ସୌନ୍ଦର୍ଯ୍ୟମୟ ରାସ୍ତାର ନାଁ କହିଲେ ମୁଖ୍ୟମନ୍ତ୍ରୀ, ଆପଣ ଜାଣିଛନ୍ତି କି ?
ଭୁବନେଶ୍ୱର: ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ପ୍ରକୃତିପ୍ରେମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ଟ୍ୱିଟକୁ ନେଇ ଆଜି ଦିନସାରା ଚର୍ଚ୍ଚା । ଟ୍ୱିଟରରେ ନବୀନ ଏହି କବିତାର ପଦକୁ ଉଦ୍ଧାର କରିବା ସହିତ ଏକ ଫଟୋ ପୋଷ୍ଟ କରିଥିଲେ । ଏହି ଟ୍ୱିଟକୁ ହଜାର ହଜାର ଲୋକ ସେୟାର୍, ରି-ଟ୍ୱିଟ୍, ଲାଇକ୍ କରିବା ସହିତ ମୁଖ୍ୟମନ୍ତ୍ରୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ।
ଓଡ଼ିଶାର ପ୍ରାକୃତିକ ଶୋଭାରାଜିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଥିଲେ । ଏହା ସହ ଦିଗ୍ବଳୟରେ ସୂର୍ଯ୍ୟ ଓ ଦୁଇପାର୍ଶ୍ୱରେ ଶସ୍ୟ ଶ୍ୟାମଳା କ୍ଷେତ ଥାଇ ଏକ ସୁନ୍ଦର ରାସ୍ତାର ଫଟୋ ସେୟାର କରିଥିଲେ । ମୁଖ୍ୟମନ୍ତ୍ରୀ ଲେଖିଥିଲେ, ଏହି ରାସ୍ତାଟି ରାଜ୍ୟର ଦୁଇ ପ୍ରମୁଖ ସହରକୁ ଯୋଡୁଛି । ଏହି ରାସ୍ତାକୁ ଚିହ୍ନି ଉତ୍ତର ଦେବା ପାଇଁ ଲେଖିଥିଲେ । ଆଜି ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନିଜେ ଏହି ରାସ୍ତାର ନାଁ ଟ୍ୱିଟ୍ କରି ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ଏହା ସୋନପୁର-ବୌଦ୍ଧ ରାସ୍ତା । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ-ମାଲକାନଗିରି ରାସ୍ତା ସମ୍ପର୍କରେ ଟ୍ୱିଟ୍ କରି ପ୍ରଶ୍ନ ପଚାରିବା ସହିତ ସନ୍ଧ୍ୟାରେ ନିଜେ ଏହାର ଉତ୍ତର ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଟ୍ୱିଟ୍ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି ।
https://nandighoshatv.comodisha-cm-ask-a-question-posting-a-photo-on-his-twitter-handle/
ମୋବାଇଲ କଲ, ଇଣ୍ଟରନେଟ ଚାର୍ଜ ବୃଦ୍ଧି ନେଇ ଏୟାରଟେଲ, ଭୋଡାଫୋନ୍ ଆଇଡିଆର ଘୋଷଣା
ମୁମ୍ବାଇ: ମହଙ୍ଗା ହେବ ମୋବାଇଲରେ ଗପିବା, ବଢ଼ିବ ଇଣ୍ଟରନେଟ୍ ବ୍ରାଉଜିଂ ଚାର୍ଜ । ଆସନ୍ତା ୩ ତାରିଖରୁ ଭୋଡାଫୋନ ଆଇଡିଆ ସହ ଏୟାରଟେଲ ଟାରିଫ୍ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି । ଡିସେମ୍ବର ୩ ତାରିଖ ମଧ୍ୟରାତ୍ରିରୁ ନୂଆ ଦର ଲାଗୁ ହେବ । ଏଥିସହ ଉଭୟ କମ୍ପାନୀ ସ୍ୱଳ୍ପ ଓ ଦୀର୍ଘ ଅବଧିର ନୂଆ ପ୍ଲାନ୍ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଜିଓ ମଧ୍ୟ ଟାରିଫ ପ୍ଲାନ୍ ବୃଦ୍ଧି କରିସାରିଛି ।
ଭୋଡାଫୋନ୍ ଆଇଡିଆ ୨ ଦିନିଆ, ୨୮ ଦିନିଆ, ୮୪ ଦିନିଆ, ୩୬୫ ଦିନିଆ ବୈଧତା ପ୍ୟାକ ଆଣିଛି । ଏହି ନୂଆ ପ୍ଲାନ୍ ପୁରୁଣା ପ୍ୟାକ୍ ଅପେକ୍ଷା ପ୍ରାୟ ୪୩ ପ୍ରତିଶତ ମହଙ୍ଗା ହେବ । ଏଥିସହ କମ୍ପାନୀ ୪୯ ଟଙ୍କାରେ ୩୮ ଟଙ୍କାର ଟକଟାଇମ୍ ସହ ୧୦୦ ଏମବି ଡାଟା ଦେବ । ୨୮ ଦିନିଆ ଭ୍ୟାଲିଡିଟି ଏହି ପ୍ୟାକରେ ପ୍ରତି ସେକେଣ୍ଡ କଲ୍ ପ୍ରତି ୨.୫ ଦେବାକୁ ପଡ଼ିବ । ସେହିଭଳି ୨୮ ଦିନ ପାଇଁ ୧୪୯ ଟଙ୍କାରେ କମ୍ପାନୀ ନେଟୱର୍କରେ ଅନଲିମିଟେଡ୍ କଲ୍ ଦେବ । ଅନ୍ୟ ନେଟୱର୍କକୁ ୧ ହଜାର ମିନିଟ୍ ଏଫୟୁପି ମିଳିବ ।

ସେହିଭଳି ଭାରତୀ ଏୟାରଟେଲ୍ ମଧ୍ୟ ତାର ଡାଟା ଓ କଲ ରେଟରେ ବୃଦ୍ଧି ନେଇ ଘୋଷଣା କରିଛି । ଭୋଡାଫୋନ୍ ଆଇଡିଆ ଭଳି ଏୟାରଟେଲ ୨ ଦିନିଆ, ୨୮ ଦିନିଆ, ୮୪ ଦିନିଆ, ୩୬୫ ଦିନିଆ ବୈଧତା ପ୍ୟାକ ରଖିଛି । ଜିଓ ଗତ ଅକ୍ଟୋବର ୧୦ରେ ଟାରିଫ୍ ପ୍ଲାନ କରିଥିଲା ।
ଏକମାତ୍ର କମ୍ପାନୀ ଭାବେ ବର୍ତ୍ତମାନ ବିଏସଏନଏଲ ଟାରିଫ ବୃଦ୍ଧି କରିନାହିଁ । ଯଦି ଆପଣ ୩ ତାରିଖ ପୂର୍ବରୁ ରିଚାର୍ଜ କରି ନେଉଛନ୍ତି ତେବେ, ପୂର୍ବ ପ୍ୟାକର ସୁବିଧା ପାଇପାରିବେ ।

