spot_img
Home Blog Page 774

ପାକିସ୍ତାନର ବଡ ଦାବି ; ୩ଟି ବାୟୁସେନା ଘାଟିକୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି ଭାରତ

ନନ୍ଦିଘୋଷ ବ୍ୟୁରୋ: ସୁଧୁରୁନି ପାକିସ୍ତାନ । ଏଲଓସିରେ ବାରମ୍ବାର କରିଚାଲିଛି ଅସ୍ତ୍ରବିରତି ଉଲ୍ଲଙ୍ଘନ । ପାକିସ୍ତାନ ଭାରତର ସୀମାନ୍ତ ରାଜ୍ୟଗୁଡ଼ିକର ପ୍ରାୟ ୨୬ଟି ସ୍ଥାନରେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଭାରତୀୟ ସେନା ଏହାକୁ ପଣ୍ଡ କରିଦେଇଛନ୍ତି । ତେବେ ଏହି ସମୟରେ, ପାକିସ୍ତାନ ଏକ ବଡ ଦାବି କରିଛି ଯେ ଭାରତ ରାୱଲପିଣ୍ଡି ସହିତ ତିନୋଟି ବାୟୁସେନା ଘାଟି ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି । ପାକିସ୍ତାନ ସେନା ମୁଖପାତ୍ର କହିଛନ୍ତି ଯେ ଭାରତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସାହାଯ୍ୟରେ ତିନୋଟି ବାୟୁସେନା ଘାଟିକୁ ଟାର୍ଗେଟ କରିଛି। ଗତକାଲି ବିଳମ୍ବିତ ରାତିରେ ଭାରତ ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ୬ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଆକ୍ରମଣରେ ରାୱଲପିଣ୍ଡିର ନୁର ଖାନ ବାୟୁସେନା ଘାଟି, ଶୋରକୋଟର ରଫିକି ବାୟୁସେନା ଘାଟି ଏବଂ ମୁରିଦ ବାୟୁସେନା ଘାଟିକୁ ଟାର୍ଗେଟ କରାଯାଇଥିଲା। ତଥାପି, ଭାରତ ପକ୍ଷରୁ ଏପର୍ଯ୍ୟନ୍ତ ଏହାକୁ ସ୍ପଷ୍ଟ କରାଯାଇ ନାହିଁ।

ପାକିସ୍ତାନ ଏୟାରବେସକୁ ଭାରତର ଟାର୍ଗେଟ- ପାକ୍

ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ରାୱଲପିଣ୍ଡି ନିକଟରେ ତିନୋଟି ହୋଇଥିଲା । ଏହା ବ୍ୟତୀତ ରାୱଲପିଣ୍ଡିର ନୁର ଖାନ ଏୟାରବେସ ନିକଟରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା। ରାୱଲପିଣ୍ଡିରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣ ଏତେ ଭୟାନକ ଥିଲା ଯେ, ଏହାର ଶବ୍ଦ ଇସଲାମାବାଦରେ ମଧ୍ୟ ଶୁଣାଯାଇଥିଲା । ପାକିସ୍ତାନୀ ସେନା ଦାବି କରିଛନ୍ତି ଯେ ଭାରତ ଏହାର ତିନୋଟି ବାୟୁସେନା ଘାଟିକୁ କ୍ଷେପଣାସ୍ତ୍ର ଦ୍ୱାରା ଟାର୍ଗେଟ କରିଛି।  ଅନ୍ୟପକ୍ଷରେ, ତିନି ଦିନ ଧରି ଚାଲିଥିବା ଡ୍ରୋନ୍ ଆକ୍ରମଣ ମଧ୍ୟରେ ପାକିସ୍ତାନ ଆଜି ନିଜର ବାୟୁସେନା ଘାଟିଗୁଡ଼ିକୁ ବେସାମରିକ ବିମାନ ଚଳାଚଳ ପାଇଁ ବନ୍ଦ କରିଦେଇଛି। ଶୁକ୍ରବାର ଦିନ ପୂର୍ବରୁ ଭାରତୀୟ ସେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲା ​​ଯେ ସୀମା ନିକଟରେ ଚାଲିଥିବା ଉତ୍ତେଜନା ଏବଂ ନିରନ୍ତର ଆକ୍ରମଣ ମଧ୍ୟରେ ପାକିସ୍ତାନ ତା’ର ବାୟୁସେନା ଘାଟିଗୁଡ଼ିକୁ ଉଡ଼ାଣ ପାଇଁ ବ୍ୟବହାର କରିଆସୁଛି ।

ଭାରତରେ ୩୦ଟି ସ୍ଥାନରେ ଆକ୍ରମଣ ବିଫଳ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଭିତରେ ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପରେ ଲିପ୍ତ ରହିଛି। ଏହି ସମୟରେ, ଲଗାତାର ତୃତୀୟ ଦିନ ପାଇଁ ପାକିସ୍ତାନ ଦ୍ୱାରା ଭାରତ ବିରୁଦ୍ଧରେ ଡ୍ରୋନ ଆକ୍ରମଣ କରାଯାଇଥିଲା। ତଥାପି, ଭାରତୀୟ ସେନା ସମସ୍ତ ପାକିସ୍ତାନୀ ଡ୍ରୋନକୁ ଖସାଇ ଦେଇଛି। ସେହି ସମୟରେ, ପଞ୍ଜାବର ଫିରୋଜପୁରର ଖୋଇ ଗାଁ ନିକଟରେ ଏକ ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଥିଲା। ଯାହା ପରେ ଜଳୁଥିବା ଡ୍ରୋନଟି ଏକ ଘର ଉପରେ ପଡ଼ିଥିଲା, ଯେଉଁଥିରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଆହତ ହୋଇଥିଲେ । ପାକିସ୍ତାନ ଡ୍ରୋନ୍ ସାହାଯ୍ୟରେ ପଞ୍ଜାବର ଜଳନ୍ଧର, ରାଜସ୍ଥାନର ସୀମାନ୍ତ ଅଞ୍ଚଳ ଏବଂ ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ଆକ୍ରମଣ କରିବାକୁ ମଧ୍ୟ ଚେଷ୍ଟା କରାଯାଇଥିଲା। ତଥାପି, ଭାରତର ପ୍ରତିରକ୍ଷା ବ୍ୟବସ୍ଥା ସମସ୍ତ ଆକ୍ରମଣକୁ ବିଫଳ କରିଛି। ଭାରତୀୟ ସେନା ପକ୍ଷରୁ ମଧ୍ୟ ଉପଯୁକ୍ତ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାତିରେ ସୀମାନ୍ତ ରାଜ୍ୟଗୁଡ଼ିକର ଅନେକ ସ୍ଥାନରେ ସାଇରନ ଏବଂ ବ୍ଲାକଆଉଟ୍ ମଧ୍ୟ କରାଯାଇଥିଲା।

ପାକିସ୍ତାନର ୩ ଏୟାରବେସକୁ ଭାରତର ବାଲିଷ୍ଟିକ୍ ମିସାଇଲ୍ ମାଡ଼ !

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ । ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ରାତି ଅଧରେ ପାକିସ୍ତାନରେ ଭାରତର ବଡ଼ ଧରଣର ଆକ୍ରମଣ କରାଯାଇଛି । ପାକିସ୍ତାନର ୪ ସହରରେ ବଡ଼ ଧରଣର ବିସ୍ଫୋଣ କରାଯାଇଛି । ପାକିସ୍ତାନର ୩ ଏୟାରବେସରେ ବାଲାଷ୍ଟିକ୍ ମିସାଇଲ୍ ମାଡ଼ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

  • ରାୱଲପିଣ୍ଡିରେ ୩ ବଡ଼ ବିସ୍ଫୋରଣ
  • ନୁର ଖାନ ଏୟାରବେସ ନିକଟରେ ବଡ଼ ଧମାକା
  • ଇସଲାମାବାଦରେ ମଧ୍ୟ ବିସ୍ଫୋରଣ ସୂଚନା
  • ଲାହୋରରେ ବିସ୍ଫୋରଣ ହୋଇଥିବା ସୂଚନା
  • ସୋରକୋଟର ରଫୀକୀ ଏୟାରବେସରେ ହମଲା

*ପାକିସ୍ତାନ ପଞ୍ଜାବର ସୋରକୋଟରେ ବିସ୍ଫୋରଣ

ପାକିସ୍ତାନ ସେନାର ଏୟାରବେସ ଉପରେ ବିସ୍ଫୋରଣ

ଚକଲାଲା କ୍ୟାଣ୍ଟ ନିକଟରେ ଧମାକା

ପେଶାୱର ନିକଟରେ ମଧ୍ୟ ବିସ୍ଫୋରଣ

ସମସ୍ତ ଏୟାରବେସକୁ ବନ୍ଦ କଲା ପାକିସ୍ତାନ

ଭାରତ ୬ ବାଲିଷ୍ଟିକ ମିସାଇଲ ମାଡ଼ କରିଥିବା ପାକ ସେନାର ଦାବି

କରାଚି, ଇସଲାମାବାଦ ଏୟାରପୋର୍ଟ ବନ୍ଦ

ଲାହୋର, ସିଆଲକୋଟ ଏୟାରପୋର୍ଟ ବନ୍ଦ

ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଏମିତି କହିଲେ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ:  ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ସମୟ କ୍ରମେ ଗମ୍ଭୀର ହେବାରେ ଲାଗିଛି । ସାରା ବିଶ୍ବରେ ଏବେ ଯୁଦ୍ଧକୁ ନେଇ ଚର୍ଚ୍ଚା । ସେପଟେ ମଧ୍ୟସ୍ଥତା କରିବାକୁ ମନା କରି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ । ପାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ କମାଇବା ସହ ଶାନ୍ତି ପ୍ରତିଷ୍ଠା କରାଯାଉ ବୋଲି କହିଛନ୍ତି ଟ୍ରମ୍ପ । ଉଭୟ ଦେଶର ନେତାଙ୍କ ସହ ଭଲ ସମ୍ପର୍କ ରହିଥିବାବେଳେ ସେମାନଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଥିବା କହିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ । ସେପଟେ ଗୁରୁବାର ଆମେରିକା ଉପରାଷ୍ଟ୍ରପତି କହିଛନ୍ତି କି, ଭାରତ-ପାକିସ୍ତାନ ଯୁଦ୍ଧ ସହ ଆମର କୌଣସି ସମ୍ପୃକ୍ତି ନାହିଁ ।

ପୁଣିଥରେ ଡ୍ରୋନ୍ ଆଟାକ୍ କଲା ପାକିସ୍ତାନ!

ନନ୍ଦିଘୋଷ ବ୍ୟୁରୋ: ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଉଛି । ତଥାପି ଚେତୁନି ପାକିସ୍ତାନ । ପୁଣିଥରେ ପାକିସ୍ତାନ ସୀମାରୁ ବେସାମରିକ ଅଞ୍ଚଳରେ ଆକ୍ରମଣ କରାଯାଉଛି । ଗୁରୁଦାସପୁରର କରତାରପୁର କରିଡର ନିକଟସ୍ଥ ଡେରା ବାବା ନାନକ ନିକଟରେ ଡ୍ରୋନ ଆକ୍ରମଣ କରିଛି ପାକିସ୍ତାନ । ତେବେ ଏହାର ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ସେନା । ଭାରତୀୟ ସେନା ଆକାଶରେ ପାକିସ୍ତାନର ଡ୍ରୋନକୁ ନଷ୍ଟ କରି ଏହି ଆକ୍ରମଣକୁ ବିଫଳ କରିଛି । ପାକିସ୍ତାନ ପଞ୍ଜାବର ଫିରୋଜପୁର ଏବଂ ରାଜସ୍ଥାନର ଅନେକ ଅଞ୍ଚଳରେ ଡ୍ରୋନ ଆକ୍ରମଣ କରିଛି। ଏଠାରେ ମଧ୍ୟ ଭାରତ ପକ୍ଷରୁ କଡ଼ା ଜବାବ ଦିଆଯାଇଛି ।

 

ଲିଙ୍ଗରାଜଙ୍କ ମନ୍ଦିର ଆଗରେ ବିଜେଡି ପକ୍ଷରୁ ଦୀପଦାନ

ନନ୍ଦିଘୋଷ ବ୍ୟୁରୋ: ଯୁଦ୍ଧ ପାଇଁ ଦୀପଦାନ। ଲିଙ୍ଗରାଜ ମନ୍ଦିର ସମୂଖରେ ବିଜେଡି ପକ୍ଷରୁ ସାମୁହିକ ଦୀପଦାନ । ଭାରତୀୟ ଯବାନଙ୍କ ମଙ୍ଗଳ କାମନା ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଆଗରେ ଭୁବନେଶ୍ୱର ଜିଲ୍ଲା ବିଜେଡି ପକ୍ଷରୁ ସମୂହ ଦୀପଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ବିଏମସି ମେୟର ସୁଲୋଚନା ଦାଶ, ବିଜେଡି ନେତା ମନ୍ମଥ ରାଉତରାୟଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ସାମିଲ ହୋଇ ସଂଘର୍ଷରେ ସାମିଲ ଯବାନଙ୍କ ମଙ୍ଗଳ କାମନା କରିଛନ୍ତି ।

ପାକିସ୍ତାନ ସଂସଦରେ ସରିଫଙ୍କୁ ଟାର୍ଗେଟ କଲେ ସାଂସଦ

ନନ୍ଦିଘୋଷ ବ୍ୟୁରୋ: ବିଲୁଆ ସେନାର ନେତୃତ୍ବ ବାଘ ନେଲେ ବିଲୁଆମାନେ ବି ବାଘ ଭଳି ଲଢେଇ କରନ୍ତି। କିନ୍ତୁ ଯେତେବେଳେ ବାଘଙ୍କ ନେତୃତ୍ବ ବିଲୁଆ ନିଅନ୍ତି, ସେତେବେଳେ ବାଘ ବି ବିଲୁଆ ଭଳି ଆଚରଣ କରେ। ଆଜି ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଏହି ଉଦାହାରଣ ଦେଇ ସମାଲୋଚନା କରିଛନ୍ତି ସାଂସଦ ଶାହିଦ ଅହମ୍ମଦ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କର ସଂସଦ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀଙ୍କ ନାଁ ନେବାର ସାହସ ନାହିଁ। ଭାରତ ପାକିସ୍ତାନ ଭିତରେ ପଶି ଆକ୍ରମଣ କରିଛି । ହେଲେ ଆମ ପ୍ରତିରକ୍ଷା ମନ୍ତ୍ରୀ କଣ କହୁଛନ୍ତି ସେ ଜାଣି ନାହାଁନ୍ତି । ଆମ ସେନାମୁଖ୍ୟ ଲୁଚି ପଳେଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ପରିବାରକୁ ବଙ୍କର ମଧ୍ୟରେ ଲୁଚାଇ ରଖିଛନ୍ତି । ସାଧାରଣ ଲୋକଙ୍କ ମଧ୍ୟରେ ହାହାକାର ଖେଳିଯାଇଛି। ହେଲେ ସାହାସୀ ପାକିସ୍ତାନୀ ସେନାର ମୁଖ୍ୟ ପ୍ରଧାନମନ୍ତ୍ରୀ ବିଲୁଆ ଭଳି ଆଚରଣ କରୁଛନ୍ତି ବୋଲି କଟୁ ସମାଲୋଚନା କରିଛନ୍ତି ସଂସଦ ଶାହିଦ ଅହମ୍ମଦ।

ପାକିସ୍ତାନକୁ ମନା କରିଦେଲା ୟୁଏଇ, ହେବନି PSL ୨୦୨୫

ନନ୍ଦିଘୋଷ ବ୍ୟୁରୋ: ପୁଣି ପାକିସ୍ତାନକୁ ଲାଗିଛି ବଡ଼ ଝଟକା । ପିଏସଏଲ ଆୟୋଜନ କରିବା ସିଧା ସିଧା ମନା କରିଦେଲା ୟୁଏଇ । ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ବାକି ମ୍ୟାଚରେ ୟୁଏଇରେ ଆୟୋଜନ କରିବାର ଯୋଜନା କରିଥିଲା । ମାତ୍ର ମନା କରି ଦେଇଛି ୟୁଏଇ । ଗତ କାଲି ଅର୍ଥାତ ଗୁରୁବାର ପାକିସ୍ତାନର ରାଓ୍ବଲପିଣ୍ଡିଠାରେ କରାଚୀ ଓ ପେଶାଓ୍ବର ମଧ୍ୟରେ ପିଏସଏଲ ମ୍ୟାଚ ଚାଲିଥିବାବେଳେ ଷ୍ଟାଡିୟମ ନିକଟରେ ଭାରତର ଡ୍ରୋନ ପଡ଼ିଥିଲା । ଏହା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଥିଲା । ବିଦେଶୀ ଖେଳାଳିମାନେ ପାକିସ୍ତାନରେ ପାକିସ୍ତାନରେ ଖେଳିବାକୁ ଅମଙ୍ଗ ହେଲେ । ଏହା ପରେ ବାଧ୍ୟ ହୋଇ ପାକିସ୍ତାନ କ୍ରିକେଟ ବୋର୍ଡ ପିଏସଏଲକୁ ସ୍ଥଗିତ ରଖି ଅବଶିଷ୍ଟ ମ୍ୟାଚ ଦୁବାଇରେ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆଜି ୟୁଏଇ ଏଥିପାଇଁ ମନା କରିବାକୁ ପିସିବି ନିରାଶ ହୋଇଛି ।

ଭାରତର ପ୍ରତିଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ନିଜ ଲୋକଙ୍କୁ ଢାଲ କଲା ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ନିଜ ଲୋକଙ୍କୁ ଢାଲ କରିଛି ପାକିସ୍ତାନ। ଭାରତର ପ୍ରତିଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ପାକିସ୍ତାନ ଆକାଶରେ ଉଡାଯାଉଥିଲା ଯାତ୍ରୀବାହୀ ବିମାନ। ମେ ୮ ଓ ୯ ତାରିଖ ରାତିରେ ଭାରତ ବିରୋଧରେ ପାକିସ୍ତାନ ବ୍ୟବହାର କରିଥିଲା ତୁର୍କୀ ନିର୍ମିତ ଡ୍ରୋନ। ଡ୍ରୋନ ଦ୍ବାରା ଭାରତର ୩୬ଟି ସ୍ଥାନକୁ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣକୁ ପଣ୍ଡ କରିଛି ଭାରତୀୟ ସେନା। ଭାରତର ସାମରିକ ସ୍ଥାନ ଉପରେ ଉପରେ ହୋଇଥିବା ଡ୍ରୋନ ଆକ୍ରମଣକୁ ଏୟାର ଡିଫେନ୍ସ ସିଷ୍ଟମ ଦ୍ବାରା ନଷ୍ଟ କରାଯାଇଥିଲା। ଗୋଟେପଟେ ଭାରତ ଉପରେ ଆକ୍ରମଣ, ସେପଟେ ସନ୍ତ୍ରାସବାଦୀଙ୍କୁ ଅନୁପ୍ରବେଶ କରିବାକୁ ପାକ ସେନା ପକ୍ଷରୁ ଏଲଓସିରେ କରାଯାଇଥିଲା ଗୁଳି ବର୍ଷା। ସାଧାରଣ ଲୋକଙ୍କୁ ଲକ୍ଷ୍ୟ କରି ଗୁଳି ଓ ମିଜାଇଲ ଆଟାକ କରୁଥିଲା ପାକିସ୍ତାନ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ସୂଚନା ଦିଆଯାଇଛି। ପାକିସ୍ତାନୀ ଡ୍ରୋନ ଭଗ୍ନାବଶେଷର ଫରେନସିକ୍ ଯାଞ୍ଚ ଚାଲିଛି ।

ମଧ୍ୟରାତ୍ରିରେ ଭାରତୀୟ ବାୟୁସୀମା ଅତିକ୍ରମ କରିଥିଲା ପାକିସ୍ତାନ । ଭାରତୀୟ ମିଲିଟାରୀ ଷ୍ଟେସନକୁ କରିଥିଲା ଟାର୍ଗେଟ। ଭଟିଣ୍ଡା, ଆଖନୌର, ପୁଞ୍ଛ, ଉରୀ ସେନା କ୍ୟାମ୍ପକୁ ଟାର୍ଗେଟ କରି ଛାଡ଼ିଥିଲା ଡ୍ରୋନ । ତେବେ ଏହି ଡ୍ରୋନକୁ ନଷ୍ଟ କରିବାରେ ଭାରତ ସଫଳ ହୋଇଛି ବୋଲି କହିଛି ବୈଦେଶିକ ମନ୍ତ୍ରାଳୟ। ପାକିସ୍ତାନର ସବୁ ଆକ୍ରମଣ ଉଦ୍ୟମକୁ ପଣ୍ଡ କରାଯାଇଥିଲା। ଭାରତର ପାଲଟା ଜବାବରେ ପାକିସ୍ତାନର ବ୍ୟାପକ କ୍ଷତି ହୋଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଭାରତର ୩୬ଟି ସ୍ଥାନକୁ ଟାର୍ଗେଟ କରି ୩୦୦ରୁ ୪୦୦ ଡ୍ରୋନ ଛାଡିଥିଲା ପାକିସ୍ତାନ। ଭାରତର ପ୍ରତିଜବାବରେ ପାକିସ୍ତାନର ଗୋଟିଏ ଏୟାର ଡିଫେନ୍ସ ରାଡାର ନଷ୍ଟ ହୋଇଛି।  ପାକିସ୍ତାନ ଗୁଳିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ୍ ଟାର୍ଗେଟରେ ଥିଲା ଭାରତୀୟ ସେନା ପ୍ରତିଷ୍ଠାନ। ପାକିସ୍ତାନ ଜାଣିଶୁଣି ଧାର୍ମିକ ଅନୁଷ୍ଠାନଗୁଡିକୁ ଟାର୍ଗେଟ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

IPL ୨୦୨୫ ସ୍ଥଗିତ : ହାଇଦ୍ରାବାଦ ମାଲିକାଣୀଙ୍କ ବଡ଼ ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆଇପିଏଲ ୨୦୨୫କୁ ସପ୍ତାହେ ପାଇଁ ସ୍ଥଗିତ ରଖାଯାଇଛି । ବିଦେଶୀ ଖେଳାଳୀମାନେ ନିଜ ନିଜ ଦେଶକୁ ଫେରିବେ । ତେବେ ଏହାରି ଭିତରେ ହାଇଦ୍ରାବାଦର ମାଲିକାଣୀ କାବ୍ୟା ଏକ ବଡ଼ ଘୋଷଣା କରିଛନ୍ତି । ସେ ଆସନ୍ତା ୧୦ ତାରିଖରେ ଖେଳାଯିବାକୂ ଥିବା କୋଲକାତା ନାଇଟରାଇଡର୍ସ ବିପକ୍ଷ ମ୍ୟାଚ ପାଇଁ ଟିକେଟ କିଣିଥିବା ଦର୍ଶକଙ୍କ ଟଙ୍କା ସମ୍ପୂର୍ଣ୍ଣ ଫେରାଇବା ପାଇଁ ଘୋଷଣା କରିଛନ୍ତି । ସେ ଏକ ଟ୍ବିଟ୍ କରି ଏନେଇ ସୂଚନା ଦେଇଛନ୍ତି ।

ସେପଟେ ଚଳିତ ବର୍ଷ ପ୍ଲେଅଫରୁ ବାଦ ପଡ଼ି ସାରିଛି ହାଇଦ୍ରାବାଦ । ଭାରତୀୟ ସେନାକୁ ସଲାମ କରିବା ସହ ସମର୍ଥନ ଜଣାଇଛନ୍ତି । ଭାରତୀୟ ସେନା ପାଇଁ ଆମା ଗର୍ବିତ ବୋଲି ସୋସିଆଲ ମିଡିଆରେ ସନ ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ପୋଷ୍ଟ କରାଯାଇଛି ।

ପାକିସ୍ତାନର ମିଛ ଧରା ପକାଇବ ଏହି ଟିମ୍…

ନନ୍ଦିଘୋଷ ବ୍ୟୁରୋ: ଭାରତ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂରକୁ ସବୁଠି ପ୍ରଶଂସା କରାଯାଉଛି । ଭାରତ ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଛି ।  ୯ଟି ଆତଙ୍କବାଦୀ ଆଡ୍ଡାକୁ ମାଟି ମିଶାଇ ଦେଇଥିବା ଭାରତୀୟ ସେନା ପକ୍ଷରୁ କୁହାଯାଉଥିବାବେଳେ ବିଶ୍ବାବସୀଙ୍କ ଆଗରେ ସହାନୁଭୂତି ସାଉଁଣ୍ଟିବା ପାଇଁ ପାକିସ୍ତାନ ମିଛ କହୁଛି । ପାକିସ୍ତାନ ପକ୍ଷରୁ କୁହାଯାଉଛି କି, ଭାରତ ପକ୍ଷରୁ ସାଧାରଣ ଜନତା ତଥା ଶିଶୁ ଏବଂ ମହିଳାଙ୍କ ଉପରେ ଆକ୍ରମଣ କରିଛି । ତେବେ ପାକିସ୍ତାନର ଏହି ମିଛକୁ ଧରିବ ମିଳିତ ଜାତି ସଂଘର UNMOGIP ଟିମ୍ । ଆନ୍ତର୍ଜାତୀୟ ସ୍ତରରେ ଏବେ ତଦନ୍ତ ଆରମ୍ଭ ହେବ । ତେବେ ଏକ ଟିମ୍ ପିଓକେରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଭାରତ ପକ୍ଷରୁ କୁହାଯାଇଛି କି, ଯଦି ଦରକାର ହୁଏ ତାହେଲେ ଆମେ ପ୍ରମାଣ ଦେବୁ । ଭାରତ ପକ୍ଷରୁ କେବଳ ଆତଙ୍କବାଦୀ ଆଡ୍ଡା ଉପରେ ହିଁ ଆକ୍ରମଣ କରାଯାଇଛି । ତେବେ ପାକିସ୍ତାନ ପକ୍ଷରୁ ବିଭିନ୍ନ ମିଛ କୁହାଯାଉଥିବା ସହ ସହାନୁଭୂତି ପାଇଁ ମିଛ କୁହାଯାଉଥିବା ଦେଖିବାକୁ ମିଳିଛି । ମାତ୍ର ମିଳିତ ଜାତିସଂଘର ଏହି ଟିମ୍ ଆନ୍ତର୍ଜାତୀୟ ସ୍ତରରେ ସତକୁ ଜଣାପକାଇବ ।