spot_img
Home Blog Page 790

ପୁଣେରୁ ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ‘ଲାପଟପ’ ଗିରଫ

ନନ୍ଦିଘୋଷ ବ୍ୟୁରୋ :  ପୁଣେରୁ ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ପ୍ରଶାନ୍ତ ଜାଲିନ୍ଦର କାମ୍ଵଲେ ଓରଫ ‘ଲାପଟପ’ ଗିରଫ । କାମ୍ଵଲେକୁ ଗିରଫ କରିଛି ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ ଏଟିଏସ । କାମ୍ଵଲେ ୨୦୧୧ରୁ ଫେରାର ଥିଲା । ଏଟିଏସର ଥାନେ ୟୁନିଟ୍ ୨୦୧୧ ମସିହାରେ କାମ୍ବଲେଙ୍କ ବିରୁଦ୍ଧରେ ବେଆଇନ କାର୍ଯ୍ୟକଳାପ ନେଇ ମାମଲା ରୁଜୁ କରିଥିଲା । ପୁଣେ ଏଟିଏସ ପ୍ରଶାନ୍ତକୁ ଗିରଫ କରିବା ପରେ ଥାନେ ୟୁନିଟକୁ ହସ୍ତାନ୍ତର କରିଛି । ରବିବାର ଦିନ କାମ୍ବଲେକୁ ଥାନେ କୋର୍ଟରେ ହାଜର ପରେ ସାତ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦିଆଯାଇଥିଲା ।

କାମ୍ବଲେ କମ୍ପ୍ୟୁଟର ଏବଂ ଲାପଟପ୍ ମରାମତିରେ ଦକ୍ଷତା ଥିବାରୁ ତାର ଡାକ ନାମ ଲାପଟପ ହୋଇଥିଲା । ମାଓବାଦୀ ସଂଗଠନରେ ଯୋଗଦେବା ପରେ ତାର ସହରାଞ୍ଚଳରୁ ଶିକ୍ଷିତ ଯୁବବର୍ଗଙ୍କୁ ମାଓବାଦୀ ଗୋଷ୍ଠୀରେ ସାମିଲ କରାଇବା ଥିଲା ତାର ପ୍ରାଥମିକ ଭୂମିକା । ଏବଂ ସଂଗଠନର ସହରାଞ୍ଚଳ ନେଟୱାର୍କକୁ ସୁଦୃଢ଼ କରିବା । ପୋଲିସ ସୂଚନା ଅନୁଯାୟୀ କାମ୍ବଲେ ମାଓବାଦୀ କେନ୍ଦ୍ରୀୟ କମିଟିର ଜଣେ ବରିଷ୍ଠ ସଦସ୍ୟ ତଥା ୨୦୧୧ରେ ଗଡ଼ଚିରୋଲିରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ନିହତ ମିଲିନ୍ଦ ଓରଫ ଦୀପକ ତେଲତୁମ୍ବଡେର ଘନିଷ୍ଠ ସହଯୋଗୀ ଥିଲା ।

ପାକିସ୍ତାନର ଭୟଙ୍କର ଅବସ୍ଥା : ୟୁକ୍ରେନକୁ ବିକ୍ରି କରିଦେଲା ଅସ୍ତ୍ରଶସ୍ତ୍ର, ଏବେ ନିଜ ଗୋଦାମ ଖାଲି

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛି । ଭାରତ ପକ୍ଷରୁ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନକୁ ହାଇ ଆଲର୍ଟ ଜାରି କରାଯାଇଛି । ଏହାରି ମଧ୍ୟରେ  କୁହାଯାଉଛି କି ଭାରତ ସହିତ ଯୁଦ୍ଧ ହେଲେ, ପାକିସ୍ତାନ କେବଳ ୪ ଦିନ ହିଁ ତିଷ୍ଠି ପାରିବ ।

ରିପୋର୍ଟ ଅନୁଯାୟୀ, ପାକିସ୍ତାନ ତାର ଅସ୍ତ୍ର ଭଣ୍ଡାରରୁ ବହୁ ପରିମାଣର ଗୋଳାବାରୁଦ ତଥା ଅସ୍ତ୍ରଶସ୍ତ୍ର ୟୁକ୍ରେନକୁ ବିକ୍ରି କରିଦେଇଛି । ଯାହା ଫଳରେ ପାକିସ୍ତାନ ପାଖରେ ଯୁଦ୍ଧ ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ନାହିଁ । କେବଳ ୪ ଦିନ ଯୁଦ୍ଧ ପାଇଁ ପାକିସ୍ତାନ ପାଖରେ ଅସ୍ତ୍ରଶସ୍ତ୍ର ଅଛି । ପ୍ରତିରକ୍ଷା ବିଶେଷଜ୍ଞ ମାନେ କହିଛନ୍ତି ଯେ, ୟୁକ୍ରେନକୁ ପ୍ରଚୁର ପରିମାଣରେ ଅସ୍ତ୍ରଶସ୍ତ୍ର ବିକ୍ରି କରିବା ଏବଂ ପାକିସ୍ତାନ ଆର୍ଡନାନ୍ସ ଫ୍ୟାକ୍ଟ୍ରି ବା POAFର ଦୁର୍ବଳ ଉତ୍ପାଦନ କ୍ଷମତା ଯୋଗୁଁ ପାକିସ୍ତାନର ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।  କାରଣ ପାକିସ୍ତାନର ସାମରିକ ଅସ୍ତ୍ରଶସ୍ତ୍ର କହିଲେ ତୋପ ଓ ସଶସ୍ତ୍ର ଯାନ ଉପରେ ନିର୍ଭର କରେ । ଏନେଇ ମେ ୨ରେ ଅନୁଷ୍ଠିତ ସ୍ୱତନ୍ତ୍ର କମାଣ୍ଡର ସମ୍ମିଳନୀରେ ଏହି ପ୍ରସଙ୍ଗକୁ ପ୍ରମୁଖ ଭାବେ ଉଠାଯାଇଥିଲା ।

ତେବେ ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ଜେନାରାଲ କମର ଜାଭେଦ ବାଜଓ୍ୱା ସେନା ସାମ୍ନାରେ ଥିବା ଚ୍ୟାଲେଞ୍ଜ ଗୁଡିକୁ ସ୍ୱୀକାର କରିବା ସହିତ ପାକିସ୍ତାନ ପାଖ‌ରେ ଦୀର୍ଘକାଳୀନ ଯୁଦ୍ଧ ପରିସ୍ଥିତି ପାଇଁ ଗୋଳାବାରୁଦ ଏବଂ ଆର୍ଥିକ ଶକ୍ତିର ଅଭାବ ଅଛି ବୋଲି କହିଛନ୍ତି । ତେଣୁ ପାକିସ୍ତାନ ପାଖରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଏହାର ଦୁର୍ବଳ ଅର୍ଥନୀତି । ପରିସ୍ଥିତି ଏପରି ହୋଇଛି ଯେ, ଇନ୍ଧନ ଅଭାବ ଯୋଗୁଁ ପାକିସ୍ତାନୀ ସେନାକୁ ରାସନ ହ୍ରାସ କରିବାକୁ ପଡୁଛି , ଏପରିକି ସାମରିକ ଅଭ୍ୟାସ ମଧ୍ୟ ସ୍ଥଗିତ ରଖିବାକୁ ବାଧ୍ୟ କରାଯାଇଛି ।

ହରିହରପୁର ଗାଁରେ ମହୁମାଛି ଆତଙ୍କ ; ଜଣେ ମୃତ, ୨୫ ଜଣ ଆହତ

ନନ୍ଦିଘୋଷ ବ୍ୟୁରୋ : ମହୁମାଛି ଆକ୍ରମଣରେ ଜଣେ ମୃତ, ୨୫ ଜଣ ଆହତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ତିପଦା କମ୍ପସଲା ପଞ୍ଚାୟତ ହରିହରପୁର ଗାଁରେ । ମୃତକ ଜଣଙ୍କ ହେଲେ ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକ ବିପିନ୍ ପ୍ରଧାନ । ବିପିନ୍ ପ୍ରଧାନ ଦୀର୍ଘ ଦିନ ହେବ କୋଶଳା ଗ୍ରାମରେ ରହୁଥିବା ବେଳେ ନିଜ ଗ୍ରାମ ହରିହରପୁର ଗ୍ରାମକୁ ବୈଠକରେ ଯୋଗ ଦେବାପାଇଁ ଯାଉଥିଲେ । ଗ୍ରାମର ଆରମ୍ଭରେ ଥିବା ପାଣିଟାଙ୍କିରେ ମହୁମାଛି ବସା ରହିଥିଲା ।

ଗତକାଲି ସନ୍ଧ୍ୟାରେ ସ୍କୁଲ ପରିସରରେ ଗ୍ରାମର ବୈଠକ ଚାଲିଥିବା ସମୟରେ ମହୁମାଛି ବସାକୁ ଚଢ଼େଇ ଆକ୍ରମଣ କରି ଭାଙ୍ଗି ଦେଇଥିଲା । ଫଳରେ ମହୁ ମାଛି ଏଣେ ତେଣେ ଉଡିବା ସହିତ ସ୍କୁଲ ପରିସରରେ ବୈଠକ କରୁଥିବା ୨୫ରୁ ଅଧିକ ଲୋକଙ୍କୁ ମହୁମାଛି ଆକ୍ରମଣ କରିଥିବା ବେଳେ ବିପିନ୍ ପ୍ରଧାନଙ୍କୁ ବହୁ ମାଛି ଆକ୍ରମଣ କରିଥିଲେ  । ଫଳରେ ବିପିନ ଗୁରୁତର ଆହତ ହୋଇଥିଲେ  । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବିପିନଙ୍କୁ ପ୍ରଥମେ କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଛନ୍ତି । ଏନେଇ ସ୍ଥାନୀୟ ଲୋକେ ତୁରନ୍ତ ମହୁବସାକୁ ଭାଙ୍ଗିବା ପାଇଁ ଦାବି କରିଛନ୍ତି  ।

ସେୟାର ମାର୍କେଟ ନାଁରେ ୮୦ ଲକ୍ଷ ଟଙ୍କା ଠକେଇ ଘଟଣା, ଆସାମରୁ ଜଣେ ଗିରଫ

ନନ୍ଦିଘୋଷ ବ୍ୟୁରୋ : ମାଲକାନଗିରିର ଜଣେ ବ୍ୟବସାୟୀଙ୍କ ଠାରୁ ୮୦ ଲକ୍ଷ ଟଙ୍କା ଠକେଇ ଘଟଣା । ଆସାମରୁ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ମାଲକାନଗିରି ଆଦର୍ଶ ଥାନା ପୋଲିସ । ମାଲକାନଗିରି ସହର ତଳସାହିର ଜିତେନ୍ଦ୍ର ପାତ୍ର ଗତ ସେପ୍ଟେମ୍ବର ମାସ ୪ ତାରିଖରେ ମାଲକାନଗିରି ଥାନାରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ୨୦୧୭ ମସିହାରେ ବରଗଡ ଜିଲ୍ଲା ଭିଏସଏସ ନଗର ଗାଁର ଦେବଜିତ ତ୍ରିପାଠୀ ଜିତେନ୍ଦ୍ର ପାତ୍ରଙ୍କ ଦୋକାନକୁ ଆସିଥିଲେ । ଦେବଜିତ ତ୍ରିପାଠୀ ମାଲକାନଗିରିରେ କମଡିଟି ଟ୍ରେଡିଙ୍ଗ ନାମକ ସଂସ୍ଥା ଖୋଲିଥିବା ନେଇ କହିଥିଲେ ।

ଏହା ସହ ଟ୍ରେଡିଙ୍ଗରେ ଟଙ୍କା ରଖିଲେ ତିନିମାସରେ ୨୦ ପ୍ରତିଶତ ଟଙ୍କା ଅଧିକ ମିଳିବ ବୋଲି ମଧ୍ୟ କହିଥିଲେ। ତାଙ୍କ କଥାକୁ ବିଶ୍ୱାସ କରି କିଛି ଟଙ୍କା ରଖିବା ପରେ ତିନିମାସ ପରେ ୨୦ ପ୍ରତିଶତ ଅଧିକ ଟଙ୍କା ଫେରସ୍ତ ପାଇଥିଲେ ଜିତେନ୍ଦ୍ର । ପରେ ବିଭିନ୍ନ ଆକାଉଣ୍ଟ ମାଧ୍ୟମରେ ୮୦ ଲକ୍ଷ ଟଙ୍କା ରଖିଥିଲେ । ହେଲେ ତିନି ମାସ ପରେ ଟଙ୍କା ଆଉ ଫେରସ୍ତ ପାଇନଥିଲେ । ପରେ ଖୋଜିଲା ବେଳକୁ ଦେବଜିତ ମାଲକାନଗିରିରୁ ଫେରାର ହୋଇ ଯାଇଥିଲେ । ଏନେଇ ମାଲକାନଗିରି ଥାନାରେ ଏତଲା ଦେଇଥିଲେ ଜିତେନ୍ଦ୍ର । ଅଭିଯୁକ୍ତକୁ ମାଲକାନଗିରି ପୋଲିସ ଆସାମରୁ ଗିରଫ କରିବାରେ ସଫଳ ହୋଇଛି । ତାଙ୍କ ନାମରେ ମାଲକାନଗିରି ଥାନାରେ ମୋଟ ୫ଟି ମାମଲା ହୋଇଛି । ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ମାଲକାନଗିରି ଥାନା ଅଧିକାରୀ କହିଛନ୍ତି ।

ପହଲଗାଓଁ ଆକ୍ରମଣ ଘଟଣା : ନଦୀକୁ ଡେଇଁ ଆତଙ୍କବାଦୀଙ୍କ ସହଯୋଗୀ ମୃତ

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆକ୍ରମଣ ଘଟଣା। ସୁରକ୍ଷାକର୍ମୀଙ୍କ କବଳଳରୁ ବର୍ତ୍ତିବାକୁ ଯାଇ ନଦୀକୁ ଡେଇଁ ପଡିଲେ ଆତଙ୍କବାଦୀଙ୍କ ସହଯୋଗୀ। ଜାମ୍ମୁ କାଶ୍ମୀର କୁଲଗାମରେ ଜଣେ ଯୁବକଙ୍କ ମୃତଦେହ ମିଳିଛି। କୁଲଗାମ ଜିଲ୍ଲାର ଆହରବଲ ଅଞ୍ଚଳର ଆଡବଲ ଡ୍ରେନ୍ରୁ ଇମତିଆଜ ଅହମଦ ମାଗ୍ରେଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାଗ୍ରେଙ୍କ ମୃତଦେହ ଉଦ୍ଧାର ହେବାର କିଛି ଘଣ୍ଟା ପରେ ଡ୍ରୋନ୍ ଫୁଟେଜ୍ ସାମ୍ନାକୁ ଆସିଥିଲା। ଯେଉଁଥିରେ ଜଣେ ଯୁବକ ଆଡବାଲ୍ ଡ୍ରେନ୍‌କୁ ଡେଇଁ ଭାସି ଯାଉଥିବାର ଦେଖାଯାଇଥିଲା। ଇମତିଆଜ ଅହମଦ ମାଗ୍ରେ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରୁଥିବା ପୋଲିସ କହିଛି।

ସୁରକ୍ଷା ବାହିନୀକୁ ଜଙ୍ଗଲ ଅଞ୍ଚଳର ଏକ ଗୁପ୍ତସ୍ଥାନକୁ ନିଆଯାଉଥିବା କଥା ସ୍ୱୀକାର କରିଛି ପୋଲିସ। ଏହି ସମୟରେ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ଆତଙ୍କୀ ସହଯୋଗୀକୁ ନେଇ ପଚରାଉଚରା ବେଳେ ଯୁବକ ଜଣକ ଫେରାର ହେବାକୁ ଉଦ୍ୟମ କରି ନଦୀକୁ ଡେଇ ପଡିଥିଲେ। ସେପଟେ ଯୁବକଙ୍କ ମୃତ୍ୟୁ ନେଇ ପିଡିପି ଗୁରୁତର ଅଭିଯୋଗ ଆଣିଛି। ହାଜତ ମୃତ୍ୟୁ ଅଭିଯୋଗ କରିଛି ଦଳ। ଘଟଣାର ନ୍ୟାୟିକ ତଦନ୍ତ ହେଲେ ସତ୍ୟାସତ୍ୟ ବାହାରକୁ ଆସିବ ବୋଲି ଦାବି କରିଛ୍ତି। ସୁରକ୍ଷାକର୍ମୀ ଦୁଇ ଦିନ ପୂର୍ବରୁ ଇମତିଆଜ୍ ମାଗ୍ରେଙ୍କୁ ପଚରାଉଚରା ପାଇଁ ଅଟକ ରଖିଥିବା କହିଛନ୍ତି ସ୍ଥାନୀୟ ଲୋକେ। ମୃତଦେହ ରହସ୍ୟମୟ ଭାବରେ ଡ୍ରେନକୁ ମିଳିଥିଲା।

ରଣନୀତି ପ୍ରସ୍ତୁତ କରୁଛି ପାକିସ୍ତାନ; ଆଜି ବସିବ ପାକିସ୍ତାନ ସଂସଦର ଜରୁରୀ ଅଧିବେଶନ

ନନ୍ଦିଘୋଷ ବ୍ୟୁରୋ : ଭାରତ ସହ ଉତ୍ତେଜନା ମଧ୍ୟରେ ରଣନୀତି ପ୍ରସ୍ତୁତ କରୁଛି ପାକିସ୍ତାନ। ଆଜି ବସିବ ପାକିସ୍ତାନ ସଂସଦର ଜରୁରୀ ଅଧିବେଶନ।  ନ୍ୟାସନାଲ ଆସେମ୍ବ୍ଲିରେ ଏହି ବୈଠକ ଅପରାହ୍ଣ ୫ ଟାରେ ବସିବ । ବୈଠକ ଡାକିଛନ୍ତି ରାଷ୍ଟ୍ରପତି ଅସିଫ ଅଲ୍ଲୀ ଜର୍ଦ୍ଦାରୀ । ଏହି ବୈଠକରେ ଭାରତ-ପାକିସ୍ତାନ ଉତ୍ତେଜନା ନେଇ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ସମ୍ବିଧାନର ଧାରା ୫୪ ଅନୁସାରେ ଏହି ବୈଠକ ଆହୂତ କରାଯାଇଛି । ବୈଠକରେ ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ବିଶେଷ ଆଲୋଚନା ହେବାର ସମ୍ଭାବନା ରହିଛି । ସିନ୍ଧୁ ଜଳ ଚୁକ୍ତି ବାତିଲ ହେବା ପରେ ପାକିସ୍ତାନ ରାଜନୀତିରେ ଝଡ ସୃଷ୍ଟି ହୋଇଛି । ଭାରତ ବିରୋଧରେ ବହୁ ମନ୍ତ୍ରୀ ସ୍ବର ଉତ୍ତୋଳନ କରୁଛନ୍ତି । ବୈଠକରେ ଭାରତ ବିରୋଧରେ ପ୍ରସ୍ତାବ ଗୃହୀତ ହେବାର ସମ୍ଭାବନା ରହିଛି । ସିନ୍ଧୁ ଜଳ ଅଟକାଗଲେ ବନ୍ଧ ଭାଙ୍ଗିଦିଆଯିବ ବୋଲି କହିଥିଲେ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ । ସେହିପରି ସିନ୍ଧୁ ନଦୀ ଜଳ ବନ୍ଦ ହେଲେ ନଦୀରେ ରକ୍ତ ବହିବ ବୋଲି କହିଥିଲେ ପିପିପି ନେତା ବିଲାଓ୍ବଲ ଭୁଟ୍ଟୋ ।

ଗାନ୍ଧୀ ନଗରରେ ଏକ ୫ ମହଲା କୋଠାରେ ଅଗ୍ନିକାଣ୍ଡ ; ୫ ଜଣ ଜୀବନ୍ତ ଦଗ୍ଧ

ନନ୍ଦିଘୋଷ ବ୍ୟୁରୋ : ଉତ୍ତର ପ୍ରଦେଶର କାନପୁର ଚମନ ଗଞ୍ଜ ଅଞ୍ଚଳର ଗାନ୍ଧୀ ନଗରରେ ଏକ ୫ ମହଲା କୋଠାରେ ଅଗ୍ନିକାଣ୍ଡ । ଜଳିଯାଇ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ସ୍ଵାମୀ ସ୍ତ୍ରୀ ଏ ବଂ ୩ଜଣ ପିଲା ରହିଛନ୍ତି । ରବିବାର ବିଳମ୍ଵିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ଫସି ରହିଥିଲେ । ନିଆଁର ପ୍ରକୋପ ଏତେ ଥିଲା ଯେ ଗୋଟିଏ ପରିବାରର ୫ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା ଅଗ୍ନିଶମ ବାହିନୀ । ତେବେ ୮ ଘଣ୍ଟାର ଉଦ୍ୟମ ପରେ ମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ନିଆଁ ଲିଭା କାର୍ଯ୍ୟରେ ୧୨ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ ।

ଭାରତ-ପାକିସ୍ତାନ ଉତ୍ତେଜନାକୁ ନେଇ ଆଜି ଜାତିସଂଘ ସୁରକ୍ଷା ପରିଷଦ ବୈଠକ

ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ-କାଶ୍ମୀର ଆକ୍ରମଣ ପରେ ଭାରତ-ପାକିସ୍ତାନ ଉତ୍ତେଜନା ବୃଦ୍ଧି ନେଇ ଆଜି ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ । ଆଲୋଚନା ଲାଗି ନିବେଦନ କରିଛି ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତ-ପାକ୍ ଉତ୍ତେଜନା ବୃଦ୍ଧି ନେଇ ଆଲୋଚନା ହେବ । ଏହି ବୈଠକରେ ଭାରତର ଆକ୍ରମଣାତ୍ମକ କାର୍ଯ୍ୟ ଉଠାଇପାରେ ପାକିସ୍ତାନ ।

୨୨ ଏପ୍ରିଲରେ ପହଲଗାଓଁରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ସମାଧାନ କରିବା ପାଇଁ ଆଜି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ବସିବାକୁ ଯାଉଛି । ଦୁଇ ଦକ୍ଷିଣ ଏସୀୟ ପଡ଼ୋଶୀଙ୍କ ମଧ୍ୟରେ ବଢୁଥିବା କୂଟନୈତିକ ଉତ୍ତେଜନା ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେଉଛି । ରବିବାର ଜାରି ଏକ ବିବୃତ୍ତିରେ, ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ କହିଛି ଯେ ଏହା ବିଶେଷ ଭାବରେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପାଇଁ ଭାରତର ପଦକ୍ଷେପର ପ୍ରସଙ୍ଗ ଉଠାଇବ ।

ବଢ଼ିବାରେ ଲାଗିଛି ଜଳ ବିବାଦ, ଆଜି ପଞ୍ଜାବ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

ନନ୍ଦିଘୋଷ ବ୍ୟୁରୋ : ପଞ୍ଜାବ ଓ ହରିୟାଣା ମଧ୍ୟରେ ବଢୁଛି ଜଳ ବିବାଦ। ଆଜି ପଞ୍ଜାବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ। ଏହି ଅଧିବେଶନରେ ଏକ ସ୍ବତନ୍ତ୍ର ପ୍ରସ୍ତାବ ଗୃହୀତ ହେବ। ହରିୟାଣାକୁ ଅଧିକ ୮ ହଜାର ୫୦୦ କ୍ୟୁସେକ ଜଳ ଛାଡିବାକୁ ଭାକ୍ରା ବ୍ଯାସ ମ୍ୟାନେଜମେଣ୍ଟ ବୋର୍ଡ ବା BBMBକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ ବଢିଛି ବିବାଦ।

ପଞ୍ଜାବବାସୀଙ୍କ ସ୍ବାର୍ଥ ଲାଗି ସମସ୍ତେ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି ମାନ। ନଦୀ ଜଳ ପାଇବା ଲାଗି ପ୍ରତ୍ୟେକ ପଞ୍ଜାବୀଙ୍କର ଅଧିକାର ରହିଛି ବୋଲି କହିଛି ଆପ୍। କେନ୍ଦ୍ରର ଏହି ନିଷ୍ପତ୍ତିକୁ ଅଗଣତାନ୍ତ୍ରିକ ବୋଲି କହିଛି ଦଳ। ଭାକ୍ରା ବ୍ଯାସ ମ୍ୟାନେଜମେଣ୍ଟ ବୋର୍ଡରେ ପଞ୍ଜାବର ୬୦ ପ୍ରତିଶତ ସେୟାର ରହିଛି। ନିୟମ ଅନୁସାରେ ହରିୟାଣା ୧୭୦୦ କ୍ୟୁସେକ ଜଳ ପାଇବା କଥା। ମାତ୍ର ବର୍ତ୍ତମାନ ୪୭୦୦ କ୍ୟୁସେକ ଜଳ ପାଉଛି। ଭାକ୍ରା ନଦୀବନ୍ଧ ପଞ୍ଜାବରେ ପ୍ରତିଷ୍ଠିତ। ଭାକ୍ରାନଙ୍ଗଲରୁ ନୂଆଦିଲ୍ଲୀ ଦୈନିକ ୨୭୦ ନିୟୁତ୍ ଗ୍ୟାଲେନ ଜଳ ପାଉଥିବାରୁ ଦିଲ୍ଲୀରେ ବି ରାଜନୀତି ଜୋର ଧରିଛି। ପଞ୍ଜାବ ଆପ୍ ସରକାର ଉପରେ ବର୍ଷିଛନ୍ତି ଦିଲ୍ଲୀ ସରକାର। ପଞ୍ଜାବରେ ପ୍ରତିଷ୍ଠିତ ପୋଙ୍ଗ ଓ ରଞ୍ଜିତ ସାଗର ନଦୀବନ୍ଧର ଜଳ ହରିୟାଣାକୁ ଛାଡିବା ଲାଗି କେନ୍ଦ୍ରର ନିର୍ଦ୍ଦେଶକୁ ବି ପଞ୍ଜାବ ସରକାର ସମାଲୋଚନା କରିଛନ୍ତି।

ଆହୁରି ତିନି ଦିନ ବର୍ଷାରୁ ନାହିଁ ନିସ୍ତାର, ଜାରି ରହିବ କାଳବୈଶାଖୀର ତାଣ୍ଡବ

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା। ୨୪ ଘଣ୍ଟାରେ ୩ ରୁ ୫ ଡିଗ୍ରୀ କମିବ ଦିନର ତାପମାତ୍ରା। ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହେବାର ଆଶଙ୍କା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ବର୍ଷା ସହିତ ଝଟକା ପବନର ବେଗ ୬୦ ରୁ ୭୦ କିମି ରହିପାରେ। ୬ ତାରିଖରେ ବି ୯ ଜିଲ୍ଲାକୁ ୟେଲୋ ଓ୍ୱାଣ୍ଣିଂ ଜାରି କରାଯାଇଛି। ୭ ରୁ ୯ ତାରିଖ ପର୍ଯ୍ୟନ୍ତ ବର୍ଷାକୁ ନେଇ କୌଣସି ସତର୍କତା ଜାରି ହୋଇନାହିଁ। ୪ ଦିନ ପରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିପାରେ।