ଚେନ୍ନାଇ: ମାର୍କେଟ୍ରେ ପିଆଜ ଭାଉ ଏମିତି ହୋଇଛି ଯେ, ଲୋକେ କିଲେ ପିଆଜ କିଣିବାକୁ ଚାରିଥର ଚିନ୍ତା କରୁଛନ୍ତି । ସେଥିପାଇଁ ବଡ଼ ବଡ଼ ସପିଙ୍ଗ ମଲ୍ରେ ଚତୁର ବ୍ୟବସାୟୀମାନେ ଗ୍ରାହକଙ୍କୁ ପିଆଜ ଥୋପ ଦେଖାଇ ବ୍ୟବସାୟ କରୁଛନ୍ତି । ମାନେ ଦେଢ଼ ହଜାର ବା ଦୁଇ ହଜାର ଟଙ୍କାର ସପିଙ୍ଗ କଲେ କିଲେ ପିଆଜ ଫ୍ରି । ଆଉ କୋଉଠି ହଜାରେ ବା ଦେଢ଼ ହଜାର ଟଙ୍କାର ସପିିଙ୍ଗ କଲେ ପିଆଜ ଦରରେ ୫୦ ପ୍ରତିଶତ ରିହାତି ବି ମିଳୁଛି । ଲୋକ ବି ବ୍ୟବସାୟୀଙ୍କ ଜାଲରେ ପଡ଼ି ଏହି ଲୋକ ଦେଖାଣିଆ ସୋନେ ପେ ସୁହାଗା ଅଫରର ମଜା ନେଉଛନ୍ତି ।
ତାମିଲନାଡୁର ଜଣେ ମୋବାଇଲ ବ୍ୟବସାୟୀ ପିଆଜକୁ ଥୋପ କରିଛନ୍ତି । ଯେଉଁ ଗ୍ରାହକ ତାଙ୍କ ସପରୁ ମୋବାଇଲ କିଣିବେ ତାଙ୍କୁ ଏକ କିଲୋ ପିଆଜ ମାଗଣା ଦେଉଛନ୍ତି ।ଏହି ଖବର ଏବେ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି ।
ମୋବାଇଲ ସପର ମାଲିକ କହିଛନ୍ତି ଯେ, ତାଙ୍କ ମୋବାଇଲ୍ ସପର ଏତେ ଭଲ ବ୍ୟବସାୟ ହେଉନଥିଲା । ଯେବେଠୁ ସେ ଏହି ଅଭିନବ ଯୋଜନା ଆପଣେଇଛନ୍ତି ତାଙ୍କ ସପ୍ ଦିନକୁ ଦିନ ପପୁଲାର ହେବାରେ ଲାଗିଛି ଓ ଭଲ ବ୍ୟବସାୟ ମଧ୍ୟ ହେଉଛି ।






୨୦୧୮ ମସିହା ଫେବ୍ରୁଆରୀ ୧ ତାରିଖରେ ଜି.ଉଦୟଗିରି ବ୍ଲକ ମଲ୍ଲିକପଡ଼ା ପଞ୍ଚାୟତ କୁମ୍ଭାରକୁପାର ଏନ୍ ସେଲିବ୍ରେଟିଙ୍କ ମୃତ୍ୟୁ ହୋଇଥିଲା । ଫ୍ୟାନରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିଥିଲା । ତେବେ, ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ତାଙ୍କ ଭିଣୋଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।


