spot_img
Home Blog Page 7592

ଭୁବନେଶ୍ୱର: ବିମାନବନ୍ଦରରୁ ସୁନା ଜବତ । ୨୧୫ ଗ୍ରାମ୍ ସୁନା ଜବତ କଲା କଷ୍ଟମ୍ସ ବିଭାଗ । କ୍ୱାଲାଲମପୁରରୁ ଏୟାର ଏସିଆ ବିମାନରେ ୪୮ ପିସ୍ ସୁନା ନେଇ ଆସୁଥିଲେ । ମଦୁରାଇର ଉକ୍ତ ଯାତ୍ରୀଙ୍କୁ ଅଟକ ରଖି ଜେରା କରୁଛି ବିଭାଗ । ହ୍ୟାଣ୍ଡ ବ୍ୟାଗ୍ ଓ ଲଗେଜରେ ଆଣୁଥିଲେ ସୁନା ।

ଭୁବନେଶ୍ୱର: ବିମାନବନ୍ଦରରୁ ସୁନା ଜବତ । ୨୧୫ ଗ୍ରାମ୍ ସୁନା ଜବତ କଲା କଷ୍ଟମ୍ସ ବିଭାଗ । କ୍ୱାଲାଲମପୁରରୁ ଏୟାର ଏସିଆ ବିମାନରେ ୪୮ ପିସ୍ ସୁନା ନେଇ ଆସୁଥିଲେ । ମଦୁରାଇର ଉକ୍ତ ଯାତ୍ରୀଙ୍କୁ ଅଟକ ରଖି ଜେରା କରୁଛି ବିଭାଗ । ହ୍ୟାଣ୍ଡ ବ୍ୟାଗ୍ ଓ ଲଗେଜରେ ଆଣୁଥିଲେ ସୁନା ।

ଫୋନ ଦେଖି ଦେଖି ପିଟିଦେଲେ ଆମ୍ବୁଲାନ୍ସ

ବୌଦ୍ଧ: ରୋଗୀଙ୍କୁ ଆମ୍ବୁଲାନ୍ସରେ ନେଲାବେଳେ ଫୋନ ଦେଖିଲେ ଡ୍ରାଇଭର, ଘଟିଲା ଦୁର୍ଘଟଣା । ଏଥିରେ ଡ୍ରାଇଭରଙ୍କ ସହିତ ଅନ୍ୟମାନେ ଆହତ ହୋଇଛନ୍ତି । ବୌଦ୍ଧ ଜିଲ୍ଲା ଚାରିଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଲକ୍ଷ୍ମଣପୁରର ନରୋତ୍ତମ ବିଶ୍ବାଳ ତାଙ୍କ ପୁଅକୁ ୧୦୮ ଆମ୍ବୁଲାନ୍‌ସରେ ପୁରୁଣା କଟକ ଡାକ୍ତରଖାନାକୁ ନେଉଥିଲେ ।

କିନ୍ତୁ ଆମ୍ବୁଲାନ୍‌ସ ଡ୍ରାଇଭର ଅଜୟ ମହାନନ୍ଦିଆ ବାରମ୍ବାର ମୋବାଇଲ୍‌ ଦେଖୁଥିଲେ । ଏହି କାରଣରୁ ଆମ୍ବୁଲାନ୍‌ସ ରାସ୍ତା ତଳକୁ ଖସି ଗଛରେ ପିଟି ହୋଇଯାଇଥିଲା । ଏଥିରେ ନିଜେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ରୋଗୀଙ୍କ ସଂପର୍କୀୟ ନରୋତ୍ତମ ବିଶ୍ବାଳ ମଧ୍ୟ ଆହତ ହୋଇଛନ୍ତି ।

ବେତ ଭାଙ୍ଗିଲା ଯାଏଁ ପିଟି ଚାଲିଥିଲେ ସାର୍, ଆଣ୍ଠେଇ କାନ୍ଦୁଥିଲେ ପିଲା- ଦେଖନ୍ତୁ ଭିଡିଓ

ଘଟଗାଁ: ଶିକ୍ଷକ ଯିଏ ଶିଖାନ୍ତି ନମ୍ରତା, ସହନଶୀଳତା । ଯାହାଠାରୁ ଦୁନିଆ ଶିଖେ ବଞ୍ଚିବା ଓ ଅନ୍ୟକୁ ବଞ୍ଚାଇବାର କୌଶଳ । ନିର୍ଦ୍ଦୟ ନୁହଁ ବରଂ ସମସ୍ତଙ୍କ ପ୍ରତି ଦୟାବାନ ହେବାକୁ ଶିକ୍ଷକ ବତାନ୍ତି ଓ ପ୍ରେରଣା ଦିଅନ୍ତି । ଗୁରୁଙ୍କ ଏଭଳି ଗାରିମାର ବହୁ ନଜିର୍ ମଧ୍ୟ ରହିଛି । ହେଲେ, ଗୁରୁ ଯେ ଛାତ୍ରଛାତ୍ରୀଙ୍କ ପ୍ରତି ଏତେ ଅମଣିଷ ପାଲଟିଯିବେ ଯେ କେହି ଏହା ନଦେଖିଲେ ବିଶ୍ୱାସ କରିପାରିବ ନାହିଁ । 

ଦଣ୍ଡମୁକ୍ତ ଅଞ୍ଚଳରେ ଦିଆଯାଇଛି ଦଣ୍ଡ । ସୀମା ଟପିଛନ୍ତି ଶିକ୍ଷକ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକରେ ଶିକ୍ଷକଙ୍କ ମାଡ଼ ଭିଡିଓ ଭାଇରାଲ ହୋଇଛି । ପିଟାଟାଙ୍ଗର ସ୍କୁଲର ଏ ଟିଙ୍ଗା ଶିକ୍ଷକ ଜଣକ ହେଉଛନ୍ତି ରତି ନାରାୟଣ ରାଉତ । ଭାଇରାଲ ଭିଡିଓ ଅଭିଯୋଗ ପ୍ରକାରେ ସାର୍ ପଚାରିଥିବା ପ୍ରଶ୍ନର ଉତ୍ତର ପିଲା ଦେଇପାରି ନଥିଲେ । ଆଉ ଏଥିରେ ରାଗିପାଚି ଲାଲ୍ ହୋଇଯାଇଥିଲେ ସାର୍ ।ଖରାବେଳେ ପିଲାଙ୍କୁ ସ୍କୁଲ ବାରଣ୍ଡାରେ ଆଣ୍ଠେଇବା ସହ ବେତ ଭାଙ୍ଗିବା ଯାଏଁ ମନ ଇଚ୍ଛା ପିଟିଥିଲେ ସାର୍ । ପିଲାଙ୍କ ଆଖିରୁ ଝରୁଥିଲା ଧାର ଧାର ଲୁହ । ହେଲେ ଛୁଆଙ୍କ ଲୁହରେ ତରଳି ନଥିଲା ନିର୍ଦ୍ଦୟ ସାରଙ୍କ ବେଦରଦି ହୃଦୟ । କିଛି ସମୟ ଧରି ଶିକ୍ଷକ ୧୦ରୁ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ବେତରେ ଏମିତି ମାଡ଼ ମାରି ଚାଲିଥିଲେ ।ଏବେ ସୋସିଆଲ୍ ମିଡିଆରେ ସାର୍, ଛାତ୍ରଛାତ୍ରୀଙ୍କୁ ମାଡ଼ ମାରୁଥିବାର ଭିଡିଓ ଭାଇରାଲ୍ ହୋଇଛି । ଏନେଇ ସମ୍ପୃକ୍ତ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ଅନ୍ୟପଟେ ତଦନ୍ତ କଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ହରିଚନ୍ଦନପୁର ବ୍ଲକ ଶିକ୍ଷା ଅଧିକାରୀ ।ସମାଜକୁ ଅହିଂସାର ପଥ ପ୍ରଦର୍ଶନ କରାଉଥିବା ଶିକ୍ଷକ ହିଂସ୍ର ହୋଇ ଉଠିଲେ ଛାତ୍ରଛାତ୍ରୀ ଆଉ କାହାଠୁ କଣ ଶିଖିବେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ଭଦ୍ରକ: ରେଳ ଷ୍ଟେସନରେ ହମସଫର ଏକ୍ସପ୍ରେସ୍ ଆଗକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି । ଯୁବତୀ ୨ ଗୋଡ଼ କଟିଥିବା ସୂଚନା ।

ଭଦ୍ରକ: ରେଳ ଷ୍ଟେସନରେ ହମସଫର ଏକ୍ସପ୍ରେସ୍ ଆଗକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି । ଯୁବତୀ ୨ ଗୋଡ଼ କଟିଥିବା ସୂଚନା ।

ଭଦ୍ରକ: ଶିକ୍ଷକଙ୍କ ବାଇକ୍ ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବାସୁଦେବପୁର ବଜାର ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରୁ ଲୁଟ୍ ଅଭିଯୋଗ ।

ଭଦ୍ରକ: ଶିକ୍ଷକଙ୍କ ବାଇକ୍ ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବାସୁଦେବପୁର ବଜାର ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରୁ ଲୁଟ୍ ଅଭିଯୋଗ ।

ଅତ୍ୟାଧୁନିକ ଜ୍ଞାନକୈାଶଳର ପ୍ରୟୋଗରେ କୃଷି ଉତ୍ପାଦନ ବୃଦ୍ଧି ହେଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୃଷିର ବିକାଶ ଓ କୃଷକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିଛନ୍ତି ରାଜ୍ୟ ସରକାର। ଅତ୍ୟାଧୁନିକ ଜ୍ଞାନକୈାଶଳ ପ୍ରୟୋଗରେ ରାଜ୍ୟରେ ଉତ୍ପାଦନ ବୃଦ୍ଧି ହେଉ। କୃଷି ଓଡ଼ିଶା-୨୦୨୦ କାର୍ଯ୍ୟକ୍ରମର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। କୃଷିକୁ ଗୁରୁତ୍ୱ , କୃଷକଙ୍କୁ ସ୍ୱୀକୃତି ଲକ୍ଷ୍ୟରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ନବନିଯ଼ୁକ୍ତ ୬୩ ଜଣ ସହକାରୀ ଉଦ୍ୟାନ ଅଧିକାରୀଙ୍କ ମଧ୍ୟରୁ ୩ ଜଣଙ୍କୁ ନିଯ଼ୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫ ଅଗ୍ରଣୀ କୃଷକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ କୃଷି ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ୍‌ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର କୃଷି ବିଜ୍ଞାନୀ, ବିଶେଷଜ୍ଞ, କୃଷି ଅଧିକାରୀ। ମହୋତ୍ସବରେ ଏଥର ୨୨୮ଟି ଷ୍ଟଲ ନିର୍ମାଣ କରାଯାଇଛି । ଏଥିରେ ଦେଶ ବିଦେଶରୁ ୧୧୨ଟି କମ୍ପାନୀ ଯୋଗ ଦେଇଛନ୍ତି । ସେହିପରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଋଣ ଯୋଗାଣ କ୍ଷେତ୍ରରେ ବ୍ୟାଙ୍କମାନଙ୍କର ଗୁରୁତ୍ୱପୂର୍ଣ୍ଣ  ଭୂମିକା ଥିବାରୁ ୨୨ ତାରିଖରେ ରାଜ୍ୟର ବ୍ୟାଙ୍କ ଅଧିକାରୀଙ୍କର ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଇଛି । ଏଥିରେ ରାଜ୍ୟର ପ୍ରାୟ ୫ ଶହ ବ୍ୟାଙ୍କ ଅଧିକାରୀ ଯୋଗଦେଉଛନ୍ତି। ପ୍ରତ୍ୟେକ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏୟାରପୋର୍ଟର ଟିକେଟ କାଉଣ୍ଟରରେ IED ବ୍ୟାଗ୍

ବେଙ୍ଗଳୁରୁ: ମାଙ୍ଗାଲୋର ଏୟାରପୋର୍ଟରୁ ମିଳିଲା ବିସ୍ଫୋରକ । ଏନେଇ ଖବର ପ୍ରସାରିତ ହେବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଟର୍ମିନାଲର ବାହାରେ ଆଇଇଡ଼ି (ବିସ୍ଫୋରକ) ମିଳିବାପରେ ଏୟାରପୋର୍ଟରେ ହାଇ ଆର୍ଲଟ ଜାରି କରାଯାଇଛି । ସନ୍ଦିଗ୍ଧ ବ୍ୟାଗ ମିଳିବା ପରେ ଏୟାରପୋର୍ଟର ସମସ୍ତ କର୍ମଚାରୀଙ୍କୁ ସତର୍କ କରି ଦିଆଯାଇଥିଲା । ପ୍ରାରମ୍ଭିକ ପରୀକ୍ଷାରୁ ବ୍ୟାଗରେ IED ବିଷୟରେ ସୂଚନା ମିଳିଥିଲା ।

ପରେ ସିଆଇଏସ୍‌ଏଫ୍‌ ପହଞ୍ଚି ବୋମା ନିଷ୍କ୍ରିୟକାରୀ ଦଳଙ୍କୁ ସୂଚନା ଦେଇଥିଲେ । ଏହାକୁ ନିଷ୍କ୍ରିୟ କରାଯାଇଥିବା ପୋଲିସ କମିଶନର ଏଚ୍‌.ଏସ୍‌. ହର୍ଷ ସୂଚନା ଦେଇଛନ୍ତି । ଟିକଟ କାଉଣ୍ଟର ପାଖରେ ସନ୍ଦିଗ୍ଧ ବ୍ୟାଗ୍‌ ରହିଥିବାରୁ ଏନେଇ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ୨ଜଣ ଲୋକ ଅଟୋରେ ଆସି ଏପରି କରିଥିବା କେତେକ କହୁଛନ୍ତି । ତେବେ, ଏନେଇ ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରାଯାଉଥିବା ପୋଲିସ କମିଶନର କହିଛନ୍ତି ।

ରାଜ୍ୟରେ ବ୍ରାଉନସୁଗର ବ୍ୟବସାୟର ଆନ୍ତରାଜ୍ୟ ରାକେଟ ଖୋଜିବ ଏସ୍‌ଟିଏଫ୍‌

କୁଖ୍ୟାତ ବ୍ରାଉନସୁଗର ବେପାରୀ ଶେଖ ଫକୀର ଓ ତାଙ୍କ ୪ ସହଯୋଗୀଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ଏସ୍‌ଟିଏଫ୍‌ । ଏବେ ରାଜ୍ୟରେ ବ୍ରାଉନସୁଗର ବ୍ୟବସାୟର ଆନ୍ତରାଜ୍ୟ ରାକେଟ ଖୋଜିବ ଏସ୍‌ଟିଏଫ୍‌ । ଏହି ୪ ଦିନର ରିମାଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇପାରେ ବୋଲି କହିଛି ଏସ୍‌ଟିଏଫ୍‌ । ଫକୀରର ୪ ସହଯୋଗୀ ହେଲେ ଶେଖ ସଗବା, ତନ୍ମୟ ସାହୁ, ମହମ୍ମଦ ସୋହେଲ ଓ ଶେଖ ହଇ ହଇବୁଲ । ଗିରଫ ବେଳେ ସେମାନଙ୍କ ନିକଟରୁ  ୩୨୪ ଗ୍ରାମ ବ୍ରାଉନ ସୁଗାର, ଗୋଟିଏ କାର, ୪ଟି ବାଇକ୍‌ ସହ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି । ଏସଟିଏଫ୍‌ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରି ଅନ୍ୟ ୧୧ ଜଣ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୯୩ ଗ୍ରାମ ବ୍ରାଉନସୁଗାର ,୯ ଲକ୍ଷ ଟଙ୍କା, ୩ଟି ବାଇକ୍‌, ବ୍ୟାଙ୍କ ଆକାଉଣ୍ଟ ଜବତ କରିଥିବା ସୂଚନା ଦେଇଛି ଏସଟିଏଫ୍‌ ।

ନିର୍ଭୟା ଦୋଷୀ ପୱନ ଗୁପ୍ତାର ଆବେଦନ ଖାରଜ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ପୱନ ଗୁପ୍ତାଙ୍କ ଆବେଦନ ଖାରଜ । ଜଷ୍ଟିସ ଆର ଭାନୁମତି, ଜଷ୍ଟିସ ଅଶୋକ ଭୁଷଣ ଓ ଜଷ୍ଟିସ ଏ.ଏସ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି ।

ଆବେଦନ ଖାରଜ ହେବା ପରେ ଏବେ ପୱନଙ୍କ ନିକଟରେ କ୍ୟୁରେଟିଭ ପିଟିସନ ଓ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ନିବେଦନ କରିବାର ବିକଳ୍ପ ରହିଛି ।  ୨୦୧୨ ଡିସେମ୍ବର ମାସରେ ଯେତେବେଳେ ନିର୍ଭୟା କାଣ୍ଡ ଘଟିଥିଲା ସେତେବେଳେ ସେ ନାବାଳକ ଥିଲା । ତେଣୁ ମାମଲାର ବିଚାର ବେଳେ ତାଙ୍କୁ ଜଣେ ନାବାଳକ ଭାବେ ବିଚାର କରିବାକୁ ସେ କୋର୍ଟରେ ଆବେଦନ କରିଥିଲା । ଏହାକୁ ଟ୍ରାଏଲ କୋର୍ଟ ସହ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଖାରଜ କରିଥିଲେ ।

ଜେ.ପି ନଡ୍ଡା ବିଜେପିର ନୂଆ ମଙ୍ଗୁଆଳ: ପଢ଼ନ୍ତୁ କ’ଣ ରହିଛି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଜେ.ପି ନଡ୍ଡା । ବିଜେପିର ରାଷ୍ଟ୍ରୀୟ ନିର୍ବଚାନ ଅଧିକାରୀ ରାଧାମୋହନ ସିଂହ ସଭାପତିଭାବେ ଜେପି ନଡ୍ଡାଙ୍କ ନାଁ ଘୋଷଣା କରିଛନ୍ତି ।

ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ନେଇ ଆଜି ନାମାଙ୍କନ ଦାଖଲ କରିଥିଲେ । ନାମାଙ୍କନ ଦାଖଲର ଶେଷ ସମୟ ସାଢ଼େ ୧୨ଟା ଯାଏଁ ରହିଥିଲା । ଜେ.ପି ନଡ୍ଡାଙ୍କ ବ୍ୟତୀତ ଅନ୍ୟ କେହି ନାମାଙ୍କନ ଭରିନଥିଲେ । ସାଢ଼େ ୨ଟା ଯାଏଁ ନାମାଙ୍କନ ପ୍ରତ୍ୟାହାରର ସମୟ ଅବଧି ରଖାଯାଇଥିଲା

ଜେ.ପି ନଡ୍ଡା ହିମାଚଳ ପ୍ରଦେଶରୁ ରାଜ୍ୟସଭା ସାଂସଦଭାବେ ନିର୍ବାଚିତ ହୋଇଛନ୍ତି । ସେ ଆଗାମୀ ୩ ବର୍ଷ ଯାଏଁ ଏହି ପଦବୀରେ ରହିବେ । ଦିଲ୍ଲୀ ସମେତ ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ତାମିଲନାଡୁ ଭଳି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରିଚାଳନା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ  ।

ସୂଚନାଯୋଗ୍ୟ , ଗତବର୍ଷ ଅମିତ ଶାହାଙ୍କ କାର୍ଯ୍ୟକାଳ ସମାପ୍ତ ହେଉଥିଲେ ସୁଦ୍ଧା ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା ।  ନରେନ୍ଦ୍ର ମୋଦି ହିମାଚଳର ପ୍ରଭାରୀ ଥିବା ସମୟରେ ଜେ.ପି ନଡ୍ଡା ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା । ଅଶୋକ ରୋଡ୍ ସ୍ଥିତ ବିଜେପି ମୁଖ୍ୟାଳୟର ଆଉଟ୍ ହାଉସ୍‌ରେ ରହୁଥିଲେ ନଡ୍ଡା । ମୋଦି ସରକାରର ପ୍ରଥମ କାର୍ଯକାଳୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଜେ.ପି ନଡ୍ଡା ।

ନିଜ ରାଜନୀତିକ ଜୀବନ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ଜମ୍ମୁ କଶ୍ମୀର, ପଞ୍ଜାବ, ହରୟାଣା, ଛତିଶଗଡ଼, ତେଲେଙ୍ଗାନା, କେରଳ, ରାଜସ୍ଥାନ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ସମେତ ବହୁ ରାଜ୍ୟର ପ୍ରଭାରୀ ଦାୟିତ୍ୱ ସୂଚାରୁରୂପେ ତୁଲାଇଛନ୍ତି । ପରବର୍ତ୍ତୀ ସମୟରେ ତାଙ୍କୁ ବିଜେପିର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା ବିଜେପି ସଂସଦୀୟ ବୋର୍ଡର ସଦସ୍ୟ ଓ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ସଦସ୍ୟ କରାଗଲ । ୨୦୧୯ ଲୋକସଭା ନିର୍ବାଚନରେ ନଡ୍ଡାଙ୍କୁ ଅମିତ ଶାହା ଉତ୍ତରପ୍ରଦେଶ ଦାୟିତ୍ୱ ଦେଇଥିଲେ । ଦଳ ଏଠାରେ ୫୦%ରୁ ଅଧିକ ଭୋଟ ହାତେଇବା ସହ ୬୪ ସିଟ୍ ପାଇଛି ।