spot_img
Home Blog Page 87

ଡାଇବେଟିସ କି ସଂକ୍ରମଣ ନାହିଁ, ତଥାପି କାହିଁକି ବାରମ୍ବାର ପରିସ୍ରା ଆସିଥାଏ ?

କିଛି ଲୋକ ବାରମ୍ବାର ପରିସ୍ରା ଆସିବାକୁ ନେଇ ଚିନ୍ତାରେ ରହିଥାନ୍ତି । ଯାଞ୍ଚରେ ନା ଡାଇବେଟିସ ନା ସଂକ୍ରମଣର ସଙ୍କେତ ମିଳିଥାଏ । ଏପରି ସ୍ଥଳେ ଏହାର କାରଣ ଓଭରଆକ୍ଟିଭ ବ୍ଲାଡର ସିଣ୍ଡ୍ରୋମ ହୋଇପାରେ । ତେଣୁ ଏହା ପଛର କାରଣ କ’ଣ ବୋଲି ପ୍ରଶ୍ନ ଉଠିଥାଏ । ପ୍ରକୃତ କଥା ହେଉଛି, ଏହି ସମସ୍ୟା କେବଳ ଶାରୀରିକ ବିମାରୀ ଦ୍ବାରା ହୋଇନଥାଏ, ବରଂ ବ୍ଲାଡର କାମ କରିବାର ତରିକା ସହ ଜଡ଼ିତ ରହିଥାଏ । ଯେତେବେଳେ ବ୍ଲାଡର ଆବଶ୍ୟକତା ଠାରୁ ଅଧିକ ଆକ୍ଟିଭ ହୋଇଥାଏ, କିଛି ପରିମାଣର ପରିସ୍ରା ଭରିବା ପରେ ହିଁ ବ୍ରେନକୁ ବାରମ୍ବାର ସଙ୍କେତ ମିଳିଥାଏ । ଏପରି ସ୍ଥିତିକୁ ଓଭରଆକ୍ଟିଭ ବ୍ଲାଡର ସିଣ୍ଡ୍ରୋମ କୁହାଯାଇଥାଏ ।

ଏହି ସମସ୍ୟା ପୁରୁଷ ଓ ମହିଳା ଉଭୟଙ୍କ ଠାରେ ଦେଖିବାକୁ ମିଳିଥାଏ । ବୟସ ବଢ଼ିବା ସହିତ ଏହି ବିପଦ ବଢ଼ି ଯାଇଥାଏ । ସଠିକ୍ ସମୟରେ ଏହାକୁ ବୁଝିବା ଓ ଚିହ୍ନଟ କରିବା ଜରୁରୀ । ଦୈନନ୍ଦିନ କାର୍ଯ୍ୟ ଉପରେ ଏହାର ପ୍ରଭାବ ଯେପରି ନପଡ଼େ, ସେଥିପ୍ରତି ଧ୍ୟାନ ଦେବା ଜରୁରୀ । କିଛି ଲୋକଙ୍କ ଠାରେ ହର୍ମୋନଲ ପରିବର୍ତ୍ତନ, ବିଶେଷକରି ମହିଳାଙ୍କ ଠାରେ ମନୋପଜ ପରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ । ଦୀର୍ଘ ସମୟ ଧରି ପରିସ୍ରାକୁ ରୋକିବାର ଅଭ୍ୟାସ, ମୋଟାପା, ଶାରୀରିକ ଆକ୍ଟିଭିଟିର କମ୍ କାରଣରୁ ଏହା ହୋଇପାରେ । ଅନେକ ସମୟରେ ମେରୁଦଣ୍ଡ ହାଡ଼ ବା ନର୍ଭସ ସିଷ୍ଟମ ସହ ଜଡ଼ିତ ସମସ୍ୟା ମଧ୍ୟ ବ୍ଲାଡରର ସିଗନାଲକୁ ପ୍ରଭାବିତ କରିଥାଏ, ଫଳରେ ବାରମ୍ବାର ୟୁରିନ ଆସିଥାଏ ।

ଏହି ସମସ୍ୟାରେ କେବଳ ବାରମ୍ବାର ପରିସ୍ରା ଆସିନଥାଏ, ବରଂ ଅଚାନକ ଦ୍ରୁତ ୟୁରିନ ଆସିବାର ଇଚ୍ଛା ମଧ୍ୟ ହୋଇଥାଏ । ଅନେକ ସମୟରେ ପରିସ୍ରା ରୋକିବା ମୁସ୍କିଲ ହୋଇଯାଇଥାଏ । ରାତିରେ ବାରମ୍ବାର ନିଦରୁ  ଉଠି ପରିସ୍ରା ଯିବାକୁ ପଡ଼ିପାରେ । କିଛି ଲୋକଙ୍କୁ ବ୍ଲାଡର ପୂରା ଖାଲି ନ ହେବାର ଅନୁଭବ ମଧ୍ୟ ହୋଇଥାଏ । ଏହି ସ୍ଥିତି ବ୍ୟକତିର ନିଦ, କାମ ଓ ସାମାଜିକ ଜୀବନକୁ ପ୍ରଭାବିତ କରିପାରେ । ଏଥିରୁ ବର୍ତ୍ତିବାକୁ ହେଲେ କଫିନ ଓ ସଫ୍ଟ ଡ୍ରିଙ୍କ ସେବନ କମ୍ କରନ୍ତୁ, ଠିକ୍ ସମୟରେ ଓ ସନ୍ତୁଳିତ ମାତ୍ରାରେ ପାଣି ପିଅନ୍ତୁ । ପରିସ୍ରା ରୋକିବର ଅଭ୍ୟାସ କରନ୍ତୁ ନାହିଁ, ଚାପ କମ୍ କରିବା ପାଇଁ ଯୋଗ ଓ ଧ୍ୟାନ କରନ୍ତୁ । ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ ।

ମହାନଦୀ ବିବାଦ ପ୍ରସଙ୍ଗ: ବାଲିବନ୍ଧକୁ ତୁରନ୍ତ ହଟାଇ ମହାନଦୀ ବଞ୍ଚାଅର ଆହ୍ୱାନ

କଲମା ବ୍ୟାରେଜ ତଳେ ବାଲିବନ୍ଧକୁ ତୁରନ୍ତ ହଟାଇ ମହାନଦୀ ବଞ୍ଚାଅର ଆହ୍ୱାନ ଦେଲେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ । ଛତିଶଗଡ଼ ମହାନଦୀରେ ନିର୍ମାଣ କରିଥିବା କଲମା ବ୍ୟାରେଜର ସବୁ ଗେଟ ବନ୍ଦ କରିଥିବା ବେଳେ ବ୍ୟାରେଜ ତଳ ମୁଣ୍ଡରେ ପୁଣି ଗୋଟିଏ ବେଆଇନ ବାଲି ବନ୍ଧ ନିର୍ମାଣ କରିଛି । ଯାହାକୁ ହଟାଇବା ପାଇଁ ମହାନଦୀ ବଞ୍ଚାଅ ଆନ୍ଦୋଳନ ଆହ୍ବାନ ଦେଇଛି । ପୂର୍ବରୁ ଏହାକୁ ଭାଙ୍ଗିବା ଲାଗି ସେଠାରେ ପହଞ୍ଚିଥିଲା ସଂଗଠନ । ହେଲେ ଗତକାଲି ରାଜସ୍ବ ମନ୍ତ୍ରୀଙ୍କ ପରାମର୍ଶ ପରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ସେଥିରୁ ଓହରି ଯାଇ ଏହାକୁ ହଟାଇବାକୁ ଆହ୍ବାନ ଦେଇଛି । ବାଲିବନ୍ଧ ନିର୍ମାଣ ପ୍ରତିବାଦରେ ଆଜି ମହାନଦୀ ବଞ୍ଚାଅର ଆବାହକ ସୁଦର୍ଶନ ଦାସଙ୍କ ଡେଲିଗେସନ ଛତିଶଗଡ଼ କଲମା ବ୍ୟାରେଜ ତଳମୁଣ୍ଡରେ ଥିବା ସେହି ବାଲିବନ୍ଧ ଗ୍ରାଉଣ୍ଡ ଜିରୋରେ ପହଂଚି ମହାନଦୀ ପାଇଁ ନ୍ୟାୟ ମାଗିଛନ୍ତି ।

ଆନ୍ଦୋଳନ କମିଟିର ସଭାପତି ସହ ଅନ୍ୟ କର୍ମକର୍ତ୍ତା ମାନେ ମିଳିତ ଭାବେ ସକାଳେ ଓଡ଼ିଶା ସୀମାବର୍ତ୍ତୀ କନକତୋରା ଠାରେ ଏକାଠି ହୋଇ କଲମା ବ୍ୟାରେଜ ଅଭିମୁଖେ ଯାତ୍ରା କରିଥିଲେ । ଗତକାଲି ରାଜସ୍ବ ମନ୍ତ୍ରୀ କହିଥିଲେ କି ମହାନଦୀ ବିବାଦର ସମାଧାନ ଲାଗି ସ୍ବତନ୍ତ୍ର କମିଟି ରହିଛି । ଏହାକୁ ନେଇ ରାଜ୍ୟ ରାଜ୍ୟ ଭିତରେ କଣ ଯୁଦ୍ଧ କରିବା ବୋଲି ପ୍ରଶ୍ନ କରିଥିଲେ । ପରାମର୍ଶ ଲାଗି ସରକାରଙ୍କୁ ଧନ୍ୟବାଦ ଜଣାଇବା ସହିତ ଆମେ ଆଇନର ପରିଧି ଭିତରେ ରହି କାମ କରିବାକୁ ଆସିଛୁ ବୋଲି କହିଛନ୍ତି ସୁଦର୍ଶନ । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଏକ ପତ୍ର ମାଧ୍ୟମରେ ସେହି ବାଲିବନ୍ଧକୁ ହଟାଇବା ପାଇଁ ଆମେ ଦାବି ଜଣାଇଛୁ ବୋଲି କହିଛନ୍ତି ସୁଦର୍ଶନ । ସେପଟେ କଂଗ୍ରେସ କହିଛି ମହାନଦୀ ବାଲିବନ୍ଧ ଭାଙ୍ଗିବା ଦରକାର । ଡବଲ ଇଞ୍ଜନ ସରକାର ମହାନଦୀ ସମସ୍ୟାର ସମାଧାନ କରୁ l ଓଡିଶାକୁ ଆଉ ପ୍ରତାରଣା ନଦେଉ l ସ୍ୱତନ୍ତ୍ର ପ୍ୟାକେଜ ଓଡିଶାକୁ ଦିଆଯାଉ l ରାଜ୍ୟ ସରକାର ତୁରନ୍ତ ପାଣି ରଖିବା ପାଇଁ ବ୍ୟାରେଜ ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ।

ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ଛାତ୍ରଛାତ୍ରୀ ଓ ଅଭିଭାବକ

ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ଛାତ୍ରଛାତ୍ରୀ ଓ ଅଭିଭାବକ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦେଢ଼େନମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକରେ ତାଲା। ଶିକ୍ଷକ ନିଯୁକ୍ତି ପ୍ରତିବାଦରେ ଧାରଣାରେ ଛାତ୍ରଛାତ୍ରୀ। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପଯ୍ୟନ୍ତ ୧୭୪ଜଣ ଛାତ୍ର ଛାତ୍ରୀ ଥିବାବେଳେ ମାତ୍ର ତିନିଜଣ ଶିକ୍ଷକ ଅଛନ୍ତି l ବାରମ୍ବାର ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ବି ଏ ପଯ୍ୟନ୍ତ ଶିକ୍ଷକ ନିଯୁକ୍ତି କରାଯାଏନାହିଁ l ଫଳରେ ପିଲାଙ୍କ ଶିକ୍ଷାଦାନରେ ବ୍ୟାହତ ହେଉଛି l ଏଥିପାଇଁ ଅଭିଭାବକ ଅଭିଭାବିକାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହ ଆଜି ବିଦ୍ୟାଳୟ ସ୍କୁଲ ଗେଟରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି l ଯେତେବେଳେ ଦିନ ପଯ୍ୟନ୍ତ ଶିକ୍ଷକ ନିଯୁକ୍ତି ନ ମିଳିଛି ଆନ୍ଦୋଳନ କରିବେ କହିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ l

ଅପରାଧୀ ପାଖେ NIA ଟିମ: ସୁନ୍ଦରପଦା ବିସ୍ଫୋରଣ ଘଟଣାରେ ହସ୍ପିଟାଲରେ ପହଁଚିଲା ଟିମ

ଅପରାଧୀ ପାଖେ NIA ଟିମ । ସୁନ୍ଦରପଦା ନିୟୁ ଆଜାଦନଗର ବିସ୍ଫୋରଣ ଘଟଣାରେ ହସ୍ପିଟାଲରେ ପହଁଚିଲା ଟିମ । ନୟାପଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପହଁଚି ଆହତ ତଥା ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇଛି। ଘର ମାଲିକଙ୍କୁ ମଧ୍ୟ ଚାଲିଛି ମାରାଥନ ଜେରା । ବୋମା ଭିଡ଼ିବା ପଛରେ ଦେଶଦ୍ରୋହ ଲିଙ୍କ ନେଇ ଖୋଳତାଡ଼ ଜାରି । ଗତକାଲି କ୍ରାଇମ ସ୍ପଟରେ ମଧ୍ୟ ଖୋଲତାଡ଼ କରିଥିଲା NIA । ମୁଖ୍ୟ ଅଭିଯୁକ୍ତ ନାଁରେ ପୂର୍ବରୁ ରହିଛି ସଙ୍ଗିନ ମାମଲା । ସାଲିଆ ସାହିରେ କର୍ପୋରେଟରଙ୍କୁ ହାଣିବା ଘଟଣାରେ ସେ ଥିଲା ସମ୍ପୃକ୍ତ । ଏ ନେଇ ଖବର ପାଇବା ପରେ ସାଇଣ୍ଟିଫିକ ଟିମ ଓ କମିଶନରେଟ ପୋଲିସ ସହ ଆଲୋଚନା କରିଛି NIA ।

ଦଶପଲ୍ଲାର ବିଜେପି ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକଙ୍କ ନାଁରେ ଥାନାରେ ଏତଲା: ବର୍ଷିଲା ବିଜେଡି

ଦଶପଲ୍ଲାର ବିଜେପି ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକଙ୍କ ନାଁରେ ଥାନାରେ ଏତଲା । ଏତଲାର ତିନି ଦିନ ପରେ ବି ପୋଲିସ ଚୁପ । ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲା ବିଜେଡି । ଦଶପଲ୍ଲା ସଲାଣ୍ଡ ଗାଁରେ ବିଜେପିର ଦଶପଲ୍ଲା ପ୍ରାର୍ଥୀ ରାଘବ ମଲ୍ଲିକ ଜଣେ ଦଳିତ ମହିଳାଙ୍କୁ ଗତ ଡିସେମ୍ବର ୧୫ ତାରିଖରେ ଅପହରଣ କରିଥିଲେ । ତା’ପରେ ଛାଡି ଦେଲେ । ବିଭିନ୍ନ ସମୟରେ ରାତିରେ ଫୋନ କରି ଚାଲିଲେ । ସବୁ ସୀମା ଲଂଘନ କରି ଡିସେମ୍ବର ୨୯ ରେ ଛୁଆ ସହ ମାଆକୁ ଅପହରଣ କରି ନେଲେ । ଏବେ ମହିଳାଙ୍କ ପତ୍ତା ମିଳୁନି ।

ମହିଳାଙ୍କ ସ୍ୱାମୀଙ୍କୁ ବି ଜୀବନରୁ ମାରିବାକୁ ଧମକ ଆସୁଥିଲା । ହେଲେ ସେ ସାହସ ଜୁଟାଇ ଏତଲା ଦେଲେ । ଏହା ପରେ ରାଘବ ମଲ୍ଲିକ ପୁଣି ଜୀବନରୁ ମାରିବାକୁ ଧମକ ଦେଉଛନ୍ତି । ବିଜେପି ପ୍ରାର୍ଥୀ ବୋଲି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନି ପୋଲିସ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବିଜେଡି ବିଧାୟକ ରମେଶ ବେହେରା । ମହିଳାଙ୍କ ସ୍ବାମୀ ସନ୍ଦେହ କରିଛନ୍ତି ଯେ, ତାଙ୍କ ସ୍ତ୍ରୀ ଓ ପିଲାକୁ ହତ୍ୟା କରିଦିଆଯାଇଛି । ରାଜ୍ୟରେ ମହିଳା ବିରୋଧୀ ଅତ୍ୟାଚାର ବଢିଚାଲିଛି । ଜଣେ ସରକାରୀ ଦଳର ନେତାଙ୍କ ବିରୋଧରେ ଆକ୍ସନ ନାହିଁ । ତେଣୁ ରାଘବ ମଲ୍ଲିକଙ୍କ ଗିରଫଦାରୀ ଦାବି କରୁଛନ୍ତି ବିଧାୟକ ରମେଶ ବେହେରା । ଆଜି ବିଜେପିର ରାଜ୍ୟସ୍ତରୀୟ ବୈଠକ ଚାଲିଛି । ସେଠି ରାଘବ ମଲ୍ଲିକ ଥାଇପାରନ୍ତି । ସେଠାରୁ ତାଙ୍କୁ ଗିରଫ କରାଯାଉ । ନହେଲେ ଆଗାମୀ ଦିନରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ତେବେ ବାଣିଗୋଚ୍ଛା ଥାନାରେ ପୀଡିତାଙ୍କ ସ୍ବାମୀ ଦେଇଥିବା ଏତଲା ଅନୁସାରେ ବିଜେପି ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକ ମିଛ ପ୍ରଲୋଭନ ଦେଖାଇ ହୋମଗାର୍ଡ ଚାକିରି କରାଇ ଦେବାକୁ କହି ପ୍ରେମ ଜାଲରେ ଫସାଇଥିଲେ । ବାରମ୍ବାର ସଂପର୍କ ବି ରଖିଥିଲେ । ତେବେ ଚାକିରି ଏକ ମିଛ ପ୍ରତିଶୃତି ବୋଲି ଜାଣିବା ପରେ ପୀଡିତା ରାଘବଙ୍କଠାରୁ ଦୂରେଇବାରୁ ରାଘବ ଆପତ୍ତିଜନକ ଭିଡିଓ, ଅଡିଓ ଏବଂ ଫଟୋ ଦେଖାଇ ଧମକଚମକ ଦେଉଥିଲେ । ଶେଷରେ ପୀଡିତା ଜଣକ ସ୍ବାମୀଙ୍କୁ ସବୁ କହିବାରୁ ସେ ରାଘବକୁ ରୋକିବାକୁ ପ୍ରୟାସ କରି ଫେଲ ହୋଇଥିଲେ । ଓଲଟା ସ୍ବାମୀଙ୍କୁ ହତ୍ୟା ଧମକ ଦେଇଥିଲେ ରାଘବ । ଏହାପରେ ଅନ୍ଯ ଉପାୟ ନପାଇ ସ୍ବାମୀ ବାଣିଗୋଚ୍ଛା ଥାନାରେ ଏତଲା ଦେଇଥିଲେ। ବାଣିଗୋଚ୍ଛା ଥାନା ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଖବର ପ୍ରଘଟ ହେବା ପରେ ବିଜେପି ନେତା ରାଘବ ମଲ୍ଲିକ ଫେରାର ଅଛନ୍ତି । ତାଙ୍କୁ ତୁରନ୍ତ ଗିରଫ କରିବାକୁ ବିଜେଡି ବିଧାୟକ ଦାବି କରିଛନ୍ତି ।

ଡାଆଣୀ ସନ୍ଦେହରେ ମାଆକୁ ମାରିଲା ପୁଅ

ଡାଆଣୀ ସନ୍ଦେହରେ ମାଆକୁ ମାରିଲା ପୁଅ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କଲରାଫୁଲିଆ ଗାଁରେ ହତ୍ୟାକାଣ୍ଡ। ମୃତକ ହେଲେ ରାଇମଣି ସିଂ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ପୁଅ ତପନ ସିଂଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। । ଗତ କିଛି ମାସ ପୂର୍ବରୁ ତପନ ର ସ୍ତ୍ରୀ ଘର ଛାଡ଼ି ପଳାଇ ଯାଇଥିଲା। ପୁଣି କିଛି ଦିନ ପୂର୍ବରୁ ତପନ ର ପୁଅ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଯୋଗୁଁ ତପନ ମାନସିକ ଚାପ ରେ ରହୁଥିବା ବେଳେ ଏ ପ୍ରକାର ଅଘଟଣ ପାଇଁ ସେ ତାର ମାଆ କୁ ସନ୍ଦେହ କରି ହତ୍ୟା କରିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ତେବେ ପ୍ରାଥମିକ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସ୍ପଷ୍ଟ ହୋଇଯିବ ବୋଲି ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳ କହିଛନ୍ତି।

ୟୁଜିସି ବିଜ୍ଞପ୍ତି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ଉଚ୍ଚଶିକ୍ଷା ପ୍ରତିଷ୍ଠାନ ନିୟାମକରେ ସମାନତା ନେଇ ୟୁଜିସି ବିଜ୍ଞପ୍ତି ଉପରେ ରୋକ। ୟୁଜିସି ବିଜ୍ଞପ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ। ଏହା ସହ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଦେଇଛନ୍ତି ନୋଟିସ। ୨୦୧୨ ନିୟମକୁ କାଏମ ରଖିବାରୁ କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। ୟୁଜିସି ନୂଆ ନିୟମର ବୈଧତା ଯାଞ୍ଚ କରିବାକୁ ବି କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। କ୍ୟାମ୍ପସରେ ଜାତିଭିତ୍ତିକ ପାତର ଅନ୍ତର ନୀତିକୁ ଦୂରେଇବା ଲାଗି ଏହି ନିୟାମକ ଆସିଥିବାବେଳେ ଏହାକୁ ବିଭିନ୍ନ ମହଲରୁ କରାଯାଇଥିଲା ବିରୋଧ।

ତେବେ ଦେଶରେ ଏହି ପାତରଅନ୍ତର ନୀତି ବିରୋଧରେ କଣ ଆଇନ, କୋର୍ଟ ନିର୍ଦ୍ଦେଶ, ପ୍ରତିଷ୍ଠାନଗତ ନିୟମ ନାହିଁ କି ବୋଲି ବିଭିନ୍ନ ମହଲ ଉଠାଇଥିଲେ ପ୍ରଶ୍ନ। ଜାତିଭିତ୍ତିକ ପାତର ଅନ୍ତର ବିରୋଧରେ ଦେଶରେ ଅନେକ ପ୍ରକାର ଆଇନଗତ ଫ୍ରେମୱର୍କ ରହିଛି। ସମ୍ବିଧାନର ଧାରା ୧୪, ୧୫ ଓ ୧୭ରେ ବି ଆଇନ ଆଗରେ ସମସ୍ତେ ସମାନ ବୋଲି ଗ୍ୟାରେଣ୍ଟି ରହିଛି। ସମସ୍ତ ପ୍ରତିଷ୍ଠାନ ଓ ବିଶ୍ବବିଦ୍ୟାଳୟ ଲାଗି ବି ଏହା ପ୍ରଯୁଜ୍ୟ ରହିଛି। ଏହା ବାଦ ଏସସି/ଏସଟି ନିର୍ଯାତନା ନିରାକରଣ ଆଇନ ବି ରହିଛି। ପାତର ଅନ୍ତର ବିରୋଧରେ ବି ସୁପ୍ରିମକୋର୍ଟ ବାରମ୍ବାର ଗୁରୁତ୍ବ ପ୍ରଦାନ କରିଛନ୍ତି। ଏପରିକି ଅନେକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ସମାନ ସୁଯୋଗ ପ୍ରଦାନ ନିମନ୍ତେ ସେଲ୍ ରହିଛି।

ସେପଟେ ନୂଆ ୟୁଜିସି ନିର୍ଦ୍ଦେଶନାମା ପ୍ରତିଷ୍ଠାନଗୁଡିକୁ ସ୍ବୀକୃତି ଓ ପାଣ୍ଠି ପ୍ରଦାନ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି ବିରୋଧୀ ଯୁକ୍ତି କରୁଛନ୍ତି। ନୂଆ ୟୁଜିସି ନୀତି ଦେଶର ସମସ୍ତ କେନ୍ଦ୍ରୀୟ, ରାଜ୍ୟ, ଘରୋଇ ଓ ଡିମଡ ବିଶ୍ବବିଦ୍ୟାଳୟ ପାଇଁ ଲାଗୁ ହେବ। ୟୁଜିସିର ଏହି ନୂଆ ନୀତିକୁ ସାରା ଦେଶରେ ବିରୋଧ କରାଯାଇଛି। ବିରୋଧୀଙ୍କ ଯୁକ୍ତି ହେଉଛି- ଏହି ନୀତି ଯୋଗୁ ଏସସି, ଏସଟି, ଓବିସି ବର୍ଗଙ୍କୁ ସୁରକ୍ଷା ଦେବାକୁ ଉଦ୍ଦିଷ୍ଟ। ଏଥିରୁ ସାଧାରଣ ଓ ଉଚ୍ଚଜାତି ବର୍ଗ ତଥା ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ବାଦ୍ ଦିଆଯିବ। ମିଥ୍ୟା ଅଭିଯୋଗ ଦାଖଲ କ୍ଷେତ୍ରରେ ଜରିମାନା ବ୍ୟବସ୍ଥା ନଥିବାରୁ ଏହାର ଅପବ୍ୟବହାର ହେବା ଆଶଙ୍କା ରହିଛି। ବିଭିନ୍ନ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିରୋଧରେ ଏହା ଉଦ୍ଦିଷ୍ଟ ବୋଲି ବିରୋଧୀ ଯୁକ୍ତି କରୁଛନ୍ତି। ସେହିପରି ଇକ୍ୟୁଟି କମିଟି, ଇକ୍ବାଲ ଅପୁର୍ଚିନିଟ ସେଣ୍ଟର ଓ ଇକ୍ୟୁଟି ଆମ୍ବାସାଡର ସୃଷ୍ଟି ବ୍ୟବସ୍ଥା ବି ପ୍ରତିଷ୍ଠାନରେ ଅଶାନ୍ତି ସୃଷ୍ଟି କରିବ।

ମଣ୍ଡିରୁ ଧାନ ଉଠୁନଥିବାରୁ ମିଲରଙ୍କ ଉପରେ ବର୍ଷିଲେ ବିଧାୟକ

ମଣ୍ଡିରୁ ଧାନ ଉଠୁନଥିବାରୁ ମିଲରଙ୍କ ଉପରେ ବର୍ଷିଲେ ବିଧାୟକ। ବଡ଼ଚଣା ବ୍ଲକର ଭରତପୁର କୃଷି ସମବାୟ ସମିତିରୁ ଏଭଳି ଘଟଣା ଦେଖିବାକୁ ମିଳୁଛି। ମିଲର ଆଉ ସମବାୟ ସମିତି ଅଧିକାରୀଙ୍କ ମଧ୍ୟରେ ତାଳମେଳ ଅଭାବରୁ ସମସ୍ୟା ଭୋଗୁଛନ୍ତି ଚାଷୀ ମାନେ। ବିଭିନ୍ନ ଆଳ ଦେଖାଇ ଚାଷୀଙ୍କ ଧାନ ମିଲର ନେଉ ନଥିବାରୁ ମଣ୍ଡିରୁ ଧାନ ଉଠି ପାରୁନି। ଜରି ଅଖାରେ ଚାଷୀ ଧାନ ଆଣିଥିବାରୁ ମିଲର ଚାଷୀଙ୍କ ଧାନ ନେଉ ନାହାନ୍ତି। ଯାହାକୁ ନେଇ ସମବାୟ ସମିତିର ଅଧିକାରୀ ଓ ଚାଷୀ ମାନେ ବଡ଼ଚଣା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ ମିଲରଙ୍କ ସହ ବିଧାୟକ କଥା ହେବା ସହ ତାଗିଦ୍ ମଧ୍ୟ କରିଛନ୍ତି। ଯଥା ଶୀଘ୍ର ଚାଷୀଙ୍କ ଧାନ ମଣ୍ଡିରୁ ଉଠାଇବା ପାଇଁ କହିଛନ୍ତି। ଯେଉଁ ମାନେ ନିୟମ ଖିଲାପ କରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ବଡ଼ଚଣା ବିଧାୟକ ଅମର କୁମାର ନାୟକ କହିଛନ୍ତି।

ବଜେଟ ପୂର୍ବରୁ ଭାରତୀୟ ମୁଦ୍ରାକୁ ଝଟକା: ଟଙ୍କାର ହୋଇଛି ସର୍ବକାଳୀନ ମୂଲ୍ୟହ୍ରାସ

ବଜେଟ ପୂର୍ବରୁ ଭାରତୀୟ ମୁଦ୍ରାକୁ ଝଟକା। ଟଙ୍କାର ହୋଇଛି ସର୍ବକାଳୀନ ମୂଲ୍ୟହ୍ରାସ। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ। ଦୁର୍ବଳ ବିଦେଶୀ ପୁଞ୍ଜି ପ୍ରବାହ କାରଣରୁ ଭାରତୀୟ ମୁଦ୍ରାରେ ଘାଟା ସୃଷ୍ଟି ହୋଇଛି। ଆଜି ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହୋଇଛି ୯୨ ଟଙ୍କା। କେବଳ ଚଳିତ ବର୍ଷ ଭାରତୀୟ ଟଙ୍କାର ମୂଲ୍ୟ ୨ ପ୍ରତିଶତ ହ୍ରାସ ପାଇଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଦ୍ବିତୀୟ ପାଳି ଶାସନ ଆରମ୍ଭରୁ ହ୍ରାସ ପାଇଲାଣି ୫ ପ୍ରତିଶତ। ସେପଟେ ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରିବା ସମ୍ଭାବନା ରହିଛି। ଆମେରିକାର ଉଚ୍ଚ ଟାରିଫ, ବିଦେଶୀ ନିବେଶକଙ୍କ ପୁଞ୍ଜି ପ୍ରତ୍ୟାହାର, ଉଚ୍ଚ ମୂଲ୍ୟରେ ସୁନା ଓ ରୁପା ଆମଦାନି, ଆଗକୁ ଭାରତୀୟ ମୁଦ୍ରା ଦୁର୍ବଳ ହେବା ଆଶଙ୍କା ଥିବାରୁ ଏହି ଅବସ୍ଥା ସୃଷ୍ଟି ହୋଇଛି।

ବନ୍ଦ ଘରେ ଯୁବତୀଙ୍କୁ ଅସଦାଚରଣ: ତାନ୍ତ୍ରିକ ଗିରଫ

ବନ୍ଦ ଘରେ ଯୁବତୀଙ୍କୁ ଅସଦାଚରଣ । ତାନ୍ତ୍ରିକ ଗିରଫ । ତନ୍ତ୍ର ପୂଜା କରି ଘର ଭିତରେ ରିଷ୍ଟ ଖଣ୍ଡନ ଆଳରେ ତାନ୍ତ୍ରିକ ଜଣେ ଯୁବତୀଙ୍କୁ ଘର ଭିତରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୁରୀଘାଟ ଥାନା ପୁଲିସ ଜଗତସିଂହପୁର ଜିଲ୍ଲା ବିରିଡ଼ି ଅଞ୍ଚଳର ଜଗନ୍ନାଥ ନାୟକକୁ ଗିରଫ କରିଛି । କଟକ ସାଆନ୍ତ ସାହିର ଜଣେ ଯୁବତୀଙ୍କ ଘରେ ଆର୍ଥିକ ସମସ୍ୟା, ପାରିବାରିକ ବିବାଦ ଲାଗି ରହିଥିଲା । ଜଣେ ସମ୍ପର୍କୀୟଙ୍କ ପରାମର୍ଶ ଅନୁଯାୟୀ ଯୁବତୀ ଜଣକ ତାନ୍ତ୍ରିକ ଜଗନ୍ନାଥକୁ ଯୋଗାଯୋଗ କରିଥିଲେ । ଏହାପରେ ତାନ୍ତ୍ରିକ ଜଗନ୍ନାଥ ଯୁବତୀଙ୍କ ଘର ଭିତରେ ତନ୍ତ୍ର ପୂଜା କରି ରିଷ୍ଟ ଖଣ୍ଡନ କରିବାକୁ ପାଖାପାଖି ୭୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲା । ଏଥିପାଇଁ ଜଗନ୍ନାଥ ପ୍ରଥମେ ୨୫ ହଜାର ଟଙ୍କା ନେଇଥିଲା । ଗତ ମଙ୍ଗଳବାର ସନ୍ଧ୍ୟାରେ ସେ ଯୁବତୀଙ୍କ ଘରେ ଆସି ପୂଜା କରିଥିଲା । ଠିକ୍ ଏହି ସମୟରେ ଯୁବତୀଙ୍କୁ ସେ ଘର ଭିତରେ ଅସଦାଚରଣ କରିଥିଲା । ଯୁବତୀ ଜଣକ ଚିତ୍କାର କରିବାରୁ ତାନ୍ତ୍ରିକ ଫେରାର ହୋଇଯାଇଥିଲା । ଏସଂକ୍ରାନ୍ତରେ ଯୁବତୀ ଜଣକ ପୁରୀଘାଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଜଗନ୍ନାଥକୁ ଗିରଫ କରିଛି ।