spot_img
Home Blog Page 7647

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ । ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବ୍‌ଲି ଉଦଯାପନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ । ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବ୍‌ଲି ଉଦଯାପନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କଳାହାଣ୍ଡି: ଭିଜିଲାନ୍ସ ଜାଲରେରେ DRDA କାର୍ଯ୍ୟାଳୟର ମୁଖ୍ୟ କିରାଣୀ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ । ମୁଖ୍ୟ କିରାଣୀ ହର ପ୍ରସାଦ ଆଚାର୍ଯ୍ୟଙ୍କ ଘରେ ଚଢାଉ ଜାରି।

କଳାହାଣ୍ଡି: ଭିଜିଲାନ୍ସ ଜାଲରେରେ DRDA କାର୍ଯ୍ୟାଳୟର ମୁଖ୍ୟ କିରାଣୀ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ । ମୁଖ୍ୟ କିରାଣୀ ହର ପ୍ରସାଦ ଆଚାର୍ଯ୍ୟଙ୍କ ଘରେ ଚଢାଉ ଜାରି।

ଋଣ ସୁଝି ନପାରି ହଟହଟା ହେଲେ ୨ ବ୍ୟବସାୟୀ

0

ବାଲିଗୁଡ଼ା: ବ୍ୟାଙ୍କ ଋଣ ସୁଝି ନପାରିବାରୁ ମସଲା ଫ୍ୟାକ୍‌ଟ୍ରି ସିଲ୍‌। ଗତକାଲି କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ସଲପଯୋଡ଼ିରେ ଥିବା ସଂସାର ମସଲା କାରଖାନାକୁ ସିଲ୍‌ କରିଛି ଆଇଡିବିଆଇ ବ୍ୟାଙ୍କ । ଗତ ୨୦୦୮ ମସିହାରୁ ଭୁବନେଶ୍ୱର ସ୍ଥିତ ଆଇଡିବିଆଇ ବ୍ୟାଙ୍କରୁ ୨କୋଟି ୪୦ ଲକ୍ଷ ଟଙ୍କା ଋଣ ନେଇ ୨ ବ୍ୟବସାୟୀ ମସଲା କାରଖାନା ଆରମ୍ଭ କରିଥିଲେ।

କିନ୍ତୁ ଆଜି ପର୍ଯ୍ୟନ୍ତ ଋଣ ସୁଝି ନପାରିବାରୁ ବ୍ୟାଙ୍କର ରିଜୋଲ୍ୟୁସନ୍‌ ଅଫିସର ମସଲା କାରଖାନା ଓ ୨ ମାଲିକଙ୍କ ସମ୍ପତି ଜବତ କରିଛନ୍ତି । ସାରଂଗଡ଼ ପୋଲିସ ଓ ନୂଆଗାଁ ତହସିଲଦାରଙ୍କ ଉପସ୍ଥିତିରେ ମସଲା କାରଖାନା ସମେତ ମାଲିକଙ୍କ ସମ୍ପତି ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ସିଲ୍‌ କରାଯାଇଛି।

ଭିଜିଲାନ୍ସ ଜାଲରେ କଳାହାଣ୍ଡି DRDAର ମୁଖ୍ୟ କିରାଣୀ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ । କଳାହାଣ୍ଡି DRDA କାର୍ଯ୍ୟାଳୟର ମୁଖ୍ୟ କିରାଣୀ ହର ପ୍ରସାଦ ଆଚାର୍ଯ୍ୟଙ୍କ ଘରେ ଭିଜିଲାନ୍‌ସ ରେଡ୍‌ ହୋଇଛି। ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କ ରାମନଗର ବାସଭବନ ସହ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି ।

ଏବେ ସୁଦ୍ଧା କୋଟିଏରୁ ଅଧିକ ଟଙ୍କାର ସମ୍ପତି ଆକଳନ ହୋଇଛି ।

ଥରୁଛି ଓଡ଼ିଶା: ୧୩ଟି ଜିଲ୍ଲାକୁ କୋଲ୍‌ଡ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ

ଭୂବନେଶ୍ୱର: ସାରା ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ । ଜାଡ଼ର ମାଡ଼ରେ ଥରୁଛି ଓଡ଼ିଶା । ୨ ତାରିଖରୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସହ କେତେକ ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ କୁଆପଥର ପଡ଼ିପାରେ । ବର୍ଷା କମିବା ପରେ ପୁଣି ବଢ଼ିବ ଶୀତ ପ୍ରକୋପ । ତେବେ ୧୩ଟି ଜିଲ୍ଲାକୁ କୋଲ୍‌ଡ ଓ୍ବେଭ ପାଇଁ ଜାରି କରାଯାଇଛି ୟେଲୋ ଓ୍ବାର୍ଣ୍ଣିଂ। ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହେଉଛି । ରାତିରେ ଥଣ୍ଡାର ପ୍ରକୋପ ଏତେ ଅଧିକ ରହୁଛି ଯେ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି । ଶୀତରୁ ରକ୍ଷା ପାଇଁ ଲୋକ ନିଆଁର ଆଶ୍ରୟ ନେଉଛନ୍ତି । ସୋନପୁର, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ଏବଂ ରାଉରକେଲା ଭଳି ସହରରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନ-ଜୀବନ । ଶିମିଳିପାଳରେ ହେଉଛି ତୁଷାରପାତ । ଅସହାୟ ଓ ବାସହରାଙ୍କ ପାଇଁ ରାତ୍ରି ଆଶ୍ରୟସ୍ଥଳୀ ବ୍ୟବସ୍ଥା କରାଯାଇଛି ।

ସେହିପରି ଅସହ୍ୟ ଜାଡ଼ରେ ଥରୁଛି ସୁବର୍ଣ୍ଣପୁର ଜିଲ୍ଲା । ରାତି ପାହିଲେ ବଢ଼ୁଛି ଥଣ୍ଡା, ତା ସାଙ୍ଗକୁ ସକାଳୁ ସକାଳୁ ଥଣ୍ଡା ପବନ ବହିବା ଯୋଗୁଁ ଥଣ୍ଡାର ପ୍ରକୋପ ଆହୁରି ଅଧିକ ଅନୁଭୂତ ହେଉଛି । ବିଗତ ବର୍ଷ ମାନଙ୍କରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଉପରେ ରହୁଥିବା ବେଳେ ଏଥର ପାରଦ ଖସିବା ରେକର୍ଡ କରିଛି । ସେପଟେ ପ୍ରବଳ ଜାଡ଼ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଗତ ଦୁଇ ଦିନ ମଧ୍ୟରେ ପାରଦ ୪ ଓ ୩ ଡିଗ୍ରୀରେ ପହଞ୍ଚି ଥିବା ବେଳେ ଓଡ଼ିଶାରେ ରେକର୍ଡ କରିଛି ସୁବର୍ଣ୍ଣପୁର ଜିଲ୍ଲା । ଚଳିତବର୍ଷ ଏଠାକାର ଶୀତ ଦାରିଙ୍ଗବାଡ଼ିକୁ ପଛରେ ପକାଇଛି ।

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବଲି ଉଦଯାପନୀ ଉତ୍ସବରେ ଯୋଗଦେବେ ନବୀନ

ବଲାଙ୍ଗିର: ଆଜି ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବଲି ଉତ୍ସବର ଉଦଯାପନୀ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୦ଟା ୧୦ରେ  ନବୀନ ନିବାସରୁ ବାହାରି ସ୍ୱତନ୍ତ୍ର ହେଲିକପଟର ଯୋଗେ ବଲାଙ୍ଗିର ଯିବେ ନବୀନ । ଦିନ ୧୧ଟା ୩୦ରେ  ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପହଞ୍ଚିବା ପରେ ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଦିନ ୧୨.୪୫ଟାରେ ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସଭାସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୧୯୪୪ରେ ସ୍ଥାପିତ ରାଜେନ୍ଦ୍ର କଲେଜ ୭୫ରେ ବର୍ଷ ପଦାର୍ପଣ କରିଛି । ଏ ଅବସରରେ ୫ ଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଥିଲା । ଉଦଘାଟନୀ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା, ମାତ୍ର ଖରାପ ପାଗ ଯୋଗୁଁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଗସ୍ତ ବାତିଲ ହୋଇଥିଲା ।

୧୦ଟା ୪୨ରୁ ଆରମ୍ଭ ହେଲା ଭୂକମ୍ପ

0

ନୂଆଦିଲ୍ଲୀ: କେବଳ ଶୀତ ନୁହେଁ ଭୂକମ୍ପରେ ଥରିଲା ଜମ୍ମୁ କଶ୍ମୀର । ଗୋଟିଏ ଘଣ୍ଟାରେ ଅନୁଭୂତ ହେଲା ୪ ଥର ଭୂମିକମ୍ପ । ଜମ୍ମୁ କଶ୍ମୀରରେ ସୋମବାର ରାତି ମାତ୍ର ଏକ ଘଣ୍ଟା ମଧ୍ୟରେ ୪.୭ ରୁ ୫.୫ ପର୍ଯ୍ୟନ୍ତର ରିକ୍ଟର ସ୍କେଲରେ ତିବ୍ରତା ଥିବା ଭୂକମ୍ପ ୪ ଥର ଅନୁଭୂତ ହୋଇଛି । ରାଷ୍ଟ୍ରୀୟ  ଭୂକମ୍ପ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପ ୪.୭ ତୀବ୍ରତା ପ୍ରଥମ ଝଟକା ରାତି ୧୦ଟା ୪୨ରେ ଅନୁଭୂତ ହୋଇଥିଲା । ଏହାର ୬ ମିନିଟ ପରେ ୫.୫ ତୀବ୍ରତାର ଦ୍ୱିତୀୟ ଥର ପାଇଁ ହୋଇଥିଲା ।

 

ରାତି ୧୦ଟା ୫୮ ମିନିଟରେ ୪.୬ ତୀବ୍ରତାର ତୃତୀୟ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରାତି ୧୧ଟା ୨୦ରେ ଭୂକମ୍ପ ୪ର୍ଥ ଥର ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ଥିଲା । ସବୁଠାରୁ ବଡ଼ କଥା ହେଲା ଯେ, ୪ ଥର ଭୂକମ୍ପ ଅନୁଭୂତ ହୋଇଥିଲେ ବି କୌଣସି କ୍ଷୟକ୍ଷତି ହୋଇ ନାହିଁ । ଜମ୍ମୁ କଶ୍ମୀର ବ୍ୟତୀତ ଆଣ୍ଡାମାନ ନିକୋବରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି ।

ମହାପ୍ରଭୁଙ୍କ ଅନନ୍ୟ ଭକ୍ତ ନବୀନ, ୨୦୧୬ରୁ କରିଥିଲେ ଶ୍ରୀକ୍ଷେତ୍ର ବିକାଶର ରୋଡମ୍ୟାପ୍

ଭୁବନେଶ୍ୱର : ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପାଇଁ ଐତିହ୍ୟ କରିଡର ଚିଠାକୁ ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କର ଆଉ ଏକ ରୂପ ସଂପର୍କରେ କହିଥିଲେ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ । ଆଜି ପୁରୀ ପାଇଁ କାହିଁକି ଏତେ କାର୍ଯ୍ୟକ୍ରମ ହୋଇଛି ? କଣ ଥିଲା ସେ ଦିନର ଘଟଣାକ୍ରମ ସେ ସବୁକୁ କହିଥିଲେ ପାଣ୍ଡିଆନ୍ ।

ସଚିବ କହିଥିଲେ ଯେ, ସେଦିନ ଥିଲା ୨୦୧୬ ମସିହା । ନୂଆ ବର୍ଷରେ ସେ ଓ ମୁଖ୍ୟମନ୍ତ୍ରୀ ପୁରୀ ଯାଉଥିଲେ । ମୁଖ୍ୟମନ୍ତ୍ରୀଙ୍କ ପଛପଟେ ବସିଥିଲେ ବ୍ୟକ୍ତିଗତ ସଚିବ । ନୂଆବର୍ଷ ହୋଇଥିବାରୁ ରାସ୍ତାର ଦୁଇ ପାର୍ଶ୍ୱରେ ଏକାଧିକ ହୋର୍ଡିଂ ଲାଗିଥିଲା । ପ୍ରାୟ ପ୍ରତ୍ୟକ ହୋର୍ଡିଂରେ ଥିଲା ମହାପ୍ରଭୁଙ୍କ ଫଟୋଚିତ୍ର । ସେ ଥରେ କିମ୍ବା ୨ ଥର ନଜର କଲେ ଯେ, କୌଣସି ଏକ ହୋର୍ଡିଂ ଆସିବା ବେଳେକୁ ସେଥିରେ ଥିବା ମହାପ୍ରଭୁଙ୍କ ଫଟୋ ଦେଖି, ମୁଖ୍ୟମନ୍ତ୍ରୀ ଆଖି ବନ୍ଦ କରିବା ସହ ମୁଣ୍ଡିଆ ମାରିବା ଶୈଳୀରେ ପ୍ରାର୍ଥନା କରୁଛନ୍ତି । ଗୋଟିଏ କିମ୍ବା ଦୁଇଟି ନୁହେଁ ପୁରା ୪୦-୫୦ କିଲୋମିଟର ରାସ୍ତାରେ ଯେତେସବୁ ହୋର୍ଡିଂ ଆସୁଥିଲା ଏବଂ ଯେଉଁଥିରେ ମହାପ୍ରଭୁଙ୍କର ଫଟୋ ଥିଲା ସେ ସବୁକୁ ଦେଖି ଠାକୁରଙ୍କୁ ପ୍ରାର୍ଥନା କରୁଥିଲେ ମୁଖ୍ୟମନ୍ତ୍ରୀ ।

ସେତେବେଳେ ସେ ଦେଖିଲେ ଭିନ୍ନ ଜଣେ ମୁଖ୍ୟମନ୍ତ୍ରୀଙ୍କୁ । ଜାଣିବାକୁ ପାଇଲେ ତାଙ୍କର ଭିନ୍ନ ଏକ ସ୍ୱରୂପକୁ । ଏହାପରେ ପୁରୀ ପହଞ୍ଚି ଉଭୟ ମନ୍ଦିର ମଧ୍ୟକୁ ପ୍ରବେଶ କଲେ, ସେଠାରେ ପୁଣିଥରେ ମହାପ୍ରଭୁଙ୍କ ସାମ୍ନାରେ ଭିନ୍ନ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଲେ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ । ମହାପ୍ରଭୁଙ୍କୁ ପ୍ରାର୍ଥନା କରି ଫେରିଲେ ମୁଖ୍ୟମନ୍ତ୍ରୀ । ରାସ୍ତାରେ ସେ ବ୍ୟକ୍ତିଗତ ସଚିବଙ୍କୁ କହିଲେ ଯେ, ଆମେ ମହାପ୍ରଭୁଙ୍କ ମନ୍ଦିର ପାଇଁ କିଛି କଲେ ଭଲ ହୁଅନ୍ତା । ସେବେଠାରୁ ଆରମ୍ଭ ହେଲା ଶ୍ରୀକ୍ଷେତ୍ର ନବକଳେବରର ପରିକଳ୍ପନା ।

ସେହିବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ନିଷ୍ପତ୍ତି ହେଲା ଯେ, ପୁରୀ ବଡ଼ଦାଣ୍ଡରେ ଥିବା ଜେଲ୍ ସ୍ଥାନାନ୍ତର ହେବ । ପ୍ରଥମେ ଏହାକୁ କେହି ବୁଝିପାରିନଥିଲେ । ହଠାତ୍ ବଡ଼ଦାଣ୍ଡ ଉପରେ ଥିବା ଏତେ ବର୍ଷର ପୁରୁଣା ଜେଲକୁ କାହିଁକି ସ୍ଥାନାନ୍ତର କରାଯାଉଛି ବୋଲି ସମସ୍ତେ ପ୍ରଶ୍ନ କରିଥିଲେ । ତତ୍କାଳୀନ ଜେଲ୍ ଏଡିଜି ମଧ୍ୟ ଏହାକୁ ବିରୋଧ କରିଥିବା ପାଣ୍ଡିଆନ୍ କହିଛନ୍ତି । ପରେ ୧୫ ମାସରେ ନୂଆ ଜେଲ୍ ସ୍ଥାପନ କରାଯାଇ ସେଠାକୁ ସ୍ଥାନାନ୍ତର କରାଗଲା । ସେଦିନ ଯେଉଁ ଉଦ୍ଦେଶ୍ୟରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା, ଆଜି ସମସ୍ତେ ତାକୁ ଦେଖିବା ସହ ବୁଝିପାରୁଥିବା କହିଛନ୍ତି ୫-ଟି ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ।

ranu

ନିଆଁ ପୁଇଁବା ହେଲା କାଳ, ମହିଳାଙ୍କର ହେଲା ଏମିତି ଅବସ୍ଥା

0

ଘଟଗାଁ: ନିଆଁରେ ପୋଡ଼ି ହୋଇ ମହିଳାଙ୍କର ମୃତ୍ୟୁ ହୋଇଛି । ନିଆଁ ପୁଇଁବା ବେଳେ ପୋଡ଼ି ହୋଇ ଗଲେ ମହିଳା । ଏଭଳି ଅଭାବନୀୟ ଘଟଣା ଘଟିଛି ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭୋକ ଗାଁରେ । ମୃତକ ହେଲେ ଟୁକୁନା ମୁଣ୍ଡାଙ୍କ ପତ୍ନୀ ରାଇମଣୀ ମୁଣ୍ଡା ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ସମୟରେ ରାଇମଣୀ ଘର ନିକଟରେ ନିଆଁ ପୁଇଁ ହେଉଥିଲେ । ସେହି ସମୟରେ ଅସାବଧାନତା ଯୋଗୁଁ ହଠାତ ଦେହରେ ନିଆଁ ଲାଗିଯାଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।

କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଥିଲେ । ଖବର ପାଇ ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ନୂଆରୂପ ନେଉଛି ବିଧାନସଭା, ସଂସଦୀୟ ଢାଞ୍ଚାରେ ହେବ କାର୍ଯ୍ୟକାଳପ

0

ଭୁବନେଶ୍ୱର: ନୂଆରୂପ ନେଉଛି ବିଧାନସଭା । ସଂସଦୀୟ ଢାଞ୍ଚାରେ ହେବ କାର୍ଯ୍ୟକାଳପ । ବ୍ୟବସ୍ଥାପକ ଓ ଗବେଷଣା ପାଇଁ ସଂଗୃହୀତ ହେବ ତଥ୍ୟ । ଏଥିପାଇଁ ସବୁ ତଥ୍ୟକୁ ପଞ୍ଜିକରଣ କରାଯାଇ ଡିଜିଟାଇଜେସନ କରାଯିବ । ବିଧାନସଭାର ସମସ୍ତ ତଥ୍ୟକୁ ବି ସର୍ବସାଧାରଣ କରାଯିବ । ଏନେଇ ପ୍ରଥମଥର ପାଇଁ  ଗଠନ କରାଯାଇଛି ଗବେଷଣା କମିଟି । ଯାହାର ପ୍ରଥମ ବୈଠକରେ ଏହି ନିଷ୍ପତି ନିଆଯାଇଥିବା ବାଚସ୍ପତି କହିଛନ୍ତି ।

 

1952 ମସିହାରୁ ଆଜି ପର୍ଯ୍ୟନ୍ତ ବିଧାନସଭାରେ କ’ଣ ସବୁ ଘଟିଯାଇଛି । କେଉଁ ବିଧାୟକ ,ମନ୍ତ୍ରୀ କଣ କହିଛନ୍ତି ? କେଉଁ ସମସ୍ୟାରେ କି ନିଷ୍ପତି ନିଆଯାଇଛି ? ଏସବୁ ତଥ୍ୟ ଏବେ ସଂଗୃହୀତ  ହୋଇ ପଞ୍ଜିକୃତ ହେବ । ପୂରା ବିଧାନସଭା ହେବ ଡିଜିଟାଲାଇଜେସନ  । ଖାସ୍‌ ସେଥିଲାଗି ବାଚସ୍ପତି  ପ୍ରଥମଥର ଲାଗି ଗଠନ କରିଛନ୍ତି ବିଧାନସଭା ଗବେଷଣା କମିଟି । ବିଧାନସଭାର ସମସ୍ତ ତଥ୍ୟ ପଞ୍ଜିକୃତ ହେଲେ ଏହାକୁ ସର୍ବସାଧାରଣ କରାଯିବ । ଯାହାକି ବିଧାୟକ ଓ ସାଧାରଣ ଲୋକଙ୍କ ପାଇଁ ବେଶ ଉପାଦୟ ହେବ ବୋଲି ବାଚସ୍ପତି କହିଛନ୍ତି ।

ଗବେଷଣା କମିଟିର ପ୍ରଥମ ବୈଠକ ସୋମବାର ବିଧାନସଭାରେ ଅନୁଷ୍ଠିତ ହୋଇଛି । ବୈଠକରେ ଗବେଷଣା କମିଟି ପଞ୍ଜିକୃତ ତଥ୍ୟ ଗୁଡ଼ିକ କିପରି କମ୍ପ୍ୟୁଟରୀକରଣ କରାଯିବ ତାହା ଉପରେ ଫୋକସ କରାଯାଇଥିଲା । ଗବେଷଣା କମିଟିକୁ  ଶାସକ ଓ ବିରୋଧୀ ସ୍ୱାଗତ କରିଛନ୍ତି ।

ସଂସଦୀୟ ଢାଞ୍ଚାରେ ବିଧାନସଭାର ଏପରି ବ୍ୟବସ୍ଥା ବ୍ୟବସ୍ଥାପକ ଓ ଗବେଷଣା ପାଇଁ  ବେଶ ଉପାଦୟ ହେବ ।