spot_img
Home Blog Page 787

ଆସନ୍ତା ୧୩ରେ ଆଣ୍ଡାମାନ ଛୁଇଁବ ମୌସୁମୀ, ମେ ୨୨ ବେଳକୁ ବର୍ଷା ସମ୍ଭାବନା

ଭୁବନେଶ୍ବର : ଆସନ୍ତା ୧୩ରେ ଆଣ୍ଡାମାନ ଛୁଇଁବ ମୌସୁମୀ । ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ୧୩ ତାରିଖ ବେଳକୁ ଛୁଇଁବ ମୌସୁମୀ । ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗରର କିଛି ଅଞ୍ଚଳ ଏବଂ ନିକୋବର ଦୀପପୁଞ୍ଜ ଅଞ୍ଚଳକୁ ୧୩ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ହେଉଛି। ଏହି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ସେପଟେ ରାଜ୍ୟରେ ଲାଗି ରହିଛି କାଳବୈଶାଖୀର ପ୍ରଭାବ। ୮ ତାରିଖ ପର୍ଯ୍ୟନ୍ତ ବର୍ଷିବ, ଭିଜିବ ଓଡ଼ିଶା । କିଛି ଦିନ କାଳବୈଶାଖୀର ପ୍ରଭାବ ଫଳରେ ତାତିରୁ ନିସ୍ତାର ମିଳୁଥିବା ବେଳେ ପୁଣି ରାଜ୍ୟ କୁ ଫେରିବ ତାତି । ୮ ତାରିଖ ପରେ ତାତି ଫେରିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। କିଛି ଦିନ ହେବ କାଳବୈଶାଖିର ତାଣ୍ତବ ଦେଖିବାକୁ ମିଲୁଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୮ ତାରିଖ ଯାଏଁ ରାଜ୍ୟରେ ଏଭଳି କାଳବୈଶାଖି ହେବାର ସମ୍ଭାବନା ରହିଛି। କିନ୍ତୁ ଆହୁରି ୨ ଦିନ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ସତର୍କତା ଜାରି କରାଯାଇଛି । ଭଦ୍ରକ, ବାଲେଶ୍ବର, କେନ୍ଦୁଝର, କୋରାପୁଟ, ମାଲକାନଗିରି, ରାୟଗଡା, ଗଂଜାମ, ମୟୂରଭଞ୍ଜ, ଜଗତସିଂହପୁର, କଟକ, ଢେଙ୍କାନାଳ, ଯାଜପୁର,ସୁନ୍ଦରଗଡ଼, ଖୋର୍ଦ୍ଧା, ପୁରୀ, ଅନୁଗୋଳ, ଦେବଗଡ଼, ନୟାଗଡ଼, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ବିଜୁଳି ଘଡଘଡି ହେବା ସହ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ବି ଜାରି କରାଯାଇଛି। କେତେକ ସ୍ଥାନରେ କୁଆପଥର ବର୍ଷା ହେବାର ଆଶଙ୍କା ରହିଛି। ବର୍ଷା ସମୟରେ ପବନର ବେଗ ୫୦ ରୁ ୬୦ କିମି ରହିବ। ଉପକୂଳ ଓଡ଼ିଶା ସହିତ ନୂଆପଡ଼ା, କଳାହାଣ୍ଡି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଆଦି ଜିଲାର କିଛି କିଛି ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

କାଲି ୧୨ ଜିଲ୍ଲାରେ ବାଜିବ ସାଇରନ୍

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଘଟଣାକୁ ନେଇ ସାରା ଦେଶ ଚଳଚଞ୍ଚଳ ଥିବା ବେଳେ ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଛି ତତ୍ପରତା । ଆସନ୍ତାକାଲି ମକ ଡ୍ରିଲ ନେଇ ରାଜ୍ଯ ଗୃହ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏଥିରେ ଗୃହ ବିଭାଗ ସଚିବ, ଗୃହ ବିଭାଗ ଅତିରିକ୍ତ ସଚିବ, ଅଗ୍ନିଶମ ଡିଜିଙ୍କ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । କାଲି ମକ ଡ୍ରିଲ ହେବାକୁ ଥିବା ଜିଲ୍ଲାକୁ ନେଇ ଏଥିରେ ଆଲୋଚନା ହୋଇଛି । ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦ୍ୱୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେର ମକ ଡ୍ରିଲ ହେବ । ଓଡିଶାର ଏହି ୧୨ ଟି ସ୍ଥାନରେ ହେବ ସିଭିଲ ଡିଫେନ୍ସ ମକ ଡ୍ରିଲ | ତାଳଚେର କ୍ଯାଟେଗୋରି-ୱାନ ଭାବେ ଚିହ୍ନଟ ହୋଇଥିବାବେଳେ, କ୍ଯାଟେଗୋରି-ଟୁରେ ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦ୍ୱୀପ ଏବଂ ରାଉରକେଲା ଅଛନ୍ତି । ସେହିପରି କ୍ଯାଟେଗୋରି ଥ୍ରୀରେ ଅଛି ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର, କେନ୍ଦ୍ରାପଡ଼ା ।

ପୁରୀରେ ଏନଏସଜିର ସ୍ୱତନ୍ତ୍ର ଟିମ

ନନ୍ଦିଘୋଷ ବ୍ୟୁରୋ: ପୁରୀରେ ଏନଏସଜିର ସ୍ୱତନ୍ତ୍ର ଟିମ। ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଏନଏସଜି ଟିମ ପହଂଚିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି।ଜିଲ୍ଲା ପୋଲିସ ସହ ମଧ୍ୟ ପୂର୍ବରୁ ଆଲୋଚନା କରିଥିବା ବେଳେ ପୁରୀ ଏସପିଙ୍କ ସହ ଟିମ ଅଧିକ ଆଲୋଚନା କରିବା ନେଇ ରହିଛି କାର୍ଯ୍ୟକ୍ରମ।ପହଲଗାଓଁ ଆକ୍ରମଣ ପରେ ଏନଏସଜି ଟିମ ପୁରୀରେ ପହଞ୍ଚିଥିବା ବେଳେ ସୁରକ୍ଷା ନେଇ ଆଲୋଚନା କରିଛନ୍ତି। ବର୍ତ୍ତମାନ ପୁରୀ ସହରରେ ଏନଏସଜି କମାଣ୍ଡୋ ସୁରକ୍ଷା ସ୍ଥିତି ନେଇ ସମୀକ୍ଷା କରିଛନ୍ତି।

ପ୍ଲେଅଫରେ ପହଞ୍ଚିବେ କେଉଁ ଟିମ୍ ? ଜାଣନ୍ତୁ କାହାକୁ ଦରକାର କେତେ ପଏଣ୍ଟ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୫ ବେଶ ରୋମାଞ୍ଚକର ହେବାରେ ଲାଗିଛି । କେଉଁ ଦଳ ପ୍ଲେଅଫରେ ସ୍ଥାନ ପାଇବ ଏହାକୁ ନେଇ ଏଯାବତ କୌଣସି ସ୍ପଷ୍ଠ ହୋଇନାହିଁ । ଯଦିଓ ଆରସିବି ୧୬ ପଏଣ୍ଟ ପାଇଛି ତଥାପି କ୍ବାଲିଫାଇ ହୋଇନାହିଁ । ପ୍ରତିମ୍ୟାଚ ରୋମାଞ୍ଚକ ହେଉଥିବାବେଳେ କ୍ଲିଲିଫାଇ ପାଇଁ କଟଅଫ୍ ୧୭ ପଏଣ୍ଟ ଧରାଯିବ । ଯାହାକୁ ଆରସିବି ପାଇଁ ମାତ୍ର ଗୋଟିଏ ବିଜୟ ଆବଶ୍ୟକ । ସେପଟେ ପଞ୍ଜାବ ଏବେ ୧୫ ପଏଣ୍ଟ ପାଇଥିବାବେଳେ ମାତ୍ର ଗୋଟିଏ ବିଜୟ ଆବଶ୍ୟକ । ଅନ୍ୟପଟେ ମୁମ୍ବାଇ ଏବଂ ଗୁଜୁରାଟ ୧୪ ପଏଣ୍ଟରେ ରହିଥିବାବେଳେ ୨ଟି ଲେଖାଏଁ ବିଜୟୀ ହେବାକୁ ପଡ଼ିବ । ଅନ୍ୟପଟେ କୋଲକାତାକୁ ପ୍ଲେଅଫରେ ପହଞ୍ଚିବା ପାଇଁ ବାକିଥିବା ତିନୋଟି ଯାକ ମ୍ୟାଚକୁ ଜିତିବା ପାଇଁ ପଡ଼ିବ । ଯାହାଦ୍ବାରା ଦଳ ପ୍ଲେଅଫ ଆଶା ଉଜ୍ଜିବିତ ହୋଇପାରେ । ସେପଟେ ଦିଲ୍ଲୀର ୧୩ ପଏଣ୍ଟ ରହିଥିବାବେଳେ ୩ଟି ମ୍ୟାଚରୁ ୨ଟି ବିଜୟୀ ହେବାକୁ ପଡ଼ିବ ।

ଖୁବଶୀଘ୍ର ରୁଷରେ ନିର୍ମିତ ଶକ୍ତିଶାଳୀ ଯୁଦ୍ଧଜାହାଜ ପାଇବ ଭାରତ

ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ରୁଷରେ ନିର୍ମିତ ଶକ୍ତିଶାଳୀ ଯୁଦ୍ଧଜାହାଜ ପାଇବ ଭାରତ। ମଲ୍ଟିରୋଲ ଷ୍ଟିଲଥ ଫ୍ରିଗେଟ ଲାଭ କରିବ ଭାରତ। ଏଥିରେ ବିଭିନ୍ନ ଯୁଦ୍ଧାସ୍ତ୍ର ଓ ସେନସର ଖଞ୍ଜାଯାଇଥିବା ସୂଚନା ମିଳିଛି। ଆରବ ସାଗରରେ ଭାରତ ନିଜର ଆଧିପତ୍ୟ ବିସ୍ତାର କରୁଥିବାବେଳେ ଏଙି ଯୁଦ୍ଧ ଜାହାଜ ଭାରତକୁ ଅଧିକ ଶକ୍ତିଶାଳୀ କରିବ। ଏହା ଜରିଆରେ ଶତ୍ରୁ ପକ୍ଷର ବୁଡାଜାହାଜ ଓ ଅନ୍ୟାନ୍ୟ ଷ୍ଟିଲଥ ଯୁଦ୍ଧଜାହାଜର ମୁକାବିଲା କରାଯାଇପାରିବ। ଏହା ସହ ସମୁଦ୍ରର ଗଭୀର ଜଳ ଭିତରେ ଭାରତୀୟ ନୌସେନାର  ଲଢେଇ କରିବାର ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇବ। ଆଇଏନଏସ ତମାଲ ନାମକ ଏହି ଜାହାଜ ହେଉଛି ୩, ୯୦୦ ଟନ ଫ୍ରିଗେଟ। କାଲିନଗ୍ରାଦରେ ଭାରତୀୟ ନୌସେନା ହାତରେ ଏହି ଯୁଦ୍ଧ ଜାହାଜକୁ ରୁଷ ହସ୍ତାନ୍ତର କରିବ।

ବିବାଦ ଭିତରେ ଦୀଘାରେ ଲାଗିଲା ସ୍ଥାୟୀ ଜଗନ୍ନାଥ ଧାମ ହୋଡିଂ

ନନ୍ଦିଘୋଷ ବ୍ୟୁରୋ: ଜିଦରେ ଅଟଳ ଦିଦି। ଦିଘାରେ ଜଗନ୍ନାଥ ଧାମକୁ ନେଇ ଚର୍ଚ୍ଚା ବଢିଥିବା ବେଳେ ପୁଣି ମନ୍ଦିର ସମ୍ମୁଖରେ ଗତକାଲି ରାତିରେ ବଡ ବଡ ଅକ୍ଷରରେ ପ୍ରସ୍ତୁତ କରି ମରାଯାଇଛି ଜଗନ୍ନାଥ ଧାମ। ଅମିତ ମାଲବ୍ୟ ଏକ୍ସରେ ପୋଷ୍ଟ କରିବା ପରେ ଏବେ ଦିଦି ପୋଷ୍ଟକୁ ଭୁଲ ପ୍ରମାଣ ଓ ଜିଦ ପାଇଁ ପୁଣି ରାତାରାତି ଜଗନ୍ନାଥ ଧାମ ଲେଖିବା ସହ ପୂର୍ବ ସେଲ୍ପି ପଏଣ୍ଟ କରୁଛନ୍ତି। ଦିଘା ଜଗନ୍ନାଥ ମନ୍ଦିର ଉଦ୍ଘାଟନ ସମୟରେ ଯେଉଁ ଅସ୍ଥାୟୀ କାଗଜ ଓ ଥର୍ମାକୋଲରେ ସେଲ୍ଫି ପଏଣ୍ଟ କରାଯାଇଥିଲା ସେଥିରେ ଦିଘା ଜଗନ୍ନାଥ ଧାମ ବୋଲି କରାଯାଇଥିଲା। ଯାହା ୩୦ ତାରିଖ ଉଦଘାଟନ ସରିବା ପରେ ୧ ତାରିଖ ଦିନ ଟେଣ୍ଟ ମାଲିକ ଖୋଲି ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଜଗନ୍ନାଥ ଧାମ ଶବ୍ଦକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଜୋରଦାର ପ୍ରତିବାଦ ଓଡ଼ିଶାରେ ଦେଖିବାକୁ ମିଳିଥିଲା।

ଏହାରି ଭିତରେ ଗତକାଲି ବିଜେପିରେ ପଶ୍ଚିମବଙ୍ଗ IT ସେଲ ମୁଖ୍ୟ  ବିଜେପି ଅମିତ ମାଲବ୍ୟ ଏକ୍ସରେ ମମତା ଜଗନ୍ନାଥ ଧାମ ଉଠାଇ ନେଇ ଥିବା ପୋଷ୍ଟ କରିଥିଲେ। କିନ୍ତୁ ପ୍ରକୃତରେ ତାହା ସ୍ଥାଇ ନ ଥିଲା କେବେଳ ଦୁଇ ଦିନ ପାଇଁ ଟେଣ୍ଡ ମାଲିକ ସେଲ୍ଫି ପାଇଁ ଲଗାଇ ଥିଲେ। ତେବେ ଦିଦି ମୁଣ୍ଡ ନୂଆଇଁ ଜଗନାଥ ଧାମ ଉଠାଇ ନେଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ପରେ ଗତକାଲି ରାତିରେ ପୁଣି ସ୍ଥାୟୀ ଭାବେ ମନ୍ଦିର ସମ୍ମୁଖରେ ଜଗନ୍ନାଥ ଧାମ ବୋଲି ଲଗା ଯାଇଛି । ଖାଲି ସେତିକି ନୁହେଁ ପୂର୍ବରୁ ଯେଉଁ ସେଲ୍ଫି ପଏଣ୍ଟ କରାଯାଇଥିଲା ପୁଣି ତାକୁ ତିଆରି ପାଇଁ ବ୍ୟବସ୍ତା ଚାଲିଥିବା ସୂଚନା ରହିଛି।

ଟ୍ରାକ୍ଟର ସହ ଧକ୍କା ହୋଇ ନାଳକୁ ଖସିପଡ଼ିଲା ବସ୍

ନନ୍ଦିଘୋଷ ବ୍ୟୁରୋ: ରାସ୍ତାରୁ ତଳକୁ ଓଲଟିପଡ଼ିଲା ଯାତ୍ରୀବାହୀ ବସ । ଟ୍ରାକ୍ଟର ସହିତ ଧକ୍କା ପରେ ନାଳକୁ ଖସିପଡ଼ିଲା ବସ୍ । ବସରେ ୨୭ ଜଣ ଯାତ୍ରୀ ରହିଥିବା ବେଳେସେମନାଙ୍କ ମଧ୍ୟରୁ ୧୬ଜଣ ଆହତର ହୋଇଛନ୍ତି । ବିଚିତ୍ରପୁରରୁ ବାଲେଶ୍ୱର ଆସୁଥିବା ବେଳେ କସିମିଳା ନିକଟରେ ଦୁର୍ଘଟଣା। ଆହତମ ଯାତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଯାତ୍ରୀଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି ।

ଭଦ୍ରକରେ ବାଣ ବିସ୍ଫୋରଣ : ୫ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକରେ ବାଣ ବିସ୍ଫୋରଣ । ଭଦ୍ରକ ହଳଦିଡ଼ିହ ବାଇପାସ ସ୍ଥିତ ଏକ ବାଣ କାରଖାନାରେ ବିସ୍ଫୋରଣ । ବାଣ ବିସ୍ଫୋରଣରେ ୫ଜଣ ଗୁରୁତର ହୋଇଛନ୍ତି । ବାଣ ତିଆରି କରୁଥିବା ବେଳେ ବିସ୍ଫୋରଣ ହୋଇଛି । ସମସ୍ତ ଗୁରୁତରଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ କରୁଛି । ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଆଖପାଖ ଅଞ୍ଚଳରୁ ଲୋକେ ଧାଇଁ ଆସିଥିଲେ ।

ନଦୀରେ ବୁଡ଼ି ୪ ଯୁବକଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଗୁଜରାଟ ଆମରେଲି ଜିଲ୍ଲାରେ ଅଘଟଣ। ନଦୀରେ ବୁଡ଼ି ୪ ଯୁବକଙ୍କ ମୃତ୍ୟୁ। ଆମରେଲି ଜିଲ୍ଲାର ମିଠାପୁର ଡୁଙ୍ଗରି ଗାଁ ନିକଟରେ ଥିବା ଶେତ୍ରୁଞ୍ଜି ନଦୀରେ ଚାରି ଜଣ ଯୁବକଙ୍କ ବୁଡ଼ି ମୃତ୍ୟୁ ହୋଇଛି। ଯୁବକମାନେ ମିଠାପୁର ଡୁଙ୍ଗରି ଗାଁର ବାସିନ୍ଦା ଥିଲେ ବୋଲି ଜଣାପଡିଛି। ଖବର ପାଇ ଉଦ୍ଧାରକାରୀ ଦଳ ପହଞ୍ଚି ନଦିରୁ ମୃତ ୪ ଯୁବକଙ୍କ ମୃତଦେହ ବାହାର କରିଥିଲେ। ମୃତଦେହଗୁଡ଼ିକୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଛି। ଶବ ବ୍ୟବଚ୍ଛେଦ ଲାଗି ସିଭିଲ ହସ୍ପିଟାଲକୁ ପଠାଇଛି ସ୍ଥାନୀୟ ପ୍ରଶାସନ। ଘଟଣାସ୍ଥଳରେ ସମସ୍ତ ଚାରି ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଅଗ୍ନିଶମଏବଂଜରୁରୀକାଳୀନ ସେବାର ଦୁଇଟି ଦଳ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଥିଲେ। ଅଧିକ ଆଇନଗତପ୍ରକ୍ରିୟା ପାଇଁ ମୃତଦେହଗୁଡ଼ିକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି।

ପୋଲିସ ଇନଫର୍ମର ସନ୍ଦେହରେ ନାଏବ ସରପଞ୍ଚଙ୍କୁ ମାରିଦେଲେ ମାଓବାଦୀ

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ତାର୍ଲବେଡ଼ା ନାଏବ ସରପଞ୍ଚଙ୍କୁ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତକଙ୍କ ନାଁ ମୁଚାକି ରାମା । ଘଟଣା ପରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।