spot_img
Home Blog Page 7651

ବିଧାନସଭାରେ ବିରୋଧୀଙ୍କ ମୁହଁରେ ୫-ଟିର ପ୍ରଶଂସା । କହିଲେ, ଟିମ୍ ଅଧିକ ବୁଲିଲେ ଲୋକେ ଉପକୃତ ହେବେ

ଭୁବନେଶ୍ୱର : ଦେଢ଼ମାସ ତଳେ ଗାନ୍ଧି ଜୟନ୍ତୀରୁ ସାରା ରାଜ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟର ସମସ୍ତ ଥାନା ଓ ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗୁ ହୋଇଥିଲା ୫-ଟି କାର୍ଯ୍ୟକ୍ରମ । ଏହାର ଫୋସକ ଥିଲା ପଛୁଆ ଅଞ୍ଚଳର ଲୋକଙ୍କୁ ସେବା ଯୋଗାଇବା । ଖାସ୍ ସେହିକାରଣରୁ କାର୍ଯ୍ୟକ୍ରମ ଲାଗୁ ହେବାର ୭ ଦିନ ପରେ ୫-ଟି ସଚିବଙ୍କ ପ୍ରଥମ ଗସ୍ତ ଥିଲା ସ୍ୱାଭିମାନ ଅଞ୍ଚଳ ମାଲକାନଗିରି । ଆଉ ରାଜ୍ୟ ସରକାରଙ୍କର ଏହି ମହତ୍ୱାକାଙ୍ଖି କାର୍ଯ୍ୟକ୍ରମକୁ କୌଣସି ସରକାରୀ ବିଧାୟକ ନୁହେଁ ବରଂ ବିରୋଧୀ ବିଧାୟକ ଆଜି ବିଧାନସଭାରେ ବେଶ୍ ପ୍ରଶଂସା କରିଛନ୍ତି । ଏହାଦ୍ୱାରା ଲୋକେ ଉପକୃତ ହେଉଥିବା କହିଛନ୍ତି କଂଗ୍ରେସର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।

ବିଧାନସଭାର ପ୍ରଶ୍ନକାଳରେ ୫-ଟିକୁ ପ୍ରସଂଶା  କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କହିଥିଲେ, ୫-ଟି ଲାଗୁ ହେବା ପରେ ମେଡିକାଲରେ ସୁଧାର ଆସିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ୫-ଟି ସଚିବଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି କହିଥିଲେ ଯେ, ୫-ଟି ଟିମ୍ ରାଜ୍ୟରେ ଅଧିକରୁ ଅଧିକ ବୁଲିବା ଦରକାର, ଯେଉଁଥିରେ ଲୋକେ ଉପକୃତ ହେବେ।

ଗାନ୍ଧି ଜୟନ୍ତୀରୁ ୫-ଟି କାର୍ଯ୍ୟକ୍ରମ ଏବଂ ମୋ ସରକାର ଥାନା ଓ ହସ୍ପିଟାଲରେ ଲାଗୁ କରାଯାଇଥିଲା । ଲୋକଙ୍କ ପାଖରେ ସେବା ପହଞ୍ଚାଇବା ସହ ସେମାନଙ୍କୁ ଠିକ୍ ସମୟରେ ସେବା ଦେବା ଏହାର ପ୍ରମୁଖ ଲକ୍ଷ୍ୟ ଥିଲା । ସରକାରୀ କାର୍ଯ୍ୟାଳୟରେ ସମସ୍ତ ସୁବିଧା  ଯୋଗାଇଦେବା ସହ ଥାନାକୁ ଆସୁଥିବା ଲୋକଙ୍କର ଫୋନ୍ ନମ୍ୱର ରଖାଯାଇ ପରବର୍ତ୍ତୀ ସମୟରେ ସେମାନଙ୍କର ଫିଡବ୍ୟାକ୍ ନିଆଯାଉଥିଲା । ଦୁର୍ନୀତି ବିରୋଧରେ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଏକ ବଡ଼ ଅସ୍ତ୍ର ଭାବେ ଉଭା ହୋଇଛି । ଏହି କାର୍ଯ୍ୟକ୍ରମ ଲାଗୁ ହେବା ପରେ ୫-ଟି ସଚିବ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ସେମାନେ ବିଭିନ୍ନ ବ୍ଲକ୍ ମୁଖ୍ୟାଳୟ ପରିଦର୍ଶନ କରିବା ସହ ଛୋଟ ଛୋଟ ସହର ମଧ୍ୟ ବୁଲିଥିଲେ । ଯେଉଁଠି ଭୁଲ୍ ତ୍ରୁଟି ପରିଲକ୍ଷିତ ହେଉଥିଲା ସେଠି ସୁଧାରୁଥିଲେ ଏବଂ ଯେଉଁଠି ଅବହେଳା ଦେଖୁଥିଲେ, ସେଠାରେ କାର୍ଯ୍ୟାନୁଷ୍ଠାନ ହେଉଥିଲା । ସାରା ରାଜ୍ୟରେ ଏହାର ଏକ ବଡ଼ ପ୍ରଭାବ ଅନୁଭୂତ ହୋଇଥିଲା ।

https://nandighoshatv.com5t-secretary-vk-pandian-reviews-healthcare-condition-other-facilities-at-scb-medical/

 

 

୫-ଟି କାର୍ଯ୍ୟକ୍ରମରେ ବହୁ ଓଏଏସ୍ ଅଧିକାରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାହାକୁ ଚାକିରିରୁ ବହିସ୍କାର କରାଯାଇଛି ତ ଆଉ କାହାର ପେନସନ୍ ବନ୍ଦ କରାଯାଇଛି । ନିକଟରେ ପୋଲିସ ବିଭାଗର ସର୍ବୋଚ୍ଚ ପଦବୀ ପୋଲିସ ଡିଜିଙ୍କ ବଦଳି ୫-ଟିରେ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଇଥିଲା ।

https://nandighoshatv.comthe-biggest-action-of-5-t-till-now/

୫-ଟି ଏବଂ ମୋ-ସରକାରକୁ ଡିସେମ୍ୱରରୁ ଆଉ ୫ଟି ବିଭାଗରେ ଲାଗୁ କରିବାକୁ ସରକାର ଉଦ୍ୟମ କରୁଥିବା ସୂଚନା ମିଳିଥିଲା । ତେବେ ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ସମସ୍ତ ବିଭାଗରେ ମୋ-ସରକାର କାର୍ଯ୍ୟକ୍ରମ ଲାଗୁ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

https://nandighoshatv.commou-signed-between-govt-of-odisha-and-jpal-organisation/

‘ଆଚରଣ ବିଧି ଲାଗୁ ଓ ଫୋନି ଲାଗି ଖର୍ଚ୍ଚରେ ହୋଇଛି ବିଳମ୍ୱ’

ଭୁବନେଶ୍ୱର: ସେପ୍ଟେମ୍ୱର ସୁଦ୍ଧା ରାଜ୍ୟ ବଜେଟର ୩୭ ପ୍ରତିଶତ ଅର୍ଥାତ ୫୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନିର୍ଵାଚନରେ ଆଚରଣ ବିଧି ଲାଗୁ ସହ ଫୋନି ପାଇଁ ଖର୍ଚ୍ଚରେ ବିଳମ୍ବ ହୋଇଥିବା ଗୃହରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥିସହ ଇ-ଗଭର୍ଣ୍ଣାନ୍ସ ଜରିଆରେ ଆର୍ଥିକ ପରିଚାଳନାକୁ ଅଧିକ ଵ୍ୟବସ୍ଥିତ ଉପରେ ଗୁରୁତ୍ୱ ଦିଆଯାଉଛି। ଘରୋଇ ଓ କୌଣସି ଅର୍ଥ ଲଗାଣ କମ୍ପାନୀରେ ବେଆଇନ ଟଙ୍କା ପାର୍କିଂକୁ ବାରଣ କରାଯାଇଛି । ଟ୍ରେଜେରୀରେ ରଖିଵା ସହ ସରକାରଙ୍କ ପ୍ୟାନେଲରେ ତାଲିକାଭୁକ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଟଙ୍କା ରଖିପାରିଵେ। ତେଣୁ ବେଆଇନ ଟଙ୍କା ପାର୍କିଂର ସମ୍ଭାବନା ନାହିଁ ବୋଲି କହିଛନ୍ତି ଅର୍ଥ ମନ୍ତ୍ରୀ।

ବ୍ରହ୍ମପୁର ହତ୍ୟାକାଣ୍ଡ ମାମଲା: ସିସିଟିଭିରେ କଏଦ ହେଲା ମର୍ଡରର ଲାଇଭ ଭିଜୁଆଲ

0

ବ୍ରହ୍ମପୁର: ମର୍ଡରର ଲାଇଭ ଭିଜୁଆଲ । ନୃଶଂସତାର ଶେଷ ସୀମା ଟପିଲେ ଦୁର୍ବୃତ୍ତ । ପ୍ରଥମେ ତଳେ ପକାଇ ଗୋଇଠା ପରେ ଗୋଇଠା ମାରୁଛନ୍ତି ଦୁର୍ବୃତ୍ତ । ମୁହଁକୁ ପଥରରେ ବାରମ୍ବାର ଛେଚୁଛନ୍ତି । ରାଗ ସେତିକିରେ ସରିନି, ଯୁବକ ଜଣକ ମରି ଗଲା ପରେ ମଧ୍ୟ ଦୁର୍ବୃତ୍ତ ମାନେ କାଠ ଫାଳିଆରେ ପିଟିବାରେ ଲାଗିଛନ୍ତି ।

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା କେଶପୁରରେ ଥିବା ଇଣ୍ଡିଆନ୍‌ ଅଏଲ୍‌ ପରିସରରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଗୁରୁବାର ରାତି ୯ଟାରେ ୩ରୁ ୪ଜଣ ଯୁବକ ଅତି ଅମାନୁଷିକ ଭାବେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ଏହାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

https://www.facebook.com/nandighoshatv/videos/2868659913165292/?eid=ARAJK6YTYGZGbefrMk61DWbH6QENZei39PDR7Q9A7QoiglgkA1cQbQ1l2J4V7fq5j4Bp1vujJ2PEkjg6

ମୃତକ ରାମଚନ୍ଦ୍ରପୁର ଗାଁର ଶଙ୍କର ପାହାନ । ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଭେଜିପୁଟ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଓ ଏସ୍‌ଆଇ ସିଲୁ ଧଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ହତ୍ୟାକାରୀକୁ ଖୁବଶୀଘ୍ର ଧରାଯିବବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ନିବେଶକଙ୍କ ପ୍ରଥମ ପସନ୍ଦ ଓଡ଼ିଶା: ମହାରାଷ୍ଟ୍ରକୁ ପଛରେ ପକାଇ ଆଗରେ ଓଡ଼ିଶା

0

ନିବେଶକଙ୍କ ପ୍ରଥମ ପସନ୍ଦ ଓଡ଼ିଶା । ୨୦୨୦ ଆର୍ଥିକ ବର୍ଷ ପ୍ରଥମାର୍ଦ୍ଧରେ ମହାରାଷ୍ଟ୍ରକୁ ପଛରେ ପକାଇ ତାଲିକର ଶୀର୍ଷରେ ରହିଛି ଓଡ଼ିଶା । ସମଗ୍ର ଦେଶରେ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ହୋଇଥିବା ନିବେଶ ସହ ଓଡ଼ିଶା ପଛକୁ ରହିଛି ମହାରାଷ୍ଟ୍ର ।

ଗତ ଆର୍ଥିକ ବର୍ଷ ୨୧ ପ୍ରତିଶତ ନିବେଶ ସହ ପ୍ରଥମ ସ୍ଥାନରେ ରହିଥିଲା ମହାରାଷ୍ଟ୍ର, କିନ୍ତୁ ଏଥର ଗ୍ରାହକଙ୍କୁ ଆକୃଷ୍ଟ କରିପାରିନାହିଁ ମହାରାଷ୍ଟ୍ର ।  ଗତବର୍ଷ ପ୍ରଥମାର୍ଦ୍ଧରେ ଓଡ଼ିଶାର ନିବେଶ ମାତ୍ର ୪ ପ୍ରତିଶତ ଥିଲା । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି ପକ୍ଷରୁ  ଏ ସୂଚନା ଦିଆଯାଇଛି ।

ଓଡ଼ିଶା ସମେତ ଗୁଜୁରାଟ, ରାଜସ୍ଥାନ, ପଶ୍ଚିମପଙ୍ଗ, ଉତ୍ତରପ୍ରଦେଶ, ଦିଲ୍ଲୀ, ଆଣ୍ଡାମାନ ଓ ନିକେବରରେ ନିବେଶ ପ୍ରତିଶତ ବଢ଼ିଛି । ଅନ୍ୟପଟେ ତେଲେଙ୍ଗାନା, ବିହାର, ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ପଞ୍ଜାବ, ହରିୟାନା ଏବଂ ମହାରାଷ୍ଟ୍ର ନିବେଶ ହ୍ରାସ ପାଇଥିବା ରିପୋର୍ଟରେ କୁହାଯାଇଛି ।

 

ଶୋଇଥିବା ଅବସ୍ଥାରେ ଘରେ ପଶି ହାଣିଲେ ଦୁର୍ବୃତ୍ତ: ପୂର୍ବ ବିବାଦକୁ କେନ୍ଦ୍ର କରି ଏଭଳି କାଣ୍ଡ ହୋଇଥିବା ସନ୍ଦେହ

0

ଆନନ୍ଦପୁର: ଘରେ ପଶି ହାଣିଲେ ଦୁର୍ବୃତ୍ତ । ସୋସ ଥାନା ଦଲକି ଗାଁର କେଦାର ହୋ ନାମକ ବ୍ୟକ୍ତି ଘରେ ଶୋଇଥିବା ବେଳେ କେହି ଜଣେ ଦୁର୍ବୃତ୍ତ ଘରେ ପଶି କୌଣସି ଧାରୁଆ ଅସ୍ତ୍ରରେ ହାଣିବାରୁ ଉଦ୍ୟମ କରିଛି ।

ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି  । ଆକ୍ରମଣର କାରଣ ସ୍ପଷ୍ଟ ହୋଇନାହିଁ  । ତେବେ ପୂର୍ବରୁ ଏକ  ବିବାଦକୁ କେନ୍ଦ୍ରକରି ଏଭଳି ଆକ୍ରମଣ ଘଟିଥାଇପାରେ ବୋଲି ପରିବାର ଲୋକେ ଅନୁମାନ କରୁଛନ୍ତି ।