ଭଞ୍ଜନଗର ରାଜ୍ୟ ରାଜପଥ ସାକେଣୀ ଗାଁ ନିକଟରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ। କଳା ସ୍କର୍ପିଓରେ ଆସି ପଥଚାରୀଙ୍କୁ ବ୍ଲେଡ଼ରେ ଆକ୍ରମଣ କରି ଲୁଟିଲେ ୮ ଦୁର୍ବୃତ୍ତ। ବାଇକ୍ ଅଟକାଇ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ପଥଚାରୀଙ୍କ ବାଇକ୍ ପୋଡିଦେଲେ ଦୁର୍ବୃତ୍ତ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଆହତ ଦଶପଲ୍ଲା ଥାନା ଖଣ୍ଡପଡ଼ା ଗାଁର ଜଟିଆ ବେହେରା ବୋଲି ଜଣା ପଡିଛି l ସେ କୌଣସି କାମରେ ଭଞ୍ଜନଗର ଯାଉଥିବା ବେଳେ ଦୃର୍ବୁତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି l ଏନେଇ ଦଶପଲ୍ଲା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।
ପାକିସ୍ତାନକୁ ଭାରତର କେଉଁ ଗୁପ୍ତ ତଥ୍ୟ ଦେଇଛି ଜ୍ୟୋତି ମାଲହୋତ୍ରା,ବିଭିନ୍ନ ଦିଗକୁ ନେଇ ଏନଆଇଏ କରୁଛି ଜେରା
ନନ୍ଦିଘୋଷ ବ୍ୟୁରୋ: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଖୋଲୁଛି ଗୁପ୍ତଚର ଗୁମର । ଗତକାଲି ବିଳମ୍ବିତ ରାତିରେ ଜ୍ୟୋତିଙ୍କ ଘରେ ଛାନବିନ୍ କରିଛି ଏନଆଇଏ। ଚଢ଼ାଉ ବେଳେ ଜ୍ୟୋତିଙ୍କ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ଜାମ୍ମୁ କାଶ୍ମୀରର ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣର ତିନି ମାସ ପୂର୍ବରୁ ସେଠାକୁ ଯାଇଥିଲେ ଜ୍ୟୋତି। ଜ୍ୟୋତି ମଲହୋତ୍ରାଙ୍କୁ ପାକିସ୍ତାନୀ ହାଇ କମିଶନର ଦାନିଶ ନାମକ ଜଣେ କର୍ମଚାରୀ ହନିଟ୍ରାପ୍ କରିଥିଲେ । ଦାନିଶ ପାକିସ୍ତାନର ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ ISI ସହିତ ଜଡିତ ବୋଲି ଜଣାପଡିଛି। ଜ୍ୟୋତିଙ୍କୁ ISIକୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ଗିରଫ କରାଯାଇଛି । ଜ୍ୟୋତି ଦିଲ୍ଲୀ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଜଣେ ପାକିସ୍ତାନୀ କର୍ମଚାରୀଙ୍କ ସହ ମଧ୍ୟ ଯୋଗାଯୋଗରେ ଥିଲେ ବୋଲି ଅଭିଯୋଗ ହୋଇଛି । ଗତ ୧୩ ତାରିଖରେ ଗୁପ୍ତଚର କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ସେହି ପାକିସ୍ତାନୀ ଅଧିକାରୀଙ୍କୁ ବହିଷ୍କାର କରିଥିଲା ଭାରତ । ଅପରେସନ ସିନ୍ଦୂର ଆରମ୍ଭ ହେବା ପରଠାରୁ ଭାରତରେ ଗୁପ୍ତଚର ଏବଂ ପାକିସ୍ତାନର ଆଇଏସଆଇକୁ ସୂଚନା ଯୋଗାଇବା ଅଭିଯୋଗରେ ଜ୍ୟୋତିଙ୍କ ସହିତ ଅନ୍ୟ ପାଞ୍ଚ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।
ଶେଷ ହୋଇପାରେ ରୁଷ -ୟୁକ୍ରେନ ଯୁଦ୍ଧ,ଅଢ଼େଇ ଘଣ୍ଟା କଥା ହେଲେ ଆମେରିକା ଓ ରୁଷ ରାଷ୍ଟ୍ରପତି
ନନ୍ଦିଘୋଷ ବ୍ୟୁରୋ : ପୋପ୍ ଲିଓଙ୍କ ଶପଥ ଗ୍ରହଣ ଅବସରରେ ରବିବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କୁ ଭେଟିଥିଲେ। ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରୁଷ ସହିତ ଯୁଦ୍ଧ ସମାପ୍ତ କରିବା ପାଇଁ ଫୋନ୍ କଲ୍ ପାଇଁ ପ୍ରସ୍ତୁତି ପାଇଁ ଏହି ବୈଠକ କରାଯାଇଥିଲା। ଟ୍ରମ୍ପ ଏବଂ ଜେଲେନସ୍କିଙ୍କ ମଧ୍ୟରେ ପ୍ରବଳ ବିତର୍କ ପରେ ଏହା ଭାନ୍ସଙ୍କ ସହ ଜେଲେନସ୍କିଙ୍କର ପ୍ରଥମ ସାକ୍ଷାତ। ଏହି ବର୍ଷ ଫେବୃଆରୀରେ ୟୁକ୍ରେନୀୟ ରାଷ୍ଟ୍ରପତି ହ୍ୱାଇଟ୍ ହାଉସ୍ ଗସ୍ତ କରିବା ସମୟରେ ଏହି ଉଷ୍ମ ବିତର୍କ ହୋଇଥିଲା।
ଟ୍ରମ୍ପ ଏବଂ ଆମେରିକା ଚାହାଁନ୍ତି ଯେ ରୁଷ ଏହି ଯୁଦ୍ଧ ବନ୍ଦ କରୁ କିନ୍ତୁ ଏପର୍ଯ୍ୟନ୍ତ ଏହାର ସମାଧାନ ହୋଇନାହିଁ। ଟ୍ରମ୍ପ ଉଭୟ ଦେଶର ନେତା ହେବାକୁ ଚେଷ୍ଟା କରୁଥିବା ସମୟରେ ସୀମା ପାର ହୋଇଯାଇଥିଲା କିନ୍ତୁ ଏପର୍ଯ୍ୟନ୍ତ କୌଣସି ଠୋସ୍ ଫଳାଫଳ ବାହାରି ନାହିଁ। ଏହା ଭିନ୍ନ କଥା ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ଘୋଷଣା କରିଥିଲେ ଯେ ରୁଷ ଏବଂ ୟୁକ୍ରେନ ଖୁବ୍ ଶୀଘ୍ର ଯୁଦ୍ଧବିରତି ଏବଂ ଶାନ୍ତି ପାଇଁ ଆଲୋଚନା ଆରମ୍ଭ କରିବେ।
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ତାଙ୍କର ଦୁଇ ଘଣ୍ଟାର ଫୋନ୍ କଲ୍ ପରେ ଏହି ବିବୃତ୍ତି ଆସିଛି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ସାଇଟ୍ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି ଯେ ପୁଟିନଙ୍କ ସହ ଆଲୋଚନା “ବହୁତ ଭଲ ହୋଇଥିଲା” ଏବଂ ଏବେ ଯୁଦ୍ଧ ସମାପ୍ତ କରିବା ପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା ଆରମ୍ଭ ହେବ।
ଟ୍ରମ୍ପ କହିଛନ୍ତି ଯେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏବଂ ୟୁରୋପୀୟ ସଂଘ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ଫିନଲ୍ୟାଣ୍ଡର ନେତାମାନଙ୍କ ସହ ମଧ୍ୟ କଥା ହେବା ସହ ସେମାନଙ୍କୁ ଏହି ଯୋଜନା ବିଷୟରେ ଅବଗତ କରାଇଛନ୍ତି। ସେ ପ୍ରସ୍ତାବ ଦେଇଥିଲେ ଯେ ଭାଟିକାନ ଏହି ଆଲୋଚନା ଆୟୋଜନ କରିପାରିବ। ଟ୍ରମ୍ପଙ୍କ ଅନୁଯାୟୀ, ଭାଟିକାନ ଏହାକୁ ଆୟୋଜନ କରିବାକୁ ଆଗ୍ରହ ଦେଖାଇଛି । ଅନ୍ୟପକ୍ଷରେ, ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଚେତାବନୀ ଦେଇଛନ୍ତି ଯେ ଯଦି ପୁଟିନ ଶାନ୍ତି ଆଲୋଚନା ପ୍ରତି ଗମ୍ଭୀର ଦେଖାନଯାଆନ୍ତି, ତେବେ ଟ୍ରମ୍ପ ତାଙ୍କର କୂଟନୈତିକ ପ୍ରୟାସ ବନ୍ଦ କରିପାରନ୍ତି। “ଆମେ ସମୟ ନଷ୍ଟ କରିବୁ ନାହିଁ। ଆମେ ଠୋସ୍ ଫଳାଫଳ ଚାହୁଁ, ବୋଲି ଭାନ୍ସ କହିଛନ୍ତି ।
ଆହୁରି ଶକ୍ତିଶାଳୀ ହେଲା ଋଷ, ପ୍ରଥମ ଥର ପାଇଁ AI ଟେକ୍ନୋଲୋଜିରେ ଉଡାଇଲା ସୁଖୋଇ
ନନ୍ଦିଘୋଷ ବ୍ୟୁରୋ : ଇତିହାସ ରଚିଲା ଋଷ । ପ୍ରଥମ ଥର ପାଇଁ AI ଟେକ୍ନୋଲୋଜି ମାଧ୍ୟମରେ ସୁଖୋଇ Su-57M ଯୁଦ୍ଧ ବିମାନ ଉଡ଼ାଇଛି । ଏହି ବିମାନଟି ମେ ୧୫ ତାରିଖରେ AI ସହିତ ପ୍ରଥମ ଉଡ଼ାଣ କରିଥିଲା। Su-57 କୁ ରୁଷିଆର ୟୁନାଇଟେଡ୍ ଏୟାରକ୍ରାଫ୍ଟ କର୍ପୋରେସନ UAC ଏବଂ ସୁଖୋଇ ଡିଜାଇନ୍ ବ୍ୟୁରୋ ମିଳିତ ଭାବରେ ବିକଶିତ କରିଛନ୍ତି । ଏହା ଏକ ପଞ୍ଚମ ପିଢ଼ିର ଗୁପ୍ତ ଯୁଦ୍ଧ ବିମାନ । ଯାହାକୁ ରୁଷ ଆକାଶ ପଥ ଯୁଦ୍ଧ କ୍ଷେତ୍ରରେ ବ୍ୟବହାର କରିବ । ଆକାଶ, ସ୍ଥଳ, ଜଳ ପଥରେ ଆକ୍ରମଣ ପାଇଁ ଏହି ଏଆଇ ଯୁଦ୍ଧ ବିମାନ ଏକ ମାଇଲ୍ ଖୁଣ୍ଟ ପାଲଟିବ ବୋଲି କହିଛନ୍ତି ପରୀକ୍ଷଣ ପାଇଲଟ୍ ସେରଗେଇ ବୋଗଡାନ୍। ଦୂରଗାମୀ ରାଡାରରେ ସଜ୍ଜିତ, Su-57M ଏକ ଆଧୁନିକ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ମାନଦଣ୍ଡକୁ ଉଚ୍ଚତର କରିବାକୁ ଲକ୍ଷ୍ୟ ରଖିଛି। ଏହା ଋଷକୁ ଆହୁରି ଶକ୍ତିଶାଳୀ କରିବ ବୋଲି ମତ ପ୍ରକାଶ ପାଇଁଛି ।
ପୁନରୁଦ୍ଧାର ହୋଇପାରୁନି ବଲାଙ୍ଗୀର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗଡ଼ିଆଜୋର
ନନ୍ଦିଘୋଷ ବ୍ୟୁରୋ: ପୁନରୁଦ୍ଧାର ହୋଇପାରୁନି ବଲାଙ୍ଗୀର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗଡ଼ିଆଜୋର । ଦୀର୍ଘ ବର୍ଷ ଧରି ମାଟି, ପଙ୍କ କଢ଼ାନଯିବାରୁ ପାଣି ଦୂଷିତ ହେବା ସହ ବ୍ୟବହାର ଉପଯୋଗୀ ହେଉନି । ସ୍ଥାନୀୟ ଅଞ୍ଚଳର ଲୋକେ ଏହି ପାଣି ବ୍ୟବହାର କରିବା ଯୋଗୁ ବିଭିନ୍ନ ଚର୍ମ ରୋଗରେ ପଡ଼ୁଛନ୍ତି । ଏ ବର୍ଷ ଗ୍ରୀଷ୍ମ ଦିନରେ ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଉତ୍କଟ ଜଳ ସଂକଟ ଦେଖାଦେଲାଣି । ଖୋଦ ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗ ଦାୟିତ୍ବରେ ଥାଇ ତ୍ବରିତ ପଦକ୍ଷେପ ନେଇନାହାନ୍ତି । ଜିଲ୍ଲା ପ୍ରଶାସନ ସବୁ ଜାଣି ନୀରବଦ୍ରଷ୍ଟା ସାଜୁଛି ।
କେଉଁଠି ନଈ ପୋଖରୀ ଶୁଖିଲା । ଆଉ କୋଉଠି ନଳକୂଅ ଓ ପାଣି ଟାଙ୍କି ଥିଲେ ବି ପାଣି ଆସୁନି । ପୋଖରୀ, ନଈ, ନାଳ ପୁନରୁଦ୍ଧାର ବି ହେଉନି । ଗ୍ରୀଷ୍ମ ଦାଉରେ ପାଣି ପାଇଁ ଲୋକେ ଡହଳବିକଳ । ସ୍ଥିତି ଏମିତି ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଉତ୍କଟ ଜଳସଂକଟ । ବଲାଙ୍ଗୀର ଗଡ଼ିଆଜୋର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ନ ହେବାରୁ ଲୋକେ ନାହିଁ ନଥିବା ଦଶା ଭୋଗୁଛନ୍ତି । ପଙ୍କ ଓ ମାଟିରେ ପୋତି ହେଲାଣି ଗଡ଼ିଆଜୋର । ଜଳସମ୍ପଦ ବିଭାଗର ଉଦାସୀନତା ଯୋଗୁ ଲୋକେ ଗୋଳିଆ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଫଳରେ ନାନାଦି ଚର୍ମରୋଗରେ ପୀଡ଼ିତ ହୋଇଛନ୍ତି ଏହି ଜୋର ଉପରେ ନିର୍ଭର କରୁଥିବା ୭ରୁ ଅଧିକ ଗାଁ ଲୋକେ । ଖୋଦ ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗ ଦାୟିତ୍ବରେ । ତଥାପି ତାଙ୍କ ବିଭାଗର ଅଧିକାରୀଙ୍କ ଅବହେଳା ଯେପରି ତାଙ୍କ ଆଖିକୁ ଦେଖାଯାଉନି ।
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କନାବିରା ଗାଁରେ ୧୯୯୫ ମସିହାରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ଗଡିଆଜୋର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ । ୪୬୫ ହେକ୍ଟରରେ ବିରାଟକାୟ ଗଡିଆଜୋର ପ୍ରକଳ୍ପ ନିର୍ମାଣ ହୋଇଥିଲା । ୭ରୁ ଅଧିକ ଗାଁ ଲୋକେ ଉପକୃତ ହେବା ସହ ଖରିଫ ଓ ରବି ଋତୁରେ ଚାଷ କରୁଥିଲେ । ହେଲେ ଏବେ ପ୍ରକଳ୍ପଟି କାଦୁଅରେ ପୋତିହୋଇ ନଷ୍ଟ ହେବାକୁ ବସିଲାଣି । ବାରମ୍ବାର ଏ ନେଇ ସ୍ଥାନୀୟ ଲୋକେ ନେତା, ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ବି କିଛି ଫରକ ପଡ଼ିନି । ନନ୍ଦିଘୋଷ ଟିଭିର ଏ ନେଇ ଅନୁଧ୍ୟାନ କରିବା ପରେ ଖୁବଶୀଘ୍ର ପ୍ରକଳ୍ପର ପୁନରୁଦ୍ଧାର କରାଯିବା ବୋଲି କହିଛନ୍ତି ଜିଲ୍ଲାପାଳ ।

