spot_img
Home Blog Page 822

ଲେଖାଶ୍ରୀଙ୍କୁ ନେଇ ଅରୁଚିକର ମନ୍ତବ୍ୟ, ନିଜ ଦଳରୁ ବି ସନ୍ତୋଷଙ୍କୁ ନିନ୍ଦା

ନନ୍ଦିଘୋଷ ବ୍ୟୁରୋ: ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆ । ମହିଳା ଥାନାରେ ମାମଲା ରୁଜୁ ହେବା ସହ ଖୋଦ ଶାସକ ଦଳର ବିଧାୟକ ସନ୍ତୋଷଙ୍କ ବୟାନକୁ ନିନ୍ଦା କରିଛନ୍ତି । ଚାରିଆଡ଼ୁ ସନ୍ତୋଷଙ୍କୁ କରାଯାଉଛି ସମାଲୋଚନା ।

ମହଙ୍ଗା ପଡିବ ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ମହିଳା ନେତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ । ବିଜେଡି ନେତ୍ରୀ ତଥା ବରିଷ୍ଠ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ଅଭିଯୋଗ ପରେ ସନ୍ତୋଷ ଖଟୁଆଙ୍କ ନାମରେ ମାମଲା ରୁଜୁ କରିଛି ଭୁବନେଶ୍ୱର ମହିଳା ଥାନା । ସନ୍ତୋଷଙ୍କ ନାମରେ ଯେଉଁ ମାମଲା ରୁଜୁ ହୋଇଛି ସେଥିରେ ସାଂଘାତିକ ଦଫା ଲଗାଯାଇଛି । ବିଏନଏସରେ ମାମଲା ରୁଜୁ ହୋଇଥିବା ବେଳେ ୭୫(୨)- ଯୌନ ନିର୍ଯାତନା, ୭୯-ଅଶାଳୀନ ମନ୍ତବ୍ୟ ରଖିବା, ୨୯୬- ସାଧାରଣରେ ଗାଳି ଗୁଲଜ କରିବା, ୩୫୬- ମାନହାନୀ କରିବା ଭଳି ଦଫା ଲାଗିଛି । ଲେଖାଶ୍ରୀ ସନ୍ତୋଷଙ୍କ ନାଁରେ ଗତକାଲି ଏତଲା ଦେଇଥିଲେ ।  ଆଜି ସେ ଥାନାରୁ ଏତଲା କପି ଗ୍ରହଣ କରିଛନ୍ତି । ତେବେ ବିଜେପି ବିଧାୟକଙ୍କ ବୟାନ ପରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଲେଖାଶ୍ରୀ। ଅସୁରକ୍ଷିତ ହୋଇପଡ଼ିଥିବାରୁ ସରକାରଙ୍କୁ ସୁରକ୍ଷା ମାଗିଛନ୍ତି । ଲେଖାଶ୍ରୀ କହିଛନ୍ତି, ନୀଳଗିରି ବିଧାୟକ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ତାଙ୍କ ଦଳର ଶୀର୍ଷ ନେତୃତ୍ଵଙ୍କୁ ଅଗବତ କରିଛନ୍ତି । ଜଣେ ମହିଳା ଭାବେ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ ଆଶା କରିଛନ୍ତି । ସମ୍ବିଧାନ ଉପରେ ଭରସା ଅଛି ।

ସେପଟେ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବୟାନଙ୍କୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ବର୍ଷିଛନ୍ତି । କହିଛନ୍ତି, ବିଧାୟକମାନେ ସଂସ୍କାର ଶିଖିବା ଦରକାର । ଲେଖାଶ୍ରୀ ସାମନ୍ତସିଂହାର ଜଣେ ଉଚ୍ଚଶିକ୍ଷିତ ମହିଳା ନେତ୍ରୀ । ତାଙ୍କ ପ୍ରତି ଏପରି କହିବା ଠିକ୍ ନୁହେଁ । ରାଜନୀତିରେ ଏହା ଗ୍ରହଣୀୟ ନୁହେଁ ।

ସନ୍ତୋଷଙ୍କ ବିବାଦୀୟ ବୟାନକୁ ନେଇ ଖୋଦ ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦା ଦାସ ନିନ୍ଦା କରିଛନ୍ତି । ବିଧାୟକଙ୍କ ଭାଷାରେ ଶାଳୀନତା ରହିବା ଦରକାର । ମା, ଭଉଣୀ ସମସ୍ତଙ୍କର । ତେଣୁ ସମସ୍ତେ ନାରୀଙ୍କୁ ସମ୍ମାନ ଦେବା କଥା ବୋଲି ସେ ପରାମର୍ଶ ଦେଇଛନ୍ତି । ସେହିପରି ସ୍ବାଧୀନ ବିଧାୟକ ସାରଦା ପ୍ରଧାନ ମଧ୍ୟ ନୀଳଗିରି ବିଧାୟକଙ୍କୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, ସବୁ ମଣିଷର ଶାଳୀନତା ରହିବା ଦରକାର । ଆଗ ଆମେ ମଣିଷ, ତା’ପରେ ବିଧାୟକ । ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ଭାଷାରେ ସଂଯମତା ରହିବା ଦରକାର ।

ବିଜେପି ସରକାର ଗଠନ କରିବା ଦିନଠୁ ମହିଳା ଉପରେ ନିର୍ଯାତନା ବଢ଼ିବଢ଼ି ଚାଲିଥିବା ବେଳେ ବିଜେପି ବିଧାୟକଙ୍କ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦଳର ମହିଳାଙ୍କ ପ୍ରତି ଆଭିମୁଖ୍ୟ କଣ ତାହା ଜଣା ପଡ଼ୁଛି ବୋଲି ବିରୋଧୀ ବିଜେଡି ଓ କଂଗ୍ରେସ କହିଛନ୍ତି ।

ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଶୁବମନଙ୍କ ଶତକ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତୀୟ କ୍ରିକେଟ ଟଇମ୍ ଅଧିନାୟକ ଶୁବମନ ଗିଲଙ୍କ ଦମଦାର ପ୍ରଦର୍ଶନ । ଦ୍ବିତୀୟ ଇଂନିସରେ ମାରିଲେ ଶତକ । ପ୍ରଥମ ଇଂନିସରେ ଦ୍ବିଶତକ ମାରିଥିବା ବେଳେ ଦ୍ବିତୀୟ ଇଂନିସରେ ବି ଶତକ । ଏହାସହ ଭାଙ୍ଗିଲେ ସୁନୀଳ ଗାଭାସ୍କରଙ୍କ ରେକର୍ଡ ।

ସୂଚନାଯୋଗ୍ୟ, ଭାରତୀୟ ଭାବେ ଗାଭାସ୍କରଙ୍କ ପରେ ଏହି କୃତିତ୍ବ ହାସଲ କରିବାରେ ସେ ହେଉଛନ୍ତି ଦ୍ବିତୀୟ । ଅଧିନାୟକ ଭାବେ ଏହି କୃତିତ୍ବ ହାସଲ କରିବାରେ ପ୍ରଥମ ଭାରତୀୟ । ଏହାସହ ବିଶ୍ବରେ ନବମ କ୍ରିକେଟର ଭାବେ ସେ ଏହି ସଫଳତା ପାଇଛନ୍ତି ।

ଇଂଲଣ୍ଡ-ଇଣ୍ଡିଆ ଟେଷ୍ଟ ସିରିଜର ଦ୍ଵିତୀୟ ମ୍ୟାଚ ବର୍ମିଂହମର ପ୍ରଥମ ଇନିଂସରେ ଶୁବମନ ଗିଲ କରିଥିଲେ ୨୬୯ ରନ । ଏହି ମ୍ୟାଚରେ ଦ୍ଵିତୀୟ ଇନିଂସରେ ସେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ଆଜି ମ୍ୟାଚର ଚତୁର୍ଥ ଦିନ ହୋଇଥିବା ବେଳେ ଚା’ ପାନ ବିରତି ସୁଦ୍ଧା ଭାରତ ୪ ୱିକେଟ ହରାଇ କରିଛି ୩୦୪ ରନ୍ । ପନ୍ତ ୬୫ ରନ୍ କରିଛନ୍ତି । ଚା ପାନ ବିରତି ସୁଦ୍ଧା ଭାରତ ମୋଟ ୪୮୪ ରନ୍ ଲିଡ୍ କରିଛି । ଭାରତ ପ୍ରଥମ ଇନିଂସରେ ୫୮୭ ରନ କରିଥିବା ବେଳେ ଇଂଲଣ୍ଡ ପ୍ରଥମ ଇନିଂସରେ କରିଥିଲା ୪୦୭ ରନ ।

ଜିନ୍ ପିଙ୍ଗ ନିଖୋଜ ! ଚୀନରେ ଅନ୍ତିମ ନିଶ୍ବାସ ନେଉଛି କି ସି’ଙ୍କ ଶାସନ ?

ନନ୍ଦିଘୋଷ ବ୍ୟୁରୋ: ଚୀନ ରାଷ୍ଟ୍ରପତି କେଉଁଠି ଅଛନ୍ତି ? କିଛି ଦିନ ହେବ ନା ତାଙ୍କର କୌଣସି ବୟାନ ଆସିଛି, ନା କୌଣସି ଫଟୋ, ନା କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ରାଷ୍ଟ୍ରପତି ଚୌକିରେ ବସିବା ପରଠାରୁ ଏମିତି କେବେ ଦେଖିବାକୁ ମିଳି ନଥିଲା । ଏମିତି ସ୍ଥିତିରେ ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କ ଶାସନର ଅନ୍ତ ଘଟିବାକୁ ଯାଉଥିବା ଚର୍ଚ୍ଚା ହେବାରେ ଲାଗିଛି ।

ଆସନ୍ତାକାଲି ବ୍ରାଜିଲରେ ବିକ୍ସି ସମ୍ମିଳନୀ ହେବାକୁ ଯାଉଛି । ଏଥିରେ ବ୍ରାଜିଲ, ଋଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରମୁଖ୍ୟ ଏକାଠି ହେବାକୁ ଯାଉଛନ୍ତି । ହେଲେ ଏହି ସମ୍ମିଳନୀରେ ଜିନ୍ ପିଙ୍ଗ ସାମିଲ ହେବେ ନାହିଁ । ଆଉ ଏହାକୁ ନେଇ ଅଟକଳ ବଢ଼ି ଯାଇଛି । କାରଣ, କ୍ଷମତାକୁ ଆସିବା ପରଠାରୁ ଜିନ୍ ପିଙ୍ଗଙ୍କୁ ବ୍ରିକ୍ସର ପ୍ରତି ବୈଠକରେ ଦେଖିବାକୁ ମିଳୁଥିଲା । ଏବେ ତାଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ଲି କ୍ୟୋଙ୍ଗ ଏବଂ ଉପ ପ୍ରଧାନମନ୍ତ୍ରୀ ଲେଫିଙ୍ଗ ବୈଠକରେ ସାମିଲ ହେବେ ।

ମିଡିଆ ରିପୋର୍ଟ ଅନୁସାରେ, କିଛି ସପ୍ତାହ ହେବ ଜିନ୍ ପିଙ୍ଗ ସାର୍ବଜନୀନ ଭାବେ ନଜରକୁ ଆସୁନାହାନ୍ତି । ନା ତାଙ୍କର କିଛି ବୟାନ ଆସୁଛି ନା କୌଣସି ଫଟୋ । ନା କୌଣସି କାର୍ଯ୍ୟକ୍ରମରେ ସେ ସାମିଲ ହେଉଛନ୍ତି । ଏପରିକି ଚୀନର ସରକାରୀ ଖବରକାଗଜ ପିପୁଲ୍ସ ଡେଲିରୁ ତାଙ୍କ ନାଁ ଗାଏବ ହୋଇଯାଇଛି । ଜିନ୍ ପିଙ୍ଗଙ୍କ ଅନୁପସ୍ଥିତିରେ ଏବେ ବିଶ୍ବବାସୀଙ୍କ ମନରେ ଏକାଧିକ ପ୍ରଶ୍ନ ଉଠିବାରେ ଲାଗିଛି । ଏମିତି ସ୍ଥିତିରେ ଜିନ୍ ପିଙ୍ଗଙ୍କ ଗାଦି ବିପଦରେ ଥିବା ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

ଜିନ୍ ପିଙ୍ଗଙ୍କ ଶାସନର ଅନ୍ତ ନା ବେମାରୀ ?

କିଛି ରିପୋର୍ଟ ଅନୁସାରେ ଜିନ୍ ପିଙ୍ଗ ଗମ୍ଭୀର ବେମାରୀରେ ଆକ୍ରାନ୍ତ ହୋଇଛନ୍ତି । ଏଥିପାଇଁ ସେ ପଦାକୁ ଆସୁନାହାନ୍ତି । ଅନ୍ୟପଟେ କିଛି ବିଦେଶୀ ଗଣମାଧ୍ୟମ ରିପୋର୍ଟ କହୁଛି, ନିଜ ଦଳ ଭିତରେ ଜିନ୍ ପିଙ୍ଗଙ୍କୁ ନେଇ ବିରୋଧ ବଢ଼ିବାରେ ଲାଗିଛି । ଏଥିପାଇଁ ଜାଣିଣୁଣି ଜିନ ପିଙ୍ଗଙ୍କୁ ଅଲଗା କରାଯାଉଛି । ଏପରିକି ବେଞ୍ଜିଂର ଗ୍ରେଟ୍ ହଲରେ ଜିନ୍ ପିଙ୍ଗଙ୍କ ବଦଳରେ ଅନ୍ୟ ନେତା ବିଦେଶୀ ନେତାଙ୍କୁ ସାକ୍ଷାତ କରିବା ଆରମ୍ଭ କରି ଦେଇଛନ୍ତି ।

ସି’ଙ୍କ ନିୟନ୍ତ୍ରଣରେ ନାହିଁ ପିଏଲଏ

ଜୁଲାଇ ୪ ତାରିଖରେ ଚୀନରେ ଏକ ବଡ଼ ଘଟଣା ଘଟିଥିଲା । ଉକ୍ତଦିନ ଚୀନ ସରକାର ତିନି ଜଣ ବରିଷ୍ଠ ସେନା ଅଧିକାରୀଙ୍କୁ ହଠାତ ବହିଷ୍କାର କରି ଦେଇଥିଲେ । ଜେନେରାଲ ମିୟାଓ ହୁଆ, ନୌସେନା ପ୍ରମୁଖ ଲି ହାନଜୁନ ଏବଂ ବରିଷ୍ଠ ପରମାଣୁ ବିଜ୍ଞାନୀ ଲିୟୁ ଶିପେଙ୍ଗଙ୍କୁ ବହିଷ୍କାର କରାଯାଇଛି । ଦୁର୍ନୀତି ପାଇଁ ଏମାନଙ୍କୁ ବହିଷ୍କାର କରାଯାଇଥିବା ସରକାରୀ ସ୍ତରରେ କୁହାଯାଇଛି । ହେଲେ ମିଡିଆ ରିପୋର୍ଟ ଅନୁସାରେ, ପିଏଲଏ ଭିତରେ ବଢୁଥିବା ଅସନ୍ତୋଷକୁ ଦମନ କରିବାକୁ ଏମିତି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ପ୍ରକୃତ କ୍ଷମତା ଏ ବ୍ୟକ୍ତି ପାଖରେ ?

କିଛି ମିଡିଆ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ବର୍ତ୍ତମାନ ପ୍ରକୃତ କ୍ଷମତା ଚୀନ ସେନାର ଊପାଧ୍ୟକ୍ଷ ଜେନେରାଲ ଝାଙ୍ଗ ୟୁଶିୟାଙ୍କ ପାଖରେ ରହିଛି । ଆଉ ହୁ ଜିନ୍ତାଓଙ୍କ ପ୍ରତି ତାଙ୍କର ବିଶ୍ବସ୍ତତା ରହିଛି । ହୁ ହେଉଛନ୍ତି ସେହି ପୂର୍ବ ରାଷ୍ଟ୍ରପତି ଯାହାଙ୍କୁ ଜିନ୍ ପିଙ୍ଗଙ୍କ ଆଦେଶରେ ୨୦୨୨ରେ ପାର୍ଟି କଂଗ୍ରେସ ସମୟରେ ସାର୍ବଜନୀନ ଭାବେ ହଲରୁ ଧକ୍କା ମାରି ବାହାର କରି ଦିଆଯାଇଥିଲା ।

ସେନା ଉପରୁ ନିୟନ୍ତ୍ରଣ ହରାଉଛନ୍ତି ଜିନ୍ ପିଙ୍ଗ

ଦିନେ ଚୀନ ସେନା ପିଏଲଏକୁ ସି ଜିନ୍ ପିଙ୍ଗଙ୍କ ଶକ୍ତି ବୋଲି କୁହାଯାଉଥିଲା । ହେଲେ, ଆଜି ଜିନ୍ ପିଙ୍ଗ ସେହି ସେନା ପାଖରୁ ଅଧିକ ଆହ୍ବାନର ସମ୍ମୁଖୀନ ହେଉଛନ୍ତି । ଏହାସହ ଜିନ୍ ପିଙ୍ଗଙ୍କ ପ୍ରଭାବ ଦଳ ମଧ୍ୟରେ କମ ହେବାରେ ଲାଗିଛି । ଯେଉଁ ଅଫିସରମାନଙ୍କୁ ପୂର୍ବରୁ ବାହାରର ରାସ୍ତା ଦେଖା ଯାଇଥିଲା, ସେମାନେ ଧିରେ ଧିରେ ପୁଣି ଫେରିବା ଆରମ୍ଭ ହୋଇଯାଇଛି ।

ଆରମ୍ଭ ହେଲା ରଥଟଣା: ବାହୁଡୁଛନ୍ତି ତିନି ଠାକୁର

ନନ୍ଦିଘୋଷ ବ୍ୟୁରୋ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଆଜି ବାହୁଡ଼ା ଉତ୍ସବ । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଫେରୁଛନ୍ତି ତିନି ଠାକୁର । ବାଟରେ ଅଟକି ମାଉସୀ ମାଆ ଆଦରରେ ପରସି ଦେଇଥିବା ପୋଡ଼ ପିଠା ଖାଇ ପୁଣି ଆଗକୁ ବଢ଼ିଛନ୍ତି ।

ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ଧାଡି ପହଣ୍ଡିରେ ପ୍ରଥମେ ରଥକୁ ଆସିଥିଲେ ଚକ୍ରରାଜ ସୁଦର୍ଶନ । ଏହାପରେ ବଡ଼ ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରା ପହଣ୍ଡିରେ ଆସି ତାଳଧ୍ବଜ ଏବଂ ଦର୍ପଦଳନ ରଥରେ ବିରାଜମାନ ହୋଇଥିଲେ ।

ଏହାପରେ ଟାହିଆ ହଲାଇ ହଲାଇ ଗୁଣ୍ଡିଚା ଘରୁ ବାହାରି ଥିଲେ ବିଶ୍ବ ନିଅନ୍ତ, ଜଗତନାଥ ଜଗନ୍ନାଥ । ସେବାୟତଙ୍କ ମେଳରେ ହଲି ହଲି ନନ୍ଦିଘୋଷ ଆଡକୁ ଅଗ୍ରସର ହୋଇଥିଲେ । ବେଳେ ବେଳେ ଅଟକି ଯାଇ ଭକ୍ତଙ୍କ ଆଡକୁ ଅନାଇ ଦେଉଥିଲେ । ଧିରେ ଧିରେ ନନ୍ଦିଘୋଷରେ ବିରାଜିତ ହେବା ପରେ ଆରମ୍ଭ ହୋଇଥିଲା ରଥଟଣା ।

ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଥିଲା । ବଡ଼ ଠାକୁରଙ୍କ ତାଳଧ୍ବଜ ରଥ ଘର୍ ଘର୍ କରି ବଡ଼ଦାଣ୍ଡରେ ଆଗେଇ ଚାଲିଥିଲା । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଥିଲା । ଶେଷରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ବାହାରିଥିଲା ଜଗତନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଶ୍ରୀଜିଉଙ୍କ ରଥକୁ ଟାଣି ନେବାକୁ ଭକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍କଣ୍ଠା । ହାତ ଟେକି ଦେଇ କିଏ ନିଜକୁ ମହାପ୍ରଭୁଙ୍କ ପାଖରେ ସମର୍ପି ଦେଇଛି ତ ଆଉ କିଏ ରଥ ଦଉଡିକୁ ଟିକେ ଛୁଇଁ ଦେଇ କୋଟି ଜନ୍ମର ପୂଣ୍ୟ ପାଇଯାଉଛନ୍ତି ।

ଆହୁରି ୩୦ରୁ ୪୦ ବର୍ଷ ବଞ୍ଚିବି କହି ଉତ୍ତରାଧିକାରୀ ବିବାଦ ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ଦଲାଇ ଲାମା

ନନ୍ଦିଘୋଷ ବ୍ୟୁରୋ: ପରବର୍ତ୍ତୀ ଦଲାଇ ଲାମାଙ୍କୁ ନେଇ ଦେଖା ଦେଇଥିବା ବିବାଦର ଅନ୍ତ କଲେ ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା । କହିଲେ, ମୁଁ ଆହୁରି ୩୦ରୁ ୪୦ ବର୍ଷ ବଞ୍ଚିବି ବୋଲି ଆଶା କରୁଛି । ଆଉ ଏହି ସମୟରେ ଲୋକଙ୍କ ସେବା ଜାରି ରଖିବି ।  ମେକଲୋଡଗଞ୍ଜରେ ଥିବା ସ୍ତୁଗଲାଖଙ୍ଗ ମନ୍ଦିରରେ ନିଜ ୯୦ତମ ଜନ୍ମଦିନ ପୂର୍ବରୁ ଆୟୋଜିତ ଦୀର୍ଘାୟୁ ପ୍ରାର୍ଥନା ସମାରୋହରେ ସେ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୫ ହଜାରରୁ ଅଧିକ ଲୋକ ଅଂଶ ଗ୍ରହଣ କରିଥିଲେ ।

୧୪ତମ ଦଲାଇ ଲାମା ତେଞ୍ଜିନ ଗ୍ୟାଟସୋ କହିଛନ୍ତି, ମୋତେ ସ୍ପଷ୍ଟ ସଙ୍କେତ ମିଳୁଛି ଯେ, ବୌଦ୍ଧିସତ୍ବ ଅବଲୋକିତେଶ୍ବରଙ୍କ ଆଶୀର୍ବାଦ ମୋ ସହ ରହିଛି । ସେ କହିଛନ୍ତି, ଏକାଧିକ ଭବିଷ୍ୟବାଣୀ ଓ ସଙ୍କେତ ଆଧାରରେ ମୋତେ ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ମୁଁ ୧୩୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବି । ବର୍ତ୍ତମାନ ପର୍ଯ୍ୟନ୍ତ ପୂରା କ୍ଷମତାର ସହ ତିବ୍ବତୀୟ ଲୋକ ଓ ବୌଦ୍ଧ ଧର୍ମର ସେବା କରିଛି ଓ ଆଗକୁ ବି ଜାରି ରଖିବି ।

ଆଗକୁ ସେ କହିଛନ୍ତି, ମୁଁ ପିଲା ଥିବା ଦିନରୁ ଅବଲୋକିତେଶ୍ବରଙ୍କ ସହ ଗମୀର ସମ୍ପର୍କ ଥିବା ଅନୁମାନ କରି ଆସୁଛି । ମୁଁ ସବୁବେଳେ ଅନୁଭବ କରିଛି, ମୋ ଜୀବନର ଉଦ୍ଦେଶ୍ୟ ଅନ୍ୟଙ୍କ ସେବା କରିବା ପାଇଁ ହୋଇଛି । ମୁଁ ଯେଉଁଠି ବି ଅଛି, ସେଠାରୁ ଲୋକଙ୍କୁ ଭଲରେ ରହିବାର ବାଟ ଦେଖାଇବାକୁ ଚେଷ୍ଟା କରି ଆସିଛି ।

ଏହି ଅବସରରେ ମାଓ ଜୁ ତୁଙ୍ଗଙ୍କ ସହ ଭେଟ ସମ୍ପର୍କରେ କହିଥିଲେ ଦଲାଇ ଲାମା । ଚୀନର ପୂର୍ବତନ ନେତା ମାଓଙ୍କ ସହ ସାକ୍ଷାତକାରକୁ ମନେ ପକାଇ କହିଥିଲେ, ମାଓ ମୋତେ ଥରେ କହିଥିଲେ ‘ଧର୍ମ ବିଷ ଅଟେ’ । ସେ ସମୟରେ ମୁଁ କୌଣସି ଉତ୍ତର ଦେଇ ନଥିଲି । ତେଣୁ ମାଓ ମୋତେ ରାଗରେ ଅନାଇ ଥିଲେ । ଆଉ ଏହା ଦେଖି ମୋର ତାଙ୍କ ଉପରେ ଦୟା ଆସିଥିଲା । ଆଜି ପର୍ଯ୍ୟନ୍ତ ମୋ ଜୀବନ ଧର୍ମ ପ୍ରତି ରୁଚି ରଖୁଥିବା ଓ ରଖୁ ନଥିବା ଲୋକଙ୍କ ସହ ବିତିଛି । ହେଲେ ସମସ୍ତେ ସୁଖ ଚାହୁଁଥିବା ବେଳେ ଦୁଃଖରୁ ବର୍ତ୍ତିବାକୁ ଚାହିଁଥାନ୍ତି ବୋଲି ସା କହିଛନ୍ତି ।

ଉତ୍ତରାଧିକାରୀ ଘୋଷଣା କରିବାକୁ କଲେ ମନା

ବୌଦ୍ଧ ଧର୍ମଗ୍ରନ୍ଥର ଆଧାର କରି ସେ କହିଛନ୍ତି, ଲୋକଙ୍କ ବିଚାରଧାରା ଯାହା ବି ହୋଇଥାଉ ନା କାହିଁକି, ସମସ୍ତଙ୍କ ଇଚ୍ଛା ସୁଖ ପ୍ରାପ୍ତି କରିବା । ଆମକୁ ସେମାନଙ୍କ ପାଇଁ କାମ କରିବାକୁ ପଡ଼ିବ, ଯେଉଁମାନେ ଦୁଃଖରେ ଅଛନ୍ତି । ସେ କୌଣସି ଦେଶ କି ପ୍ରାନ୍ତର ହୋଇଥିଲେ ବି ସମସ୍ତଙ୍କୁ ଶାନ୍ତି ଓ ସୁଖର ଆବଶ୍ୟକତା ରହିଛି ।

ତେବେ ଉତ୍ତରାଧିକାରୀଙ୍କ ନାଁ ଘୋଷଣା ନକରି ସେ କହିଛନ୍ତି,  ବର୍ତ୍ତାମନ ସେମିତି କିଛି ନିଷ୍ପତ୍ତି ନିଆଯାଇନାହିଁ । ମୁଁ ନିଜେ ଆହୁରି ୩୦ରୁ ୪୦ ବର୍ଷ ବଞ୍ଚିବି ବୋଲି ଆଶା କରୁଛି । ତାଙ୍କର ଏହି ବୟାନ ଉପରେ କେନ୍ଦ୍ରୀୟ ତିବ୍ବତ ପ୍ରଶାସନ (CTA) ଅଧ୍ୟକ୍ଷ ପେନପା ସେରିଂ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କିଛି ଲୋକ କହୁଛନ୍ତି ପମର ପାଓ୍ବନ ଶୀଘ୍ର ନିଜ ଉତ୍ତରାଧିକାରୀ ଘୋଷଣା କରିବେ କିମ୍ବା ତାଙ୍କ ଅନ୍ତିମ ସମୟ ପାଖେଇ ଆସିଲାଣି । ହେଲେ ଏମିତି କିଛି ହେବାର ନାହିଁ । ସେ ନିଜେ ସ୍ପଷ୍ଟ କରିଛନ୍ତି, ଆହୁରି କିଛି ବର୍ଷ ସେ ଜୀବିତ ରହିବେ । ଆମକୁ ପରମ୍ପରାକୁ ବୁଝିବାକୁ ପଡ଼ିବ । ତିବ୍ବତୀୟ ବୌଦ୍ଧ ପରମ୍ପରା ଅନୁସାରେ ଉତ୍ତରାଧିକାରୀ ପ୍ରକ୍ରିୟା ହୋଇଥାଏ, ଗୁଜବକୁ ନେଇ ହୋଇ ନଥାଏ ।

ପିଏନବି ଘୋଟାଲା: ପଳାତକ ନିରବ ମୋଦିଙ୍କ ଭାଇ ନିହାଲ ଆମେରିକାରେ ଗିରଫ

ନନ୍ଦିଘୋଷ ବ୍ୟୁରୋ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନବି) ଘୋଟାଲାରେ ସମ୍ପୃକ୍ତ ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଭାଇ ନିହାଲ ମୋଦି ଆମେରିକାରେ ଗିରଫ । ଜୁଲାଇ ୪ ତାରିଖରେ ଆମେରିକୀୟ ଅଧିକାରୀ ତାଙ୍କୁ ଗିରଫ କରିଛନ୍ତି । ଭାରତ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ପ୍ରତ୍ୟାବର୍ତ୍ତିନ ଆବେଦନ ଉପରେ ତାଙ୍କୁ ଗିରଫ କରାଯାଇଛି । ସିବିଆଇ ଓ ଇଡ଼ି ପକ୍ଷରୁ ମିଳିତ ଭାବେ ଏହି ଆବେଦନ କରାଯାଇଥିଲା ।

ନିହାଲଙ୍କ ବିରୋଧରେ ଆମେରିକାରେ ଦୁଇଟି ଗମ୍ଭୀର ଅଭିଯୋଗରେ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଚାଲିଥିଲା । ପ୍ରଥମଟି ହେଉଛି ମନି ଲଣ୍ଡରିଂ । ଭାରତ ସରକାରଙ୍କ ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ୨୦୦୨ (PMLA) ଧାରା ୩ ଅଧୀନରେ ରହିଛି । ଦ୍ବିତୀୟଟି ହେଲା ଅପରାଧ ଯୋଜନା ଓ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ । ଯେଉଁଥିପାଇଁ ଭାରତୀୟ ଦଣ୍ଡ ସଂହିତା (IPC) ଧାରା ୧୨୦ (ବି) ଓ ୨୦୧ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବାର ଅଛି ।

ନିହାଲଙ୍କ ବିରୋଧରେ କ’ଣ ରହିଛଇ ଅଭିଯୋଗ ?

ତଦନ୍ତକାରୀ ଅଧିକାରଙ୍କ ଅନୁସାରେ ନିହାଲ ପିଏନବି ଘୋଟାଲାରେ ସାମିଲ ଅଛନ୍ତି । ଯାହାକୁ ଦେଶର ସବୁଠାରୁ ବଡ଼ ବ୍ୟାଙ୍କିଂ ଘୋଟାଲା କୁହାଯାଉଛି । ନିହାଲଙ୍କ ବିରୋଧରେ ଅଭିଯୋଗ ରହିଛି କି, ଭାଇ ନିରବ ମୋଦିଙ୍କୁ ସାହାଯ୍ୟ କରି ହଜାର ହଜାର କୋଟି ଟଙ୍କାର କଳାଧନ ବିଦେଶରେ ଥିବା ସେଲ କମ୍ପାନୀଙ୍କ ଜରିଆରେ ଟ୍ରାନ୍ସଫର କରିଛନ୍ତି । ଏହାସହ ଘୋଟାଲାର ଗୁରୁତ୍ବପୂର୍ଣ୍ଣ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ।

୧୭ ଜୁଲାଇରେ ପରବର୍ତ୍ତୀ ଶୁଣାଣି

ନିହାଲଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆସନ୍ତା ୧୭ ତାରିଖରେ ଆମେରିକା କୋର୍ଟରେ ଶୁଣାଣି ହେବ । ଯାହା ଷ୍ଟାଟସ୍ କନଫ୍ରେନ୍ସ ଜରିଆରେ ମାମଲାର ପରବର୍ତ୍ତୀ ସ୍ଥିତି ସ୍ଥିର କରିବ । ନିହାଲ ଜାମିନ ପାଇଁ ଆବେଦନ କରିବାର ସମ୍ଭାବନା ରହିଛି । ତେବେ ଆମେରିକୀୟ ପକ୍ଷଙ୍କ ପକ୍ଷରୁ ପୂର୍ବରୁ ସ୍ପଷ୍ଟ କରି ଦିଆଯାଇଛି ଯେ, ତାଙ୍କ ଜାମିନକୁ ବିରୋଧ କରାଯିବ । ଅନ୍ୟପକ୍ଷରେ ନିହାଲଙ୍କୁ ଶ୍ରୀଘ୍ର ଆଣିବାକୁ ଭାରତ ପକ୍ଷରୁ ଚେଷ୍ଟା କରାଯାଉଛି । ଫଳରେ ପିଏନବି ମାମଲାରେ ତାଙ୍କ ଉପରେ ଟ୍ରାଏଲ ଆରମ୍ଭ ହୋଇ ପାରିବ ।

ଇସ୍ରାଏଲୀ ଗୁପ୍ତଚର ନମିଳିବାରୁ ବଲୁଚ୍ ଲୋକଙ୍କ ଉପରେ ଆକ୍ରମଣ, ଜଣଙ୍କର ମୃତ୍ୟୁ, ୧୨ ଆହତ

ନନ୍ଦିଘୋଷ ବ୍ୟୁରୋ: ଗୁପ୍ତଚରଙ୍କୁ ଖୋଜିବା ବାହାନାରା ନିରୀହ ଜନତାଙ୍କ ଉପରେ ଆକ୍ରମଣ । ଇସ୍ରାଏଲ ସହିତ ୧୨ ଦିନିଆ ଯୁଦ୍ଧ ପରେ, ଇରାନରେ ଗୁପ୍ତଚରମାନଙ୍କ ସଂଖ୍ୟ ଦ୍ରୁତ ଗତିରେ ବଢି ଚାଲିଛି। ଏହି ସମୟରେ ଖବର ଆସିଛି ଯେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସ୍ରାଏଲୀ ଗୁପ୍ତଚରମାନଙ୍କୁ ଖୋଜିବା ନାମରେ ଇରାନର ଏକ ଗାଁରେ ଆକ୍ରମଣ କରିଛି । ଦକ୍ଷିଣ-ପୂର୍ବ ଇରାନର ସିସ୍ତାନ-ବଲୁଚିସ୍ତାନ ପ୍ରଦେଶର ଗୋନିଚ ଗାଁରେ ଏହି ଆକ୍ରମଣରେ ଜଣେ ୪୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ମହିଳା ଏବଂ ପିଲାମାନେ ମଧ୍ୟ ଅଛନ୍ତି। ଏହା ଅତ୍ୟନ୍ତ ବର୍ବର ଥିଲା ଏବଂ ଆକ୍ରମଣ ସମୟରେ, IRGC ସୈନିକମାନେ ଜଣେ ୨୧ବର୍ଷୀୟା ଗର୍ଭବତୀ ମହିଳାଙ୍କୁ ଗୋଇଠା ମାରିଥିଲେ, ଯାହା ଫଳରେ ତାଙ୍କର ଗର୍ଭପାତ ହୋଇଥିଲା।

ଗୁପ୍ତଚର ନୁହେଁ, ନାଗରିକମାନେ ଟାର୍ଗେଟରେ

ଗାଁ ଲୋକ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଆକ୍ରମଣ ହଠାତ୍ ହୋଇଥିଲା ଏବଂ IRGC ଡ୍ରୋନ୍ ଏବଂ ଭାରୀ ସାମରିକ ଯାନ ବ୍ୟବହାର କରିଥିଲା। ଗାଁର ଅଧିକାଂଶ ଲୋକ ବଲୁଚ୍ ସମ୍ପ୍ରଦାୟର, ଯେଉଁମାନେ ପୂର୍ବରୁ ଇରାନ ସରକାରଙ୍କ ନୀତି ପ୍ରତି କ୍ଷୁବ୍ଧ। IRGC କହିଛି ଯେ ସେମାନଙ୍କ ପାଖରେ ସେହି ଅଞ୍ଚଳରେ ପାଞ୍ଚ ଜଣ ଇସ୍ରାଏଲୀ ଗୁପ୍ତଚରଙ୍କ ଉପସ୍ଥିତି ବିଷୟରେ ସୂଚନା ଥିଲା, ଯେଉଁମାନେ ମୋସାଦ ସହିତ ଜଡିତ ବୋଲି କୁହାଯାଉଛି।

ପ୍ରତ୍ୟେକ ଥର ବଲୁଚ୍ କାହିଁକି ?

ଏହା ପ୍ରଥମ ଥର ନୁହେଁ ଯେ ବଲୁଚ୍ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଇଛି। ଇରାନରେ ବଲୁଚ୍ ସଂଖ୍ୟାଲଘୁଙ୍କୁ ଦୀର୍ଘ ସମୟ ଧରି ସୀମାନ୍ତରେ ରଖାଯାଇଛି। କୌଣସି ବିକାଶ ନାହିଁ, କୌଣସି ଅଧିକାର ନାହିଁ ଏବଂ ବାରମ୍ବାର ସାମରିକ ଦମନ। ଏହି ସଦ୍ୟତମ ଘଟଣା ପୁଣି ଥରେ ଦର୍ଶାଇଛି ଯେ IRGC ସାଧାରଣ ନାଗରିକଙ୍କ ବିରୁଦ୍ଧରେ ଯେତେବେଳେ ଏବଂ ଯେଉଁଠାରେ ଚାହିଁବ କାର୍ଯ୍ୟାନୁଷ୍ଠାନ ନେଇପାରିବ, ସେମାନଙ୍କ ସୁରକ୍ଷା ବିପଦରେ ବୋଲି କହିପାରିବ। ମାନବାଧିକାର ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ଗୁପ୍ତଚରଙ୍କ ଉପସ୍ଥିତି ଦାବି ଏକ ବାହାନା, ପ୍ରକୃତରେ ବଲୁଚ୍ ନାଗରିକଙ୍କ ସ୍ୱରକୁ ଦମନ କରିବା ପାଇଁ ଏହି ଆକ୍ରମଣ କରାଯାଇଥିଲା।

ଶ୍ରାବଣ ମାସରେ କାହିଁକି ହୁଏ କାଉଡ଼ି ଯାତ୍ରା, କିଏ କରିଥିଲେ ଏହାର ଆରମ୍ଭ ?

ନନ୍ଦିଘୋଷ ବ୍ୟୁରୋ: ପବିତ୍ର ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି। ଜୁଲାଇ ୧୧ରୁ ଆରମ୍ଭ ହୋଇ ଅଗଷ୍ଟ ୯ପର୍ଯ୍ୟନ୍ତ ଶ୍ରାବଣ ମାସ ଚାଲିବ । ଦେବ ଦେବ ମହାଦେବ, ଆମ ପୁରାଣ ଓ ସଂସ୍କୃତି ତଥା ଧର୍ମ ଧାରଣାରେ ଏକ ଅଲୌକିକ ଓ ଅଦ୍ଭୁତ ଚରିତ୍ର। ସେ କେବଳ ଯୋଗୀ ନୁହଁନ୍ତି, ମହାଯୋଗୀ ଓ ମଙ୍ଗଳର ଦ୍ୟୋତକ। ‘ଓଁ ନମଃ ଶିବାୟ’ ଉଚ୍ଚାରଣ ମାତ୍ରକେ ଜୀବନ ମଙ୍ଗଳମୟ ହୋଇଉଠେ। ସେ ସତ୍ୟ, ଶିବ ଓ ସୁନ୍ଦର। ସଦାସର୍ବଦା ଧ୍ୟାନସ୍ଥ ମୁଦ୍ରାରେ ଉପବିଷ୍ଟ ପ୍ରଭୁ ଶଙ୍କରଙ୍କ ଅତି ପ୍ରିୟ ମାସ ଶ୍ରାବଣ। ଏହି ମାସର ସୋମବାରରେ ଭଗବାନ ଶିବଙ୍କର ଜଳାଭିଷେକ ଲାଗି କଲେ ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। କାଉଡି ଯାତ୍ରାର ଇତିହାସ ଅତୀବ ପ୍ରାଚୀନ ହୋଇଥିବା ବେଳେ ଏହାର ପୌରାଣିକ ମହତ୍ତ୍ବ ମଧ୍ୟ ରହିଛି । ଏହି ଯାତ୍ରା କିଏ ଆରମ୍ଭ କରିଥିଲେ ଏବଂ ଏହାର ଇତିହାସ କ’ଣ ଆସନ୍ତୁ ଜାଣିବା ..

ମହାଦେବଙ୍କ ଅତିପ୍ରିୟ ଶ୍ରାବଣ

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରିବାର ମହତ୍ତ୍ବ ଋଗ୍‌ବେଦରେ ଉଲ୍ଲେଖ କରାଯାଇଛି। ଧାର୍ମିକ ମାନ୍ୟତା ଅନୁସାରେ, ଏହି ମାସରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ବିଧିବିଧାନ ସହକାରେ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ। କୁହାଯାଏ ଯେ, ମାତା ପାର୍ବତୀ ଭଗବାନ ଶିବଙ୍କୁ ପାଇବା ପାଇଁ ଶ୍ରାବଣ ମାସରେ କଠୋର ତପ କରିଥିଲେ। ଏହା ମଧ୍ୟ ବିଶ୍ବାସ ରହିଛି ଯେ, ଏହି ମାସରେ ମାତା ପାର୍ବତୀ ଓ ଭଗବାନ ଶିବ ଭୂଲୋକରେ ଭ୍ରମଣ କରନ୍ତି। ତେଣୁ ଏହି ପବିତ୍ର ମାସରେ ମହାଦେବଙ୍କ ଆଶୀର୍ବାଦ ପାଇଁ କାଉଡ଼ି ଯାତ୍ରାର ପରମ୍ପରା ରହିଆସିଛି। ଏହି ଯାତ୍ରା ଗଙ୍ଗାର ପବିତ୍ର ଜଳ ଏବଂ ଭଗବାନ ଶିବଙ୍କ ସହିତ ଜଡ଼ିତ। ବହୁ ପୁରାତନ କାଳରୁ ଶିବଭକ୍ତମାନେ ନିଜର ମାନସିକ ପୂରଣ ପାଇଁ ଶ୍ରାବଣ ମାସର ସୋମବାରରେ ଭଗବାନ ଶିବଙ୍କର ଜଳାଭିଷେକ ଲାଗି ବୋଲବମ୍ ଯାତ୍ରା କରିଥାନ୍ତି। କଥିତ ଅଛି ଯେ ଭଗବାନ ଶିବଙ୍କୁ ଫଳ, ଫୁଲ, ଧୂପ, ଦୀପ ଓ ନୈବେଦ୍ୟ ଦେଇ ପୂଜା କଲେ ଯେତିକି ପ୍ରସନ୍ନ ହୋଇ ନଥା’ନ୍ତି ଜଳାଭିଷେକ ଦ୍ୱାରା ତା’ଠୁ ବେଶି ପ୍ରସନ୍ନ ହୋଇଥାଆନ୍ତି ।

ପର୍ଶୁରାମ କାଉଡ଼ି ଯାତ୍ରା ଆରମ୍ଭ କରିଥିଲେ

ବିଶ୍ୱାସ କରାଯାଏ ଯେ ଭଗବାନ ପର୍ଶୁରାମ ପ୍ରଥମେ କାଉଡ଼ି ଯାତ୍ରା ଆରମ୍ଭ କରିଥିଲେ। ସେ ଉତ୍ତର ପ୍ରଦେଶର ବାଗପତ ଜିଲ୍ଲା ନିକଟସ୍ଥ ମହାଦେବ ମନ୍ଦିରରେ ଜଳ ଅର୍ପଣ କରିବା ପାଇଁ ଗର୍ଭମୁକ୍ତେଶ୍ୱରରୁ ଗଙ୍ଗା ଜଳ ଆଣିଥିଲେ। ସେଥିପାଇଁ ଆଜି ମଧ୍ୟ ଶ୍ରାବଣ ମାସରେ ଲକ୍ଷ ଲକ୍ଷ ଲୋକ ଏହି ରାସ୍ତାରେ ଚାଲି ଭଗବାନ ଶିବଙ୍କ ଜଳାଭିଷେକ କରନ୍ତି।

ଶ୍ରବଣ କୁମାରଙ୍କ କାହାଣୀ

ଅନ୍ୟ ଏକ ଲୋକପ୍ରିୟ କିମ୍ବଦନ୍ତୀ ଅନୁସାରେ, ଦେଶରେ ଶ୍ରାବଣ ଜଳ ଲାଗିର ପରମ୍ପରା ଶ୍ରବଣକୁମାରଙ୍କଠାରୁ ଆରମ୍ଭ ହୋଇଥିବା ଅନେକ ବିଶ୍ୱାସ କରନ୍ତି। ସେ ତାଙ୍କ ମାତାପିତାଙ୍କ ଗଙ୍ଗାସ୍ନାନ ଇଚ୍ଛା ପୂରଣ ନିମନ୍ତେ ପ୍ରଥମେ କାଉଡ଼ିଆ ଯାତ୍ରା ଆରମ୍ଭ କରିଥିଲେ। ଶ୍ରବଣ କୁମାର ତାଙ୍କ ଅନ୍ଧ ପିତାମାତାଙ୍କୁ ସେମାନଙ୍କ ଇଚ୍ଛା ପୂରଣ କରିବା ପାଇଁ ଏକ ତୀର୍ଥଯାତ୍ରାକୁ ନେଇଯାଉଥିଲେ। ତା’ପରେ ଶ୍ରବଣ କୁମାର ସେମାନଙ୍କୁ କାଉଡ଼ିରେ ବସି ହରିଦ୍ୱାର ଆଣି ଗଙ୍ଗାରେ ସ୍ନାନ କରାଇଲେ। ଫେରିବା ସମୟରେ ସେ ତାଙ୍କ ସହିତ ଗଙ୍ଗା ଜଳ ମଧ୍ୟ ନେଇଗଲେ, ଯାହା ଏହି ପରମ୍ପରା ଆରମ୍ଭ କରିଥିଲା।

ରାବଣ ଭଗବାନ ଶିବଙ୍କୁ ଅଭିଷେକ କରିଥିଲେ

ସମୁଦ୍ର ମନ୍ଥନ ଶ୍ରାବଣ ମାସରେ ହୋଇଥିଲା। ସମୁଦ୍ର ମନ୍ଥନରୁ ବାହାରି ଥିବା ବିଷ ସମଗ୍ର ସଂସାରକୁ ବ୍ୟାପିଗଲା। ସଂସାରକୁ ରକ୍ଷା କରିବା ପାଇଁ ଭୋଳାନାଥ ଏହି ବିଷକୁ ପାନ କରିଥିଲେ। ଏହି କାରଣରୁ ଭଗବାନ ଶିବଙ୍କର କଣ୍ଠ ନୀଳ ପଡ଼ିଗଲା। ବିଷର ପ୍ରଭାବ ହ୍ରାସ କରିବା ପାଇଁ ଲଙ୍କାର ରାଜା ରାବଣ ମଧ୍ୟ ହିମାଳୟରୁ ପବିତ୍ର ଗଙ୍ଗା ଜଳ ଆଣି ଭୋଲେନାଥଙ୍କୁ ଅର୍ପଣ କରିଥିଲେ ଏବଂ ତାଙ୍କୁ ପୂଜା କରିଥିଲେ। ସମୁଦ୍ର ମନ୍ଥନରୁ ବାହାରୁଥିବା ବିଷ ପିଇ ଭୋଲେନାଥଙ୍କ କଣ୍ଠ ନୀଳ ହୋଇଗଲା, ଗଙ୍ଗା ଜଳରେ ଅଭିଷେକ ହେବା ପରେ ତାଙ୍କୁ ଆରାମ ମିଳିଥିଲା।

ଶ୍ରୀନଅରକୁ ବାହୁଡିବେ ଦାରୁଦିଅଁ; ତିନି ରଥରେ ବିଜେ ହେଲେ ତିନି ଠାକୁର

ପୁରୀ: ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଜନ୍ମବେଦୀରେ ଲୀଳାଖେଳା ସାରି ବଡ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଆଜି ଶ୍ରୀନଅର ଫେରିବେ ମହାପ୍ରଭୁ ଜଗନ୍ନାଥ । ସଅଳ ନୀତିକାନ୍ତି ସହ ସଅଳ ପହଣ୍ଡି ସରିବା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥରେ ବିଜେ କରିସାରିଲେଣି ତିନିଠାକୁର । ଏବେ ବି ଘଣ୍ଟଘଣ୍ଟାରେ କମ୍ପୁଛି ସିଂହଦ୍ୱାର, ବଡ଼ଦାଣ୍ଡ। ଲୋକାରଣ୍ୟ ବଡଦାଣ୍ଡ। ବଡ଼ଠାକୁରଙ୍କ ଦର୍ଶନ ପାଇ କୃତାର୍ଥ ହୋଇଛନ୍ତି, ଭକ୍ତ, ବଡ଼ଦାଣ୍ଡ, ରଥ, ପଥ ସବୁକିଛି। କୋଟି କୋଟି ଭକ୍ତଙ୍କ ସମାଗମରେ ଭାବ ଭକ୍ତିରେ ଭିଜୁଛି ବଡଦାଣ୍ଡ । ଦୀର୍ଘ ୧୫ ଦିନ ଧରି କାଳିଆକୁ ଦେଖିନଥିବାରୁ ଆଜି କୋଟି କୋଟି ଭକ୍ତ ତାର ଅପୂର୍ବ ଦୁର୍ଲଭ ଦୃଶ୍ୟ ଦେଖିବାକୁ ଚାହିଁ ରହିଛନ୍ତି ।

ପ୍ରଥମେ ସୁଦର୍ଶନ ପରେ ବଡ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ପରେ ପରେ ଭକ୍ତଙ୍କ କାନ୍ଧରେ ରଥକୁ ବିଜେ କରିଥିଲେ ସୁଭଦ୍ରା । ଭାଇଉଣୀଙ୍କ ପରେ ଝୁଲି ଝୁଲି ଆସିଲେ କାଳିଆ । ଟାହିଆ ହଲେଇ ପହଣ୍ଡି କରି ରଥକୁ ବିଜେ କଲେ କୋଟି ଓଡିଆଙ୍କ ମଉଡମଣି । । ଭକ୍ତଙ୍କ ଗହଣରେ ଟାହିଆ ହଲେଇ ଝୁଲି ଝୁଲି ରଜା ଭଳି ଭକ୍ତଙ୍କୁ ଦେଖି ଦେଖି ଆସିଲେ ଜଗା । କେଉଁ ଭକ୍ତଙ୍କ ଆଡକୁ ଚାହିଁ ଟିକେ ଅଟକି ଯାଉଛି, ପୁଣି କାହାକୁ ବାଙ୍କ ଚାହାଣୀରେ ଚାହୁଁଛି ।

ବଡ଼ଦାଣ୍ଡରେ କୋଟି କୋଟି ଭକ୍ତଙ୍କ ସମାଗମ । ଦୀର୍ଘ ୧୫ ଦିନ ଧରି ଚଳଚଞ୍ଚଳ ଥିଲା ଶ୍ରୀକ୍ଷେତ୍ର ।  କାଳିଆର ଅପୂର୍ବ ଦୁର୍ଲଭ ଦର୍ଶନ ପାଇଁ ବିଭୋର ଭକ୍ତ । ସେଥିପାଇଁ ଜାଣିଶୁଣି ବୋଧେ ଭକ୍ତଙ୍କ ଉପରେ ବର୍ଷା କରାଉଛି । ଯେମିତି ସେମାନଙ୍କ ଦର୍ଶନରେ ଖରା ବ୍ୟାଘାତ ନକରୁ । ପରୀକ୍ଷା ନେଉଛି ଜଗା । ବିଳମ୍ବରେ ପହଣ୍ଡି କରି ବଡଦାଣ୍ଡକୁ ଆସୁଛି ତାଳଧ୍ଵଜରେ ବଳଭଦ୍ର , ଦର୍ପଦଳନରେ ମାଆ ସୁଭଦ୍ରା ଏବଂ ନନ୍ଦିଘୋଷକୁ କାଳିଆ ସାଆନ୍ତ ବିଜେ କରି ସାରିଛନ୍ତି ।

ସୈଫଙ୍କ ହାତରୁ କେମିତି ଗଲା ୧୫ ହଜାର କୋଟିର ସମ୍ପତି ? ଜାଣନ୍ତୁ ..

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ତାରକା ସୈଫ ଅଲ୍ଲୀଙ୍କ ଚାଲିଛି ଖରାପ ସମୟ, ଚାଲିଯିବ ପଟୌଦି ପରିବାରର ପ୍ରାୟ ୧୫ ହଜାର କୋଟି ଟଙ୍କା ସମ୍ପତ୍ତି । ନିକଟରେ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ନବାବୀ ପରିବାରର ସମ୍ପତ୍ତି ନେଇ ଏକ ବଡ଼ ଝଟକା ଲାଗିଛି । ପଟୌଦି ପରିବାରର ପ୍ରାୟ ୧୫ ହଜାର କୋଟି ଟଙ୍କା ସମ୍ପତ୍ତିକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ।  ପୂର୍ବରୁ ହୋଇଥିବା ଏକ ନିଷ୍ପତ୍ତିକୁ ବାତିଲ କରିଦେଇଛି ଯେଉଁଥିରେ ସୈଫ ଅଲ୍ଲୀ ଖାନ ଏବଂ ତାଙ୍କ ପରିବାରକୁ ସମ୍ପତ୍ତିର ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଇଥିଲା। ଏହା ସହିତ, କେନ୍ଦ୍ର ସରକାର ତାଙ୍କ ପରିବାରର ପ୍ରାୟ ୧୫ ହଜାର କୋଟି ମୂଲ୍ୟର ସମ୍ପତ୍ତିକୁ ‘ଶତ୍ରୁ ସମ୍ପତ୍ତି’ ଭାବରେ ଘୋଷଣା କରିଛନ୍ତି, କାରଣ ବିଭାଜନ ସମୟରେ ଉତ୍ତରାଧିକାରୀଙ୍କ ମଧ୍ୟରୁ ଜଣେ ପାକିସ୍ତାନ ଚାଲିଯାଇଥିଲେ।

ଶୁଣାଣି ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ

ହାଇକୋର୍ଟ ଟ୍ରାଏଲ୍ କୋର୍ଟକୁ ଶୁଣାଣି ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୋପାଳର ରାଜପରିବାରର ସମ୍ପତ୍ତି ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି । ଏହି ବିବାଦରେ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଇକୋର୍ଟ ସେହି ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି ଯେଉଁଥିରେ ଅଭିନେତା ସୈଫ୍ ଅଲ୍ଲୀ ଖାନ, ତାଙ୍କ ଭଉଣୀ ସୋହା ଅଲ୍ଲୀ ଖାନ ଏବଂ ସବା ଅଲ୍ଲୀ ଖାନ ଏବଂ ସେମାନଙ୍କ ମାଆ ଶର୍ମିଲା ଟାଗୋରଙ୍କୁ ଭୋପାଳର ସମ୍ପତ୍ତିର ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଇଥିଲା।

ଅନ୍ୟ ଉତ୍ତରାଧିକାରୀମାନେ ଚ୍ୟାଲେଞ୍ଜ କରିଥିଲେ

ନବାବ ହମିଦୁଲ୍ଲା ଖାନଙ୍କ ଅନ୍ୟ ଉତ୍ତରାଧିକାରୀମାନେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ସେମାନେ କହିଥିଲେ ଯେ ସମ୍ପତ୍ତିକୁ ମୁସଲିମ ବ୍ୟକ୍ତିଗତ ଆଇନ (ଶରିଆ) ଆଇନ, 1937 ଅନୁଯାୟୀ ବଣ୍ଟନ କରାଯିବା ଉଚିତ, ଯାହା 1960 ମସିହାରେ ନବାବଙ୍କ ମୃତ୍ୟୁ ସମୟରେ ବଳବତ୍ତର ଥିଲା। ସେମାନେ 1999 ମସିହାରେ ଟ୍ରାଏଲ୍ କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ବର୍ତ୍ତମାନ ହାଇକୋର୍ଟ ଟ୍ରାଏଲ୍ କୋର୍ଟକୁ ପୁଣି ଥରେ ଶୁଣାଣି ଆରମ୍ଭ କରିବାକୁ ଏବଂ ଏକ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ମାମଲାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଭୋପାଳର ରାଜପରିବାରର ଉତ୍ତରାଧିକାରର ସମ୍ପୂର୍ଣ୍ଣ ଗଠନକୁ ପରିବର୍ତ୍ତନ କରିପାରିବ।

ସୈଫ ଅଲ୍ଲୀ ଖାନଙ୍କ ସମସ୍ୟା ବଢ଼ିଲା

ସୈଫ ଅଲ୍ଲୀ ଖାନଙ୍କ ପାଇଁ ସମସ୍ୟା ଏଠାରେ ଶେଷ ହୁଏ ନାହିଁ। କେନ୍ଦ୍ର ସରକାର ତାଙ୍କ ପ୍ରାୟ ୧୫ହଜାର କୋଟି ମୂଲ୍ୟର ପାରିବାରିକ ସମ୍ପତ୍ତିକୁ ‘ଶତ୍ରୁ ସମ୍ପତ୍ତି’ ଭାବରେ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଶତ୍ରୁ ସମ୍ପତ୍ତି ଆଇନ ଅନୁଯାୟୀ ନିଆଯାଇଛି, ଯାହା ଅନୁଯାୟୀ ଯଦି କୌଣସି ବ୍ୟକ୍ତି ବିଭାଜନ ସମୟରେ ପାକିସ୍ତାନକୁ ଚାଲିଯାଆନ୍ତି, ତେବେ ଭାରତରେ ତାଙ୍କର ସମ୍ପତ୍ତି ସରକାରଙ୍କ ଅଧୀନରେ ଆସିଥାଏ। ଏହି ସମ୍ପତ୍ତିଗୁଡ଼ିକ ମଧ୍ୟରେ ରହିଛି: ସୈଫଙ୍କ ପିଲାଦିନର ଘର ଫ୍ଲାଗ୍ ଷ୍ଟାଫ୍ ହାଉସ୍, ମହାନ ନୁର-ଆସ୍-ସବା ପ୍ୟାଲେସ୍, ଦାର-ଆସ୍-ସଲାମ୍, ହବିବିଙ୍କ ବଙ୍ଗଳା, ଅହମ୍ମଦାବାଦ ପ୍ୟାଲେସ୍ ଏବଂ କୋହେଫିଜା ସମ୍ପତ୍ତି।

୨୦୧୪ରେ ନୋଟିସ୍, ୨୦୧୫ରେ ସ୍ଥଗିତାଦେଶ

୨୦୧୪ ମସିହାରେ ସରକାର ଏହା ଉପରେ ଏକ ନୋଟିସ୍ ଜାରି କରିଥିଲେ। ୨୦୧୫ ମସିହାରେ ସୈଫ୍ ଏହାକୁ ବିରୋଧ କରିଥିଲେ ଏବଂ କୋର୍ଟରୁ ସ୍ଥଗିତାଦେଶ ପାଇଥିଲେ, କିନ୍ତୁ ୧୩ ଡିସେମ୍ବର ୨୦୨୪ ରେ ହାଇକୋର୍ଟ ସେହି ସ୍ଥଗିତାଦେଶକୁ ହଟାଇ ଦେଇଥିଲେ। ଏବେ କୋର୍ଟ ସୈଫ୍ ଏବଂ ତାଙ୍କ ପରିବାରକୁ ଦାବି କରିବାକୁ ୩୦ ଦିନ ସମୟ ଦେଇଥିଲେ, କିନ୍ତୁ ଏହି ସମୟ ମଧ୍ୟରେ କୌଣସି ଦାବି ଦାଖଲ ହୋଇନଥିଲା।

ନବାବ ହମିଦୁଲ୍ଲା ଖାନଙ୍କ ବଂଶ

ନବାବ ହମିଦୁଲ୍ଲା ଖାନଙ୍କର ତିନୋଟି ଝିଅ ଥିଲେ। ଗୋଟିଏ ଝିଅ ଆବିଦା ସୁଲତାନ ପାକିସ୍ତାନ ଚାଲିଗଲେ। ଅନ୍ୟ ଦୁଇଜଣ ଭାରତରେ ରହିଲେ। ସୈଫଙ୍କ ଜେଜେମା, ସାଜିଦା ସୁଲତାନ, ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଯେଉଁମାନେ ଭାରତରେ ରହିଲେ। ଏବେ ସରକାର କହୁଛନ୍ତି ଯେ ଜଣେ ଉତ୍ତରାଧିକାରୀ ପାକିସ୍ତାନ ଚାଲିଯାଇଥିବାରୁ, ଏହି ସମ୍ପତ୍ତି ଶତ୍ରୁ ସମ୍ପତ୍ତି ହୋଇଯାଏ।