spot_img
Home Blog Page 792

ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟିଲା ବିଜେଡି ଟିମ୍

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ପାତ୍ରପୁର, ଗଞ୍ଜାମ, ଛତ୍ରପୁର ଓ ସୋରଡା ସମେତ ବିଭିନ୍ନ ବ୍ଲକରେ ଜନପ୍ରତିନିଧିଙ୍କୁ କରାଯାଉଛି ଅଣଦେଖା । ଏହା ସହିତ ମହିଳା ଜନପ୍ରତିନିଧି ମାନଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ବିଜୁ ଜନତା ଦଳ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି । ପାତ୍ରପୁର ପଞ୍ଚାୟତ ସମିତି ବୈଠକରେ ଗଣ୍ଡଗୋଳ, ବାହାର ଲୋକଙ୍କ ଦ୍ୱାରା ମହିଳା ଜନପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଓ ଜନପ୍ରତିନିଧିଙ୍କୁ ଅଣଦେଖା କରାଯାଉଥିବା ନେଇ ଚିକିଟି ବିଧାୟକ ପ୍ରାର୍ଥୀ ତଥା ଯୁବନେତା ଚିନ୍ମୟାନନ୍ଦ ଶ୍ରୀରୂପ ଦେଓ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ମହିଳା ଜନପ୍ରତିନିଧିଙ୍କୁ ଦୁର୍ବବ୍ୟହାର ନେଇ ଥାନାରେ ଏତଲା ପରେ ମଧ୍ୟ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ସେହିପରି ସୋରଡ଼ା ବ୍ଲକ ଅଧ୍ୟକ୍ଷାଙ୍କ ଦସ୍ତଖତ ଜାଲିଆତି କରି ଦୁଇଟି ବିଲ୍ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛିି । ଏଣୁ ଏହାର ଉଚିତ୍ ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ପକ୍ଷରୁ ଦାବି ହୋଇଛି । ବିଭିନ୍ନ କାର୍ଯ୍ୟରେ ବାଧା ସୃଷ୍ଟିକୁ ନେଇ ଗଞ୍ଜାମ ବ୍ଲକ ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

ଏନେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରାଜ୍ୟରେ ବିଜେପି ସରକାର ଆସିଲା ଦିନଠାରୁ ବିକାଶ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି । ବିଭିନ୍ନ ବ୍ଲକରେ ବିଡିଓ ଏବଂ ଅଧିକାରୀମାନେ ବିଜେପିର ବ୍ଲକ ସଭାପତି ଭଳି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ନବୀନ ସରକାର ଅମଳରେ ଯାହା କାର୍ଯ୍ୟ ହୋଇଥିଲା ତାର ବକେୟା ବିଲକୁ ରାଜନୈତିକ ଚାପ ପକାଇ ଅଟକା ଯାଉଛି । ରାଜନୈତିକ ହସ୍ତକ୍ଷେପ କରି ନିରୀହ ଲୋକଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ କରିଛି ବିଜେଡି।

ଭାରତର ଜଳ ପ୍ରହାରରେ ପାକିସ୍ତାନରେ ହାହାକାର

ନନ୍ଦିଘୋଷ ବ୍ୟୁରୋ: ଭାରତର ଜଳ ପ୍ରହାରରେ ପାକିସ୍ତାନରେ ହାହାକାର । ପାଣି ବିନା ପାକିସ୍ତାନ ଡହଳବିକଳ । ପଞ୍ଜାବ-ସିନ୍ଧ ପ୍ରଦେଶରେ ଚାଷୀ ଖରିଫ ଫସଲ ପାଇଁ କଣ କରିବ ଚିନ୍ତା କରିପାରୁନି । ଖରିଫ ଫସଲ ବିହନ ବୁଣାବୁଣି ପୂର୍ବରୁ ଏପରି ପାଣି ସଂକଟ ଦେଖାଦେଇଛି । ସିନ୍ଧୁ ଜଳ ନମିଳିବାରୁ ନଦୀ ମାନେ ଶୁଖିଗଲେଣି । ସିନ୍ଧୁ ନଦୀ ସହ ଝେଲମ ଚେନାବରେ ଅବସ୍ଥା ଅସମ୍ଭାଳ । ଭୟଙ୍କର ଗ୍ରୀଷ୍ମ ପ୍ରବାହ ଓ ବିନା ପାଣିରେ ଚାଷ ଜମି ଫାଟି ଆଁ କରିଛି । ଝେଲମ ନଦୀର ମଙ୍ଗଳା ବନ୍ଧ, ସିନ୍ଧୁ ନଦୀରେ ଥିବା ତବରେଲା ଡ୍ଯାମ ପର୍ଯ୍ୟନ୍ତ ପାଣି ପହଞ୍ଚିପାରୁନାହିଁ । ପାକିସ୍ତାନରେ ଅଧିକ ଧାନ ଚାଷ କରାଯାଇଥାଏ ।

ଭାରତର ଜଳ ପ୍ରହାର ଯୋଗୁଁ ଧାନ ଚାଷ ଏଥର ହୋଇପାରିବ କି ନାହିଁ ସେ ନେଇ ଚାଷୀ ମନରେ ଆଶଂକା ଦେଖାଦେଲାଣି । ଏପରି ସ୍ଥିତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ତାଜିକସ୍ତାନ ଗ୍ଲାସିଅର ସଂରକ୍ଷଣ ସମ୍ମିଳନୀରେ ପାଣି ପାଇଁ ଗୁହାରୀ କରିଛନ୍ତି । ସିନ୍ଧୁ ଜଳ ସନ୍ଧି ରଦ୍ଦକୁ ହଟାଇ ଦେବାକୁ ସେ ନିବେଦନ କରିଛନ୍ତି । ଚୁକ୍ତ ରଦ୍ଦ ଯୋଗୁଁ ଦେଶରେ ୨୧ ପ୍ରତିଶତ ପାଣିର ପ୍ରବାହ ହ୍ରାସ ପାଇଛି । ଫଳରେ ପଞ୍ଜାବ ଓ ସିନ୍ଧ ପ୍ରଦେଶରେ ଜଳସେଚନ ଓ ବିଜୁଳି ଉତ୍ପାଦନ କରାଯାଇଥାଏ । ଏବେ ପାଣି କମ ହେବାରୁ ଖରିଫ ଋତୁରେ ଫସଲ ଫଳାଇବା ଆଶା ମଉଳିଯାଇଛି । ଏବେ ମୌସୁମୀ ଭରସା । ମୌସୁମୀ ଭଲ ବର୍ଷିଲେ ଚାଷ କାମ ହୋଇପାରିବ ନହେଲେ ପାକିସ୍ତାନର କୃଷି ଅର୍ଥନୀତି ସଂପୂର୍ଣ୍ଣ ଭୁଶୁଡ଼ିପଡିବ ।

ଅରୁଣାଚଳ ପ୍ରଦେଶରେ ପ୍ରକୃତିର ବଡ଼ ତାଣ୍ଡବ, ଜୀବନ ସହ ସଂଘର୍ଷ କରି ପାର୍

ନନ୍ଦିଘୋଷ ବ୍ୟୁରୋ: ପ୍ରକୃତିର ତାଣ୍ଡବରେ ଛାରଖାର ଉତ୍ତରପୂର୍ବାଞ୍ଚଳ। ସେପଟେ ଅରୁଣାଚଳ ପ୍ରଦେଶରେ ସବୁଠାରୁ ବଡ଼ ତାଣ୍ଡବ ରଚିଛି ପ୍ରକୃତି। ବିଶ୍ବର ସବୁଠାରୁ ବର୍ଷା ଅରୁଣାଚଳ ପ୍ରଦେଶରେ ହୋଇଥିବା ଦେଖାଯାଇଛି। ଦେଖନ୍ତୁ ଏହି ଛାତିଥର ଭିଜୁଆଲ। ଏ ହେଉଛି ଅରୁଣାଚଳ ପ୍ରଦେଶର ଅନଜା ଜିଲ୍ଲାରେ ଏକ ଝୁଲନ୍ତା ପୋଲ। ପର୍ବତରୁ ଖସୁଛି ତୀବ୍ର ବେଗରେ ବର୍ଷା ଜଳ। ସେପଟେ ଏହି ଝୁଲନ୍ତା ପୋଲରେ ଜୀବନ ସହ ସଂଘର୍ଷ କରି ପାର୍ ହେଉଛନ୍ତି ଜଣେ ବାସିନ୍ଦା। ହାତ ଗୋଡ ଖସିଲେ ରକ୍ଷା ନାହିଁ। ତଥାପି ଜୀବନକୁ ପାଣି ଛଡ଼ାଇ ବିପଜ୍ଜନକ ଭାବେ ପାର୍ ହେଉଛନ୍ତି ଜଣେ ବାସିନ୍ଦା। ଭାରତ, ଚୀନ ଓ ମିଆଁମାରକୁ ଲାଗି ରହିଛି ଏହି ଅଞ୍ଚଳ। ଗତ କିଛି ଦିନ ଧରି ସାରା ଉତ୍ତରପୂର୍ବାଞ୍ଚଳରେ ବର୍ଷା ଲାଗି ରହିବା ଯୋଗୁ ସୃଷ୍ଟି ହୋଇଛି ପ୍ରଳୟଙ୍କରୀ ଅବସ୍ଥା।

ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଝାମ୍ପିନେଲେ ୨ ଜଣ ଦୁର୍ବୃତ୍ତ 

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ପାଟଣାଗଡ଼ରେ କଳା ପଲସର ଆତଙ୍କ । ଦିବାଲୋକରେ ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଝାମ୍ପିନେଲେ ୨ ଜଣ ଦୁର୍ବୃତ୍ତ । ଲୁଟର ଶିକାର ବ୍ୟବସାୟୀ ପାଟଣାଗଡ଼ର ପର୍ଶୁରାମ ପଂସାରୀ । ଦୋକାନ ସାମ୍ନାରୁ ଗାଡ଼ି ଡିକିରୁ ଟଙ୍କା ବାହାର କରି ଦୋକାନକୁ ନେଉଥିବା ବେଳେ କଳା ପଲସରରେ ଆସି ଟଙ୍କା ବ୍ୟାଗ୍ ଝାମ୍ପି ନେଇ ଦୃତଗତିରେ ଫେରାର୍ ମାରିଛନ୍ତି ଲୁଟେରା । ପର୍ଶୁରାମଙ୍କର ରାମଜୀ ଛକରେ ମହାବୀର ଷ୍ଟୋର ରହିଛି । କୌଣସି କାମ ପାଇଁ ଷ୍ଟେଟ ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଉଠାଇ ଦୋକାନ ସାମ୍ନାରେ ଡିକିରୁ ବାହାର କରି ଦୋକାନକୁ ନେଉଥିଲେ  । ଏନେଇ ପାଟଣାଗଡ଼ ଥାନାରେ ଅଭିଯୋଗ ପରେ ପୋଲିସର ତନାଘନା ଆରମ୍ଭ କରିଛି ।ଲୁଟର ଫୁଟେଜ ସିସି କ୍ୟାମେରାରେ କଏଦ ହୋଇଛି  । ଲୁଟର EXCLUSIVE ସିସିଟିଭି ଫୁଟେଜ ନନ୍ଦିଘୋଷ ଟିଭି ହାତରେ ଲାଗିଛି ।

ବାପା ଚାହୁଁଥିଲେ ପୁଅ ହେଉ ଜର୍ଜୀ, ହେଲେ ହେଇଗଲେ ବଲିଉଡର ଜଣାଶୁଣା କଳାକାର..

ନନ୍ଦିଘୋଷ ବ୍ୟୁରୋ: ସବୁ ବାପା ମାଆମାନେ ପିଲାଙ୍କ ଭବିଷ୍ୟତକୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି । ହେଲେ ସମସ୍ତଙ୍କ ସ୍ବପ୍ନ ସତ ହୋଇନଥାଏ । ବେଳେବେଳେ ବାପା ମାଆ ପିଲାଙ୍କୁ ନେଇ ଦେଖିଥିବା ସ୍ବପ୍ନଠାରୁ ଅଧିକ କରି ଦେଖାଇଥାନ୍ତି ପିଲା । ଠିକ ଆଜି ଆମେ ଏମିତି ଜଣେ କଳାକାରଙ୍କ ସମ୍ପର୍କରେ ଜଣାଇବାକୁ ଯାହାଙ୍କ ବାପା ଭାବିଥିଲେ କି, ସେ ଜଣେ ଜର୍ଜୀ ହେବେ ମାତ୍ର ପୁଅ ବଲିଉଡର ଜଣେ ଆଗଧାଡ଼ିର କଳାକାର ହେଲେ । କେବେ କମେଡି ତ ପୁଣି କେବେ ଖଳନାୟକ । ଆଉ ଏବେ ତାଙ୍କ ଝିଅ ଦେଖାଉଛନ୍ତି ଜଲଓ୍ବା ।

ଆମେ କହୁଛୁ ବଲିଉଡର ଜଣାଶୁଣା କଳାକାର ଶକ୍ତି କପୁରଙ୍କ କଥା । ଯାହାଙ୍କ ବାପା ଭାବୁଥିଲେ କି, ପୁଅକୁ ଜର୍ଜି କରିବେ ବୋଲି । କିନ୍ତୁ ତାଙ୍କ ଭାଗ୍ୟରେ ଅଲଗା କିଛି ଲେଖା ରହିଥିଲା । ଯାହା ଆଜି ଆପଣମାନେ ପରଦାରେ ଦେଖୁଛନ୍ତି । ୭ ଶହରୁ ଅଧିକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମହଲରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିସାରିଛନ୍ତି ଶକ୍ତି କପୁର । ତାଙ୍କର ଖଳନାୟକ ଭୂମିକା ଦର୍ଶକଙ୍କୁ ଏମିତି ଆକୃଷ୍ଟ କରିଥିଲା କି, ଲୋକେ ତାଙ୍କ ଉପରେ ରାଗି ଯାଉଥିଲେ । ଆଉ କେମଡି କଥା ନକହିବା ଭଲ । ଏବେ ତାଙ୍କ ଝିଅ ଶ୍ରଦ୍ଧା କପୁରଙ୍କ ଅଭିନୟର ଯାଦୁ ସମସ୍ତଙ୍କୁ ବେଶ ପସନ୍ଦ ଆସିଛି । ଶ୍ରଦ୍ଧାଙ୍କ ଅନେକ ଗୁଡ଼ିଏ ହିଟ୍ ଫିଲ୍ମ ରହିଥିବାବେଳେ ତାଙ୍କ ବୋଲ୍ଡ ସିନ୍ ମଧ୍ୟ ଦର୍ଶକଙ୍କୁ ମତୁଆଲା କରୁଛି ।

ଇଣ୍ଡି ମେଣ୍ଟକୁ ଧକ୍କା : ଏକା ଲଢ଼ିବାକୁ କହିଲେ ଅରବିନ୍ଦ କେଜରିୱାଲ

ନନ୍ଦିଘୋଷ ବ୍ୟୁରୋ: ବିଧାନସଭା ନିର୍ବାଚନ ପର୍ବ ବେଳେ ଇଣ୍ଡି ମେଣ୍ଟକୁ ଧକ୍କା। ମେଣ୍ଟରେ ସାମିଲ ହେବାକୁ ମନାକଲା ଆପ୍। ଆସନ୍ତା ବିହାର, ଆସାମ ଓ ଗୁଜରାଟ ବିଧାନସଭା ନିର୍ବାଚନଗୁଡିକରେ ଆପ୍ ଏକାକୀ ଲଢିବ ବୋଲି କହିଛନ୍ତି ଦଳର ସୁପ୍ରିମୋ ଅରବିନ୍ଦ କେଜରିୱାଲ। କେଜରିୱାଲ କହିଛନ୍ତି- ଆପ୍ କୌଣସି ମେଣ୍ଟର ବର୍ତ୍ତମାନ ସହଯୋଗୀ ନାହିଁ। ଦଳର ନିଜ ନିକଟରେ ଶକ୍ତି ରହିଛି। ୨୦୨୪ ଲୋକସଭା ନିର୍ବାଚନ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ଲାଗି ଦଳର ସୁପ୍ରିମୋ ଖୋଲାଖୋଲି ଏହି ବିଷୟ ଉତଥାପନ କରିଛନ୍ତି। ସଂସଦରେ ଇଣ୍ଡି ମେଣ୍ଟର ସଦସ୍ୟ ଦଳଗୁଡିକ ପକ୍ଷରୁ ଏକାଠି ରଣନୀତି କରୁଥିବା ଦେଖାଯାଇଥିବାବେଳେ ଆପର ଏହି ନିଷ୍ପତ୍ତି ଆଶଙ୍କା ସୃଷ୍ଟି କରିଛି। କିଛି ଦିନ ଦଳେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଇଣ୍ଡି  ମେଣ୍ଟର ଭବିଷ୍ୟତ ନେଇ ସନ୍ଦେହ ବ୍ୟକ୍ତ କରିଥିଲେ।

ଆସିଲା ସାଂସଦ ପ୍ରିୟା- ରିଙ୍କୁଙ୍କ ବାହାଘର ତାରିଖ , ଜାଣନ୍ତୁ କାହାର ସମ୍ପତ୍ତି କେତେ ?

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ଉଦୀୟମାନ ତାରକା ରିଙ୍କୁ ସିଂ ସାଂସଦ ପ୍ରିୟା ସରୋଜାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଦୀର୍ଘଦିନ ଧରି ହେଉଥିବା ଚର୍ଚ୍ଚାର ଘଟିବାକୁ ଯାଉଛି ଅନ୍ତ । ଉଭୟ ନଭେମ୍ବର ମାସରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ପ୍ରିୟା ସରୋଜ ସମାଜବାଦୀ ପାର୍ଟିର ସାଂସଦ ହୋଇଥିବାବେଳେ ରିଙ୍କୁ ସିଂ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ସଦସ୍ୟ । ତେବେ ଉଭୟଙ୍କ ବିବାହ କେବେ ହେବ ବୋଲି ଚର୍ଚ୍ଚା ଲାଗି ରହିଥିଲା । ତେବେ ଆସନ୍ତା ୮ ତାରିଖରେ ସେମାନଙ୍କ ନିର୍ବନ୍ଧ ହେବାକୁ ଯାଉଥିବା ଖବର ଆସିଛି । ତେବେ ଏମାନଙ୍କ ମଧ୍ୟରୁ କାହା ପାଖରେ ରହିଛି ଅଧିକ ସମ୍ପତ୍ତି ।

eଭେମ୍ବର ୧୮ ତାରିଖରେ ସେମାନଙ୍କ ବିବାହ ହେବ ବୋଲି ଜଣା ପଡ଼ିଛି । ତେବେ ଉଭୟଙ୍କ ମଧ୍ୟରୁ ପ୍ରିୟା ଅଧିକ ଧନୀ । ତାଙ୍କ ବାପା ତିନିଥର ସାଂସଦ ରହିଥିବାବେଳେ ଚଳିତ ନିର୍ବାଚନରେ ପ୍ରିୟା ବିଜୟୀ ହୋଇଛନ୍ତି । ସେ ଦେଇଥିବା ନିର୍ବାଚନ ସମୟରେ ଦେଇଥିବା ତଥ୍ୟ ମୁତାବକ ତାଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତିର ମୂଲ୍ୟ ରହିଛି ୧୧.୨୫, ୭୧୯ ଟଙ୍କା । କେବଳ ୟୁନିୟନ ବ୍ୟାଙ୍କରେ ୧୦,୧୦, ୦୦୦ ଟଙ୍କାର ଜମା ରହିଛି । ଏହାସହ ତାଙ୍କ ପାଖରେ ୫ ଗ୍ରାମର ସୁନା ରହିଥିବା ମଧ୍ୟ କୁହାଯାଉଛି । ଯଦି ଆମେ ରିଙ୍କୁ ସିଂଙ୍କ ସମ୍ପତ୍ତି କଥା କହିବା ତାହେଲେ ଶେଷ ଖବର ସୁଦ୍ଧା ତାଙ୍କର ୭ରୁ ୮ କୋଟି ଟଙ୍କା ରହିଛି । ସେ ବିସିସିଆଇଠାରୁ ବାର୍ଷିକ ୬୦ରୁ ୭୦ ଲକ୍ଷ ଟଙ୍କାର ଦରମା ପାଆନ୍ତି । ଚଳିତ ବର୍ଷ କେକେଆର ତାଙ୍କୁ ୧୩ କୋଟି ଟଙ୍କାରେ ରିଟେନ୍ କରିଛି । ଆଲିଗଡ଼ରେ ତାଙ୍କର ୩ କୋଟି ଟଙ୍କାର ଏକ ଘର ମଧ୍ୟ ରହିଛି । ଯଦି ଦେଖିବା ତାହେଲେ ପ୍ରିୟାଙ୍କ ଅପେକ୍ଷା ରିଙ୍କୁ ସମ୍ପତ୍ତି ଅଧିକ ରହିଛି ।

ଏକଦିବସୀୟ କ୍ରିକେଟରୁ ଅବସର ଘୋଷଣା କଲେ ମ୍ୟାକ୍ସୱେଲ

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ଏକଦିବସୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଟି-୨୦ରେ ଖେଳିବା ଜାରି ରଖିବେ। କ୍ରିକେଟ୍ ଅଷ୍ଟ୍ରେଲିଆ ସୂଚନା ଦେଇଛି ଯେ ସେ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ପାଇଁ ଏକଦିବସୀୟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।

ମ୍ୟାକ୍ସୱେଲଙ୍କ ଏକଦିବସୀୟ କ୍ୟାରିୟର ୨୦୧୨ରେ ଆରମ୍ଭ ହୋଇଥିଲା। ୧୪୯ଟି ଏକଦିବସୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ପ୍ରତିନିଧିତ୍ୱ କରି, ଏହି କିମ୍ବଦନ୍ତୀ ଖେଳାଳି ୫.୪୬ ଇକୋନୋମି ହାରରେ ବୋଲିଂ କରିବା ସମୟରେ ମୋଟ ୩୯୯୦ ରନ କରିଥିଲେ ଏବଂ ୭୭ ୱିକେଟ୍ ନେଇଥିଲେ। ସେ ୨୦୧୫ ଏବଂ ୨୦୨୩ ବିଶ୍ୱକପ୍ ବିଜେତା ଦଳରେ ମଧ୍ୟ ଥିଲେ। ମ୍ୟାକ୍ସୱେଲ ଏହି ଫର୍ମାଟରେ ଚାରିଟି ଶତକ ଏବଂ ୨୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

୩୬ ବର୍ଷୀୟ ଖେଳାଳି ୨୦୨୩ ବିଶ୍ୱକପ୍ ସମୟରେ ଆଫଗାନିସ୍ତାନ ବିପକ୍ଷରେ ୨୦୧ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହା ଏହି ଫର୍ମାଟରେ ତାଙ୍କ କ୍ୟାରିୟରର ସର୍ବୋତ୍ତମ ଇନିଂସ ମଧ୍ୟରୁ ଗୋଟିଏ ଥିଲା। ବୋଲିଂରେ ମଧ୍ୟ ସେ ବିପକ୍ଷ ବ୍ୟାଟସମ୍ୟାନଙ୍କ ପାଇଁ ସମସ୍ୟା ପାଲଟିଛନ୍ତି। ସେ ଚାରିଥର ଗୋଟିଏ ଇନିଂସରେ ଚାରିଟି ୱିକେଟ ନେଇଥିଲେ। ଫିଲ୍ଡିଂରେ ମଧ୍ୟ ତାଙ୍କର କେହି ସମକକ୍ଷ ନଥିଲେ। ଏହି ଫର୍ମାଟରେ ତାଙ୍କ ନାମରେ ୯୧ଟି କ୍ୟାଚ୍ ଅଛି।

ସିକିମରେ ବର୍ଷା ଓ ଭୂସ୍ଖଳନ, ୩ ମୃତ, ୯ ଯବାନ ନିଖୋଜ

ନନ୍ଦିଘୋଷ ବ୍ୟୁରୋ: ସିକିମରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ହାହାକାର ସ୍ଥିତି। ସିକିମ ଆର୍ମି କ୍ୟାମ୍ପରେ ଭୂସ୍ଖଳନ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ଘଟିଛି। ୯ ଯବାନ ଏବେ ବି ନିଖୋଜ ଅଛନ୍ତି। ଉଦ୍ଧାର ପାଇଁ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି। ଉତ୍ତର ସିକିମରେ ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏହି ଭୂସ୍ଖଳନ ହୋଇଥିଲା। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ। ସେପଟେ ଅବିଶ୍ରାନ୍ତ ବର୍ଷା, ଭୂସ୍ଖଳନ ଓ  ଖରାପ ପାଗ ଯୋଗୁଁ ବିଭିନ୍ନ ସ୍ଥାନରେ ପ୍ରାୟ ୧୫ଶହରୁ ଅଧିକ ପର୍ଯ୍ୟଟକ ଫସି ରହିଛନ୍ତି। ଲାଚେନ ଓ ଲାଚୁଙ୍ଗ ଅଞ୍ଚଳରେ ଫସିରହିଛନ୍ତି ଏହି ପର୍ଯ୍ୟଟକ। ଭୂସ୍ଖଳନ ଯୋଗୁଁ ଉଭୟ ପଟରୁ ରାସ୍ତା ବନ୍ଦ ହୋଇଯାଇଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।.. ସେପଟେ ଅରୁଣାଚଳ ପ୍ରଦେଶରୁ ୧୪ ଯୁବକଙ୍କୁ ଉଦ୍ଧାର କରିଛନ୍ତି ଭାରତୀୟ ବାୟୁସେନାର ଯବାନ।  ହେଲିକପ୍ଟର ଯୋଗେ ସମସ୍ତ ଯୁବକଙ୍କୁ ଉଦ୍ଧାର କରାଯାଇଛି। ବୋମଜିର ନଦୀର ଜଳସ୍ତର ବଢିଥିବାବଳେ ଫସି ଯାଇଥିଲେ ୧୪ ଜଣ। ସେମାନଙ୍କୁ ବାୟୁସେନାର ହେଲିକପ୍ଟରରେ ଉଦ୍ଧାର କରାଯାଇଥିବା ଗୌହାଟି ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ଛତିଶଗଡ଼ ସୁକମାରେ ୧୬ ମାଓବାଦୀଙ୍କ ଆତ୍ମସମର୍ପଣ

ସୁକମା: ଛତିଶଗଡ଼ ସୁକମାରେ ୧୬ ମାଓବାଦୀଙ୍କ ଆତ୍ମସମର୍ପଣ। ପିଏଲଜିଏ ବାଟାଲିୟନର ୨ ଜଣ ହାର୍ଡକୋର ମାଓବାଦୀ ସମେତ ୧୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ଓ ପୁରୁଷ ମାଓବାଦୀଙ୍କ ନାଁରେ ୮ ଲକ୍ଷ ଲେଖାଏଁ ଟଙ୍କା ପୁରସ୍କାର ଥିଲା। ସେହିପରି ୬  ମାଓବାଦୀ  ନାଁରେ ମୋଟ ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ଥିଲା।  ସମସ୍ତ

ଙ୍କୁ ସରକାରୀ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଆତ୍ମସମର୍ପଣ ଯୋଜନାରେ ପ୍ରଭାବିତ ଏମାନେ ଆତ୍ମସମର୍ପଣ କରିଛନ୍ତି। ଏସ୍ପି କିରଣ ଚୌହାନ, ଅତିରିକ୍ତ ଏସ୍ପି ଉମେଶ ଗୁପ୍ତା ଏବଂ ସିଆରପିଏଫ ଏବଂ ପୋଲିସ ଅଧିକାରୀଙ୍କ ଆଗରେ ମାଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି।