ଭୁବନେଶ୍ୱର (ଅରୁଣ କୁମାର ସାହୁ): ସ୍ମାର୍ଟ ସିଟିର ସ୍ମାର୍ଟ ଠକ। ଫୋନ କଲରେ ଲୋକଙ୍କ ଠାରୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା । ଏଭଳି ଏକ ହାଇପ୍ରୋଫାଇଲ ଠକ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ । ହାଇପ୍ରୋଫାଇଲ ଠକ୍ ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ସୌମ୍ୟଜିତ ତ୍ରିପାଠୀ।

ଦେଖିବାକୁ ପୂରା ସାଧା ସିଧ, ହେଲେ କାମରେ ପୂରା ଧୃତ । ଜବ୍ ପ୍ରୋଫାଇଲ ହେଉଛି ଗୁଗଲ ଏଡୱାର୍ଡସର ଓଡିଶା ସିଏମଆର ହେଡ । ଠକେଇ ପାଇଁ ଫୋନରେ ବିଜନେସମ୍ୟାନଙ୍କୁ କରୁଥିଲେ ଟାର୍ଗେଟ। ପୋଲିସ ସୂଚନା ଅନୁସାରେ ସୌମ୍ୟଜିତ ତ୍ରିପାଠୀ ନିଜକୁ ଯାଜପୁରର ପ୍ରୋଜେକ୍ଟ ଡାଇରେକ୍ଟର ପରିଚୟ ଦେଇ ସହିଦ ନଗର ଜଣେ ଇଲେକ୍ଟ୍ରି ଗେଜେଟର ମାଲିକ ନିକୁଞ୍ଜ ଖେମାନିଙ୍କୁ କଲ୍ କରିଥିଲେ । ଅଫିସ ପାଇଁ ଆଇଫୋନ ଓ ଓପୋ ମୋବାଇଲ ଦରକାର ବୋଲି କହିଥିଲେ। ମାଲିକ ନିକୁଞ୍ଜ ଖେମେନି ସୌମ୍ୟଜିତ୍ଙ୍କ କଥାକୁ ବିଶ୍ୱାସ କରି ବିନା କୌଣସି ଯାଞ୍ଚରେ ମୋବାଇଲ ଦେବାକୁ ରାଜି ହୋଇଥିଲେ । କିନ୍ତୁ ଯାଜପୁର ଡେଲିଭରି ଦେବା ପାଇଁ ମନା କରିବାରୁ ଖଣ୍ଡଗିରିକୁ କିଛି କର୍ମଚାରୀ ରିସଭ କରିବା କଥା କହି ନିଜେ ଏହି ଦାମୀ ମୋବାଇଲ ରିସିଭ କରିଥିଲେ ସୌମ୍ୟଜିତ । ଆଉ ପରବର୍ତ୍ତୀ ସମୟରେ ନିକୁଞ୍ଜ ଟଙ୍କା ମାଗିବାରୁ ଆଉ ଫୋନ ରିସିଭ କରି ନଥିଲେ।

ସୌମ୍ୟଜିତ ତ୍ରିପାଠୀଙ୍କ ନାମରେ ସହିଦନଗର ଥାନାରେ ଏତଲା ପରେ ସହିଦ ନଗର ପୋଲିସ ଓ ସ୍ପେଶାଲ ସ୍କ।ଡ ଆରମ୍ଭ କରିଥିଲା ଖୋଳତାଡ । ସୌମ୍ୟଜିତ କେବଳ ଡିଆରଡିଓ ନୁହେଁ ନିଜକୁ କମର୍ସିଆଲ ଅଫିସର ଓ ଗୁଗଲ ଏଡୱାର୍ଡସର ଓଡିଶାର ସିଏମଆର ହେଡ କହି ଫୋନ କରି ଲୋକଙ୍କୁ ଲଗାଉଥିଲେ ଚୂନ। ଲଗାଉଥିବା ତଦନ୍ତ ବେଳେ ଜଣାପଡ଼ିଛି । ସୌମ୍ୟଜିତ ନିଜର ପରଚିୟ ବଦଳାଇ ତାଙ୍କ ବାପା ବିପିନ ତ୍ରାପାଠୀ ନାମରେ ଏଭଳି ଅନେକ ଲୋକଙ୍କୁ ଠକିଛନ୍ତି ।

ଆଉ ଏଭଳି ଠକେଇର ଶିକାର ହୋଇଛନ୍ତି ଜାତୀୟ ସ୍ତରର କରାଟେ ଭାଲିନା ଭାୱେଣ୍ଟିନ । ଘଟଣାମୁତାବକ ସୌମ୍ୟଜିତ ଗୋଟିଏ ଆପେଲ ଫୋନକୁ କିଣ ଦାମ୍ଠାରୁ ୧୦ ହଜାର ଟଙ୍କା କମ୍ରେ ଦେବାକୁ କହି ତାଙ୍କ ଠାରୁ ଟଙ୍କା ନେଇଥିଲା । ଆପେଲ ମୋବାଇଲର ଅପରେସନ ପାଇଁ ବାରକୋଡର ଆବଶ୍ୟକ ପଡୁଥିବାରୁ କାଗଜପତ୍ରର ଆବଶ୍ୟକ ରହୁଥିଲା। ଏ ନେଇ କାଗଜପତ୍ର ମାଗିବାରୁ ଫୋନ ରିସିଭ କି ଧରାଛୁଆଁ ଦେଉନଥିଲା ଠକ। ଭାଲିଙ୍କ ଠାରୁ କେବଳ ମୋବାଇଲ ପାଇଁ ନୁହେଁ , ସ୍ତ୍ରୀ ଦେହ ଖରାପ ଅଛି କହି ୩ ଲକ୍ଷ ଟଙ୍କା ଧାର ନେଇ ଟଙ୍କା ଦେଉନଥିବା ମଧ୍ୟ ଅଭିଯ଼ୋଗ ହୋଇଛି ।

କେବଳ ସେତିକି ନୁହେଁ ଅନେକ ଲୋକଙ୍କୁ ମୋବାଇଲ ଓ ଲାପଟପ ଦେବା ପାଇଁ କହି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ସ୍ପେଶାଲ ସ୍କ।ଡ ଜାଣିବାକୁ ପାଇଛି । ୩ଟି ମାମାଲାରେ ସୌମ୍ୟଜିତ ଠାରୁ ୫ଟି ଆଇଫୋନ, ଗୋଟିଏ ଓପୋ, ଲାପଟପ, ପ୍ରିଣ୍ଟର ଓ କମ୍ପ୍ୟୁଟର ସିଷ୍ଟମ ଜବତ କରିଛି ପୋଲିସ।
ଠକ ସୌମ୍ୟଜିତଙ୍କ ବିରୋଧରେ ଠକେଇ ଅଭିଯ଼ୋଗ ସଂଖ୍ୟା ବଢୁଥିବାରୁ ତାଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ। ଅନ୍ୟପଟେ, ସାବଧାନ ହୋଇ ଯାଆନ୍ତୁ, ଆଉ ଏଭଳି ଫୋନ କଲ ଠାରୁ ଦୂରେଇ ରହନ୍ତୁ, ନ ହେଲେ ଆପଣଙ୍କ ପକେଟରୁ ଟଙ୍କା ହୋଇ ଯିବ ଗାଏବ ।


ପୂର୍ବ ଡିଜାଇନ୍ ଅନୁଯାୟୀ ପୋଲାଭରମ ଡ୍ୟାମ ନିର୍ମାଣ ହେଲେ ୪ ରାଜ୍ୟର ଶତାଧିକ ଗାଁ ଜଳମଗ୍ନ ହେବ । ବୁଡ଼ିଯିବ ହେକ୍ଟର ହେକ୍ଟର ଚାଷ ଜମି । ମାଲକାନଗିରି ସହ ପଡ଼ୋଶୀ ଛତିଶଗଡ଼ ସୁକମ ଜିଲ୍ଲାର ସବୁଜ ବନାନୀ ମଧ୍ୟ ଲୋପ ପାଇଯିବ । ଉଭୟ ରାଜ୍ୟର କୋୟା ଆଦିବାସୀ ଭିଟା ମାଟି ହରାଇବେ ବୋଲି ଅଭିଯୋଗ କରିବା ସହ ପ୍ରକଳ୍ପକୁ ବିରୋଧ କରିଛନ୍ତି ।


ଧାନ ସଂଗ୍ରହ ପାଇଁ ଅନଲାଇନ ଟୋକନ ବ୍ୟବସ୍ଥା କରାଯାଇଛି । ଧାନ ସଂଗ୍ରହ ଯଥେଷ୍ଟ ପୂର୍ବରୁ ଚାଷୀଙ୍କୁ ପଞ୍ଜିକୃତ ମୋବାଇଲ ନମ୍ବରରେ ସୂଚନା ଦିଆଯାଉଛି । ଏଥିରେ କୌଣସି ବ୍ୟକ୍ତିଙ୍କ ହସ୍ତକ୍ଷେପ କି ପାତରଅନ୍ତର ନାହିଁ । ଟୋକନର ସମସ୍ତ ତଥ୍ୟ ସୋସାଇଟି ସେକ୍ରେଟାରୀ ପ୍ରଦାନ କରୁଛନ୍ତି । ସ୍ଥିରୀକୃତ ଦିବସରେ ପଞ୍ଜିକୃତ ଚାଷୀ ଧାନ ବିକ୍ରି କରିନପାରିଲେ, ସମ୍ପୃକ୍ତ ଚାଷୀଙ୍କୁ ପୁଣି ଧାନ ବିକ୍ରି ପାଇଁ ସୁଯୋଗ ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।


ଏଥିସହ କୋର୍ଟ କ୍ଷମତାରେ ରହିବା ପାଇଁ ଦିଲ୍ଲୀ ସରକାରଙ୍କ ହକ୍ ନଥିବା କହିଛନ୍ତି । ପଡ଼ୋଶୀ ପଞ୍ଜାବ, ହରିୟାଣା ସରକାର ସହ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ସମସ୍ତ ମତଭେଦ ଭୁଲି କାମ କରିବାକୁ କହିଛନ୍ତି କୋର୍ଟ । ଏଥିସହ ବାୟୁ ପ୍ରଦୂଷଣ ରୋକିବା ପାଇଁ ସ୍ମଗ ରିଡକ୍ସନ ଟାୱାର ଯୋଜନା ବନାଇବାକୁ ୧୦ ଦିନ ସମୟ ଦେଇଛନ୍ତି ।
ବାୟୁ ପ୍ରଦୂଷଣ ଭଳି ଦିଲ୍ଲୀ-ଏନସିଆରରେ ଜଳ ପ୍ରଦୂଷଣ ଉପରେ ସର୍ବୋଚ୍ଚ ଅଦାଲତ ଚିନ୍ତା ବ୍ୟକ୍ତ କରିଛନ୍ତି ।

