ଝାଡ଼ଖଣ୍ଡ: ଆଜି ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୨୦ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ୨୬୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଥିବା ବେଳେ ୪୮ଲକ୍ଷ ମତଦାତା କରୁଛନ୍ତି ମତଦାନ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ୍ଙ୍କ ଭାଗ୍ୟ ପରୀକ୍ଷା ହେବ । ମୁଖ୍ୟମନ୍ତ୍ରୀ ରଘୁବର ଦାସ ବାଚସ୍ପତି ଡ. ଦିନେଶ ଓରାଓନ୍ଙ୍କ ଭାଗ୍ୟ ଇଭିଏମ୍ରେ ସିଲ ହେବାକୁ ଯାଉଛି ।

ଅନ୍ୟପଟେ ସମସ୍ତ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମ୍ବେଦନଶୀଳ ବୁଥ୍ ଗୁଡିକରେ ଦିନ ୩ଟା ଯାଏଁ ମତଦାନ ଚାଲିବ । ନକ୍ସଲ ଉପଦ୍ରୁତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୪୦ହଜାର ଯବାନଙ୍କୁ ନିୟୋଜିତ କରାଯାଇଛି । ଅଧିକ ସଂଖ୍ୟାରେ ମତଦାନ କରିବାପାଇଁ ଟ୍ୱିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି । ଡିସେମ୍ବର ୮ରେ ଆସିବ ଫଳାଫଳ ।


କିନ୍ତୁ ବିରାଟ କୋହଲିଙ୍କ ଅପରାଜିତ ଓ ଲୋକେଶ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ଆଗରେ ଫିକା ପଡ଼ିଥିଲା ବିଶାଳ ୨୦୭ ରନ୍ ସ୍କୋର । ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ୯୪ରନ୍ ବଳରେ ଭାରତ-ୱେଷ୍ଟଇଣ୍ଡିଜ ଦ୍ଵାରା ଧାର୍ଯ୍ୟ ୨୦୮ ରନ୍ର ବିଶାଳ ଲକ୍ଷ୍ୟକୁ ୧୮.୪ ଓଭରରେ ୪ ୱିକେଟ ହରାଇ ହାସଲ କରି ନେଇଥିଲା ।
ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୨୦୭ ରନ୍ କରିଥିଲା ଭ୍ରମଣକାରୀ ଦଳ । ଏହି ବିଜୟ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳରେ ୧-୦ରେ ଅଗ୍ରଣୀ ହାସଲ କରିଛି । ରବିବାର କେରଳରେ ଖେଳାଯିବ ସିରିଜର ଦ୍ୱିତୀୟ ମ୍ୟାଚ ।
ଦୋଷୀ ଫାଶୀ ପାଇବା ଦେଖିବାକୁ ଶେଷ ଇଚ୍ଛା ରଖିଥିଲେ ଉନ୍ନାଓ ପୀଡ଼ିତା । କିନ୍ତୁ, ଭାଗ୍ୟ ସାଥ୍ ଦେଲାନି । ଶେଷ ଇଚ୍ଛା ସହିତ ତାଙ୍କ ଜୀବନ ବିସବୁଦିନ ପାଇଁ ଶେଷ ହୋଇଯାଇଛି । ୪୦ ଘଣ୍ଟା ଧରି ମୃତ୍ୟୁ ସହ ସଂଗ୍ରାମ ପରେ ସେ ହାରି ଯାଇଛନ୍ତି ।
ତେବେ, ମୃତ୍ୟୁ ପୂର୍ବରୁ ମେଡିକାଲ ବେଡରେ ସେ ଭାଇଙ୍କୁ କୋହଭରା କଣ୍ଠରେ କହିଥିଲେ
ରାତି ପ୍ରାୟ ୧୧ଟା ୪୦ରେ ଡାକ୍ତରୀ ଦଳର ପ୍ରଚେଷ୍ଟା ସତ୍ତ୍ୱେ ହାରି ଯାଇଛନ୍ତି ସେ । ହୃଦଘାତ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ, ପୀଡ଼ିତା ମୃତ୍ୟୁ ପୂର୍ବରୁ ଭାଇକୁ କହିଥିଲେ
ଗୁରୁବାର ଦିନ ପୀଡ଼ିତାଙ୍କୁ ପେଟ୍ରୋଲ ପକାଇ ୨ ଦୁଷ୍କର୍ମ ଅଭିଯୁକ୍ତ ସହ ୫ ଜଣ ଜାଳି ଦେଇଥିଲେ । ନିଆଁ ଲାଗିବା ପରେ ପ୍ରାୟ ୧ କିଲୋମିଟର ଚାଲି ଚାଲି ବଞ୍ଚିବା ପାଇଁ ଗୁହାରି କରିଥିଲେ ପୀଡ଼ିତା ଜଣଙ୍କ । ଏପରିକି ସେ ନିଜେ ୧୧୨ ନମ୍ବରକୁ କଲ୍ କରି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ।