ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁମ୍ମା ଘାଟିରେ ଦୁର୍ଘଟଣା। ଘାଟିରୁ ତଳକୁ ଖସିଲା ଆଲୁମିନିୟମ୍ ପାଉଡର ଟ୍ୟାଙ୍କର । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଟ୍ୟାଙ୍କରଟି ଉତ୍କଳ ଆଲୁମିନା କମ୍ପାନୀରୁ ଉତ୍ତରପ୍ରଦେଶ ଯାଉଥିବା ବେଳେ ଗୁମ୍ମା ଘାଟିରେ ଭାରସାମ୍ୟ ହରାଇ ପ୍ରାୟ ୨୫ ଫୁଟ୍ ତଳକୁ ଖସି ପଡିଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସେପଟେ ପୋଲିସ ଘଟଣାର ତଦନ୍ତ କରୁଛି ।






ନୂଆବର୍ଷରେ ମସ୍ତି ପାଇଁ ରାଇଝୋଳ ଗାଁର ୫ ଜଣ ସାଙ୍ଗ ମିଶିକରି ପଦ୍ମତୋଳା ଗାଁକୁ ଯାଇଥିଲେ । ସାଙ୍ଗଘରେ ହସ ମଜା, ଖିଆପିଆ ପରେ ସନ୍ଧ୍ୟାରେ ୨ଟି ବାଇକରେ ରାଇଝୋଳ ଫେରୁଥିଲେ । ହଠାତ୍ କୋଟିନଡ଼ା ବ୍ରିଜ୍ ଉପରୁ ତଳକୁ ଖସି ପଡ଼ିଥିଲା ୨ଟି ବାଇକ୍ । ଆଉ ୫ ଜଣ ସାଙ୍ଗ ବ୍ରିଜ୍ ତଳେ ଥିବା କୂଅ ଭିତରକୁ ଖସି ପଡ଼ିଥିଲେ ।
ଘଟଣାସ୍ଥଳରୁ ୩ ସାଙ୍ଗଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ୨ ଜଣଙ୍କୁ ପୋଲିସ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ, କେମିତି ଏତେ ବଡ଼ ଦୁର୍ଘଟଣା ଘଟିଲା ଜଣାପଡ଼ିନାହିଁ ।