spot_img
Home Blog Page 874

ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ

ଭୁବନେଶ୍ବର: ପ୍ରବାଦପୁରୁଷ ବିଜୁବାବୁଙ୍କ ଆଜି ତିରୋଧାନ ଦିବସ । ସାରାରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଏହି ଦିବସ ପାଳନ ହେଉଛି । ବିଜୁ ପଟ୍ଟନାୟକ ପାର୍କରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନବୀନ ପଟ୍ଟନାୟକ ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ବିନ୍ଦୁସାଗର କୂଳରେ ବିଜେଡି ପକ୍ଷରୁ  ତିଳତର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ବିଜେଡିର ପ୍ରମୁଖ ନେତା, କାର୍ଯ୍ୟକର୍ତ୍ତାଙ୍କ ସମେତ ସାଧାରଣ ଲୋକେ ମଧ୍ୟ ସାମିଲ ହୋଇଥିଲେ।

ଏହି ଅବସରରେ କ୍ୟାପିଟାଲ ହସ୍ପିଟାଲରେ ବିଜେଡି ପକ୍ଷରୁ ଫଳ ବଣ୍ଟନ କରାଯାଇଛି। ବିଜେଡି ବିଧାୟକ, ନେତା ଓ କାର୍ଯ୍ୟକର୍ତ୍ତା କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଫଳ ବାଣ୍ଟିଛନ୍ତି। ବିଜୁ ବାବୁଙ୍କ ଜନସେବା ତଥା ରାଜ୍ୟ ଦେଶ ପ୍ରତି ଅବଦାନକୁ ମନେ ପକାଇ ବିଜେଡିର ବହୁ ନେତା ଫଳ ବଣ୍ଟନରେ ହେଲେ ସାମିଲ ହୋଇଥିଲେ। ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ଅନନ୍ତ ନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଏମସି ମେୟର ସୁଲୋଚନା ଦାସ, ବିଜେଡି ନେତା ମନ୍ମଥ ରାଉତରାୟ, ବହୁ ଦଳୀୟ କର୍ପୋରେଟର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବିଜୁ ବାବୁଙ୍କ ରାଜ୍ୟ ଓ ଦେଶ ପ୍ରତି ଅବଦାନ, ତାଙ୍କ ବ୍ୟକ୍ତିତ୍ୱ, ଦେଶପ୍ରେମ ଓ ସାହସିକତା ପରାକାଷ୍ଠା ରାଜ୍ୟର ଯୁବପିଢି ଜାଣିବା ଆବଶ୍ୟକ ବୋଲି କୁହାଯାଇଛି।

BCCI ନେଲା ବଡ଼ ପଦକ୍ଷେପ, ୨ କୋଚ ଦଳରୁ ବିଦା

ନନ୍ଦିଘୋଷ ବ୍ୟୁରୋ: BCCI ନେଲା ବଡ଼ ପଦକ୍ଷେପ । ଗୌତମ ଗମ୍ଭୀରଙ୍କ ଘନିଷ୍ଠ ସହଯୋଗୀ ଏବଂ ଭାରତୀୟ କ୍ରିକେଟ ଦଳର ସହାୟକ ପ୍ରଶିକ୍ଷକ ଅଭିଷେକ ନାୟାରଙ୍କୁ ହଟାଇ ଦିଆଯାଇଛି । ଚଳିତବର୍ଷ ଅଷ୍ଟ୍ରେଲିଆରେ ଶେଷ ହୋଇଥିବା ବର୍ଡର ଗାଭାଷ୍କର ଟ୍ରଫି ସମୟରେ ଖରାପ ପ୍ରଦର୍ଶନ ଏବଂ ଡ୍ରେସିଂ ରୁମରୁ ଲିକ୍ ହୋଇଥିବା ବିଷୟକୁ ଧ୍ୟାନରେ ରଖି ବିସିସିଆଇ ଏହି ପଦକ୍ଷେପ ନେଇଛି । ଅଭିଷେକ ନାୟାରଙ୍କ ବ୍ୟତିତ ଫିଲ୍ଡିଂ ପ୍ରଶିକ୍ଷକ ଟି ଦିଲ୍ଲୀପ ଏବଂ ପ୍ରଶିକ୍ଷକ ସୋହମ ଦେଶାଇଙ୍କୁ ମଧ୍ୟ ଦଳରୁ ବାଦ ଦିଆଯାଇଛି । ରିପୋର୍ଟ ଅନୁସାରେ ଦୁହେଁ ୩ ବର୍ଷରୁ ଅଧିକ ସମୟ ଧରି ଦଳ ସହ ଜଡିତ ଥିଲେ । ତେଣୁ ନିୟମ ଅନୁସାରେ ସେମାନଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ଦିଆଯିବ ।

ତେବେ ଅଭିଷେକ ନାୟାର ଏବଂ ଦିଲ୍ଲୀପଙ୍କ ସ୍ଥାନରେ ଅନ୍ୟ କାହାକୁ ଅଣାଯିବ ନାହିଁ । କାରଣ ସିତାଂଶୁ କୋଟକ ପୂର୍ବରୁ ବ୍ୟାଟିଂ କୋଚ ଭାବେ ଦଳ ସହ ଅଛନ୍ତି । ତେବେ ସୋହମ ଦେଶାଇଙ୍କ ବଦଳରେ ଜଣେ ଖେଳାଳିଙ୍କୁ ନିଯୁକ୍ତି ଦିଆଯାଇପାରେ । ଆଡ୍ରିଆନ୍ ଲେ ରକ୍ସ ତାଙ୍କ ସ୍ଥାନ ନେଇ ପାରନ୍ତି । ବର୍ତ୍ତମାନ ସେ ଏବେ ଆଇପିଏଲର ପଞ୍ଜାବ କିଙ୍ଗସ ସହିତ ଜଡିତ ଅଛନ୍ତି । ଏ ନେଇ ବିସିସିଆଇ ପକ୍ଷରୁ କୌଣସି ଅନୁଷ୍ଠାନିକ ଘୋଷଣା କରାଯାଇନାହିଁ ।

ମୋବାଇଲ ଟର୍ଚ୍ଚ ଲାଇଟରେ ଚାଲିଛି ଥାନା, ବିଦ୍ୟୁତ କାଟ ହେଲେ ଥାନାରେ ବିକଳ୍ପ ବ୍ୟବସ୍ଥା ନାହିଁ

ପୁରୀ: ମୋବାଇଲ ଟର୍ଚ୍ଚ ଲାଇଟରେ ଚାଲିଛି ଥାନା। ପୁରୀ ଜିଲ୍ଲା କାକଟପୁର ଥାନାରେ ଏ ଅଭାବନୀୟ ଦୃଶ୍ୟ। ବିଦ୍ୟୁତ କାଟ ହେଲେ ଥାନାରେ ବିକଳ୍ପ ବ୍ୟବସ୍ଥା ନାହିଁ। ଲଣ୍ଠନ କିମ୍ବା ମହମବତୀ ଟିଏ ମଧ୍ୟ ନାହିଁ। ପୋଲିସ ବାବୁ ନିଜ ପକେଟରୁ ମୋବାଇଲ ବାହାର କରି ଥାନା କାମ କରୁଛନ୍ତି। ସରକାର  ଥାନାରେ ରାତିରେ ବିକଳ୍ପ ଆଲୋକ ବ୍ୟବସ୍ଥା କରିପାରିନାହାନ୍ତି। କାକଟପୁର ଥାନା ଚାଲିଛି ମୋବାଇଲ ଟର୍ଚ୍ଚ ଲାଇଟରେ। ବ୍ୟବସ୍ଥା ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଇଛି। ଥାନାରେ ଭିତ୍ତିଭୂମି ସଠିକ ନଥିବାରୁ ବିଦ୍ୟୁତ କଟିଗଲେ କର୍ମଚାରୀ କିମ୍ବା ଥାନାକୁ ଆସୁଥିବା ଜନସାଧାରଣ ମୋବାଇଲ ଟର୍ଚ୍ଚ ମାରି ବସୁଛନ୍ତି।ଅନ୍ଧାର ସୁଯୋଗ ନେଇ କେତେବେଳେ କିଛି ଅଘଟଣ ମଧ୍ୟ  ଘଟିପାରେ। ବିଦ୍ୟୁତ କଟିଯିବାରୁ ପୋଲିସ କର୍ମୀ ଓ ଥାନାକୁ ଆସିଥିବା ଲୋକେ  ଦୀର୍ଘ ସମୟ ଅନ୍ଧାରରେ ବସି ରହିଥିଲେ।ବିଦ୍ୟୁତ ନଥିବାରୁ ଦୀର୍ଘ ସମୟଧରି  ଥାନା କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।ଅଭିଯୋଗକାରୀ ମୋବାଇଲ ଟର୍ଚ୍ଚ ଲାଇଟରେ ଅଭିଯୋଗ ଲେଖୁଛନ୍ତି। ବିଦ୍ୟୁତ ନ ଥିବାରୁ ସିସିଟିଭି ମଧ୍ୟ ଚାଲୁନାହିଁ।ଘଟଣାକୁ ଦୃଷ୍ଟିରେ ରଖି ତୁରନ୍ତ ୨୪ଘଣ୍ଟିଆ ଆଲୋକୀକରଣ ବ୍ୟବସ୍ଥା କରିବାକୁ ଦାବି ହୋଇଛି…

ଗୋଷ୍ଠୀ ସଂଘର୍ଷରୁ ବୋମାମାଡ଼, ୯ ଗୁରୁତର

ଭଦ୍ରକ: ଭଦ୍ରକ ତିହିଡ଼ି ଅଂଚଳରେ ଗୋଷ୍ଠୀ ସଂଘର୍ଷରୁ ବୋମାମାଡ଼। କାଁପଡ଼ା ଗାଁରେ ଗୋଷ୍ଠୀ ସଙ୍ଘର୍ଷରୁ ବୋମାମାଡ଼ ହୋଇଥିବା ସୂଚନା। ଗୋଷ୍ଠୀ ସଙ୍ଘର୍ଷ ଉଗ୍ର ରୂପ ନେବା ପରେ ବୋମା ମାଡ଼ କରିଥିଲେ ଦୁର୍ବୃତ୍ତ। ଗତକାଲି ରାତିରେ ରାଜନୈତିକ ହିଂସାକାଣ୍ଡରୁ ବୋମା ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ୯ ଜଣ ଗୁରୁତର ହୋଇଛନ୍ତି। ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ୪ ଜଣ ଚିକିତ୍ସା ହେଉଥିବାବେଳେ ତିହିଡି ମେଡିକାଳରେ ୫ ଜଣ ଚିକିତ୍ସିତ ହେଉଛନ୍ତି। ଗତକାଲି ରାତିରେ ୨୦ରୁ ୨୫ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଗାଁ ଦାଣ୍ଡରେ ବୋମାମାଡ଼  କରିଥିବା ଅଭିଯୋଗ ହୋଇଛି। ଗାଁ ଦାଣ୍ଡରେ ବସିଥିବା କେତେଜଣଙ୍କୁ ଲକ୍ଷ କରି ତିନୋଟି ବୋମା ଫିଙ୍ଗିଥିଲେ। ବାରଣ୍ଡାରେ ବସିଥିବା ଲୋକଙ୍କ ନିକଟରେ ବୋମା ଫୁଟିଥିଲା। ତିହିଡ଼ି ପୋଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ଗାଁରେ ଫୋର୍ସ ମୁତୟନ କରାଯାଇଛି।

ରିଲ୍ସ ପାଇଁ ୟୁଟ୍ୟୁବର୍ ପ୍ରେମିକକୁ ଡାକି ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ରିଲ୍ସ ପାଇଁ ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ । ଭାଙ୍ଗିଗଲା ସୁନାର ସଂସାର । ଏହି ଘଟଣା ଘଟିଛି ହରିୟାଣାରେ । ରିଲ୍ସ ନିଶା ଏତେ ଅଧିକ ହୋଇଯାଇଥିଲା ଯେ, ପତ୍ନୀ ଜଣଙ୍କ ତାଙ୍କ ୟୁଟ୍ୟୁବର୍ ପ୍ରେମିକକୁ ଡାକି ସ୍ବାମୀଙ୍କୁ ହତ୍ୟା କରିଛି ।

ପତ୍ନୀ ରବିନା ରିଲ୍ସ ତିଆରି କରୁଥିଲେ । ସ୍ବାମୀଙ୍କୁ କିନ୍ତୁ ଏ ସବୁ ପସନ୍ଦ ନଥିଲା । ସେ ଏହାକୁ ବାରଣ କରୁଥିଲେ । ଏହାକୁ ନେଇ ଘରେ ପ୍ରତିଦିନ ଝଗଡ଼ା ବି ହେଉଥିଲା । ହତ୍ୟାକାଣ୍ଡ ହୋଇଥିବା ରାତିରେ ମଧ୍ୟ ଏହାକୁ ନେଇ ଝଗଡ଼ା ହୋଇଥିଲା । ବିବାଦ ଏତେ ବଢ଼ି ଯାଇଥିଲା ଯେ, ରବିନା ତାଙ୍କ ୟୁଟ୍ୟୁବର ପ୍ରେମିକ ସୁରେଶକୁ ଡାକି ସ୍ବାମୀଙ୍କୁ ହତ୍ୟା କରିଥିଲେ । ଏହା ପରେ ମୃତଦେହକୁ ନାଳରେ ଫିଙ୍ଗି ଦେଇଥିଲେ ।

ଗତ ୨୮ ମାର୍ଚ୍ଚରେ ପୋଲିସକୁ ମୃତଦେହ ମିଳିଥିଲା । ରବିନାଙ୍କ ସ୍ବାମୀ ପ୍ରବୀଣଙ୍କ ମୃତ୍ୟୁ କିପରି ହେଲା ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ ଯାଞ୍ଚ ଏବଂ ସମସ୍ତଙ୍କୁ ପଚରାଉଚରା କରିବା ପରେ ରିଲ୍ସ ପାଇଁ ହତ୍ୟା କରାଯାଇଛି ବୋଲି ଜଣାପଡ଼ିଥିଲା ।

ରବିନାଙ୍କର ଇଣ୍ଟାଗ୍ରାମରେ ୬୫୯ଟି ପୋଷ୍ଟ ରହିଛି । ଏବଂ ୩୫ ହଜାର ଫଲୋଅର୍ ଅଛନ୍ତି । ତାଙ୍କର ୬ ବର୍ଷର ପୁଅ ମଧ୍ୟ ରହିଛି । ରବିନାଙ୍କ ପ୍ରେମିକ ମଧ୍ୟ ବିବାହିତ । ଉଭୟଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରାଯାଇଛି ।

ଗୌରୀ ଖାନଙ୍କ ରେଷ୍ଟୁରାଣ୍ଟରେ ପରଷା ଯାଉଛି ନକଲି ପନିର! ୟୁଟ୍ୟୁବରଙ୍କ ଭିଡିଓ ପରେ ହଇଚଇ ସୃଷ୍ଟି

ମୁମ୍ବାଇ: ଗୌରୀ ଖାନଙ୍କ ରେଷ୍ଟୁରାଣ୍ଟରେ ପରଷା ଯାଉଛି ନକଲି ପନୀର । ଏପରି ଦାବି କରିଛନ୍ତି ଜଣେ ଫୁଡ ବ୍ଲଗର୍ ତଥା ୟୁଟ୍ୟୁବର୍ ।  ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପତ୍ନୀ ଗୌରୀଙ୍କର ରହିଛି ଏକ ଆଲିସାନ୍ ରେଷ୍ଟୁରାଣ୍ଟ । ମୁମ୍ବାଇରେ ଥିବା ଏହି ରେଷ୍ଟୁରାଣ୍ଟର ନାମ ହେଉଛି ତୋରି । ୟୁଟ୍ୟୁବର୍ ଜଣଙ୍କ ତୋରିକୁ ଯାଇ ପନିର ଚାଖିଥିଲେ । ଏହା ପରେ ସେଠାରେ ନକଲି ପନିର ପରଷା ଯାଉଥିବା ଅଭିଯୋଗ ଆଣିଛନ୍ତି ।

ଏହି ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହୋଇଛି । ଏହି ଭିଡିଓ ତୋରିର ପରିଚାଳନା ପାଖରେ ପହଞ୍ଚିଥିଲା । ସେ କହିଛନ୍ତି ଆୟୋଡିନର ପରିମାଣ ରହିଛି ଏବଂ ଏହା ସୋୟା ଆଧାରିତ ତେଣୁ ପନିର ଏପରି ଲାଗୁଛି । ଆମେ ସବୁବେଳେ ଖାଦ୍ୟରେ ଶୁଦ୍ଧତା ବଜାୟ ରଖୁ । ଏ ସମ୍ପର୍କରେ ଗୌରୀ ଖାନ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି ।

ପିତାମାତଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କଲେ ମିଳିବନି ପୋଲିସ୍ ସୁରକ୍ଷା

ନନ୍ଦିଘୋଷ ବ୍ୟୁରୋ: ପିତାମାତଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କଲେ ମିଳିବନି ପୋଲିସ୍ ସୁରକ୍ଷା । ଏପରି ରାୟ ଶୁଣାଇଛନ୍ତି ଆହ୍ଲାହାବାଦ ହାଇକୋର୍ଟ କହିଛନ୍ତି । ଏ ନେଇ କୋର୍ଟ କହିଛନ୍ତି ଯେ, ପିତାମାତାଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ବିବାହ କରୁଥିବା ପ୍ରେମିକମାନେ ପରେ ପୋଲିସ ସୁରକ୍ଷା ମାଗିଥାନ୍ତି । ଯଦି ତାଙ୍କ ଜୀବନ ଏବଂ ସ୍ବାଧୀନତା ପ୍ରତି ପ୍ରକୃତ ବିପଦ ନଥାଏ ତାହାଲେ ତାଙ୍କୁ ସୁରକ୍ଷା ଦିଆଯାଇପାରିବ ନାହିଁ ।

ଜଷ୍ଟିସ ସୌରଭ ଶ୍ରୀବାସ୍ତବ ଏକ ପ୍ରେମୀ ଯୁଗଳଙ୍କ ସୁରକ୍ଷା ପାଇଁ ଆଗତ ଏକ ଆବେଦନର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି । ସେ କହିଛନ୍ତି ଯେ, ଯେଉଁମାନେ ନିଜ ଇଚ୍ଛାରେ ବିବାହ କରନ୍ତି ସେମାନେ ପୋଲିସ ସୁରକ୍ଷା ପାଇବାର ଅଧିକାର ନାହିଁ । ଯଦି ତାଙ୍କ ଜୀବନ ପ୍ରତି ବିପଦ ଥାଏ ତାହାଲେ ସୁରକ୍ଷା ଦିଆଯାଇପାରିବ ।

ଦଲିଲ ଏବଂ ବୟାନ ଯାଞ୍ଚ କରିବା ପରେ କୋର୍ଟ ଜାଣିପାରିଲେ ଯେ, ଏହି ପ୍ରେମୀ ଯୁଗଳଙ୍କ ଜୀବନ ପ୍ରତି କିଛି ବିପଦ ନାହିଁ । ତେଣୁ ଆବେଦନକୁ ଖାରଜ କରିଦିଆଗଲା ।

 

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ତିଳତର୍ପଣ କାର୍ଯ୍ୟକ୍ରମ

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ତିଳତର୍ପଣ କାର୍ଯ୍ୟକ୍ରମ। ଭୁବନେଶ୍ୱର ବିନ୍ଦୁସାଗର କୂଳରେ ବିଜେଡି ପକ୍ଷରୁ ଆୟୋଜିତ ତିଳତର୍ପଣ କାର୍ଯ୍ୟକ୍ରମରେ ବିଜେଡିର ପ୍ରମୁଖ ନେତା, କାର୍ଯ୍ୟକର୍ତ୍ତାଙ୍କ ସମେତ ସାଧାରଣ ଲୋକେ ମଧ୍ୟ ସାମିଲ ହୋଇଥିଲେ। ରଘୁପତି ରାଘବ ରାଜରାମ ଧ୍ୱନିରେ ବିନ୍ଦୁସାଗର କୂଳରେ ବିଜୁ ବାବୁଙ୍କ ସ୍ମୃତିଚାରଣ କରାଯାଇଛି।

ବିଜୁ  ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ତାଙ୍କ ଅବଦାନକୁ ସ୍ମରଣ କରାଯାଇଛି। ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଏମସି ମେୟର ସୁଲୋଚନା ଦାସ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଅନ୍ୟ ଉପସ୍ଥିତ ନେତା, କାର୍ଯ୍ୟକର୍ତ୍ତା ଓ ଲୋକେ ରୀତିନୀତି ଅନୁଯାୟୀ ବିନ୍ଦୁସାଗରରେ ତିଳତର୍ପଣ କରିଛନ୍ତି। ବିଜୁ ବାବୁଙ୍କୁ ରାଜନୀତିରୁ ଉର୍ଧ୍ୱକୁ ନେଇ ତାଙ୍କ ଅବଦାନକୁ ସମସ୍ତେ ଆଜି ସ୍ମରଣ କରୁଛନ୍ତି।

କଟକରେ ଡବଲ ଏନକାଉଣ୍ଟର, ପୋଲିସ ଏବଂ ସ୍ପେଶାଲ ସ୍କ୍ୱାଡ ଗୁଳିରେ ଦୁଇ ଦୁର୍ବୁତ୍ତ ଆହତ

କଟକ: କଟକରେ ଡବଲ ଏନକାଉଣ୍ଟର। ଚୈାଦ୍ୱର ପୋଲିସ ଓ ସ୍ପେଶାଲ ସ୍କ୍ୱାଡର ଡବଲ ଏନକାଉଣ୍ଟର। ଏନକାଉଣ୍ଟରରେ ଦୁଇଜଣ ଦୁର୍ବୁତ୍ତ ଆହତ ହୋଇଛନ୍ତି। ଦୁଇଜଣ ଦୁର୍ବୁତ୍ତ ହେଲେ କଟାସ ରାଉତ ଏବଂ ଶୁଭ୍ରାଂଶୁ ପରିଡା। ଉଭୟ ପୋଲିସ ଗୁଳିରେ ଆହତ ହୋଇ ଏସିସିବିରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଉଭୟଙ୍କୁ ଆଜି ଧରିବାକୁ ଯାଇଥିବାବେଳେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଦୁର୍ଵୁତ୍ତ। ଏହାପରେ ପୋଲିସର ପାଲଟା ଜବାବରେ ଦୁଇଜଣ ଆହତ ହୋଇଛନ୍ତି। ସେମାନଙ୍କ ନିକଟରୁ ଵନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ।

ଆଜି ପ୍ରବାଦପୁରୁଷ ବିଜୁବାବୁଙ୍କ ତିରୋଧାନ ଦିବସ

ନନ୍ଦିଘୋଷ ବ୍ୟୁରୋ: ସୁଜଳା, ସୁଫଳା, ସ୍ବର୍ଣ୍ଣପ୍ରସୂ ଓଡ଼ିଶା। ମାଟିର ମୂର୍ତ୍ତିକାର, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ବପ୍ନର ରାଇଜ। ବୀର ପ୍ରସବିନୀ ଓଡ଼ିଶାର ସୁଯୋଗ୍ୟ ସନ୍ତାନ ବିଜୁବାବୁ। ଯେଉଁଠି କଳା, ସଂସ୍କୃତିର ଗରିମା ସେଠାରେ ବିଜୁଙ୍କ ପରି ଦୁର୍ଦ୍ଧର୍ଷ ସଂଗ୍ରାମୀଙ୍କ ଝଲକ। ପୂର୍ବ ଗୌରବ ଫେରାଇ ଆଣିବା ଲାଗି ସାରା ଜୀବନ ତ୍ୟାଗ କରିଥିବା ମହାନ ନେତା ବିଜୁବାବୁଙ୍କ ଆଜି ତିରୋଧାନ ଦିବସ। ସେ ଏପରି ଏକ ବ୍ୟକ୍ତିତ୍ବ ଯାହା ଭିତରେ ଥିଲା ନୂଆ ସମ୍ଭାବନା। ସେ ଏପରି ଏକ ପୁରୁଷ ଯାହା ନିକଟରେ ଭରି ରହିଥିଲା କୋଟି କୋଟି ଯୁବକଙ୍କୁ ଜାତୀୟ ସ୍ରୋତରେ ପ୍ରବାହିତ କରିବାର ପ୍ରେରଣା।

ସେ ଥିଲେ ନୂଆ ଓଡ଼ିଶାର ବିନ୍ଧାଣୀ। ଶିକ୍ଷା, ଶିଳ୍ପ, ଭିତ୍ତିଭୂମି, ଜଳସେଚନ, ଜିଲ୍ଲା ଗଠନ ଆଦି ସବୁକ୍ଷେତ୍ରରେ ଥିଲା ବିଜୁବାବୁଙ୍କ ଅନନ୍ୟ ଅବଦାନ। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବାରେ ବିଜୁ ପଟ୍ଟନାୟକଙ୍କ ଅବଦାନ ଅଗ୍ରଗଣ୍ୟ। ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେଇ ସେ ପ୍ରତିଷ୍ଠା କରିଥିଲେ ରେକର୍ଡ। ବିଜୁଙ୍କୁ ବିବ୍ରତ କରିଥିଲା ଓଡ଼ିଶାରେ ଭୋକର ଭୂଗୋଳ । ଏଥିଲାଗି ରାଜ୍ୟରୁ ଦାରିଦ୍ର୍ୟ ହଟାଇବାରେ ସେ ନେଇଥିଲେ ପ୍ରମୁଖ ଭୂମିକା। କଳିଙ୍ଗପୁତ୍ର ଭାବେ ନିଜକୁ ଗର୍ବିତ ଅନୁଭବ କରୁଥିଲେ ବିଜୁ ବାବୁ। ସମ୍ବୃଦ୍ଧ ଓଡ଼ିଶା ଗଠନକୁ ନେଇ ସେ ଥିଲେ ପ୍ରତିଜ୍ଞାବଦ୍ଧ । ୧୯୬୧ରୁ ୧୯୬୩ ଓ ୧୯୯୦ରୁ ୧୯୯୫ ମୁଖ୍ୟମନ୍ତ୍ରୀ ଥିବା ବିଜୁ ପଟ୍ଟନାୟକ ବଦଳାଇଥିଲେ ଓଡ଼ିଶାର ଭାଗ୍। ଓଡ଼ିଶାରେ ୧୩ ଜିଲ୍ଲାକୁ ୩୦ ଜିଲ୍ଲାରେ ପରିଣତ କରିବା ସହ ପାରାଦୀପ ବନ୍ଦର, ରାଉରକେଲା ଇସ୍ପାତ କାରଖାନା, ହୀରାକୁଦ ବନ୍ଧ ବିଜୁଙ୍କ ଦୂର ଦୃଷ୍ଟିର ପ୍ରତୀକ। ୫ ମାର୍ଚ୍ଚ ୧୯୧୬ରେ ଭୂମିଷ୍ଠ ଝଡ଼ର ଇଗଲଙ୍କ ମହାପ୍ରୟାଣ ଘଟିଥିଲା ୧୭ ଏପ୍ରିଲ ୧୯୯୭ରେ ।