ଦୁଷ୍କର୍ମ ଭଳି ଦୁଃଖଦ ଘଟଣାକୁ ନେଇ ବିଜେପି ରାଜନୀତି ବନ୍ଦକରୁ: ବିଜେଡି
ଭୁବନେଶ୍ୱର: ଦୁଷ୍କର୍ମ ଭଳି ଦୁଃଖଦ ଘଟଣାକୁ ନେଇ ବିଜେପି ନେତାମାନେ ରାଜନୀତି କରିବା ଅନୁଚିତ । ଏଭଳି ଘୃଣ୍ୟ କାର୍ଯ୍ୟ ଦେଶର ବିଭିନ୍ନ ସ୍ଥାନରେ ପ୍ରତିଦିନ ଘଟୁଥିବା ସମସ୍ତଙ୍କ ନଜରକୁ ଆସୁଛି । ତେଣୁ, ଏଭଳି ଘଟଣାରେ ରାଜନୀତି କରିବା ଅପେକ୍ଷା ଏହାର ମୂଳୋତ୍ପାଟନ ଲାଗି ସମସ୍ତେ ଏକାଠି ହେବା ଉଚିତ୍ । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଏଭଳି ଘଟଣାରେ ଆମେ ସମସ୍ତେ ଦୁଃଖିତ ଓ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ସେ କହିଛନ୍ତି ।
ପୀଡ଼ିତା ଓ ତାଙ୍କ ପରିବାର ଗଭୀର ମାନସିକ ସ୍ଥିତିରେ ଥିବା ବେଳେ ଘଟଣାର ରାଜନୀତି କରାଗଲେ ସେମାନଙ୍କ ସ୍ଥିତି ଆହୁରି ଖରାପ ହୋଇଯିବ । ବାରମ୍ବାର ଅନୁରୋଧ ସତ୍ତ୍ୱେ ବିଜେପି ଏଭଳି ଘଟଣାକୁ ରାଜନୈତିକ ରଙ୍ଗ ଦେବା ସହିତ ଅବାସ୍ତବ ତଥ୍ୟ ଉପସ୍ଥାପନ କରି ଅତ୍ୟନ୍ତ ନିମ୍ନମାନର ରାଜନୀତି କରୁଛି । ଏଭଳି ଆଚରଣ ପାଇଁ ଓଡ଼ିଶାବାସୀ ନିକଟ ଅତୀତରେ ବିଜେପିକୁ ପରାଜୟର ସ୍ୱାଦ ଚଖାଇଥିଲେ । ମନୋଭାବରେ ପରିବର୍ତ୍ତନ ନ କଲେ ଆଗାମୀ ଦିନରେ ମଧ୍ୟ ଅନୁରୂପ ବାଟ ଦେଖାଇବେ । ତେଣୁ, ବିଜେପି ନେତାମାନେ ଏଭଳି ରାଜନୀତିରୁ ବିରତ ରହିବାକୁ ପରାମର୍ଶ ଦେଇଛନ୍ତି ଡକ୍ଟର ପାତ୍ର ।
ସେହିଭଳି କାଳିଆ ଯୋଜନାକୁ ବିଜେପିର ସମାଲୋଚନାର ଜବାବ ଦେଇଛି ବିଜେଡି । ରାଜ୍ୟର ଚାଷୀମାନଙ୍କର ଆୟ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା କାଳିଆ ଯୋଜନା ଏକ ବୈପ୍ଲବିକ ପଦକ୍ଷେପ । ଏହାଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଉପକୃତ ହେଉଛନ୍ତି । ଏଭଳି ଯୋଜନାକୁ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ମଧ୍ୟ ପ୍ରଶଂସା କରିଛନ୍ତି । ଏଭଳି ଯୋଜନାକୁ ସମାଲୋଚନା କରି ବିଜେପି ତା’ର ଚାଷୀ ବିରୋଧି ମନୋଭାବକୁ ପ୍ରଦର୍ଶନ କରୁଛି ।
ବିଜେପିର ଗୃହ ନିର୍ମାଣ ସମ୍ପର୍କିତ ମତର ଜବାବ ଦେଇଛନ୍ତି ଡକ୍ଟର ପାତ୍ର । ଆମ ସରକାର ଇତି ମଧ୍ୟରେ ରାଜ୍ୟରେ ୨୦ ଲକ୍ଷ ପକ୍କା ଘର ନିର୍ମାଣ କରିଥିବାବେଳେ ବିଜେପି କେବଳ ସମାଲୋଚନା କରିବାରେ ଲାଗିଛି । ବିଜୁ ପକ୍କାଘର ଯୋଜନାର ସଫଳତାରେ ବିଜେପି ନେତାମାନେ ଇର୍ଷାନ୍ୱିତ ହେଉଥିବାବେଳେ ଏଭଳି ମନ୍ତବ୍ୟ ସେମାନଙ୍କର ହତାଶା ଓ ବିଶୃଙ୍ଖଳିତ ମନୋଭାବକୁ ଦର୍ଶାଉଛି ବୋଲି ଡକ୍ଟର ପାତ୍ର କହିଛନ୍ତି ।
ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଉଦଘାଟିତ
ଭୁବନେଶ୍ୱର: ପ୍ରଦର୍ଶନୀ ପଡ଼ିଆରେ ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଉଦଘାଟିତ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପୁସ୍ତକ ମହୋତ୍ସବ ଆସନ୍ତା ୧୫ ତାରିଖ ଯାଏଁ ଚାଲିବ ।
ପୁସ୍ତକ ମେଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ଅନୁଭବ କରିଥିବା କହିଛନ୍ତି । ଏଥିସହ ସେ ଗାନ୍ଧିଜୀଙ୍କୁ ମନେ ପକାଇଛନ୍ତି । ବାପୁଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଓଡ଼ିଶାରେ ଗାନ୍ଧୀ, ଏହି ବିଷୟ ଉପରେ ଏକ ସ୍ୱତନ୍ତ୍ର ମଣ୍ଡପ ଖୋଲାଯାଇଛି । ମୋର ବିଶ୍ୱାସ, ଗାନ୍ଧୀ ବିଚାର ସହ ଲୋକଙ୍କୁ, ବିଶେଷକରି ଆମର ଯୁବପିଢିଙ୍କୁ ଯୋଡ଼ିବାରେ ଏହା ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପୁସ୍ତକ ମେଳା ହେଉଛି ଜ୍ଞାନର ମେଳା । ଜ୍ଞାନର ନୂଆ ନୂଆ ଦିଗନ୍ତ ସହ ଜନସାଧାରଣଙ୍କୁ ପରିଚିତ କରିବାରେ ଅକ୍ଷର ସଫଳ ହେବ ବୋଲି ବିଶ୍ୱାସ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସମାଜସେବୀ କ୍ରୀଷ୍ଣା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।
ପୁରୀ ନାବାଳିକା ଗଣଦୁଷ୍କର୍ମ ଘଟଣା: ଗିରଫ ସଂଖ୍ୟା ୩କୁ ବୃଦ୍ଧି
ପୁରୀ: ପୋଲିସ କ୍ୱାର୍ଟର୍ସରେ ନାବାଳିକା ଗଣଦୁଷ୍କର୍ମ ମାମଲା । ଅନ୍ୟ ଜଣେ ଅଭିଯୁକ୍ତ ରାମଚନ୍ଦ୍ର ପ୍ରଧାନଙ୍କୁ ଗିରଫ କଲା କୁମ୍ଭାରପଡ଼ା ଥାନା ପୋଲିସ । ପୂର୍ବରୁ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନେ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ଜୀତେନ୍ଦ୍ର ସେଠୀ, ରାଜେଶ କୁମାର ସେଠୀ ।

ଡିସେମ୍ବର ୨ ତାରିଖ ଦିନ ଏନେଇ ଥାନାରେ ଅଭିଯୋଗ କରିଥିଲେ ନାବାଳିକା । କାକଟପୁର ଯିବାକୁ ନିମାପଡ଼ା ଛକରେ ଅପେକ୍ଷା କରିଥିବା ବେଳେ ତାଙ୍କୁ ପୁରୀ ନେଇ ଦୁଷ୍କର୍ମ କରାଯାଇଥିବା ସେ କୁମ୍ଭାରପଡ଼ାଥାନାରେ ଏତଲା ଦେଇଥିଲେ ।
https://nandighoshatv.comdig-asish-singh-press-meet-on-puri-rape-case/
ମଞ୍ଚରେ ଥିଲେ ବର କନିଆ, ହଠାତ୍ ବନ୍ଦ ହୋଇଗଲା ମାଇକ୍ । ମଦ୍ୟପ କଲେ ଏଭଳି କାଣ୍ଡ
ଗୀତ ବନ୍ଦ ହେବା ପରେ ନାଚ ବି ବନ୍ଦ ହୋଇଯାଇଥିଲା । ଆଉ ଷ୍ଟେଜ୍ ତଳେ ଥିବା ଜଣେ ମଦ୍ୟପ ବ୍ୟକ୍ତି ରାଗିଯାଇ ଡ୍ୟାନ୍ସରଙ୍କୁ ନାଚିବାକୁ କହିଥିଲେ । ଏଭଳି ନକଲେ ସେ ଗୁଳି କରିଦେବେ ବୋଲି କହିଥିଲେ । ଆଉ କିଛି ସମୟ ପରେ ଡ୍ୟାନ୍ସର ନ ନାଚିବାରୁ ସତକୁ ସତ ଗୁଳି କରି ଦେଇଥିଲେ ମଦ୍ୟପ । ସୌଭାଗ୍ୟକୁ ଗୁଳିଟି ଡ୍ୟାନ୍ସରଙ୍କ ଛାତିରେ କିମ୍ୱା ଶରୀରର ଅନ୍ୟ କୌଣସି ସ୍ଥାନରେ ନବାଜି ସିଧା ମୁଁହରେ ବାଜିଥିଲା ।
ଏ ଘଟଣାକୁ ନେଇ ନବ ବିବାହିତାଙ୍କ ସମ୍ପର୍କୀୟ ମାମୁ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ । ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଚେଷ୍ଟା ଜାରି ରଖିଥିବା କହିଛନ୍ତି ପୋଲିସ୍ ଅଧିକାରୀ ଅଙ୍କିତ୍ ବିଶ୍ୱାଳ । ଗୁଳିମାଡ଼ରେ ଗୁରୁତର ଭାବେ ଆହତ ହୋଇଥିବା ୨୨ ବର୍ଷୀୟ ହିନା ଏବେ କାନପୁର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
