spot_img
Home Blog Page 7662

ବଲିଉଡ ଓ ହଲିଉଡରେ ଓଡ଼ିଆ ଅଭିନେତାଙ୍କ ଦବଦବା

ଭୁବନେଶ୍ବର : ସ୍ୱପ୍ନ ବହୁତ ବଡ଼ ଥିଲା, ମାତ୍ର ସାକାର କରିବାକୁ ସମ୍ବଳ ସେତିକି ନଥିଲା । ଜଣା ନଥିଲା ‘’ସ୍ୱପ୍ନରୁ ବାସ୍ତବତା’’ର ସୂତ୍ର । ଆକାଶ ଉଚ୍ଚା ସ୍ୱପ୍ନକୁ ଛୁଇଁବା ପାଇଁ କଣ କରିହେବ, ନକରିହେବ ସେଇ ଚିନ୍ତାରେ ଘାଣ୍ଟି ହେବା ବିନା ଅନ୍ୟ ଉପାୟ ନଥିଲା । ମାତ୍ର ଏତେ ଉଡ଼ାଣଖୋର ଅଭିଳାଷଟା ଅଧୁରା ବା ରହିଯାଇଥାନ୍ତା କେମିତି ? ପ୍ରଚଳିତ ରୁଢ଼ି ‘’ଇଛାଥିଲେ ଉପାୟ ଆପେଆପେ ଆସେ’’ ମନେ ଥିଲା । ତାକୁ ହିଁ କଲେ ସମ୍ବଳ, ବଢ଼ିଲା ଆତ୍ମବିଶ୍ୱାସ । ନିଜ ସ୍ୱପ୍ନକୁ ହାତମୁଠାରେ ଧରିବା ପାଇଁ କୌଣସି ଉଦ୍ୟମ ବାଦ୍ ଦେଲେନି । ଛୋଟଛୋଟ କଥାର ଯତ୍ନ ନେଲେ, ଦିନରାତି ଏକ କରି ନିଜ ପାଇଁ ବାହାର କଲେ ସ୍ପେଶ୍…। ଆଉ ଶେଷରେ ସ୍ୱପ୍ନ ହେଲା ସାକାର । ସଂଘର୍ଷ ଓ ସଫଳତାର ଏ କାହାଣୀ ବଲିଉଡ ଅଭିନେତା ଭାବେ ବେଶ୍ ନାଁ କମାଇଥିବା ଓଡ଼ିଆ ଯୁବକ ପୀତବାସ ତ୍ରିପାଠୀଙ୍କର । ପୀତବାସ ଖୁବ୍ ଗୁଡ଼ାଏ ଚର୍ଚ୍ଚିତ ଫିଲ୍ମ ଭେଟିଦେଇ କେବଳ ଫୋକସକୁ ଆସିନାହାନ୍ତି, ନିଜର ନିଆରା ଅଭିନୟ ପାଇଁ ଅଳ୍ପଦିନରେ ଅନେକଙ୍କ ଫେଭରିଟ୍ ବନିପାରିଛନ୍ତି । ବେଗମ୍ ଜାନରେ ୧୧ ମହିଳାଙ୍କ ସହ ବେଶ୍ୟାଳୟର କେୟାରଟେକର ହେଉ ଅଥବା ସୋର ଅଫ ଦି ସିଟିର ଷ୍ଟ୍ରଗଲିଂ ମେଟ୍ରୋ ଲାଇଫ୍… ସବୁଠି ପୀତବାସଙ୍କ ଆକ୍ଟିଂର ନିଆରା ଛାପ ।

ନୟାଗଡ଼ ଦେଉଳିରୁ ହଲିଉଡ୍, ମନ୍ଦିରମାଳିନୀ ସହରରୁ ମାୟାନଗରୀ…ହାଇ ଅର୍ଡର ଟାଲେଣ୍ଟ ବିନା ଏମିତି ଲମ୍ବା ଯାତ୍ରା ଏତେ କମ୍ ସମୟ ଭିତରେ ସମ୍ଭବ ହୋଇପାରି ନଥାନ୍ତା । ଅଥବା ପୀତବାସଙ୍କ ଭିତରେ ଦର୍ଶକ ନଓ୍ୱାଜଉଦ୍ଦିନ୍ ସିଦ୍ଦିକ, ଇରଫାନ୍ ଖାନ୍ ବା ମନୋଜ ବାଜପେୟୀଙ୍କୁ ଦେଖିପାରି ନଥାନ୍ତେ । କମେଡିଠୁ ନେଇ ଟ୍ରେଜେଡି, ଗରିବୀଠୁ ନେଇ ଗ୍ୟାଙ୍ଗଓ୍ୱାର… ସବୁରେ ଜୀବନ୍ତ ଅଭିନୟ । ପୀତବାସଙ୍କ ଏ ସଫଳ ଯାତ୍ରା ପାଇଁ ତାଙ୍କୁ କମ୍ ସଂଘର୍ଷ କରିବାକୁ ପଡ଼ିନି ! ନା ଥିଲା କଷ୍ଟ୍ୟୁମ୍ କିଣିବା ପାଇଁ ଟଙ୍କା, ନା ଥିଲା ପୋଗ୍ରାମ ଭେନ୍ୟୁରେ ପହଞ୍ଚିବା ପାଇଁ ପକେଟ ଖର୍ଚ୍ଚ । ଏପରିକି ଚନ୍ଦ୍ରଶେଖରପୁରରେ ବୁଲିବୁଲି ପିଲାଙ୍କୁ ଡ୍ୟାନ୍ସ ଶିଖାଇବା, ପଢ଼ିବା ବେଳେ ଥିଏଟରରେ ଆକ୍ଟିଂ କରିବା, କେଉଁ ପଥପ୍ରାନ୍ତ ନାଟକ ଅଥବା ସର୍ଟ ବିଜ୍ଞାପନ ଫିଲ୍ମରେ ଅଭିନୟ ଏବଂ ଅଧିକାଂଶ ବେଳେ ବିନା ପାରିଶ୍ରମିକରେ କାମ… । ଏସବୁ କରୁଥିଲେ କେବଳ ନିଜ ମୁହଁଟିକୁ ପରିଚିତ କରାଇବା ପାଇଁ । ଏପରିକି ରିତିକ୍ ରୋଷନଙ୍କ ‘ଏକ ପଲ୍ କା ଜିନା’ ଗୀତର କ୍ୟାସେଟ (୫୫ ଟଙ୍କା) ଓ  କଷ୍ଟ୍ୟୁମ୍ (୫୦୦ ଟଙ୍କା) କିଣିବା ପାଇଁ ପଇସା ନିମନ୍ତେ ଘରୁ ମାଡ଼ଗାଳି ଖାଇବା ପରି ଘଟଣା ବି ଘଟିଥିଲା ତାଙ୍କ ଜୀବନରେ ।

ୟା ଭିତରେ ପୀତବାସ ଖୁବ୍ ଗୁଡ଼ାଏ ହିଟ୍ ମୁଭି ଭେଟିଦେଇଛନ୍ତି । ଥ୍ରୀ ଇଡିୟଟ, ଆଇ ଆମ୍ କଲାମ, ମିର୍ଚ୍ଚି, ବେଗମ୍ ଜାନ୍, ସୋର୍ ଇନ୍ ଦ ସିଟି, ସ୍କ୍ରୁ ଡ୍ରାଇଭର, ଗୋ ଦୋଆ ଗନ୍, ମମ୍, ଟୋଟାଲ ଧମାଲ ଆଦି ବଲିଉଡ ଫିଲ୍ମ କରି ଖୁବ୍ କମ ଦିନରେ ନାଁ କମେଇଛନ୍ତି । ଏହି ଓଡ଼ିଆ ଅଭିନେତା ଜଣକ ଦୁଇବର୍ଷ ତଳେ ପାଦ ଥାପିଥିଲେ ହଲିଉଡରେ । ମିଲିଅନ୍ ଡଲାର ଆର୍ମ ଫିଲ୍ମରେ ଅଭିନୟ କରି ନିଜକୁ ଆହୁରି ପ୍ରମାଣିତ କରିଥିଲେ ପୀତବାସ । ତେବେ ଏସବୁ ଆଗରୁ ଛୋଟ ପର୍ଦ୍ଦାରେ କମାଲ ଦେଖାଇଥିଲେ ପୀତବାସ । ଟିଭି ସୋ ‘ମେଟ୍ରୋ ପାର୍କ’ରେ ନିଜ ଅଭିନୟର ଯାଦୁ ଦେଖାଇ ବଲିଉଡ ପ୍ରଡ୍ୟୁସରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତା ସାଙ୍ଗକୁ ୧୦ ଏପିସୋଡ୍ ବିଶିଷ୍ଟ ଓ୍ୱେବସିରିଜରେ ଆକ୍ଟିଂ କରି ଆହୁରୁ ଚର୍ଚ୍ଚିତ ହୋଇଥିଲେ ।

ପୀତବାସ କହନ୍ତି, ନସିରୁଦ୍ଦିନ ଖାଁ, ବିଦ୍ୟାବାଲାନ୍, ଅମୀର ଖାନଙ୍କ ପରି ଭେଟେରାନ୍ ଅଭିନେତାଙ୍କ ସହ କାମ କରିବା ବେଳେ ବହୁତ ହୋମଓ୍ୱାର୍କ କରିବାକୁ ପଡ଼େ । ଦିନଦିନ ଧରି ଚାଲେ ଓ୍ୱାର୍କସପ୍  । ଆଉ ତା ଭିତରେ ଗୋଟେ ଫ୍ୟାମିଲି ବନେଇଦେବାକୁ ପଡ଼େ । ବେଗମ ଜାନରେ ୧୧ ଜଣ ମହିଳାଙ୍କ ସହ ଏକା ପୁରୁଷ ଭୂମିକାରେ ଆକ୍ଟିଂ କରିବା ବେଳେ କେୟାରଟେକରଠୁ ନେଇ ଏଣ୍ଟରଟେନର ପର୍ଯ୍ୟନ୍ତ ସବୁକିଛି କରିବାକୁ ପଡ଼ିଥିଲା । ଯାହା କ୍ୟାରିଅରର ସବୁଠୁ ଅଧିକ ଖୁସି ମିଳିଥିଲା ।

ଦେଉଳିରୁ ହଲିଉଡ ଲମ୍ବା ଯାତ୍ରା…

ନୟାଗଡ଼ ଜିଲ୍ଲା ଦେଉଳିରେ ପୀତବାସଙ୍କ ଜନ୍ମ । ପିଲାଦିନୁ ସ୍ୱପ୍ନ ଥିଲା ସିନେମାରେ ଅଭିନୟ । ହାଇସ୍କୁଲ ପରେ ବିଜେବି କଲେଜରେ ପଢ଼ିଲେ । ତାପରେ କୋଲକାତା ସରକାରୀ ଇଞ୍ଜିନିୟରିଂ କଲେଜ । କିନ୍ତୁ ଏସବୁରେ କ୍ୟାରିଅର କରିବାକୁ ମନ ନ ବଳାଇ ସିଧା ଚାଲିଲେ ପୁନେ ଫିଲ୍ମ ଏଣ୍ଡ ଟେଲିଭିଜନ୍ ଇନିଷ୍ଟିଚ୍ୟୁଟ୍ । ଯେଉଁଠି ପଢ଼ିଲେବି ସମାନ୍ତରାଳ ଭାବେ ଚାଲିଥିଲା ଅଭିନୟ । କୋଲକାତାରେ ପଢୁଥିବା ବେଳେ ଥିଏଟରରେ ଅଭିନୟ ଚାଲୁରଖିଥିଲେ । ଯାହା ପରେ ତାଙ୍କୁ ଖୁବ୍ ସାହାଯ୍ୟ କରିଥିଲା । ଏବେ ସେ ନିଜକୁ ନେଇ ଖୁବ୍ ଖୁସି । ତେବେ ଏତେସବୁ ସତ୍ତ୍ୱେ ତାଙ୍କ ବେଷ୍ଟ ବାକି ଅଛି ବୋଲି କହନ୍ତି ପୀତବାସ ।

କୁକୁର ହୋଇ ଜନ୍ମ, ସୈନିକ ଭାବେ ଅବସର…କେମିତି ଥିଲା ବିଦାୟ ସମ୍ବର୍ଦ୍ଧନା, ପଢ଼ନ୍ତୁ…

ନୂଆଦିଲ୍ଲୀ: କର୍ମ ହିଁ ଭଗବାନ । ସୁକର୍ମ ହିଁ ଖାଲି ମଣିଷ ନୁହେଁ ପଶୁଙ୍କୁ ମଧ୍ୟ ସୁଖ୍ୟାତି ଦିଏ, ଏହା ପ୍ରମାଣିତ ହୋଇଛି । କୁକୁର ହୋଇ ଜନ୍ମ ହୋଇଥିଲେ ସୁଦ୍ଧା ଜଣେ ସୈନିକ ଭାବରେ 7 କୁକୁରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । CISF ସହ ଅର୍ଦ୍ଧସାମରିକ ବାହିନୀରେ ୮ ବର୍ଷ ଧରି କାର୍ଯ୍ୟ କରିବା ପରେ ୭ କୁରୁରଙ୍କ ଦିଆଯାଇଥିଲା ଏଭଳି ସମ୍ମାନଜନକ ବିଦାୟ ।

ନୂଆଦିଲ୍ଲୀସ୍ଥିତ ସିଆଇଏସଏଫ କ୍ୟାମ୍ପସରେ ଏନେଇ ଏକ ସ୍ୱତନ୍ତ୍ର ସଭାର ଆୟୋଜନ ହୋଇଥିଲା । ଜଣେ ବୀର ସୈନିକଙ୍କୁ ଯେଭଳି ବିଦାୟକାଳୀନ ସମ୍ବର୍ଦ୍ଧିତ କରାଯାଏ ୭ ଜଣ କୁକୁରଙ୍କୁ ସୈନିକ ଭାବେ ମାନପତ୍ର ଓ ମେଡାଲ ଦିଆଯାଇଥିଲା ।

ଏହାର ଫଟୋକୁ CISF ଟ୍ୱିଟ୍‌ର ପୃଷ୍ଠାରେ ଅପଲୋଡ କରାଯାଇଥିଲା । ଆଉ ଲେଖାଯାଥିଲା ‘Born as a dog, but retired as a soilder’ । କୁକୁର ହୋଇ ଜନ୍ମ ହୋଇଥିଲେ ସିନା, ମାତ୍ର ନିଜର କର୍ତ୍ତବ୍ୟ ପରାୟଣତା, ନିଷ୍ଠା ଓ କାର୍ଯ୍ୟ ଦକ୍ଷତା ଏମାନଙ୍କୁ ଜଣେ ସୈନିକର ପରିଚୟ ଦେଇଛି ।

ଦିଲ୍ଲୀରେ ହରେକୃଷ୍ଣ ମହତାବଙ୍କ ନାଁରେ ନାମିତ ହେଲା ରାସ୍ତା

0

ଦିଲ୍ଲୀ: ବହୁଦିନର ଦାବି ପରେ ସରକାର ଓଡ଼ିଆମାନଙ୍କ ଦାବି ଶୁଣିଛନ୍ତି । ଓଡ଼ିଶାର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ନାମରେ ନାମିତ କରିଛନ୍ତି ରାଜଧାନୀ ଦିଲ୍ଲୀର ଏକ ରାଜରାସ୍ତା। ସାଉଥ୍ ଦିଲ୍ଲୀର ବେଶ୍ ଗୁରୁତ୍ୱ ବହନ କରୁଥିବା ୱେଷ୍ଟଏଣ୍ଡ୍ ଠାରୁ ସାଉଥ୍ ମୋତିବାଗ୍ ଷ୍ଟ୍ରିଟ୍ ପର୍ଯ୍ୟନ୍ତ ରୋଡକୁ ଉତ୍କଳ କେଶରୀ ଭାବେ ଜଣାଶୁଣା ଡ. ହରେକୃଷ୍ଣ ମହତାବଙ୍କ ନାମରେ ନାମିତ କରାଯାଇଛି ।

ଜାତୀୟ ରାଜନୀତିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ ଡକ୍ଟର ମହତାବ । ସ୍ୱାଧିନତା ପରେ ସେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଦେଶର ପୁର୍ବତନ ପ୍ରଧାନମନ୍ତ୍ରୀ ଜବହାରଲାଲ୍ ନେହେରୁଙ୍କ ସହ ଅତ୍ୟନ୍ତ ଘନିଷ୍ଠ ଭାବେ ପରିଚିତ ଥିଲେ ମହତାବ। ପ୍ରଥମ ଓଡ଼ିଆ ଭାବେ ସେ ବମ୍ବେର ରାଜ୍ୟପା‍ଳ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

ତେବେ ଡକ୍ଟର ମହତାବଙ୍କ ନାମରେ ନାମିତ ଏହି ଅଞ୍ଚଳ ଦିଲ୍ଲୀର ଏକ ବେଶ୍ ଆଭିଜାତ୍ୟ ସମ୍ପନ୍ନ ଅଞ୍ଚଳ ଭାବେ ଜଣାଶୁଣା । ଏଠାରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ବାସଭବନ ସହ ଦୂତାବାସ ମଧ୍ୟ ରହିଛି । ତେଣୁ ଏହାକୁ ଅତ୍ୟନ୍ତ ଗୁରୁତ୍ୱ ମନେ କରାଯାଉଛି । ଦିଲ୍ଲୀର କିଛି ରାସ୍ତାକୁ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ନାମରେ ନାମିତ କରିବାକୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା । ଏପରିକି ଅନଙ୍ଗ ଉଦୟ ସିଂଦେଓ ରାଜ୍ୟସଭା ସଦସ୍ୟ  ଥିବାବେଳେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାମରେ ଏକ ରାସ୍ତା ନାମିତ କରିବାକୁ ରାଜ୍ୟସଭାରେ ଦାବି କରିଥିଲେ ।ତେବେ ଆଜି ଡକ୍ଟର ମହତାବଙ୍କ ୧୨୦ତମ ଜୟନ୍ତି ଅବସରରେ ତାଙ୍କ ପ୍ରତି ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

ନୂଆ MV ଆଇନ୍ ଲାଗୁ ପରେ କେତେ ଜଣଙ୍କୁ ମିଳିଛି ଡ୍ରାଇଭିଂ ଲାଇସେନ୍ସ ? ରାଜ୍ୟରେ ୧୫ ବର୍ଷରୁ ଅଧିକ କେତେ ଗାଡ଼ି ରହିଛି ? ପଢ଼ନ୍ତୁ ପରିବହନ ବିଭାଗର ପୂରା ଉତ୍ତର ।

ଭୁବନେଶ୍ୱର : ରାଜ୍ୟରେ ୧୫ ବର୍ଷରୁ ଅଧିକ ସମୟ ଧରି ମୋଟ୍ ୨୨ ଲକ୍ଷ ୯ ହଜାର ୫୭୩ଟି ମୋଟର ଯାନ ରହିଛି । ଏହାମଧ୍ୟରୁ ୧୧ ଲକ୍ଷ ୪୩ ହଜାର ୨୬ଟି ମୋଟର ଯାନ ଚଳାଚଳ କରୁଛି । ବିଧାନସଭାରେ ବିଧାୟକ ମୋହନ ମାଝିଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେହିପରି ବେପରୁଆ ଗାଡ଼ିଚାଳକଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କଣ ହୋଇଛି, ସେ ନେଇ ପ୍ରଶ୍ନ କରିଥିଲେ ବିଧାୟକ ମୌଷଧି ବାଗ୍ । ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ୨୦୧୮ରେ ବେପରୁଆ ଗାଡ଼ି ଚାଳନା କରି ଦୁର୍ଘଟଣା ଘଟାଇଥିବା ୫,୧୨୧ ଜଣଙ୍କର ଏବଂ ୨୦୧୯ ଅକ୍ଚୋବର ମାସ ସୁଦ୍ଧା ୩,୮୮୯ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରାଯାଇଛି । ଆବଶ୍ୟକସ୍ଥଳରେ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ କରିବା ପାଇଁ ପଦକ୍ଷେପ ନିଆଯାଇପାରେ ।

ସେହିପରି ୨୦୧୯ ନୂଆ ପରିବହନ ଆଇନ୍ ଲାଗୁ ହେବା ପରେ ସେପ୍ଟେମ୍ୱର-ଅକ୍ଟୋବର ମାସରେ ଜୋରିମାନା ବାବଦକୁ ୧୩ କୋଟି ୮୫ ଲକ୍ଷ ଟଙ୍କା ଆଦାୟ କରାଯାଇଛି । ଯାହା ପୂର୍ବବର୍ଷ ଏହି ୨ ମାସରେ ୨୦ କୋଟି ୬ ଲକ୍ଷ ହୋଇଥିଲା । ଏହି ୨ ମାସରେ ଟିକସ ବାବଦକୁ ୨୪୪ କୋଟି ୬୪ ଲକ୍ଷ ଟଙ୍କା ଆଦାୟ ହୋଇଛି । ପୂର୍ବବର୍ଷ ଏହି ୨ ମାସରେ ଟିକସ ଆଦାୟର ପରିମାଣ ଥିଲା ୨୦୨ କୋଟି ଟଙ୍କା । ଫିଟନେସ୍ ପ୍ରମାଣପତ୍ର ନଥାଇ ଗାଡ଼ି ଚାଳନା ବାବଦକୁ ୨୬ ଲକ୍ଷ ୪୦ ହଜାର ଟଙ୍କା ଏବଂ ପ୍ରଦୂଷଣ ପ୍ରମାଣପତ୍ର ନଥାଇ ଗାଡ଼ି ଚାଳନା ବାବଦକୁ ୫୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ନୂଆ ଲାଇସେନ୍ସ ପ୍ରଦାନ ବାବଦକୁ ୩୦ କୋଟି ୮୪ ଲକ୍ଷ ଟଙ୍କା ଫି ଆଦାୟ କରାଯାଇଛି । ଟିକସ ଦାଖଲ ନକରି ଚାଲୁଥିବା ୬,୮୯୨ଟି ଗାଡ଼ି, ଫିଟନେସ୍ ପ୍ରମାଣପତ୍ର ନଥାଇ ୧୩୪୦ ଗାଡ଼ି ଓ ପ୍ରଦୂଷଣ ପ୍ରମାଣପତ୍ର ନଥାଇ ଚାଲୁଥିବା ୯୦ଟି ଗାଡ଼ିକୁ ଯାଞ୍ଚ କରାଯାଇ ଚାଲାଣ କଟାଯାଇଛି । ନୂଆ ପରିବହନ ଆଇନ୍ ଲାଗୁ ହେବା ପରେ ସେପ୍ଟେମ୍ବର ଓ ଅକ୍ଟୋବର ମାସ ମଧ୍ୟରେ ୯ ଲକ୍ଷ ୮୧ ହଜାର ୩୨୫ ଅନଲାଇନ୍ ପ୍ରଦୂଷଣ ପ୍ରମାଣପତ୍ର, ୩ ଲକ୍ଷ ୫୧ ହଜାର ୭୫ ଲାର୍ଣ୍ଣିଂ ଲାଇସେନ୍ସ, ୫୦ ହଜାର ୪୧୪ ଡ୍ରାଇଭିଂ ଲାଇସେନ୍ସ ଓ ୪୯,୩୮୯ ଫିଟନେସ୍ ପ୍ରମାଣପତ୍ର ଦିଆଯାଇଛି ।

ରାଜ୍ୟରେ ନୂଆ ଆଇନ୍ ଲାଗୁ ହେବା ପରେ ଧରପଗଡ଼ ବେଳେ ଆରଟିଓ ଅଫିସରେ ଦଲାଲି କରୁଥିବା ମୋଟ୍ ୧୨୧ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସଡ଼କ ସୁରକ୍ଷା ସପ୍ତାହ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି ବୋଲି ମନ୍ତ୍ରୀ ବିଧାନସଭାରେ କହିଛନ୍ତି ।

 

ଲୁଚି ଖାଉଥିଲା କୁକୁଡା, ଯନ୍ତା ବସାଇବାରୁ ଧରାପଡିଲା

0

ମାଲକାନଗିରି: କୁକୁଡ଼ା ଖାଇବାକୁ ଆସି ଯନ୍ତାରେ ପଡ଼ିଲା ବାଘ । ବହୁଦିନ ଧରି କୁକୁଡା ଖାଉଥିବାରୁ ଯନ୍ତା ବସାଯାଇଥିଲା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲା ଠେଲ୍‌କାବୋଡ଼ ଗାଁରେ ଏହି ଘଟଣା ଘଟିଛି । ଏକ କୁକୁଡ଼ା ଫାର୍ମରୁ ଗତ ୧୫ ଦିନ ହେଲା କୁକୁଡ଼ା ଗାଏବ୍‌ ହୋଇଯାଉଥିଲେ ।

କୌଣସି ଜଙ୍ଗଲୀ ଜନ୍ତୁ କୁକୁଡ଼ା ଖାଇ ଯାଉଥିବା ସନ୍ଦେହ କରି ଫାର୍ମ ମାଲିକ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ପକ୍ଷରୁ ଫାର୍ମ ପାଖରେ ଏକ ଯନ୍ତା ବସାଯାଇଥିଲା । ପରେ ଦେଖିଲା ବେଳକୁ ସେହି ଯନ୍ତାରେ ଏକ ଚିତାବାଘ ପଡ଼ିଛି । ପୂର୍ବରୁ ମଧ୍ୟ ସେହି କୁକୁଡ଼ା ଫାର୍ମ ପାଖରେ ଏକ ଚିତାବାଘ ଯନ୍ତାରେ ପଡ଼ିଥିଲା ।

ତାକୁ ବନ ବିଭାଗ କର୍ମଚାରୀ ସେହି ପାଖ ଜଙ୍ଗଲରେ ଛାଡ଼ି ଦେଇଥିଲେ । କିନ୍ତୁ ବାଘଟି କୁକୁଡ଼ା ଲୋଭରେ ପୁଣି ଆସି ଯନ୍ତାରେ ପଡ଼ିଥିବା ଅନୁମାନ କରାଯାଉଛି । ଏଥର ବାଘଟିକୁ ଦୂରରେ, ଘଞ୍ଚ ଜଙ୍ଗଲରେ ଛଡ଼ାଯିବ ବୋଲି ବନ ଅଧିକାରୀ କହିଛନ୍ତି ।