spot_img
Home Blog Page 7645

ନୂଆବର୍ଷରେ ଜମ୍ମୁ-କଶ୍ମୀରବାସୀଙ୍କୁ ଭେଟି, ମଧ୍ୟ ରାତିରୁ ସ୍ୱାଭାବିକ ହେବ ମୋବାଇଲ ଓ ବ୍ରଡବ୍ୟାଣ୍ଡ ସେବା

0

ଜମ୍ମୁ-କଶ୍ମୀର: ନୂଆବର୍ଷରେ କଶ୍ମୀରବାସୀଙ୍କୁ ଉପହାର ଭେଟି । ମଙ୍ଗଳବାର ମଧ୍ୟ ରାତ୍ରୀରୁ ଘାଟିରେ ପୁଣିଥରେ ଏସ୍‌ଏମ୍‌ଏସ୍‌ ସେବା ଆରମ୍ଭ କରାଯିବା ସୂଚନା ଦେଇଛନ୍ତି ସରକାର । ଡିସେମ୍ବର ୩୧ ରାତି ୧୨ଟାରୁ ଜମ୍ମୁ-କଶ୍ମୀରରେ ଏସ୍‌ଏମ୍‌ଏସ୍‌ ସେବା ଲାଗୁ କରାଯିବ ବୋଲି ଜଣାପଡ଼ିଛି।

ସେଠାକାର ଲୋକେ ଏସ୍‌ଏମ୍‌ଏସ୍‌ ଜରିଆରେ ସମସ୍ତଙ୍କୁ ନୂଆବର୍ଷର ଶୁଭକାମନା ଜଣାଇବେ। ଏନେଇ ଜମ୍ମୁ-କଶ୍ମୀର ପ୍ରିନ୍ସିପାଲ ସେକ୍ରେଟାରୀ ରୋହିତ କାନସାଲ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ଘାଟିରେ ସୁରକ୍ଷା ଦୃଷ୍ଟିରୁ ଗତ ଅଗଷ୍ଟରୁ ଇଣ୍ଟରନେଟ ସେବା ଓ ଏସ୍‌ଏମ୍‌ଏସ୍‌ ସେବା ବନ୍ଦ କରିଦିଆଯାଇଥିଲା।

ଭୁବନେଶ୍ୱର: ଆସନ୍ତାକାଲି ପାଇଁ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ସମୟ ସୂଚୀରେ ପରିବର୍ତ୍ତନ । ଦିନ ୧୧ଟା ୩୫ ପରିବର୍ତ୍ତେ ଅପରାହ୍ଣ ୪ଟା ୩୦ରେ ଛାଡ଼ିବ ଟ୍ରେନ୍ । ଉତ୍ତର ଭାରତରେ ଘନ କୁହୁଡ଼ି ଓ ଅନ୍ୟ ସଂଯୋଗକାରୀ ଟ୍ରେନ୍ ବିଳମ୍ବରେ ଚାଲୁଥିବାରୁ ନିଷ୍ପତ୍ତି ।

ଭୁବନେଶ୍ୱର: ଆସନ୍ତାକାଲି ପାଇଁ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ସମୟ ସୂଚୀରେ ପରିବର୍ତ୍ତନ । ଦିନ ୧୧ଟା ୩୫ ପରିବର୍ତ୍ତେ ଅପରାହ୍ଣ ୪ଟା ୩୦ରେ ଛାଡ଼ିବ ଟ୍ରେନ୍ । ଉତ୍ତର ଭାରତରେ ଘନ କୁହୁଡ଼ି ଓ ଅନ୍ୟ ସଂଯୋଗକାରୀ ଟ୍ରେନ୍ ବିଳମ୍ବରେ ଚାଲୁଥିବାରୁ ନିଷ୍ପତ୍ତି ।

ନଅ ବର୍ଷ ପରେ ବଡ଼ପରଦାରେ ଡ୍ରିମ ଗାର୍ଲ

ମୁମ୍ବାଇ: ନିକଟରେ ସିମଲା ମିର୍ଚ୍ଚ୍ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି ।  ଦୀର୍ଘ ୯ ବର୍ଷ ପରେ ବଡ଼ପରଦାରେ ଦେଖିବାକୁ ମିଳିବେ ବଲିଉଡର ଡ୍ରିମ ଗାର୍ଲ । ହେମାଙ୍କ ସହ ଏଥିରେ ଅଛନ୍ତି ରାଜକୁମାର ଓ ରକୁଲପ୍ରିତ୍ । ଟ୍ରେଲରରେ ସେ ରାଜକୁମାରଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବେ ।

Image result for shimla mirch movie

ଫିଲ୍ମର ଟ୍ରେଲର ମୁତାବକ ରାଜକୁମାର ବହୁ ଚେଷ୍ଟା କରି ମଧ୍ୟ ନିଜ ହୃଦୟର କଥା ମନର ମଣିଷକୁ କହିପାରୁନାହାନ୍ତି । ତେଣୁ ସେ ଚିଠି ସାହାଯ୍ୟରେ ନିଜ ମନକଥା କହିବାକୁ ଚାହୁଁଛନ୍ତି । ସେଇଠି ଆସୁଛି କାହାଣୀରେ ଟ୍ୱିଷ୍ଟ୍ । ଚିଠିଟି ପ୍ରେମିକା ପାଖକୁ ଯିବା ଆଗରୁ ପ୍ରେମିକାର ମା’ ହାତରେ ଲାଗିଯାଇଛି । ଏଥିସହ ପ୍ରେମିକାର ମା’ ମନେ ମନେ ରାଜକୁମାରଙ୍କୁ ଭଲ ପାଇ ବସିଛନ୍ତି ।

Image result for shimla mirch movie

ଏହି କଠିନ ପରୀକ୍ଷାରୁ ରାଜକୁମାର ନିଜକୁ କେମିତି ବାହାର କରୁଛନ୍ତି, ତାହା କାହାଣୀରେ ଚିତ୍ରିତ ହୋଇଛି ।  ତେବେ ଫିଲ୍ମଟି ନୂଆବର୍ଷରେ ଆସନ୍ତା ଜାନୁଆରୀ ୩ରେ ରିଲିଜ୍ ହେବାକୁ ଯାଉଛି ।

ବଲାଙ୍ଗିର: ରାଜେନ୍ଦ୍ର କଲେଜର ପ୍ଲାଟିନମ୍ ଜୁବଲିର ଉଦଯାପନୀ ସମାରୋହରେ ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବଲାଙ୍ଗିର: ରାଜେନ୍ଦ୍ର କଲେଜର ପ୍ଲାଟିନମ୍ ଜୁବଲିର ଉଦଯାପନୀ ସମାରୋହରେ ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର: ଆରମ୍ଭ ହେଲା ସାରଥି-୪ । କମ୍ପ୍ୟୁଟରରେ ହେବ ଲର୍ଣ୍ଣର ଲାଇସେନ୍ସ ପରୀକ୍ଷା । ଆରଟିଓରେ ଆଉ ଲାଇନ୍ ଲଗାଇବାକୁ ପଡ଼ିବନି । ଜାନୁଆରୀ ୧ ତାରିଖରୁ ଲାଗୁ ହେବ । 5T ପଲିସିରେ ବ୍ୟବସ୍ଥା ।

ଭୁବନେଶ୍ୱର: ଆରମ୍ଭ ହେଲା ସାରଥି-୪ । କମ୍ପ୍ୟୁଟରରେ ହେବ ଲର୍ଣ୍ଣର ଲାଇସେନ୍ସ ପରୀକ୍ଷା । ଆରଟିଓରେ ଆଉ ଲାଇନ୍ ଲଗାଇବାକୁ ପଡ଼ିବନି । ଜାନୁଆରୀ ୧ ତାରିଖରୁ ଲାଗୁ ହେବ । 5T ପଲିସିରେ ବ୍ୟବସ୍ଥା ।

କରଜରେ ବୁଡ଼ି ରହିଛି ଏୟାର ଇଣ୍ଡିଆ; ୬ ମାସ ମଧ୍ୟରେ ବନ୍ଦ ହୋଇପାରେ ସଂସ୍ଥା !

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଛି ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆକୁ ବିକ୍ରି କରିବା ପାଇଁ ଖୋଜା ଚାଲିଛି ଗ୍ରାହକ । ଆସନ୍ତା ୬ ମାସ ଭିତରେ ଯଦି ଗ୍ରାହକ ନମିଳିବେ ତେବେ କଂପାନିରେ ତାଲା ପଡ଼ିବ ବୋଲି ଆକଳନ କରାଯାଇଛି। କଂପାନିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏୟାର ଇଣ୍ଡିଆ ମୁଣ୍ଡ‌ରେ ୬୦ ହଜାର କୋଟି ଟଙ୍କାର ଋଣ ରହିଛି। ଏହାର ଘରୋଇକରଣ କରିବା ଲାଗି ସରକାର ଉଦ୍ୟମ କରୁଥିଲେ ମଧ୍ୟ ଗ୍ରାହକ ମିଳୁନଥିବାରୁ କାର୍ଯ୍ୟ ଆଗକୁ ବଢ଼ିପାରୁନାହିଁ। ଯଦି ସ୍ଥିତି ଏଭଳି ରହିବ ତେବେ ଆସନ୍ତା ବର୍ଷ ଜୁନ୍ ସୁଦ୍ଧା କଂପାନିରେ ତାଲା ପଡ଼ିଯିବ। ଏୟାର ଇଣ୍ଡିଆକୁ ଜେଟ୍ ଏୟାରୱେଜ୍ ଭଳି ଦଶା ଭୋଗିବାକୁ ପଡ଼ିପାରେ ବୋଲି ସେ କହିଛନ୍ତି।

ୟାର ଇଣ୍ଡିଆକୁ ଅଧିକ ପାଣ୍ଠି ଦେବାକୁ ସରକାର ମନା କରିଦେଇଛନ୍ତି। କଂପାନିକୁ ବିକ୍ରି କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଉଛି। ବିଭିନ୍ନ ପ୍ରକାର ଉଦ୍ୟମ କରି କଂପାନି ନିଜକୁ ବଞ୍ଚାଇ ରଖିଛି। କିନ୍ତୁ ଏଭଳି ଯୋଗାଡ଼ କରି କଂପାନି ବେଶି ଦିନ ଚାଲିପାରିବ ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି। ୨୦୧୧-୧୨ରୁ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ୩୦,୫୨୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିସାରିଛନ୍ତି। ୨୦୧୨ରେ ଉପା ସରକାରଙ୍କ ତରଫରୁ ଏୟାର ଇଣ୍ଡିଆ ଲାଗି ପୁନରୁଦ୍ଧାର ପ୍ୟାକେଜ୍ ଘୋଷଣା କରାଯାଇଥିଲା। ୧୦ ବର୍ଷ ଭିତରେ କଂପାନିକୁ ୩୦ ହଜାର କୋଟି ଟଙ୍କା ଦିଆଯିବ ବୋଲି ଯେଉଁ ପ୍ରସ୍ତାବ ଆସିଥିଲା ତାହାକୁ ମଞ୍ଜୁର କରାଯାଇଥିଲା। କଂପାନିର ଅଧିକାରୀ ଜଣକ କହିଛନ୍ତି ଯେ, ପରିଚାଳନା ପାଇଁ ଆମେ ସରକାରଙ୍କୁ ୨୪୦୦ କୋଟି ଟଙ୍କାର ଗ୍ୟାରେଣ୍ଟି ମାଗିଥିଲୁ। କିନ୍ତୁ ଆମକୁ ୫୦୦ କୋଟି ଟଙ୍କାର ଗ୍ୟାରେଣ୍ଟି ଦିଆଯାଇଛି। ଯେକୌଣସି ପ୍ରକାରରେ ପାଣ୍ଠି ଯୋଗାଡ଼ କରି ଆମେ କଂପାନିକୁ ଚାଲୁ ରଖିଛୁ। କିନ୍ତୁ ଜୁନ୍ ସୁଦ୍ଧା କୌଣସି ଗ୍ରାହକ ନଆସିଲେ ଆମେ ବାଧ୍ୟ ହୋଇ କଂପାନି ବନ୍ଦ କରିଦେବୁ ବୋଲି ଅଧିକାରୀ ଜଣକ କହିଛନ୍ତି।

କଂପାନିର ୧୨ଟି ଅଣଓସାରିଆ ବଡ଼ି ଥିବା ଏୟାରବସ୍ ଏ୩୨୦ ଠିଆ ହୋଇରହିଛି। ଏହି ବିମାନଗୁଡ଼ିକର ଇଞ୍ଜିନ ବଦଳାଇବାକୁ ପଡ଼ିବ। କିନ୍ତୁ କଂପାନିର ବର୍ତ୍ତମାନର ଆର୍ଥିକ ସ୍ଥିତିକୁ ବିଚାରକୁ ନେଲେ ଏହି ବିମାନଗୁଡ଼ିକ ଯେ ନିକଟ ଭବିଷ୍ୟତରେ ପୁଣି ଥରେ ଆକାଶରେ ଉଡ଼ିବ ତାହାର ଆଶା କ୍ଷୀଣ ବୋଲି ସେ କହିଛନ୍ତି। ତେବେ ଇଞ୍ଜିନ ପରିବର୍ତ୍ତନ ଲାଗି ଅନେକ ଦିନରୁ ଠିଆ ହୋଇ ରହିଥିବା ଆଠଟି ଚଉଡ଼ା ବଡିର ବିମାନ ପୁଣି ଥରେ ଆକାଶରେ ଉଡ଼ିବା ଆରମ୍ଭ କରିଛି ଯାହା କଂପାନି ପାଇଁ ଏକ ଶୁଭ ସଙ୍କେତ ବୋଲି ସେ କହିଛନ୍ତି। ଦୀର୍ଘ ୨୫ ବର୍ଷ ଆକାଶରେ ଉଡ଼ିବା ପରେ ଘୋର ଆର୍ଥିକ ସଙ୍କଟ ଯୋଗୁଁ ଘରୋଇ ବିମାନ କଂପାନି ଜେଟ୍ ଏୟାରୱେଜ୍ ୨୦୧୯ରେ ବନ୍ଦ ହୋଇଯାଇଥିଲା। ଏୟାର ଇଣ୍ଡିଆ ଏବେ ସେଭଳି ସ୍ଥିତି ଆଡ଼କୁ ଅଗ୍ରସର ହେଉଥିବା

ଉଲ୍ଲେଖଯୋଗ୍ୟ, ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ବିକ୍ରି କରିବା ଲାଗି ସରକାର ପ୍ରସ୍ତୁତ ହେଉଛନ୍ତି। ଆସନ୍ତା ମାସରେ ଏନେଇ ବିଡ୍ ଆହ୍ବାନ କରାଯିବ। କଂପାନି ଲାଗି ଗ୍ରାହକ ଯୋଗାଡ଼ କରିବା ନିମନ୍ତେ ସରକାର ନିକଟରେ ଲଣ୍ଡନ ଓ ସିଙ୍ଗାପୁରରେ ରୋଡ୍ ସୋ’ ଆୟୋଜନ କରିଥିଲେ। କିନ୍ତୁ ସେଠାରେ ଏୟାର ଇଣ୍ଡିଆ ପ୍ରତି ଗ୍ରାହକମାନେ ବିଶେଷ ଆଗ୍ରହ ଦେଖାଇନଥିବା ଜଣାପଡ଼ିଛି।

ସଜେଇ ହୋଇଛି ଶ୍ରୀକ୍ଷେତ୍ର

0

ପୁରୀ: ନୂଆବର୍ଷ ପାଇଁ ସଜେଇ ହୋଇଛି ଶ୍ରୀକ୍ଷେତ୍ର । ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ହୋଇଛି ବ୍ୟବସ୍ଥା ।

 

ଅସ୍ଥାୟୀ ଗଛ ଠାରୁ ଆରମ୍ଭ କରି ଚିତା, ଝୋଟି ଏବଂ ବିଭିନ୍ନ କପଡ଼ାରେ ସଜା ହୋଇଛି ବଡ଼ଦାଣ୍ଡ ।

 

ଭୋଜିରେ ମଦ ପିଇ ୫ ଗୁରୁତର

0

ଟାଙ୍ଗୀ: ନୂଆବର୍ଷ ସ୍ୱାଗତ କରିବାକୁ ଭୋଜି… ଆଉ ଭୋଜିରେ ମଦ୍ୟପାନ । ମଦ୍ୟପାନ କରି ଅସୁସ୍ଥ ହୋଇପଡ଼ିଛନ୍ତି ୫ଜଣ । ଘଟଣାଟି ହେଉଛି ଟାଙ୍ଗୀ ଥାନା ବରଡି ଗାଁର ।

ଟାଙ୍ଗୀ ଥାନା ବରଡି ଗାଁ ଓ ସୋରଣ ଗାଁର କେତେକ ଵ୍ୟକ୍ତି ଭୋଜି କରିଥିଲେ । ଭୋଜି ମଦ୍ୟପାନ କରି ୫  ଗୁରୁତର ହୋଇପଡ଼ିଛନ୍ତି । ତେବେ ଗୁରୁତରଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବିଷାକ୍ତ ମଦ ପାଇଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିବା ସନ୍ଦେହ କରାଯାଉଛି । ତେବେ ଗୁରୁତରମାନେ ହେଲେ ସୋରଣ ଗାଁର ଫକୀର ବେହେରା, ଯୁଝି ବେହେରା, ମହେନ୍ଦ୍ର ବେହେରା, ଶରତ ବେହେରା, ବାନାମ୍ବର ବେହେରା ।

ଅଭାବ ହେବନି ପିଆଜ, ଆଗୁଆ ସଞ୍ଚୟ କରି ରଖାଯିବ ୧ଲକ୍ଷ ଟନ ପିଆଜ

0

ନୂଆଦିଲ୍ଲୀ: ଶସ୍ତା ହେବ ପିଆଜ ଦର । ୨୦୨୦ ରେ ଆଉ ରୋଷେଇ ଘରେ ଅଭାବ ହେବନି ପିଆଜ । କାରଣ ୨୦୨୦ ରେ ଏକ ଲକ୍ଷ ଟନ୍ ପିଆଜ ଆଗୁଆ ଗଚ୍ଛିତ ରଖାଯିବ ବୋଲି ସୂଚନା ମିଳିଛି । ଏକ ବୈଠକ ମାଧ୍ୟମରେ ସରକାରୀ ବରିଷ୍ଠ ଅଧିକାରୀ ମାନେ କହିଛନ୍ତି, ଚଳିତ ବର୍ଷ ଭଳି ପିଆଜର ଅସୁବିଧା ହେବନାହିଁ ବୋଲି ଅନୁମାନ କରାଯାଉଛି ।

ଚଳିତ ବର୍ଷ ୫୬ ହଜାର ଟନ୍ ପିଆଜ ଆସିଥିଲା । ଯାହା କାରଣରୁ ବର୍ଷର ଶେଷ ସମୟ ବେଳକୁ ପିଆଜର ଦର ୧୦୦ କୁ ବୃଦ୍ଧି ପାଇଥିଲା । ଯାହାଫଳରେ ଦେଶ ସାରା ପିଆଜ ପାଇଁ ଆନ୍ଦୋଳନ ଦେଖା ଦେଇଥିଲା ।

ସେପଟେ କିଭଳି ପିଆଜକୁ ନେଇ ୨୦୨୦ ବର୍ଷରେ କୌଣସି ଅସୁବିଧା ହେବନାହିଁ ସେ ନେଇ ଏକ ବୈଠକ ହୋଇଛି । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ସାହା ୧ ଲକ୍ଷ ଟନ୍ ପିଆଜକୁ ଗଚ୍ଛିତ ରଖାଯିବ ବୋଲି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ପୂର୍ବ ବର୍ଷ ଭଳି ସରକାରୀ ନେଫେଡ଼ରେ ପିଆଜ ଷ୍ଟକ୍ ରହିବ ।

୮ ଲକଜୁରୀ ଗାଡ଼ି ଜବତ କଲା କମିଶନରେଟ୍‌ ପୋଲିସ

0

ଭୁବନେଶ୍ୱର: କମିଶନରେଟ୍‌ ପୋଲିସ ସ୍ପେଶାଲ ସ୍କ୍ୱାଡ଼ ହାତରେ ଅନ୍ତଃରାଜ୍ୟ କାର୍‌ ର‍୍ୟାକେଟ୍‌ ଗ୍ୟାଙ୍ଗ୍ । ଭୁବନେଶ୍ୱରରୁ ୨ଜଣଙ୍କୁ  ଗିରଫ କରାଯିବା ସହ ୮ ଲକଜୁରୀ ଗାଡ଼ି ଜବତ କରାଯାଇଛି । ସମସ୍ତ ଗାଡ଼ି ପଶ୍ଚିମବଙ୍ଗ ନମ୍ବରର ରହିଛି । ତେବେ ଏଥିରେ ନକଲି ନମ୍ବର ଥିବା ପୋଲିସ ସୂଚନା ଦେଇଛି ।

ଅନ୍ୟ ସଦସ୍ୟଙ୍କୁ ଧରିବାକୁ ରାଜ୍ୟ ବାହାରେ ଚଢ଼ାଉ ଚାଲିଛି । ଗିରଫଙ୍କ ମଧ୍ୟରେ ଜଣେ ଏମ୍‌ସିଏ ଛାତ୍ର ରହିଥିବା ସୂଚନା ମିଳିଛି ।