାଗତ ପାଣିଗ୍ରାହୀ । ବାରଙ୍ଗ ଓଡିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ମୋଟ ୫୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହିତ କୃତକାର୍ଯ୍ୟ ହୋଇଛନ୍ତି । ସ୍ବାଗତ ପାଣିଗ୍ରାହୀ ମୋଟ ୫୦୦ ନମ୍ବର ରୁ ୪୭୦ ନମ୍ବର ରଖି ଉତ୍ତିର୍ଣ୍ଣ ହେବା ସହିତ ବିଦ୍ୟାଳୟର ଟପର ହୋଇ ବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ଯରେ ଶିକ୍ଷା କ୍ଷେତ୍ରରେ ଯେଉଁ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ ସେଥିରୁ ଆଦର୍ଶ ବିଦ୍ୟାଳୟ ଅନ୍ୟତମ । ଯାହା ଦ୍ବାରା ଗ୍ରାମାଞ୍ଚଳର ଗରିବ ମେଧାବୀ ଛାତ୍ରଛାତ୍ରୀ ମାନେ ମାଗଣାରେ ସିବିଏସଇ ପାଠ ପଢିବାର ସୁଯୋଗ ପାଇଛନ୍ତି ।

ଚୀନ ଓ ତୁର୍କୀ ବିରୋଧରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ଦୁଇ ବନ୍ଧୁ ରାଷ୍ଟ୍ର ଚୀନ ଓ ତୁର୍କୀ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତ ସରକାର। ଅପରେସନ ସିନ୍ଦୂର, ଭାରତୀୟ ସେନା ଓ ଭାରତ ସରକାରଙ୍କ ବିରୋଧରେ ବିଭ୍ରାନ୍ତିକର ଖବର ପ୍ରସାରଣ କରିବା ଦୁଇ ଦେଶର ଗଣମାଧ୍ୟମକୁ ମହଙ୍ଗା ପଡ଼ିଛି। ଭାରତୀୟ ସେନା ବିରୋଧରେ ମିଛ ପ୍ରଚାର କରୁଥିବା ଆଜି ଭାରତ ସରକାର ଚୀନର ଗ୍ଲୋବାଲ ଟାଇମ୍ସ ଓ ଜିନହୁଆର ଏକ୍ସ ଆକାଉଣ୍ଟକୁ ବ୍ୟାନ କରିଛନ୍ତି।

ଏଣିକି ଭାରତରେ ଏହି ଆକାଉଣ୍ଟରୁ ପୋଷ୍ଟ ହେଉଥିବା ତଥ୍ୟ ଦୃଶ୍ୟମାନ ହେବନି। ଗ୍ଲୋବାଲ ଟାଇମ୍ସ ଓ ଜିନହୁଆ ଚାଇନିଜ ସରକାରଙ୍କ ମୁଖପତ୍ର ଭାବେ ଜଣାଶୁଣା। ଏହି ଦୁଇ ଗଣମାଧ୍ୟମ ପାକିସ୍ତାନ କଥାରେ ଭାରତୀୟ ସେନା ବିରୋଧରେ ମିଥ୍ୟାର ପ୍ରଚାର କରୁଥିବାରୁ ଭାରତ ସରକାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗ୍ଲୋବାଲ ଟାଇମ୍ସ ହେଉଛି ଗୋଟିଏ ଇଂରାଜୀ ଖବରକାଗଜ। ଚାଇନିଜ କମ୍ୟୁନିଷ୍ଟ ପାର୍ଟି ମାଲିକାନାରେ ଥିବା ପିପୁଲ୍ସ ଡେଲୀ ଅଧୀନରେ ଏହା ରହିଛି। ସେହିପରି ଜିନହୁଆ ଚାଇନାର ଅଫିସିଆଲ ନ୍ୟୁଜ ଏଜେନ୍ସି।

ଭାରତୀୟ ସେନାର ଆତଙ୍କବାଦୀ ନିରୋଧ ଅପରେସନକୁ ନେଇ ଗ୍ଲୋବାଲ ଟାଇମ୍ସ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ କରୁଥିବାରୁ ବେଜିଂରେ ଥିବା ଭାରତୀୟ ଦୂତାବାସ ଆପତ୍ତି ଉଠାଇଥିଲା। ଦୂତାବାସ ପକ୍ଷରୁ କୁହାଯାଇଥିଲା ଯେ ଏପରି ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରସାରଣ କରିବା ପୂର୍ବରୁ ଗ୍ଲୋବାଲ ଟାଇମ୍ସ ତଥ୍ୟକୁ ଯାଞ୍ଚ କରୁ ଓ ନିଜର ସୂତ୍ରକୁ ଭଲ ଭାବେ ତଦାରଖ କରୁ। ଦୂତାବାସର ତାଗିଦ ପରେ ମଧ୍ୟ ଗ୍ଲୋବାଲ ଟାଇମ୍ସର ପାକିସ୍ତାନୀ ପ୍ରେମ କମି ନଥିଲା। ଖାସ ଏହି କାରଣ ପାଇଁ ଏବେ ଭାରତରେ ଗ୍ଲୋବାଲ ଟାଇମ୍ସର ଏକ୍ସ ଆକାଉଣ୍ଟକୁ ବ୍ୟାନ କରାଯାଇଛି।

ଅନ୍ୟପକ୍ଷରେ ଅପରେସନ ସିନ୍ଦୂର ପରେ ପାକିସ୍ତାନ ସେନା ଭାରତ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲା। ଏହି ଘଟଣାରେ ତୁର୍କୀ ଖୋଲାଖୋଲି ଭାବେ ପାକିସ୍ତାନକୁ ସହାୟତା କରିଥିଲା। ତୁର୍କୀ ପକ୍ଷରୁ ପାକିସ୍ତାନକୁ ଡ୍ରୋନ ମଧ୍ୟ ଯୋଗାଇ ଦିଆଯାଇଥିଲା। ଏପରି କି ତୁର୍କୀର ବ୍ରଡକାଷ୍ଟର ଟିଆରଟି ୱାର୍ଲ୍ଡ ଭାରତ ବିରୋଧରେ ପ୍ରଚାର କରିଥିଲା। ଏଥିପାଇଁ ଭାରତ ସରକାର ଟିଆରଟି ୱାର୍ଲ୍ଡର ଏକ୍ସ ଆକାଉଣ୍ଟକୁ ମଧ୍ୟ ବ୍ୟାନ କରିଛନ୍ତି। ଏବେ ଭାରତରେ ଏଥିରେ ପୋଷ୍ଟ ହେଉଥିବା ଖବର ଦେଖାଯାଉ ନାହିଁ। ତୁର୍କୀରୁ ଆସୁଥିବା ସେଓକୁ ଭାରତରେ ବୟକଟ କରାଯାଇଛି। ସେହିପରି ତୁର୍କୀ ବୁଲିବା ପାଇଁ ପୂର୍ବରୁ ବୁକିଂ କରିଥିବା ଲୋକମାନେ ମଧ୍ୟ ଏହାକୁ ବାତିଲ କରିବାରେ ଲାଗିଛନ୍ତି। ତୁର୍କୀ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିବାକୁ ସୋସିଆଲ ମିଡିଆରେ ଲୋକମାନେ ମତ ରଖିବାରେ ଲାଗିଛନ୍ତି। ବୟକଟ ତୁର୍କୀ ଏବେ ଟ୍ରେଣ୍ଡ କରୁଛି।

ବିବାଦ ଘେରରେ ରାଜ୍ୟ ସରକାରଙ୍କ ଆଉ ଏକ ନିଷ୍ପତ୍ତି

ଭୁବନେଶ୍ବର : ବିବାଦ ଘେରରେ ରାଜ୍ୟ ସରକାରଙ୍କ ଆଉ ଏକ ନିଷ୍ପତ୍ତି। ଶିକ୍ଷକଙ୍କ ବଦଳି ଭାଗ୍ୟ ବିଧାୟକ ଓ ସାଂସଦଙ୍କ ହାତକୁ ଟେକି ଦେଲେ ସରକାର। ପ୍ରତି ସାଂସଦ ଓ ବିଧାୟକ ନିଜ ଜିଲ୍ଲା ବା ନିର୍ବାଚନମଣ୍ଡଳୀର ୧୫ ଜଣ ଶିକ୍ଷକଙ୍କୁ ଜିଲ୍ଲା ଭିତରେ ବଦଳି ପାଇଁ ସୁପାରିଶ କରି ପାରିବେ। ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ହେଲେ ଏଥିରେ ଥିବା ସର୍ତ୍ତାବଳୀକୁ ନେଇ ଆପତ୍ତି ଉଠାଇଛନ୍ତି ଶିକ୍ଷକ। ବଦଳି ପ୍ରକ୍ରିୟାରେ ବିଧାୟକ ଓ ସାଂସଦଙ୍କ ସୁପାରିଶ ଉପରେ ପ୍ରଶ୍ନ ଉଠାଇଛି ଓଷ୍ଟା। ଅଫଲାଇନ ସହ  ଅନଲାଇନରେ ବି ଆବେଦନ ପାଇଁ ବି ଦାବି କରିଛି । କେବଳ ଅଫଲାଇନରେ ସୁପାରିଶ କରାଗଲେ ମେଡିକାଲ କେଶ୍ ବା ସ୍ବାମୀ-ସ୍ତ୍ରୀଙ୍କ ବଦଳି କ୍ଷେତ୍ରରେ ସମସ୍ୟା ଉପୁଜିବ। ଯେଉଁ ସ୍କୁଲରେ ଶିକ୍ଷକ ନାହାନ୍ତି, ସେଠାକୁ ଶିକ୍ଷକଙ୍କୁ ବଦଳି କରାଯାଉ। ଗାଁରୁ ସହରକୁ ବଦଳି ନ ହେବାର ନିୟମରେ ପରିବର୍ତ୍ତନ କରିବାକୁ ଦାବି କରିଛି ଓଷ୍ଟା । ଏବେ ଶିକ୍ଷକଙ୍କ ଭିତରେ ରାଜନୈତିକ ବଦଳିର ଭୟ ପଶିଛି । ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ କେବଳ ସରକାରୀ ଦଳର ନିର୍ବାଚିତ ପ୍ରତିନିଧିଙ୍କ କଥାକୁ ସରକାର ଅଗ୍ରାଧିକାର ଦେବେ ବୋଲି ଓଷ୍ଟା ଆଶଙ୍କା ପ୍ରକାଶ କରିଛି  ।

ବିରୋଧୀଙ୍କ ଅଭିଯୋଗ ସରକାର ବଦଳି ପ୍ରକ୍ରିୟାରେ ରାଜନୈତିକ ସୁପାରିଶକୁ ବିଧିବଦ୍ଧ ମାନ୍ୟତା ଦେଇଛନ୍ତି । ଏହାଦ୍ବାରା ବିରୋଧୀ ଦଳର ଜନପ୍ରତିନିଧି ଅଣଦେଖା ହେବାର ମଧ୍ୟ ଆଶଙ୍କା ରହିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ଯେ, ଗଣଶିକ୍ଷା ମନ୍ତ୍ରୀ କେବେ ବିରୋଧୀ ଦଳ କଥା ଶୁଣନ୍ତି ନାହିଁ । ବିଜେଡି କିନ୍ତୁ ବଦଳି ପାଇଁ ସୁପାରିଶ କରିବ ନାହିଁ ବୋଲି ସ୍ପଷ୍ଟ କରିଛି । ତେବେ ଏଥିରେ ସ୍ବାସ୍ଥ୍ୟଗତ ଦିଗକୁ ଗୁରୁତ୍ବ ଦେବାକୁ ବିଜେଡି ପ୍ରସ୍ତାବ ଦେଇଛି । ସେପଟେ ବଦଳି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବାକୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। ଶିକ୍ଷକଙ୍କ ବଦଳି ଓ ପୋଷ୍ଟିଂ ପାଇଁ ବିଭିନ୍ନ ସମୟରେ ନିର୍ବାଚିତ ପ୍ରତିନିଧିମାନେ ସୁପାରିଶ କରିଥାନ୍ତି । ତେବେ ଚଳିତ ଶିକ୍ଷା ବର୍ଷ ପାଇଁ ଏହାକୁ ରାଜ୍ୟ ସରକାର ବୈଧ କରିବା ପରେ ସର୍ତ୍ତାବଳୀ ପ୍ରକ୍ରିୟାକୁ ସରଳ ବଦଳରେ ଜଟିଳ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଜୁନ୍ ଶେଷ ସୁଦ୍ଧା ସମସ୍ତ ପଞ୍ଚାୟତରେ ହେବ ଦିବ୍ୟାଙ୍ଗ ଶକ୍ତି ଗ୍ରୁପ

ଭୁବନେଶ୍ବର : ପ୍ରତି ଗାଁରେ ଗଢାହେବ ଦିବ୍ୟାଙ୍ଗ ଶକ୍ତି ଗ୍ରୁପ। ଜୁନ୍ ଶେଷ ସୁଦ୍ଧା ସମସ୍ତ ପଞ୍ଚାୟତରେ ହେବ ଦିବ୍ୟାଙ୍ଗ ଶକ୍ତି ଗ୍ରୁପ । ମେ ଶେଷ ସୁଦ୍ଧା ସବୁ ଗାଁରେ ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରାଯାଇ ତାଲିକା ପ୍ରସ୍ତୁତ ହେବ। ନିଜ ନିଜର ଦକ୍ଷତା ଅନୁସାରେ ସେମାନଙ୍କ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବ ପଞ୍ଚାୟତିରାଜ ବିଭାଗ। ଏହା କାର୍ଯ୍ୟକାରୀ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ସାମାଜିକ ସୁରକ୍ଷା ବିଭାଗ। ମହାତ୍ମାଗାନ୍ଧୀ ନରେଗା ଯୋଜନାରେ ଦିବ୍ୟାଙ୍ଗମାନଙ୍କୁ ୧୦୦ ଦିନର କାମ ସୁନିଶ୍ଚିତ କରାଯିବ। ପଞ୍ଚାୟତରେ ଥିବା ସମସ୍ତ ଦିବ୍ୟାଙ୍ଗମାନଙ୍କୁ ଜବ୍ କାର୍ଡ ପ୍ରଦାନ କରାଯିବ। ଏଥିପାଇଁ ପଞ୍ଚାୟତିରାଜ ବିଭାଗ ଏକ ସ୍ବତନ୍ତ୍ର ଏସଓପି ପ୍ରସ୍ତୁତ କରିଛି। ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ସମ୍ମାନର ସହ ସମ୍ବୋଧିତ କରିବା ପାଇଁ ବିଭାଗ ନିର୍ଦ୍ଦେଶ ଦେଇଛି। ଏହା ବାଦ୍ କାର୍ଯ୍ୟକ୍ଷେତ୍ରରେ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ଥାଇ କ୍ରେଚ କରାଯିବ। ଆବଶ୍ୟକ ପଡ଼ିଲେ ଜଣେ ମହିଳା ଦିବ୍ୟାଙ୍ଗଙ୍କୁ ସହାୟକ ଭାବେ ନିୟୋଜିତ କରାଯିବ। ମହିଳା ଦିବ୍ୟାଙ୍ଗମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ଥିବା ଶ୍ରମିକମାନଙ୍କୁ ଜଳ ଯୋଗାଣ କରିବେ।

ଦିବ୍ୟାଙ୍ଗ ଶକ୍ତି ଗ୍ରୁପ ଗଠନ ଠାରୁ ଆରମ୍ଭ କରି ଦିବ୍ୟାଙ୍ଗମାନଙ୍କୁ କାମ ଯୋଗାଇବା କାମର ନିୟମିତ ତଦାରଖ କରିବେ ଜିଲ୍ଲାପାଳ। ଏଥିପାଇଁ ବିଭିନ୍ନ ସ୍ତରରେ ପ୍ରଚାର ପ୍ରସାର କରାଯିବା ସହ ଏନଜିଓମାନଙ୍କୁ ସାମିଲ କରାଯିବ । ହେଲେ ସରକାରଙ୍କ ଯୋଜନା ବାସ୍ତବତା ଠାରୁ ଅନେକ ଦୂରରେ ବୋଲି ବିଜେଡି କହିଛି । ନରେଗା ଯୋଜନାରେ ଲୋକଙ୍କ ବଦଳରେ ମେସିନ କାମ କରୁଛି । ଗାଁ ଗଣ୍ଡାରେ ଲୋକଙ୍କୁ କାମ ମିଳୁନଥିବା ବେଳେ ଦିବ୍ୟାଙ୍ଗମାନଙ୍କ ପାଇଁ ୧୦୦ ଦିନର କାମ ଯୋଗାଇବା ଅବାସ୍ତବ। କେବଳ ନିଜର ପ୍ରଚାର କରିବାକୁ ଏହି ଯୋଜନା ଆସିଛି ବୋଲି ବିଜେଡି କହିଛି । ତେବେ ସରକାରଙ୍କ ଏହି ଯୋଜନା ବହୁ ଆଡମ୍ବରେ ଲଘୁ କ୍ରିୟାରେ ପରିଣତ ହେବନି ତ ?

୧୧ ମାସରେ ଭୟଙ୍କର ସ୍ଥିତି, ରାଜ୍ୟରେ ନାରୀ ନିର୍ଯାତନାରେ ରେକର୍ଡ

ଭୁବନେଶ୍ଵର : ଓଡ଼ିଶାରେ ବଢୁଛି ନାରୀ ନିର୍ଯାତନା । ଉଦବେଗ ପ୍ରକାଶ କଲା ବିଧାନସଭା ଷ୍ଟାଣ୍ଡିଂ କମିଟି । ମୋହନ ସରକାର ଉପରେ ବର୍ଷିଲେ ମହିଳା ବିଧାୟିକା । ୧୧ମାସରେ ମାମଲା ବଢିଥିବା ନେଇ ମାନିଲା ଗୃହ ବିଭାଗ । ରାଜ୍ୟରେ ଅସୁରକ୍ଷିତ ହୋଇପଡିଛନ୍ତି ମହିଳା l ବିଜେପି ସରକାରର ୧୧ମାସରେ ଦୁଷ୍କର୍ମ, ହତ୍ୟା ଓ ନାରୀ ନିର୍ଯାତନା ରେକର୍ଡ କରିଛି l ନାବାଳିକାମାନେ ସ୍କୁଲ ଓ ହଷ୍ଟେଲ ଗର୍ଭବତୀ ହେବା ସହ ଶିଶୁ ନିଖୋଜ ଓ ହତ୍ୟା ବି ସୀମା ଟପିଲାଣି l ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ପୋଲିସ ପ୍ରତି ଦୁର୍ବୃତ୍ତଙ୍କ ଭୟ ରହୁନାହିଁ l ଫଳରେ ମହିଳାମାନେ ଆଉ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି l ଏହାକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିରେ ମହିଳା ବିଧାୟକମାନେ ଉଦବେଗ ପ୍ରକାଶ କରିଛନ୍ତି । ଆଜି ଅନୁଷ୍ଠିତ ତୃତୀୟ ବୈଠକରେ ଗୃହ ବିଭାଗ ସହିତ ଆଲେଚନା କରି ମହିଳା ବିଧାୟିକମାନେ ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି । ଗୃହ ବିଭାଗ ବି ମହିଳା ନିର୍ଯ୍ୟାତନା ମାମଲା ବଢିଥିବା ସ୍ବୀକାର କରିଥିବା ବିଧାୟିକାମାନେ କହିଛନ୍ତି । ପୋଲିସ ମାମଲା ରୁଜୁ କରୁନି । ହିନ୍ଦୋଳ ଏବଂ ତାଳଚେର ମାମଲାରେ ତୁରନ୍ତ ଚାର୍ଜସିଟ୍ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି ।

ସେପଟେ କମିଟିର ଅଧ୍ୟକ୍ଷ ତଥା ଶାସକ ଦଳର ବିଧାୟିକା ସୀମାରାଣୀ ନାଏକ କହିଛନ୍ତି ରାଜ୍ୟରେ ଶିଶୁ ଶ୍ରମିକ ଏବଂ ଭିକାରୀଙ୍କ ସଂଖ୍ୟା ଅଧିକ ରହିଛି । ସେମାନଙ୍କୁ ଉଦ୍ଧାର କରାଯିବ । ଇ_ଏଫଆଇଆର ଉପରେ ସଚେତନତା କରିବା ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କମିଟିର ସମସ୍ତ ସଦସ୍ୟ ଏନେଇ ଆଲୋଚନା କରିଛନ୍ତି । ଆସନ୍ତା ୧୮ ତାରିଖରେ କମିଟି କ୍ଷେତ୍ର ପରିଦର୍ଶନ କରିବ। ମହିଳା ଓ ଶିଶୁ ନିର୍ଯାତନା ମାମଲା କିପରି କମିବ ତାହା ଉପରେ ବୈଠକରେ ଆଲୋଚନା କରାଯାଇଛି l ବିଜେପି ସରକାର ବର୍ଷ ପୂର୍ତ୍ତି ପାଳନ କରିବାକୁ ସଜବାଜ ଆରମ୍ଭ କରିଥିବା ବେଳେ ରାଜ୍ୟରେ ମହିଳା ନିର୍ଯାତନା ନେଇ ଖୋଦ ମହିଳା ଜନ ପ୍ରତିନିଧିମାନେ ଉଦବେଗ ପ୍ରକାଶ କରିବା ବିଜେପି ସରକାରର ବିଫଳତାକୁ ପଦାକୁ ଆଣିଛି l ତେଣୁ ସୁଭଦ୍ରା ନୁହେଁ ମହିଳାଙ୍କୁ ରାଜ୍ୟରେ ସୁରକ୍ଷା ଦରକାର ବୋଲି ବିଧାୟିକାମାନେ ଦାବି କରିଛନ୍ତି l

ବିଭିନ୍ନ ଦେଶରୁ ବିତାଡିତ ହୋଇଛନ୍ତି ପ୍ରାୟ ପାଞ୍ଚ ହଜାର ପାକିସ୍ତାନୀ ଭିକାରୀ

ନନ୍ଦିଘୋଷ ବ୍ୟୁରୋ :  ଲୋକମାନେ ବିଦେଶରେ କାମ କରିବା କିମ୍ବା ଏକ ଭଲ ଜୀବନ ବଞ୍ଚିବା ଆଶାରେ ନିଜ ଦେଶ ଛାଡିଥାନ୍ତି । କିନ୍ତୁ ହଜାର ହଜାର ପାକିସ୍ତାନୀ ନାଗରିକ ବିଦେଶରେ ଭିକ ମାଗିବାକୁ ନିଜର ବୃତ୍ତି କରିନେଇଛନ୍ତି। ଏହି କାରଣରୁ ୨୦୨୪ ଏବଂ ୨୦୨୫ ର ପ୍ରଥମ ପାଞ୍ଚ ମାସରେ ବିଭିନ୍ନ ଦେଶରୁ ମୋଟ ୫୪୦୨ ଜଣ ପାକିସ୍ତାନୀ ଭିକାରୀଙ୍କୁ ବିତାଡିତ କରାଯାଇଛି  ।

ପାକିସ୍ତାନର ଗୃହ ମନ୍ତ୍ରଣାଳୟ ଦ୍ୱାରା ବୁଧବାର ଏନଏରେ ଉପସ୍ଥାପିତ ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ଲୋକମାନେ ଭିସା ସହିତ ଉପସାଗରୀୟ ଦେଶ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ପହଞ୍ଚିଥିଲେ, କିନ୍ତୁ ସେଠାକୁ ଯିବା ପରେ ସେମାନେ ଭିକ ମାଗିଥିଲେ । ଅନେକ ଲୋକ ଧାର୍ମିକ ଭିସା କିମ୍ବା ଓ୍ବର୍କ ଭିସାର ଆଶ୍ରୟ ନେଇଥିଲେ, କିନ୍ତୁ ସେମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ଅନ୍ୟ କିଛି ଥିଲା।

ରିପୋର୍ଟ ଅନୁଯାୟୀ, କେବଳ ୨୦୨୪ ମସିହାରେ ବିଭିନ୍ନ ଦେଶରୁ ୪,୮୫୦ ଜଣ ପାକିସ୍ତାନୀ ଭିକାରୀଙ୍କୁ ଫେରାଇ ଦିଆଯାଇଥିଲା। ଏମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ସଂଖ୍ୟକ ଲୋକ ସାଉଦି ଆରବରୁ ବହିଷ୍କୃତ ହୋଇଥିଲେ। ସାଉଦି ଆରବରୁ ୪,୪୯୮ ଭିକାରୀଙ୍କୁ ବହିଷ୍କାର କରାଯାଇଛି। ଏହା ବ୍ୟତୀତ, ଇରାକରୁ ୨୪୨ ଜଣ, ମାଲେସିଆରୁ ୫୫ ଜଣ ଏବଂ ସଂଯୁକ୍ତ ଆରବ ଏମିରେଟ୍ସରୁ ୪୯ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

୨୦୨୫ ମସିହାର ପ୍ରଥମ ପାଞ୍ଚ ମାସରେ ମଧ୍ୟ ୫୫୨ ଜଣ ଭିକାରୀଙ୍କୁ ବିଦେଶରୁ ବାହାର କରାଯାଇଥିଲା। ଏମାନଙ୍କ ମଧ୍ୟରୁ କେବଳ ସାଉଦି ଆରବରୁ ୫୩୫ ଜଣ, ୟୁଏଇରୁ ୯ ଜଣ ଏବଂ ଇରାକରୁ ୫ ଜଣଙ୍କୁ ବହିଷ୍କାର କରାଯାଇଥିଲା। ଏତେ ସଂଖ୍ୟାରେ ଭିକାରୀଙ୍କ ଫେରିବା ପାକିସ୍ତାନର ପ୍ରବାସୀ ନୀତି ଏବଂ ଭିସା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।

ଧୂଳିସାତ ହେଲା କ୍ରିମିନାଲଙ୍କ ‘ଗ୍ୟାଙ୍ଗସ୍ ଅଫ ଗଞ୍ଜାମ’ ଗଢିବାର ସ୍ୱପ୍ନ

ଭୁବନେଶ୍ୱର : ଧୂଳିସାତ ହେଲା କ୍ରିମିନାଲଙ୍କ ‘ଗ୍ୟାଙ୍ଗସ୍ ଅଫ ଗଞ୍ଜାମ’ ଗଢିବାର ସ୍ୱପ୍ନ  । ଗ୍ୟାଙ୍ଗଷ୍ଟାରଙ୍କୁ ଚେକ ଦେବାକୁ ପୋଲିସର “ଅପରେସନ କ୍ଲିନ ସୁଇପ” । ମୁଙ୍ଗେର ମାଉଜରରେ ବଡବଡ଼ିଆଙ୍କ ଗଡ଼ିଥାନ୍ତା ମୁଣ୍ଡ । ବୟାଳିସ ମୌଜା ଲିଙ୍କ ପରେ ବିହାର ଗଲା ସ୍ପେଶାଲ ଟାସ୍କଫୋର୍ସ। ମେ’ ୪ ରେ ୧୭ ବନ୍ଧୁକ ଆଉ ମେ’ ୧୩ ରେ ୮ ବନ୍ଧୁକ । ସପ୍ତାହ ବ୍ୟବଧାନରେ ୨୫ ବନ୍ଧୁକ ସହ ୩୮ ହାର୍ଡକୋର ଗିରଫ ପରେ ଗଞ୍ଜାମରେ ଏବେ ପଡିଛି ଚହଳ । ସହରରେ ବେତାଜ ବାଦଶାହ ବନିବା ପାଇଁ ଅଣ୍ଟାରେ ମେସିନ ଖୋସି ବୁଲୁଥିଲେ । ଜମି ହଡପ, ବୋମାମାଡ଼, ଲୁଟ, ଠିକାଦାରୀ , ମଦ ଡିଲ କରିବା ପାଇଁ ଗ୍ୟାଙ୍ଗ ଗଢୁଥିଲେ। ରାଜନେତାଙ୍କ ଛତ୍ରଛାୟାରେ ରହି ମୋଷ୍ଟ ୱାଣ୍ଟେଡ ଅପରାଧୀ ଆଲୋକ ପ୍ରଧାନ ‘ଗ୍ୟାଙ୍ଗସ ଅଫ ଗଞ୍ଜାମ’ ର ଲିଡ଼ର ବନିଥିଲା । ଆଉ ସେହି ଲିଡରକୁ ଧରିବା ପାଇଁ ବିହାର ଗସ୍ତ କରିଛି କ୍ରାଇମବ୍ରାଞ୍ଚର STF । ଆଲୋକ ବିହାରରେ ଲୁଚିଥିବା ଖବର ପାଇଛି STF । ମୁଙ୍ଗେରରୁ ବନ୍ଧୁକ ଆଣି ୮୦ ହଜାର ଟଙ୍କାରେ ଗଞ୍ଜାମରେ ବିକ୍ରି କରୁଥିଲା ଆଲୋକ। ମୁଙ୍ଗେର ବନ୍ଧୁକର ଛାଞ୍ଚ, କଟକ ବୟାଳିସ ମୌଜାରେ ପଡୁଥିବା ଖବର ପାଇବା ପରେ ତଦନ୍ତକୁ ବ୍ୟାପକ କରିଛି STF ।

ସେପଟେ ଗତକାଲି ପୋଲସରା, ଆସିକା, କୋଟିନଡ଼ା , ହିଁଜିଳି ଥାନା ଇଲାକାରୁ ଗିରଫ ୨୦ ଅଭିଯୁକ୍ତଙ୍କ ମଧ୍ୟରୁ ଅନେକ ଥିଲେ ପୋଲିସର ହିଟ ଲିଷ୍ଟରେ। ଗିରଫ ଅଭିଯୁକ୍ତଙ୍କ ଭିତରୁ ଜଣେ ସୁରଟର ମୋଷ୍ଟ ୱାଣ୍ଟେଡ ବୋଲି ଜାଣିବାକୁ ପାଇଛି ପୋଲିସ । ଆଲୋକକୁ ଏମାନଙ୍କ ଭିତରୁ ଅନେକ ଗଡ଼ଫାଦର ଭାବେ ମାନୁଥିଲେ । ଆଉ ଗଞ୍ଜାମ ପାଇଁ ଶିବ ଜେନା ନାମକ କ୍ରିମିନାଲକୁ ଦାୟିତ୍ଵ ଦେଇ ବନ୍ଧୁକ ବେପାରକୁ ସାରା ଓଡ଼ିଶାରେ ବଢାଇବାକୁ ଲାଗିଥିଲା ଆଲୋକ। ତେବେ ଏଠାରେ ପ୍ରଶ୍ନ ଉଠୁଛି , କିଏ ସେହି ବାହୁବଳୀ ? କାହା ଛତ୍ରଛାୟାରେ ଗଞ୍ଜାମରେ ଗଢିଉଠୁଥିଲା ଗ୍ୟାଙ୍ଗ ? ମୁଙ୍ଗେରରୁ ମିସ୍ତ୍ରୀ ଓ କୋଲକାତାରୁ କାରିଗର ଆଣିବାରେ କାହାର ଥିଲା ହାତ ? କେବଳ ଗଞ୍ଜାମ ନୁହେଁ, ସାରା ଓଡ଼ିଶାରେ ଏବେ ବଢ଼ିବାରେ ଲାଗିଛି ବନ୍ଧୁକ କାରବାର । ମୁଣ୍ଡକୁ ପିତ୍ତ ଚଢ଼ିଗଲେ ସହରରେ ଘନ ଘନ ଗୁଳି ଫୁଟୁଥିବା ଶବ୍ଦ ପୋଲିସର ପାରିବାପଣିଆ ପ୍ରତି ସୃଷ୍ଟି କରିଛି ପ୍ରଶ୍ନବାଚୀ।

ଦକ୍ଷିଣ ଓଡ଼ିଶାବାସୀଙ୍କ ଭରସା ଭାଙ୍ଗୁଛି ଏମକେସିଜି

ବ୍ରହ୍ମପୁର : ଦକ୍ଷିଣ ଓଡିଶାରେ ରୋଗୀଙ୍କ ଆଶା ଭରସାକୁ ଧୂଳିସାତ କରୁଛି ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ । ଦୈନିକ ହଜାର ହଜାର ଲୋକ ଏଠାକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଏଠି ରୋଗୀଙ୍କୁ ମିଳୁନି ନିୟମିତ ପରିସ୍କାର ବେଡସିଟ୍ । ଗୋଟିଏ ବେଡସିଟ ଏକାଧିନ ଦିନ ଧରି ଗୋଟିଏ ବେଡରେ ପଡି ରହୁଛି । ୱାର୍ଡରୁ ମଧ୍ୟ ନିୟମିତ ଭାବେ ସଫେଇ ପାଇଁ ବେଡସିଟ ସଂଗ୍ରହ କରାଯାଉନି । ସପ୍ତାହର ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ରଙ୍ଗର ବେଡସିଟ ଦେବାର ନିୟମ ବି ରହିଛି । ଏଥିପାଇଁ ମାସକୁ ଲକ୍ଷାଧୂକ ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି । ହେଲେ ରୋଗୀଙ୍କୁ ମିଳୁନି ସଫା ବେଡସିଟ୍ । ଏକ ଘରୋଇ ସଂସ୍ଥାକୁ ନିୟମିତ ବେଡସିଟ ସଫେଇ ଦାୟିତ୍ବ ଦିଆଯାଇଛି । ସେହି ସଂସ୍ଥା ପକ୍ଷରୁ ପ୍ରତ୍ୟେକ ଦିନ ବେଡସିଟ ସଂଗ୍ରହ କରି ସଫା ବେଡସିଟ ଯୋଗାଯିବା କଥା । ହେଲେ ସଂପୃକ୍ତ ସଂସ୍ଥାର କର୍ମଚାରୀମାନେ ନିୟମିତ ବେଡସିଟ ସଂଗ୍ରହ କରୁନଥିବା ଅଭିଯୋଗ ହେଉଛି । ବେଡସିଟ ସଫେଇ ଦାୟିତ୍ୱରେ ଥିବା ଘରୋଇ ସଂସ୍ଥା ଆଂଶିକା ସର୍ଭିସ୍ ଠିକାଦାର ଭୁବନେଶ୍ବରରେ ରହି ଅପେରେଟ କରୁଥିବାରୁ ଏଭଳି ଅବ୍ୟବସ୍ଥା ଦେଖାଦେଇଛି ।

ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପ୍ରତିଦିନ ଦକ୍ଷିଣ ଓଡ଼ିଶା ତଥା ପଡୋଶୀ ଆନ୍ଧ୍ର ପ୍ରଦେଶରୁ ଶହ ଶହ ରୋଗୀ ଉତ୍ତମ ଚିକିତ୍ସା ପାଇ ଆସିଥାନ୍ତି। ଆଉ ସେହି ତୁଳନାରେ ରୋଗୀଙ୍କୁ ବେଡ ଦିଆଯାଏ। ହେଲେ ରୋଗୀଙ୍କୁ ସଫା ବେଡସିଟ ମିଳୁନଥିବାରୁ ଅସନ୍ତୋଷ ଦେଖାଦେଇଛି । ଠିକାଦାରଙ୍କ କହିବା ଅନୁଯାଇ ପ୍ରତିଦିନ ୮୦୦ ଶହ ବେଡସିଟ ସଫେଇ ହେଉଛି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯଦି ୮୦୦ ଶହ ବେଡସିଟ ସଫେଇ ହେଉଛି ତାହାହେଲେ ରୋଗୀଙ୍କୁ ଠିକରେ ମିଳୁନାହଁ କାହିଁକି? ଏମକେସିଜି ମେଡିକାଲ କଲେଜର ଏଭଳି ଅବ୍ୟବସ୍ଥା ପାଇଁ ଧିରେ ଧିରେ ରୋଗୀ ଘରୋଇ ମେଡିକାଲ ମୁହାଁ ହେଉଛନ୍ତି ।

ଆଗକୁ ବଢୁନି ଜୟପୁର ବାଇପାସ୍ ରାସ୍ତା କାମ

ଜୟପୁର ; ଯଥା ପୂର୍ବଂ ତଥା ପରଂ । ଆଗକୁ ବଢୁନି ଜୟପୁର ବାଇପାସ୍ ରାସ୍ତା କାମ । ଦୀର୍ଘ ବର୍ଷ ପରେ ବି କାର୍ଯ୍ୟ ଶେଷ ହେଉନଥିବାରୁ ସୃଷ୍ଟି ହୋଇଛି ଜନଅସନ୍ତୋଷ ।  କୋରାପୁଟ ଜିଲ୍ଲାର ଜୟପୁର ମୁଖ୍ୟ ରାସ୍ତା ୩୨୬ ସହ ୨୬ ନମ୍ବର ଜାତୀୟ ରାଜପଥ ସଂଯୋଗ କରୁଛି । ପ୍ରତିଦିନ ଏହି ରାସ୍ତା ଦେଇ ବିଶାଖାପାଟଣାରୁ ରାଇପୁରକୁ ଶହ ଶହ ଭାରିଜାନ ଯିବା ଆସିବା କରୁଛି । ଯାହା ଫଳରେ ସହରରେ ଟ୍ରାଫିକ ସମସ୍ଯା ସୃଷ୍ଟି ହେଉଛି । ଜାତିୟ ରାଜପଥ ରାସ୍ତା ପାର୍ଶ୍ବରେ ବିକ୍ରମ ଦେବ ବିଶ୍ବ ବିଦ୍ୟାଳୟ ସାଙ୍ଗକୁ ସରକାରୀ ମହିଳା ମହାବିଦ୍ୟାଳୟ ଥିବାରୁ ସବୁବେଳ ଦୁର୍ଘଟଣା ବିପଦ ରହିଛି । ହେଲେ ୮୪.୫୮  କୋଟି ବ୍ୟୟରେ ୨୦୨୩ରୁ ଆରମ୍ଭ ହୋଇଥିବା ଏହି ବାଇପାସ୍ ରାସ୍ତା କାମ ସରିବାର ନାଁ ଧରୁନି । ନୁଆଁ ସରକାର ଆସିବା ପରେ କାହିକିଁ କାର୍ଯ୍ୟ ବଢିପାରୁନାହିଁ । ଏଥିପାଇଁ ଜାତୀୟ ରାଜପଥ ଦାୟୀ ନା ଅନ୍ୟ କେହି ବୋଲି ପ୍ରଶ୍ନ ଉଠିଛି  । ଗତ ଜିଲ୍ଲା ପରିଷଦ ବୈଠକରେ ବି ଜାତିୟ ରାଜପଥ ବିଭାଗ ଉପରେ ବର୍ଷିଥିଲେ ଜନ ପ୍ରତିନିଧି । ତୁରନ୍ତ କାର୍ଯ୍ୟ ସଂପୁର୍ଣ୍ଣ ନହେଲେ ଆଗାମୀ ଦିନରେ ଏକ ବିରାଟ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଜୟପୁର ଜନସାଧାରଣ ।

ଜୟପୁର ଜାତୀୟ ରାଜପଥ ବିଭାଗକୁ ଦାୟୀ କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ  ବାହିନୀପତି । ବିଭାଗର ଅପାରଗତା ଯୋଗୁଁ କାର୍ଯ୍ୟ ଆଗକୁ ବଢିପାରୁନାହିଁ ।  ନିଶ୍ଟିତ ଭାବେ ଏ ନେଇ  ରାଜ୍ଯ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ବିଧାୟକ । ଏପଟେ  ଯଥାଶୀଘ୍ର ବାଇପାସ ରାସ୍ତା କରିବାକୁ ଉଦ୍ୟମ ଚାଲିଛି ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ । ଠିକାଦାରଙ୍କୁ ଏତେ ସହାନୁଭୁତି କାହିକିଁ ଦେଖାଉଛି ଜାତୀୟ ରାଜପଥ ବିଭାଗ ?  ଠିକାଦାର ଓ ବିଭାଗ ମଧ୍ଯରେ ମଧୁଚନ୍ଦ୍ରିକା ଯୋଗୁ ରାସ୍ତା କାମ ବିଳମ୍ବ ନେଇ ଅଭିଯୋଗ ବାଢିଛନ୍ତି ସ୍ଥାନୀୟଲୋକ ।

ବଲାଙ୍ଗୀରରେ ଡାକ୍ତର ମରୁଡି, ୨୨ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ୩୩୮ ପଦବୀ ଖାଲି

ବଲାଙ୍ଗୀର : ଦୀପ ତଳ ଅନ୍ଧାର । ବଲାଙ୍ଗୀର ଜିଲ୍ଲାରେ ଦେଖିବାକୁ ମିଳିଛି ଉକ୍ତିର ଜ୍ବଳନ୍ତ ଉଦାହରଣ ।  ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ  ଜିଲ୍ଲାରେ ଡାକ୍ତର୍ ମରୁଡି । ହେଲେ ଚାଲିଛି ଡେପୁଟେସନ ଖେଳ I  ବଲାଙ୍ଗୀର ଭଳି ଅନୁନ୍ନତ ଓ ଦାଦନ, ମାଓପ୍ରବଣ ଅଞ୍ଚଳରେ ସ୍ୱାସ୍ଥ୍ୟସେବାରେ ବିପ୍ଳବ ଆଣିବାକୁ ଚେଷ୍ଟା କରିଥିଲେ ତତ୍କାଳୀନ ସରକାର  I ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବା ସହ ଡାକ୍ତର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିଲେ I ନିର୍ବାଚନ ପୂର୍ବରୁ ବହୁ ପ୍ରତୀକ୍ଷିତ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ଉଦଘାଟନ ମଧ୍ଯ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I କିନ୍ତୁ ନୂଆ ସରକାର ଆସିବା ପରେ ବଲାଙ୍ଗୀର ସ୍ୱାସ୍ଥ୍ୟମନ୍ତ୍ରୀ ପାଇଥିଲା I ହେଲେ ଲୋକଙ୍କ ଆଶା ତ ପୂରଣ ହୋଇ ପାରିଲା ନାହିଁ ବରଂ ଡାକ୍ତର ଓ ପ୍ରଫେସର ସରକାରଙ୍କୁ ହାତ କରି ଅନ୍ୟତ୍ର ଚାଲିଯାଉଥିବା ଅଭିଯୋଗ ହୋଇଛି  I ଇଏନଟି ବିଭାଗରେ ଥିବା ଏକ ମାତ୍ର ପ୍ରଫେସର ସତ୍ୟଜିତ ମିଶ୍ରଙ୍କୁ ବୁର୍ଲା ଭୀମସାର ମେଡିକାଲକୁ ଡେପୁଟେସନରେ ପଠାଯାଇଛି I ସେ ଡେପୁଟେସନ ଯିବାପରେ ସେହି ବିଭାଗରେ ପ୍ରଫେସର ପଦବୀ ଖାଲି ପଡିଛି  I ରୋଗୀ ମାନେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡା ହୋଇ ଫେରି ଯାଉଛନ୍ତି  I ଅନ୍ୟ ବିଭାଗ ଗୁଡିକରେ ମଧ୍ଯ ଡାକ୍ତର ଅଭାବ ଯୋଗୁଁ ରୋଗୀ ସେବା ବ୍ୟାହତ ହୋଇଛି I ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ଶତାଧିକ ଡାକ୍ତର ମରୁଡି ଥିବା ବେଳେ ଡେପୁଟେସନ ଖେଳର ଭିତିରି ରହସ୍ୟ କ’ଣ ବୋଲି ପ୍ରଶ୍ନ ଉଠିଛି I

ଜିଲ୍ଲାର ୨୨ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ୬୦୪ ଜଣ ଡାକ୍ତର ରହିବା ଆବଶ୍ୟକ । କିନ୍ତୁ ୨୬୬ ଜଣ ଡାକ୍ତର ଅଛନ୍ତି I ଜିଲ୍ଲାରେ ୩୩୮ ଡାକ୍ତର ପଦବୀ ଖାଲି ପଡ଼ିଛି I ଏଥିରୁ କିଛି ଚୁକ୍ତିଭିତ୍ତିକ ଡାକ୍ତର ଅଛନ୍ତି I ସମସ୍ତ ମେଡିକାଲରେ ଡାକ୍ତର ଅଭାବ ଥିବାବେଳେ ପ୍ରଫେସର ଏବଂ ବରିଷ୍ଠ ଡାକ୍ତରଙ୍କୁ ଅନ୍ୟ ମେଡିକାଲକୁ ଡେପୁଟେସନରେ ପଠାଇବା ଯୋଗୁ ସ୍ୱାସ୍ଥ୍ୟସେବା ଆହୁରି ଦୟନୀୟ ହୋଇ ପଡିଛି  I ଏହାକୁ ସ୍ପୀକାର କରିଛନ୍ତି ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ପ୍ରଫେସର ଡା. ମାନସୀ ପଣ୍ଡା । ବଲାଙ୍ଗୀର ଜିଲ୍ଲାରୁ ଡାକ୍ତର୍ ମାନେ ଚାଲି ଯିବା ମନ୍ତ୍ରୀଙ୍କ ଦକ୍ଷତା ଓ ମନୋଭାବକୁ ପଦାରେ ପକାଇଛି ବୋଲି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ କହିଛନ୍ତି    ।