spot_img
Home Blog Page 7646

ଜୀବନ ସହ ବାଜିଲଗାଇ ଟ୍ରେନ୍‌ରେ କରୁଥିଲେ ଷ୍ଟଣ୍ଟ, ତାପରେ…

0

ମୁମ୍ବାଇ: ଟ୍ରେନ୍‌ରେ ଷ୍ଟଣ୍ଟ କରୁଥିବା ସମୟରେ ଖସିପଡ଼ି ଯୁବକଙ୍କର ମୃତ୍ୟୁ । ଚଳନ୍ତା ଟ୍ରେନ୍‌ରେ କରୁଥିଲେ ମାରାତ୍ମକ ଷ୍ଟଣ୍ଟ । ଏଭଳି ଏକ ଘଟଣା ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଦେଖିବାକୁ ମିଳିଛି । ମୁମ୍ବ୍ରା ରୁ ଦିଭା ମଧ୍ୟରେ ଘଟିଛି ଏଭଳି ଘଟଣା । ଯୁବକ ଜଣକ ଲୋକାଲ ଟ୍ରେନ୍‌ କଲ୍ୟାଣରେ ଯାଉଥିବା ସମୟରେ ଷ୍ଟଣ୍ଟ କରୁଥିଲେ । ମୃତ ଯୁବକଙ୍କ ନାଁ ଦିଲସାନ ବୋଲି ତାଙ୍କ ସାଙ୍ଗଙ୍କ ଠାରୁ ଜଣାପଡ଼ିଛି ।

ସୂଚନା ଅନୁଯାୟୀ,  ଜଣେ ୨୦ ବର୍ଷର ଯୁବକ ମୁମ୍ବ୍ରାରୁ ଦିଭା ଯାଉଥିବା ଏକ ଲୋକାଲଟ୍ରେନ୍‌ରେ ଷ୍ଟଣ୍ଟ କରୁଥିଲେ । ଟ୍ରେନ୍‌ର ଡୋର ପାଖରେ ଛିଡ଼ା ହୋଇ ବାହାରୁ ବାହାରି ହାତ ହଲାଇଲା ଭଳି ଷ୍ଟଣ୍ଟ୍‌ କରୁଥିଲେ । ଯାହାକୁ ଟ୍ରେନ୍‌ ମଧ୍ୟରେ ଥିବା ତାଙ୍କର ଆଉଜଣେ ସାଙ୍ଗ ଫୋନ୍‌ ଯୋଗେ କରୁଥିଲେ ରେକର୍ଡ । ଷ୍ଟଣ୍ଟ୍‌ କରୁଥିବା ସମୟରେ ତାଙ୍କର ହାତ ଖସିଯାଇଥିଲା ।

ଯାହାପାଇଁ ସେ ଟ୍ରନ୍‌ରୁ ଖସି ତଲେ ପଡ଼ିଯାଇଥିଲେ । ଏହାପରେ ତାଙ୍କର ସାଙ୍ଗ ପାଖରେ ଥିବା ଏକ ଡ଼ାକ୍ତରଖାନାକୁ ନେଇ ଯାଇଥିଲେ ।  ସେଠାରେ  ଡ଼ାକ୍ତର ଦିଲସାନଙ୍କୁ ମୃତ ଘୋଷଣା କରିଥିଲେ । ଦିଲସାନ ତାଙ୍କ ଭାଇଙ୍କର ବାହାଘର ପାଇଁ ଡ୍ରସ କିଣିବା ପାଇଁ ଗୋଭାନ୍ଦି ଯାଉଥିଲେ । ସପଟେ ଏହି ଭିଡ଼ିଓକୁ ରେଳ ବିଭାଗ ଭାଇରାଲ କରିଛି  । କାରଣ ଯୁବ ପିଢ଼ିଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ।

ଆରପାରିରେ ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀ

0

ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀଙ୍କ ପରଲୋକ। ଖରିଆର ରୋଡ୍‌ସ୍ଥିତ ବାସଭବନରେ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

ପରଲୋକ ନେଇ ତାଙ୍କ ପୁଅ ସୁରେଶ ଆଚାରୀ ସୂଚନା ଦେଇଛନ୍ତି । ୪ ଏପ୍ରିଲ ୨୦୧୨ରୁ ୩ ଏପ୍ରିଲ ୨୦୧୮ ପର୍ଯ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ଥିଲେ ।

ରନୱେ ରିକାର୍ପେଟିଙ୍ଗ୍ ପାଇଁ ବନ୍ଦ ହେବନି ବିମାନ ଚଳାଚଳ

0

ଭୁବନେଶ୍ୱର: ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ରିକାର୍ପେଟିଙ୍ଗ୍ କାମ ଆରମ୍ଭ ହେବ । ପୂର୍ବରୁ ନଭେମ୍ବର ୧ରୁ ଘୁଞ୍ଚି ଏହି କାମ ଡିସେମ୍ବର ୧ରେ ହେବାକୁ ଥିଲା । ଏବେ ଏହି ରିକାର୍ପେଟିଙ୍ଗ୍‌ କାର୍ଯ୍ୟ ଆସନ୍ତା ବର୍ଷ ଫେବ୍ରୁଆରୀରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ ଭି. ଭି. ରାଓଙ୍କ କହିବାନୁଯାୟୀ ଏହି କାମ ୮ରୁ ୧୦ମାସ ଧରି ଚାଲିବ । ପ୍ରାଥମିକ ପର୍ଯ୍ୟାୟରେ ରାତିରେ ଏହି କାମ କରାଯିବ କିନ୍ତୁ ଶେଷ ପର୍ଯ୍ୟାୟରେ ପାଖାପାଖି ୨ରୁ ୩ମାସ ପାଇଁ ଦିନରେ ଏହି ରିକାର୍ପେଟିଙ୍ଗ କାମ କରାଯିବ । ବିଭିନ୍ନ ବିମାନ କମ୍ପାନୀ ସହ ଆଲୋଚନା କରାଯାଇ ବିମାନ ଚଳାଚଳ ସମୟରେ ପରିବର୍ତ୍ତନ କରାଯିବ ।

Image result for bbsr airport runway carpeting

କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ଓଡ଼ିଶାକୁ ମିଳିବ କେନ୍ଦ୍ରର ପ୍ରଂଶସା ପତ୍ର

0

ଭୁବନେଶ୍ୱର : କୃଷି କର୍ମଣ ପରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ଓଡ଼ିଶାକୁ କେନ୍ଦ୍ରର ପ୍ରଂଶସା ପତ୍ର । ଆସନ୍ତା ୨ ତାରିଖରେ ବେଙ୍ଗଳୁରୁ ଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୁରସ୍କାର ପ୍ରଦାନ କରିବେ ।

ପୁରସ୍କାର ରାଶି ଭାବେ ଓଡ଼ିଶାକୁ ମିଳିବ ମିଳିବ ଏକ କୋଟି ଟଙ୍କା  ଓ ମାନପତ୍ର । କୃଷି ମନ୍ତ୍ରୀ ଡଃ ଅରୁଣ ସାହୁ ବେଙ୍ଗଳୁରୁରେ ଏହି ପୁରସ୍କାର ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ସେନାମୁଖ୍ୟ ପଦବୀରୁ ବିପିନ ରାଓ୍ୱତଙ୍କ ଅବସର

0

ନୂଆଦିଲ୍ଲୀ: ଭାରତୀୟ ସେନାର ସେନାମୁଖ୍ୟଙ୍କ ଅବସର । ୩ ବର୍ଷର କାର୍ଯ୍ୟକାଳ ପରେ ମଙ୍ଗଳବାର ସେନାମୁଖ୍ୟ ବିପିନ ରାଓ୍ୱତ ଅବସର ନେଇଛନ୍ତି । କାର୍ଯ୍ୟକାଳର ଶେଷ ଦିନରେ ସେ ଓ୍ୱାର ମେମୋରିଆଲ ଯାଇ ସେଠାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଅବସର ପରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ରାଓ୍ୱତ ।  କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ସେ ସମସ୍ତ ଯବାନଙ୍କୁ ଶୁଭକାମନା ଦେଇଛନ୍ତି । ଏହାସହ ନୂଆବର୍ଷର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସେ କହିଛନ୍ତି ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ କେବଳ ଗୋଟିଏ ପଦ। ଏଥିରେ ସବୁ ଯବାନଙ୍କ ସହଯୋଗ ମିଳିଥାଏ ଓ ଦେଶ ଆଗକୁ ବଢିଥାଏ ।

 

ପୁଣି ଶୁଳିଆ ପୀଠରେ ପଡ଼ିଲା ବଳି !

0

ବଲାଙ୍ଗିର: ପୁଣି ରକ୍ତରଞ୍ଜିତ ହେଲା ଶୁଳିଆ ପୀଠ। ବଲାଙ୍ଗିର ଜିଲ୍ଲା ଖାଇରଗୁଡ଼ାରେ ପଡ଼ିଲା ବଳି। ଦେଓଗାଁ ବ୍ଲକ କୁଇତାପଡ଼ା ପଞ୍ଚାୟତ ଖାଇରଗୁଡ଼ା ବଡ଼ଖଳା ଓ କୁମୁରିଆ ସାନଖଳାରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଛି । ଆଜି ଭୋରରୁ ନିଷିପୂଜା ହେଲା ପରେ ଶୁଲିଆ ପୀଠରେ ପାରମ୍ପାରିକ ଭାବେ ଉଭୟ ପୀଠର ମୁଖ୍ୟ ପୂଜକ ଓ ଦେହୁରୀ ପୂଜାର୍ଚ୍ଚନା କରିଥିଲେ।

ପରେ ପ୍ରଥମେ ଖାଇରଗୁଡା ବଡଖଳାରେ ବଳୀ ଦିଆଯାଇଛି। ଶ୍ରଦ୍ଧାଳୁଙ୍କ ମାନସିକ ଅନୁଯାୟୀ ପଶୁ ବଳି ଦିଆଯାଇଛି। ଉଭୟ ଖଳାରେ ପୋଲିସ ପ୍ରଶାସନ ପକ୍ଷକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଶ୍ରେଷ୍ଠ ୩ ପ୍ରଦର୍ଶନକାରୀ ରାଜ୍ୟ ମଧ୍ୟରେ ସ୍ଥାନ ପାଇଲା ଓଡ଼ିଶା

ନୂଆଦିଲ୍ଲୀ: ପ୍ରଗତୀ ପଥରେ ଆଗାଇ ଚାଲିଛି ଓଡ଼ିଶା। ବିକାଶର ବିଭିନ୍ନ ମାନଦଣ୍ଡରେ ରାଜ୍ୟର ପ୍ରଦର୍ଶନ ବେଶ୍‌ ଭଲ ରହିଛି । ନୀତି ଆୟୋଗର ସ୍ଥାୟୀ ବିକାଶ ଲକ୍ଷ୍ୟ ସୂଚକାଙ୍କରେ ଉପରକୁ ଉଠିଛି ଓଡ଼ିଶାର ସ୍ଥାନ । ଗତବର୍ଷ ୨୩ ନମ୍ବର ସ୍ଥାନରୁ ଏଥର ୧୫ ନମ୍ବର ସ୍ଥାନକୁ ଉନ୍ନତି ହୋଇଛି ରାଜ୍ୟ । ସେହିପରି ବିକାଶର ସ୍କୋର ବଢି ୫୧ରୁ ୫୮ ପଏଣ୍ଟରେ ପହଞ୍ଚିଛି। ଏଥିସହ ଦେଶର ଶ୍ରେଷ୍ଠ ୩ ପ୍ରଦର୍ଶନକାରୀ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶା। ଅନ୍ୟ ଦୁଇ ରାଜ୍ୟ ହେଉଛନ୍ତି ଉତ୍ତରପ୍ରଦେଶ ଓ ସିକ୍କିମ୍‌। ସାମଗ୍ରୀକ ବିକାଶ କ୍ଷେତ୍ରରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ଏଥିରେ ୭ ପଏଣ୍ଟ ଅଧିକ ପାଇ ୫୮ ପଏଣ୍ଟ ସ୍କୋର କରିଛି । ଶିଳ୍ପ, ଭିତ୍ତିଭୂମି କ୍ଷେତ୍ରରେ ରାଜ୍ୟକୁ ମିଳିଛି ୭୨ ପଏଣ୍ଟ। ସ୍ୱଚ୍ଛ ପାନୀୟ ଜଳ ଓ ପରିମଳ କ୍ଷେତ୍ରରେ ୮୫ ପଏଣ୍ଟ ସ୍କୋର କରିବା ସହ ଓଡ଼ିଶା ୧୨ ନମ୍ବର ସ୍ଥାନରେ ରହିଛି। ୭୦ ପଏଣ୍ଟ ସହ କେରଳ ସୂଚକାଙ୍କର ଶୀର୍ଷରେ ରହିଛି । ସେହିପରି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଟପ୍‌ରେ ରହିଛି ଚଣ୍ଡୀଗଡ଼। ସୂଚୀର ଦ୍ୱିତୀୟ ସ୍ଥାନରେ ହିମାଚଳ ପ୍ରଦେଶ ଓ ତୃତୀୟରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ତେଲେଙ୍ଗାନା ରହିଛନ୍ତି। ନୀତି ଆୟୋଗର ଏସ୍‌ଡିଜି ଭାରତ ସୂଚକାଙ୍କରେ ସାମାଜିକ, ଆର୍ଥିକ ଓ ପରିବେଶ କ୍ଷେତ୍ରରେ ପ୍ରଦର୍ଶନକୁ ନେଇ ରାଜ୍ୟମାନଙ୍କର ରାଙ୍କିଂ କରାଯାଏ। ଚଳିତ ବର୍ଷ ପୂରା ଦେଶରେ ମଧ୍ୟ ସୁଧୁରିଛି ବିକାଶର ଚିତ୍ର। ପାନୀୟ ଜଳ, ସ୍ୱଚ୍ଛତା, ବିଜୁଳୀ ଓ ଉଦ୍ୟୋଗ କ୍ଷେତ୍ରରେ ସଫଳତା ମିଳିଛି। ତେବେ କୁପୋଷଣ ଦେଶ ପାଇଁ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି।

ହାଡ଼ଭଙ୍ଗା ଶୀତରେ ଥରୁଛି ଉତ୍ତର ଭାରତ, କୁହୁଡ଼ି ପାଇଁ ବିଳମ୍ବରେ ୪୫୦ ବିମାନ ଚଳାଚଳ

ନୂଆଦିଲ୍ଲୀ: ଥଣ୍ଡାର କବଳରେ ପୂରା ଉତ୍ତର ଭାରତ । ମଙ୍ଗଳବାର ଦିଲ୍ଲୀରେ ନ୍ୟୁନତମ ତାପମାତ୍ରା ୪ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି । ଏହି ଖରାପ ପାଗର ପ୍ରଭାବ ସିଧାସଳଖ ବିମାନ ବନ୍ଦର ଓ ଟ୍ରେନ ଉପରେ ପଡ଼ିଛି। ଦିଲ୍ଲୀ ବିମାନବନ୍ଦରରେ ପ୍ରଭାବିତ ହୋଇଛି ବିମାନ ସେବା ।

ବିଳମ୍ବ ହୋଇଛି ୪୫୦ ବିମାନ ଚଳାଚଳ । ସେହିପରି ୪୦ ବିମାନ ବାତିଲ  ଓ ୨୧ର ରୁଟ୍‌ ଡାଇଭର୍ଟ କରାଯାଇଛି । ବିଳମ୍ବରେ ଚାଲୁଛି ଉତ୍ତର ରେଳବାଇର ୩୪ ଟ୍ରେନ ।

ଖାଲି ସେତିକି ନୁହେଁ ୬ ରାଜ୍ୟକୁ ରେଡ୍‌ ୱାର୍ଣ୍ଣି । ପଞ୍ଜାବ, ହରିୟାଣା, ଦିଲ୍ଲୀ,ରାଜସ୍ଥାନ, ଉତ୍ତରପ୍ରଦେଶ ଓ ବିହାର ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ହରିୟାଣାର ୧୬ ଓ ପଞ୍ଜାବର ୧୮ ଜିଲ୍ଲାରେ ରେଡ୍‌ ଆଲର୍ଟ । ତେବେ ୨ ଓ ୩ ଜାନୁଆରୀରେ କୁଆପଥର ସହ ବର୍ଷା ମଧ୍ୟ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଆରପାରିରେ ଗୀତା ମେହେଟ୍ଟାଙ୍କ ସ୍ୱାମୀ ତଥା ବିଖ୍ୟାତ ସମ୍ପାଦକ ସନି ମେହେଟ୍ଟା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇଙ୍କ ପରଲୋକ। ଗୀତା ମେହେଟ୍ଟାଙ୍କ ସ୍ୱାମୀ ତଥା ବିଶ୍ୱର ଜଣେ ପ୍ରତିଷ୍ଠିତ ସଂପାଦକ ସନି ମେହେଟ୍ଟାଙ୍କର ଗତକାଲି ପରଲୋକ ହୋଇଛି। ୭୬ ବର୍ଷୀୟ ଭାରତ ଜନ୍ମିତ ସନି ଆମେରିକାର ପ୍ରସିଦ୍ଧ ନୁଫ୍ ଡବଲଡେ ପ୍ରକାଶନୀ ଗ୍ରୁପର ମୁଖ୍ୟ ସଂପାଦକ ଓ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ । ସନିଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପବ୍ଲିସର୍ସ ୱିକଲି ପକ୍ଷରୁ ତାଙ୍କୁ ୨୦୧୫ରେ ପର୍ସନ୍ଅଫ ଦ ଇଅର ଭାବେ ସମ୍ମାନ ପ୍ରଦାନ କରାଯାଇଥିଲା । ଦୀର୍ଘ ବର୍ଷ ଧରି ସେ ଓ ତାଙ୍କ ପତ୍ନୀ ଗୀତା ଆମେରିକାରେ ରହି ଆସୁଥିଲେ। ସନିଙ୍କ ବିୟୋଗରେ ବିଶ୍ୱର ପ୍ରମୁଖ ପ୍ରକାଶକ ଓ ସଂପାଦକ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ଗୋପାଳପୁର ଗାଁରେ ହାତୀ ଆକ୍ରମଣରେ ମହିଳା ମୃତ । ଭୋର ସମୟରେ ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କରିଥିଲା ହାତୀ ।

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ଗୋପାଳପୁର ଗାଁରେ ହାତୀ ଆକ୍ରମଣରେ ମହିଳା ମୃତ । ଭୋର ସମୟରେ ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କରିଥିଲା ହାତୀ