spot_img
Home Blog Page 7655

ମୋର ନୁହଁ ତ କାହାର ନୁହଁ, ସ୍ୱାମୀକୁ ମାରି ଶବ ଉପରେ ଏମିତି ଖେଳିଲା ସ୍ତ୍ରୀ…

0

ସତରେ ସନ୍ଦେହ ମଣିଷକୁ ସଇତାନ ସଜାଇ ଦିଏ । ହିତାହିତ ଜ୍ଞାନ ଭୁଲାଇ ବଡ଼ ଭୁଲ୍ କରିବାକୁ ବାଧ୍ୟ କରାଏ । ବେଦୀରେ ହାତଧରି ଅଗ୍ନିକୁ ସାକ୍ଷୀ ରଖି ୭ ଘେରା ବୁଲିଥିବା ସ୍ତ୍ରୀ ଯେ, ଏମିତି କାମ କରିବ ବିଶ୍ୱାସ କରିବା ମୁସ୍କିଲ୍ । ମଧ୍ୟପ୍ରଦେଶ ଅନୁପୁର ଜିଲ୍ଲାର ଏମିତି ଏକ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ୪ଟି ଛୁଆର ମାଆ ଏମିତି କାଣ୍ଡ ଭିଆଇଛି ଯିଏ ବି ଶୁଣୁଛି ବେହୋସ୍ ହୋଇଯାଉଛି ।ପେଷାରେ ଓକିଲ ଥିବା ମୋହିତ ବଡ଼ ଭାଉଜ ସହ ଅନୈତିକ ସମ୍ପର୍କ ରଖିଥିବା ନେଇ ସ୍ତ୍ରୀର ସନ୍ଦେହ ହୋଇଥିଲା । ଆଉ ଏହି ସନ୍ଦେହ ଉଜାଡ଼ି ଦେଲା ସଂସାର । ସ୍ତ୍ରୀ ପ୍ରତିମା ବନୱାଲ ସ୍ୱାମୀ ଖାଇବାରେ ପ୍ରଥମେ ବିଷ ମାରିବା ପରେ ରୋଷେଇ ଘରେ ମୃତଦେହକୁ ପୋତି ଦେଇଥିଲା । ତା ଉପରେ ଚୂଲ୍ଲା ନିର୍ମାଣ କରିଥିଲା । ଏମିତି କି କେହି ସନ୍ଦେହ ନ କରିବା ପାଇଁ ତା ଉପରେ ରୋଷେଇ କରୁଥିଲା । ଏମିତି ୧୦ ଦିନ ମୃତଦେହ ଉପରେ ଚୂଲ୍ଲାରେ ରାନ୍ଧିବା ପରେ ପୋଲିସ ପତ୍ନୀ ପ୍ରତିମା ବନୱାଲଙ୍କୁ ଗିରଫ କରିଛି ।

ଇଡେନ୍‌ ଇତିହାସର ଗୋଲାପୀ ଫର୍ଦ୍ଦ, ଜାଣନ୍ତୁ କାହାର କେତେ ରେକର୍ଡ..

0

ପ୍ରଥମ ଦିବାରାତ୍ର ଟେଷ୍ଟ ଆୟୋଜନ କରି ଇତିହାସ ରଚିଲା ଇଡେନ ଗାଡେର୍ନ । ଆଉ ଏବେ ଖେଳାଳିମାନେ ନିଜ ନାଁରେ ଇତିହାସର ଗୋଲାପୀ ଫର୍ଦ୍ଦ ଯୋଡ଼ିଛନ୍ତି । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛି ଟିମ୍‌ ଇଣ୍ଡିଆ । ମ୍ୟାଚର ଦ୍ୱିତୀୟ ଦିନରେ ଚାଲନ୍ତୁ ନଜର ପକାଇବା ଖେଳାଳିଙ୍କ ରେକର୍ଡ ଉପରେ ।

ବାଂଲାଦେଶକୁ ପ୍ରଥମ ଇନିଂସରେ ୧୦୬ ରନ୍‌ରେ ଅଲଆଉଟ କରିଛି ଟିମ୍‌ ଇଣ୍ଡିଆ । ତେବେ ପ୍ରଥମ ଭାରତୀୟ ଭାବେ ଗୋଲାପୀ ବଲ୍‌ରେ ୱିକେଟ ନେବାର ସୌଭାଗ୍ୟ ପାଇଛନ୍ତି ଈଶାନ୍ତ ଶର୍ମା । ୨୦୦୭ ପରଠୁ ଟେଷ୍ଟରେ ଦ୍ୱିତୀୟ ଥର ପାଇଁ ସେ ଭାରତରେ ପାଇଛନ୍ତି ୫ ୱିକେଟର ସଫଳତା । ସେହିଭଳି ପିଙ୍କ୍‌ ବଲରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଛକା ମାରିବାର ରେକର୍ଡ ଯାଇଛି ରୋହିତ ଶର୍ମାଙ୍କ ନାଁରେ ।

ଦିବାରାତ୍ର ଟେଷ୍ଟରେ ପ୍ରଥମ ଅର୍ଦ୍ଧଶତକ ଚେତେଶ୍ୱର ପୂଜାରା ହାସଲ କରିଥିବା ବେଳେ ଗୋଲାପୀ ଶତକ ହାସଲ କରିଛନ୍ତି କ୍ୟାପଟେନ୍‌ କୋହଲି । ଖାଲି ସେତିକି ନୁହେଁ, ଟେଷ୍ଟରେ ୨୦ତମ ଶତକ ମାରି ସେ ରିକି ପଣ୍ଟିଂଙ୍କ ୧୯ଟି ଟେଷ୍ଟ ଶତକ ରେକର୍ଡକୁ ଭାଙ୍ଗିଛନ୍ତି ବିରାଟ । ୮୪ ମ୍ୟାଚରେ ୧୪୧ ଇନିଂସ ଖେଳି ବିରାଟ ମୋଟ ୨୭ଟି ଟେଷ୍ଟ ଶତକ ହାସଲ କରିଛନ୍ତି । ସଚିନ, ଦ୍ରାବିଡ ଓ ଗାଭାସ୍କରଙ୍କ ପରେ ସେ ହେଉଛନ୍ତି ଚତୁର୍ଥ ଭାରତୀୟ ତାରକା ।

ଶରଦଙ୍କ ଦମ୍ଭୋକ୍ତି: କହିଲେ, ଆମେ ସରକାର ଗଢ଼ିବୁ

ମହାରାଷ୍ଟ୍ରରେ ଏନ୍‌ସିପି ନେତା ଅଜିତ୍‌ ପାଓ୍ୱାରଙ୍କ ସମର୍ଥନରେ ସରକାର ଗଢ଼ିଛି ବିଜେପି । କିନ୍ତୁ ଏବେ ବି ଚାଲିଛି ଛକାପଞ୍ଝା । ବିଜେପି ପାଖରେ ଆବଶ୍ୟକ ସଂଖ୍ୟା ନାହିଁ ଓ ସେମାନେ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରିବେନି ବୋଲି କହିଛନ୍ତି ଏନ୍‌ସିପି ଓ ଶିବସେନା । ଆମ ପାଖରେ ୧୭୦ ସଂଖ୍ୟା ରହିଛି, ଆମେ ହିଁ ମହାରାଷ୍ଟ୍ରରେ ସରକାର ଗଢ଼ିବୁ ବୋଲି ପ୍ରେସ୍‌ମିଟ୍‌ରେ ଦମ୍ଭୋକ୍ତି ଦେଖାଇଛନ୍ତି ଶରଦ ପାଓ୍ୱାର । ଏଥିସହ ଅଜିତଙ୍କ ନିଷ୍ପତ୍ତି ବ୍ୟକ୍ତିଗତ ବୋଲି କହିଛନ୍ତି ଏନ୍‌ସିପି ନେତା ଶରଦ ପାଓ୍ୱାର ।

ଅପରପକ୍ଷରେ ବିଜେପିକୁ କଟୁ ସମାଲୋଚନା କରିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ । ଏନସିପି କି ଶିବସେନାର ଏଭଳି ବିଚାରଧାରା ନୁହେଁ । ସାରାଦେଶରେ ଗଣତନ୍ତ୍ରକୁ ନେଇ ଏକ ଖେଳ ଚାଲିଛି । ଯାହା ଦେଶବାସୀଙ୍କୁ ବେଶ୍ ଭଲଭାବେ ଜଣାପଡ଼ିଗଲାଣି । ବିଜେପିର ଏଭଳି ଷଡ଼ଯନ୍ତ୍ର ସରକାର କେବେ ସଫଳ ହେବ ନାହିଁ ବୋଲି କହିଛନ୍ତି ଉଦ୍ଧବ । ଅପରପକ୍ଷରେ ଅଜିତ୍‌ ପାଓ୍ୱାରଙ୍କୁ ବିଶ୍ୱାସଘାତକ ବୋଲି କହିଛନ୍ତି  ବିଜେପି ନେତା ସଞ୍ଜୟ ରାଉତ । ନିଜ ଫାଇଦା ପାଇଁ ଅଜିତ୍ ଏନସିପିକୁ ଧୋକା ଦେଇ ବିଜେପିରେ ମିଶିଗଲେ । କିନ୍ତୁ ତାଙ୍କ ସହିତ ଯାଇଥିବା ୮ ବିଧାୟକ ମଧ୍ୟରୁ ୫ ବିଧାୟକ ଫେରିଆସିଥିବା କହିଛନ୍ତି ସଞ୍ଜୟ ।

ଅପରପକ୍ଷରେ  ଶିବସେନା- ଏନ୍‌ସିପି-କଂଗ୍ରେସ ଏବେ ବି ଏକଜୁଟ ଅଛନ୍ତି । ସରକାର ଗଠନ ନେଇ ଆମ ତରଫରୁ କୌଣସି ବିଳମ୍ବ ହୋଇନଥିବା ପ୍ରେସମିଟ୍‌ରେ କହିଛନ୍ତି କଂଗ୍ରେସ ନେତା ଅହମ୍ମଦ ପଟେଲ ।

ପିଶାଚୀର ହେଲେ ଦୟାମୟା ଥିବ, କିନ୍ତୁ ଏ ମହିଳାଙ୍କର ନାହିଁ…

0

ନିର୍ଦ୍ଦୟ, ନୃଶଂସ, ବର୍ବର… ଯେତେ ଯାହା କହିଲେ ବି କମ୍ ପଡ଼ିବ । କ’ଣ ସତରେ ଜଣେ ନାରୀ ଏତେ ନିର୍ଦ୍ଦୟ ହୋଇପାରେ, ଏମିତି ଶାସ୍ତି ଦେଇପାରେ । ଏ ଭିଡିଓ ଦେଖନ୍ତୁ, ଆପଣଙ୍କର ଯଦି ସାମାନ୍ୟତମ ମାନବିକତା ଥିବ ତେବେ ଆପଣଙ୍କ ହୃଦୟ ଫାଟିପଡ଼ିବ । ଭିଡିଓରେ ଜଣେ ମାଆ ନିଜ କୁନି ଝିଅକୁ ନିର୍ଧୁମ ମାରୁଛନ୍ତି । ମହିଳା ଜଣକ ଛୁଆଟିର ତଣ୍ଟି ଚିପିବା ସହ ନାବାଳିକାର ଚୁଟିକୁ ଟାଣି ପିଠିରେ ଚାପୁଡ଼ା ପରେ ଚାପୁଡ଼ା ଥୋଉଛନ୍ତି ।

https://www.facebook.com/nandighoshatv/videos/3135531123130422/

ସେତିକିରେ ବି ଏ ମହିଳାଙ୍କ ମନ ପୂରୁନି । ଚଟାଣରେ ତଳେ ପକାଇ ଝିଅଟିକୁ ମାରି ଚାଲିଛନ୍ତି । ରାଗ ଜର୍ଜରିତ ମହିଳା ଜଣଙ୍କ ବେଳକୁ ବେଳ ଆହୁରି ହିଂସ୍ର ହୋଇ ଉଠୁଛନ୍ତି , ବିଧା ପରେ ବିଧା ଥୋଇ ଚାଲିଛନ୍ତି । କଇଁ କଇଁ କାନ୍ଦୁଥିବା ଝିଅଟି ମହିଳାଙ୍କ ଚାପୁଡ଼ା ମାଡ଼ରେ ତଳେ ପଡ଼ିଯାଉଛି । ତାପରେ ମହିଳା ଜଣଙ୍କ ଚପଲରେ ପୁଣି ନାବାଳିକାକୁ ମାଡ଼ ମାରୁଛନ୍ତି । ଝିଅଟି ଯେତେ ବିକଳ ହୋଇ ଚିତ୍କାର କଲେ ବି ମହିଳାଙ୍କ ହୃଦୟ ତରଳୁନି।

ସୋସିଆଲ ମିଡିଆ ଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଥିବା ଏହି ଭିଡିଓଟି ଜମ୍ମୁ କଶ୍ମୀର କଠୁଆର । ସତରେ ମାଆ କଣ ଏମିତି ନିର୍ଦ୍ଦୟ ହୋଇପାରେ ।

ଯଦି ମହିଳା ଜଣଙ୍କ ଯଦି ଝିଅଟିର ମାଆ ହୋଇଥିବେ ତେବେ, ଭଗବାନ ତାଙ୍କୁ ମାତୃତ୍ୱ ଦେଇ ଭୁଲ୍ କରିଛନ୍ତି । ଏମିତି ମହିଳାଙ୍କ କୋଳରେ ଛୁଆ ଦେବା ଆଦୌ ଉଚିତ୍ ନଥିଲା । ଏ ମାଆ ସାଧାରଣ ନାରୀ ନୁହେଁ… ରାକ୍ଷସୀ ପ୍ରକୃତିଧାରୀ… ।

ଟ୍ରେନ ଧକ୍କାରେ ମାଆ-ଝିଅ ମୃତ

0

ଯାଜପୁର: ଟ୍ରେନ୍‌ରେ କଟି ମା’-ଝିଅଙ୍କ ମୃତ୍ୟୁ । ଯାଜପୁର ରୋଡ୍‌ ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ମା’-ଝିଅଙ୍କୁ ହାୱଡ଼ା-ପୁରୀ ପାସେଞ୍ଜର ଟ୍ରେନ୍‌ ଧକ୍କା ଦେଇଥିଲା । ମୃତ ମା’-ଝିଅ ହେଲେ ଯାଜପୁର ଜିଲ୍ଲା କୋରାଇ ଥାନା ଚାନ୍ଦମା ଗାଁର କାଠି ରଣା ଓ ଗୁରୁବାରୀ ରଣା । କେଉଁ ପରିସ୍ଥିତିରେ ଟ୍ରେନ୍‌ ସେମାନଙ୍କୁ ଧକ୍କା ଦେଲା ତାହା ଜଣାପଡ଼ିନାହିଁ ।

ସେମାନେ ଆତ୍ମହତ୍ୟା କରିଥିବା ଷ୍ଟେସନ ମ୍ୟାନେଜରଙ୍କୁ ଟ୍ରେନ୍‌ ଡ୍ରାଇଭର ଜଣାଇଛନ୍ତି । ରେଳବାଇ ପୋଲିସ ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ମୃତ ଓ କାଠି ରଣା ଓ ତାଙ୍କ ଝିଅ ଗୁରୁବାରୀ ଅତ୍ୟନ୍ତ ଗରିବ । ଝିଅ ଗୁରୁବାରୀ ଏକ ସ୍କୁଲରେ କାମ କରି ପରିବାର ଚଳାନ୍ତି । କୈାଣସି କାମ ପାଇଁ ଅହମ୍ମଦ ନଗର ଅଞ୍ଚଳକୁ ଯାଇଥିବା ବେଳେ ଅଘଟଣ ଘଟିଛି ।