ଗଞ୍ଜାମ: ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଭେଟନଈ -ଭେଜିପୁଟ ମଝିରେ ସଡ଼କ ଦୁର୍ଘଟଣା। ଡାଲା ଅଟୋ ଓଲଟି ଦୁଇ ମୃତ ଓ ୧୪ ଜଣ ଗୁରୁତର। ଗୁରୁତର ମାନଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସାତ ଜଣକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁଇ ମୃତକ ହେଲେ ଭେଟନଈ ଗାଁର ୨୫ ବର୍ଷୀୟା ଗାୟତ୍ରୀ ଗୌଡ଼ ଓ ୫୦ ବର୍ଷୀୟା ସରୋଜିନୀ ସାହୁ। ସାନ ଖୋଲି ଗାଁକୁ ଭେଟନଈ ଗାଁର ୨୦ରୁ ଅଧିକ ଲୋକ ଏକ ଡାଲା ଅଟୋରେ ଯଜ୍ଞ ଦେଖିବାକୁ ଯାଇଥିଲେ। ଯଜ୍ଞ ଦେଖି ଫେରିବା ବେଳେ ଡାଲା ଅଟୋଟି ଓଲଟି ପଡ଼ିଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛି।
ରାଜଧାନୀରେ ୪ ବର୍ଷର ଶିଶୁକୁ ଅପହରଣ କଲା ଧରମ ମାମୁଁ
ଭୁବନେଶ୍ବର: ରାଜଧାନୀର ଭୋଇ ନଗରରୁ ୪ ବର୍ଷର ଶିଶୁ ପୁତ୍ରକୁ ଅପହରଣ କଲା ଧରମ ମାମୁଁ । ବାପାମାଆ ଘର ଭିତରେ ଥିବା ସମୟରେ ବାହାରେ ଖେଳୁଥିବା ୪ ବର୍ଷ ଶିଶୁ ପୁତ୍ରକୁ ଅପହରଣ କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ ମାମୁଁ ଅଭିଷେକ ଦିଗଲ ଓରଫ ସୋନୁ । ଘର ଲୋକେ ପୁଅକୁ ନପାଇ ଖୋଜା ଖୋଜି କରିଥିଲେ । ହେଲେ ପୁଅକୁ ନପାଇବାରୁ ସହିଦନଗର ଥାନାରେ ଅଭିଯୋଗ କରିଥିଲେ ଦମ୍ପତି । ଅଭିଯୋଗ ପରେ ସ୍ୱତନ୍ତ୍ର ଟିମ ଗଠନ କରିଥିଲା ସହିଦନଗର ଥାନା ପୋଲିସ । ତିନି ଘଣ୍ଟାର ଖୋଜା ପରେ ସାଲିଆ ସାହିରୁ ଶିଶୁ ଓ ଅପହରଣକାରୀ ସୋନୁକୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ । ପୋଲିସ ଅପହରଣକାରୀଙ୍କୁ ଗିରଫ କରିଛି ।
ସୂଚନାଯୋଗ୍ୟ, ବେଙ୍ଗାଳୁରୁରେ ଅଭିଯୁକ୍ତ ସୋନୁ ସହିତ ଦମ୍ପତିଙ୍କର ଦେଖା ହୋଇଥିଲା । ପରେ ଅଭିଯୋଗକାରିଣୀ ଗୋରିତା ସିଂଙ୍କ ସହିତ ଅଭିଯୁକ୍ତ ସୋନୁର ସମ୍ପର୍କ ସ୍ଥାପନ ହୋଇଥିଲା । ସେଠି ମିସ୍ତ୍ରୀ ଭାବେ କାମ କରୁଥିଲା, ପରବର୍ତ୍ତି ସମୟରେ ଉଭୟଙ୍କ ଭିତରେ ସମ୍ପର୍କ ବଢିବା ସହ ସୋନୁକୁ ଧରମ ଭାଇ ବନାଇଥିଲେ ଗୋରିତା । ଗୋରିତା ଭୁବନେଶ୍ୱର ଫେରି ଆସି ନିଜ ସ୍ୱାମୀ ଓ ପିଲାଙ୍କ ସହ ରହିଥିଲେ । ପାଖାପାଖି ବର୍ଷେ ପରେ ଅଭିଯୁକ୍ତ ଭୁବନେଶ୍ୱର ଆସି ଗୋରିତାଙ୍କୁ ଦେଖା କରିଥିଲେ । ଧରମ ଭାଇ ହିସାବରେ ଗୋରିତା ତାଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ । ତେବେ ଘର ଭିତରେ ସ୍ୱାମୀ ସ୍ତ୍ରୀ ଥିବା ବେଳେ, ବାହାରେ ଖେଳୁଥିବା ୪ ବର୍ଷ ଶିଶୁକୁ ନେଇ ଆଜି ଫେରାର ହୋଇଯାଇଥିଲା ଅଭିଯୁକ୍ତ ।
ନିଜ ନିର୍ବାଚନ ମଣ୍ଡଳୀରୁ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିପାରିବେ ବିଧାୟକ
ନନ୍ଦିଘୋଷ ବ୍ୟୁରୋ: ନିଜ ନିଜ ନିର୍ବାଚନ ମଣ୍ଡଳୀର ଶିକ୍ଷକଙ୍କୁ ବଦଳି କରିବା ଲାଗି ସୁପାରିସ କରିପାରିବେ ବିଧାୟକ ଓ ସାଂସଦ । ନିଜ ନିଜ ନିର୍ବାଚନ ମଣ୍ଡଳୀରୁ ସର୍ବାଧିକ ୧୫ ଜଣ ଶିକ୍ଷକଙ୍କୁ ବଦଳି କରିବା ଲାଗି କରିପାରିବେ ସୁପାରିସ । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବ ।
ନିର୍ଦ୍ଦେଶନାମା ଅନୁସାରେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଶିକ୍ଷକଙ୍କୁ ବଦଳି ଲାଗି କରିପାରିବେ ସୁପାରିସ । ବଦଳି ନେଇ ସିଧାସଳଖ ଜିଲ୍ଲାପାଳଙ୍କୁ ସୁପାରିସ କରାଯିବ । ଜିଲ୍ଲାସ୍ତରୀୟ ବଦଳି କମିଟି ବା ଡିଏଲଟିସି ବଦଳି ଉପରେ ବିଚାର କରିବ । ଏ ନେଇ ଗଣଶିକ୍ଷା ବିଭାଗ ୭ଟି ସର୍ତ୍ତ ରଖିଛି । ସରକାରଙ୍କ ଶିକ୍ଷକଙ୍କ ବଦଳି ନୀତି ଉଲ୍ଲଂଘନ ହେଉ ନଥିବ । ଜରୁରୀ ଆବଶ୍ୟକତା ଅନୁସାରେ ବଦଳିକୁ ଦିଆଯିବ ପ୍ରାଥମିକତା । କୌଣସି ସ୍ଥିତିରେ ଗ୍ରାମାଞ୍ଚଳ ଶିକ୍ଷକ ସହରାଞ୍ଚଳକୁ ବଦଳି ହୋଇପାରିବେ ନାହିଁ । ଏହି ବଦଳି କେବଳ ଜିଲ୍ଲା ଭିତରେ ସୀମିତ ରହିବ ।
ଚଳିତଶିକ୍ଷା ବର୍ଷ ପାଇଁ ସୁପାରିସ ବ୍ୟବସ୍ଥା ମେ’ ୧୫ ତାରିଖରୁ ଜୁନ୍ ୧୫ ଜୁନ ଯାଏଁ ଲାଗୁ ହେବ । ଏହାସହ ସାଂସଦ ଓ ବିଧାୟକଙ୍କ ସୁପାରିସ ସେହି ବର୍ଷର ଶିକ୍ଷା ବର୍ଷ ପାଇଁ ଉଦ୍ଦିଷ୍ଟ ରହିବ ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ, OPSCର ସଦସ୍ୟ ହେଲେ ପ୍ରଫେସର ମିହିର ପ୍ରସାଦ ମିଶ୍ର
ନନ୍ଦିଘୋଷ ବ୍ୟୁରୋ: OPSCର ସଦସ୍ୟ ହେଲେ ପ୍ରଫେସର ମିହିର ପ୍ରସାଦ ମିଶ୍ର । SCS କଲେଜର ଅଧ୍ୟକ୍ଷ ପ୍ରଫେସର ମିହିର ପ୍ରସାଦ ମିଶ୍ର । ୬ ବର୍ଷ ପାଇଁ OPSC ସଦସ୍ୟ ଭାବେ ପାଇଲେ ନିଯୁକ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।
IAS ଉଦୟ ନାରାୟଣ ଦାସ ହେଲେ OPSC ସଦସ୍ୟ । ଜନଗଣନା ନିର୍ଦ୍ଦେଶକ ଉଦୟ ନାରାୟଣ ଦାସ । ୬ ବର୍ଷ ପାଇଁ ନିଯୁକ୍ତି ପାଇଲେ ଉଦୟ । ସେହିପରି OSSC ସଦସ୍ୟ ହୋଇଛନ୍ତି ଡ. ଶୃତି ଦାସ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରଫେସର ଶୃତି । ୫ ବର୍ଷ ପାଇଁ OSSCର ସଦସ୍ୟ ଭାବେ କାର୍ଯ୍ୟ କରିବେ । ସୁଧାକର ବୁର୍ଗି ହୋଇଛନ୍ତି OSSCର ସଦସ୍ୟ । ଅବସରପ୍ରାପ୍ତ IAS ଅଫିସର ସୁଧାକର ବୁର୍ଗି । ୫ ବର୍ଷ ପାଇଁ OSSCର ସଦସ୍ୟ ଭାବେ କାର୍ଯ୍ୟ କରିବେ ।

