ଖୋର୍ଦ୍ଧା ଜିଲ୍ଲା ବରୁଣେଇର ପାଦ ଦେଶରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କରିଛନ୍ତି । ପାଇକ ମେମୋରିଆଲ ଫାଉଣ୍ଡେସନ ପକ୍ଷରୁ ଏଠାରେ ନିର୍ମାଣ କରାଯିବ ପାଇକ ବିଦ୍ରୋହ ସ୍ମାରକୀ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଅଛନ୍ତି।
ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଓ ଜଗବନ୍ଧୁଙ୍କ ନାଁରେ ଏକ୍ସପ୍ରେସ ଚଳାଇବାକୁ ଦାବି
ଭୁବନେଶ୍ୱର: ଓଡ଼ିଆ ଜାତି ସ୍ୱାଭିମାନୀ ଓ ବୀର ଜାତି । ବୀର ପାଇକମାନଙ୍କ ସାହସ ଯୁଦ୍ଧ କୌଶଳ ଯୋଗୁଁ ଓଡ଼ିଆ ଜାତି ଦିନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଜୟ କରିଥିଲା । ସମ୍ରାଟ ଖାରବେଳ, ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଦିଗ୍ବିଜୟ ଓଡ଼ିଆ ଜାତିର ଗୌରବ ବୃଦ୍ଧି କରିଥିଲା । ଅମର ବୀର ପାଇକମାନଙ୍କ ଦେଶଭକ୍ତି ବୀରତ୍ୱ ଏବଂ ସଂଗ୍ରାମ ଯୋଗୁଁ ଓଡ଼ିଶା ୧୮୦୩ ପର୍ଯ୍ୟନ୍ତ ଅଜେୟ ରହିଥିଲା । ୧୮୧୭ରେ ଓଡ଼ିଶା ପାଇକ ହିଁ ଆରମ୍ଭ କରିଥିଲେ ବ୍ରଟିସ ଶାସନ ବିରୋଧରେ ଦେଶର ପ୍ରଥମ ସଂଗ୍ରାମ । ପାଇକ ବିଦ୍ରୋହଥିଲା ବିଟ୍ରିସ ସରକାରଙ୍କ ବିରୋଧରେ ଗଣ ଆନ୍ଦୋଳନ । ଯେଉଁଥିରେ ସାରା ଓଡ଼ିଶା ସାମିଲ ହୋଇଥିଲା ।

ପାଇକ ବିଦ୍ରୋହ ସ୍ମାରକର ଭିତ୍ତିରସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପାଇକମାନଙ୍କ ଏହି ସଂଗ୍ରାମକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ନେଇ ଦାବି କରିଆସୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ବକ୍ସି ଜଗବନ୍ଧୁଙ୍କ ନାଁରେ ସ୍ୱତନ୍ତ୍ର ଏକ୍ସେପ୍ରସ ଟ୍ରେନ୍ ଚଳାଇବା ନେଇ ଦାବି ଜଣାଇବା ସହ ମାନ୍ୟବର ରାଷ୍ଟ୍ରପତି ଆମର ଦାବି ପ୍ରତି ସୁବିଚାର କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।
ଏହି ଅବସରରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ଓ ଅନ୍ୟ ପାଇକ ବୀରମାନଙ୍କ ସ୍ମୃତ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ ପାଇଁ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇଥିବାରୁ ଖୁସି ବ୍ୟକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ । ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଓ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମିଳିତଭାବେ ଏହି କାର୍ଯ୍ୟ ହାତକୁ ନେଇଛନ୍ତି । ଏଣୁ ଭାରତ ସରକାରଙ୍କ ୨ ବିଭାଗର ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ସ୍ମାରକୀ ପାଇଁ ରାଜ୍ୟ ସରକାର ଜମି ଯୋଗାଇଦେଇଛନ୍ତି । ଅନ୍ୟ ସବୁ ଭିତ୍ତିଭୂମି ସୁବିଧା ମଧ୍ୟ ଯୋଗାଇଦେଇଥିବା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବାହା ହେବାକୁ କହି ଏମିତି କାମ କଲା ପ୍ରେମିକ
ଭଦ୍ରକ: ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମର ଅଭିଯୋଗ । ଭଲ ପାଇବା ପରେ ପ୍ରେମିକ କରିଛି ପ୍ରତାରଣା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ତ୍ରିଶଳପୁର ଗାଁରେ । ପୀଡ଼ିତାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ତ୍ରିଶଳପୁର ଗାଁର ସୁଦର୍ଶନ ଲେଙ୍କାଙ୍କ ପୁଅ ପ୍ରମୋଦ ଲେଙ୍କା ।
ସୂଚନା ଅନୁଯାୟୀ, ପ୍ରମୋଦ ଲେଙ୍କା ୪ବର୍ଷ ହେବ ପୀଡ଼ିତାଙ୍କୁ ଭଲପାଉଥିଲେ । ବିବାହର ପ୍ରଲୋଭନ ଦେଖାଇ ପୀଡ଼ିତାଙ୍କ ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲେ । ପୀଡ଼ିତା ଜଣକ ତାଙ୍କୁ ବିବାହ କରିବାକୁ କହିବାରୁ ସେ ବାରମ୍ବାର ଦିନ ଗଡ଼ାଇ ଚାଲିଥିଲେ । ଘରେ ବାହାଘର ପାଇଁ କଥା ଚାଲିଛି କହି ମିଛ ସତ କହି ଆସୁଥିଲେ ।
ଖାଲି ସେତିକି ନୁହେଁ, ଗତ ୫ ତାରିଖ ଦିନ ଭଦ୍ରକରେ କୋର୍ଟ ମ୍ୟାରେଜ କରିବାକୁ କିହିଥିଲେ ପ୍ରମୋଦ । ପରେ ଯୁବତୀଙ୍କୁ ଭଦ୍ରକ ବନ୍ତ ଛକ ନିକଟରେ ତାଙ୍କ ସମ୍ପର୍କୀୟଙ୍କ ଘରକୁ ନେଇ ପୀଡ଼ିତାଙ୍କ ଇଚ୍ଛା ବିରୁଦ୍ଧରେ ଶାରୀରିକ ସମ୍ପର୍କ ରଖିଥିଲେ । ତାର ଠିକ୍ ଦୁଇ ଦିନ ପରେ ପ୍ରମୋଦ ଫେରାର ହୋଇଯାଇଥିଲେ ।
ଏନେଇ ପୀଡ଼ିତାଙ୍କ ପରିବାର ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ।
ତୃତୀୟ ଦିନରେ ଉଚ୍ଛେଦ କାର୍ଯ୍ୟ ଜାରି, ସୁରକ୍ଷିତ ରହିବ ଏମାର ମଠ ପିଣ୍ଡି
ପୁରୀ: ପୁରୀରେ ତୃତୀୟ ଦିନରେ ଉଛେଦ କାର୍ଯ୍ୟ ଜାରି ରହିଛି । ଏମାଆର ମଠର କିଛି ବାକି ରହିଥିବା ବ୍ୟବସାୟୀକ ପ୍ରତିଷ୍ଠାନ ଓ ମଙ୍ଗୁମଠରେ ଥିବା ବ୍ୟବସାୟୀକ ପ୍ରତିଷ୍ଠାନ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଏମାଆର ମଠର ଗାଦି ଓ ପିଣ୍ଡି ସୁରକ୍ଷିତ ରଖାଯିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି ।

ସେପଟେ ବିସ୍ଥାପିତ ବ୍ୟସାୟୀଙ୍କ ପାଇଁ ଥଇଥାନା ବ୍ୟବସ୍ଥା କରାଯିବ ବୋଲି ମଧ୍ୟ କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ । ଉଚ୍ଛେଦ ସ୍ଥଳରେ ସରକାରୀ ଅଧିକାରୀ ଓ ପୋଲିସ ଫୋର୍ସ ଉପସ୍ଥିତ ରହିଛନ୍ତି । ଗତକାଲି ଦକ୍ଷିଣ ଦ୍ଵାର ସାମନାରେ ରାସ୍ତା ସଙ୍କିର୍ଣ୍ଣ ଥିବାରୁ ଉଛେଦ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ସେପଟେ ଜମି ଅଧିଗ୍ରହଣ ନେଇ ଜମି ମାଲିକଙ୍କ ସହ ପ୍ରଶାସନର ଆଲୋଚନା ଜାରି ରହିଛି ।

ଦିଲ୍ଲୀ ରାଣୀ ଝାନସୀ ରୋଡ଼ରେ ଭୟାବହ ଅଗ୍ନିକାଣ୍ଡ, ୩୨ ଜଣଙ୍କ ମୃତ୍ୟୁ ସୂଚନା
ଦିଲ୍ଲୀ: ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ୩୨ ଜଣଙ୍କ ମୃତ୍ୟୁ ସୂଚନା । ରାଣୀ ଝାନସୀ ରୋଡ୍ ର ଅଞ୍ଚଳରେ ଲାଗିଛି ନିଆଁ । ନିଆଁରେ ଫସିଥିବା ୫୦ ଲୋକଙ୍କୁ ଉଦ୍ଧାର କଲା ଦମକଳ ବାହିନୀ ।

ଅନ୍ୟପଟେ ନିଆଁ ଲିଭାଇବାରେ ୨୭ ଟି ଦମକଳ ଗାଡି ନିୟୋଜିତ ହୋଇଛି ।

ଏବେ ବି କିଛି ଲୋକ ନିଆଁରେ ଫସି ରହିଥିବା ସୂଚନା ମିଳୁଛି । ଶ୍ୱାସରୁଦ୍ଧ ହୋଇ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ
ତାଳଚେର: ଅନୁଗୋଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ପୁଣି ଏକ ଗାଡି କେହି ପୋଡି ଦେଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ବିଧାୟକ ଚଢୁଥିବା ଫରଚ୍ୟୁନର ଗାଡ଼ିଟି ରାତିରେ ଭରତପୁର-ନନ୍ଦିରାସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟରେ ଥିଲା ।

ତେବେ ବିଳମ୍ବିତ ରାତିରେ ଗାଡ଼ି ନିଆଁ ଲାଗୁଥିବା ଦେଖି ସେଠାରେ ଥିବା କର୍ମଚାରୀ ନିଆଁ ଲିଭାଇ ଥିଲେ । ବିଧାୟକ ରାତିରେ ସେହି କାର୍ଯ୍ୟାଳୟରେ ମଧ୍ୟ ଥିଲେ । ତେବେ କେହି ଦୁର୍ବୃତ୍ତ ବିଧାୟକଙ୍କ ଏହି ଗାଡିକୁ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି ।

ପୂର୍ବରୁ ଅଗଷ୍ଟ ୧୯ ତାରିଖରେ ଭୁବନେଶ୍ୱର ବିଧାୟକଙ୍କ ବାସ ଭଵନରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ଯୋଗୁଁ ୨ ଟି କାର , ଗୋଟିଏ ମୋଟର ସାଇକେଲ ଏବଂ କିଛି ଆସବାବପତ୍ର ପୋଡି ଯାଇଥିଲା । ଏହା ପରେ ନଭେମ୍ବର ୧ ତାରିଖରେ ହାଣ୍ଡିଧୂଆଁସ୍ଥିତ ବିଧାୟକଙ୍କ ପୈତୃକ ବାସ ଭବନରେ ମଧ୍ୟ କେହି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା ।

ବିଧାୟକଙ୍କ ସହ ବ୍ୟବସାୟିକ ଶତ୍ରୁତା କିମ୍ବା ରାଜନୈତିକ ଶତ୍ରୁତା ନେଇ କେହି ଏଭଳି କରୁଥାଇ ପାରେ ବୋଲି ଅନୁମାନ କରାଯାଉଛି ।
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକ
ବରିଷ୍ଠ କଂଗ୍ରେସ ନେତା ତଥା ପୁର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକ । ସେ କେନ୍ଦ୍ରାପଡା ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ସଭାପତି ସହ ଦୀନବନ୍ଧୁ ଆଇନ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ମଧ୍ୟ ଥିଲେ ।

୯୩ ବର୍ଷ ବୟସରେ ଭୁବନେଶ୍ୱର ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱରରେ ନିଜ ପରିବାର ସହ ରହୁଥିଲେ ଭାଗବତ । ଅନ୍ୟପଟେ ଭାଗବତ ପ୍ରସାଦ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାଗବତ ମହାନ୍ତି ଜଣେ ଦକ୍ଷ ପ୍ରଶାସକ ଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ୱରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ: ମହାମହିମଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଖୋର୍ଦ୍ଧା: ଭୁବନେଶ୍ୱରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତକାଲି ସଂଧ୍ୟା ୭ଟା ୧୨ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ରାଜ୍ୟପାଳ ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ଓ ଜୁଏଲ ଓରାମ ଏବଂ ଭୁବନେଶ୍ୱର ସାଂସଦ,ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ପୋଲିସ କମିଶନର, ଭୁବନେଶ୍ୱର ଡିସିପି ପ୍ରମୁଖ ବିମାନବନ୍ଦରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସ୍ୱାଗତ ଜଣାଇଥିଲେ ।

ପରେ ରାତ୍ରିଯାପନ ପାଇଁ କଡ଼ା ସୁରକ୍ଷା ଭିତରେ ରାଜଭବନରେ ପହଞ୍ଚିଥିଲେ ରାଷ୍ଟ୍ରପତି । ସେଠାରେ ରାତ୍ରି ଭୋଜନ ସହ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଆଜି ସକାଳ ୯ଟା ୪୦ମିନଟରେ ଭୁବନେଶ୍ୱର ବିମାନବନ୍ଦରରୁ ଖୋର୍ଦ୍ଧା ଅଭିମୁଖେ ବାହାରିବେ । ସେଠାରେ ଆୟୋଜିତ ବରୁଣେଇ କାର୍ଯ୍ୟକ୍ରମରେ ଯୋଗଦେବେ ।

ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ । ଏହି ଅବସରରେ ୧୦ ଏକର ପରିମିତ ପାହାଡ଼ ପାଦଦେଶରେ ପାଇକ ଭବନର ଶିଳାନ୍ୟାସ କରିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କ ଗସ୍ତ ପାଇକ ବଂଶଧରମାନଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି । ଦୁଇ ଶହ ବର୍ଷ ତଳର ପାଇକ ବିଦ୍ରୋହର ଗାଥା ପୁଣି ବରୁଣେଇ ପାଦଦେଶରେ ଉଜ୍ଜୀବିତ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଚୁଡାନ୍ତ କରିଛି ।

ମହାମହିମଙ୍କ ଗସ୍ତପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।ରାଷ୍ଟ୍ରପତିଙ୍କ ଗସ୍ତନେଇ ରାଜଧାନୀରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ଳୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଖୋର୍ଦ୍ଧାରେ ୧୦ ହଜାର ଲୋକଙ୍କ ସମାଗମ ହେବାକୁ ଥିବା ବେଳେ ଲୋକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି ।
ବାଲେଶ୍ୱର ଜିଲ୍ଲା ସୋର ନିକଟରେ ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୩ ମୃତ, ୫ ଗୁରୁତର
ସୋର: ବାଲେଶ୍ୱର ଜିଲ୍ଲା ସୋର ବ୍ଲକର ଶେରଗଡ ପେଟ୍ରୋଲ ପମ୍ପ ନିକଟରେ ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଶେରଗଡ ପେଟ୍ରୋଲ ପମ୍ପ ନିକଟରେ ଯାତ୍ରୀବାହୀ ଭ୍ୟାନ୍ଟି ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ।ଫଳରେ ଭ୍ୟାନରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରାଯାଇ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଚିକିତ୍ସାଧିନ ଅବସ୍ଥାରେ ମେଡିକାଲରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ତ୍ରିନାଥ ଦାସ, ବାପି ମିଶ୍ର ଏବଂ ଗଙ୍ଗାଧର ଦାସ । ଭ୍ୟାନରେ ମୋଟ୍ ୨୦ ଜଣ ଯାତ୍ରୀ ଥିବା ସୂଚନା ମିଳଛି । ପୁରୀ ବାଲିସାହିର ଯାତ୍ରୀମାନେ ଦେବକୁଣ୍ଡ ଅଭିମୁଖେ ଯାଉଥିଲେ ।
ଛାତରୁ ଡେଇଁ ଛାତ୍ରୀଙ୍କ ଗୋଡ଼ ଭାଙ୍ଗିଲା, ସ୍କୁଲ ବିଲ୍ଡିଂରୁ ନୁହେଁ ବାହାରେ ପଡ଼ିଥିବେ: ପ୍ରନ୍ସିପାଲ୍
ଭୁବନେଶ୍ୱର(ଅରୁଣ କୁମାର ସାହୁ): ରାଜଧାନୀରେ ଚାଞ୍ଚଲ୍ୟ । ସ୍କୁଲ୍ଛାତରୁ ଡେଇଁଲେ ଛାତ୍ରୀ । ବିନା କାରଣରେ ପିଇଟି ଶିକ୍ଷୟିତ୍ରୀ ଗାଳି ଦେବାରୁ କେନ୍ଦ୍ରୀୟ ବିଦ୍ୟାଳୟ-୩ର ଜଣେ ଏକାଦଶ ଶ୍ରେଣୀ ଛାତ୍ରୀ ସ୍କୁଲ ଛାତରୁ ଡେଇଁ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯ଼ୋଗ ହୋଇଛି । ଛାତରୁ ଡେଇଁବା ଯୋଗୁଁ ଛାତ୍ରୀଙ୍କୁ ଗୋଡ଼ ଭାଙ୍ଗିଯାଇଛି । ସେ ଗୁରୁତର ଅବସ୍ଥାରେ ଏବେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି ।

ଅପରପକ୍ଷରେ ଖବର ଲେଖାହେବା ଯାଏଁ ପିଇଟି ଶିକ୍ଷୟିତ୍ରୀ ଓ ପ୍ରିନ୍ସିପାଲଙ୍କ ବହିଷ୍କାର ଦାବିରେ ଅଭିଭାବକମାନେ କେଭି-୩ ଡିସି ଅଫିସ ବାହାରେ ଧାରଣାରେ ବସିଛନ୍ତି । ମଞ୍ଚେଶ୍ୱର ଥାନାରେ ଅଭିଯ଼ୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପିଇଟି ଶିକ୍ଷୟିତ୍ରୀ ଓ ପ୍ରନ୍ସିପାଲଙ୍କ ବୟାନ ରେକର୍ଡ କରିଛି । ତେବେ ଅଭିଯ଼ୋଗକୁ କେଭି-୩ ପ୍ରିନ୍ସିପାଲ ଖଣ୍ଡନ କରିଛନ୍ତି ।

ଛାତ୍ରୀଙ୍କୁ ନିର୍ଯ଼ାତନା ଦିଆଯାଇ ନାହିଁ । ଛାତ୍ରୀଙ୍କ ଉପରେ ସୂର୍ଯ୍ୟାଲୋକ ପଡ଼ିଲେ ଆଲର୍ଜି ହୁଏ ବୋଲି ବାହାରକୁ ଛଡ଼ା ଯାଏନି । ସଂପୃକ୍ତ ଛାତ୍ରୀ ବିନା ଅନୁମତିରେ ଖେଳିବାକୁ ଯାଇଥିଲେ । ସ୍କୁଲ ବିଲ୍ଡିଂ ନୁହେଁ, ବାହାରେ ପଡ଼ିଥିବେ ବୋଲି ପ୍ରିନ୍ସିପାଲ କହିଛନ୍ତି ।

କେଭି-୩ର ଆହତ ଛାତ୍ରୀ ଜଣଙ୍କ ବାଲେଶ୍ୱର ଅଞ୍ଚଳର ଜଣେ ଉପ-ଜିଲ୍ଲାପଳଙ୍କ ଝିଅ । ପଇଟି ଶିକ୍ଷୟିତ୍ରୀଙ୍କ ଗାଳି ପାଇଁ ନା ଆଉ କିଛି କାରଣ ପାଇଁ ସେ ଛାତ ଉପରୁ ଡେଇଁଲେ ନା ଏହା ଏକ ଦୁର୍ଘଟଣା, ପୋଲିସ ତଦନ୍ତ ପରେ ଜଣାପଡ଼ିବ ।

