ନନ୍ଦିଘୋଷ ବ୍ୟୁରୋ : ରାଉରକେଲା ସହରରେ ପୁଣି ଲଜ୍ଜା ଜନକ ଘଟଣା । ଜଣେ ୯ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ ହୋଇଛି । ପଡ଼େଶୀ ୨୬ ବର୍ଷୀୟ ଯୁବକ ଗତ ରାତିରେ ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।ଅଭିଯୁକ୍ତ ଯୁବକ ଛାତରୁ ଡେଇଁ ପଳାଉଥିବା ସମୟରେ ଆହତ ହୋଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲା । ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ପାକିସ୍ତାନର ଭୟଙ୍କର ଅବସ୍ଥା : ୟୁକ୍ରେନକୁ ବିକ୍ରି କରିଦେଲା ଅସ୍ତ୍ରଶସ୍ତ୍ର, ଏବେ ନିଜ ଗୋଦାମ ଖାଲି
ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛି । ଭାରତ ପକ୍ଷରୁ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନକୁ ହାଇ ଆଲର୍ଟ ଜାରି କରାଯାଇଛି । ଏହାରି ମଧ୍ୟରେ କୁହାଯାଉଛି କି ଭାରତ ସହିତ ଯୁଦ୍ଧ ହେଲେ, ପାକିସ୍ତାନ କେବଳ ୪ ଦିନ ହିଁ ତିଷ୍ଠି ପାରିବ ।
ରିପୋର୍ଟ ଅନୁଯାୟୀ, ପାକିସ୍ତାନ ତାର ଅସ୍ତ୍ର ଭଣ୍ଡାରରୁ ବହୁ ପରିମାଣର ଗୋଳାବାରୁଦ ତଥା ଅସ୍ତ୍ରଶସ୍ତ୍ର ୟୁକ୍ରେନକୁ ବିକ୍ରି କରିଦେଇଛି । ଯାହା ଫଳରେ ପାକିସ୍ତାନ ପାଖରେ ଯୁଦ୍ଧ ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ନାହିଁ । କେବଳ ୪ ଦିନ ଯୁଦ୍ଧ ପାଇଁ ପାକିସ୍ତାନ ପାଖରେ ଅସ୍ତ୍ରଶସ୍ତ୍ର ଅଛି । ପ୍ରତିରକ୍ଷା ବିଶେଷଜ୍ଞ ମାନେ କହିଛନ୍ତି ଯେ, ୟୁକ୍ରେନକୁ ପ୍ରଚୁର ପରିମାଣରେ ଅସ୍ତ୍ରଶସ୍ତ୍ର ବିକ୍ରି କରିବା ଏବଂ ପାକିସ୍ତାନ ଆର୍ଡନାନ୍ସ ଫ୍ୟାକ୍ଟ୍ରି ବା POAFର ଦୁର୍ବଳ ଉତ୍ପାଦନ କ୍ଷମତା ଯୋଗୁଁ ପାକିସ୍ତାନର ଏପରି ପରିସ୍ଥିତି ସୃଷ୍ଟି ହୋଇଛି । କାରଣ ପାକିସ୍ତାନର ସାମରିକ ଅସ୍ତ୍ରଶସ୍ତ୍ର କହିଲେ ତୋପ ଓ ସଶସ୍ତ୍ର ଯାନ ଉପରେ ନିର୍ଭର କରେ । ଏନେଇ ମେ ୨ରେ ଅନୁଷ୍ଠିତ ସ୍ୱତନ୍ତ୍ର କମାଣ୍ଡର ସମ୍ମିଳନୀରେ ଏହି ପ୍ରସଙ୍ଗକୁ ପ୍ରମୁଖ ଭାବେ ଉଠାଯାଇଥିଲା ।
ତେବେ ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ଜେନାରାଲ କମର ଜାଭେଦ ବାଜଓ୍ୱା ସେନା ସାମ୍ନାରେ ଥିବା ଚ୍ୟାଲେଞ୍ଜ ଗୁଡିକୁ ସ୍ୱୀକାର କରିବା ସହିତ ପାକିସ୍ତାନ ପାଖରେ ଦୀର୍ଘକାଳୀନ ଯୁଦ୍ଧ ପରିସ୍ଥିତି ପାଇଁ ଗୋଳାବାରୁଦ ଏବଂ ଆର୍ଥିକ ଶକ୍ତିର ଅଭାବ ଅଛି ବୋଲି କହିଛନ୍ତି । ତେଣୁ ପାକିସ୍ତାନ ପାଖରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଏହାର ଦୁର୍ବଳ ଅର୍ଥନୀତି । ପରିସ୍ଥିତି ଏପରି ହୋଇଛି ଯେ, ଇନ୍ଧନ ଅଭାବ ଯୋଗୁଁ ପାକିସ୍ତାନୀ ସେନାକୁ ରାସନ ହ୍ରାସ କରିବାକୁ ପଡୁଛି , ଏପରିକି ସାମରିକ ଅଭ୍ୟାସ ମଧ୍ୟ ସ୍ଥଗିତ ରଖିବାକୁ ବାଧ୍ୟ କରାଯାଇଛି ।
ପହଲଗାଓଁ ଆକ୍ରମଣ ଘଟଣା : ନଦୀକୁ ଡେଇଁ ଆତଙ୍କବାଦୀଙ୍କ ସହଯୋଗୀ ମୃତ
ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆକ୍ରମଣ ଘଟଣା। ସୁରକ୍ଷାକର୍ମୀଙ୍କ କବଳଳରୁ ବର୍ତ୍ତିବାକୁ ଯାଇ ନଦୀକୁ ଡେଇଁ ପଡିଲେ ଆତଙ୍କବାଦୀଙ୍କ ସହଯୋଗୀ। ଜାମ୍ମୁ କାଶ୍ମୀର କୁଲଗାମରେ ଜଣେ ଯୁବକଙ୍କ ମୃତଦେହ ମିଳିଛି। କୁଲଗାମ ଜିଲ୍ଲାର ଆହରବଲ ଅଞ୍ଚଳର ଆଡବଲ ଡ୍ରେନ୍ରୁ ଇମତିଆଜ ଅହମଦ ମାଗ୍ରେଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାଗ୍ରେଙ୍କ ମୃତଦେହ ଉଦ୍ଧାର ହେବାର କିଛି ଘଣ୍ଟା ପରେ ଡ୍ରୋନ୍ ଫୁଟେଜ୍ ସାମ୍ନାକୁ ଆସିଥିଲା। ଯେଉଁଥିରେ ଜଣେ ଯୁବକ ଆଡବାଲ୍ ଡ୍ରେନ୍କୁ ଡେଇଁ ଭାସି ଯାଉଥିବାର ଦେଖାଯାଇଥିଲା। ଇମତିଆଜ ଅହମଦ ମାଗ୍ରେ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରୁଥିବା ପୋଲିସ କହିଛି।
ସୁରକ୍ଷା ବାହିନୀକୁ ଜଙ୍ଗଲ ଅଞ୍ଚଳର ଏକ ଗୁପ୍ତସ୍ଥାନକୁ ନିଆଯାଉଥିବା କଥା ସ୍ୱୀକାର କରିଛି ପୋଲିସ। ଏହି ସମୟରେ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ଆତଙ୍କୀ ସହଯୋଗୀକୁ ନେଇ ପଚରାଉଚରା ବେଳେ ଯୁବକ ଜଣକ ଫେରାର ହେବାକୁ ଉଦ୍ୟମ କରି ନଦୀକୁ ଡେଇ ପଡିଥିଲେ। ସେପଟେ ଯୁବକଙ୍କ ମୃତ୍ୟୁ ନେଇ ପିଡିପି ଗୁରୁତର ଅଭିଯୋଗ ଆଣିଛି। ହାଜତ ମୃତ୍ୟୁ ଅଭିଯୋଗ କରିଛି ଦଳ। ଘଟଣାର ନ୍ୟାୟିକ ତଦନ୍ତ ହେଲେ ସତ୍ୟାସତ୍ୟ ବାହାରକୁ ଆସିବ ବୋଲି ଦାବି କରିଛ୍ତି। ସୁରକ୍ଷାକର୍ମୀ ଦୁଇ ଦିନ ପୂର୍ବରୁ ଇମତିଆଜ୍ ମାଗ୍ରେଙ୍କୁ ପଚରାଉଚରା ପାଇଁ ଅଟକ ରଖିଥିବା କହିଛନ୍ତି ସ୍ଥାନୀୟ ଲୋକେ। ମୃତଦେହ ରହସ୍ୟମୟ ଭାବରେ ଡ୍ରେନକୁ ମିଳିଥିଲା।
ରଣନୀତି ପ୍ରସ୍ତୁତ କରୁଛି ପାକିସ୍ତାନ; ଆଜି ବସିବ ପାକିସ୍ତାନ ସଂସଦର ଜରୁରୀ ଅଧିବେଶନ
ନନ୍ଦିଘୋଷ ବ୍ୟୁରୋ : ଭାରତ ସହ ଉତ୍ତେଜନା ମଧ୍ୟରେ ରଣନୀତି ପ୍ରସ୍ତୁତ କରୁଛି ପାକିସ୍ତାନ। ଆଜି ବସିବ ପାକିସ୍ତାନ ସଂସଦର ଜରୁରୀ ଅଧିବେଶନ। ନ୍ୟାସନାଲ ଆସେମ୍ବ୍ଲିରେ ଏହି ବୈଠକ ଅପରାହ୍ଣ ୫ ଟାରେ ବସିବ । ବୈଠକ ଡାକିଛନ୍ତି ରାଷ୍ଟ୍ରପତି ଅସିଫ ଅଲ୍ଲୀ ଜର୍ଦ୍ଦାରୀ । ଏହି ବୈଠକରେ ଭାରତ-ପାକିସ୍ତାନ ଉତ୍ତେଜନା ନେଇ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ସମ୍ବିଧାନର ଧାରା ୫୪ ଅନୁସାରେ ଏହି ବୈଠକ ଆହୂତ କରାଯାଇଛି । ବୈଠକରେ ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ବିଶେଷ ଆଲୋଚନା ହେବାର ସମ୍ଭାବନା ରହିଛି । ସିନ୍ଧୁ ଜଳ ଚୁକ୍ତି ବାତିଲ ହେବା ପରେ ପାକିସ୍ତାନ ରାଜନୀତିରେ ଝଡ ସୃଷ୍ଟି ହୋଇଛି । ଭାରତ ବିରୋଧରେ ବହୁ ମନ୍ତ୍ରୀ ସ୍ବର ଉତ୍ତୋଳନ କରୁଛନ୍ତି । ବୈଠକରେ ଭାରତ ବିରୋଧରେ ପ୍ରସ୍ତାବ ଗୃହୀତ ହେବାର ସମ୍ଭାବନା ରହିଛି । ସିନ୍ଧୁ ଜଳ ଅଟକାଗଲେ ବନ୍ଧ ଭାଙ୍ଗିଦିଆଯିବ ବୋଲି କହିଥିଲେ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ । ସେହିପରି ସିନ୍ଧୁ ନଦୀ ଜଳ ବନ୍ଦ ହେଲେ ନଦୀରେ ରକ୍ତ ବହିବ ବୋଲି କହିଥିଲେ ପିପିପି ନେତା ବିଲାଓ୍ବଲ ଭୁଟ୍ଟୋ ।

