spot_img
Home Blog Page 7649

କୋଟିଏ ଟଙ୍କାର ସାପ ଉଦ୍ଧାର, ୫ ଗିରଫ

0

ମଧ୍ୟପ୍ରଦେଶ: ଉଦ୍ଧାର ହେଲା ବିରଳ ସରୀସୃପ ରେଡ୍ ସ୍ୟାଣ୍ଡ୍ ବୋଆ ସ୍ନେକ୍ । ଯାହାର ମୂଲ୍ୟ ୧.୨୫କୋଟି ଟଙ୍କା । ମଧ୍ୟ ପ୍ରଦେଶର ନରସିଂହଗଡ଼ରୁ ଧରାଗଲା ଏହି ସାପ । ସୂଚନା ଅନୁଯାୟୀ, ୫ଜଣ ବ୍ୟକ୍ତି ଏହି ବିରଳ ସାପକୁ ବିକୁଥିବାବେଳେ ରବିବାର ପୋଲିସ ଏହି ସାପକୁ ଉଦ୍ଧାର କରିଛି ।

ପୋଲିସ କହିବାନୁସାରେ, ଏହି ସାପରୁ ମେଡିସିନ୍, ପ୍ରସାଧନ ସାମଗ୍ରୀ ଏବଂ କଳା ଯାଦୁ କରିବାରେ ବ୍ୟବହାର କରାଯାଏ । ଅନ୍ତର୍ଜାତୀୟ ସ୍ଥରରେ ଏହି ସାପର ଚାହିଦା ଅନେକ । ଏହି ସାପକୁ ଜ୍ୟୋତିର୍ବିଦ୍ ମାନଙ୍କ ମତରେ ଧନ ଓ ସମୃଦ୍ଧିର ସୂଚକ ରୂପେ ମନେକରାଯାଏ ।

ଏହି ସାପକୁ ଧରିଥିବା ୫ଜଣ ବ୍ୟକ୍ତି ଏହାକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଧରିଥିଲେ ବୋଲି ଜଣାପଡିଛି । ସେମାନେ ନରସିଂହଗଡ଼ ବସ୍ ଷ୍ଟାଣ୍ଡରେ ଥବା ସମୟରେ କେହିଜଣେ ପୋଲିସକୁ ଏହି ବିଷୟରେ ଜଣାଇଥିଲେ ବୋଲି କୈଳାଶ ଭରଦ୍ୱାଜ ନାମକ ଜଣେ ପୋଲିସ ଅଫିସର କହିଛନ୍ତି । ଏହାପରେ ପୋଲିସର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଏକ ପ୍ଲାଷ୍ଟିକ ବ୍ୟାଗ୍ ଭିତରୁ ଏହି ସାପକୁ ଉଦ୍ଧାର କରିଥିଲେ ।

ଷ୍ଟେଟ ବ୍ୟାଙ୍କ କମାଇଲା ଗୃହଋଣ, ନୂଆବର୍ଷରୁ ହେବ ଲାଗୁ

ମୁମ୍ବାଇ : ନୂଆବର୍ଷରେ ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର । ଶସ୍ତା ହେଲା ଗୃହଋଣ । ଜାନୁଆରୀ ପହିଲାରୁ ୭.୮୦% ସୁଧ ହାରରେ ମିଳିବ ଗୃହ ଋଣ । ଏସବିଆଇ ଏକ୍ସଟର୍ନାଲ ବେଞ୍ଚମାର୍କ ଲେଣ୍ଡିଙ୍ଗ ରେଟ୍‌ (EBR)ରେ କାଟ୍‌ କରିଛି । ଯାହାର ଫାଇଦା ଉଠାଇ ପାରିବେ ଗ୍ରାହକ । EBR ୨୫ ବେସିସ୍ ପଏଣ୍ଟ କମିବା ପରେ ଏହା ଏବେ ୭.୮୦କୁ ଖସିଛି । ପୂର୍ବରୁ ଏହା ୮.୦୫ ରହିଥିଲା ।ନୂଆ ଦର ଜାନୁଆରୀ ପହିଲାରୁ ଲାଗୁ ହେବ । ୨୦୨୦ ବର୍ଷରୁ MSME, ହାଉସିଂ ଓ ରିଟେଲ ଲୋନର ସବୁ ଫ୍ଲୋଟିଙ୍ଗ ରେଟକୁ ଏକ୍ସଟର୍ନ।ଲ ବେଞ୍ଚମାର୍କ ରେପୋ ରେଟ ସହ ଯୋଡ଼ିବାକୁ ନିଷ୍ପତ୍ତି ନେଇଛି । ୨୦୧୯ ଫେବ୍ରୁଆରୀ ମାସରୁ  ଆରବିଆଇ ମୋଟ ୧.୩୫ ପ୍ରତିଶତ ରେପୋ ରେଟ୍ କମାଇଛି ।ଯଦି ତଥ୍ୟକୁ ଦେଖିବା ତେବେ ଏସବିଆଇ ନିକଟରେ ୩୦ ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ ୩୯ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ରହିଛି ।

ଘଟଗାଁ: ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ, ସ୍ତ୍ରୀ ମୃତ । ହରିଚନ୍ଦନପୁର ଥାନା ବାଘୁଆନାଳ ନିକଟରେ ଦୁର୍ଘଟଣା । ୫ ମାସର ଶିଶୁକନ୍ୟା ଆହାତ, ପୋଲିସର ତଦନ୍ତ ଜାରି ।

ଘଟଗାଁ: ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ, ସ୍ତ୍ରୀ ମୃତ । ହରିଚନ୍ଦନପୁର ଥାନା ବାଘୁଆନାଳ ନିକଟରେ ଦୁର୍ଘଟଣା । ୫ ମାସର ଶିଶୁକନ୍ୟା ଆହାତ, ପୋଲିସର ତଦନ୍ତ ଜାରି ।

ଆହୁରି ୩ ଦିନ ହାଡ଼ଭଙ୍ଗା ଜାଡ଼, ପହିଲାରୁ ବର୍ଷା

ଭୁବନେଶ୍ୱର: ବର୍ଷାରେ ଭିଜିବ ନୂଆବର୍ଷ । ଶୀତ ପରେ ଜାନୁଆରୀ ପହିଲାରୁ ହୋଇପାରେ ବର୍ଷା । ସେପଟେ ଶୀତରେ ଥରୁଛି ସାରା ଓଡ଼ିଶା । ଏଭଳି ସ୍ଥିତି ଆଉ ତିନି ଦିନ ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨ ତାରିଖରୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ସହ କେତେକ ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ କୁଆପଥର ପଡ଼ିପାରେ । ୧୩ଟି ଜିଲ୍ଲାକୁ କୋଲ୍ଡ ୱେଭ୍ ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।୩ ଦିନ ଭିତରେ ପାରଦ ୪ରୁ ୬ ଡିଗ୍ରୀ ଖସିଯିବାରୁ ରାଜ୍ୟର ପ୍ରବଳ ଥଣ୍ଡା ଲାଗି ରହିବା ସହ କେତେକ ସ୍ଥାନରେ ତୁଷାରପାତ ହୋଇଛି । ଆଜି ୧୦ ଡିଗ୍ରୀ ତଳେ ରହିଛି ଓଡ଼ିଶାର ୧୬ ସହର । ସୋନପୁରରେ ସବୁଠୁ କମ ତାପମାତ୍ରା ୫.୪ ଡିଗ୍ରୀ ରେକର୍ଡ କରାଯାଇଛି । ତା’ ପଛକୁ  ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ରେକର୍ଡ ହୋଇଛି ।ପାଗ ମେଘୁଆ ଥିବା ବେଳେ କିଛି ସ୍ଥାନରେ ମଧ୍ୟ ବର୍ଷା ଯୋଗୁଁ ଥରୁଛି ଓଡ଼ିଶା । କେନ୍ଦୁଝର ଜିଲ୍ଲାର ବଲାଣି, ବଡ଼ବିଲ, ଚମ୍ପୁଆ, ଯୋଡ଼ା ଆଦି ଅଞ୍ଚଳରେ ପ୍ରବଳ ଶୀତ ଲହରୀ ଜାରି ରହିଛି । ହାଡ଼ଭଙ୍ଗା ଶୀତରେ ମଧ୍ୟ ଥରୁଛି ଝାରସୁଗୁଡ଼ା ସହର ।

5T ଜାଲରେ ଟପ୍ ବ୍ୟୁରୋକ୍ରାଟ, ୨୦୦୯ IAS ବିଜୟ କେତନ ଉପାଧ୍ୟାୟଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର: 5T ଜାଲରେ ଭାରତୀୟ ପ୍ରଶାସନିକ ସେବାର ବଡ଼ ଅଧିକାରୀ ।  ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ । ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ରାଜ୍ୟ ସରକାରଙ୍କ ଭିଜିଲାନ୍ସ ବିଭାଗ ଧରିଛି ।ବର୍ତ୍ତମାନ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଅଛନ୍ତି ୨୦୦୯ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ । ବିଜୟ କେତନଙ୍କ ବାସଭବନ ଓ ଆଉ କିଛି ସ୍ଥାନରେ ଭିଜିଲାନ୍ସ ରେଡ୍ ଜାରି ରଖିଛି । ବିଜୟ କେତନଙ୍କ ବିରୋଧରେ ଅଭିଯୋଗ ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମୋ ସରକାର କାର୍ଯ୍ୟକ୍ରମରେ ମିଳିଥିବା ଫିଡବ୍ୟାକ ଆଧାରରେ ଭିଜିଲାନ୍ସ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ଚର୍ଚ୍ଚା ହେଉଛି । ଏକ୍ ବିଲ୍ ପାସ କରାଇବା ପାଇଁ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ ଜଣେ ବ୍ୟକ୍ତିଙ୍କୁ ଲକ୍ଷେ ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ଏହି ଟଙ୍କା ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ । ପୂର୍ବରୁ ଡିଜିପି ବିଜୟ କୁମାର ଶର୍ମା 5T ଆଧାରରେ ପଦ ଛାଡ଼ିଥିବା ଜଣାପଡ଼ିଥିଲା ।

https://nandighoshatv.com/?p=16933

ଭୁବନେଶ୍ୱର: ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ । ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍ । ରାଜ୍ୟ ସରକାରଙ୍କ 5T ଲାଗୁ ପରେ ବଡ଼ କାର୍ଯ୍ୟାନୁଷ୍ଠାନ । ହର୍ଟି କଲଚର ନିର୍ଦ୍ଦେଶକ ଅଛନ୍ତି ବିଜୟ କେତନ ଉପାଧ୍ୟାୟ ।

ଭୁବନେଶ୍ୱର: ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ । ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍ । ରାଜ୍ୟ ସରକାରଙ୍କ 5T ଲାଗୁ ପରେ ବଡ଼ କାର୍ଯ୍ୟାନୁଷ୍ଠାନ । ହର୍ଟି କଲଚର ନିର୍ଦ୍ଦେଶକ ଅଛନ୍ତି ବିଜୟ କେତନ ଉପାଧ୍ୟାୟ ।

ସ୍ମାର୍ଟଫୋନ୍ ବ୍ୟବହାର କରିପାରିବେନି ନୌସେନା କର୍ମଚାରୀ

ନୂଆଦିଲ୍ଲୀ: ନୌସେନା କର୍ମଚାରୀଙ୍କୁ ମୋବାଇଲ ମନା । ଡକୟାର୍ଡ ଓ ଜାହାଜରେ ବ୍ୟାନ ହେଲା ସ୍ମାର୍ଟ ଫୋନ । ଏପରିକି ସୋସିଆଲ ମିଡିଆ ବ୍ୟବହାର ଉପରେ ମଧ୍ୟ ରୋକ୍ ଲାଗିଛି । ନୌସେନାର ସୂଚନା ଅନୁସାରେ, କିଛି କର୍ମଚାରୀ ସୋସିଆଲ ମିଡିଆ ଜରିଆରେ ଶତ୍ରୁ ଦେଶକୁ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍‌ କରୁଥିବାର ଅଭିଯୋଗ ଆସିଛି ।ସେଥିପାଇଁ ଏବେ ନୌସେନାର କର୍ମଚାରୀ ମେସେଜିଙ୍ଗ ଆପ୍‌, ବ୍ଲଗିଂ, କଣ୍ଟେଣ୍ଟ ସେୟାରିଂ ଆପ୍‌ ବ୍ୟବହାର କରିପାରିବେନି ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି । କିଛିଦିନ ତଳେ ଆନ୍ଧ୍ରପ୍ରଦେଶରୁ ୭ ଯବାନଙ୍କୁ ଗିରଫ କରିଥିଲା ଗୁଇନ୍ଦା ବିଭାଗ ।

କାଳ ହେଲା ସର୍ଟ ସର୍କିଟ, ନିଆଁ ଆଁରେ ଜଳିଗଲା ୬ ଜୀବନ

0

ଗାଜିଆବାଦ: ସର୍ଟ ସର୍କିଟ୍ କାରଣରୁ ଘରେ ଲାଗିଲା ନିଆଁ । ଘଟଣା ସ୍ଥାନରେ ୬ଜଣଙ୍କ ମୃତ୍ୟୁ । ସେମାନଙ୍କ ମଧ୍ୟରେ ୫ଜଣ ଥିଲେ ଶିଶୁ ।

Image result for ghaziabad short circuit

ସୂଚନା ମୁତାବକ ଲୋନି ବର୍ଡର ପୋଲିସ ଷ୍ଟେସନ ଅନ୍ତର୍ଗତ ଆଜାଦ୍ କଲୋନୀରେ ଥିବା ଏକ ଘରେ ରବିବାର ରାତିରେ ସର୍ଟ ସର୍କିଟ୍ ହୋଇ ଲାଗିଥିଲା ନିଆଁ ।

परिजनों का रो-रोकर बुरा हाल

ସେମାନଙ୍କ ମଧ୍ୟରେ ପ୍ରବିନ(୪୦ବର୍ଷ), ଫତିମା(୧୨ବର୍ଷ), ସହିମା(୧୦ବର୍ଷ), ରାତିୟା(୮ବର୍ଷ), ଅବଦୁଲ୍ ଆହାଦ୍(୫ବର୍ଷ) ଥିଲେ । ପରେ ଘଟଣା ସ୍ଥଳରେ ପୋଲିସ ଓ ଦମକଳ ବିଭାଗ ପହଞ୍ଚି  ତନାଘନା ଆରମ୍ଭ କରିଥିଲା ।

 

ଝାରସୁଗୁଡ଼ା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ପାନପାଲି ପାଞ୍ଚlୟତ ଜିଆରଏସ ଉଜ୍ୱଳ କୁମାରଙ୍କ ବଡ଼ମେରୀ ଝାରସୁଗୁଡ଼ା ବାଳିଜୁରୀ ସ୍ଥିତ ବାସଭବନରେ ଭିଜିଲାନ୍ସ ରେଡ୍ ।

ଝାରସୁଗୁଡ଼ା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ପାନପାଲି ପାଞ୍ଚlୟତ ଜିଆରଏସ ଉଜ୍ୱଳ କୁମାରଙ୍କ ବଡ଼ମେରୀ ଝାରସୁଗୁଡ଼ା ବାଳିଜୁରୀ ସ୍ଥିତ ବାସଭବନରେ ଭିଜିଲାନ୍ସ ରେଡ୍ ।

ଭୁବନେଶ୍ୱର: ପୁରୀ-ହାୱଡ଼ା ପାଇଁ ସ୍ୱତନ୍ତ୍ର ଟ୍ରେନ୍ । ଦିନ ୧୨ଟା ୩୦ରେ ପୁରୀ ଛାଡ଼ିବ, ରାତି ୯ଟା ୪୫ରେ ହାୱଡ଼ା ପହଞ୍ଚିବ । ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ, ଭଦ୍ରକ, ବାଲେଶ୍ୱର, ଖଡ଼ଗପୁରରେ ଟ୍ରେନ୍ ରହଣୀ । ଟ୍ରେନରେ ୯ଟି ସ୍ଲିପର, ୬ଟି ସାଧାରଣ ବଗି ସହ ରହିଛି ଏସି କୋଚ ଓ ପ୍ୟାଣ୍ଟ୍ରି କାର ।

ଭୁବନେଶ୍ୱର: ପୁରୀ-ହାୱଡ଼ା ପାଇଁ ସ୍ୱତନ୍ତ୍ର ଟ୍ରେନ୍ । ଦିନ ୧୨ଟା ୩୦ରେ ପୁରୀ ଛାଡ଼ିବ, ରାତି ୯ଟା ୪୫ରେ ହାୱଡ଼ା ପହଞ୍ଚିବ । ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ, ଭଦ୍ରକ, ବାଲେଶ୍ୱର, ଖଡ଼ଗପୁରରେ ଟ୍ରେନ୍ ରହଣୀ । ଟ୍ରେନରେ ୯ଟି ସ୍ଲିପର, ୬ଟି ସାଧାରଣ ବଗି ସହ ରହିଛି ଏସି କୋଚ ଓ ପ୍ୟାଣ୍ଟ୍ରି କାର ।